• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମାଓବାଦୀ

୨ମହିଳା ସମେତ ୫ ମାଓବାଦୀଙ୍କ ଆତ୍ମସମର୍ପଣ

November 7, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନାଗିରି ୭(ଓଡ଼ିଶା ଡ଼ଟ୍ କମ୍) -ମାଲକାନଗିରି ଜିଲା ସୀମାନ୍ତବର୍ତୀ ଛତିଶଗଡ଼ ବିଜାପୁରଠାରେ ୨ମହିଳା ସମେତ ୫ଜଣ ମାଓବାଦୀଏସପି ପ୍ରଶାନ୍ତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ତେବେ ମାଓ ସଂଗଠନର ବରିଷ୍ଠ ନେତାମାନେ କ୍ୟାଡର ନକ୍ସଲଙ୍କୁ ନିର୍ଯାତନା ଦେବାରୁ ସେମାନେ ସଂଗଠନ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା କହିଛନ୍ତି । ଓଡ଼ିଶା ଓ ଛତିଶଗଡ଼ର ବହୁ ନକ୍ସଲ ହିଂସାରେ ଏମାନେ ଜଡ଼ିତ ଥିବାବେଳେ ସୁକୁମା ଜିଲାପାଳ ଆଲେକ୍ସ ପୋଲ ମେନନ ଅପହରଣର ମୁଖ୍ୟ ଥିଲେ ।

ସେମାନେ ହେଲେ ପିପୁଲ୍ସ ଲିବେରେସନ ଗରିଲା ଆର୍ମି(ପିଏଲଜିଏ)ର କମାଣ୍ଡର ପୁନମ ସୋନି ଓ ସୁବାସ ମାଲାଭି, ପାକୁଲ ରାମା, ମୁନି ତାଟି ଓ ଚିଟି ତାଟି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆତ୍ମସମର୍ପଣ, ମାଓବାଦୀ, ମାଲକାନଗିରି

ବଲାଙ୍ଗୀର ଖପରାଖୋଲରେ ମାଓବାଦୀଙ୍କ ନୃଶଂସ କାଣ୍ଡ

November 4, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବଲାଙ୍ଗୀର,ନଭେମ୍ବର ୪ (ଓଡ଼ିଶା ଡ଼ଟ୍ କମ୍)–ବଲାଙ୍ଗୀର ଜିଲ୍ଲା ଖପରାଖୋଲ ବ୍ଲକ ରେଙ୍ଗାଲି ଗାଁରେ ଘରେ ପଶି ମାଓବାଦୀମାନୋ ପୋଲିସ ଇନ୍ଫର୍ମର ଓ ମଦ ବ୍ୟବସାୟ କରୁଥିବା ଅଭିଯୋଗରେ ମୁରଲୀ ମେହେରଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି ।

ଶନିବାର ରାତି ପ୍ରାୟ ୯ଟାରେ ମାଓବାଦୀମାନେ ମୁଲରୀଙ୍କ ଘରେ ପସି ମୁଣ୍ଡରେ ଗୁଳି ମାରିବା ପରେ ଦେହସାରା ଟାଙ୍ଗିଆରେ ହାଣି ଅତି ନୃଶଂସଭାବରେ ହତ୍ୟା କରିବାପରେ ପୋଷ୍ଟର ଛାଡି ଯାଇଛନ୍ତି ।

ଘଟଣାପରେ ଆଜି ସକାଳୁ ବଲାଙ୍ଗୀର, ନୂଆପଡା ସୀମାନ୍ତ ଫରୁଆ ମୁଣ୍ଡା ଗାଁ ଜଙ୍ଗଲରେ ପୋଲିସ କମ୍ବିଂ ଅପରେସନ ଚଳାଇଛି । ମୁହାଁମୁହିଁ ହେଲେ ପୋଲିସ ଏବଂ ମାଓବାଦୀ । ଦୀର୍ଘ ସମୟଧରି ଉଭୟପଟୁ ଗୁଳି ବିନିମୟ ହେଲା । ଶେଷରେ ପୋଲିସକୁ ଚକମା ଦେଇ ପଳାଇଗଲେ ମାଓବାଦୀ ।

ପୋଲିସ ଜଙ୍ଗଲ ଭିତରେ ଗୋଟିଏ ମାଓ କ୍ୟାମ୍ପକୁ ଠାବ କରିବା ସହିତ ଅନେକ ବିସ୍ପୋରକ ସହିତ ମାଓ ସାମଗ୍ରୀ ଜବତ କରିଛି ।

ଡିଆଇଜି ସଂଜୟ କୁମାର କହିଛନ୍ତି ଯେହେତୁ ସେ ମଦ ବିକ୍ରୀ କରୁଥିଲା ସେହି ରାଗରେ ମାଓବାଦୀମାନେ ତାକୁ ହତ୍ୟା କରିଛନ୍ତି । ସଂଘର୍ଷବେଳେ କିଛି ମାଓବାଦୀ ଆହତ ହୋଇଥାଇପାରନ୍ତି ବୋଲି ଆମେ ଆଶା କରୁଛୁ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କମ୍ବିଂ ଅପରେସନ, ପୋଲିସ, ବଲାଙ୍ଗୀର, ମାଓବାଦୀ

ମାଓ କମାଣ୍ଡର ରାଜୁ ଗିରଫ

September 27, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଗୁଣୁପୁର,ସେପ୍ଟେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) – ସିଆରପିଏଫ ଓ ରାୟଗଡା ପୁଲିସ ମିଳିତ କମ୍ବିଂ କରୁଥିବାବେଳେ ଗୁଡାରି ଓ ଚନ୍ଦ୍ରପୁର ସୀମାନ୍ତ ଗୁମ୍ମି ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓ କମାଣ୍ଡର ରାଜୁଙ୍କୁ ଗିରଫ କରିବା ସହ ତାଠାରୁ ଏକ ଟିଫିନ ବୋମା ଓ ଏସବିଏମଏଲ ବନ୍ଧୁକ ଜବତ କରିଥିବା ପୁଲିସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଗୁମ୍ମି ଗ୍ରାମ ନିକଟସ୍ଥ ଜଙ୍ଗଲରେ କିଛି ସମର୍ଥକଙ୍କୁ ଧରି ରାଜୁ ବୈଠକ କରୁଥିବାବେଳେ ପୁଲିସ ସେଠାରେ ଚଢ଼ଉ କରି ଶ୍ରୀ ବ୍ରେକବେଢାଙ୍କୁ ଧରିଥିବାବେଳେ ତାଙ୍କ ସହଯୋଗୀ ଖସି ପଳାଇଥିଲେ ।

ରାୟଗଡା ଓ ଗଜପତି ଜିଲାରେ ବିଭିନ୍ନ ମାଓ ହିଂସାରେ ଜଡିତ ରହିବା ସାଙ୍ଗକୁ ମାଓବାଦୀ ସଂଗଠନକୁ ବିଭିନ୍ନ ବିସ୍ଫୋରକ ସାମଗ୍ରୀ ଓ ଚାନ୍ଦା ଆଦାୟ କରି ପୁଲିସର ମୋଷ୍ଟ ୱାେ ଡ଼ ତାଲିକାରେ ଥିବା ବାଶଧାରା ଡିଭିଜନ କମାଣ୍ଡର ଶ୍ରୀନାଥ ବ୍ରେକବେଢା ଓରଫ ରାଜୁକୁ ଗିରଫ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କମ୍ବିଂ ଅପରେସନ, ମାଓବାଦୀ, ରାୟଗଡା ପୁଲିସ, ସାମ୍ବାଦିକ ସମ୍ମିଳନୀ, ସିଆରପିଏଫ

କନ୍ଧମାଳରେ ପୋଲିସଙ୍କୁ ଆଉ ଏକ ସଫଳତା

September 25, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଫୁଲବାଣୀ,ସେପ୍ଟେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) – କନ୍ଧମାଳରେ ମାଓବାଦୀଙ୍କ ବଡ଼ଧରଣର ବିସ୍ଫୋରଣ ଯୋଜନା ପଣ୍ଡ ହେବା ସହ ୩୪ ପ୍ରକାର ବିସ୍ଫୋରକ ଜବତ କରା ଯାଇଛି ବୋଲି ଜିଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଜବତ ହୋଇଥିବା ବିସ୍ଫୋରକ ମଧ୍ୟରେ ୨୦ କିଲୋଗ୍ରାମର ଗୋଟିଏ, ୧୦ କିଲୋଗ୍ରାମର ଗୋଟିଏ, ୫ କିଲୋଗ୍ରାମର ଗୋଟିଏ, ୨ କି.ଗ୍ରାର ୧୦ଟି ଏବଂ ୧ କି.ଗ୍ରାର ୬ଟି ବିସ୍ଫୋରକ ଜବତ କରାଯାଇଛି । ଏହି ସବୁ ଅତ୍ୟାଧୁନିକ ଯାନ୍ତ୍ରିକ ବିସ୍ଫୋରକ ସାମଗ୍ରୀ ଏବଂ ସମସ୍ତ ବିସ୍ଫୋରକ ପୃଥକପୃଥକ ଭାବେ ଷ୍ଟିଲ ବକ୍ସରେ ରଖାଯାଇଥିଲା ।

ସେହିପରି ସାବୁନ ଖୋଳ ବୋମା ୪୦୦ ଗ୍ରାମର ୮ଟି, ହେଣ୍ଡ ଗ୍ରେନେଡ଼, ଡିଟୋନେଟର ୨୦ଟି, ୧୦ ରିମ ବିଦ୍ୟୂତ ତାର ଏବଂ ଏକ ବଡ଼ ପଲିଥିନ ଜବତ କରାଯାଇଛି । ଜବତ ହୋଇଥିବା ଦୁଇ କି.ଗ୍ରାର ୧୦ଟି ବୋମା ମଧ୍ୟରେ କେବଳ ଏକମାତ୍ର ବୋମା ଏକ ମଧ୍ୟମ ଧରଣର ଗାଡ଼ି ଧ୍ୱଂସ କରି ଦେଇପାରିବ ବୋଲି କୁହାଯାଇଥିଲା ।

ଘଟଣାସ୍ଥଳରେ କିଛି ବିସ୍ଫୋରକ ସାମଗ୍ରୀକୁ ବୋମା ନିଷ୍କ୍ରିୟକାରୀ ଦଳ ନଷ୍ଟ କରି ଦେଇଛନ୍ତି । କନ୍ଧମାଳ ଜିଲା କୋଟଗଡ଼ ଅଞ୍ଚଳରେ କମ୍ବିଂ ଅପରେସନ ବେଳେ ଏହି ଦ୍ରବ୍ୟ ଜବତ ହୋଇଛି ।

କୋଟଗଡ଼ ଥାନା ଅନ୍ତର୍ଗତ ଶ୍ରୀରାମପୁର ଜଙ୍ଗଲ ମଧ୍ୟରେ ମାଓବାଦୀମାନେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସାଇତି ରଖି ହିଂସା ପାଇଁ ପ୍ରସ୍ତୁତ ହେଉଥିବା ନେଇ ଜିଲା ଆରକ୍ଷୀ ଅଧୀକ୍ଷକ ଜୟନାରାୟଣ ପଙ୍କଜ କୌଣସି ସୂତ୍ରରୁ ଖବର ପାଇଥିଲେ ।

ଏହାପରେ ଏସଓଜି ଏବଂ ଅଷ୍ଟମ ବାଟାଲିୟନ ଯବାନମାନେ ମାଓ କ୍ୟାମ୍ପ ସନ୍ଧାନରେ ବାହାରିଥିଲେ । ଶ୍ରୀରାମପୁର ଜଙ୍ଗଲ ମଧ୍ୟରେ ଥିବା ଏକ ଖାତରେ ଏକ ପଲିଥିନ ଘୋଡ଼ା ହୋଇ କିଛି ସାମଗ୍ରୀ ଥିବା ସେମାନଙ୍କ ନଜରରେ ପଡ଼ିଥିଲା । ପରେ ବୋମା ନିଷ୍କି୍ରୟକାରୀ ଦଳ ସହାୟତାରେ ସମସ୍ତ ବିସ୍ଫୋରକ ଜବତ କରାଯାଇଥିଲା ।

ଏହି ଆକଳନ ଅନୁଯାୟୀ ଜବତ ହୋଇଥିବା ସମସ୍ତ ବିସ୍ଫୋରକ କେତେ ଭୟଙ୍କର ହୋଇପାରିଥାନ୍ତା ତାହା ଅନୁମେୟ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ, କମ୍ବିଂ ଅପରେସନ, ପୋଲିସ, ମାଓବାଦୀ

ଭୟରେ ଇସ୍ତଫା ଦେଲେ ଗୃହରକ୍ଷୀ

August 28, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପାଇକମାଳ,ଅଗଷ୍ଟ ୨୮(ଓଡ଼ିଶା ଡ଼ଟ୍ କମ୍)-୧୫ଦିନ ମଧ୍ୟରେ ୪ ଜଣ ଗୃହରକ୍ଷୀ ଇସ୍ତଫା ଦେଇଥିବା ଜଣାଯାଇଛି । ୨ଜଣ ଗୃହରକ୍ଷୀ ଏବଂ ଜଣେ ଗ୍ରାମରକ୍ଷୀ ପାଇକମାଳ ଅଂଚଳରେ ଇସ୍ତଫା ଦେଇସାରିଲେଣି ।

ଗତ ୨୨ ତାରିଖରେ ମାଣ୍ଡୋସିଲ ପଞ୍ଚାୟତ ଅନ୍ତର୍ଗତ ଧାରୋଲ ଗ୍ରାମର ଗ୍ରାମରକ୍ଷୀ ରାଜିନ୍ଦ୍ର ବାଗ ଓ ଗତ ୨୪ ତାରିଖରେ ମାଣ୍ଡିଆଢିପା ପଞ୍ଚାୟତ ଅନ୍ତର୍ଗତ ଚୁହାପାଲି ଗ୍ରାମର ଗୃହରକ୍ଷୀ ସୁବାସଚନ୍ଦ୍ର ସାହୁ ଇସ୍ତଫା ଦେଇଥିଲେ ।

ମାଓବାଦୀ ଭୟରେ ପାଇକମାଳ ଥାନାରେ କାର୍ଯ୍ୟରତ ଗୃହରକ୍ଷୀ କିଶୋର ଚନ୍ଦ୍ର ଦୀପ (୩୨) ମଙ୍ଗଳବାର ଚାକିରିରୁ ଇସ୍ତଫା ଦେଇଥିବା ଜଣାପଡିଛି ।

ସେ ବରଗଡ ଏସପିଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ଗତ ୧୦ବର୍ଷ ହେଲା ସେ ହୋମଗାର୍ଡ ଭାବେ କାମ କରୁଥିଲେ ।

କିନ୍ତୁ ଗତ ୧୩ ତାରିଖରେ ପାଇକମାଳ ଥାନା ଅନ୍ତର୍ଗତ ଭୁଲିଆବନ୍ଧ ଗ୍ରାମର ଗୃହରକ୍ଷୀ ନାରାୟଣ ସୁନାଙ୍କ ହତ୍ୟା ଘଟଣାକୁ ନେଇ ଯେଉଁ ଚର୍ଚ୍ଚା ଏଠାରେ ଶୁଣିବାକୁ ମିଳୁଛି ସେଥିପାଇଁ ମୁଁ ଭୟରେ ଗୃହରକ୍ଷୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହେଉଛି ବୋଲି ସେ ପ୍ରକାଶ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପାଇକମାଳ ଥାନା, ମାଓବାଦୀ

ଲ୍ୟାଣ୍ଡମାଇନ ବିସ୍ପୋରଣରୁ ଅଳ୍ପକେ ରକ୍ଷା ପାଇଲେ ୬୦ ଯବାନ

August 24, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନଗିରି,ଅଗଷ୍ଟ ୨୪ (ଓଡ଼ିଶା ଡ଼ଟ୍ କମ୍)-ରାତିରେ କମ୍ବିଂ ସାରି ଯବାନମାନେ ଫେରୁଥିବା ବେଳ ଏକ ଭୟାନକ ଲ୍ୟାଣ୍ଡମାଇନ୍ ବିସ୍ପୋରଣରୁ ପ୍ରାୟ ୬୦ ଯବାନ ବର୍ତ୍ତିଯାଇଛନ୍ତି ।

ମାଲକାନାଗିରି ଜିଲ୍ଲାର କାଲିମେଳା ବ୍ଲକ ଅର୍ନ୍ତଗତ ଗମ୍ପାକୋଣ୍ଡା ପଂଚାୟତର ତୁଣ୍ଡୁକିମେଟଲା ନିକଟରେ ଏହି ଶକ୍ତିଶାଳୀ ଲ୍ୟାଣ୍ଡମାଇନ୍ ବିସ୍ପୋରଣ ଘଟିଥିଲା । ଏହି ବିସ୍ପୋରଣ ଯବାନମାନେ ଆସୁଥିବା ଯାନଠାରୁ ମାତ୍ର ୨୦ ମିଟର ଦୁରରେ ଘଟିଥିଲା । ମାଓବାଦୀଙ୍କ ଷଡଯନ୍ତ୍ର ବିଫଳ ହୋଇ ଯାଇଛି ବୋଲି କୁହାଯାଇଛି ।

ଏହି ଘଟଣାରେ ମାଓବାଦୀଙ୍କ ହାତଥିବା ଜଣାଯାଇଛି । ମାଲକାନାଗିରି ଏସ୍ ପି ଅଖିଳେଶ୍ୱର ସିଂ କହିଛନ୍ତି ଏହି ଘଟଣାରେ ଯବାନମାନଙ୍କ କୌଣସି କ୍ଷତି ଘଟି ନାହିଁ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କମ୍ବିଂ ଅପରେସନ, କାଲିମେଳା ବ୍ଲକ, ମାଓବାଦୀ, ମାଲକାନାଗିରି ଜିଲ୍ଲା, ଲ୍ୟାଣ୍ଡମାଇନ ବିସ୍ପୋରଣ

ସବ୍ୟସାଚୀଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର ପାଇଁ ଦାବି

August 13, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୧୩(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର କରିବା ସହ ତାଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ପତ୍ନୀ ଶୁଭଶ୍ରୀ ଦାସ ସୋମବାର ସରକାରଙ୍କ ନିକଟରେ ଦାବି କରିଛନ୍ତି ।

“ଗତ ଦୁଇ ବର୍ଷ ମଧ୍ୟରେ ସବ୍ୟସାଚୀ କୌଣସି ହିଂସାକାଣ୍ଡ କରିନାହାନ୍ତି । ସରକାର ତାଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର କରିବାକୁ ମୁଁ ନିବେଦନ କରୁଛି” ସିପିଆଇ ମାଓବାଦୀ ସଂଗଠନରୁ ସବ୍ୟସାଚୀ ବହିଷ୍କାର ହେବାର ତିନିଦିନ ପରେ ଶୁଭଶ୍ରୀ ଏକ ଘରୋଇ ଟିଭି ଚ୍ୟାନେଲକୁ କହିଛନ୍ତି ।

ତାଙ୍କ ପତିଙ୍କ ସଂପର୍କରେ କୌଣସି ନିଷ୍ପତି ନେବା ପାଇଁ ସରକାର ଏକ କମିଟି ଗଠନ କରି ଏଥିରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସାମିଲ କରନ୍ତୁ ବୋଲି ସେ କହିଛନ୍ତି ।

ତେବେ ଘଟଣା ସଂପର୍କରେ ପୋଲିସ ତୀକ୍ଷ୍ଣ ନଜର ରଖିଛି ବୋଲି ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମାଓବାଦୀ, ସବ୍ୟସାଚୀ

ବରଗଡ଼: ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର, ଲୋକେ ଆତଙ୍କିତ

July 27, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଜୁଲାଇ ୨୭(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲାର ପୁରୁଣା ବସଷ୍ଟାଣ୍ଡ, ସର୍ଗିଦାର ସମଲେଶ୍ୱରୀ ଢ଼ାବା, ବରତୁଣ୍ଡା ପ୍ରଭୃତି ଅଞ୍ଚଳରେ ମାଓବାଦୀଙ୍କ ପ୍ରଚାର ପତ୍ର ଦେଖିବାକୁ ମିଳିଥିବା ବେଳେ ଏହାକୁ ନେଇ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଛି ।

ଏହି ପ୍ରଚାର ପତ୍ର ମାଧ୍ୟମରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ସଂଗଠନର ମହାସମୁନ୍ଦ-ବଲାଙ୍ଗିର-ବରଗଡ଼ ଜୋନାଲ କମିଟି ପକ୍ଷରୁ ୨୫ ଜୁନକୁ କଳାଦିବସ ରୂପେ ପାଳନ କରିବା ସହ ୨୪ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଥିଲା ।

ଏଥିରେ ପ୍ରସ୍ତାବିତ ଏନ୍ସିଟିସି ଗଠନକୁ ବିରୋଧ କରାଯିବା ସହ, ଅପରେସନ ଗ୍ରୀନ ହଣ୍ଟ କୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା । ଯଦିଓ ଏହି ପ୍ରଚାର ପତ୍ର ଜୁନ ୨୫ ତାରିଖ ପାଇଁ ଉଦ୍ଧିଷ୍ଟ ଥିଲା ତଥାପି ଲୋକେ ଶୁକ୍ରବାର ଏହାକୁ ଦେଖି ଭୟଭୀତ ହୋଇ ପଡ଼ିଛନ୍ତି ।

ବିଗତ କିଛି ବର୍ଷ ହେଲା ବରଗଡ଼ ଜିଲ୍ଳାରେ ମାଓବାଦୀ ଗତିବିଧି ବୃଦ୍ଧି ପାଇଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ବରଗଡ଼, ମାଓବାଦୀ

ବ୍ରହ୍ମପୁର: ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

July 16, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ଜୁଲାଇ ୧୬(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ବିନାଲ ଗ୍ରାମର ଜଣେ ମହିଳା ମାଓବାଦୀ ଗଞ୍ଜାମ ପୋଲିସ ନିକଟରେ ସୋମବାର ଆତ୍ମସମର୍ପଣ କରିଛି ।

୨୦୦୯ରେ ସିପିଆଇ ମାଓବାଦୀ ସଂଗଠନରେ ସାମିଲ ହୋଇଥିବା ସବିତା ମଲ୍ଲିକ ଏସ୍ପିଙ୍କ ନିକଟରେ ଆତ୍ମସର୍ମପଣ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ସଂପୃକ୍ତ ମାଓବାଦୀ ମାଓକ୍ୟାମ୍ପରେ ଖାଦ୍ୟ ପ୍ରସ୍ତୁତି କରିବା ସହ ଅନ୍ୟାନ୍ୟ କାମ କରୁଥିବା ପୋଲିସ କହିଛି । ଜଣେ ସିଆର୍ ପିଏଫ୍ ଯବାନଙ୍କ ହତ୍ୟା ଘଟଣାରେ ସେ ସଂପୃକ୍ତ ଥିବା ପୋଲିସ କହିଛି ।

ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆତ୍ମସମର୍ପଣ କରିଥିବା ସେ ପୋଲିସ ନିକଟରେ କହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ବ୍ରହ୍ମପୁର, ମାଓବାଦୀ

ମାଲକାନଗିରି: ଦୁର୍ଦ୍ଧାନ୍ତ ମାଓବାଦୀର ଆତ୍ମସମର୍ପଣ

July 12, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନଗିରି,ଜୁଲାଇ ୧୨(ଓଡ଼ିଶା ଡ଼ଟ୍ କମ୍) ମାଲକାନଗିରି ଜିଲ୍ଲାରେ ଗୁରୁବାର ପୋଲିସ ନିକଟରେ ଜଣେ ଦୁର୍ଦ୍ଧାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛି ।

ରାଜ୍ୟବାହାର କ୍ୟାଡରଙ୍କ ଅତ୍ୟାଚାରରେ ଅତିଷ୍ଠ’ ହୋଇ ଆତ୍ମ ସମର୍ପଣ କରିଥିବା ପୋଲିସକୁ କହିଛି । ୩୦ ବର୍ଷ ବୟସ୍କ ବେଦ ପଡିଆମି ଗତ ତିନିବର୍ଷ ହେଲା କାଲିମେଳା-ମୋଟୁ ଳମ୍ ରେ କମାଣ୍ଡର ଭାବେ କାମ କରୁଥିଲା ।

ଜିଲ୍ଲା ପୋଲିସ ମୁଖ୍ୟ ଅନିରୁଦ୍ଧ ସିଂହଙ୍କ ନିକଟରେ ସେ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲହେବାକୁ ସ୍ଥିର କରିଥିବା କହିଛି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଥଇଥାନ ପାଇଁ ସରକାରକରିଥିବା ଘୋଷଣା ଅନୁସାରେ ତାକୁ ସହାୟତା ପ୍ରାଦାନ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମାଓବାଦୀ, ମାଲକାନଗିର

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Page 5
  • Interim pages omitted …
  • Page 18
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ