• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

Odisha.com

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଭେଜିଟେବୁଲ ମଞ୍ଚୁରିୟାନ

ଭେଜିଟେବୁଲ ମଞ୍ଚୁରିୟାନ (ଆମ ରୋଷେଇ ଘରୁ)

August 26, 2007 by ଓଡିଶା ଡଟ କମ Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ,

ଆବଶ୍ୟକ ସାମଗ୍ରୀ :

ବନ୍ଧାକୋବି-୫୦୦ ଗ୍ରାମ, ଗାଜର-୨୦୦ ଗ୍ରାମ, ବିନ-୧୦୦ଗ୍ରାମ, କ୍ୟାପସିକମ୍-୧୦୦ଗ୍ରାମ,
ରସୁଣ(କଟା) ଚୁନାଚୁନା-୨/୪ ଚାମଚ(ବଡ), ମଇଦା-୧/୨ କପ, କର୍ଣ୍ଣର୍ଫ୍ଲୋର- ୪ଚାମଚ(ବଡ),
ଗୋଲମରିଚ ଗୁଣ୍ଡ-୨ ଚାମଚ(ଛୋଟ), ସୋୟାସସ-୧ ଚାମଚ(ଛୋଟ), ଚିଲିସସ-୨ ଚାମଚ(ଛୋଟ),
ଟମାଟୋ ସସ-୨ ଚାମଚ(ଛୋଟ), ଅଜିନୋ ମଟୋ-୧/୪ ଚାମଚ(ଛୋଟ), ଛାଣିବା ପାଇଁ ରିଫାଇନ ତେଲ ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ :

ଉପରେ ଦିଆଯାଇଥିାବ ସମସ୍ତ ପରିବାକୁ ଚୁନାଚୁନା କରି କାଟି ଧୋଇ ରଖନ୍ତୁ । କଟା ରସୁଣ ୨ ଚାମ(ଛୋଟ) କର୍ଣ୍ଣଫ୍ଲୋର ଓ ମଇଦା  ୪ ଚାମଚ (ବଡ) ଓ ସ୍ୱାଦ ଅନୁସାରେ ଲୁଣ ପରିବାରେ ମିଶାଇ ଭଲ ଭାବରେ ଗୋଳାଇ ରଖନ୍ତୁ ।

Vegitable-Manchurianବର୍ତ୍ତମାନ ଏଥିରେ କଟା ଧନିଆପତ୍ର ଅଳ୍ପ କିଛି ଓ ଗୋଳମରିଚ ଗୁଣ୍ଡ  ଏକ ଚାମଚ ଗୋଳାଇ ରଖନ୍ତୁ ।

କଢାଇରେ ତେଲ ଗରମ କରି ଗୋଳାଇ ରଖିଥିବା ପରିବାକୁ ଗୋଲ ଗୋଲ ଛୋଟ ଛୋଟ ବଲ ଆକାରରେ ଲାଲ ରଙ୍ଗ ହେବା ପର୍ଯ୍ୟନ୍ତ ଛାଣନ୍ତୁ । କଡାଇରୁ କାଢି ଗୋଟିଏ ପ୍ଲେଟ ରେ ରଖନ୍ତୁ  ।

ଅନ୍ୟ ଏକ କଡାଇରେ ୨ ଚାମଚ ତେଲ ପକାନ୍ତୁ । ତେଲ ଗରମ ହୋଇଗଲେ ଚୁନା ଚୁନା ରସୁଣ କଟା ପକାଇ ଧିମି ଆଞ୍ଚରେ ଅଳ୍ପ ସମୟ ଭାଜନ୍ତୁ । ଯେପରି ରସୁଣ ଲାଲ ନ ହୁଏ । ଗୋଟିଏ ଛୋଟ ଗିନାରେ ଚିଲି ସସ୍, ଟମାଟୋ ସସ୍ ଓ ସୋୟା ସସକୁ ଗୋଳାଇ ରଖନ୍ତୁ ।

ଅନ୍ୟ ଏକ ଗିନାରେ ୨ ଚାମଚ କଣ୍ଣେଫ୍ଲୋରକୁ ଅଳ୍ପ ପାଣି ଦେଇ ଗୋଳାଇ ରଖନ୍ତୁ । ବର୍ତ୍ତର୍ମାନ ଭଜା ରସୁଣରେ ଏକ ଗ୍ଲାସ ପାଣି ଦିଅନ୍ତୁ । ପାଣି ଫୁଟି ଆସିଲେ ସ୍ୱାଦ  ଅନୁସାରେ ଲୁଣ ପକାନ୍ତୁ ।

ବର୍ତ୍ତମାନ ପୂର୍ବରୁ ଗୋଳାଇ ରଖିଥିବା ସମସ୍ତ ସସ ଓ ଗୋଳାଇ ରଖିଥିବା କଣ୍ଣେଫ୍ଲୋର ପକାଇ ଧିମି ଆଞ୍ଚରେ ଭଲ ଭାବରେ ଘଂ।ଟନ୍ତୁ । ବର୍ତ୍ତମାନ ଏଥିରେ ପୂର୍ବରୁ ଛାଣି ରଖିଥିବା ପରିବା ବଲ ଗୁଡିକୁ ପକାଇ ଧୀରେ ଧୀରେ ଗୋଳାନ୍ତୁ ।

ଏଥିରେ ଅଜିନୋମଟୋ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବରେ ଗୋଳାଇ ଚୁଳିରୁ ଓହ୍ଲାଇ ଗରମ ଗରମ ପରିବେଷଣ କରନ୍ତୁ ଭେଜିଟେବୁଲ ମନଚୁରିଆନ  ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଆମ ରୋସେଇ ଘରୁ Tagged With: ବର୍ଣ୍ଣିକା ପଟ୍ଟନାୟକ, ଭେଜିଟେବୁଲ ମଞ୍ଚୁରିୟାନ

Primary Sidebar

RSS LATEST

  • ବଣ୍ଟା ଯାଉନଥିଲା ରାସନ ସାମଗ୍ରୀ, ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ବଣ୍ଟନ ପାଇଁ ମେୟରଙ୍କ ନିର୍ଦ୍ଦେଶ
  • ରେଳ ଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ମେଡିକାଲ ଚେକ୍ଅପ୍ ପାଇଁ ଆସି ଚମ୍ପଟ ମାରିଲେ ୨ ଅଭିଯୁକ୍ତ
  • ରାଜ୍ୟରୁ ଆଉ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
  • ସିଭିଲ ଡିଫେନ୍ସ ତରଫରୁ ପ୍ରଶିକ୍ଷଣ ଶିବିର ଆୟୋଜିତ
  • ରାଜଧାନୀରେ ବୋମାମାଡ଼
  • ମଇ ୨୨ରେ ସିଲଭର ଜୁବୁଲି ପାଇଁ ପ୍ରସ୍ତୁତି ବୈଠକ
  • କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା
  • ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ରାମଚନ୍ଦ୍ର
  • ହାତୀ ମୃତ୍ୟୁ ସଂଖ୍ୟା ତିନରେ ପହଞ୍ଚିଲା (ଅପଡେଟ)