• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମାଧ୍ୟମିକ ଶିକ୍ଷା ପରିଷଦ

୨୦୯୫ କେନ୍ଦ୍ରରେ ମ୍ୟାଟ୍ରିକ ପରୀକ୍ଷା

March 18, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ମାର୍ଚ୍ଚ ୧୯(ଓଡ଼ିଶା ଡ଼ଟ୍ କମ୍) ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରାପରିଚାଳିତ ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ସୋମବାର ରାଜ୍ୟର ମୋଟ୍ ୨୦୯୫ଟି କେନ୍ଦ୍ରରେ ଆରମ୍ଭ ହୋଇଛି ।

ଚଳିତବର୍ଷ ଏହି କେନ୍ଦ୍ର ଗୁଡ଼ିକରେ ମୋଟ ୫ ଲକ୍ଷ ୧୧ ହଜାର ୪୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୫୬ ହଜାର ୮୭୫ ରେଗୁଲାର, ୫୪ ହଜାର ୪୩୨ ଏକ୍ସରେଗୁଲାର ପରୀକ୍ଷାର୍ଥୀ ଅଛନ୍ତି ।

ପରୀକ୍ଷା ସକାଳ ୭ଟା ୩୦ରୁ ଆରମ୍ଭ ହୋଇ ୧୦ଟାରେ ଶେଷ ହେବ ଓ ଏହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ପ୍ରତିବର୍ଷଦ୍ୱିତୀୟ ସିଟିଂରେ ହେଉଥିବା ଏକ୍ସ-ରେଗୁଲାର ପରୀକ୍ଷାକୁ ଚଳିତ ବର୍ଷ ବନ୍ଦ କରାଯାଇଛି ।

ପ୍ରଶ୍ନ ପତ୍ର ଭଲ ଭାବରେ ପଢିବା ପାଇଁ ପରୀକ୍ଷା ଆରମ୍ଭ ହେବାର ଦଶ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଯୋଗାଇ ଦିଆଯାଇଛି । ପରୀକ୍ଷା ଶାନ୍ତିଶୃଙ୍ଖଳା ସହ ପରିଚାଳନା ପାଇଁ ପରିଷଦ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିବା ବେଳେ କପି ରୋକିବା ପାଇଁ ୧୩୭ଟି ସ୍କ୍ୱାଡ ଗଠନ କରାଯାଇଛି ।

କପି କରୁଥିବା ବେଳେ ପରୀକ୍ଷାର୍ଥୀ ଧରାପଡ଼ିଲେ ଉକ୍ତ ପରୀକ୍ଷା ହଲ୍ର ନିରୀକ୍ଷକଙ୍କ ବିରୋଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମାଧ୍ୟମିକ ଶିକ୍ଷା ପରିଷଦ, ମ୍ୟାଟ୍ରିକ ପରୀକ୍ଷା

ମ୍ୟାଟ୍ରିକ ପରୀକ୍ଷା: କପି ରୋକିବାକୁ ୧୩୭ ସ୍କ୍ୱାଡ଼

February 22, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଫେବୃୟାରୀ ୨୨(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ମାର୍ଚ୍ଚ ୧୯ରୁ ହେବାକୁ ଥିବା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରାପରିଚାଳିତ ମ୍ୟାଟ୍ରିକ ପରୀକ୍ଷାରେ କପି ରୋକିବା ପାଇଁ ୧୩୭ଟି ସ୍କ୍ୱାଡ଼ ଗଠନ କରାଯାଇଛି ।

ପରୀକ୍ଷା ଶୃଙ୍ଖଳିତ ତଥା ସ୍ୱଚ୍ଛ କରିବା ପାଇଁ ଗଠନ କରାଯାଇଥିବା ଏହି ସ୍କ୍ୱାଡ଼ରେ କେତେକ ସ୍ୱତନ୍ତ୍ର ଅଧିକାରୀଙ୍କୁ ସାମିଲ କରାଯାଇଛି ।

ସେମାନେ ହଠାତ୍ କପି ହେଉଥିବା କେନ୍ଦ୍ରକୁ ପରିଦର୍ଶନ କରିବେ ଏବଂ ସେଠାରେ ଦ।ୟିତ୍ୱରେ ଥିବା ଅଧିକାରୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଙ୍ଗଳବାର ପରିଷଦ ପକ୍ଷରୁ କୁହାଯାଇଛି ।

ଚଳିତ ବର୍ଷ ମୋଟ୍ ୨୩୬୨ଟି କେନ୍ଦ୍ରରେ ୫ ଲକ୍ଷ ୮ ହଜାର ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୫୩ ହଜାର ୫୫୮ ଜଣ ରେଗୁଲାର ହୋଇଥିବା ବେଳେ ୫୪ ହଜାର ୨୬୦ ଜଣ ଏକ୍ସରେଗୁଲାର ଛାତ୍ରଛାତ୍ରୀ ।

ସମସ୍ତ ପରୀକ୍ଷା କେନ୍ଦ୍ର ମଧ୍ୟରେ ତିରିଶ ପ୍ରତିଶତ କପି ପ୍ରବଣ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି । ଆବଶ୍ୟକ ହେଲେ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ସିସିଟିଭି ଲଗାଯିବ ଏବଂ ମାଓ ପ୍ରବଣ ଜିଲ୍ଲା ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କୁହାଯାଇଛି ।

୧୯ ତାରିଖରୁ ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ ଏବଂ ୨୦ରୁ ଏକ୍ସରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ ଓ ଏହା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷା ସକାଳ ୭ଟା୩୦ରୁ ୧୦ଟା ପର୍ଯ୍ୟନ୍ତ ଚାଲିବ । ପ୍ରଶ୍ନପତ୍ର ଭଲଭାବରେ ପଢିବା ପାଇଁ ପରୀକ୍ଷା ଆରମ୍ଭର ଶ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଯୋଗାଇ ଦିଆଯିବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କପି, ମାଧ୍ୟମିକ ଶିକ୍ଷା ପରିଷଦ

ମାର୍ଚ୍ଚ ୧୨ ପରିବର୍ତେ ୧୯ରେ ମ୍ୟାଟ୍ରିକ ପରୀକ୍ଷା

January 14, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଜାନୁୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରାପରିଚାଳିତ ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ମାର୍ଚ୍ଚ ୧୨ ପରିବର୍ତେ ୧୯ ତାରିଖରୁ ଆରମ୍ଭ ହେବ ବୋଲି ଶନିବାର ପରିଷଦ ପକ୍ଷରୁ କୁହାଯାଇଛି ।

ପଂଚାୟତ ନିର୍ବାଚନ ଯୋଗୁଁ ସ୍କୁଲ ଗୃହ ଗୁଡ଼ିକ ନିର୍ବାଚନ କାର୍ଯ୍ୟରେ ବ୍ୟବହୃତ ହେଉଥିବା ତଥା ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହି କାର୍ଯ୍ୟରେ ନିୟୋଜିତ ହେଉଥିବାରୁ ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ପରିବର୍ତନ କରାଯାଇ ପରୀକ୍ଷା ଘୁଂଚାଇ ଦିଆଯାଇଥିବା ପରିଷଦର ଜଣେ ଅଧିକାରୀ କହିଛନ୍ତି ।

ପରୀକ୍ଷା ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ ଓ ଏଥିରେ ୫ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ
ପରୀକ୍ଷା ଦେବେ । ପରୀକ୍ଷା ପାଇଁ ନୂଆ କାର୍ଯ୍ୟସୂଚୀ ପ୍ରକାଶ ପାଇବ ଏବଂ ଜୁନ୍ ସୁଦ୍ଧା ପରୀକ୍ଷା ଫଳ
ବାହାରିବ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ମାଧ୍ୟମିକ ଶିକ୍ଷା ପରିଷଦ, ମ୍ୟାଟ୍ରିକ ପରୀକ୍ଷା

ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ

March 11, 2011 by ଓଡିଶା ଡଟ କମ Leave a Comment

 

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୧(ଓଡ଼ିଶା ଡ଼ଟ୍ କମ୍) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତୁ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ।

୧୦୬୦ଟି କେନ୍ଦ୍ରରେ ମୋଟ୍ ୨ ଲକ୍ଷ ୫୦ ହଜାର ୭୭୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । କଳାରେ ୧୬୩୦୪୭ ଜଣ, ବିଜ୍ଞାନରେ ୨୩୧୩୪ ଜଣ ଓ ବାଣିଜ୍ୟରେ ୫୭୧୧୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସେହିପରି ଧନ୍ଦାମୂଳକ ପରୀକ୍ଷାରେ ୭୪୭୭ ଜଣ ପରୀକ୍ଷା ଦେଉଛନ୍ତି ।

ପୂର୍ବ ବର୍ଷ ଗୁଡ଼ିକ ପରି ପରୀକ୍ଷା ଆରମ୍ଭର ୧୫ ମିନିଟ ପୂର୍ବରୁ ପ୍ରଶ୍ନ ପତ୍ର ଦିଆଯାଇ ନାହିଁ । ଠିକ୍ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଦିଆଯାଇଛି । ଦୁଇଟି ସିଟିଂରେ ପରୀକ୍ଷା ହେଉଥିବା ବେଳେ ପ୍ରଥମ ସିଟିଂ ୧୦ଟାରୁ ୧ଟା ଓ ଦ୍ୱିତୀୟ ସିଟିଂ ୨ଟାରୁ ୫ଟା ପର୍ଯ୍ୟନ୍ତ ହେବ ।

ପରୀକ୍ଷା ପରିଚାଳନା ପାଇଁ ତିନି ଶହ ଅଧ୍ୟାପକଙ୍କୁ ସ୍କ୍ୱାର୍ଡ଼ ଭାବେ ନିୟୋଜିତ କରାଯାଇଥିବା ବେଳେ ଜିଲ୍ଲା ଗୁଡ଼ିକରେ ତ୍ରିସ୍ତରୀୟ ସ୍କ୍ୱାର୍ଡ଼ ଗଠନ କରାଯାଇଛି । ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଏହାର ତଦାରଖ କରିବେ ।

ଆସନ୍ତା ଅପ୍ରେଲ ୧୧ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କଳା, ବାଣିଜ୍ୟ, ବିଜ୍ଞାନ, ମାଧ୍ୟମିକ ଶିକ୍ଷା ପରିଷଦ, ମୁଖ୍ୟ ଖବର, ଯୁକ୍ତ ଦୁଇ ପରୀକ୍ଷା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ