• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମହାବୀର ପୀଠ

ତନ୍ତମୁଣ୍ଡିଆ ମହାବୀର ପୀଠରେ ଦଶ ଦିନ ବ୍ୟାପି କାର୍ଯ୍ୟକ୍ରମ

April 16, 2015 by ନିଉଜ ଡେସ୍କ Leave a Comment

ଖୋର୍ଦ୍ଧା, ଏପ୍ରିଲ ୧୬ ( ଓଡିଶା ଡଟ କମ) ଖୋର୍ଦ୍ଧା ଜିଲ୍ଲାର ଜରିପୁଟ ତନ୍ତମୁଣ୍ଡିଆସ୍ଥିତ ସଙ୍କଟ ମୋଚନ ମହାବୀର ଦେବଙ୍କ ପଞ୍ଚବିଂଶତମ ବାର୍ଷିକୋତ୍ସବ ଉପଲକ୍ଷେ ରଜତ ଜୟନ୍ତୀ ସମାରୋହର ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ତଥା ପ୍ରବଚନ ମହାଯଜ୍ଞ କାର୍ଯ୍ୟକ୍ରମ ନିଖିଳ ଉତ୍କଳ ମଠମନ୍ଦିରାଧିଶ ସେବାସଂଘର ସଭାପତି ସ୍ୱାମୀ ଡକ୍ଟର ଅରୂପାନନ୍ଦଙ୍କ ଅଧ୍ୟକ୍ଷତାରେ ବୁଧବାର ଉଦଘାଟିତ ହୋଇଯାଇଛି ।

5ମଳିପଡା ବଡ ମଠ ମହନ୍ତ ସ୍ୱାମୀ ଅନନ୍ତ ନାରାୟଣ ଦେବାଚାର୍ଯ୍ୟ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ସମୟରେ ଶୁଭଲକ୍ଷ୍ମୀ ରାଉତରାୟ ଆବାହନୀ ସଙ୍ଗୀତ ସହିତ ଗୀତାପାଠ କରିଥିଲେ ।

ଶ୍ରୀ ଶ୍ରୀ ସଙ୍କଟ ମୋଚନ ମହାବୀର ସେବାସଂଘର ସଭାପତି ତାଙ୍କ ସ୍ୱାଗତ ଭାଷଣରେ ଏହି ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମରେ ଜରିପୁଟ ସମେତ ପାଖ ପଡୋଶୀ ଗ୍ରାମବାସୀ ତଥା ପ୍ରଶାସନିକ ସ୍ତରରେ ସମସ୍ତଙ୍କର ସମ୍ପୂର୍ଣ୍ଣ ସହଯୋଗ ରହିଛି ବୋଲି କହିଥିଲେ ।

୨୦୧୩ ମସିହାଠାରୁ ଏହି ପ୍ରସିଦ୍ଧ ପୀଠକୁ ଓଡିଶା ସରକାର ଏକ ପର୍ଯ୍ୟଟନ କେନ୍ଦ୍ର ରୂପେ ସରକାରୀ ମାନ୍ୟତା ଦେଇଥିବାରୁ ରାଜ୍ୟ ସରକାରଙ୍କୁ ସେ ସାଧୁବାଦ ଜଣାଇଥିଲେ ।

ଅନୁଷ୍ଠାନର ସଂପାଦକ ଦୟାନିଧି ରାଉତରାୟ ତାଙ୍କ ସଂପାଦକୀୟ ବେଦବାଣୀ ପାଠ କରି କହିଲେ ୧୯୯୧ ମସିହାରେ ଭୁବନେଶ୍ୱର ଚିତ୍ରକୂଟ ମଠ ମହନ୍ତ ସ୍ୱର୍ଗତଃ ହରିଚରଣ ଦାସ ମହାରାଜ ଓ କଣାସ ମଠ ମହନ୍ତ ବିଶ୍ୱମ୍ବର ଦାସ ମହାରାଜଙ୍କ ସକ୍ରିୟ ସହଯୋଗରେ ଏହି ଅନୁଷ୍ଠାନ ଏକ କଳ୍ପବୃକ୍ଷ ସଦୃଶ ନିଜର କଳେବର ବୃଦ୍ଧି କରି ଆଜି ଏକ ବିଶାଳ ବୃକ୍ଷରେ ପରିଣତ ହୋଇ ପାରିଛି ।

ଆଗାମୀ ଦିନରେ ଏହି ପୀଠରେ ଏକ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ କରିବା ପାଇଁ ସେ ଉପସ୍ଥିତ ସମସ୍ତ ଅତିଥି ଏବଂ ଶୁଭେଚ୍ଛୁ ମାନଙ୍କର ସହଯୋଗ କାମନା କରିଥିଲେ ।

ଏହି ଅବସରରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନର ମୁଖପତ୍ର ‘ଶ୍ରୀରାମ’, ଏକ ଭଜନ ସିଡି ‘ଭକ୍ତି ଅର୍ଘ୍ୟ’ ଏବଂ ଅନୁଷ୍ଠାନର ୱେବସାଇଟ ‘ଜରିପୁଟ୍ହନୁମାନ୍ ଡଟ୍ କମ୍’ କୁ ଉନ୍ମୋଚନ କରିଥିଲେ ।

ଅଞ୍ଜନା ତନୟା ରାଉତରାୟଙ୍କ ସଂଯୋଜନାରେ ଅନୁଷ୍ଠାନର ପୂର୍ବତନ ସଭାପତି ଲକ୍ଷ୍ମୀଧର କରଙ୍କୁ ମୁଖ୍ୟ ଅତିଥି ‘ମହାବୀର ସମ୍ମାନ -୨୦୧୫’ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

ମୁଖ୍ୟବକ୍ତା ଭାବରେ ଓଡିଶା ବ୍ୟବସାୟୀ ମହାସଂଘର ରାଜ୍ୟ ସମ୍ପାଦକ ସୁଧାକର ପଣ୍ଡା ଯୋଗଦେଇ କଳୁଷିତ ସମାଜରେ ଏକ ସୁସ୍ଥ ଆଧ୍ୟାତ୍ମିକବାଦୀ ସମାଜ ଗଠନ କରିବା ଉଦେ୍ଧଶ୍ୟରେ ଏହି ଅନୁଷ୍ଠାନ ତରଫରୁ ହେଉଥିବା ଶ୍ରୀରାମ ଚରିତ ମାନସ, ପ୍ରବଚନ, ଯଜ୍ଞାଦି କାର୍ଯ୍ୟକ୍ରମ ସର୍ବାଗ୍ରେ ପ୍ରଶଂସନୀୟ ବୋଲି କହିଥିଲେ ।

ସମ୍ମାନୀତ ଅତିଥି ଭାବରେ ଖୋର୍ଦ୍ଧା ଓକିଲ ସଙ୍ଘର ସଭାପତି ଶକ୍ତି ଶଙ୍କର ମିଶ୍ର କହିଲେ ଏହି ପ୍ରାଚୀନ ପୀଠର ସର୍ବାଙ୍ଗୀନ ଉନ୍ନତି ଉଦେ୍ଧଶ୍ୟରେ ସରକାରଙ୍କ ସହଯୋଗ ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରୀ ରହିବ ।

ଦୀର୍ଘ ଦଶ ଦିନ ବ୍ୟାପି ହେବାକୁ ଥିବା ଏହି ରଜତ ଜୟନ୍ତୀ କାର୍ଯ୍ୟକ୍ରମର ମୂଖ୍ୟ ସଂଯୋଜକ ଭାବରେ ମହନ୍ତ ବିଶ୍ଵମ୍ବର ଦାସ ମହାରାଜ, ସହଯୋଗୀ ଭାବରେ ମହାମଣ୍ଡଳେଶ୍ୱର ମହନ୍ତ ସୁଦର୍ଶନ ଦାସ ମହାରାଜ, ପୁ୍ର୍ଣଚନ୍ଦ୍ର ଦାସ ମହାରାଜ ଓ ରଘୁନାଥ ଦାସ ମହାରାଜ, ଆଚାର୍ଯ୍ୟ ଭାବରେ ପଣ୍ଡିତ ସଚ୍ଚିଦାନନ୍ଦ ଖାଡଙ୍ଗା ଏବଂ ପୁରୋଧା ଭାବରେ ଅବକାଶ କର ରହିଛନ୍ତି ବୋଲି ଅନୁଷ୍ଠାନର କାର୍ଯ୍ୟକାରୀ ସଭ୍ୟ ଶିକ୍ଷାବିତ୍ ଡଃ ଧିରେନ୍ଦ୍ର ନନ୍ଦ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ସାଧୁସନ୍ଥ ଓ ଭକ୍ତମାନଙ୍କ ସହଯୋଗରେ ପ୍ରତ୍ୟେହ ଅଖଣ୍ଡ ହନୁମାନ ଚାଳିଶା ପାଠ, ମହାମନ୍ତ୍ର, ନାମ ସଂକୀର୍ତ୍ତନ ଓ ଭାଗବତ ପାଠ ସହିତ ସିଂହାର ଆଳତି, ବ୍ୟାସ ଓ ଧାରକ ମଣ୍ଡଳୀଙ୍କ ଦ୍ୱାରା ଶ୍ରୀରାମ ଚରିତ ମାନସ ପାଠ, ସୂର୍ଯ୍ୟପୂଜା, ଯଜ୍ଞଶାଳା ପୂଜା ଓ ମାନସ ଯଜ୍ଞ, ଯଜ୍ଞାହୂତି, ସଂଧ୍ୟା ଆଳତୀ, ଭଜନ ପରିବେଷଣ, ପ୍ରବଚନ ଏବଂ ଶେଷରେ ଶୟନ ଆଳତି ଅନୁଷ୍ଠିତ ହେବ ।

ନିର୍ମଳ ଚନ୍ଦ୍ର ଦାଶଙ୍କ ସଂଯୋଜନାରେ ପ୍ରତ୍ୟେହ ସଂଧ୍ୟା ୮ ଘଟିକାରୁ ହେବାକୁ ଥିବା ପ୍ରବବନ କାର୍ଯ୍ୟକ୍ରମରେ ବରେଣ୍ୟ ବକ୍ତା ଭାବରେ ମହନ୍ତ ସଦାନନ୍ଦ ଦାସ ମହାରାଜ, ସନ୍ଥ ଗୌତମ ଦାସ, କୌଳାସ ଚନ୍ଦ୍ର୍ର ପଣ୍ଡା, ନବୀନଜୀ, ଡଃ ପ୍ରଫୁଲ୍ଲ କୁମାର ମିଶ୍ର, କୃପାସିନ୍ଧୁ ମିଶ୍ର, କୌଳାସ ଚନ୍ଦ୍ର ତ୍ରିପାଠୀ, ଇଂ ମୃତ୍ୟୁଞ୍ଜୟ ଚୌଧୁରୀ, ଗୁରୁ ପ୍ରସାଦ ମହାପାତ୍ର ପ୍ରମୁଖ ସେମାନଙ୍କର ଆଶୀର୍ବଚନ ରଖିବା ପାଇଁ ସଦୟ ସମ୍ମତି ପ୍ରଦାନ କରିଛନ୍ତି ବୋଲି ଡଃ ନନ୍ଦ ଜଣାଇଛନ୍ତି ।

ଏହି ଉଦଘାଟନି ଦିବସରେ ସକାଳ ସମୟରେ ହନୁମାନ ଚାଳିଶା ପାଠ, ଅଙ୍କୁରାରୋପଣ କାର୍ଯ୍ୟକ୍ରମ ହୋଇଥିବାବେଳେ ଅପରାହ୍ନରେ ଜଳଯାତ୍ରା ବିଧାନ ଓ କଳସ ଶୋଭାଯାତ୍ରା ସହିତ ଶୁଭାଧିବାସ, ଘଟ ସ୍ଥାପନ, ଧ୍ୱଜ ଉତ୍ତୋଳନ ଓ ମାଲ୍ୟାର୍ପଣ ଆଦି କାର୍ଯ୍ୟକ୍ରମ କରାଯାଇଥିଲା ।

ଏହି ଅବସରରେ ଅନୁଷ୍ଠାନର ସାଂସ୍କୃତିକ ପରିଷଦର କଳାକାରମାନଙ୍କ ଦ୍ୱାରା ‘ମାନସ ଭଞ୍ଜନ’ ନାଟକ ସହିତ ବିଭିନ୍ନ ଭଜନ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସଭା ସମିତି Tagged With: ଖୋର୍ଦ୍ଧା, ମହାବୀର ପୀଠ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ