• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମତଦାତା

ସାମୁହିକ ସୂର୍ଯ୍ୟନମସ୍କାରରେ ଭାଗନେବେ ଏକ ହଜାର ସ୍ୱୟଂସେବକ

February 23, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃଆରୀ ୨୩ (ଓଡ଼ିଶା ଡ଼ଟ୍ କମ୍), ସ୍ଥାନୀୟ ବରମୁଣ୍ଡାସ୍ଥିତ ଦୁର୍ଗାପୂଜା ପଡିଆରେ ଆସନ୍ତା ଫେବୃୟାରୀ ୨୪ ତାରିଖ ଦିନ ଅପରାହ୍ନ ୩.୩୦ ମିନିଟ ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଭୁବନେଶ୍ୱର ମହାନଗର ତରଫରୁ ଉତିଷ୍ଠତ ଜାଗ୍ରତ କାର୍ଯକ୍ରମ ଅନୁଷ୍ଠିତ ହେବ ।

ଏଥିରେ ଭୁବନେଶ୍ୱର ମହାନଗରର ଏକ ହଜାର ଜଣ ସ୍ୱୟଂସେବକ ପୂର୍ଣ୍ଣ ଗଣବେଶରେ ରହି ସମସ୍ତ ପ୍ରକାର ଶାରୀରିକ କାର୍ଯ୍ୟକ୍ରମରେ ଭାଗନେବେ । ସେମାନେ ସାମୁହିକ ସୂର୍ଯ୍ୟନମସ୍କାର , ଯୋଗସନ, ଦଣ୍ଡବ୍ୟାୟାମ, ପତାକା ବ୍ୟାୟାମ ଓ ଘୋଷର ପ୍ରଦର୍ଶନ କରିବେ ବୋଲି କାର୍ଯକ୍ରମର ମିଡିଆ ସଂଯୋଜକ ଗୋଲଖ ଚନ୍ଦ୍ର ଦାସ ଜଣାଇଛନ୍ତି ।

ଏଥିରେ ସଂଘର ଅଖିଳ ଭାରତୀୟମୁଖ୍ୟ ପରମ ପୂଜନୀୟ ସରସଂଘଚାଳକ ଡା.ମୋହନରା ଓ ଭାଗବତ ମୁଖ୍ୟ ଅତିଥିରୂପେ ଯୋଗଦେଇ ମାର୍ଗଦର୍ଶନ କରିବେ । ସରସଂଘଚାଳକ ପ୍ରଣାମ,ଧ୍ୱଜ ଉତ୍ତୋଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହେବ ।

ଏହି କାର୍ଯ୍ୟକ୍ରମରେ ସଂଘର ଓଡିଶା, ପଶ୍ଚିମବଙ୍ଗ, ସିକିମ ଓ ଆଣ୍ଡାମାନନିକବର କ୍ଷେତ୍ରର କ୍ଷେତ୍ର ସଂଘଚାଳକ ଶ୍ରୀ ରଣେନ୍ଦ୍ରଲାଲ ବନ୍ଦୋପାଧ୍ୟାୟ, ଓଡିଶାପ୍ରାନ୍ତ ସଂଘଚାଳକ ଶ୍ରୀ ବିପିନ ବିହାରୀ ନନ୍ଦ ଓ ଭୁବନେଶ୍ୱର ମହାନଗର ସଂଘଚାଳକ ଶ୍ରୀ ବୈକୁଣ୍ଠନାଥ ସାହୁ ପ୍ରମୁଖ ଉପସ୍ଥିତ ରହିବେ ।

ବର୍ତ୍ତମାନ ପରିସ୍ଥିତିରେ ସ୍ୱୟଂସେବକମାନଙ୍କର ଭୂମିକା ସଂପର୍କରେ ବୁଝାଇବା ପାଇଁ ପରମ ପୂଜନୀୟ ସରସଂଘଚାଳକ ଡା.ଭାଗବତ ବିଭିନ୍ନ ପ୍ରାନ୍ତ ଗସ୍ତ କରୁଛନ୍ତି । ଏହି ଅବସରରେ ସେ ଚାରିଦିନିଆ ଓଡିଶା ଗସ୍ତରେ ଆସି ଗୁରୁବାର ଦିନ ଭୁବନେଶ୍ୱରରେ ପହଞ୍ଚିଥିଲେ ।

ଡା.ଭାଗବତ ୨୧ ତାରିଖ ଦିନ ସ୍ଥାନୀୟ ରୋଟାରୀ ଭବନରେ ଏକ ବୁଦ୍ଧିଜୀବି ସଂଗୋଷ୍ଠୀରେ ଓ ୨୨ତାରିଖ ଦିନ କଟକର କଳାବିକାଶକେନ୍ଦ୍ରରେ ଅନୁଷ୍ଠିତ ଏକ ବୁଦ୍ଧିଜୀବି ସଂଗୋଷ୍ଠୀରେ ଉଦ୍ବୋଧନ ଦେଇଥିଲେ ।

ରୋଟାରୀ ଭବନରେ ଅନୁଷ୍ଠିତ ବୁଦ୍ଧିଜୀବି ସଂଗୋଷ୍ଠୀରେ ଡା.ଭାଗବତ କହିଲେ ସମାଜରେ ପରିବର୍ତ୍ତନ ନିହାତି ଆବଶ୍ୟକ । ଜନସାଧାରଣ ଏବଂ ସମାଜ ହିଁ ନେତା ନିର୍ମାଣ କରିଥାଏ । ତେଣୁ ସମାଜର ପ୍ରତିଛବି ନେତାଙ୍କ ପାଖରେ ସ୍ପଷ୍ଟ ଦେଖାଯାଏ । ସମାଜରେ ପରିବର୍ତ୍ତନ ଆସିଲେ ରାଜନୀତିରେ ପରିବର୍ତ୍ତନ ପରିଲକ୍ଷିତ ହେବ ।

ସେଥିପାଇଁ ମତଦାତାଙ୍କ ମଧ୍ୟରେ ଜାଗରଣ ଆଣିବା ଆବଶ୍ୟକ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏକ ଆନ୍ଦୋଳନ । ଏହା ଖୋଲା ମଇଦାନରେ ଚାଲୁଥିବା କାର୍ଯ୍ୟ । ଦେଶର ସମସ୍ତ ନାଗରିକ ଏହି ଆନ୍ଦୋଳନରେ ନିଜକୁ ସାମିଲ କରିପାରନ୍ତି ।

ସଂଘର ପ୍ରମୁଖ କାର୍ଯ୍ୟ ସ୍ୱଦେଶ ଆଧାରିତ ମାନବବାଦ ପ୍ରତିଷ୍ଠା କରିବା । ସର୍ବସାମାନ୍ୟ ବ୍ୟକ୍ତିଙ୍କ ମନରେ ସଦ୍ଗୁଣ ବିକାଶ ହେଲେ ଦେଶର ବିକାଶ ହୋଇ ପାରିବ । ସଂଘ ଏଭଳି ଏକ ସଂଗଠନ ଯାହା ମୂଲ୍ୟ ଆଧାରିତ ମାନବାଦର ବିକାଶ ଉପରେ ପର୍ଯ୍ୟବେଶିତ ।

ଭାରତକୁ ଏକ ମହାନ ରାଷ୍ଟ୍ର ଅଭିହିତ କରି ଭାଗବତ କହିଥିଲେ ଯୁଗଯୁଗ ଧରି ଭାରତମାତାର ସନ୍ତାନମାନେ ବିବିଧତା ମଧ୍ୟରେ ଏକତା ପଦର୍ଶନ କରିଆସିଛନ୍ତି ଏବଂ ଏହା ଏହି ଦେଶର ପାଣି ପବନରେ ସ୍ପଷ୍ଟ ବାରିହେଉଛି । ଯେ କୌଣସି ବ୍ୟକ୍ତିକୁ ଉନ୍ନତ କରିବା ଅର୍ଥ ଏହା ନୁହେଁ ଯେ ଅନ୍ୟକୁ ନିସ୍ପେଷିତ କରିବା ।

ମୂଲ୍ୟବୋଧରେ ବିଶ୍ୱାସ ରଖୁଥିବା ବ୍ୟକ୍ତିକୁ ନେଇ ସୁସ୍ଥ ସମାଜ ଗଠନ କରିବା ଆବଶ୍ୟକ । ସଂଘ କାର୍ଯ୍ୟକଳାପ ବିଷୟରେ ପ୍ରତ୍ୟେକ୍ଷଭାବରେ ସଂପୃକ୍ତ ହେଲେ ହିଁ ଏହାର କାର୍ଯ୍ୟକଳାପ ବିଷୟରେ ଜଣାପଡିବ । ଆଲୋଚକମାନେ ସଂଘର କାର୍ଯ୍ୟଧାରା ସଂପର୍କରେ ବିଭିନ୍ନ ଟିକା ଟିପଣି କରୁଛନ୍ତି , ଯାହା ଅନାବଶ୍ୟକ ।

ସଂଘ ପ୍ରତିକ୍ରୀୟା ପଦର୍ଶନ କରୁଥିବା ସଂଗଠନ ନୁହେଁ । ଆମେ ସୁଚିତିନ୍ତ ମାନବବାଦ ନିର୍ମାଣ ଦିଗରେ ଦୀର୍ଘ ୮୮ବର୍ଷଧରି କାର୍ଯ୍ୟରତ । ବହୁ ପ୍ରତିକୁଳ ପରିସ୍ଥିତି ସତ୍ତ୍ୱେ ଆମେ ଆମ ଧ୍ୟେୟରୁ ବିଚ୍ୟୁତ ହୋଇନାହୁଁ ବୋଲି ଡା.ଭାଗବତ ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସଂଘର ଓଡିଶା, ପଶ୍ଚିମବଙ୍ଗ, ସିକିମି ଓ ଆଣ୍ଡାମାନନିକୋବର କ୍ଷେତ୍ରର ସଂଘଚାଳକ ଶ୍ରୀ ରଣେନ୍ଦ୍ରଲାଲ ବନ୍ଦୋପାଧ୍ୟାୟ,ଓଡିଶା ପ୍ରାନ୍ତ ସଂଘଚାଳକ ବିପିନ ବିହାରୀ ନନ୍ଦ ଓ ଭୁବନେଶ୍ୱର ମହାନଗର ସଂଘଚାଳକ ଏସ୍ ବୈକୁଣ୍ଠନାଥ ମଞ୍ଚାସିନ ଥିବାବେଳେ ପୁରୀ ବିଭାଗର ସହସଂଘଚାଳକ ସମୀର କୁମାର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆଣ୍ଡାମାନନିକବର, ମତଦାତା, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ