• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

Odisha.com

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ମାଓବାଦୀ

ମୁଖ୍ୟସ୍ରୋତକୁ ଫେରିବା ପାଇଁ ମାଓବାଦୀଙ୍କୁ ନିବେଦନ

May 21, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୧(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀମାନେ ହିଂସାର ପଥ ପରିହାର କରି ସମାଜର ମୁଖ୍ୟ ସ୍ରୋତକୁ ଫେରିଆସିବା ପାଇଁ ରାଜ୍ୟ ସରକାର ନିବେଦନ କରିଛନ୍ତି ।

ସରକାର ମାଓ ମଧ୍ୟସ୍ଥି ମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରୁଛନ୍ତି । କିନ୍ତୁ ମାଓବାଦୀମାନେ ସେମାନଙ୍କ ସର୍ତ ଅନୁଯାୟୀ କାମ କରୁନାହାନ୍ତି ।

ମାଲକାନଗିରି ଜିଲ୍ଲାରେ ଗତ ୧୯ତାରିଖରେ ଜଣକୁ ହତ୍ୟା କରିଥିବା ବେଳେ ୧୬ ତାରିଖରେ ବନ୍ଦ ପାଳନ କରି ଜନସାଧାରଣଙ୍କ ସ୍ୱଭାବିକ ଯାତାୟାତରେ ପ୍ରତିବନ୍ଧକ ସୃଷ୍ଟି କରିଛନ୍ତି ।

ତେଣୁ ସେମାନେ ହିଂସାର ପଥ ପରିହାର କରି ସମାଜର ମୁଖ୍ୟ ସ୍ରୋତକୁ ଫେରିଆସନ୍ତୁ । ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କ ପାଇଁ ସରକାର ଆକର୍ଷଣୀୟ ଥଇଥାନ ଯୋଜନା କରିଛନ୍ତି । ସେମାନେ ଏହାର ସୁଯୋଗ ନିଅନ୍ତୁ ବୋଲି ସୋମବାର ଗୃହ ସଚିବ ଉପେନ୍ଦ୍ରନାଥ ବେହେରା କହିଛନ୍ତି ।

ଇଟାଲୀୟ ନାଗରିକ ଓ ଲକ୍ଷ୍ମୀପୁର ବିଧାୟକଙ୍କ ମୁକ୍ତି ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରାଯାଇଛି । ତେବେ ମାଓବାଦୀମାନେ ଦେଇଥିବା ସର୍ତରୁ ଓହରିଯାଇ ହିଂସାକାଣ୍ଡ ଘଟାଉଛନ୍ତି ବୋଲି ସେ କହିଛନ୍ତି ।

ସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ ସାଂଗଠନିକ ସମ୍ପାଦକ ସବ୍ୟସାଚୀ ପଣ୍ଡା ଗତକାଲି ଗଣମାଧ୍ୟମକୁ ଦେଇଥିବା ଅଡିଓ ଟେପ୍ ପଣ୍ଡା ଯାହା ଅଭିଯୋଗ କରିଛନ୍ତି ତାହା ତଥ୍ୟଭିତ୍ତିକ ନୁହେଁ ବୋଲି ସେ କହିଛନ୍ତି ।

ଇଟାଲୀୟ ନାଗରିକ ଅପହରଣ ଘଟଣାରେ ୪ଜଣ ବନ୍ଦୀଙ୍କୁ ଓ ଲକ୍ଷ୍ମୀପୁର ବିଧାୟକ ଅପହଣ ଘଟଣାରେ ୨୩ଜଣ ବନ୍ଦୀଙ୍କୁ ଛାଡ଼ିବା ପାଇଁ ପଦେକ୍ଷପ ନିଆଯାଉଛି । ୨୩ ଜଣଙ୍କ ମଧ୍ୟରେ ବିଜୟ ତାଡ଼ିଙ୍ଗି ଅଛନ୍ତି । ବିଜୟ ତାଡ଼ିଙ୍ଗିଙ୍କ ମୁକ୍ତି ପାଇଁ ମାଓନେତା ସବ୍ୟସାଚୀ ପଣ୍ଡା ମାଓମଧ୍ୟସ୍ଥିି ଦଣ୍ଡପାଣିଙ୍କ ମାଧ୍ୟମରେ ଅନୁରୋଧ କରିଥିଲେ ।

ତେଣୁ ଇଟାଲୀୟ ନାଗରିକ ଅପହରଣ ଘଟଣାରେ ୫ଜଣ ବନ୍ଦୀଙ୍କୁ ମୁକ୍ତିପାଇଁ ପଦେକ୍ଷପ ନିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ପଣ୍ଡାଙ୍କ ସ୍ତ୍ରୀ ଶୁଭଶ୍ରୀ ଦାସଙ୍କୁ ଖଲାସ କରାଯାଇଛି, ସେ କହିଛନ୍ତି ।

ପଣ୍ଡାଙ୍କ ଅଭିଯୋଗ ଅନୁଯାୟୀ ଶୁଭଶ୍ରୀଙ୍କ ବିରୁଦ୍ଧରେ କୌଣସି ନୂଆ ମାମଲା ରୁଜୁ କରାଯାଇ ନାହିଁ । ୨୦୦୮ ରେ ନୟାଗଡ଼ ଥାନାରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା ବୋଲି ସେ କହିଛନ୍ତି ।

ରାଜ୍ୟ ସରକାର ମାଓବାଦୀଙ୍କ ଦାବି ପୂରଣ ପାଇଁ ସେମାନଙ୍କ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ କିନ୍ତୁ ତାହା ପୂରଣ କରିବାକୁ ପଦେକ୍ଷପ ନେଉନାହାନ୍ତି ।

ସରକାର ଯୁଦ୍ଧବିରତି ଘୋଷଣା କରିଥିଲେ । କିନ୍ତୁ ପୋଲିସ କୁମ୍ବିଂ ଅପରେସନ ଜାରି ରଖିଛି ବୋଲି ଦର୍ଶାଇ ମାଓ ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତି ଓ ବିଡି ଶର୍ମା ଏକ ମିଳିତ ପତ୍ର ରାଜ୍ୟ ସରକାରଙ୍କୁ ପଠାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମାଓବାଦୀ, ରାଜ୍ୟ ସରକାର

ସରକାର ପ୍ରତିଶ୍ରୁତି ପାଳନ କରିନାହାନ୍ତି: ସବ୍ୟସାଚୀ

May 20, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୦(ଓଡ଼ିଶା ଡ଼ଟ୍ କମ୍) ଅପହୃତ ଦୁଇ ଇଟାଲୀୟ ପର୍ଯ୍ୟଟକଙ୍କ ମୁକ୍ତି ସମୟରେ
ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ପାଳନ କରିନାହାନ୍ତି ବୋଲି ମାଓନେତା ସବ୍ୟସାଚୀ ପଣ୍ଡା ଅଭିଯୋଗ କରିଛନ୍ତି ।

ସରକାର ଯଦି ମାଓବାଦୀ ଦମନ ପ୍ରକ୍ରିୟା ବନ୍ଦ ନକରନ୍ତି,ତେବେ ପୁଣି ଚରମପନ୍ଥା ଗ୍ରହଣ କରାଯିବ
ବୋଲି ସେ ରବିବାର ଗଣମାଧ୍ୟମକୁ ପଠାଇଥିବା ଏକ ଅଡ଼ିଓ ଟେପ୍ ରେ କହିଛନ୍ତି ।

ଗୃହ ସଚିବ ନିକଟରେ ଗଣମାଧ୍ୟମକୁ ଯେଉଁ ସୂଚନା ଦେଇଛନ୍ତି ସେଥିରେ କୌଣସି ସତ୍ୟତା ନାହିଁ ।
ମାଓବାଦୀମାନେ ରାଜିନାମାର ସର୍ତ ମାନୁନାହାନ୍ତି ବୋଲି ଗୃହ ସଚିବ ଯେଉଁ ବକ୍ତବ୍ୟ ଦେଇଛନ୍ତି ତାହା
ମଧ୍ୟ ନିରାଧାର ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଇଟାଲୀୟ ପର୍ଯ୍ୟଟକ, ମାଓବାଦୀ, ସରକାର

ମାଲକାନଗିରି: ଠିକାଦାରଙ୍କୁ ମାଓବାଦୀଙ୍କ ହତ୍ୟା

May 19, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନଗିରି, ମଇ ୧୯(ଓଡ଼ିଶା ଡ଼ଟ୍ କମ୍) ମାଲକାନଗିରି ଜିଲ୍ଲାରେ ମାଓବାଦୀମାନେ ଶନିବାର ଜଣେ ଠିକାଦାରଙ୍କୁ ଗୁଳିକରି ହତ୍ୟା କରିଛନ୍ତି ।

ଖଇରପଡ଼ା ବ୍ଲକ ମୁୁଲିପଡ଼ା ପଞ୍ଚାୟତର ଠିକାଦାର ବୁଦା ଧାଙ୍ଗଡ଼ା ମାଝୀ ଖଇରପୁଟ ନିକଟରେ ଏକ ପଡ଼ିଆରେ ଫୁଟବଲ ମ୍ୟାଚ ଦେଖୁଥିବା ବେଳେ ତିନି ଜଣ ବନ୍ଧୁକଧାରୀ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ।

ଠିକାଦାର କାମ ଛାଡ଼ି ଦେବାକୁ ତାଙ୍କୁ ମାଓବାଦୀମାନେ ବାରମ୍ବାର ଧମକ ଦେଇଆସୁଥିବା ସତ୍ୱେ ସେ
ନଶୁଣିବାରୁ ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମାଓବାଦୀ, ମାଲକାନଗିରି

ମାଓବାଦୀଙ୍କ ଭାରତ ବନ୍ଦ ଯୋଗୁଁ ଜୀବନଯାତ୍ରା ପ୍ରଭାବିତ

May 16, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୧୬(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀଙ୍କ ଭାରତ ବନ୍ଦ ଡ଼ାକରା ଯୋଗୁଁ ବୁଧବାର ଦକ୍ଷିଣ ଓଡ଼ିଶାର ମାଓ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

କୋରାପୁଟ ଜିଲ୍ଲା ନାରାୟଣପାଟଣା, ବନ୍ଧୁଗାଁ ଅଞ୍ଚଳରେ ଯାନବାହାନ ଓ ଦୋକାନ ବଜାର ବନ୍ଦ ରହିଥିବା ବେଳେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଠାରୁ ଚନ୍ଦ୍ରପୁର ଓ କନ୍ଧମାଳକୁ ଯାନବାହାନ ଚଳାଚଳ ବନ୍ଦ ରହିଛି ।

ଫଳରେ ଜୟପୁର, ଫୁଲବାଣୀ, ପାରଳାଖେମୁଣ୍ଡି ଅଞ୍ଚଳକୁ ଯିବାକୁ ଥିବା ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ସଂପୃକ୍ତ ଅଞ୍ଚଳରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି ।

ସିପିଆଇ ମାଓବାଦୀ ସଂଗଠନର ଶ୍ରୀକାକୁଲମ୍-କୋରାପୁଟ ଡ଼ିଭିଜନ୍ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡ଼ାକରାକୁ ଦୃଷ୍ଟିରେ ରଖି ମାଲକାନଗିରି, କୋରାପୁଟ, କନ୍ଧମାଳ, ରାୟଗଡ଼ା, ଗଜପତି ଆଦି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଏହି ଜିଲ୍ଲା ଗୁଡ଼ିକୁ ଯାଉଥିବା ସରକାରୀ ବସ୍ ଗୁଡ଼ିକୁ ବାତିଲ କରିିଆଯାଇଥିବା ବେଳେ ଘରୋଇ ବସ୍ ଓ ଅନ୍ୟାନ୍ୟ ଯାନବାହାନ ଚଳାଚଳ କରୁଛି ।

କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଏନ୍ସିଟିସିକୁ ବିରୋଧ କରି ମାଓବାଦୀମାନେ ଏହି ବନ୍ଦ ଡ଼ାକରା ଦେଇଥିବା ବେଳେ ଗ୍ରୀନହଣ୍ଟ ଅପରେସନ ଏବଂ ସିଆର୍ପିଏଫ୍ କ୍ୟାମ୍ପ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କୋରାପୁଟ, ମାଓବାଦୀ

ରାୟଗଡ଼ା: ଦୁର୍ଦ୍ଧାନ୍ତ ମାଓବାଦୀ ନରେନ୍ଦ୍ର ଗିରଫ

May 11, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାୟଗଡା, ମଇ ୧୧(ଓଡ଼ିଶା ଡ଼ଟ୍ କମ୍) ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଅଞ୍ଚଳର ବେଲୁଣ୍ଡି ଗ୍ରାମରୁ ଶୁକ୍ରବାର ପୋଲିସ ଦୁର୍ଦ୍ଧାନ୍ତ ମାଓବାଦୀ ନରେନ୍ଦ୍ର ସାମ୍ବୁଟିକାକୁ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ନରେନ୍ଦ୍ର ଓରଫ୍ ରାଜୁ ବେଲୁଣ୍ଡି ସ୍ଥିତ ଘରେ ଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଓ ଏସଓଜି ଯବାନମାନେ ଅତର୍କିତ ଚଢ଼ଉ କରି ତାକୁ ଗିରଫ କରିଥିଲେ ।

ନରେନ୍ଦ୍ର ଠାରୁଦୁଇଟି ରାଇଫଲ ଓ କିଛି ମାଓ ବ୍ୟାନର ଜବତ କରିଥିବା ବେଳେ ସେ ମାଓ କମାଣ୍ଡର ଆଜାର ଅଙ୍ଗୀରକ୍ଷୀ ଭାବେ ଦୀର୍ଘ ବର୍ଷ ଧରି କାମ କରୁଥିଲା ବୋଲି ପୋଲିସ କହିଛି ।

ଡାଙ୍ଗସୋରଡା ଫାଣ୍ଡି ବିସ୍ଫୋରଣ, ମଭାଟି ପୋଡାଜଳା ଓ ଅନ୍ୟାନ୍ୟ ଘଟଣାରେ ସଂପୃକ୍ତ ଥିବା ସେ ଜେରା ବେଳେ ପୋଲିସକୁ କହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମାଓବାଦୀ, ରାୟଗଡ଼ା

ବିଧାୟକ ଝିନ ହିକକାଙ୍କ କିସ୍ ପରିଦର୍ଶନ

May 7, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୭(ଓଡ଼ିଶା ଡ଼ଟ୍ କମ୍) ନିକଟରେ ମାଓବାଦୀଙ୍କ କବଳରୁ ମୁକ୍ତ ହୋଇଥିବା ଲକ୍ଷ୍ମୀପୁର ବିଧାୟକ ଝିନ ହିକକା କିସ୍ ପରିଦର୍ଶନରେ ଆସି ଏଠାରେ ଦୀର୍ଘ ଚାରି ଘଣ୍ଟା ଅତିବାହିତ କରିଛନ୍ତି ।

ମୁକ୍ତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରି ସେ ପୁରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ ପରେ ଗତ ଶୁକ୍ରବାର କିସ୍ ପରିଦର୍ଶନରେ ଆସିଥିଲେ ।

ତାଙ୍କ ମୁକ୍ତି ପାଇଁ କିସ୍ ଛାତ୍ରଛାତ୍ରୀଙ୍କ ପ୍ରାର୍ଥନା ଠାକୁର ଶୁଣିଛନ୍ତି ବୋଲି ସେ ଆଲୋଚନା ଅବସରରେ କହିଲେ ।

ସୂଚନାଯୋଗ୍ୟ, ଝିନଙ୍କ ଉଦ୍ୟମରେ ପ୍ରତିବର୍ଷ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀ ତଥା ନାରାୟଣପାଟଣା ଓ ବନ୍ଧୁଗାଁ ଆଦି ଅଞ୍ଚଳରୁ ବହୁ ଆଦିବାସୀ ଛାତ୍ରଛାତ୍ରୀ କିସ୍ ରେ ଭର୍ତି ହୋଇଥାନ୍ତି ।

ବର୍ଷ ତମାମ ଝିନ କିସ୍ ଆସି ଏହି ପିଲାଙ୍କ ଭଲମନ୍ଦ ବୁଝିଥାନ୍ତି । ଝିନଙ୍କ ଉଦ୍ୟମରେ ଲକ୍ଷ୍ମୀପୁର ଅଞ୍ଚଳରୁ ବହୁ ଛାତ୍ରଛାତ୍ରୀ କିସ୍ ରେ ନାମ ଲେଖାଇଥାନ୍ତି ବୋଲି ତାଙ୍କୁ ମୁକ୍ତ କରିବା ପୂର୍ବରୁ ମାଓବାଦୀଙ୍କ ଦ୍ୱାରା ଆୟୋଜିତ ପ୍ରଜାକୋର୍ଟରେ ଉପସ୍ଥିତ ଆଦିବାସୀମାନେ ମାଓବାଦୀଙ୍କୁ କହିଥିଲେ ।

କିସ୍ ରେ ନାମ ଲେଖାଇବା ସମୟ ଅତିକ୍ରାନ୍ତ ହୋଇଯାଉଥିବାରୁ ତୁରନ୍ତ ତାଙ୍କୁ ମୁକ୍ତ କରାନଗଲେ ସେମାନଙ୍କ ପିଲାମାନେ କିସ୍ ରେ ଭର୍ତି ହୋଇପାରିବ ନାହିଁ ବୋଲି ସେମାନେ କହିଥିଲେ ।

ପ୍ରଜାକୋର୍ଟରେ ଉପସ୍ଥିତ ଆଦିବାସୀମାନେ କିସ୍ ର ମହତ କାର୍ଯ୍ୟ ସଂପର୍କରେ ଜାଣି ସନ୍ତୋଷ ପ୍ରକାଶ କରିଥିବା ବେଳେ କିସ୍ ସଂପର୍କରେ ସେଠାରେ ମଧ୍ୟ ବ୍ୟାପକ ଆଲୋଚନା ହୋଇଥିବା ଝିନ ଆଲୋଚନା ସମୟରେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କିସ୍, ପ୍ରଜାକୋର୍ଟ, ମାଓବାଦୀ

ଇସ୍ତଫା ନେଇ ମାଓବାଦୀ ଟେପ୍ ଜାରି କରିପାରନ୍ତି: ହିକକା

April 29, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କୋରାପୁଟ, ଅପ୍ରେଲ ୨୯(ଓଡ଼ିଶା ଡ଼ଟ୍ କମ୍) ବିଧାୟକ ପରୁ ଇସ୍ତଫା ନେଇ ମାଓବାଦୀମାନେ ଏକ ଅଡିଓ ଟେପ୍ ଜାରି କରିପାରନ୍ତି ବୋଲି ମୁକ୍ତ ହେବାର ତିନିଦିନ ପରେ ରବିବାର ବିଜେଡି ବିଧାୟକ ଝିନ୍ନ ହିକକା କହିଛନ୍ତି ।

“ମାଓବାଦୀଙ୍କ ପକ୍ଷରୁ ଏନେଇ ଶୀଘ୍ର ଏକ ଅଡିଓ ଟେପ୍ ଜାରି ହେବାକୁ ଯାଉଛି ଏବଂ ଏହା ଇସ୍ତଫା ସଂପର୍କିତ ସମସ୍ତ ବିଭ୍ରାନ୍ତି ଦୂର କରିବ” ୩୭ ବର୍ଷ ବୟସ୍କ ଲକ୍ଷ୍ମୀପୁର ବିଧାୟକ ହିକକା କହିଛନ୍ତି ।

ଖୁବ୍ ଶୀଘ୍ର ସେ ରାଜଧାନୀ ଆସି ଇସ୍ତଫା ସଂପର୍କରେ ଆଲୋଚନା କରିବେ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଜଣାପଡ଼ିବ ବୋଲି ହିକକା କହିଛନ୍ତି । ଏହାସହ ସେ ତାଙ୍କ ନିର୍ବାଚନ ମଣ୍ଡଳୀର ଲୋକ ମାନଙ୍କ ସହ ମଧ୍ୟ ପରାମର୍ଶ କରିବେ ବୋଲି କହିଛନ୍ତି ।

ଗତ ମାର୍ଚ୍ଚ ୨୪ରେ କୋରାପୁଟ ଜିଲ୍ଲା ୟାପୁଟ ଠାରୁ ମାଓବାଦୀମାନେ ହିକକାଙ୍କୁ ଅପହରଣ କରିନେଇଥିଲେ । ବିଧାୟକ ତଥା ବିଜେଡ଼ିର ପ୍ରାଥମିକ ସଦସ୍ୟ ପଥରୁ ଇସ୍ତଫା ଦେବା ପାଇଁ ରାଜି ହେବାରୁ ଗତ ୨୬ ତାରିଖଦିନ ସେମାନେ ତାଙ୍କୁ ବାଲିପେଟାଠାରେ ଛାଡ଼ିେଇଥିଲେ ।

ପ୍ରଜାକୋର୍ଟରେ ହିକକା ବିଧାୟକ ତଥା ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାକୁ ପ୍ରତିଶୃତି ଦେଇଛନ୍ତି ବୋଲି ବିଧାୟକଙ୍କୁ ମୁକ୍ତ କରିବା ପୂର୍ବରୁ ମାଓବାଦୀମାନେ ଏକ ଅଡ଼ିଓ ଟେପ୍ ରେ ଗଣମାଧ୍ୟମକୁ ଜଣାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଝିନ୍ନ ହିକକା, ବିଧାୟକ, ମାଓବାଦୀ

ମାଲକାନଗିରି: ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

April 27, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନଗିରି, ଅପ୍ରେଲ ୨୭(ଓଡ଼ିଶା ଡ଼ଟ୍ କମ୍) ମାଲକାନଗିରି ଜିଲ୍ଲାରେ ଶୁକ୍ରବାର ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଥିବା ପୋଲିସ କହିଛି ।

ମହିଳା ମାଓବାଦୀ ନିର୍ମଳା ଜିଲ୍ଲା ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ଗତ ନଅ ବର୍ଷ ଧରି ସେ କାଳିମେଳା ଓ ପପୁଲୁର ଲମ୍ରେ କାମ କରୁଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି ।

ନୟାଗଡ଼ ଅସ୍ତ୍ରାଗାର ଲୁଟ୍, ଦାମନଯୋଡ଼ି ଆକ୍ରମଣ ସମେତ ବିଭିନ୍ନ ହିଂସାକାଣ୍ଡରେ ସେ ସଂପୃକ୍ତ ଥିବା ପୋଲିସ କହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମାଓବାଦୀ, ମାଲକାନଗିରି

ଅପହୃତ ବିଧାୟକ ଝିନ୍ନ ହିକକା ମୁକ୍ତ

April 26, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୨୬(ଓଡ଼ିଶା ଡ଼ଟ୍ କମ୍) ଅପହରଣର ୩୩ଦିନ ପରେ ଅପହୃତ ବିଧାୟକ ଝିନ୍ନ ହିକକାଙ୍କୁ ଗୁରୁବାର ମାଓବାଦୀମାନେ ମୁକ୍ତ କରିଛନ୍ତି ।

କୋରାପୁଟ ଜିଲ୍ଲା ନାରାୟଣପାଟଣା ଅନ୍ତର୍ଗତ ବାଲିପେଟା ଠାରେ ମାଓବାଦୀମାନେ ବିଧାୟକଙ୍କକୁ ଛାଡ଼ି ଦେଇଛନ୍ତି । ପତ୍ନୀ କୌଶଲ୍ୟା ଏବଂ ଓକିଲ ନିହାର ପଟ୍ଟନାୟକ ପାଲିପେଟାରେ ଉପସ୍ଥିତ ଥିଲେ ।

ଗତ ୨୩ ଓ ୨୪ ତାରିଖରେ ଅନୁଷ୍ଠିତ ପ୍ରଜାକୋର୍ଟରେ ବିଧାୟକଙ୍କୁ ମୁକ୍ତ କରିବାକୁ ନିଷ୍ପତି ନିଯାଇଥିଲା ଏବଂ ତାଙ୍କୁ ବାଲିପେଟା ଠାରେ ଛାଡ଼ି ଦିଆଯିବ ବୋଲି ବୁଧବାର ମାଓନେତ୍ରୀ ଅରୁଣା ଅଡ଼ିଓ ବାର୍ତାରେ କହିଥିଲେ ।

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ୩୭ ବର୍ଷ ବୟସ୍କ ବିଧାୟକ ଝିନ୍ନ ହିକକାଙ୍କୁ ଆନ୍ଧ୍ର ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ଗତ ମାର୍ଚ୍ଚ ୨୪ରେ କୋରାପୁଟ ଜିଲ୍ଲା ୟାପୁଟ ନିକଟରୁ ଅପହରଣ କରିନେଇଥିଲା ।

ପୂର୍ବରୁ ମାଓବାଦୀମାନେ ବିଧାୟକଙ୍କ ମୁକ୍ତି ବଦଳରେ ୩୦ ଜଣ ବନ୍ଦୀଙ୍କୁ ଖଲାସ କରିବାକୁ ଦାବି କରିଆସୁଥିବା ବେଳେ ବିଭିନ୍ନ ମାମଲାରେ ଜଡ଼ିତ ମାଓନେତା ଘାସିକୁ ଖଲାସ କରାଯାଇ ପାରିବ ନାହିଁ ବୋଲି ସରକାର କହିବା ପରେ ସେମାନେ ୨୯ ଜଣଙ୍କୁ ଖଲାସ କରିବାକୁ ଦାବି କରିଥିଲେ ।

ପରେ ସରକାର ଦାବି ମୁତାବକ ୨୫ ଜଣଙ୍କୁ ଖଲାସ କରିବାକୁ ରାଜି ହୋଇଥିବା ବେଳେ ମାଓବାଦୀମାନେ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ଚାଷୀମୂଲିଆ ଆଦିବାସୀ ସଂଘର ସମସ୍ତ ବନ୍ଦୀଙ୍କୁ ଖଲାସ କରିବାକୁ ଦାବି କରିଥିଲେ ।

ସେମାନଙ୍କ ଦାବି ଅନୁସାରେ ସରକାର କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରି ଅପହୃତ ବିଧାୟକଙ୍କ ମୁକ୍ତି ନେଇ ପ୍ରଜାକୋର୍ଟରେ ନିଷ୍ପତି ନିଆଯିବ ବୋଲି ଗତ ବୁଧବାର ମାଓବାଦୀମାନେ ଜଣାଇଥିଲେ ।

ତେବେ ସମୟସୀମା ନବଢ଼ାଇ ପ୍ରଜାକୋର୍ଟ ମାଧ୍ୟମରେ ନିଷ୍ପତି ନିଆଯିବ ବୋଲି ସେମାନେ କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଅପହରଣ, ଝିନ୍ନ ହିକକା, ବିଧାୟକ, ମାଓବାଦୀ

ବିଧାୟକଙ୍କ ମୁକ୍ତି ପାଇଁ ବିଜେଡି ସାଂସଦଙ୍କ ନିବେଦନ

April 25, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆଦିଲ୍ଲୀ, ଅପ୍ରେଲ ୨୫(ଓଡ଼ିଶା ଡ଼ଟ୍ କମ୍) ଅପହୃତ ଲକ୍ଷ୍ମୀପୁର ବିଧାୟକ ଝିନ୍ନ ହିକକାଙ୍କ ନିରାପଦ ମୁକ୍ତି ପାଇଁ ବୁଧବାର ବିଜେଡି ସାଂସଦମାନେ ସଂସଦ ପରିସରରେ ଥିବା ଗାନ୍ଧୀମୂର୍ତି ସମ୍ମୁଖରେ ଏକତ୍ରିତ ହୋଇ ମାଓବାଦୀଙ୍କୁ ନିବେଦନ କରିଛନ୍ତି ।

ହିକ୍କାଙ୍କ ଫଟୋ ଥିବା ପ୍ଲାକାର୍ଡ଼ ଧରି ସେମାନେ ମାଓବାଦୀମାନେ ଏଭଳି କାର୍ଯ୍ୟ ନକରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ବୋଲି କହିଛନ୍ତି ।

ବର୍ତମାନ ମାଓବାଦୀମାନେ ବରିଷ୍ଠ ଅଧିକାରୀ ଓ ବିଧାୟକଙ୍କୁ ଅପହରଣ କରୁଛନ୍ତି । ଏହା କେବଳ ଓଡ଼ିଶାର ନୁହେଁ ସମଗ୍ର ଦେଶର ସମସ୍ୟା ହୋଇଥିବାରୁ କେନ୍ଦ୍ର ସରକାର ଏହାକୁ ଗୁରୁତର ସହ ବିଚାର କରିବାକୁ ସେମାନେ କହିଛନ୍ତି ।

ଏଥିରେ ସାଂସଦ ପ୍ୟାରୀମୋହନ ମହାପାତ୍ର, ବୈଜୟନ୍ତ ପଣ୍ଡା, ଅର୍ଜୁନ ଚରଣ ସେଠୀ, ବୈଷ୍ଣବ ଚରଣ ପରିଡ଼ା, ଶଶିଭୂଷଣ ବେହେରା, ପିନାକୀ ମିଶ୍ର, ଭତୃୃହରି ମହତାବ, ପ୍ରସନ୍ନ ପାଟ୍ଟଶାଣୀ, ମୋହନ ଜେନା, କଳିକେଶ ସିଂହେଓ, ଦିଲ୍ଲୀପ ତିର୍କୀ ଓ ମଙ୍ଗଳା କିଷାନ ପ୍ରମୁଖ ଯୋଗ ଦେଇଥିଲେ ।

ସେହିପରି ଭୁବନେଶ୍ୱର ସ୍ଥିତ ଗାନ୍ଧୀ ପାର୍କ ଠାରେ ବିଜେଡ଼ି ବିଧାୟକ, କର୍ମୀମାନେ ବିଭିନ୍ନ ପ୍ଲାକାର୍ଡ଼ ଧରି ଧାରଣା ଦେବା ସହ ବିଧାୟକଙ୍କ ମୁକ୍ତି ପାଇଁ ନିବେଦନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଝିନ୍ନ ହିକକା, ବିଧାୟକ, ମାଓବାଦୀ, ସାଂସଦ

  • « Go to Previous Page
  • Go to page 1
  • Interim pages omitted …
  • Go to page 3
  • Go to page 4
  • Go to page 5
  • Go to page 6
  • Go to page 7
  • Interim pages omitted …
  • Go to page 18
  • Go to Next Page »

Primary Sidebar

RSS LATEST

  • ବଣ୍ଟା ଯାଉନଥିଲା ରାସନ ସାମଗ୍ରୀ, ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ବଣ୍ଟନ ପାଇଁ ମେୟରଙ୍କ ନିର୍ଦ୍ଦେଶ
  • ରେଳ ଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ମେଡିକାଲ ଚେକ୍ଅପ୍ ପାଇଁ ଆସି ଚମ୍ପଟ ମାରିଲେ ୨ ଅଭିଯୁକ୍ତ
  • ରାଜ୍ୟରୁ ଆଉ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
  • ସିଭିଲ ଡିଫେନ୍ସ ତରଫରୁ ପ୍ରଶିକ୍ଷଣ ଶିବିର ଆୟୋଜିତ
  • ରାଜଧାନୀରେ ବୋମାମାଡ଼
  • ମଇ ୨୨ରେ ସିଲଭର ଜୁବୁଲି ପାଇଁ ପ୍ରସ୍ତୁତି ବୈଠକ
  • କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା
  • ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ରାମଚନ୍ଦ୍ର
  • ହାତୀ ମୃତ୍ୟୁ ସଂଖ୍ୟା ତିନରେ ପହଞ୍ଚିଲା (ଅପଡେଟ)