• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମଧ୍ୟାହ୍ନ ଭୋଜନ

ମରୁଡ଼ି ଅଂଚଳରେ ଖରାଛୁଟିରେ ମଧ୍ୟାହ୍ନ ଭୋଜନ ପାଇଁ ନିର୍ଦ୍ଦେଶ

April 20, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୨୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସରକାରଙ୍କ ଦ୍ୱାରାଘୋଷଣା କରାଯାଇଥିବା ମରୁଡ଼ି ପ୍ରପୀଡ଼ିତ ଅଂଚଳର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଖରା ଛୁଟିରେ ମଧ୍ୟାହ୍ନ ଭୋଜନ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଏହା ରନ୍ଧା ଖାଦ୍ୟ ଭାବରେ ଯୋଗାଇ ଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ମୁଖ୍ୟମନ୍ତ୍ରୀ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୦ ଓ ୨୦୧୧ ବର୍ଷରେ ମରୁଡ଼ି ଘୋଷଣା କରାଯାଇଥିବା ଅଂଚଳର ପ୍ରାଥମିକ, ଉଚ୍ଚ ପ୍ରାଥମିକ ତଥା ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପ ବ୍ୟିାଳୟର ଛାତ୍ରଛାତ୍ରୀମାନେ ଏହି ସୁବିଧା ପାଇବେ ।

ଚଳିତ ବର୍ଷ ସ୍କୁଲ ଗୁଡ଼ିକ ଖରାଛୁଟି ପାଇଁ ମଇ ୪ରୁ ଜୁନ୍ ୧୬ ପର୍ଯ୍ୟନ୍ତ ବନ୍ଦ ରହିବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଖରା ଛୁଟି, ମଧ୍ୟାହ୍ନ ଭୋଜନ, ରାଜ୍ୟ ସରକାର

ମଧ୍ୟାହ୍ନ ଭୋଜନରେ ଅଣ୍ଡା ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

February 1, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବଲାଙ୍ଗୀର, ଫେବୃୟାରୀ ୨(ଓଡ଼ିଶା ଡ଼ଟ୍ କମ୍) ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଆଟଗାଁ ହାଇସ୍କୁଲରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଖାଇ ପ୍ରାୟ ୪୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି ।

ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଡ଼ାକ୍ତରଖାନା ପକ୍ଷରୁ କୁହାଯାଇଛି ।

ଅଷ୍ଟମ ଶ୍ରେଣୀର ୬୯ ଜଣ ଛାତ୍ରଛାତ୍ରୀଙ୍କୁ ଏକ ସ୍ୱଂୟସହାୟକ ଗୋଷ୍ଠୀ ମଧ୍ୟାହ୍ନଭୋଜନ ବୋ ଦାୟିତ୍ୱ ନେଇଥିବା ବେଳେ ବୁଧବାର ସେମାନଙ୍କୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ତରକାରୀ ଓ ଭାତ ଦି ଆଯାଇଥିଲା ।

ଏହା ଖାଇବାର କିଛି ସମୟ ପରେ ଛାତ୍ରଛାତ୍ରୀମାନେ ଅସୁସ୍ଥ ହୋଇ ବାନ୍ତି କରିଥିଲେ । ସ୍କୁଲ ଶିକ୍ଷକ ଓଗାଁ ଲୋକମାନେ ତୁରନ୍ତ ସେମାନଙ୍କୁ ଡ଼ାକ୍ତରଖାନାକୁ ଆଣିଥିଲେ ।

ତେବେ ସଂପୃକ୍ତ ସ୍ୱୟଂସହାକ ଗୋଷ୍ଠୀ ଦେଉଥିବା ଅଣ୍ଡା ଗୁଡ଼ିକ ଜବତ କରାଯାଇଥିବା ଜିଲ୍ଲା ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ବଲାଙ୍ଗୀର ଜିଲ୍ଲା, ମଧ୍ୟାହ୍ନ ଭୋଜନ

ଭଦ୍ରକ :ମଧ୍ୟାହ୍ନ ଭୋଜନ ଯୋଗାଣ ନେଇ ବିବାଦ

January 21, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୨୧(ଓଡ଼ିଶା ଡ଼ଟ୍ କମ୍) ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଯୋଗାଣକୁ ନେଇ ଭଦ୍ରକ ଜିଲ୍ଲାରେ ବିବାଦ ଦେଖାଦେଇଛି ।

ହାଇକୋର୍ଟଙ୍କ ରାୟ,ପିଆଇଏ ସଂସ୍ଥା ଓ ସ୍ଥାନୀୟ ଗ୍ରାମବାସୀଙ୍କ ଜିଦ ଯୋଗୁ ତିନୋଟି ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହୋଇଛନ୍ତି ।

ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଯୋଗାଣ ପାଇଁ ପିଆଇଏ ସଂସ୍ଥାକୁ ଦାୟୀତ୍ୱ ପ୍ରଦାନ ନେଇ ବିଭଗୀୟ ନିଷ୍ପତି ଓ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀକୁ ରନ୍ଧାଖାଦ୍ୟ ଯୋଗାଣ ଦାବୀରେ ଗ୍ରାମବାସୀମାନେ ଅନଶନ ଚଲାଇଛନ୍ତି ।

ଫଳରେ ହରିନାରାୟଣ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ସତ୍ୟସାଇ ବିଷ୍ଣୁ ମୋହନ ହାଇସ୍କୁଲ ଦୁର୍ଗାପୁର ଏବଂ ଉର୍ଦ୍ଧୁ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ଓ ଛାତ୍ରୀ ମାନେ ଗତ ସେପ୍ଟେମ୍ବର ମାସରୁ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହୋଇ ରହିଛନ୍ତି ।

ଭଦ୍ରକ ପୌରାଞ୍ଚଳର ଏକ ସଂସ୍ଥା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ପତ୍ର ଓ ହାଇକୋର୍ଟଙ୍କ ଆଦେଶ ବଦଳରେ ଏହି ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଯୋଗାଇବାର ପ୍ରୟାସ କରୁଥିବାବେଳେ ଉକ୍ତ ସଂସ୍ଥା ଓ ସ୍କୁଲ ପରିଚାଳନା କମିଟି ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସଂପୃକ୍ତ ସଂସ୍ଥା । ମୋର ଜୀଉ ସେବାୟତନର ନାମ ଉଲ୍ଲେଖ ନାହିଁ, ତେଣୁ ଏହି ସଂସ୍ଥା ଠାରୁ ରନ୍ଧାଖାଦ୍ୟ ଗ୍ରହଣ କରାଯିବ ନାହିଁ ବୋଲି ଅନଶନରେ ବସିଥିବା ଅନଶନକାରୀଙ୍କ ଯୁକ୍ତି ବାଢିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ମଧ୍ୟାହ୍ନ ଭୋଜନ, ହାଇକୋର୍ଟ

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଯୋଗୁଁ କାର୍ଯ୍ୟାନୁଷ୍ଠାନ

November 18, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ସ୍କୁଲ ଗୁଡ଼ିକରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ନପାରିବା ତଥା କର୍ତବ୍ୟରେ ଅବହେଳା ଯୋଗୁଁ ଦଶ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ବେଳେ ସାତ ଜଣଙ୍କ ଦରମା ବନ୍ଦ ଏବଂ
ଜଣେ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଶନିବାର ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ।

ମୟୁରଭଞ୍ଜ ଜିଲ୍ଲା ସଦରକଣା ୟୁଜିଏମ୍ଇ ସ୍କୁଲ ପ୍ରଧାନ ଶିକ୍ଷକ ଜ୍ୟୋତିର୍ମୟ ମହନ୍ତ ଏବଂ କଟକ ବଡ଼ସାମନ୍ତପୁର ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ନମିତା ସେନଙ୍କର ଅକ୍ଟୋବର ମାସର ଦରମା ବନ୍ଦ କରାଯାଇଛି ।

ସେହିପରି ଗଞ୍ଜାମ ଜିଲ୍ଲା ବଡ଼ଖରିଡ଼ା ବୀର ଜଗନ୍ନାଥପୁର ପ୍ରାଥମିକ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ପାତ୍ର, କନକା ପ୍ରାଥମିକ ସ୍କୁଲ ପ୍ରଧାନ ଶିକ୍ଷକ କେ.ଭାସ୍କର ପାତ୍ର, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ କପିଳ ଭଟ୍ଟ ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ମହାଦେବ ମିଶ୍ର ଓ ଶିକ୍ଷକ ହର ମାଝୀଙ୍କର ସେପ୍ଟେମ୍ବର ମାସର ଦରମା ପରବର୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ କରାଯାଇଛି ।

କେନ୍ଦ୍ରାପଡ଼ା ଜିଲ୍ଲା କୋରଣ୍ଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ନାୟକଙ୍କ ନଭେମ୍ବର ମାସରୁ ଦରମା ପରବର୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ କରାଯାଇଛି ।

ଏହାବ୍ୟତୀତ ଯାଜପୁର ଜିଲ୍ଲା ବରୀ ବ୍ଲକ କୃପାସିନ୍ଧୁ ବିଦ୍ୟାଭବନ ପ୍ରଧାନ ଶିକ୍ଷକ ବିଷ୍ଣୁଚରଣ ସାମଲ ଓ ବାଲେଶ୍ୱର ଜିଲ୍ଲା ଇଞ୍ଚୁଡ଼ି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗିରଥି ମହାନ୍ତିଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ।

ସେହିପରି କର୍ତବ୍ୟରେ ଅବହେଳା ଯୋଗୁଁ ଜଗତସିଂହପୁର ଜିଲ୍ଲା ପଞ୍ଚପଲ୍ଲୀ ବଳରାମପୁର ଉପ୍ରା ସ୍କୁଲ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଜେନାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ସେ କହିଛନ୍ତି ।

ପୂର୍ବରୁ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନରେ ଥିବା ମଧ୍ୟାହ୍ନ ଭୋଜନ ଯୋଜନା, ଡ଼ାଲି ଦୁର୍ନୀତି ଅଭିଯୋଗ ପରେ ଗତ ଅଗଷ୍ଟ ମାସରୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଏହାର ଦାୟିତ୍ୱ ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅପରାଧ, ମଧ୍ୟାହ୍ନ ଭୋଜନ, ସ୍କୁଲ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ