• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମନୋରଞ୍ଜନ

ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ

December 22, 2019 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ଡିସେମ୍ବର ୨୨(ଲୋକାଲ ୱାୟାର): ଭୁବନେଶ୍ୱରର ଜନତା ମୈଦାନରେ ଚାଲିଥିବା ତୋଷାଳି ମେଳାରେ ରବିବାର ହସ୍ତତନ୍ତ ପୋଷାକ ପ୍ରତି ଲୋକଙ୍କ ଜାଗରିକତା ସୃଷ୍ଟି ନିମନ୍ତେ ବୟନିକା ପକ୍ଷରୁ ଅନୁଷ୍ଠିତ ଫେସନ ସୋ ଲୋକଙ୍କ ମନ ମୋହିଥିଲା ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଏନଆଇଏଫଟି, ସିଡାକ୍ ଦ୍ୱାରା ପ୍ରାୟୋଜିତ ତଥା ବୟନିକା ପକ୍ଷରୁ ଆୟୋଜିତ ଫେସନ ସୋ’ରେ ୧୩ ଜଣ ମଡେଲ ବୟନିକା ପ୍ରସ୍ତୁତ ଇକତ୍, ବୋମକାଇ, ଖଣ୍ଡୁଆ, କୋଟପାଡ଼ ଓ ଡଙ୍ଗରିଆ, ଟସର ଶାଢ଼ି ପରିଧାନପୂର୍ବର୍କ ର‌୍ୟାମ୍ପରେ ଅଂଶ ଗ୍ରହଣ କରିଥିଲେ ।

ବୟନିକା ଓ ଏନଆଇଏଫଟି ଆଲମୁନିଙ୍କ ଦ୍ୱାରା ପ୍ରସ୍ତୁତ ଡିଜାଇନର ପୋଷାକ ପରିଧାନ କରି ଏହି ମଡେଲ ମାନେ ଓଡ଼ିଶା ହସ୍ତତନ୍ତର ଡିଜାଇନ ପୋଷାକ ଦର୍ଶକମାନଙ୍କ ନିକଟରେ ପ୍ରଦର୍ଶନ କରିଥିଲେ ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଯୁଗ୍ମ ସଚିବ ଅଞ୍ଜନା ପଣ୍ଡା ଓ ତାଙ୍କ ଟିମ୍ ଏହି ଫେସନ୍ ସୋ’ର ପରିକଳ୍ପନା କରିଥିଲେ ।


ପାରମ୍ପରିକ ଓ ଆଧୁନିକ ତଥା ଭାରତୀୟ ଏବଂ ପାଶ୍ଚାତ୍ୟ ଶୈଳୀରେ ପ୍ରସ୍ତୁତ ଏହି ପୋଷାକ ଗୁଡ଼ିକୁ ବିଶ୍ୱବ୍ୟାପୀ ପରିଚିତି ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଫେସନ ସୋ’ କୁ ଶୁଭମ ଓ ଜାଗୃତି ଉପସ୍ଥାପନ କରିଥିବା ବେଳେ ପ୍ରଶାନ୍ତ ଏହାର କୋରିଓଗ୍ରାଫି କରିଥିଲେ ।

ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବୟନ ଶିଳ୍ପ ନିର୍ଦ୍ଦେଶକ ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ।

ଫେସନ ସୋ’ର କଳାକାର, କୋରିଓଗ୍ରାଫର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର କଣ୍ଠଶିଳ୍ପୀଙ୍କୁ ଉତ୍ତରୀୟ ଏବଂ ବୃକ୍ଷ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।

ଲୋକାଲ ୱାୟାର

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, କଳା ଓ ସଂସ୍କୃତି, ମନୋରଞ୍ଜନ Tagged With: ଭୁବନେଶ୍ୱର, ମନୋରଞ୍ଜନ

ଓଡିଶାରେ ଆଇନଷ୍ଟାଇନ:ଏକ ମହାନ ନାଟକର ଦଶଟି ଲକ୍ଷଣ

June 11, 2016 by ନିଉଜ ଡେସ୍କ 2 Comments

k3କେଦାର ମିଶ୍ର

ସତୁରୀ ବର୍ଷର ଆଇନଷ୍ଟାଇନ (୧୪, ମାର୍ଚ୍ଚ, ୧୮୭୯- ୧୮,ଏପ୍ରିଲ୍, ୧୯୫୫) କେମିତି ଚାଲୁଥିବେ, କେମିତି କଥା କହୁଥିବେ, ନିଜ ପଢାଘରେ ବସି ନିଜ ଜୀବନ ଓ ସ୍ମୃତି ସହ କେମିତି ଖେଳ ଖେଳୁଥିବେ- ଏମିତି କେବେ ଆପଣ ଭାବିଛନ୍ତି?

ନିଜ କଳ୍ପନା ରେ ପୃଥିବୀର ସର୍ବଶ୍ରେଷ୍ଠ ପଦାର୍ଥ ବିଜ୍ଞାନୀ ଆଲବର୍ଟ୍ ଆଇନ ଷ୍ଟାଇନ କେମିତି ଗୋଟେ ଜୀବନ ବଞ୍ଚିଥିଲେ ତାର ନକ୍ସା ଆଂକିଛନ୍ତି କି? ହୁଏତ ବହିରେ, ସିନେମାରେ ଅଥବା ଚିତ୍ରରେ ଆମେ ଆଇନଷ୍ଟାଇନକୁ ଜାଣୁ, ହେଲେ ତାଂକ ସହ ଆମର ଭେଟ ହେବାର ନାହିଁ। ନା, ତାଂକୁ ଭେଟିବାକୁ ଚାହାନ୍ତି ଯଦି ଆପଣ ଜଣେ ଭାରତୀୟ ଅଭିନେତା ନାସିରୁଦ୍ଦୀନ ଶାହାଙ୍କ ଆଇନଷ୍ଟାଇନ ନାଟକ ଦେଖନ୍ତୁ ।

ଅତି ସହଜରେ ଓ ଅବିକଳ ଭାବରେ ଦର୍ଶକ ଆଗରେ ଯେଉଁ ବୁଢା ଲୋକଟି ଛିଡା ହେବ ସେ ନାସିରୁଦ୍ଦୀନ ଶାହା କି ଖୋଦ୍ ଆଇନଷ୍ଟାଇନ, ସେକଥା ବୁଝୁ ବୁଝୁ ଆପଣ ଗୋଟେ କୁହୁକ ଅନୁଭବରେ ବାନ୍ଧି ହୋଇ ସାରିଥିବେ। ଜେନ ଫାଉଣ୍ଡେସନ ଦ୍ଵାରା ଆୟୋଜିତ ଏହି ନାଟକ ଟି ଭାରତୀୟ ରଂଗମଂଚ ର ଇତିହାସରେ ଏକ ଅତୁଳନୀୟ କଳାକୃତି କାହିଁକି- ଆସନ୍ତୁ , ବିଚାର କରିବା।-

୧. ଏକକ ନାଟକର ପରମ୍ପରା ଭାରତରେ ବହୁ ଦିନରୁ ରହି ଆସିଛି। କଥକ ବା କଥାକାର ପରମ୍ପରା ରେ ଗୋଟେ ନିର୍ଦ୍ଦିଷ୍ଟ ପ୍ରସଂଗକୁ ଜଣେ ଅଭିନେତା ନିଜର ଆଂଗିକ(ଶାରୀରିକ ଭଂଗୀ ଓ ଅଭିନୟ) ଓ ବାଚିକ (ସଂଳାପ) ମାଧ୍ୟମରେ ପୁନର୍ଜୀବିତ କରେ। ଆଇନଷ୍ଟାଇନ ସେଇ ପୁରୁଣା ପରମ୍ପରା ର ଏକ ଆଧୁନିକ ରୂପ। ଭାଷା ଇଂରାଜୀ ହେଲେ ମଧ୍ୟ ନାଟକର ଆବେଦନ ଓ ଅବତାରଣାରେ ଭାରତୀୟତାର ଝଲକ ରହିଛି।

k4୨. ଜାତୀୟତା ଓ ରାଜନୈତିକ ସୀମା ର ଉର୍ଧ୍ଵ ରେ ମାନବିକତା ଲାଗି ବିଜ୍ଞାନର ଉପଯୋଗିତା ଏହି ନାଟକର ମୂଳ ପ୍ରସଂଗ। ଯଦିଓ ଆଇନଷ୍ଟାଇନ ନାଟକରେ ଆତ୍ମଜୀବନୀର ବର୍ଣନା ସଂଳାପ ମାଧ୍ୟମରେ ଗତିଶୀଳ ହେଉଛି, ଏହାର ସମାନ୍ତରାଳରେ ଆଉ ଏକ ନିରବ ପ୍ରଶ୍ନବାଚୀ ଦର୍ଶକକୁ ସନ୍ତୁଳିତ କରୁଛି।

ସେ ପ୍ରଶ୍ନ ଟି ହେଲା ବିଜ୍ଞାନ ର ମାନବୀୟ ଚରିତ୍ରକୁ ଆମେ କ୍ଷମତାର ଅହଂକାର ଆଗରେ ବଳି ଦେଇ ନାହୁଁ କି?

୩. ନାଟକରେ ୭୫ ମିନିଟ୍ ବ୍ୟାପୀ ଜଣେ ମାତ୍ର ଅଭିନେତା, ଗୋଟିଏ ସେଟ୍ ଓ ସେଟ୍ ରେ କିଛି ବିକ୍ଷିପ୍ତ ବହି, ଗୋଟେ ପଢ଼ା ଟେବଲ୍, ଗୋଟେ ସୋଫା ଓ ଚୌକୀ, କିଛି ପୁରୁଣା ପୋଷାକ ଓ ଗୋଟେ ବିପର୍ୟସ୍ତ ଭାଓଲିନ୍। ନାଟକରେ ଏକକ ଅଭିନେତା ଭାବରେ ନସିରୁଦ୍ଦିନ ଶାହ ସବୁ କିଛିକୁ ନିଜ ନିୟନ୍ତ୍ରଣ ରେ ରଖନ୍ତି।

କେବଳ ମଂଚ ନୁହଁ, ମଂଚ ବାହାରେ ବସିଥିବା ସବୁ ଦର୍ଶକ ଯେମିତି ନସିରଂକ ବଶୀଭୂତ। ଏକା ସାଂଗରେ ସେ ପୁରା ଦର୍ଶକ ଗ୍ୟାଲେରିକୁ ସମ୍ବୋଧନ କରୁନାହାନ୍ତି; ଜଣ ଜଣ କରି ସବୁ ଦର୍ଶକ ସହ ସେ ନିଜ ଜୀବନ କାହାଣୀ ବିଷୟରେ ଗପୁଛନ୍ତି।

୪. ସତ କହିବାକୁ ଗଲେ, ନାଟକଟି ଗୋଟେ ଲମ୍ବା ଗପ ଅଥବା କବିତା। ନାଟକର ଉଦବେଗ, ଉତ୍କଂଠା ଓ ଗତିଶୀଳତା ସହ ଏକ ଚମତ୍କାର କାବ୍ୟୀକତା ଦର୍ଶକକୁ ବାନ୍ଧି ରଖେ। ସେ କେବଳ ମନୋରଂଜନ ପାଇଁ ନାଟକ ଦେଖୁନାହିଁ, ବରଂ ଜୀବନକୁ ନୁଆ କରି ଆବିଷ୍କାର କରିବାର ଏହା ଏକ ଅଭିନବ ମାଧ୍ୟମ।

୫. ସଂଗୀତ ଓ ବିଜ୍ଞାନ ଭିତରେ ସମ୍ପର୍କ କେବଳ ଗାଣିତିକ ନୁହଁ, ଏହି ସମ୍ପର୍କ ଉଭୟଂକୁ ନିବିଡ ଭାବରେ ଆଧ୍ୟାତ୍ମିକ କରେ। ନାଟକରେ ଆଇନଷ୍ଟାଇନ ଭାଓଲିନ୍ ବଜେଇବାକୁ ଚାହୁଁଛନ୍ତି, ହେଲେ ଭାଓଲିନର ବୋ’ ତାଂକୁ ମିଳୁନି। ସଂଗୀତ ଶୁଣିବା ଅପେକ୍ଷା ସଂଗୀତ କୁ ନେଇ ଗୋଟେ ପୃଷ୍ଠଭୂମି ନିର୍ମାଣ କରିବାରେ ନାଟ୍ୟକାର ବେଶ୍ ସଫଳ।

k-1୬. ନାଟକର ସବୁ ଶ୍ରେୟ ନସିରୁଦ୍ଦିନକର କେବଳ ନୁହଁ, ଏହାର ଗୋଟେ ବଡ ଶ୍ରେୟ ନାଟ୍ୟକାର ପାଇବେ। ଆଇନଷ୍ଟାଇନ କେବଳ ଜୀବନ ର ସରଳରୈଖିକ ବର୍ଣନା ନୁହଁ, ଏଥିରେ ସବୁଠୁ ସରଳ ଭାଷାରେ ରାଜନୀତି ଓ ସମୟର ଦ୍ଵନ୍ଦକୁ ନାଟକୀୟ କରାଯାଇପାରିଛି। ନାଟ୍ୟକାର ଗାବରିଏଲ୍ ଇମାନୁଏଲ୍ ରଚନା ମାଧ୍ୟମରେ ଗୋଟେ ଜଟିଳ ସମୟର ତତ୍ଵକୁ ଅତି ସରଳ ଭାବରେ ଫୁଟେଇ ପାରିଛନ୍ତି।

୭. ନାଟକ ଆମେ ବହୁତ ଦେଖିଛୁ, ହେଲେ ନାଟକ ର ଅଂଶ ହେବାର ସୁଯୋଗ ବହୁତ କମ୍ ମିଳିଥାଏ। ଆଇନଷ୍ଟାଇନ ଆମକୁ ଦର୍ଶକ ଅପେକ୍ଷା ବେଶୀ ଭାଗୀଦାର ହେବାର ସୁଯୋଗ ସୃଷ୍ଟି କରିଛି।

୮. କଥା ଓ କଥକତା, ଅଭିନେତା ମାଧ୍ୟମରେ ଦର୍ଶକର ଅନ୍ତରକୁ ସମ୍ପ୍ରସାରିତ ହୁଏ। ବହୁତ୍ କମ୍ ନାଟକର ଆବେଦନ ଦର୍ଶକ ଭିତରେ ଚିରସ୍ଥାୟୀ ହୋଇ ରହେ। ଆପଣ ଆଇନଷ୍ଟାଇନ ଦେଖିଲା ପରେ ଅନେକ ଦିନ ଯାଏ ଆଛନ୍ନ ହେବାକୁ ବାଧ୍ୟ।

୯. ନାଟକରେ ଏମିତି କିଛି ସଂଳାପ ରହିଛି ଯାହା ଅନ୍ତରାତ୍ମାକୁ କେତେ ବେଳେ ଆହତ, କେତେବେଳେ ପରିତୃପ୍ତ କରିଚାଲିଥିବ। ଯେମିତି- “ ପଦାର୍ଥ ବିଜ୍ଞାନ ତୁଳନାରେ ରାଜନୀତି ଅଧିକ ଜଟିଳ”, “ସଂଗୀତ ବିଜ୍ଞାନ ର ଜଟିଳତା କୁ ସରଳ କରିଦିଏ”, “ଈଶ୍ଵର କେବେ ଜୁଆ ଖେଳନ୍ତି ନାହିଁ “ , ଓ ଆହୁରି ଅନେକ।

ଆଇନଷ୍ଟାଇନ କହିଥିବା କଥା ଆମଲାଗି ଗୋଟେ ନୁଆ ସମୟର ସମ୍ଭାବନାକୁ ଉନ୍ମୋଚିତ କରେ।

୧୦. ସବୁ ସଫଳ ନାଟକ ଫର୍ଚା ଆଲୁଅରେ ସମ୍ଭବ ହୁଏ ନାହିଁ। ଛାଇ ଓ ଆଲୁଅର ଖେଳ ଭିତରେ ଅଭିନୟ ଅଧିକ ପ୍ରାଣବନ୍ତ ହୁଏ। ଆଇନଷ୍ଟାଇନ ନାଟକରେ ନସିରଂକ ଅଭିନୟ ସହିତ ତାଳ ଦେଇ ଛାଇ ଓ ଆଲୁଅର ଚମତ୍କାର ସମ୍ପାତ ଦର୍ଶକ ଭିତରେ ଏମିତି ଏକ ଭାବ ବଳୟ ରଚନା କରେ, ଯେଉଁ ବଳୟରୁ ଦର୍ଶକର ତାର ମୁକ୍ତି ନାହିଁ।

 

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମନୋରଞ୍ଜନ Tagged With: ନାଟକ, ନାସିରୁଦ୍ଦିନ ଶାହ, ମନୋରଞ୍ଜନ

ଶୀତଳ ଷଷ୍ଠୀ ଯାତ୍ରା –ଯାହା ଆପଣ ଜାଣିବାକୁ ଚାହାନ୍ତି

June 10, 2016 by ନିଉଜ ଡେସ୍କ Leave a Comment

Sital_Sasthi - Mukha Nacha-pic Ramakanta pradhan-facebook
ଫଟୋ: ରମାକାନ୍ତ ପ୍ରଧାନ ଫେସବୁକ ପୋଷ୍ଟ

କେଦାର ମିଶ୍ର

ଶିବ ଓ ଶକ୍ତିଂକ ମିଳନ କୁ ମହା ଜାଗତିକ ଓ ଦିବ୍ୟ ମିଳନ ବୋଲି କୁହାଯାଇଥାଏ। ସୃଷ୍ଟି ତଥା ସଂହାରର କାରଣ ରୂପରେ ଶିବଂକୁ ଭାରତୀୟ ମାନେ ଆରାଧନା କରନ୍ତି। ତେବେ ଶକ୍ତିଂକ ବିନା ସହଯୋଗରେ ସୃଷ୍ଟି ପ୍ରକ୍ରିୟା ସମ୍ଭବ ହୁଏ ନାହିଁ।

ଶକ୍ତି ଶିବଂକ ପିଣ୍ଡରେ ମିଳିତ ନ ହେବା ପର୍ଯନ୍ତ ସର୍ଜନା ସଫଳ ହୁଏ ନାହିଁ। ତେଣୁ ଆବାହମାନ କାଳ ରୁ ଶକ୍ତି ଓ ଶିବଂକ ପରିଣୟ କୁ ଉତ୍ସବ ରୂପେ ଆମେ ପାଳନ କରିଥାଉ। ଭାରତୀୟ ଓ ଉତ୍କଳୀୟ ପରମ୍ପରାରେ ଶିବ ପାର୍ବତୀଂକ ବିବାହ କୁ ଶୀତଳ ଷଷ୍ଠୀ ଭାବରେ ପାଳନ ପାଳନ କରାଯାଇଥାଏ।

ବିଶେଷ କରି ସମ୍ବଲପୁର ସହର ଓ ପଶ୍ଚିମ ଓଡିଶାର ବିଭିନ୍ନ ଶୈବ ପୀଠ ମାନଂକରେ ଶୀତଳ ଷଷ୍ଠୀ ପର୍ବ ମହା ସମାରୋହରେ ପାଳିତ ହୋଇଥାଏ। ଏହି ଉତ୍ସବ କୁ ନେଇ କେତୋଟି ପ୍ରମୁଖ ବିନ୍ଦୁ କୁ ଆସନ୍ତୁ ଜାଣିବା।

୧. ଜ୍ୱେଷ୍ଠ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଶିବ ପାର୍ବତୀଂକ ବିବାହ ସମାପିତ ହୋଇଥିବାର ପୌରାଣିକ ମାନ୍ୟତା ରହିଥିବାରୁ ସେହି ଦିନ ଏହି ଦିବ୍ୟ ଦମ୍ପତ୍ତିଂକ ବିବାହ ଉତ୍ସବ ଆୟୋଜନ କରାଜାଇଥାଏ। ଶିବ ଓ ଶକ୍ତି ପୂଜା ସହିତ ଭାରତର ବୈଦିକ, ଦ୍ରାବିଡ ଓ ଶବର ପରମ୍ପରାର ସମନ୍ବୟ ଘଟିଥିବାରୁ ଶୀତଳ ଷଷ୍ଠୀ ଯାତ୍ରାରେ ବହୁ ସଂସ୍କୃତିର ମିଳନ ଦୃଶ୍ୟମାନ ହୁଏ।

୨. ତାରକାସୁର କୁ ବଧ କରିବାକୁ ଶିବ ବିବାହ ନିତାନ୍ତ ଆବଶ୍ୟକ ବୋଲି ଦେବତା ମାନେ ଜାଣିଥିଲେ। କିନ୍ତୁ ସେତେବେଳେ ଶିବ ନିଜ ପ୍ରଥମ ସ୍ତ୍ରୀ ଦକ୍ଷ କନ୍ୟା ସତୀଂକ ବିୟୋଗରେ ଗଭୀର ତପସ୍ୟା ରେ ନିମଗ୍ନ ରହିଥାଆନ୍ତି। ପୁଣି ଥରେ ଶିବଂକୁ ଆସକ୍ତ କରିବାକୁ ମହାଶକ୍ତି ହିମାଲୟଂକ କନ୍ୟା ରୂପେ ଜନ୍ମ ଗ୍ରହଣ କରନ୍ତି।

ପାର୍ବତୀଂକ କଠୋର ତପସ୍ୟା ଥିଲା ଶିବଂକୁ ବର ରୂପେ ବରଣ କରିବା ପାଇଁ। ପରିଶେଷ ରେ ପାର୍ବତୀଂକ ତପସ୍ୟା ରେ ସନ୍ତୁଷ୍ଟ ହୋଇ ଶିବ ପାର୍ବତୀଂକୁ ବିବାହ କରିଥିଲେ।

୩. ଶିବ ବିବାହ କୁ ନେଇ ବହୁ ଚମକପ୍ରଦ ଓ ଚର୍ଚିତ କାହାଣୀ ଶିବ ପୁରାଣ ସମେତ ଅନ୍ୟାନ୍ୟ ପୁରାଣ ରେ ରହିଛି। ବିବାହ ପୂର୍ବରୁ ପାର୍ବତୀଂକ ନିଷ୍ଠା ପରୀକ୍ଷା କରିବାକୁ ଯାଇ ଶିବ ଅତ୍ୟନ୍ତ ବିକୃତ ରୂପ ଗ୍ରହଣ କରି ବର ବେଶରେ ଆସିଥିଲେ। ତାଂକର ବିକୃତ ଓ ବିଭତ୍ସ ବେଶ ବର୍ନନା “କଳସା ଚୌତିଶା “ ରେ ଦେଖିବାକୁ ମିଳେ ।

୪. ବରଯାତ୍ରୀ ଭାବରେ ଶିବଗଣ ଅତ୍ୟନ୍ତ ଉଦ୍ଦଣ୍ଡ ଓ ଅଦ୍ଭୁତ ଭାବରେ ହିମାଲୟ ରେ ପ୍ରବେଶ କରିଥିଲେ। ଭୁତ, ପିଶାଚ, ଡାକିନୀ, ବେତାଳ, ନନ୍ଦୀ, ଭୃଂଗୀ, ଯକ୍ଷ ଓ କିନ୍ନର ମାନେ ବରଯାତ୍ରୀ ଭାବେ ଯାଇଥିବାରୁ ତାହା ଏକ ବିଚିତ୍ର ଶୋଭାଯାତ୍ରା ରେ ପରିଣତ ହୋଇଥିଲା। ସେହି ସ୍ମୃତିରେ ଆଜି ମଧ୍ୟ ଶିବ ବର ଯାତ୍ରା ରେ ଅଦ୍ଭୁତ ଚରିତ୍ର ଓ ବେଶ ଭୂଷା ର ଚରିତ୍ର ମାନଂକୁ ଦେଖିବାକୁ ମିଳେ ।

୫. ସମ୍ବଲପୁର୍ ଶୀତଳ ଷଷ୍ଠୀ ଯାତ୍ରାରେ ଲୋକ ପରମ୍ପରା ଓ ଶାସ୍ତ୍ରିୟ ପରମ୍ପରା ର ସୁନ୍ଦର ମିଶ୍ରଣ ଘଟିଥାଏ। ବିବାହ ଉତ୍ସବ ରେ ଲୌକିକ ପରମ୍ପରା ର ପ୍ରଭାବ ଏତେ ବେଶୀ ଯେ ଶିବ ଓ ପାର୍ବତୀ ସାଧାରଣ ବର କନ୍ୟା ପାଲଟି ଯାନ୍ତି।

୬. ୪୦୦ ବର୍ଷ ତଳେ ଚୌହାଣ ରାଜା ଅଜିତ ସିଂ ଏହି ପରମ୍ପରା ଆରମ୍ଭ କରିଥିଲେ ବୋଲି କୁହାଯାଏ। ଶିବ ଓ ଶକ୍ତି ପରମ୍ପରା ସହ ଆଦିବାସୀ ପରମ୍ପରାକୁ ସମନ୍ବିତ କରିବା ଉଦ୍ଦେଶ୍ୟରେ ଏହି ଯାତ୍ରାରେ ସବୁ ବର୍ଗ ଓ ଗୋଷ୍ଠୀ ର ପ୍ରତିନିଧିତ୍ଵ ରହିଛି। ଜାତି, ଧର୍ମ ଓ ଲିଂଗଗତ ବୈଷମ୍ୟ ଏହି ଯାତ୍ରା ରେ ବିଲକୁଲ୍ ଦେଖିବାକୁ ମିଳେ ନାହିଁ।

୭. ଶୀତଳ ଷଷ୍ଠୀ ଯାତ୍ରାରେ ତୃତୀୟ ଲିଂଗ ବା କିନ୍ନର ମାନେ ଶହ ଶହ ସଂଖ୍ୟାରେ ଯୋଗଦାନ କରିଥାନ୍ତି। ପଶିମ ଓଡିଶାରେ ଏହି କିନ୍ନର ମାନଂକୁ ରଂଗ ବୋଲି କୁହା ଯାଇଥାଏ। ବର ଯାତ୍ରା ଓ ବିବାହ ପରବର୍ତ୍ତୀ ଶୋଭାଯାତ୍ରା ରେ କିନ୍ନର ମାନେ ଅଂଶ ଗ୍ରହଣ କରିଥାନ୍ତି।

୮. ଶୀତଳ ଷଷ୍ଠୀ ଯାତ୍ରାରେ ସାଧାରଣ ବିବାହ ଉତ୍ସବ ପରି ଥାଳ ଉଠା, ଦେବ ନିମନ୍ତ୍ରଣ, ଗୁଆ ଗୁଣ୍ଡା , ପତରପେଣ୍ଡି, ମଂଗନ, ଗଣଶନ, ବରଯାତ୍ରା, ହାତ ଗନ୍ଥୀ, କନ୍ୟା ଦାନ ଓ ବିଦାୟୀ ପରି ଲୌକିକ ଆଚାର ଦେଖିବାକୁ ମିଳେ। ସମ୍ବଲପୁର୍ ର ନନ୍ଦ ପଡା ଓ ଝାଡୁଆ ପଡା ସମେତ ଓଡିଶାର ପୁର ପଲ୍ଲୀ ରେ ଏହି ଯାତ୍ରା ଅନୁଷ୍ଠିତ ହୁଏ।

ଲିଂଗରାଜ ମନ୍ଦିର ଓ ପୁରୀ ଶ୍ରୀ ମନ୍ଦିର ରେ ମଧ୍ୟ ଶୀତଳ ଷଷ୍ଠୀ ଯାତ୍ରା ଆୟୋଜିତ ହୋଇଥାଏ।

୯. ଶୀତଳ ଷଷ୍ଠୀ ଯାତ୍ରା ର ଶୋଭା ଯାତ୍ରା ତଥା ସୁଦୃଶ୍ୟ ପରଭା ଦେଖିବାକୁ ଲୋକ ଭିଡ ଜମିଥାଏ। ଲୋକ ନୃତ୍ୟ, ଲୋକ କଳା ଓ ବ୍ୟାବସାୟିକ କଳା ର ଅପୂର୍ବ ସମନ୍ବୟ ଫଳରେ ଏହି ଶୋଭା ଯାତ୍ରା ଅନୁପମ ଦିଶେ।

୧୦. ସମ୍ପ୍ରତି ନୁଆ ଓ ପୁରୁଣା ପରମ୍ପରା ର ସଂଗମ ଭାବରେ ଶୀତଳ ଷଷ୍ଠୀ ଯାତ୍ରାକୁ ଏକ ସାଂସ୍କୃତିକ ମହା ସଂଗମ ବୋଲି ଆମେ କହି ପାରିବା।

 

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମନୋରଞ୍ଜନ Tagged With: ପରମ୍ପରା, ମନୋରଞ୍ଜନ, ଶୀତଳ ଷଷ୍ଠୀ

ହଳଧର ନାଗ, ନୀଳମାଧବ ପଣ୍ଡାଙ୍କୁ ମିଳିଲା ପଦ୍ମ ସମ୍ମାନ

March 28, 2016 by ନିଉଜ ଡେସ୍କ Leave a Comment

nilamadhabaଓଡିଶା ଡଟ କମ ସଂବାଦ ଦାତା

ନୂଆ ଦିଲ୍ଲୀ, ମାର୍ଚ ୨୮ (ଓଡିଶା ଡଟ କମ)  ଓଡିଶାର କବି ହଳଧର ନାଗ ଓ ପ୍ରସିଦ୍ଧ ଚଳଚିତ୍ର ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡାଙ୍କୁ ସୋମବାର ଏକ ଭବ୍ୟ ସମାରୋହରେ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ଠାରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି।

ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଉପରାଷ୍ଟ୍ରପତି  ହମିଦ ଆନସାରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ନଗର ଉନ୍ନୟନ, ଗୃହ ନିର୍ମାଣ ଓ ସହରାଂଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରୀ ଏମ.ଭେଙ୍କେୟା ନାଇଡୁ ପ୍ରମୂଖ ଉପସ୍ଥିତ ଥିଲେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମନୋରଞ୍ଜନ Tagged With: ପଦ୍ମ ପୁରସ୍କାର, ମନୋରଞ୍ଜନ

ଧଉଳୀ-କଳିଙ୍ଗ ମହୋତ୍ସବ: ନୃତ୍ୟ, ସଙ୍ଗୀତରେ ଦର୍ଶକ ବିଭୋର

February 7, 2016 by ନିଉଜ ଡେସ୍କ Leave a Comment

ଧଉଳୀ , ଫେବୃଆରୀ ୭ (ଓଡିଶା ଡଟ କମ) ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଓ ଆର୍ଟଭିଜନର ମିଳିତ ଉଦ୍ୟମରେ ଆୟୋଜିତ ୧୨ତମ ଧଉଳୀ କଳିଙ୍ଗ ମହୋତ୍ସବର ରବିବାର ଥିଲା ଦ୍ଵିତୀୟ ସଂଧ୍ୟା ରେ ଐତିହାସିକ ଧଉଳୀ ପାହାଡ଼ର ପାଦଦେଶରେ ଗୋଟୀପୁଅ ନୃତ୍ୟ, ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ସମିଶ୍ରଣ ସପ୍ତବର୍ଣ୍ଣା ସହିତ ସମରକଳା ନୃତ୍ୟ ସଙ୍ଗୀତରେ ଦର୍ଶକ ବିଭୋର ହୋଇଥିଲେ।


ଶହ ଶହ ଦର୍ଶକ ଉପସ୍ଥିତ ରହି ଶୀତୁଆ ସଂଧ୍ୟାରେ ଏହାକୁ ଉପଭୋଗ କରିଥିଲେ । ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ବୁଦ୍ଧଙ୍କ ବାଣୀରେ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର କୁନି କୁନି ପିଲାଙ୍କୁ ନେଇ ଗୋଟୀପୁଅ ନୃତ୍ୟ ପରେ ପରେ ଭାରତର ସୁପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ସମିଶ୍ରଣ ସପ୍ତବର୍ଣ୍ଣ ।

ଇନ୍ଦ୍ରଧନୁର ସାତଟି ରଙ୍ଗ ଇନ୍ଦ୍ରଧନୁର ସାତଟି ରଙ୍ଗ ଭଳି ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ସାତ ସ୍ବରକୁ ଗୋଟିଏ ଅଞ୍ଚରେ ପରିବେଷଣ କରିଥିଲେ ଶିଳ୍ପୀମାନେ ଯାହାର ପରିକଳ୍ପନା ଓ ପରିଚାଳନା କରିଥିଲେ ଗୁରୁ ଅରୁଣା ମହାନ୍ତି ।DSC_3167

 

 

ବିଭିନ୍ନ ନୃତ୍ୟ ଓ ସଙ୍ଗୀତ ମଧ୍ୟରେ ଥିଲା ପ୍ରୀତି ପଟେଲ ଓ ସାଥୀଙ୍କ ଦ୍ବାରା ମଣିପୁରି ନୃତ୍ୟ, ଅରୁଣା ମହାନ୍ତିଙ୍କ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ଶିଳ୍ପୀମାନଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ, ପରସ୍ବାନ୍ତ ଉପାଧ୍ୟାୟ ଓ ସାଥୀଙ୍କ ଦ୍ବାରା ଭାରତନାଟ୍ୟମ୍, ସନ୍ଦିପ ମଲ୍ଲୀକ ଓ ସାଥୀଙ୍କ ଦ୍ବାରା କଥକ ନୃତ୍ୟ, ଇମୋଚା ସିଂହ ଓ ସାଥୀଙ୍କ ଦ୍ବାରା ସମରକଳା ନୃତ୍ୟ ଥାଙ୍ଗ ତା, ମୋମ ଗାଙ୍ଗୁଲୀ ଓ ସାଥୀଙ୍କ ଦ୍ବାରା ମୋହିନୀଆଟମ୍ ଏବଂ ଗୁରୁ ରାମହରି ଦାସଙ୍କ ଦ୍ବାରା ଓଡ଼ିଶୀ ସଙ୍ଗୀତ ଓ ଗୁରୁ ଧନେସ୍ବର ସ୍ବାଇଁଙ୍କ ଦ୍ବାରା ମର୍ଦଳ ବାଦନ ।

ଏହି ସପ୍ତବର୍ଣ୍ଣ ନୃତ୍ୟକୁ ଦର୍ଶକ ମନୋଭରି ଉପଭୋଗ କରିଥିଲେ । ଶେଷରେ ସମରକଳା ନୃତ୍ୟ ପର୍ଯ୍ୟାୟରେ ମେଦିନାପୁରରୁ ଆସିଥିବା ସରାଭୁଜା ଡ଼୍ୟାନ୍ସ ଥ୍ୟାଟରର କଳାକାରଙ୍କ ଦ୍ବାରା ପଶ୍ଚିମ ବଙ୍ଗର ପ୍ରସିଦ୍ଧ ସମରକଳା ନୃତ୍ୟ ରାଇବେନ୍ସ ପରିବେଷଣ କରିଥିଲେ ।

ସଂଧ୍ୟାର ଅତିଥିମାନେ ଥିଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଡ଼. ପ୍ରୀୟମ୍ବଦା ମହାନ୍ତି ହେଜମାଦୀ, ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଡ଼.ସୁବାସ ପାଣି, ଉନ୍ନୟନ କମିଶନର ଶ୍ରୀଯୁକ୍ତ ଆର. ବାଲକ୍ରୀର୍ଷ୍ଣ, ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ଏସ୍.ପି.ଠାକୁର, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସମ୍ପାଦକ ଗୁରୁ ଅରୁଣା ମହାନ୍ତି ଏବଂ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଆର୍ଟା ଭିଜନର ସମ୍ପାଦକ ଗୁରୁ ଇଲିୟାନା ସିତାରିଷ୍ଟ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସିନ୍ଧୁ ବ୍ରାଉନ୍ ଓ ଇଂ ଶ୍ରୀନିବାସ ଘଟୁଆରୀ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମନୋରଞ୍ଜନ Tagged With: ଧଉଳି, ନୃତ୍ୟ, ମନୋରଞ୍ଜନ

ଚଳଚ୍ଚିତ୍ର କଳାକାରଙ୍କ ଗହଣରେ କିସ୍ ଛାତ୍ରଛାତ୍ରୀଙ୍କ ହୋଲି

March 10, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୦(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ସ୍ଥିତ କିସ୍ ପରିସରରେ ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ତାରକା, ସାହିତ୍ୟିକ, କଳାକାର, ବ୍ୟଙ୍ଗକାର, ବୁଦ୍ଧିଜୀବୀ, ସମାଲୋଚକଙ୍କ ଉପସ୍ଥିତିରେ ରଙ୍ଗର ପର୍ବ ହୋଲି ଧୁମ୍ଧାମ୍ରେ ପାଳିତ ହୋଇଯାଇଛି ।

ଗତ ଗୁରୁବାର ଅପରାହ୍ନରେ ଶ୍ରାବଣୀ କ୍ଷେତ୍ରରେ ଶ୍ରୀଜୀଉଙ୍କ ଠାରେ ଅବିର ଲାଗିବା ପରେ ଏହି ରଙ୍ଗ ସମସ୍ତଙ୍କୁ ବୋଳାଯାଇଥିଲା । ଛାତ୍ରଛାତ୍ରୀମାନେ ରଙ୍ଗଖେଳି ହୋଲିର ମଜା ନେଇଥିଲେ ।

ପାରମ୍ପରିକ ଭାବେ ସଜ୍ଜିତ ରାଧାକୃଷ୍ଣଙ୍କ ବେଶରେ ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅଭିନେତା ଓ କଳାକାରମାନେ ରଙ୍ଗ ବୋଳିଥିଲେ ।

ଏହି ଅବସରରେ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଗୀତିକାର ପ୍ରଫୁଲ୍ଲ କର, ମହାପ୍ରସା କର, ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଲିତ୍ ଓ ବିଦ୍ୟୁତ ପ୍ରଭା ପାଲିତ୍, ବେୁ ବୋଷ, କୁନା ତ୍ରିପାଠୀ, ଶ୍ରୀତମ ।ସ, ସବ୍ୟସାଚୀ ମିଶ୍ର ପ୍ରମୁଖ ଯୋଗ େଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଗୀତା ଗୋସାଇଁ, ଶ୍ରୀକାନ୍ତ ଗୌତମ, ପୁନମ୍ ମିଶ୍ର, ଚଣ୍ଡି ପରିଜା, ଅନୁ ଚୌଧୁରୀ, ଆକାଶ, ବନମାଳି ଦ।ଣ୍ଡିଆ, ରଜନୀ ରଞ୍ଜନ, ଚଳଚ୍ଚିତ୍ର ସମୀକ୍ଷକ ଦିଲ୍ଲୀପ ହାଲି,ଦିଲ୍ଲୀପ ଶ୍ରୀଚନ୍ଦନ, ଜୀବନକୃଷ୍ଣ ପାଢୀ, ଦେବୁ ବ୍ରହ୍ମା, ହାଡୁ, ଗୁଡୁ, ନିକି, ଆକାଂକ୍ଷା କବି, ଆରୟନ୍, ପ୍ରିୟାଂଶୀ, ଅଙ୍କିତ୍, ସ୍ୱରାଜ, ଶ୍ରେୟାମାଳିନୀ ପ୍ରମୁଖ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଓଡ଼ିଆ ଚଳଚ୍ଚିତ୍ର, ମନୋରଞ୍ଜନ, ହୋଲି

ଶୁଟିଂ ବେଳେ ଅଭିନେତ୍ରୀ ଅର୍ଚ୍ଚିତା ଆହତ

January 19, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୨୦(ଓଡ଼ିଶା ଡ଼ଟ୍ କମ୍) ଏକ ଓଡ଼ିଆ ଚଳଚ୍ଚିତ୍ରର ଶୁଟିଂ ବେଳେ ହାଇଦ୍ରାବାଦରେ ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚତା ଆହତ ହୋଇଛନ୍ତି ।

ରାମୋଜି ଫିଲ୍ମ ସିଟିରେ ଗୁରୁବାର “ଶପଥ” ଚଳଚ୍ଚିତ୍ରର ଶୁଟିଂ ଚାଲିଥିବା ବେଳେ ଏକ ଗୀତରେ ଶୁଟିଂ ହେଉଥିବା ବେଳେ ସେ ଭାରସାମ୍ୟ ହରାଇ ପ୍ରାୟ ୨୦ ଫୁଟ୍ ତଳକୁ ପଡ଼ିଯାଇଥିଲେ ।

ତାଙ୍କର ହାତ ଓ ଗୋଡ଼ରେ ଆଘାତ ଲାଗିଛି । ତାଙ୍କୁ ତୁରନ୍ତ ନିକଟସ୍ଥ ଡ଼ାକ୍ତରଖାନାକୁ ନିଆଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ନଥିଲେ ମଧ୍ୟ ତାଙ୍କୁ ଭୁବନେଶ୍ୱର ନେବା ପାଇଁ ବ୍ୟବସ୍ଥା କରାଯାଉଥିବା କୁହାଯାଇଛି ।

ଏହି ଘଟଣାପରେ ଶୁଟିଂ ବନ୍ଦ କରିିଆଯାଇଛି । ମ୍ୟାଗନମ୍ ମିଡ଼ିଆ ପ୍ରା.ଲି ବ୍ୟାନରେ ଅଶୋକ ପତିଙ୍କ ଦ୍ୱାରା ନିର୍ଦେଶୀତ ଏହି ଚଳଚ୍ଚିତ୍ରର ଶୁଟିଂ ଶେଷ ପର୍ଯ୍ୟାୟରେ ପହଂଚିଛି ।

ଏଥିରେ ଆକାଶ ଅଭିନେତା ଭୂମିକାରେ ଅଭିନୟ କରୁଥିବା ବେଳେ ମିହିର ଦ।ସ, ପିଣ୍ଟୁ ନନ୍ଦ,ମୀନକେତନ, ପ୍ରୀତିରାଜ, ଚୌଧୁରୀ ଜୟପ୍ରକାଶ ଦ।ସ ପ୍ରମୁଖ ଅଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମନୋରଞ୍ଜନ, ମୁଖ୍ୟ ଖବର Tagged With: eûùcûRò `òfà iòU, ମନୋରଞ୍ଜନ

ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ଅନ୍ତର୍ଜାତୀୟ ପୁରସ୍କାର

November 9, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍) ବଲିଉଡ଼ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଓଡ଼ିଆ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ଅନ୍ତର୍ଜାତୀୟ ପୁରସ୍କାର ମିଳିଛି ।

ନିର୍ବାଣ-୧୩ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଲସ୍ ଏନ୍ଜେଲସ୍ ମୁଭି ଆୱାର୍ଡ଼ ପକ୍ଷରୁ ତାଙ୍କୁ ଶ୍ରେଷ୍ଠ ସହ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି ।

ଜିତିନ୍ ରାୱତଙ୍କ ନିର୍ଦ୍ଦେଶିତ ତଥା ଲିଖିତ ନିର୍ବାଣ-୧୩ରେ ଜଣେ ନର୍ସ ଭୂମିକାରେ ଅଭିନୟ କରିଥିବା ଅନୁଙ୍କ ଏହା ହେଉଛି ପ୍ରଥମ ବଲିଉଡ଼ ଚଳଚ୍ଚିତ୍ର ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଓଡ଼ିଆ ଅଭିନେତ୍ରୀ, ବଲିଉଡ଼, ମନୋରଞ୍ଜନ, ମୁଭି ଆୱାର୍ଡ଼

ଜୀଅନ୍ତା ଭୂତକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର

August 11, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୧୦(ଓଡ଼ିଶା ଡ଼ଟ୍ କମ୍) ୨୦୦୮-୦୯ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଜୀଅନ୍ତା ଭୂତ ଏବଂ ସାତସୁରେ ବନ୍ଧା ଏ ଜୀବନକୁ ପୁରସ୍କୃତ କରାଯାଇଛି ।

ମଙ୍ଗଳବାର ରବୀନ୍ଦ୍ରମଣ୍ଡପରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ପୁରସ୍କାର ପ୍ରଦାନ କରିଛନ୍ତି ।

ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ଅଭିନେତା, ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ ପ୍ରଯୋଜକ ଆଦି ୨୨ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଛି ।

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଉଲ୍ଲେଖନୀୟ ଅବଦାନ ତଥା ଜୀବନ ବ୍ୟାପୀ ସାଧନା ନିମନ୍ତେ ୨୦୦୮ ପାଇଁ ବିଶିଷ୍ଟ ନିର୍ଦ୍ଦେଶକ ସାଧୁ ମେହେରଙ୍କୁ ଏବଂ ୨୦୦୯ ପାଇଁ ଅଭିନେତ୍ରୀ ମହାଶ୍ୱେତା ରାୟଙ୍କୁ ଜୟବେ ସମ୍ମାନ ପ୍ରଦାନ କରାଯାଇଛି ।

୨୦୦୮ ପାଇଁ ପୁରସ୍କାର ପାଇବା ନିମନ୍ତେ ୧୩ଟି ଚଳଚ୍ଚିତ୍ର ଆସିଥିବା ବେଳେ ୨୦୦୯ ପାଇଁ ୬ଟି ଚଳଚ୍ଚିତ୍ର ଆସିଥିଲା । ସେଥିରୁ ପୁରସ୍କାର ପାଇଁ ତାଲିକା ପ୍ରସ୍ତୁତ କରାଯାଇଥିଲା ।

୨୦୦୮ ପାଇଁ ଆକାଶ ଦାସନାୟକଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ରାଲି ନନ୍ଦଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନୀତ କରାଯାଇଥିବା ବେଳେ ୨୦୦୯ ପାଇଁ ଅନୁଭବ ମହାନ୍ତି ଏବଂ ଅର୍ଚ୍ଚିତାଙ୍କୁ ଯଥାକ୍ରମେ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ଭାବେ ସମ୍ମାନୀତ କରାଯାଇଛି ।

ଏଣିକି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ପାଇଁ ନିର୍ଦ୍ଦିଷ୍ଟଦିନ ଧାର୍ଯ୍ୟ କରାଯିବ ଏବଂ ଆସନ୍ତା ବର୍ଷ ଠାରୁ ଶ୍ରେଷ୍ଠ ଚଳଚ୍ଚିତ୍ରକୁ ବସନ୍ତ ନାୟକ ସମ୍ମାନରେ ସମ୍ମାନୀତ କରାଯିବ ବୋଲି ଉତ୍ସବରେ ଯୋଗ ଦେଇ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ମଙ୍ଗଳବାର ରବୀନ୍ଦ୍ରମଣ୍ଡପରେ ଆୟୋଜିତ ଉତ୍ସବ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜୀଅନ୍ତା ଭୂତ, ମନୋରଞ୍ଜନ, ମୁଖ୍ୟ ଖବର, ଶ୍ରେଷ୍ଠ ଚଳଚ୍ଚିତ୍ର

ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତକୁ ନେଇ ଜନସ୍ୱାର୍ଥ ମାମଲା

January 15, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

କଟକ, ଜାନୁୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ଶୁକ୍ରବାର ମୁକ୍ତିଲାଭ କରିଥିବା ଏକ ଓଡ଼ିଆ ଚଳଚ୍ଚିତ୍ରର ଆପତ୍ତିଜନକ   ସଙ୍ଗୀତକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର ହୋଇଛି ।

ଚଳଚ୍ଚିତ୍ର “ମୋଷ୍ଟ ୱାଣ୍ଟେଡ଼’ର “ବିଡ଼ି ଛାଡ଼୍ ସାଙ୍ଗ ଏବେ ସିଗାରେଟ୍ ଲଗା’ ଗୀତକୁ ନେଇ ଆଇନଜୀବୀ ନିଶିକାନ୍ତ ମିଶ୍ର ଏହି ମାମଲା ଦାଏର  କରିଛନ୍ତି ।

ଚଳଚ୍ଚିତ୍ରରୁ ଗୀତକୁ ବାଦ ଦେବା ପାଇଁ ସେ ଆବେଦନ କରିଛନ୍ତି । ଏହା ସହ ପ୍ରଯୋଜକ, ସଙ୍ଗୀତକାରଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଥିବା ବେଳେ ଆଠ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ।

ଅନୁଭବ ମହାନ୍ତି ଚଳଚ୍ଚିତ୍ରର ଅଭିନେତା ଭୂମିକାରେ ଅଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଓଡ଼ିଆ ଚଳଚ୍ଚିତ୍ର, ମନୋରଞ୍ଜନ, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ