• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମାନବାଧିକାର କର୍ମୀ

ଅବସରକାଳୀନ ଦେୟ ନ ଦେବାରୁ ଡାକ ବିଭାଗକୁ ନୋଟିସ୍

April 27, 2015 by News Bureau Leave a Comment

ଭୁବନେଶ୍ଵର, ଏପ୍ରିଲ ୨୭ (ଓଡିଶା ଡଟ କମ ) ଗ୍ରାମୀଣ ଡାକ କର୍ମଚାରୀଙ୍କୁ ଅବସରକାଳୀନ ଦେୟ ପ୍ରଦାନରେ ଅହେତୁକ ବିଳମ୍ବକୁ ନେଇ ଜାତୀୟ ମାନବାଧିକାର କମିଶନ ପୁଣି ଥରେ ଉଦବେଗ ପ୍ରକାଶ କରିଥିବା ଜଣେ ମାନବାଧିକାର କର୍ମୀ ସୋମବାର କହିଛନ୍ତି ।

India_Postପୁରୀ ଜିଲ୍ଲା ଚିଲିକା ନୂଆପଡା ଅଂଚଳର ଜଣେ ପୋଷ୍ଟମାଷ୍ଟର ଅବସର ନେବାର ଦୁଇ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ବି ତାଙ୍କୁ ତାଙ୍କର ପ୍ରାପ୍ୟ କାହିଁକି ଦିଆଯାଇନାହିଁ ତାହା ଜଣାଇବା ଲାଗି କମିଶନ ନୂଆଦିଲ୍ଲୀରେ ଅବସ୍ଥାପିତ ଡାକ ବିଭାଗ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି ।

ପୁରୀ ଜିଲ୍ଲା ବ୍ରହ୍ମଗିରି ଉପ ଡାକଘର ଅନ୍ତର୍ଗତ ଚିଲିକା ନୂଆପଡା ଶାଖା ଡାକ ଘରେ ବୈଷ୍ଣବ ଚରଣ ପ୍ରଧାନ ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟକରି ୨୦୧୨ ନଭେମ୍ବରରେ ଅବସର ନେଇଥିଲେ । କିନ୍ତୁ ଦୁଇ ବର୍ଷ ପରେ ମଧ୍ୟ ତାଙ୍କୁ ଅବସରକାଳୀନ ସୁବିଧା ମିଳୁନାହିଁ । ସେ ବିଭିନ୍ନ ଅଫିସ୍ ଦୌଡି ଦୌଡି ନୟାନ୍ତ ହୋଇ ଯାଇଛନ୍ତି।

ସରକାରୀ ଚାକରିରୁ ଅବସର ପରେ ନିୟମ ଅନୁଯାୟୀ କର୍ମଚାରୀଙ୍କୁ ଅବସରକାଳୀନ ସୁବିଧା ସୁଯୋଗ ନ ମିଳିବା ମାନବାଧିକାରର ଉଲଂଘନ ବୋଲି ଦର୍ଶାଇ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଏକ ମାମଲା ରୁଜୁ କରିଥିଲେ ।

ସେ ଦର୍ଶାଇଥିଲେ ଅବସରକାଳୀନ ପୂର୍ଣ ସୁବିଧା ନ ମିଳିବାରୁ ବୈଷ୍ଣବଙ୍କ ଜୀବନ ଦୁର୍ବିସହ ହୋଇପଡିଛି । କମିଶନ ଏହାକୁ ଗ୍ରହଣ କରି ଡାକ ବିଭାଗର ମୁଖ୍ୟ ତଥା ସଚିବଙ୍କୁ ନୋଟିସ୍ ଜାରି କରି ଚାରି ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦେଶ ଦେଇଥିବା ଅଖଣ୍ଡ ପ୍ରକାଶ କରିଛନ୍ତି ।

ପୂର୍ବରୁ ମଧ୍ୟ ଏ ସମ୍ପର୍କିତ ଅନ୍ୟ କିଛି ମାମଲାରେ ଡାକ ବିଭାଗକୁ କମିଶନ ନୋଟିସ୍ ଜାରି କରିଥିଲେ । କମିଶନଙ୍କ ନୋଟିସ୍ ପରେ କିଛି କର୍ମଚାରୀଙ୍କୁ ସେମାନଙ୍କ ଅବସରକାଳୀନ ପ୍ରାପ୍ୟ ମଧ୍ୟ ମିଳିଛି ।

ଏଠାରେ ପ୍ରକାଶଯୋଗ୍ୟ ଯେ, ରାଜ୍ୟର ପ୍ରାୟ ୫୦୦ ଗ୍ରାମୀଣ ଡାକ କର୍ମଚାରୀଙ୍କୁ ଷଷ୍ଠ ବେତନ କମିଶନ ଅନୁଯାୟୀ ବର୍ଦ୍ଧିତ ଗ୍ରାଚୁଇଟି ଓ ବକୈୟା ଦରମା ଦିଆଯାଇ ନାହିଁ । ଏମାନଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ପରିବାରଲୋକଙ୍କୁ ଏହି ଅର୍ଥ ଦିଆଯାଉନାହିଁ ବୋଲି ଅଖଣ୍ଡ ଅଭିଯୋଗ କରିବା ସହ ତୁରନ୍ତ ଏହା ପ୍ରଦାନ କରିବାକୁ ଦାବି କରିଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି Tagged With: ଅଖଣ୍ଡ, ଡାକ ବିଭାଗ, ମାନବାଧିକାର କର୍ମୀ

ମିଛ ମାମଲାରେ ମାନବାଧିକାର କର୍ମୀଙ୍କୁ ୭୦ ଦିନ ଜେଲ୍ !

January 29, 2014 by ଓଡିଶା ଡଟ କମ Leave a Comment

୨୯ ଜାନୁଆରୀ (ଓଡିଶା ଡ଼ଟ୍ କମ୍)-ଦିଲ୍ଲୀରେ ରହୁଥିବା ଓଡିଆ ମାନବାଧିକାର କର୍ମୀ ଭଜମନ ବିଶ୍ୱାଳଙ୍କୁ ଢେଙ୍କାନାଳ ପୋଲିସ୍ ମିଛ କେସ୍ ରେ ସାଇବା ଘଟଣା ଏବେ ପୁଲିସ୍ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି । ପୁଲିସର ବର୍ବରତା ବିରୋଧରେ ଭଜମନ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିବା ପରେ କମିଶନ ଏହି ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ନିଦେ୍ର୍ଧଶ ଦେଇଛନ୍ତି ।

ଏନଏଚଆରସିଙ୍କ ନିଦେ୍ର୍ଧଶ ପରେ ଏହି ଘଟଣାର ଦୁଇ ଦୋଷୀ ପୁଲିସ୍ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିବା ପାଇଁ ସୋମବାର ଭୁବନେଶ୍ୱରରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଦାବି ହୋଇଛି ।ଦୋଷୀ ପୁଲିସ୍ ଙ୍କୁ ବରଖାସ୍ତ ଦାବି୨୦୧୩ ଅଗଷ୍ଟରେ ଢେଙ୍କାନାଳ ଜିଲ୍ଲା ତୁମୁସିଂଘା ଥାନା ଅନ୍ତର୍ଗତ ଟାଙ୍ଗର ଗାଁରେ ଗୌରାଙ୍ଗ ଚରଣ ପୃଷ୍ଟି(୨୨)ଙ୍କ ମୃତ ଦେହ ଗାଁ କେନାଲ ନିକଟରୁ ଉଦ୍ଧାର ହୋଇଥିଲା ।

ଏହା ଏକ ହତ୍ୟାକାଣ୍ଡ ବୋଲି ଗାଁ ଲୋକେ ଅଭିଯୋଗ କରିଥିଲେ ଓ ଏ ସମ୍ପର୍କରେ ଦିଲ୍ଲୀରେ ଥିବା ଭଜମନ ବିଶ୍ୱାଳଙ୍କୁ ଜଣାଇଥିଲେ । ଭଜମନ ସେଠାରେ ଥାଇ ଏହାର ଉପଯୁକ୍ତ ତଦନ୍ତ ପାଇଁ ଲଗାତାର ଦାବି କରିଥିଲେ । ସେପ୍ଟେମ୍ବର ୩ ତାରିଖରେ ତାଙ୍କୁ ପୁଲିସ ଏହି ଘଟଣା ସମ୍ପର୍କରେ ଆଲୋଚନା ପାଇଁ ଦିଲ୍ଲୀରୁ ଡକାଇଥିଲା ।

ଭଜମନ ଓଡିଶା ଆସିବା ପରେ ୧୩ ତାରିଖରେ ତୁମୁସିଂଘା ଥାନା ଅଧିକାରୀ ଲିଙ୍ଗରାଜ ଲେଙ୍କା ଓ ଅନ୍ୟ ପୁଲିସ ଅଧିକାରୀମାନଙ୍କ ସହ କେନାଲ ନିକଟକୁ ଯାଇଥିଲେ । ପ୍ରାୟ ଏକ ଘଣ୍ଟା ପରେ କାମାକ୍ଷାନଗର ତତ୍କାଳୀନ ଏସ୍ଡିପିଓ ରାଜକିଶୋର ଦୋରା, ସବ କଲେକ୍ଟର ନରହରି ସେଠୀ ଓ ଅନ୍ୟ ୫୦୦ ରୁ ଅଧିକ ପୁଲିସ ଫୋର୍ସ ସେଠାରେ ପହଞ୍ଚିଥିଲେ ।

ଉତ୍ୟକ୍ତ ଲୋକେ ପୁଲିସର ନିଷ୍କ୍ରିୟତା ଓ କାର୍ଯାନୁଷ୍ଠାନରେ ବିଳମ୍ବକୁ ବିରୋଧ କରିବାରୁ ପୁଲିସ ଚତୁରତାର ସହିତ ସେଠାରୁ ଚାଲି ଖସିଆସିବାକୁ ଉଦ୍ୟମ କରିଥିଲା । ଘଟଣାର ସ୍ଥିତି ସମ୍ପର୍କରେ ଜଣାଇବା ପାଇଁ ଭଜମନଙ୍କୁ ପଣ୍ଡୁଆ କୁ ଆସିବାବାଲାଗି ଅନୁରୋଧ କରିଥିଲା ।

ଭଜମନ ଓ ଗାଁର ଅନ୍ୟ ୭ ଜଣ ଲୋକ ପଣ୍ଡୁଆକୁ ଆସିଥିଲେ । ସେଠାରେ ତାଙ୍କୁ ପୁଲିସ ୨ ଲକ୍ଷ ଟଙ୍କା ଯାଚିବା ସହ ମାମଲାରୁ ଓହରି ଯିବା ପାଇଁ କହିଥିବା ଭଜମନ ଅଭିଯୋଗ କରିଛନ୍ତି । ସେ ଏଥିରେ ରାଜି ନହେବାରୁ ପୁଲିସ ତାଙ୍କୁ ମାଡମାରିବା ସହ ମିଛ ମାମଲା ରୁଜୁ କରି ତାଙ୍କ ସହ ପାଞ୍ଚ ଜଣଙ୍କୁ କାମାକ୍ଷାନଗର ସବ୍ ଜେଲ ପଠାଇଥିଲା । ସେମାନଙ୍କ ଠାରୁ ପୁଲିସ ୫ଟି ମୋବାଇଲ, ଗୋଟିଏ ମୋଟର ସାଇକେଲ, ଏଟିଏମ୍, ପ୍ୟାନ କାର୍ଡ ଦୁଇଟି ସୁନା ଚେନ୍ ଆଦି ନେଇ ଯାଇଥିଲା । ଏଭଳିକି ତାଙ୍କ ପାଇଁ କୌଣସି ଓକିଲ ମକଦ୍ଧମା ନ ଲଢିବାକୁ ଓଆଇସି ଶ୍ରୀ ଲେଙ୍କା ସ୍ଥାନୀୟ ବାର ଆସୋସିଏସନ୍କୁ ଚିଠି ଲେଖିଥିଲେ ।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ କହିଥିଲେ, ୭୦ ଦିନ ପରେ ୨୦୧୩ ନଭେମ୍ବର ୨୧ରେ ଭଜମନ ଜେଲ୍ ରୁ ଜାମିନରେ ଆସିଲେ । ପୁଲିସ୍ ର ଏହି ବେଆଇନ କାର୍ଯ୍ୟ ବିରୋଧରେ ସେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ ।

କମିଶନଙ୍କ ନିଦେ୍ର୍ଧଶ ପରେ ପୁଲିସ୍ ସେଠାରେ ରିପୋର୍ଟ ଦାଖଲ କରିଥିଲା । ସେଥିରେ ଭଜମନଙ୍କ ଅଭିଯୋଗ ମିଛ ବୋଲି ପୋଲିସ୍ କହିଥିଲା । କିନ୍ତୁ ପୁଲିସ୍ ର ମିଛ ଯୁକ୍ତି ବିରୋଧରେ ଭଜମନ ପ୍ରମାଣ ଭିତିକ ଯୁକ୍ତି କମିଶନଙ୍କ ନିକଟରେ ରଖିଥିଲେ । ଏହାରେ କମିଶନ ପୋଲିସ୍ ରିପୋର୍ଟକୁ ଅଗ୍ରାହ୍ୟ କରି ଘଟଣାର ତଦନ୍ତ ସିବିଆଇ/ସିଆଇଡି ଦ୍ୱାରା କରାଇବାକୁ ନିଦେ୍ର୍ଧଶ ଦେଇଛନ୍ତି । ନିକଟରେ ଭୁବନେଶ୍ୱର ହୋଇଥିବା ଏନଏଚଆରସିଙ୍କ କ୍ୟାମ୍ପ କୋର୍ଟରେ ମଧ୍ୟ ଏହି ମାମଲାର ଶୁଣାଣୀ ହୋଇଥିଲା ।

ଭଜମନ କହିଥିଲେ ଯେ, ତାଙ୍କୁ ପୋଲିସ୍ ମିଛ ଏନକାଉଣ୍ଟରରେ ମାରିଦେବାକୁ ଚେଷ୍ଟା କରୁଛି । ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ଜଣାଇଥିଲେ । ସେଠାରେ କମିଶନ ପୋଲିସ୍ ର ଏହି କାର୍ଯ୍ୟ ଉରେ ଅସନ୍ତୋଷ ଓ ବିରକ୍ତି ପ୍ରକାଶ କରିଥିଲେ । ସେଠାରେ ଉପସ୍ଥିତ ଥିବା ଏଚଆରିସି ଅତିରିକ୍ତ ଡିଜି ଅମ୍ରିତମୋହନ ପ୍ରସାଦ, ତାଳଚେର ରେଞ୍ଜ ଡିଆଇଜି, ଢେଙ୍କାନାଳ ଏସିପି ଓ ଜିଲ୍ଲାପାଳ କମିଶନଙ୍କୁ କିଛି କହିପାରିନଥିଲେ । ତାଙ୍କୁ ସୁରକ୍ଷା ଯୋଗାଇବା ଉପରେ ବିଚାର କରିବାକୁ କମିଶନ ଗୃହ ବିଭାଗକୁ ନିଦେ୍ର୍ଧଶ ଦେଇଥିଲେ ।

କମିଶନଙ୍କ ନିଦେ୍ର୍ଧଶ ରେ ଘଟଣାର ମୁଖ୍ୟ ନାୟକ ତଥା ତୁମୁସିଂଘା ଥାନାର ତତ୍କାଳିନ ଅଧିକାରୀ ଲିଙ୍ଗରାଜ ଲେଙ୍କା, ତତ୍କାଳୀନ ଏସ୍ଆଇ ମଧୁସ୍ମିତା ବେହେରା, ତତ୍କାଳୀନ କାମାକ୍ଷାନଗର ଏସ୍ଡିିଓ ରାଜକିଶୋର ଦୋରା ଓ ଏଏସପି ମନୋରଂଜନ ମହାନ୍ତିଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର ପାଇଁ ସାମ୍ବାଦିକ ସମ୍ମିଳନୀରେ ଦାବି ହୋଇଛି । ଭଜମନଙ୍କୁ କ୍ଷତିପୁରଣ ବାବଦରେ ୫୦ ଲକ୍ଷ ଟଙ୍କା ଦେବାକୁ ଅଖଣ୍ଡ ଦାବି କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଅଖଣ୍ଡଙ୍କ ସହ ଭଜମନ ଓ ତାଙ୍କ ପତ୍ନୀ ଜଗତଜୀତା ବିଶ୍ୱାଳ, ମୃତ ଗୌରାଙ୍ଗଙ୍କ ଭାଇ ଲକ୍ଷ୍ମଣ କୁମାର ବେହେରା ଏବଂ ପୋଲିସ୍ ନିର୍ଯାତନାର ଶିକାର ହୋଇଥିବା ଟାଙ୍ଗର ଗାଁର କିଛି ପିଡୀତ ଉପସ୍ଥିତ ଥିଲେ ।

(ଓଡିଶା ଡ଼ଟ୍ କମ୍)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜିଲ୍ଲାପାଳ, ଜେଲ୍, ମାନବାଧିକାର କର୍ମୀ, ସାମ୍ବାଦିକ ସମ୍ମିଳନୀ

ମାନବାଧିକାର କର୍ମୀଙ୍କ ଉପରେ ନିର୍ଯ୍ୟାତନା ବୃଦ୍ଧି ପାଇଛି: ମତ

December 10, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୦(ଓଡିଶା ଡଟ୍ କମ୍)-ବିଗତ ବର୍ଷଠାରୁ ଚଳିତ ବର୍ଷରେ ମାନବାଧିକାର କର୍ମୀଙ୍କ ଉପରେ ନିର୍ଯ୍ୟାତନା ବୃଦ୍ଧି ପାଇଛି ଏବଂ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ ମଧ୍ୟ ବୃଦ୍ଧି ପାଇଛି ବୋଲି ଏଠାରେ ଅନୁଷ୍ଠିତ ଦୁଇଦିନିଆ ମାନବାଧିକାର କର୍ମୀଙ୍କ ତାଲିମ ଶିବିରରେ ଉଦ୍ୟାପନ ଦିବସରେ ଯୋଗଦେଇ ଜାତୀୟ ମାନବାଧିକାର ଆୟୋଗର ହ୍ୟୁମାନ ରାଇଟ୍ସ ଡ଼ିଫେଣ୍ଡର ଫୋକାଲ ପଏଣ୍ଟ ଏ.କେ. ପରାସର ମତବ୍ୟକ୍ତ କରିଥିଲେ ।

ଭୁବନେଶ୍ୱର ସି.ୱାଇ.ଏସ୍.ଡ଼ି. ସଭାଗୃହରେ ଅନୁଷ୍ଠିତ ତାଲିମ ଶିବିରରେ ଉଦ୍ୟାପନ ଦିବସରେ ଯୋଗଦେଇ ସେ କହିଥିଲେ ଡ଼ିସେମ୍ବର ୯ ଦିବସକୁ ସାରା ବିଶ୍ୱରେ ମାନବାଧିକାର ଦିବସ ରୂପେ ପାଳନ କରାଯାଉଛି ।

ପ୍ରଥମ କରି ୧୯୮୯ ମସିହା ଆଜିର ଦିନରେ ମିଳିତ ଜାତିସଂଘର ପ୍ରସ୍ତାବ ଦ୍ୱାରା୨୦ଧାରା ସମ୍ମିଳିତ ଏକ ଆଇନ୍ ମାନବାଧିକାର କର୍ମୀଙ୍କ ସୁରକ୍ଷା, ଭୂମିକା ଓ ସକରାତ୍ମକ ଦାୟିତ୍ୱ ନେଇ ପ୍ରଣୟନ କରାଗଲା ।

ଓଡ଼ିଶାରୁ ଏବେସୁଦ୍ଧା ୫୦୦୦ରୁ କେସ୍ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପହଞ୍ଚିଛି । ଆର୍ଥିକ ବର୍ଷ ଶେଷସୁଦ୍ଧା ୬୦୦୦ ପାଖାପାଖି ହେବ ଯାହକି ପୂର୍ବବର୍ଷ ତୁଳନାରେ ଯଥେଷ୍ଟ ବୃଦ୍ଧି ପାଇଛି ।

ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ମାନବାଧିକାର କର୍ମୀ ଡ଼ଃ ଲେଲିନ୍ ରଘୁବଂଶୀ ଅନ୍ୟତମ ଅତିଥି ବକ୍ତାରୂପେ ଯୋଗଦେଇ ମାନବାଧିକା କର୍ମୀଙ୍କୁ ନେଇ ସାରା ଦେଶରେ ଏକ ନେଟ୍ୱର୍କ ସ୍ଥାପନ ଉପରେ ଗୁରୁତ୍ୱ ଦେଇଥିଲେ ।

ଭାରତ ସରକାର ୧୯୯୮ ମିସହାରୁ ମିଳିତ ଜାତିସଂଘର ମାନବାଧିକାର କର୍ମୀଙ୍କ ସୁରକ୍ଷା ସମ୍ବନ୍ଧରେ ସ୍ୱାକ୍ଷର କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏକ ଘରୋଇ ଆଇନ୍ ଆଣିପାରି ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ଯାହାକି ଉଭୟ ଗଣତନ୍ତ୍ର ଓ ମାନବାଧିକାର ସୁରକ୍ଷା ପାଇଁ ଲଢୁଥିବା କର୍ମୀଙ୍କ ପାଇଁ ସତର୍କ ଘଣ୍ଟି ବୋଲି ସେ ମତପ୍ରକାଶ କରିଥିଲେ ।

ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଓ ଜାତୀୟ ମାନବାଧିକାର ଆୟୋଗଙ୍କ ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ଦୁଇ ଦିନିଆ ତାଲିମ ଶିବିରକୁ ଫ୍ରଣ୍ଟର ଅଧ୍ୟକ୍ଷ ମନୋଜ ଜେନା ପରିଚାଳନା କରିଥିଲେ ।

ରାଜ୍ୟର ବିଭିନ୍ନ ଜିଲ୍ଳାରୁ ଶହେ ପାଖାପାଖି ମାନବାଧିକାର କର୍ମୀ ଯୋଗ ଦେଇଥିଲେ । ଦୁଇଦିନିଆ ତାଲିମ ଶିବିରରେ ଏ ସମ୍ପର୍କିତ ବିଭିନ୍ନ ବିଷୟ ଯଥା ମାନବାଧିକାର କର୍ମୀଙ୍କ ଭୂମିକା, ଦାୟିତ୍ୱ, ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ଆଇନ୍ ନିୟମ ସମ୍ବନ୍ଧ ତଥ୍ୟ ଅନୁସନ୍ଧାନ, ପର୍ଯ୍ୟବେକ୍ଷଣ ଓ ଉପସ୍ଥାପନ ଆଦି ବିଷୟରେ ଅନୁଭବି ପ୍ରଶିକ୍ଷକଙ୍କ ଦ୍ୱାରାତାଲିମ୍ ପ୍ରଦାନ କରାଯାଇଥିଲା ।

ଏଥିରେ ଜିଲ୍ଲାରୁ ଆସିଥିବା ମାନବାଧିକାର କର୍ମୀ ତାଙ୍କର କେସ୍ ଓ ତଥ୍ୟ ଉପସ୍ଥାପନ କରିଥିଲେ । ପରିଶେଷରେ ଏକ ବିସ୍ତୃତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇ ଆଗାମୀ ଦିନରେ ଓଡ଼ିଶାରେ ମାନବାଧିକାର ସୁରକ୍ଷା ନେଇ ଅଭିଯାନକୁ ଗଢିତୋଳିବାକୁ ମତପ୍ରକାଶ କରିଥିଲେ ।

ଉକ୍ତ କର୍ମଶାଳାରେ ମାନବାଧିକାର କର୍ମୀ ବାଘାମ୍ବର ପଟ୍ଟନାୟକ, ଡ଼ଃ ବିକାଶ ଦାସ, ପ୍ରଦୀପ ପ୍ରଧାନ, ଧୀରେନ୍ଦ୍ର ପଣ୍ଡା, ଚନ୍ଦ୍ରନାଥ ଦାନୀ, ଶଙ୍କର ପାଣିଗ୍ରାହୀ, ପ୍ରତାପ କାଣ୍ଡି, ବିକ୍ରମ ସ୍ୱାଇଁ ଗୟାଧର ମଲ୍ଲିକ, ସନ୍ନ୍ୟାସୀ ବେହେରା, ଶଶୀଭୂଷଣ ପୁରୋହିତ, ସଙ୍ଗୀତା ମାଝି, ଦୁର୍ଯ୍ୟୋଧନ ମାଝୀ, ଭାରତ ପାଣିଗ୍ରାହୀ, ମୁକ୍ତାର ଅନ୍ସାରୀ, ସୁରେଖା ମଲ୍ଲିକ, ନୀଳମଣୀ ଯୋଶୀ ପ୍ରମୁଖ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଶିବିର ପରିଚାଳନାରେ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟର ସଭ୍ୟ ସନ୍ଦୀପ ମହାନ୍ତି, ଧରିତ୍ରୀ ସାହୁ, ଉତ୍ପଳ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆଇନ୍ ପ୍ରଣୟନ, ନିର୍ଯ୍ୟାତନା, ମାନବାଧିକାର କର୍ମୀ

ଭୋକ ସହିନପାରି ସ୍କୁଲ ଛାତ୍ରଙ୍କ ଚୋରି, ତଦନ୍ତ ଦାବି

March 17, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ମାର୍ଚ୍ଚ ୧୭(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ଏକ ଆଦିବାସୀ ଆବାସିକ ସ୍କୁଲ ତିନି ଜଣ ଛାତ୍ର ଭୋକ ସହିନପାରି ଚୋରି ଭଳି ଅପରାଧ କରିଥିବା ବେଳେ ଏହାର ତଦନ୍ତ ପାଇଁ ମାନବାଧିକାର କର୍ମୀମାନେ ଦାବି କରିଛନ୍ତି ।

ସିଦ୍ଧଳ ଗ୍ରାମରେ ଥିବା ମା’ ଅମ୍ବିକା ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟରେ କଟକ, ଗଜପତି, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଅନୁଗୁଳ ଏବଂ ରାଜ୍ୟର ଅନ୍ୟ ସ୍ଥାନର ପ୍ରାୟ ୭୦୦ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ।

ସ୍କୁଲରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ଛାତ୍ରଛାତ୍ରୀମାନେ ଏହାର ଛାତ୍ରାବାସରେ ରହନ୍ତି । ସ୍କୁଲର ତିନି ଜଣ ଛାତ୍ର ଶୁକ୍ରବାର ରାତିରେ ଏକ ଦୋକାନର ତାଲା ଭାଙ୍ଗି ଚୋରି କରୁଥିବା ବେଳେ ଲୋକମାନେ ସେମାନଙ୍କୁ ଧରିଥିଲେ ଏବଂ ଏକ ଧାରୁଆ ଅସ୍ତ୍ର ମଧ୍ୟ ଜବତ କରିଥିଲେ ।

ପରେ ଲୋକମାନେ ପଚରା ଉଚରା କରିବା ପରେ ସେମାନେ ଉକ୍ତ ସ୍କୁଲର ଛାତ୍ରମାନେ ବୋଲି ଜଣାପଡ଼ିଥିଲା । ଏମାନଙ୍କ ମଧ୍ୟରୁ ଦୁଇ ଜଣ ଷଷ୍ଠ ଶ୍ରେଣୀର ହୋଇଥିବା ବେଳେ ଅନ୍ୟ ଜଣେ ପଞ୍ଚମ ଶ୍ରେଣୀର ।

ତେବେ ଛାତ୍ରମାନେ ଦୋକାନରୁ କୌଣସି ସାମଗ୍ରୀ ଚୋରି କରିନାହାନ୍ତି କିନ୍ତୁ ଚୋରି କରିବାକୁ ଉଦ୍ୟମ କରୁଥିଲେ ବୋଲି ଦୋକାନୀ ପ୍ରଭାକର ବେହେରା କହିଛନ୍ତି ।

ପରେ ଗ୍ରାମବାସୀମାନେ ସ୍ଥାନୀୟ ଗ୍ରାମରକ୍ଷୀଙ୍କୁ ଏବିଷୟରେ ଜଣାଇବା ପରେ ପୋଲିସ ସଂପୃକ୍ତ ଛାତ୍ର ମାନଙ୍କୁ ପଚରାଉଚରା ପାଇଁ ଥାନାକୁ ନେଇଥିଲା ।

ସ୍କୁଲ କର୍ତୃପକ୍ଷ ଏମାନଙ୍କୁ ଯଥେଷ୍ଟ ପରିମାଣରେ ଖାଇବାକୁ ଦେଉନଥିବାରୁ ସେମାନେ ଦୋକାନରୁ ବିସ୍କୁଟ, ମିକ୍ସଚର ଚୋରି କରିବାକୁ ଆସିଥିଲେ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ଛାତ୍ରଙ୍କୁ ଖାଇବାକୁ ଦିଆଯାଇନଥିବା ଅଭିଯୋଗ ମିଥ୍ୟା ଏବଂ ସେମାନେ କର୍ତୃପକ୍ଷଙ୍କ ଅଜାଣତରେ କିଭଳି ସ୍କୁଲରୁ ବାହାରକୁ ଯାଇଥିଲେ ସେସଂପର୍କରେ ତଦନ୍ତ କରୁଛୁ ବୋଲି ସ୍କୁଲର ସଂପାଦକ ଶ୍ରୀବତ୍ସ ସାମନ୍ତରାୟ କହିଛନ୍ତି ।

ଏସଂପର୍କରେ ଆମେ ଅଭିଯୋଗ ପାଇଛୁ ଏବଂ ସଂପୃକ୍ତ ଛାତ୍ର, ସ୍କୁଲ କର୍ତୃପକ୍ଷ ଏବଂ ପରିଚାଳନା କମିଟି ସହ ଆଲୋଚନା କରାଯିବ ବୋଲି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶରତ କୁମାର ସାହୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଆଦିବାସୀ, ଜଗତସିଂହପୁର, ତଦନ୍ତ, ମାନବାଧିକାର କର୍ମୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ