• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମନ୍ତ୍ରୀମଣ୍ଡଳ

ମନ୍ତ୍ରୀମଣ୍ଡଳ ଅଦଳବଦଳ: ପ୍ରସନ୍ନଙ୍କୁ ଅର୍ଥ ଦାମଙ୍କୁ ସ୍ୱାସ୍ଥ୍ୟ ବିଭାଗ

August 2, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୨(ଓଡ଼ିଶା ଡ଼ଟ୍ କମ୍) ଗୁରୁବାର ରାଜ୍ୟ ମନ୍ତ୍ରୀମଣ୍ଡଳରେ ଅଦଳବଦଳ କରାଯାଇଥିବା ବେଳେ ନୂଆ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ ସହ କେତେକ ମନ୍ତ୍ରୀଙ୍କ ବିଭାଗରେ ଅଦଳବଦଳ କରାଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ ବିଭାଗ ଦାୟିତ୍ୱ ଦିଆଯାଇଥିବା ବେଳେ ଶପଥ ଗ୍ରହଣ କରିଥିବା ଦାମୋଦର ରାଉତଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, କଳ୍ପତରୁ ଦାସଙ୍କୁ ପଂଚାୟତିରାଜ ଓ ବିଜୟଶ୍ରୀ ରାଉତରାୟଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ଦାୟିତ୍ୱ ଦିଆଯାଇଛି ।

ମନ୍ତ୍ରୀଙ୍କ ବିଭାଗ
———-
ନବୀନ ପଟ୍ଟନାୟକ(ମୁଖ୍ୟମନ୍ତ୍ରୀ)ଗୃହ, ପୂର୍ତ ଓ ଜଳ ସଂପଦ, ସାଧାରଣ ପ୍ରଶାସନ
ପ୍ରସନ୍ନ ଆଚାର୍ଯ୍ୟ-ଅର୍ଥ, ସାଧାରଣ ଉଦ୍ୟୋଗ
ଦାମୋଦର ରାଉତ-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଏମ୍ଏସ୍ଏମ୍ଇ
ବିଜୟଶ୍ରୀ ରାଉତରାୟ-ଜଙ୍ଗଲ ଓ ପରିବେଶ, ଶ୍ରମ ଇଏସ୍ଆଇ
ରବିନାରାୟଣ ନନ୍ଦ-ସ୍କୁଲ ଓ ଗଣଶିକ୍ଷା
କଳ୍ପତରୁ ଦାସ-ପଂଚାୟତିରାଜ, ସଂସଦୀୟ ବ୍ୟାପାର
ଅରୁଣ ସାହୁ-ଶକ୍ତି ଓ ସୂଚନା ଲୋକସଂପର୍କ
ପ୍ରତାପ କେଶରୀ ଗୋ-ଖାଦ୍ୟ ଯୋଗଣ, ନିଯୁକ୍ତି, ବୈଷୟିକ ଶିକ୍ଷା ଓ ତାଲିମ
ରଜନୀକାନ୍ତ ସିଂହ- ଖଣି ଓ ଇସ୍ପାତ
ସରୋଜିନୀ ହେମ୍ବ୍ରମ୍- ହସ୍ତତନ୍ତ ଓ ବୟନଶିଳ୍ପ
ସୁବ୍ରତ ତରାଇ- ବାଣିଜ୍ୟ ଓ ପରିବହନ
ନିରଂଜନ ପୂଜାରୀ- ଶିଳ୍ପ, ଅବକାରୀ
ରଘୁନାଥ ମହାନ୍ତି- ଗୃହ ନିର୍ମାଣ ନଗର ଉନ୍ନୟନ, ଆଇନ ଓ ସୂଚନା ପ୍ରଯୁକ୍ତି
ସୂର୍ଯ୍ୟ ନାରାୟଣ ପାତ୍ର- ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ
ରମେଶ ମାଝୀ- କ୍ରୀଡ଼ା ଯୁବ ବ୍ୟାପାର, ବିଜ୍ଞାନ ଓ କାରିଗରୀ, ସାଧାରଣ ଅଭିଯୋଗ
ମହେଶ୍ୱର ମହାନ୍ତି- ସଂସ୍କୃତି ଓ ପର୍ଯ୍ୟଟନ, ଯୋଜନା ଓ ସମନ୍ୱୟ
ବିକ୍ରମ ଆରୁଖ- ଗ୍ରାମ୍ୟ ଉନ୍ନୟନ ଓ ସମବାୟ
ବେୀ ପ୍ରସା ମିଶ୍ର- କୃଷି ମତ୍ସ୍ୟ ଓ ପଶୁ ସଂପଦ
ଉଷା ଦେବୀ-ମହିଳା ଓ ଶିଶୁ ବିକାଶ
ଲାଲବିହାରୀ ହିମିରିକା- ଆଦିବାସୀ, ଅନୁସୂଚିତ ଜାତି ଓ ଜନଜାତି
ବଦ୍ରି ନାରାୟଣ ପାତ୍ର-ଉଚ୍ଚଶିକ୍ଷା

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମନ୍ତ୍ରୀମଣ୍ଡଳ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ମନ୍ତ୍ରୀମଣ୍ଡଳରୁ ଅର୍ଥମନ୍ତ୍ରୀଙ୍କ ସମେତ ୫ ମନ୍ତ୍ରୀଙ୍କ ଇସ୍ତଫା

August 2, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୨(ଓଡ଼ିଶା ଡ଼ଟ୍ କମ୍) ଗୁରୁବାର ବିଜେଡ଼ିର ବରିଷ୍ଠ ନେତା ତଥା ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇଙ୍କ ସମେତ ପାଞ୍ଚଜଣ ମନ୍ତ୍ରୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ।

ପର୍ଯ୍ୟଟନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରମ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ଶକ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତାପ ଜେନା ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ସେହିପରି ଶାସକ ଦଳ ମୁଖ୍ୟ ସଚେତକ ପଦରୁ ରବି ନାରାୟଣ ପାଣି ମଧ୍ୟ ଇସ୍ତଫା ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଅର୍ଥମନ୍ତ୍ରୀ, ମନ୍ତ୍ରୀମଣ୍ଡଳ

ମନ୍ତ୍ରୀ ସାରା ନାୟକ ମନ୍ତ୍ରୀମଣ୍ଡଳରୁ ବହିସ୍କୃତ

June 4, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁନ୍ ୪(ଓଡ଼ିଶା ଡ଼ଟ୍ କମ୍) ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ରାଜ୍ୟ ମନ୍ତ୍ରୀମଣ୍ଡଳରୁ ସାରା ନାୟକଙ୍କୁ ବହିସ୍କାର କରିଛନ୍ତି ।

ଏସଂପର୍କରେ ସେ ରାଜ୍ୟପାଳଙ୍କୁ ସୁପାରିଶ କରିଥିବା ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି । ସାରାଙ୍କ କାର୍ଯ୍ୟକଳାପ ବିଷୟରେ ଅବଗତ ଥିଲି ଏବଂ ଏହା ଛାୟା ଦୁର୍ନୀତି ଠାରୁ ଅଧିକ ଗୁରୁତର ବୋଲି ସେ କହିଛନ୍ତି ।

ସଚିବାଳୟରେ ଦଳର ବରିଷ୍ଠ ମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିବା ପରେ ନବୀନ ଏହି ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଗାଦିଚ୍ୟୁତ କରିବା ପାଇଁ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ବାସଭବନରେ ମଙ୍ଗଳବାର ହୋଇଥିବା ବିଧାୟକଙ୍କ ବୈଠକରେ ସାାରଙ୍କ ପ୍ରମୁଖ ଭୂମିକା ଥିବା ଦଳୀୟ ବିଧାୟକ ଓ କର୍ମୀମାନେ ଅଭିଯୋଗ କରିଥିଲେ ।

ପ୍ରଥମେ କଂଗ୍ରେସ ଦଳରେ ଥିବା ସାରା ନବୀନଙ୍କ ଦ୍ୱିତୀୟ ଶାସନରେ ବିଜେଡ଼ି ଯୋଗ ଦେଇ ଗତ ଦୁଇଟି ନିର୍ବାଚନରେ ରାଉରକେଲା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ପରେ ୨୦୦୯-୧୧ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ହୋଇଥିଲେ । ୨୦୧୧ରେ ବିଭାଗ ପରିବର୍ତନ ସମୟରେ ତାଙ୍କୁ ନଗର ଉନ୍ନୟନ ସହ ଅବକାରୀ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା ।

ଗତ ଶୁକ୍ରବାର ନବୀନ ମନ୍ତ୍ରୀଣ୍ଡଳରୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅଞ୍ଜଳି ବେହେରା ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ସଂଜୀବ ସାହୁଙ୍କୁ ବହିସ୍କାର କରିବା ସହ ବିଧାୟକ ପ୍ରଭାତ ବିଶ୍ୱାଳ, ବିଭୂତି ବଳବନ୍ତରାୟ ଏବଂ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କୁ ନିଲମ୍ବନ କରିଥିଲେ ।

ନଗର ଉନ୍ନୟନ ବିଭାଗ ମୁଖ୍ୟମନ୍ତ୍ରୀ ନିଜ ହାତରେ ରଖିଥିବା ବେଳେ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇଙ୍କୁ ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର, ରାଜନୀତି Tagged With: ମନ୍ତ୍ରୀମଣ୍ଡଳ, ମୁଖ୍ୟମନ୍ତ୍ରୀ

ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଖବରକୁ ନବୀନଙ୍କ ଅସ୍ୱୀକାର

April 30, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୩୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିବା ବେଳେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅସ୍ୱୀକାର କରିଛନ୍ତି ।

ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ଏବେ ଚିନ୍ତା କରାଯାଇ ନାହିଁ କିମ୍ବା ଏନେଇ ମୋର ଯୋଜନା ନାହିଁ । ସମୟ ଆସିଲେ ଆପଣମାନଙ୍କୁ ଜଣାଇ ଦିଆଯିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି ।

ପିପିଲି ଘଟଣାକୁ ନେଇ ମନ୍ତ୍ରୀମଣ୍ଡଳରୁ ପ୍ରଦୀପ ମହାରଥୀ ଓ ଔଷଧ ମଦ ମୃତ୍ୟୁକୁ ନେଇ ଅନଙ୍ଗ ଉଦୟ ସିଂହଦେଓ ଇସ୍ତଫା ଦେବାପରେ ଦୁଇଟି ମନ୍ତ୍ରୀ ପଦ ଖାଲି ପଡ଼ିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗଣମାଧ୍ୟମ, ମନ୍ତ୍ରୀମଣ୍ଡଳ, ମୁଖ୍ୟମନ୍ତ୍ରୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ