ଭୁବନେଶ୍ୱର, ଡିସେମ୍ବର ୨୨(ଲୋକାଲ ୱାୟାର): ଭୁବନେଶ୍ୱରର ଜନତା ମୈଦାନରେ ଚାଲିଥିବା ତୋଷାଳି ମେଳାରେ ରବିବାର ହସ୍ତତନ୍ତ ପୋଷାକ ପ୍ରତି ଲୋକଙ୍କ ଜାଗରିକତା ସୃଷ୍ଟି ନିମନ୍ତେ ବୟନିକା ପକ୍ଷରୁ ଅନୁଷ୍ଠିତ ଫେସନ ସୋ ଲୋକଙ୍କ ମନ ମୋହିଥିଲା ।
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଏନଆଇଏଫଟି, ସିଡାକ୍ ଦ୍ୱାରା ପ୍ରାୟୋଜିତ ତଥା ବୟନିକା ପକ୍ଷରୁ ଆୟୋଜିତ ଫେସନ ସୋ’ରେ ୧୩ ଜଣ ମଡେଲ ବୟନିକା ପ୍ରସ୍ତୁତ ଇକତ୍, ବୋମକାଇ, ଖଣ୍ଡୁଆ, କୋଟପାଡ଼ ଓ ଡଙ୍ଗରିଆ, ଟସର ଶାଢ଼ି ପରିଧାନପୂର୍ବର୍କ ର୍ୟାମ୍ପରେ ଅଂଶ ଗ୍ରହଣ କରିଥିଲେ ।
ବୟନିକା ଓ ଏନଆଇଏଫଟି ଆଲମୁନିଙ୍କ ଦ୍ୱାରା ପ୍ରସ୍ତୁତ ଡିଜାଇନର ପୋଷାକ ପରିଧାନ କରି ଏହି ମଡେଲ ମାନେ ଓଡ଼ିଶା ହସ୍ତତନ୍ତର ଡିଜାଇନ ପୋଷାକ ଦର୍ଶକମାନଙ୍କ ନିକଟରେ ପ୍ରଦର୍ଶନ କରିଥିଲେ ।
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଯୁଗ୍ମ ସଚିବ ଅଞ୍ଜନା ପଣ୍ଡା ଓ ତାଙ୍କ ଟିମ୍ ଏହି ଫେସନ୍ ସୋ’ର ପରିକଳ୍ପନା କରିଥିଲେ ।
ପାରମ୍ପରିକ ଓ ଆଧୁନିକ ତଥା ଭାରତୀୟ ଏବଂ ପାଶ୍ଚାତ୍ୟ ଶୈଳୀରେ ପ୍ରସ୍ତୁତ ଏହି ପୋଷାକ ଗୁଡ଼ିକୁ ବିଶ୍ୱବ୍ୟାପୀ ପରିଚିତି ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଫେସନ ସୋ’ କୁ ଶୁଭମ ଓ ଜାଗୃତି ଉପସ୍ଥାପନ କରିଥିବା ବେଳେ ପ୍ରଶାନ୍ତ ଏହାର କୋରିଓଗ୍ରାଫି କରିଥିଲେ ।
ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବୟନ ଶିଳ୍ପ ନିର୍ଦ୍ଦେଶକ ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ।
ଫେସନ ସୋ’ର କଳାକାର, କୋରିଓଗ୍ରାଫର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର କଣ୍ଠଶିଳ୍ପୀଙ୍କୁ ଉତ୍ତରୀୟ ଏବଂ ବୃକ୍ଷ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।
ଲୋକାଲ ୱାୟାର

କେଦାର ମିଶ୍ର
୨. ଜାତୀୟତା ଓ ରାଜନୈତିକ ସୀମା ର ଉର୍ଧ୍ଵ ରେ ମାନବିକତା ଲାଗି ବିଜ୍ଞାନର ଉପଯୋଗିତା ଏହି ନାଟକର ମୂଳ ପ୍ରସଂଗ। ଯଦିଓ ଆଇନଷ୍ଟାଇନ ନାଟକରେ ଆତ୍ମଜୀବନୀର ବର୍ଣନା ସଂଳାପ ମାଧ୍ୟମରେ ଗତିଶୀଳ ହେଉଛି, ଏହାର ସମାନ୍ତରାଳରେ ଆଉ ଏକ ନିରବ ପ୍ରଶ୍ନବାଚୀ ଦର୍ଶକକୁ ସନ୍ତୁଳିତ କରୁଛି।
୬. ନାଟକର ସବୁ ଶ୍ରେୟ ନସିରୁଦ୍ଦିନକର କେବଳ ନୁହଁ, ଏହାର ଗୋଟେ ବଡ ଶ୍ରେୟ ନାଟ୍ୟକାର ପାଇବେ। ଆଇନଷ୍ଟାଇନ କେବଳ ଜୀବନ ର ସରଳରୈଖିକ ବର୍ଣନା ନୁହଁ, ଏଥିରେ ସବୁଠୁ ସରଳ ଭାଷାରେ ରାଜନୀତି ଓ ସମୟର ଦ୍ଵନ୍ଦକୁ ନାଟକୀୟ କରାଯାଇପାରିଛି। ନାଟ୍ୟକାର ଗାବରିଏଲ୍ ଇମାନୁଏଲ୍ ରଚନା ମାଧ୍ୟମରେ ଗୋଟେ ଜଟିଳ ସମୟର ତତ୍ଵକୁ ଅତି ସରଳ ଭାବରେ ଫୁଟେଇ ପାରିଛନ୍ତି।
ଓଡିଶା ଡଟ କମ ସଂବାଦ ଦାତା




