• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମହାବାତ୍ୟା

ମହାବାତ୍ୟା ଉପରେ ଫଟୋ ପ୍ରଦର୍ଶନୀ

October 29, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଅକ୍ଟୋବର ୩୦(ଓଡ଼ିଶା ଡ଼ଟ୍ କମ୍) ୧୯୯୯ରେ ହୋଇଥିବା ପ୍ରଳୟଙ୍କରୀ ମହାବାତ୍ୟାର ୧୨ ବର୍ଷ ପୂର୍ତୀ ଅବସରରେ କେନ୍ଦ୍ରାପଡ଼ାରେ ଏକ ଫଟୋ ପ୍ରଦର୍ଶନୀର ଆୟୋଜନ କରାଯାଇଛି ।

ବାତ୍ୟାରେ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହେବା ସହ ବହୁତ ଲୋକ ପ୍ରାଣ ହରାଇଥିଲେ । ପ୍ରାଣ ହରାଇଥିବା ଲୋକଙ୍କୁ ମନେପକାଇବା ଉଦ୍ଦେଶ୍ୟରେ ଜିଲ୍ଲା ନାଗରିକ ଫୋରମ ପକ୍ଷରୁ ଶନିବାରଏହି ପ୍ରର୍ଶନୀର ଆୟୋଜନ କରାଯାଇଥିବା ଫୋରମ ସଭାପତି ଅମର ବିଶ୍ୱାଳ କହିଛନ୍ତି ।

ପ୍ରଦର୍ଶନୀରେ ୪୪ଟି ଫଟୋ ପ୍ରଦର୍ଶୀତ ହୋଇଥିବା ବେଳେ ବହୁ ସଂଖ୍ୟାରେ ଦର୍ଶକ ସେଠାକୁ ଯାଇ ଏହା ଖେିଛନ୍ତି । ଏଥିରେ ଜିଲ୍ଲାରେ ହୋଇଥିବା ଉଦ୍ଧାର କାର୍ଯ୍ୟ, ରିଲିଫ ଏବଂ ଥଇଥାନ ସହ ସେ ସମୟର ବିଭିନ୍ନ ଫଟୋ ସ୍ଥାନିତ ହୋଇଛି । ଗାନ୍ଧୀବାଦି ନେତା ତଥା ସମାଜସେବୀ ଦ।ମୋଦର ମଲ୍ଲିକ ଏହାକୁ ଉ୍ଘାଟନ କରିଛନ୍ତିି ।

ସେହି ସମୟରେ ଉପକୂଳବର୍ତୀ ଅଞ୍ଚଳର ମହିଳାମାନେ ଯେଭଳି ଭାବେ ବାତ୍ୟାର ସମ୍ମୁଖିନ ହୋଇଥିଲେ ଏବଂ ବର୍ତମାନ କିଭଳି ସେମାନେ ପୁଣି ଏକ ନୂଆ ଜୀବନ ଅତିବାହିତ କରୁଛନ୍ତି ସେ ସଂପର୍କରେ ଏହି ପ୍ରଦର୍ଶନୀ ସୂଚାଇଛି ।

ବାତ୍ୟା ସମୟରେ ଘଟିଯାଇଥିବା ସମସ୍ତ ଘଟଣାବଳୀକୁ ଦର୍ଶାଇବା ସମ୍ଭବ ନୁହେଁ କିନ୍ତୁ ଫଟୋ ପ୍ରଦର୍ଶନୀ ଦ୍ୱାରାଲୋକମାନେ ସେହି ସମୟର ଘଟଣାକୁ ଜାଣିପାରିବେ ବୋଲି ଫୋରମ ଉପସଭାପତି ନୀଳାଦ୍ରୀ ତ୍ରିପାଠୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଫଟୋ ପ୍ରଦର୍ଶନୀ, ମହାବାତ୍ୟା, ମୁଖ୍ୟ ଖବର

ମହାବାତ୍ୟା ୧୨ ବର୍ଷ ପରର ଜୀବନ

October 29, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି/ ଅମରନାଥ ପରିଡ଼ା

କେନ୍ଦ୍ରାପଡ଼ା/ଜଗତସିଂହପୁର, ଅକ୍ଟୋବର ୨୯(ଓଡ଼ିଶା ଡ଼ଟ୍ କମ୍) ମହାବାତ୍ୟାର ୧୨ ବର୍ଷ ପରେ ମଧ୍ୟ ଉପକୂଳବର୍ତୀ  କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ଲୋକମାନଙ୍କ ମନରୁ ସେିନର ଭୟଙ୍କର ରୂପ ଲିଭି ନଥିବା ବେଳେ ବର୍ତ୍ତମାନ ବି ସେମାନେ ବଂଚିବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି ।

୧୯୯୯ ମସିହା ଅକ୍ଟୋବର ୨୯ରେ ରାଜ୍ୟରେ ହୋଇଥିବା ପ୍ରଳୟଙ୍କାରୀ ବାତ୍ୟାରେ ଏହିଦୁଇଟି ଜିଲ୍ଲା ବହୁଳ ଭାବରେ କ୍ଷତିଗ୍ରସ୍ତ ହୋଇଥିଲା । ଏହି ଜିଲ୍ଲାର ପ୍ରାୟ ବାର ହଜାରରୁ ଉଦ୍ଧ୍ୱର୍ ଲୋକ ପ୍ରାଣ ହରାଇଥିଲେ । ତେବେ ଏହି ବାର ବର୍ଷ ମଧ୍ୟରେ ଅଧିକ କ୍ଷତିଗ୍ରସ୍ତ ଏର୍ସମା ଅଞ୍ଚଳରେ ବର୍ତ୍ତମାନ ନୂଆ ଘର, ହୋଟେଲ, ବ୍ୟବସାୟିକ ପ୍ରତିଷ୍ଠାନ ଆି ଖୋଲିଯାଇଛି ।

ଦକ୍ଷିଣ କୋରିଆ କମ୍ପାନୀ ପୋସ୍କୋ ଏକ କାରଖାନା ପ୍ରତିଷ୍ଠା ପାଇଁ ଯୋଜନା କରିଛି । ଗତ ୧୨ ବର୍ଷ ମଧ୍ୟରେ ସଂପୃକ୍ତ ଅଞ୍ଚଳରେ ବହୁତ ପରିବର୍ତ୍ତନ ହୋଇଛି, ଏର୍ସମା ଅଞ୍ଚଳରେ ଜଣେ ଶିକ୍ଷକ ବସନ୍ତ ଜେନା କହିଛନ୍ତି ।

୧୯୯୯ ଅକ୍ଟୋବର ୨୯ ରାତିରେ ସମୁଦ୍ରକୂଳିଆ ଝଟିବରି ଗ୍ରାମର ସମୀର ମଣ୍ଡଳ ଖାଇବାକୁ ଯାଉଥିବା ବେଳେ ସମୁଦ୍ରର ଭୟଙ୍କର ଶବ୍ଦ ଶୁଣିବାକୁ ପାଇଥିଲେ । ପରେ ସେ ସେଠାକୁ ଯାଇ ଦେଖିଥିଲେ ଏବଂ ପରିବାର ସହ ଜୀବନ ବିକଳରେ ଦୌଡ଼ି ପଳାଇଥିଲେ ।

ତେବେ ସେ ତାଙ୍କର ବାପା, ମାଆ, ଭାଇ ଏବଂ ଭଉଣୀଙ୍କୁ ହରାଇଥିଲେ । ପରେ ପ୍ରଶାସନ ପକ୍ଷରୁ ସେ ତିନି
ଲକ୍ଷ ଟଙ୍କାର ସହାୟତା ପାଇଥିଲେ । ସେ ବର୍ତ୍ତମାନ ଗାଁରେ ଏକ ଧାନକଳ କରିଥିବା ବେଳେ ତିନି କୋଠରୀ ବିଶିଷ୍ଟ ଏକ ପକ୍କା ଘର ତିଆରି କରିଛନ୍ତି ।

ମହାବାତ୍ୟା ଲୋକଙ୍କ ମଧ୍ୟରେ ପରିବେଶ ପାଇଁ ଅଧିକ ସଚେତନତା ସୃଷ୍ଟି କରିଛି । ତେବେ ଝାଉଁବଣ ଥିବା ଅଞ୍ଚଳରେ ମହାବାତ୍ୟାର କୌଣସି ପ୍ରଭାବ ପଡ଼ିନଥିଲା । ତେଣୁ ଆମେ ବର୍ତ୍ତମାନ ଝାଉଁବଣର ସୁରକ୍ଷା କରୁଛୁ, ଏର୍ସମା ଅଞ୍ଚଳର ସବ୍ୟସାଚୀ ମହାକୁଡ଼ କହିଛନ୍ତି ।

ସେହିପରି ହିବର ଗ୍ରାମର ୨୧ ବର୍ଷ ବୟସ୍କ ସଂଜୟ ମଣ୍ଡଳ ତାଙ୍କ ପରିବାର ସହ ରହୁଥିବା ବେଳେ ମହାବାତ୍ୟା ତାଙ୍କ ଠାରୁ ମାଙ୍କୁ ଛଡ଼ାଇ ନେବା ସହ ଘର ଦ୍ୱରା ସବୁ ନଷ୍ଟ କରିଦେଇଥିଲା ।

“”ବେଳେବେଳେ ରାତିରେ ଶୋଇବା ସମୟରେ ମୁଁ ମା’ଙ୍କ କଥା ଭାବେ, ବର୍ତ୍ତମାନ ବି ଏହା ମତେ କଷ୍ଟ ଦିଏ କିନ୍ତୁ ବଂଚିବା ପାଇଁ ସଂଗ୍ରାମ ଜାରି ରଖିଛି” ସଂଜୟ କହିଛନ୍ତି ।

ମହାବାତ୍ୟା ପରେ ସଂପୃକ୍ତ ଅଞ୍ଚଳରେ ଶକ୍ତିଶାଳୀ ସମାଜ ଗଠନ ହୋଇପାରିଛି । ପୂର୍ବରୁ ଲୋକମାନେ ପରସ୍ପର ମଧ୍ୟ କ୍ୱଚିତ କଥାବାର୍ତ୍ତା ହେଉଥିଲେ କିନ୍ତୁ ବର୍ତ୍ତମାନ କେତେକ ଗ୍ରାମରେ ଲୋକମାନେ ଆଲୋଚନା କକ୍ଷ ତିଆରି କରିଛନ୍ତି ଓ ସେଠାରେ ଲୋକମାନେ ନିଜର ସମସ୍ୟା ସଂପର୍କରେ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି,ଜପ ଗ୍ରାମର ମାନସ ହଳଧର କହିଛନ୍ତି ।

“”ମହାବାତ୍ୟାରୁ ମୁଁ ବହୁତ କିଛି ଶିକ୍ଷାଲାଭ କରିଛି  । କେତେବେଳେ ଆମର ମୃତ୍ୟୁ ହେବ ଆମେ ଜାଣିନାହୁଁ କିନ୍ତୁ ଯେତେଦିନ ପର୍ଯ୍ୟନ୍ତ ବଞ୍ଚିଛୁ ସେତେିନ ପର୍ଯ୍ୟନ୍ତ ଶିକ୍ଷାଲାଭ କରିବା ଓ ସମାଜକୁ ଉନ୍ନତି ପଥରେ ନେବା” ମାନସ କହିଛନ୍ତି ।

ପ୍ରଭାବିତ ଅଞ୍ଚଳରେ ବର୍ତ୍ତମାନ ପୁନଃନିର୍ମାଣ ହୋଇଯାଇଛି, ଲୋକଙ୍କ ଜୀବନ ଜୀବୀକା ଫେରିଆସିଛି ଏବଂ କ୍ଷତିଗ୍ରସ୍ତ ଲୋକମାନେ ଉନ୍ନତି ପଥରେ ଅଗ୍ରସର ହେଉଛନ୍ତି, ଏର୍ସମା ବିଧାୟକ ପ୍ରଶାନ୍ତ ମୁୁଲି କହିଛନ୍ତି ।

ତେବେ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସତ୍ୱେ ଜଗତସିଂହପୁ ଜିଲ୍ଲାର ବାତ୍ୟା କ୍ଷତିଗ୍ରସ୍ତ ପରିବାର ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷତିପୂରଣ ପାଇପାରି ନାହାନ୍ତି ।

ପ୍ରାୟ ୧୮୫୦ କ୍ଷତିଗ୍ରସ୍ତ ପରିବାର କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ମିଳିବାକୁ ଥିବା କ୍ଷତିପୂରଣ ରାଶି ୫୦ ହଜାର ଟଙ୍କା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି ।

ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଜଗତସିଂହପୁର ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୭ କୋଟି ଟଙ୍କା ମିଳିଥିବା ବେଳେ ବର୍ତ୍ତମାନ ଏହି ପାଣ୍ଠିରୁ ଆହୁରି ସାତ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ସହାୟତା ରାଶି ମିଳିବାକୁ ଅଛି ।

ଏର୍ସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମର ଦେବରାଜ ବେଜ ମହାବାତ୍ୟାରେ ଦୁଇ ଭାଇଙ୍କୁ ହରାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ସହାୟତା ରାଶି ପାଇନାହାନ୍ତି । ତେଣୁ ସହାୟତା ରାଶି ପାଇବା ପାଇଁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦେବରାଜଙ୍କ ସମେତ ଅନ୍ୟ ତିନି ଜଣ ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଏହି ଗ୍ରାମର ଲୋକମାନେ ବର୍ତ୍ତମାନ ଅତି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି । ମହାବାତ୍ୟାରେ ଏହି ପଞ୍ଚାୟତର ୭୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୩୮ ଜଣ ସହାୟତା ରାଶି ପାଇଛନ୍ତି ।

ବାତ୍ୟାରେ ପତ୍ନୀଙ୍କ ମୃତ୍ୟୁ ପରେ ବହୁତ ଦୁଃଖରେ ଅଛନ୍ତି ୭୮ ବର୍ଷ ବୟସ୍କ ହାଡ଼ିବନ୍ଧୁ ପ୍ରଧାନ । ସେ ବର୍ତ୍ତମାନ ଚାଲି ପାରୁନାହାନ୍ତି କି ଛିଡ଼ା ମଧ୍ୟ ହୋଇପାରୁ ନାହାନ୍ତି, ଦ।ର୍ରି୍ୟ ଯୋଗୁଁ ସେ ମୃତ୍ୟୁ ଅପେକ୍ଷାରେ ଥିବା କହିଛନ୍ତି ।

ବାତ୍ୟା ପରେ ୬୯୮୫ ଜଣ ମୃତ ବ୍ୟକ୍ତିଙ୍କ ପରିବାର ତାଲିକା ପ୍ରଶାସନର ହସ୍ତଗତ ହୋଇଥିଲା ଏବଂ ସେମାନଙ୍କ ମଧ୍ୟରୁ ୫୪୦୦ ଜଣଙ୍କ ପରିବାରକୁ ୭୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିବା ସରକାରୀ ଭାବେ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କେନ୍ଦ୍ରାପଡ଼ା, ମହାବାତ୍ୟା, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ