• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମତଦାନ

୧୫୪ ବୁଥ୍ରେ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ

February 16, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ସମୟରେ ବିଭିନ୍ନ କାରଣରୁ ମତଦାନ ବାଧାପ୍ରାପ୍ତ ହୋଇଥିବା ୧୫୪ଟି ବୁଥ୍ରେ ପୁନଃ ମତଦାନ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିମଧ୍ୟରୁ ୧୫୧ଟି ୱାର୍ଡରେ ୧୯ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ କେବଳ
କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଳକ ଅନ୍ତର୍ଗତ ତ୍ରିଲୋଚନପୁର ପଂଚାୟତର ୨,୩ ଓ ୫ ନମ୍ବର ୱାର୍ଡରେ ୨୦ ତାରିଖରେ ଭୋଟ ଗ୍ରହଣ ହେବ ।

୧୯ ତାରିଖରେ ଗଞ୍ଜାମ ଜିଲ୍ଲାର ପାତ୍ରପୁର, ବେଗୁନିଆପଡା, ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ ବ୍ଳକ ଅନ୍ତର୍ଗତ ୧୧ଟି ୱାର୍ଡ,ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଳକର ୧୦ଟି ୱାର୍ଡ, ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଳକ ଅନ୍ତର୍ଗତ ୬ଟି ୱାର୍ଡରେ ଭୋଟ୍ ଗ୍ରହଣ ହେବ ।

ସେହିପରି ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ବ୍ଳକ ଅନ୍ତର୍ଗତ ୧୨୧ଟି ୱାର୍ଡ, ରାୟଗଡା ଜିଲ୍ଲାର ବିଷମକଟକ ବ୍ଳକ ଅନ୍ତର୍ଗତ ୨ଟି ୱାର୍ଡ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଳକ ଅନ୍ତର୍ଗତ ୩ଟି ୱାର୍ଡରେ ଭୋଟ ଗ୍ରହଣ କରାଯିବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କମିଶନ, ମତଦାନ

ମତଦାନ କେନ୍ଦ୍ରରୁ ମାଓବାଦୀଙ୍କ ଭୋଟ୍ ବାକ୍ସ ଲୁଟ୍

February 15, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୫(ଓଡ଼ିଶା ଡ଼ଟ୍ କମ୍) ବୁଧବାର ପଂଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ବେଳେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଅନ୍ତର୍ଗତ ତିନୋଟି ବୁଥ୍ରୁ ମାଓବାଦୀମାନେ ଭୋଟ୍ ବାକ୍ସ ଏବଂ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି ।

ତ୍ରିଲୋଚନପୁର ପଂଚାୟତର ଲଡ଼ାଙ୍ଗ, ଗଉଡ଼ଗୁଆଗୁଡ଼ା ଏବଂ ହରିଡ଼ାଗୁଡ଼ା ସ୍ଥିତ ବୁଥ୍ରୁ ସେମାନେ ଏହି ସବୁ ସାମଗ୍ରୀ ନେଇଯାଇଛନ୍ତି । ଏହି ଘଟଣା ପରେ ପୋଲିସ ଓ ଏସ୍ଓଜି ଯବାନମାନେ କୁମ୍ବିଂ ଅପରେଶନ ଚଳାଇଛନ୍ତି ।

ସେହିପରି ଜଗତସିଂହପୁର ଜିଲ୍ଲା ବଗିଆ ପଂଚାୟତରରେ ଭୋଟ୍ ଗ୍ରହଣରେ ଜାଲିଆତି ହେଉଥିବା ଅଭିଯୋଗ କରି ଲୋକମାନେ ସାତଟି ଭୋଟ୍ ବାକ୍ସ ପାଣିକୁ ଫିଙ୍ଗି ଦେଇଛନ୍ତି ।

ସକାଳ ୭ଟାରୁ ରାଜ୍ୟର ୭୯ଟି ବ୍ଲକରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଅନୁଷ୍ଠିତ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମତଦାନ, ମାଓବାଦୀ

ଦ୍ଵିତୀୟ ପର୍ଯ୍ୟାୟରେ ୭୦ ପ୍ରତିଶତ ମତଦାନ

February 13, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃୟାରୀ ୧୩(ଓଡ଼ିଶା ଡ଼ଟ୍ କମ୍) ସୋମବାର ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୬୯.୯୩(୭୦) ପ୍ରତିଶତ ମତଦାନ ହୋଇଛି ।

ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୩ ପ୍ରତିଶତ ଓ କଟକରେ ସର୍ବନିମ୍ନ ୬୦ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି ।

୩୦ ଜିଲ୍ଲାର ୮୩ଟି ବ୍ଳକର ୧୯୭ ଜିଲ୍ଲା ପରିଷଦ ଓ ୧୪୭୫ ସରପଞ୍ଚ ଓ ୧୪୭୫ ସମିତିସଭ୍ୟ ସହିତ ସମସ୍ତ ୱାର୍ଡ ମେମ୍ବର ପଦ ପାଇଁ ଏହି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହୋଇଥିଲା ।

ପ୍ରଥମ ପର୍ଯ୍ୟାୟରେ ୬୮.୧୩ ପ୍ରତିଶତ ମତଦାନ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ତାହାଠାରୁ ଅଧିକ ହୋଇଛି ।

ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ଭୋଟ ଗ୍ରହଣ ହୋଇଥିବା ବେଳେ ଅପରାହ୍ନ ୧ଟାରେ ଗଣତି ଆରମ୍ଭ ହୋଇଥିଲା । ସନ୍ଧ୍ୟା ସୁଦ୍ଧା ପ୍ରାୟ ଅଧିକାଂଶ ଆସନର ଫଳାଫଳ ଜଣାପଡ଼ିଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନିର୍ବାଚନ, ମତଦାନ

ପ୍ରଥମ ପର୍ଯ୍ୟାୟରେ ୬୮ ପ୍ରତିଶତ ମତଦାନ

February 11, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୨(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଆରମ୍ଭ ହୋଇଥିବା ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୬୮.୩୧ ପ୍ରତିଶତ ମତଦାନ ହୋଇଛି ।

କଟକ ଜିଲ୍ଲାରେ ସର୍ବାଧିକ ୮୨ ପ୍ରତିଶତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ସର୍ବନିମ୍ନ ୫୨ ପ୍ରତିଶତ ମତଦାନ ହୋଇଛି ।

ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଓ ହିଂସା ଦେଖାଦେଇଥିବା ସତ୍ୱେ ମୋଟାମୋଟି ଭାବେ ମତଦାନ ଶାନ୍ତିପୂର୍ଣ୍ଣ ହୋଇଥିବା ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି ।

ଶନିବାର ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟରେ ମୋଟ୍ ୮୨ ବ୍ଲକର ୧୯୪ଟି ଜିଲ୍ଲାପରିଷ ଜୋନ୍ ରୁ ଏହି ମତଦାନ ହୋଇଛି । ଏଥିରେ ମୋଟ୍ ୧୪୫୪ଟି ଗ୍ରାମପଞ୍ଚାୟତର ୨୦୨୮ଟି ବୁଥ୍ ରେ ୫୬ ଲକ୍ଷ ୨୬ ହଜାର ୨୭୫ ଜଣ ଭୋଟର୍ ଭୋଟ୍ ଦେଇଛନ୍ତି ।

ଅନୁଗୁଳ ଜିଲ୍ଲାରେ ୭୨ ପ୍ରତିଶତ, ବାଲେଶ୍ୱରରେ ୬୫ ପ୍ରତିଶତ, ବରଗଡ଼ରେ ୭୭ ପ୍ରତିଶତ, ଭଦ୍ରକରେ ୭୭ ପ୍ରତିଶତ , ବଲାଙ୍ଗୀରେ ୫୫, ବୌଦ୍ଧରେ ୬୫, ଗଜପତିରେ ୭୦, ଗଂଜାମରେ ୭୦ ପ୍ରତିଶତ ମତଦାନ ହୋଇଥିବା କୁହାଯାଇଛି ।

ଭୋଟ୍ ଦାନ ସମୟରେ କେତେକ ସ୍ଥାନରେ ଭୋଟ୍ ବାକ୍ସ ଲୁଟ୍ ଏବଂ ବାଲାଟ କାଗଜରେ ତୃଟି ଯୋଗୁଁ ନଅଟି ସ୍ଥାନରେ ପୁନଃ ନିର୍ବାଚନ ପାଇଁ ସ୍ଥିର କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପଞ୍ଚାୟତ ନିର୍ବାଚନ, ମତଦାନ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ