ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ନଭେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପ ନିର୍ବାଚନ ପାଇଁ ଆସନ୍ତା ୩୦ ତାରିଖଦିନ ସବୈତନିକ ଛୁଟି ଦିବସ ରୂପେ ବିବେଚନା କରିବାକୁ ସରକାର ନିଷ୍ପତି ନେଇଛନ୍ତି ।
ଓଡ଼ିଶା ଶିଳ୍ପ ସଂସ୍ଥା ଛୁଟି ଦିବସ ଅଧିନିୟମ ଏବଂ ଲୋକ ପ୍ରତିନିଧି ଅଧିନିୟମ ଅନୁଯାୟୀ ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକମାନେ ସେମାନଙ୍କ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଏହିଦିନ ସବୈତନିକ ଛୁଟି ଦିବସ ଭାବେ ବିବେଚନା କରିବେ ।
ଏହି ଆଦେଶନାମା ବଳରେ ସଂପୃକ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଯେଉଁ ଭୋଟଦାର୍ତାମାନେ ବାହାରେ ଶ୍ରମିକ ଭାବେ କାର୍ଯ୍ୟରତ ଥିବେ ସେମାନେ ସଂପୃକ୍ତ ଦିବସକୁ ସବୈତନିକ ଛୁଟି ଦିବସ ରୂପେ ଉପଲବ୍ଧ କରିବା ପାଇଁ ହକ୍ ଦାର ହେବେ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।
ଓଡ଼ିଶା ଡ଼ଟ୍ କମ୍