• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମାଟ୍ରିକ

ଏସ ଏମ ଏସ, ଇମେଲରେ ମାଟ୍ରିକ ବୋର୍ଡ ପରୀକ୍ଷା ଫଳ

May 5, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୫ (ଓଡିଶା ଡଟ କମ) ବୁଧବାର ସକାଳ ଦଶଟା ତିରିଶରେ ପ୍ରକାଶ ପାଇବାକୁ ଯାଉଥିବା  ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଦଶମ ଶ୍ରେଣୀ ମାଟ୍ରିକ ପରୀକ୍ଷା ଫଳ ଛାତ୍ର ଛାତ୍ରୀମାନେ ୱେବସାଇଟ,  ଏସ ଏମ ଏସ ଓ ଇମେଲ ରେ ଦିନ ଦୁଇଟା ପରେ ପାଇ ପାରିବେ ।

ଦିନ ଦୁଇଟାରେ ପରୀକ୍ଷା ଫଳ www.bseodisha.nic.in , http://orissaresults.nic.in , www.prestigeresults.in , www.knowyourresult.in , www.exametc.in , www.indiaresults.com, www.bharatstudent.com, www.jagranjosh.com,   www.examresults.net , www.orissaeducation.net ଓ  http://results.orissaeducation.net ରେ ଉପଲବ୍ଧ ହେବ । ଏସ ଏମ ଏସ ଓ ଇମେଲ ଜରିଆରେ ମଧ୍ୟ ଛାତ୍ର ଛାତ୍ରୀ ମାନେ ତାଙ୍କ ପରୀକ୍ଷା ଫଳ ଜାଣି ପାରିବେ ।

ଏସ ଏମ ଏସ ରେ ପରୀକ୍ଷା ଫଳ ପାଇବା ପାଇଁ  ଛାତ୍ର ଓ ଛାତ୍ରୀ ମାନଙ୍କୁ  RESULT<space>OR10<space>ROLL NUMBER ଲେଖି 56263 କୁ ପଠାଇବାକୁ ପଡିବ  । ସେମାନେ ORI 10 space roll number ଲେଖି 58888 କୁ ପଠାଇ ପରୀକ୍ଷା ଫଳ ଯାନୀ ପାରିବେ ।

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦୁଇଟି ହେଲ୍ପ ଲାଇନ ନମ୍ବର ମଧ୍ୟ ଜାରି କର ଯାଇଛି ସେ ଗୁଡିକ ହେଲା  0671- 2412059 , ଓ 0671-2412060 ।

ସେହି ପରି ଛାତ୍ର ଛାତ୍ରୀ  www.examresults.net ୱେବସାଇଟ କୁ ଯାଇ ନିଜକୁ ପଞ୍ଜୀକୃତ କରି ପରୀକ୍ଷା ଫଳ ଇମେଲରେ ପାଇ ପାରିବେ ।

ଏହା ବ୍ୟତୀତ ମାଧ୍ୟମିକ ଶିକ୍ଷା ପରିଷଦସହଭାଗିତାରେ ନିଜ ୱେବସାଇଟରେ ଫଳ ପ୍ରକାଶ କରୁଥିବା ପୁନେର ଇଣ୍ଡିଆ ଏଜୁକେଶନ ଡଟ ନେଟ ପ୍ରକାଶ କରିଛି ଯେ   www.ExamResults.net ୱେବସାଇଟ ଏହି ପରୀକ୍ଷା ଫଳ ସମ୍ପର୍କିତ ଏକ ମୋବାଇଲ ଆପ୍ଲିକେଶନ www.odishaonline.in ୱେବସାଇଟ ସହଯୋଗରେ ତିଆରି କରିଛି ।

ଛାତ୍ର ଛାତ୍ରୀ ନିଜ ସ୍ମାର୍ଟ ଫୋନ ରେ ଏହି ଆପ୍ଲିକେଶନ ଗୁଗୁଲ ପ୍ଲେ ଷ୍ଟୋର  ରୁ  କରି କିମ୍ବା   www.odishaonline.in ୱେବସାଇଟରୁ ଡାଉନଲୋଡ କରି ନିଜ ପରୀକ୍ଷା ଫଳ ଜାଣି ପାରିବେ ।

ଓଡିଶା ଡଟ କମ

 

News Bureau
News Bureau

Filed Under: ଶିକ୍ଷା Tagged With: ଓଡିଶା, ଦଶମ ଶ୍ରେଣୀ, ପରୀକ୍ଷା ଫଳ, ମାଟ୍ରିକ

ମଇ ପ୍ରଥମ ସପ୍ତାହରେ ମାଟ୍ରିକ ବୋର୍ଡ ପରୀକ୍ଷା ଫଳ

April 29, 2015 by News Bureau Leave a Comment

ଭୁବନେଶ୍ଵର, ଏପ୍ରିଲ ୨୯ (ଓଡିଶା ଡଟ କମ) ମାଟ୍ରିକ ପରୀକ୍ଷା ଫଳ ମଇ ପ୍ରଥମ ସପ୍ତାହରେ ପରୀକ୍ଷା ପାଇବ ବୋଲି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ବୁଧବାର ସୂଚନା ଦେଇଛନ୍ତି ।

ଫଳ ତ୍ରୁଟିଶୂନ୍ୟ କରିବାପାଇଁ ପୁନଃ ଯାଞ୍ଚ କରାଯାଉଥିବା ସେ କହିଛନ୍ତି ।

ଚଳିତ ବର୍ଷ ପରୀକ୍ଷା ପରିଚାଳନା କରିଥିବା ମାଧ୍ୟମିକ ଶିକ୍ଷା ପରିଷଦ ଏକ ଉନ୍ନତମାନର ସଫଟୱେୟାର ବ୍ୟବହାର କରିଛି । ଏହା ଦ୍ଵାରା ଯଦି ନିଜ ପରୀକ୍ଷା ଖାତାର ମୁଲ୍ୟାୟନକୁ ନେଇ ତ୍ରୁଟି ଅଛି ବୋଲି କେହି ଛାତ୍ରଛାତ୍ରୀ ଅଭଯୋଗ କରନ୍ତି ତାହା ସହଜରେ ଯାଞ୍ଚ କରାଯାଇପାରିବ ।

ଓଡିଶା ଡଟ କମ

News Bureau
News Bureau

Filed Under: ଶିକ୍ଷା Tagged With: ପରୀକ୍ଷା ଫଳ, ବୋର୍ଡ, ମାଟ୍ରିକ

ଏପ୍ରିଲ ୩୦ରେ ମାଟ୍ରିକ ପରୀକ୍ଷା ଫଳ

April 24, 2015 by News Bureau Leave a Comment

କଟକ, ୨୪ ଏପ୍ରିଲ (ଓଡିଶା ଡଟ କମ) ମାଟ୍ରିକ ପରୀକ୍ଷା ଫଳ ଚଳିତ ମାସ ୩୦ରେ ପ୍ରକାଶ ପାଇବାର ସମ୍ଭାବନା ରହିଛି ,  ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଏହା ଶୁକ୍ରବାର କହିଛି ।

ଏହି ପରୀକ୍ଷା ଫଳ ତ୍ରୁଟିଶୂନ୍ୟ କରିବାପାଇଁ ପରିଷଦ ସବୁ ପ୍ରକାର ଉଦ୍ୟମ ଚଳାଇଛି ।

ଚଳିତ ବର୍ଷ ଏକ ଉନ୍ନତମାନର ସଫଟୱେୟାର ର ପ୍ରୟୋଗ କରାଯାଇଛି ଯାହା ଫଳରେ ଯଦି ନିଜ ପରୀକ୍ଷା ଖାତାର ମୁଲ୍ୟାୟନକୁ ନେଇ ତ୍ରୁଟି ଅଛି ବୋଲି କେହି ଛାତ୍ରଛାତ୍ରୀ ଅଭଯୋଗ କରନ୍ତି ତାହା ସହଜରେ ଯାଞ୍ଚ କରାଯାଇପାରିବ, ବୋର୍ଡ ମୁଖ୍ୟ ପ୍ରଫେସର ଦକ୍ଷ୍ୟ ପ୍ରସାଦ ନନ୍ଦ କହିଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ଶିକ୍ଷା Tagged With: ପରୀକ୍ଷା ଫଳ. 2015, ମାଟ୍ରିକ, ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ