• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମାଓବାଦୀ

ପୂର୍ବତନ ୱାର୍ଡ଼ ମେମ୍ବରଙ୍କୁ ମାଓବାଦୀଙ୍କ ହତ୍ୟା

June 26, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କୋରାପୁଟ, ଜୁନ୍ ୨୬(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲା ବନ୍ଧୁଗାଁ ଅଞ୍ଚଳରେ ମାଓବାଦୀମାନେ ପୋଲିସ ଇନ୍ଫର୍ମର ସନ୍ଦେହରେ ଜଣେ ପୂର୍ବତନ ୱାର୍ଡ଼ ମେମ୍ବରଙ୍କୁ ହତ୍ୟା କରିଥିବା ପୋଲିସ ମଙ୍ଗଳବାର କହିଛି ।

ସଶସ୍ତ୍ର ମାଓବାଦୀମାନେ ଗତକାଲି ରାତିରେ ଗୁମୁଡ଼ାପୁଟ ଗ୍ରାମର ପିଡ଼ିକା ସର୍ବୋଙ୍କୁ ଘରୁ ଡ଼ାକିନେଇ ହତ୍ୟା କରିଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ହତ୍ୟା ପରେ ମାଓବାଦୀମାନେ ସର୍ବୋଙ୍କୁ ଗାଁ ମୁଣ୍ଡରେ ପକାଇ ଦେଇ ଘଞ୍ଚ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିବା ବେଳେ ଗ୍ରାମବାସୀମାନେ ଏହାଦେଖି ପୋଲିସକୁ ଖବର ଦେଇଥିବା ସେ କହିଛନ୍ତି ।

ସଂପୃକ୍ତ ଅଂଚଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ସଂପର୍କରେ ୫୫ ବର୍ଷ ବୟସ୍କ ପିଡ଼ିକା ପୋଲିସକୁ ସୂଚନା ଦେଉଥିବା ସନ୍ଦେହକରି ସେମାନେ ତାଙ୍କୁ ହତ୍ୟା କରିଥିବା ପୋଲିସ କହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କୋରାପୁଟ, ମାଓବାଦୀ

ଗୁଳି ବିନିମୟରେ ମହିଳା ମାଓବାଦୀ ମୃତ,କ୍ୟାମ୍ପ ଧ୍ୱଂସ

June 18, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ଜୁନ୍ ୧୮(ଓଡ଼ିଶା ଡ଼ଟ୍ କମ୍) ସୁନ୍ଦରଗଡ଼ ଜିଲ୍ଲା ଲଙ୍ଗଳକଣ୍ଟା ଅଞ୍ଚଳରେ ସୋମବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ହୋଇଥିବା ପୋଲିସ କହିଛି ।

ମାଓବାଦୀମାନେ ଅଘଟଣ ଘଟାଇବା ଯୋଜନା ସଂର୍ପକରେ ସୂଚନା ପାଇ ସକାଳେ ସିଆର୍ପିଏଫ୍, ଏସ୍ଓଜି, ଡିଭିଏଫ୍ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା ।

ଏହି ସମୟରେ ଏକ ମାଓ କ୍ୟାମ୍ପର ସନ୍ଧାନ ମିଳିଥିଲା ଏବଂ ମିଳିତ ବାହିନୀ ପକ୍ଷରୁ ଚଢାଉ କରାଯାଇଥିଲା । ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ ।

ପରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ଚାଲିଥିଲା । ଗୁଳି ବିନିମୟରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଖସି ପଳାଇଥିଲେ

ସେଠାରେ ଥିବା ଏକ ମାଓ କ୍ୟାମ୍ପକୁ ପୋଲିସ ଧ୍ୱଂସ କରିଥିବା ବେଳେ ଉକ୍ତ କ୍ୟାମ୍ପରୁ ବିପୁଳ ପରିମାଣର ମାରଣାସ୍ତ୍ର, ମାଓବାଦୀ ବ୍ୟବହାର କରୁଥିବା ବିଭିନ୍ନ ଜିନିଷ ଜବତ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମାଓବାଦୀ, ରାଉରକେଲା

କୋରାପୁଟ: ପୋଲିସ ମାଓବାଦୀ ଗୁଳି ବିନିମୟ, ୪ ଗିରଫ

June 15, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କୋରାପୁଟ, ଜୁନ୍ ୧୫(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଏକ ଜଙ୍ଗଲରେ ଶୁକ୍ରବାର ଏସ୍ଓଜି ଯବାନ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଯବାନମାନେ ୪ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି ।

ଏସ୍ଓଜି ଯବାନମାନେ ଚିନାକାମରା ଜଙ୍ଗଲରେ କୁମ୍ବିଂ ଅପରେସନ ଚଳାଇଥିବା ବେଳେ ଏକ କୁଡ଼ିଆ ଘରେ କେତେକ ମାଓବାଦୀ ଲୁଚି ରହିଥିଲେ । ଏହି ସମୟରେ ଯବାନମାନେ ସେଠାରେ ଚଢାଉ କରି ଏମାନଙ୍କୁ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଗିରଫ ମାଓବାଦୀଙ୍କ ଠାରୁ ତିନୋଟି ବନ୍ଧୁକ, ଗୋଟିଏ ବୋମା ଓ ବହୁ ମାଓ ପ୍ରଚାରପତ୍ର ଜବତ କରିଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କୋରାପୁଟ, ମାଓବାଦୀ

ଅଜିତ ବର୍ଦ୍ଧନଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ମାଓବାଦୀ ଗିରଫ

June 14, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ଜୁନ୍ ୧୪(ଓଡ଼ିଶା ଡ଼ଟ୍ କମ୍) ପୋଲିସ ଏସ୍ଆଇ ଅଜିତ ବର୍ଦ୍ଧନଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ଦୁଇ ଜଣ ମାଓବାଦୀଙ୍କୁ ଗୁରୁବାର ରାଉରକେଲାରୁ ଗିରଫ କରିଥିବା ପୋଲିସ କହିଛି ।

ଉଭୟେ କୌଣସି ହିଂକାକାଣ୍ଡ ଘଟାଇବା ପାଇଁ ଯୋଜନା କରୁଥିବା ସଂପର୍କରେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରି ସେମାନଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଏବଂ ଗୁଳି ଜବତ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଗିରଫ ମାଓବାଦୀମାନେ ହେଲେ ଝାଡ଼ଖଣ୍ଡର ସୁଧୀର ଭୁୟାଁ ଓ ହାିଲ ହାରେ । ଏମାନେ ସରଣ୍ଡା ଜଙ୍ଗଲରେ ସକ୍ରିୟ ଥିବା ବେଳେ ହତ୍ୟା, ବ୍ୟାଙ୍କ ଡ଼କାୟତି ଆଦି ବିଭିନ୍ନ ହିଂସାକାଣ୍ଡରେ ସଂପୃକ୍ତ ଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପୋଲିସ ଏସ୍ଆଇ, ମାଓବାଦୀ, ରାଉରକେଲା

ପୋଲିସ ଇନ୍ଫର୍ମର ସନ୍ଦେହରେ ଆଦିବାସୀ ଯୁବକଙ୍କୁ ହତ୍ୟା

June 12, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନାରାୟଣପାଟଣା, ଜୁନ୍ ୧୨(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଞ୍ଚଳରେ ମାଓବାଦୀମାନେ ପୋଲିସ ଇନ୍ଫର୍ମର ସନ୍ଦେହରେ ଜଣେ ଆଦିବାସୀ ଯୁବକଙ୍କୁ ହତ୍ୟା କରିଥିବା ପୋଲିସ ମଙ୍ଗଳବାର କହିଛି ।

ଓଡ଼ିଆପେଣ୍ଠ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ସେମାନେ ୩୦ ବର୍ଷ ବୟସ୍କ ଶୁଭ୍ର ହୁଇକା ନାମକଦିନ ମଜୁରୀଆଙ୍କୁ ହତ୍ୟା କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଘଟଣାସ୍ଥଳରୁ ମାଓବାଦୀଙ୍କ ହାତ ଲେଖା ଚିଠି ଉଦ୍ଧାର କରାଯାଇଥିବା ବେଳେ ହୁଇକା ପୋଲିସ ଇନ୍ଫର୍ମର ଭାବେ କାର୍ଯ୍ୟ କରୁଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଏଥିରେ ଉଲ୍ଲେଖ କରାଯାଇଛି ବୋଲି ସେ କହିଛନ୍ତି ।

ଏହି ଘଟଣା ପରେ ସଂପୃକ୍ତ ଅଂଚଳରେ କୁମ୍ବିଂ ଅପରେଶନ ଜାରି ରହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆଦିବାସୀ, କୁମ୍ବିଂ ଅପରେଶନ, ନାରାୟଣପାଟଣା, ମାଓବାଦୀ

ଜୟରାମଙ୍କ ଗସ୍ତ ପୂର୍ବରୁ ଗୁଳି ବିନିମୟ, ଯବାନ ଆହତ

May 27, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନଗିରି, ମଇ ୨୭(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଜୟରାମ ରମେଶଙ୍କ ମାଲକାନଗିରି ଗସ୍ତ ପୂର୍ବରୁ ରବିବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ତିନି ଜଣ ଯବାନ ଆହତ ହୋଇଛନ୍ତି ।

ଏହା ସହ ମାଓବାଦୀମାନେ ଜଙ୍ଗଲ ମଧ୍ୟରେ କ୍ଲେମର ମାଇନ୍ ବିସ୍ଫୋରଣ କରିଛନ୍ତି । ଆହତ ଯବାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଆହତ ଯବାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଅନ୍ୟଦୁଇ ଜଣଙ୍କୁ କାଲିମେଳା ଚିକିତ୍ସାଳୟରେ ଭର୍ତି କରାଯାଇଛି ।

ଯବାନ ମାନେ କୁମ୍ବିଂ ଅପରେସନ ସାରି ଫେରୁଥିବା ସମୟରେ କାନାଗୁଡ଼ା ଓ କାଲିମେଳା ଘଞ୍ଚ ଜଙ୍ଗଲରେ ମାଓବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହି ଘଟଣା ପରେ ରମେଶଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ରମେଶ ସୋମବାର ସକାଳ ୯ଟାରେ ହେଲିକ୍ୟାପ୍ଟରରେ ମାଲକାନଗିରିରେ ପହଞ୍ଚିବା ପରେ ଶିଖପାଲୀ ଯାତ୍ରା କରିବେ । ସେଠାରେ ସେ ଏକ ଆବାସିକ ବିଦ୍ୟାଳୟର ଗୃହ ଉ୍ଘାଟନ କରିବେ ଓ ବିଚ୍ଛିନ୍ନାଞ୍ଚଳ ଗସ୍ତକରି ଏକ ମାର୍କେଟ କମ୍ପ୍ଲେକ୍ସ ଉ୍ଘାଟନ କରିବେ ।

ପରେ ଦିନ ୧୧ ଟାରେ ସେ ମାଲକାନଗିରି ଫେରିଆସି କେନ୍ଦ୍ରୀୟ ବିଦ୍ୟାଳୟରେ ଏକ ସଭାରେ ଯୋଗଦେବେ ଏବଂ ମାଲକାନଗିରିରେ ରାତ୍ରିଯାପନ କରି ମଙ୍ଗଳବାର ଛତିଶଗଡ଼ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଜୟରାମ, ମାଓବାଦୀ, ମାଲକାନଗିରି

ଦୁଇ ମହିଳା ମାଓବାଦୀ ସହ ଚାରି ଜଣଙ୍କ ଆତ୍ମସମର୍ପଣ

May 25, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର, ମଇ ୨୫(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲାରେ ଶୁକ୍ରବାର ଦୁଇ ମହିଳା ମାଓବାଦୀଙ୍କ ସହ ଚାରି ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ପୋଲିସ କହିଛି ।

ପଶ୍ଚିମାଞ୍ଚଳ ଡ଼ିଆଇଜି ଯଶବନ୍ତ ଜେଠୱାଙ୍କ ନିକଟରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଥିବା ଜଣେ ଅଧିକାରୀ କହିଛନ୍ତି । କଳିଙ୍ଗନଗର ଡିଭିଜନର ସଂପୃକ୍ତ ମହିଳା ମାଓବାଦୀ ବନ୍ଧୁକ ଓ ଗୁଳି ସହ ଆତ୍ମସମର୍ପଣ କରିଥିବା ସେ କହିଛନ୍ତି ।

ଏହି ମାଓବାଦୀମାନେ ହେଲେ ଦୈତାରି ଥାନା ରେବଣା ଗ୍ରାମର ସମ୍ବାରି ମୁଣ୍ଡା, ଘସିପୁରା ଥାନା ଅସନବାହାଳି ଗ୍ରାମର ରମ୍ବାତି ହେମ୍ବ୍ରମ, ତେଲକୋଇ ଥାନା ପଙ୍ଗା ଗ୍ରାମର ଆଇବାନ ଟିଉ ଓରଫ ମୁନା ଓ ଟୁଙ୍ଗୁରୁବାହାଳ ଗ୍ରାମର ସିଂ ଓରଫ ଧରଣୀ ।

ସମ୍ବାରି ୨୦୦୮ରୁ ମାଓ ସଂଗଠନରେ ସାମିଲ ହୋଇ କାର୍ଯ୍ୟ କରିଆସୁଥିବା ବେଳେ ରମ୍ବାତି ୩ ବର୍ଷ
ଓ ଆଇବାନ ଏବଂ ଧରଣୀ ୨ ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ ।

ସମ୍ବାରି ଶିମିଳିପାଳ ଫରେଷ୍ଟ ବିଟ୍ ଆକ୍ରମଣ ଓ ପୋଲିସ ଉପରେ ଚଢ଼ଉ, ସୁନାରାମ ହେମ୍ବ୍ରମ ଆକ୍ରମଣ ଓ ସାଲକୁ ହେମ୍ବ୍ରମ ହତ୍ୟାକାଣ୍ଡ ପରି ଘଟଣାରେ ଜଡିତ ଥିବା ଆତ୍ମସମର୍ପଣ ବେଳେ ପୋଲିସ ନିକଟରେ କହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କେନ୍ଦୁଝର, ମାଓବାଦୀ

ଜେଲ୍ ରେ ଥିବା ଆଦିବାସୀଙ୍କୁ ଖଲାସ କର: ଜୟରାମ

May 23, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୪(ଓଡ଼ିଶା ଡ଼ଟ୍ କମ୍) ବିନା କାରଣରେ ରାଜ୍ୟର ବିଭିନ୍ନ ଜେଲରେ ଥିବା ଆଦିବାସୀଙ୍କୁ ତୁରନ୍ତ ଖଲାସ କରିବାକୁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଜୟରାମ ରମେଶ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

ନିକଟରେ ଓଡ଼ିଶା ଗସ୍ତ ସମୟରେ ସେ ଅନେକ ମାଓ ଉପ୍ରୁତ ଅଂଚଳ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ସେ ସରକାରୀ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।

ତେବେ କୌଣସି କାରଣ ନଥାଇ ଆଦିବାସୀମାନେ ଜେଲରେ ଥିବା ଜାଣିବାକୁ ପାଇଛନ୍ତି ବୋଲି ରମେଶ ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଦ୍ୱାରା ଜଣାଇଛନ୍ତି । ସେମାନେ ଜେଲରୁ ତୁରନ୍ତ ମୁକ୍ତ ହେବା ଉଚିତ୍ ବୋଲି ସେ ଦର୍ଶାଇଛନ୍ତି ।

ଏ ବିଷୟରେ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପୋଲିସ ଅଧିକାରୀଙ୍କ ଠାରୁ ମଧ୍ୟ ଜାଣିବାକୁ ପାଇଛନ୍ତି । ଯେଉଁ ନୀରିହ ଆଦିବାସୀମାନେ ଛୋଟ ଘଟଣାରେ ଜେଲ୍ ରେ ଅଛନ୍ତି ସେମାନଙ୍କୁ ନ୍ୟାୟ ମିଳିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି ।

ତେବେ ରମେଶଙ୍କ ଏହି ଚିଠିକୁ ନେଇ ରାଜନୈତିକ ଓ ପ୍ରଶାସନିକ ସ୍ତରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ଉପରେ ଜଣେ କେନ୍ଦ୍ର ମନ୍ତ୍ରୀ କିପରି ହସ୍ତକ୍ଷେପ କରୁଛନ୍ତି ବୋଲି କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଜେଲ୍, ଭୁବନେଶ୍ୱର, ମାଓବାଦୀ

ସରପଞ୍ଚଙ୍କ ସ୍ୱାମୀଙ୍କୁ ମାଓବାଦୀଙ୍କ ହତ୍ୟା

May 23, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାୟଗଡ଼ା, ମଇ ୨୩(ଓଡ଼ିଶା ଡ଼ଟ୍ କମ୍) ରାୟଗଡ଼ା ଜିଲ୍ଲାରେ ମାଓବାଦୀମାନେ ଜଣେ ସରପଞ୍ଚଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ବୁଧବାର ପୋଲିସ କହିଛି ।

ପ୍ରାୟ ୨୦ରୁ ଉଦ୍ଧ୍ୱର୍ ମହିଳା ଓ ପୁରୁଷ ମାଓବାଦୀ ଭୋର ସମୟରେ ସରପଂଚ ଲାକେରୀ ଜଗାରଙ୍ଗାଙ୍କ ହନୁମନ୍ତପୁର ସ୍ଥିତ ଘରକୁ ଯାଇଥିଲେ । ସେଠାରୁ ସେମାନେ ଲାକେରୀଙ୍କ ସ୍ୱାମୀ ବେଜଗାରଙ୍ଗାଙ୍ଗୁ ସାଙ୍ଗରେ ଯିବାକୁ କହିଥିଲେ ଏବଂ ଗାଁ ନିକଟରେ ହତ୍ୟା କରିଥିଲେ ବୋଲି ପୋଲିସ କହିଛି ।

ହତ୍ୟାକାଣ୍ଡ ଘଟିଥିବା ସ୍ଥାନରେ ସେମାନେ ବିଭିନ୍ନ ମାଓ ପୋଷ୍ଟର ଲଗାଇଥିବା ବେଳେ ଏହାର କାରଣ
ଜଣାପଡ଼ିନଥିବା ଜଣେ ଅଧିକାରୀ କହିଛନ୍ତି । ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ କୁମ୍ବିଙ୍ଗ ଅପରେଶନ ଜାରି ରହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମାଓବାଦୀ, ରାୟଗଡ଼ା

ଫୁଲବାଣୀ: ମହିଳା ମାଓବାଦୀ ଗିରଫ

May 22, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଫୁଲବାଣୀ, ମଇ ୨୨(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଲ୍ଲା କୁଟିଗୁଡ଼ା ଅଞ୍ଚଳରୁ ମଙ୍ଗଳବାର ଜଣେ ମହିଳା ମାଓବାଦୀକୁ ଗିରଫ କରିଥିବା ପୋଲିସ କହିଛି ।

ସଂପୃକ୍ତ ମାଓବାଦୀର ନାଁ ମିତା ବଡ଼ସେଠ୍ ଓ ସେ ଗତ ତିନି ବର୍ଷ ଧରି ଏହି ସଂଗଠନରେ କାର୍ଯ୍ୟ
କରୁଥିବା ଜଣେ ଅଧିକାରୀ କହିଛନ୍ତି ।

କୋଟଗଡ଼ ଅଞ୍ଚଳରେ ସିଆର୍ପିଏଫ୍ ଏବଂ ଏସ୍ଓଜି ଯବାନଙ୍କ ମିଳିତ କୁମ୍ବିଂ ଅପରେଶନ ସମୟରେ
ତାକୁ ଗିରଫ କରିଥିବା ସେ କହିଛନ୍ତି । ତା’ ଠାରୁ କେତେକ ମାଓ ପ୍ରଚାରପତ୍ର ଜବତ ହୋଇଥିବା ସେ
କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଫୁଲବାଣୀ, ମାଓବାଦୀ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to page 5
  • Go to page 6
  • Interim pages omitted …
  • Go to page 18
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ