• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମାଓନେତା ସବ୍ୟସାଚୀ

ସବ୍ୟସାଚୀଙ୍କୁ ଧରିବାପାଇଁ ଅଭିଯାନ

November 17, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଗଜପତି,ନଭେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍)-ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଧରିବା ପାଇଁ ଚାଲିଛି ରାଜ୍ୟର ବଡ ସଂଗଠିତ ଅଭିଯାନ । ତିନୋଟି ଜିଲ୍ଲାର ସୀମା ସିଲ୍ କରି ଘେରି ରହିଛନ୍ତି ତିନିଶହରୁ ଅଧିକ ଜବାନ । ନଜର ରଖିଛି ହେଲିକ୍ୟାପ୍ଟର ।

ଗଜପତି ଜିଲ୍ଲା ମୋହନା ଏନ୍କାଉଣ୍ଟର ପରେ ମାଓ ଦମନ ପାଇଁ ସକ୍ରୀୟ ହୋଇଛି ପୋଲିସ । ପଣ୍ଡାଙ୍କୁ ଧରିବା ପାଇଁ ଜାଲ ବିଛାଯାଇଛି ।

ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ପୋଲିସ ଜଙ୍ଗଲ ଭିତରେ ଚଳାଇଛନ୍ତି ସର୍ଚ୍ଚ ଅପରେସନ । ଗତକାଲି ମାଓ ସଂଗଠନ ସହ ସଂପୃକ୍ତ ଥାଇ ବିଭିନ୍ନ କାରନାମାରେ ସଂପୃକ୍ତ ଥିବା ୬ଜଣ ମାଓବାଦୀଙ୍କୁ ଧରିବା ପାଇଁ ଗଜପତି ପୁଲିସ ପକ୍ଷରୁ ଫଟୋ ସଂଯୁକ୍ତ ପ୍ରାଚୀରପତ୍ର ମୋହନାର ବିଭିନ୍ନ ସ୍ଥାନରେ ଲଗା ଯାଇଥିଲା । ଆଜି ସବ୍ୟସାଚୀଙ୍କ ଫଟୋ ସଂଯୁକ୍ତ ପ୍ରାଚୀରପତ୍ର ଗଞ୍ଜାମ ଓ ଗଜପତିର ବିଭିନ୍ନ ସ୍ଥାନରେ ଲଟକାଇଛି ।

ଗତ ୧୪ ତାରିଖ ଏନ୍କାଉଣ୍ଟରେ ସବ୍ୟସାଚୀ ଆହତ ଖବର ପାଇଛି ପୋଲିସ । ଆହତ ଅବସ୍ଥାରେ ଜଙ୍ଗଲରେ ବେଶୀ ଦୁର ଯିବା ସମ୍ଭବ ହୋଇ ନଥିବାରୁ ସେ ଆଖପାଖ ଅଞ୍ଚଳରେ ଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି । ସେଥିପାଇଁ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତା ନେବା ସହ ପୋଷ୍ଟର ମାରିଛି ।

ଗଜପତି ସହ ଗଞ୍ଜାମ ଅଞ୍ଚଳର ସୀମାନ୍ତରେ ବଡ ଧରଣର ସର୍ଚ୍ଚ ଅପରେସନ ଚଳାଇଛି ପୋଲିସ । ଏଥିରେ ସାମିଲ ହୋଇଛନ୍ତି ସିଆରପିଏଫ,ଏସ୍ଓଜି ଓ ଡିଭିଏଫ୍ ଜବାନ । ଏହା ସହ ସୈନିକ ହେଲିକ୍ୟାପ୍ଟରକୁ ନିୟୋଜିତ କରାଯାଇଛି ।

ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜି ରାଧାକୃଷ୍ଣ ଶର୍ମା, ସିଆରପିଏଫ ଡିଆଇଜି ଜେ ପି କେ ରାୟ ମୋହନାରେ ପହଞ୍ଚିଛନ୍ତି । ଦୁଇ ବରିଷ୍ଠ ଅଧିକାରୀ ସହ ଗଞ୍ଜାମ, ଗଜପତି ଏସ୍ ପିଙ୍କ ନେତୃତ୍ୱରେ ଜାରି ରହିଛି କମ୍ବିଂ ।

ଗଜପତିରେ ରହି ଅପରେସନକୁ ନିରିକ୍ଷଣ କରୁଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ଓ ସିଆରପିଏଫ୍ ଡିଆଇଜି । ମୋହନା ଥାନାରେ ପହଞ୍ଚି ଏନ୍କାଉଣ୍ଟର ସମୟର ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ରକୁ ଦେଖିଥିଲେ ।

ଜବତ ଅସ୍ତ୍ରଶସ୍ତ୍ର ଭିତରେ ରହିଛି ୪ଟି ବନ୍ଧୁକ, ଇଟାଲିୟନ ପିସ୍ତଲ,୨୯ ରାଉଣ୍ଡ ଗୁଳି , ଶହେ କିଲୋରୁ ଅଧିକ ବିସ୍ପୋରକ ସାମଗ୍ରୀ ଓ ନକସଲ ପୋଷାକ, ପୁସ୍ତକ , ଔଷଧ ଆଦି ସାମଗ୍ରୀ । ମୋହନା ଏନ୍ କାଉଣ୍ଟରରେ ପ୍ରାଣ ହରାଇଥିବା ସମସ୍ତ ନକସଲଙ୍କ ପରିଚୟ ମିଳିଛି । ସମସ୍ତ ଶବକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ପୋଲିସ, ମାଓନେତା ସବ୍ୟସାଚୀ

ସବ୍ୟସାଚୀଙ୍କୁ ଧରିବା ପାଇଁ ପୁଲିସର ଅପରେସନ ଜୋରଦାର

November 15, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର,ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍)-ମାଓଦମନ ଅଭିଯାନରେ ଗଞ୍ଜାମ ଓ ଗଜପତି ପୁଲିସକୁ ବୁଧବାର ଦିନ ଏକ ବଡଧରଣର ସଫଳତା ମିଳିବାପରେ ଆଜି ଆହତ ମାଓନେତା ସବ୍ୟସାଚୀଙ୍କୁ ଧରିବା ପାଇଁ ପୁଲିସ ବାହିନୀ ପକ୍ଷରୁ ଜଙ୍ଗଲରେ କମ୍ବିଂ ଅପରେସନକୁ ଅଧିକ ଜୋରଦାର କରି ଦିଆଯାଇଛି ।

ମୁହାଁମୁହିଁ ସଂଘର୍ଷ ବେଳେ ଓଡିଶା ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା ସମେତ ତାଙ୍କ ଦଳର କେତେକ ବରିଷ୍ଠ ମାଓନେତା ଖସି ଚାଲି ଯାଇଥିଲେ । ଆହତ ସବ୍ୟସାଚୀ ଜଙ୍ଗଲ ଭିତରେ ଲୁଚି ରହିଥିବା ଏବଂ ସେ ବେଶିଦୂର ଯାଇପାରିନଥିବା ଜାଣିପାରି ଏସଓଜି ଏବଂ ଡିଭିଏଫ ବାହିନୀ ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ।

ଡିଆଇଜି ଓ ଦୁଇ ଜିଲାର ପୁଲିସ ଜିଲାର ଅଧିକ୍ଷକମାନେ ଜଙ୍ଗଲରେ ଫୋର୍ସ ସହ ପହଞ୍ଚି ଦୀର୍ଘସମୟ ଧରି ଖୋଜାଖୋଜି କରିବା ପରେ ମାଓବାଦୀମାନଙ୍କ ମୃତଦେହକୁ ଠାବ କରିବା ପରେ ମୋହନା ଡାକ୍ତରଖାନାକୁ ଆଣିଥିଲେ ।

ଆଜି ସେହି ମୃତଦେହ ଗୁଡିକୁ ମୋହନାରୁ ବ୍ରହ୍ମପୁର ଅଣାଯାଇଛି । ସେହିପରି ମାଓବାଦୀଙ୍କ ଗୁଳିରେ ଆହତ ହୋଇଥିବା ୨ଜଣ ଜବାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଛି ।

ସବ୍ୟସାଚୀଙ୍କ ପତ୍ନୀ ମିଲିପଣ୍ଡା ଏ ଘଟଣାନେଇ ପୋଲିସ ଡିଜିଙ୍କୁ ଭେଟିବାକୁ ଚାହିଁଛନ୍ତି । ସେ କହିଛନ୍ତି ଗାନ୍ଧୀବାଦି ନେତା ଏବଂ ଡିଜିଙ୍କୁ ସେ ପଚାରିବେ କାଲି ଯେଉଁ ଆକ୍ରମଣ ହୋଇଛି ତାହା କଣ ଶାନ୍ତିକଥା ପାଇଁ ଏକ ପ୍ରହସନ ଥିଲା କି ? ଛଳନା ଥିଲାକି ?

ମୋହନା ଥାନାଠାରୁ ୨୦ କିଲୋମିଟର ଦୂର ମଳାସପଦର ପଞ୍ଚାୟତ ଅନ୍ତର୍ଗତ ଭାଲିଆଗୁଡା ଗ୍ରାମ ନିକଟ ଜଙ୍ଗଲରେ ମାଓନେତା ସବ୍ୟସାଚୀ ପଣ୍ଡା ନିଜେ ଗଢିଥିବା ନୂତନ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ଏବଂ ପୁରୁଣା ସହଯୋଗୀମାନଙ୍କୁ ଏକାଠି କରିବା ପାଇଁ ଶିବିର ଆୟୋଜନ କରିଥିଲେ ।

ଗତକାଲି ରାତିରେ ଗଞ୍ଜାମ ଓ ଗଜପତି ଜିଲାର ବରିଷ୍ଠ ପୁଲିସ ପଦାଧିକାରୀ ସମେତ ଜିଲା ଭଲ୍ୟୁଣ୍ଟାରି ଫୋର୍ସ(ଡିଭିଏଫ) ଓ ଏସଓଜି ଜବାନମାନେ ମିଳିତ କମ୍ବିଂ ଆରମ୍ଭ କରିଥିଲେ ।

ସର୍ଚ୍ଚ ଅପରେସନ ବେଳେ ଭାଲିଆଗୁଡା ଗ୍ରାମ ନିକଟ ଜଙ୍ଗଲରେ ମାଓବାଦୀ ଏବଂ ପୁଲିସ ଫୋର୍ସ ମଧ୍ୟରେ ଘମାଘୋଟ ଲଢେଇ ଆରମ୍ଭ ହୋଇଥିଲା । ପ୍ରଥମେ ଲାଲବାହିନୀ ପକ୍ଷରୁ ଗୁଳି ବର୍ଷଣ ଆରମ୍ଭ ହୋଇଯାଇଥିଲା ।

ଏହାର ପାଲଟା ଜବାବ ପୁଲିସ ବାହିନୀ ପକ୍ଷରୁ ଦିଆଯାଇଥିଲା । ରାତି ତମାମ ଏନକାଉଣ୍ଟର ଚାଲିବା ପରେ ବୁଧବାର ସକାଳ ପ୍ରାୟ ସାଢେ ୧୦ଟା ବେଳେ ୫ଜଣ ମାଓବାଦୀ ପୁଲିସ ଗୁଳିରେ ପ୍ରାଣ ହରାଇଥିଲେ । ମାଓବାଦୀଙ୍କ ପାଲଟା ଗୁଳିରେ ୨ ଜଣ ଜବାନ ମଧ୍ୟ ଆହତ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କମ୍ବିଂ ଅପରେସନ, ପୋଲିସ, ମାଓନେତା ସବ୍ୟସାଚୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ