• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମାଲକାନଗିରି

ମାଓବାଦୀଙ୍କ ବିସ୍ଫୋରଣରେ ତିନି ବିଏସଏଫ ଯବାନ ସମେତ ଚାରି ମୃତ

August 26, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ମାଲକାନଗିରି, ଅଗଷ୍ଟ ୨୬ (ଓଡିଶା ଡଟ କମ) ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳ ଚିତ୍ରକୋଣ୍ଡା ଯାନବାଇ ଘାଟି ନିକଟରେ ମାଓଙ୍କ ଦ୍ଵାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ତିନ ଜଣ ଯବାନଙ୍କ ସମେତ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଛଅ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଥିବା ପୁଲିସ କହିଛି ।

ବିଏସଏଫ ଯବାନ ମାନେ ମାଓ ବିରୋଧୀ ଅଭିଯାନ ଚଳାଇଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ରାଜ୍ୟ ପୁଲିସ ମୁଖ୍ୟ ସଂଜୀବ ମାରିକ ଓଡିଶା ଡଟ କମକୁ କହିଛନ୍ତି ।

ମୃତ ଯବାନଙ୍କ ମଧ୍ୟରେ ଜଣେ ଏଏସଆଇ, ଜଣେ ହାବିଲଦାର ଓ ଜଣେ କନେଷ୍ଟବଳ ରହିଛନ୍ତି । ଆହତ ହୋଇଥିବା ଯବାନମାନଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ  ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ବ୍ୟାପକ ଖାନ ତଲାସ କରାଯାଉଛି ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅପରାଧ Tagged With: ବିସ୍ଫୋରଣ, ମାଓବାଦୀ, ମାଲକାନଗିରି

ମାଲକାନଗିରିର ୭ଟି ବ୍ଲକ ପୁନର୍ଗଠିତ

February 1, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃଆରୀ ୧(ଓଡିଶା ଡଟ୍ କମ୍)- ରାଜ୍ୟ ସରକାର ମାଲକାନଗିରି ଜିଲ୍ଲାର ୭ଟି ବ୍ଲକକୁ ପୁନର୍ଗଠିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଅନୁମୋଦନ ହେଲାପରେ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଏ ସଂପର୍କରେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ମାଲକାନଗିରି ଜିଲ୍ଲାରେ ବହୁ ବିଛିନ୍ନାଞ୍ଚଳ ରହିଛି । ବ୍ଲକ ମୁଖ୍ୟାଳୟକୁ ଆସିବା ପାଇଁ ଲୋକଙ୍କୁ ଆନ୍ଦ୍ରପ୍ରଦେଶ ଯିବାକୁ ପଡୁଛି । ଗୋଟିଏ ଗୋଟିଏ ବ୍ଲକକୁ ଆସିବା ନିମନ୍ତେ ୨/୩ ଦିନ ସମୟ ଲାଗୁଛି । ଏହାକୁ ଦୃଷ୍ଟିରେ ରଖି ସରକାର ଏହି ପୁନର୍ଗଠନ କରିଛନ୍ତି ।

କୁଡୁମୁଲୁଗୁମା ବ୍ଲକ ପୁନର୍ଗଠନରେ ଚିତ୍ରକୋଣ୍ଡା ବ୍ଲକ ସୃଷ୍ଟି କରାଯାଇଛି । ଫଳରେ ବିଶେଷ ଅସୁବିଧା ଭୋଗୁଥିବା କୁଡୁମ୍ଲୁଗୁମା ବ୍ଲକର ୬ଟି ପଞ୍ଚାୟତର ଲୋକେ ଏଣିକି ଚିତ୍ରକୋଣ୍ଡାକୁ ଶୀଘ୍ର ଆସିପାରିବେ ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ,ମାଲକାନଗିରି ବ୍ଲକରେ ବର୍ତମାନ ୧୩ଟି ଗ୍ରାମ ପଞ୍ଚାୟତ ରହିଥିବାବେଳେ ପୁନର୍ଗଠନରେ ୧୯ଟି ଗ୍ରାମ ପଞ୍ଚାୟତ ରହିବ । ପଡିଆ ବ୍ଲକରେ ୧୦ଟି ପଞ୍ଚାୟତ ରହିଥିବାବେଳେ ୮ଟି ପଞ୍ଚାୟତ ରହିବ ।

ଖଇରପୁର ବ୍ଲକରେ ୯ଟି ପଞ୍ଚାୟତ ବଦଳରେ ୧୧ଟି ପଞ୍ଚାୟତ ରହିବାବେଳେ କୋରକୁଣ୍ଡା ବ୍ଲକରେ ୨୪ ପଞ୍ଚାୟତ ବଦଳରେ ୧୨ଟି ପଞ୍ଚାୟତ ରହିବ ।

ସେହିପରି କାଲିମେଳା ବ୍ଲକରେ ୨୧ଟି ପଞ୍ଚାୟତ ବଦଳରେ ୨୩ ପଞ୍ଚାୟତ ରହିଥିବାବେଳେ ମାଥିଲି ବ୍ଲକରେ ଯେଉଁ ୨୦ଟି ପଞ୍ଚାୟତ ରହିଛି ସେତିକି ପଞ୍ଚାୟତ ରହିବ । ତେବେ ୧୧ଟି ପଞ୍ଚାୟତ କୁ ନେଇ ଗଠିତ କୁଡୁମୁଲୁଗୁମା ବ୍ଲକ ପୁନର୍ଗଠନରେ ୧୫ଟି ପଞ୍ଚାୟତ ରହିବ ।

ଏହି ବ୍ଲକର ନାମ କୁଡୁମୁଲୁଗୁମା ପରିବର୍ତେ ଚିତ୍ରକୋଣ୍ଡା ହେବ । ବ୍ଲକ ମୁଖ୍ୟାଳୟ ଚିତ୍ରକୋଣ୍ଡା ହିଁ ରହିବ ବୋଲି କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଅନୁମୋଦନ ହୋଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆନ୍ଦ୍ରପ୍ରଦେଶ, ଚିତ୍ରକୋଣ୍ଡା ବ୍ଲକ, ମାଲକାନଗିରି, ମୁଖ୍ୟ ଶାସନ ସଚିବ

ମାଲକାନଗିରି: ୨୯ ଜଣ କଏଦୀଙ୍କ ଅନଶନ

January 31, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ମାଲକାନଗିରି, ଜାନୁଆରୀ ୩୧(ଓଡିଶା ଡଟ୍ କମ୍)-ମାଲକାନଗିରି ସଦର ମହକୁମା ସ୍ଥିତ ମୁଖ୍ୟ କାରାଗାରରେ ପ୍ରାୟ ୨୯ ଜଣ କଏଦୀ ଅନଶନରେ ବସିଛନ୍ତି । ଏମାନଙ୍କ ନାମରେ ନକ୍ସଲ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗ ଉପରେ କେସ ମାନ ରହିଛି ।

କଏଦୀମାନେ ଆମରଣ ଅନଶନ କରିଥିବା ଯୋଗୁଁ ଜେଲ୍ କତୃପକ୍ଷ ଓ ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ଜିଲ୍ଲାପାଳ ଅତିରିକ୍ତ ଦଦାୟିତ୍ୱ ଥିବା ପିଡିଆରଡିଏ ବିଶ୍ୱମୋହନ ରାୟ ଜେଲ ମଧ୍ୟକୁ ଯାଇ ଜେଲ କଏଦୀମାନଙ୍କୁ ବୁଝାଇଥିଲେ ମଧ୍ୟ କଏଦୀମାନେ ଅନଶନ ଜାରି ରଖିଛନ୍ତି ବୋଲି ଶ୍ରୀ ରାୟ ପ୍ରକାଶ କରିଛନ୍ତି । ୪ ଦଫା ଦାବି ନେଇ ଏହି କଏଦୀମାନେ ଅନଶନ ଚଳାଇଛନ୍ତି ।

ସେଗୁଡିକ ହେଲା ମିଥ୍ୟା ନକ୍ସଲ କେଶ୍ ଗୁଡିକ ପ୍ରତ୍ୟାହାର କରାଯାଉ । ନିଜ ପରିବାର ବର୍ଗଙ୍କୁ ମିଶିବା ପାଇଁ ଅନୁମତି ପ୍ରଦାନ କରାଯାଉ । ଜେଲରେ ଫୋନ୍ ବ୍ୟବସ୍ଥା କରିବା ଏବଂ ଗୋଟିଏ ମୋକଦ୍ଧମାର ଫଇସଲା ହୋଇଗଲା ପରେ ଆଉ ଗୋଟିଏ ମିଥ୍ୟା କେଶ୍ ଯୋଡା ଯାଉଛି ତାହା ପୋଲିସ ପକ୍ଷରୁ ନକରାଯାଉ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଅନଶନ, କଏଦୀ, ଜିଲ୍ଲା ପ୍ରଶାସନ, ଜେଲ୍, ନକ୍ସଲ, ମାଲକାନଗିରି

୨ମହିଳା ସମେତ ୫ ମାଓବାଦୀଙ୍କ ଆତ୍ମସମର୍ପଣ

November 7, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନାଗିରି ୭(ଓଡ଼ିଶା ଡ଼ଟ୍ କମ୍) -ମାଲକାନଗିରି ଜିଲା ସୀମାନ୍ତବର୍ତୀ ଛତିଶଗଡ଼ ବିଜାପୁରଠାରେ ୨ମହିଳା ସମେତ ୫ଜଣ ମାଓବାଦୀଏସପି ପ୍ରଶାନ୍ତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ତେବେ ମାଓ ସଂଗଠନର ବରିଷ୍ଠ ନେତାମାନେ କ୍ୟାଡର ନକ୍ସଲଙ୍କୁ ନିର୍ଯାତନା ଦେବାରୁ ସେମାନେ ସଂଗଠନ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା କହିଛନ୍ତି । ଓଡ଼ିଶା ଓ ଛତିଶଗଡ଼ର ବହୁ ନକ୍ସଲ ହିଂସାରେ ଏମାନେ ଜଡ଼ିତ ଥିବାବେଳେ ସୁକୁମା ଜିଲାପାଳ ଆଲେକ୍ସ ପୋଲ ମେନନ ଅପହରଣର ମୁଖ୍ୟ ଥିଲେ ।

ସେମାନେ ହେଲେ ପିପୁଲ୍ସ ଲିବେରେସନ ଗରିଲା ଆର୍ମି(ପିଏଲଜିଏ)ର କମାଣ୍ଡର ପୁନମ ସୋନି ଓ ସୁବାସ ମାଲାଭି, ପାକୁଲ ରାମା, ମୁନି ତାଟି ଓ ଚିଟି ତାଟି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆତ୍ମସମର୍ପଣ, ମାଓବାଦୀ, ମାଲକାନଗିରି

କୋରାପୁଟରେ ପଶୁଧନ ବିକାଶ ପ୍ରକଳ୍ପର ଶୁଭାରମ୍ଭ

October 4, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୫ (ଓଡ଼ିଶା ଡ଼ଟ୍ କମ୍) –ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ ଜିଲ୍ଲା ଗସ୍ତରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ପଶୁଧନ ବିକାଶ ପ୍ରକଳ୍ପର ଉଦଘାଟନ କରିଛନ୍ତି ।

ଏହି ପ୍ରକଳ୍ପରେ ଉନ୍ନତ ମାନର ଶଙ୍କର ଜାତୀୟ ଗୋଧନର ବିକାଶ ପାଇଁ ପଦକ୍ଷେପ ନିଆଯିବ ।

କୋରାପୁଟର ଓଏସଏପି ପଡିଆ ଠାରେ ଏହି ପ୍ରକଳ୍ପ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହି ପ୍ରକଳ୍ପରେ ରାଜ୍ୟର ୧୩ଟି ଜିଲ୍ଲାରେ ଜେକେ ଟ୍ରଷ୍ଟ ସହଯୋଗରେ ୬୨୦ ଟି ସମନ୍ୱିତ ପଶୁଧନ ବିକାଶ କେନ୍ଦ୍ର (ଇ ଗ୍ରେଟେଡ ଲାଇଭଷ୍ଟକ ଡେଭଲପମେଟ ସେନଟର ) ଖୋଲାଯିବ ।

ଏହି ଯୋଜନାରେ ୫ ବର୍ଷରେ ୫ ହଜାର ଗାଁ ର ୩ ଲକ୍ଷ ପରିବାରକୁ ଡାଇରି ଡେଭଲପମେନଟ କାର୍ଯ୍ୟକ୍ରମରେ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଥିରେ ଜିଲ୍ଲାର ଶିକ୍ଷିତ ଯୁବକ ମାନଙ୍କୁ ଲାଇଭଷ୍ଟକ କେନ୍ଦ୍ର ଗୁଡିକରେ “ଗୋପାଳ’ ଭାବରେ ନିଯୁକ୍ତି ଦିଆଯିବା ସହତି ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ଜଣେ ଜଣେ ଲାଇଭଷ୍ଟକ ଇନସପେକ୍ଟର ରଖାଯିବ ବୋଲି ସେ କହିଥିଲେ ।

ପ୍ରକଳ୍ପ ଦଦ୍ୱାରାଦୁଗ୍ଧ ଉପ୍ତାଦନ ବୃଦ୍ଧି ପାଇବା ସହିତ କାର୍ଯ୍ୟକ୍ରମରେ ସଂଶ୍ଲିଷ୍ଟ ପରିବାର ଗୁଡିକର ରୋଜଗାର ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ରାଜ୍ୟର କୃଷକ ମାନଙ୍କୁ ଚାଷ ସହିତ ଗୋପାଳନ, କୁକୁଡା ଚାଷ, ମାଛ ଚାଷ ଆଦି କାର୍ଯ୍ୟକ୍ରମରେ ସାମିଲ କରି ସେମାନଙ୍କର ଆର୍ଥିକ ଅଭିବୃଦ୍ଧି କରିବା ସରକାରଙ୍କ ଲକ୍ଷ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ପଶୁସଂପଦର ସ୍ୱାସ୍ଥ୍ୟ ରକ୍ଷା ପାଇଁ ରାଜ୍ୟର ଆଦିବାସି ଜିଲ୍ଲା ଗୁଡିକରେ ୧୦୫ ଟି ଭେଟେରୀନାରୀ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର କାମ କରୁଛି । ସେଥିରୁ କେବଳ ୮୦ ଟି କେବିକେ ଜିଲ୍ଲାରେ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ଓ କଲ୍ୟାଣ ମୁଳକ ଉପରେ ମଧ୍ୟ ଆଲୋକପାତ କରିଥିଲେ ।

କୋରାପୁଟରେ ମୁଖ୍ୟମନ୍ତ୍ରୀ “ସାକ୍ଷର ଭାରତ କାର୍ଯ୍ୟକ୍ରମ” ଏବଂ “ନିଧି ମଉସା” ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ରମେଶ ମାଝୀ, ରବି ନାରାୟଣ ନନ୍ଦ, ସାଂସଦ ଜୟରାମ ପାଂଗୀ ଏବଂ ବିଧାୟକ ମାନେ ଯୋଗ ଦେଇଥିଲେ । ପ୍ରବଳ ବର୍ଷା ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଜିଲ୍ଲା ଗସ୍ତ ବାତିଲ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କୋରାପୁଟ, ମାଲକାନଗିରି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ମାଲକାନଗିରି: କମାରପାଲ୍ଲୀ ପଞ୍ଚାୟତରେ ଅଜଣା ରୋଗ ଆତଙ୍କ

August 27, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଥିଲି,ଅଗଷ୍ଟ ୨୭ (ଓଡ଼ିଶା ଡ଼ଟ୍ କମ୍)- ମାଲକାନଗିରି ଜିଲା ମାଥିଲି ବ୍ଲକର ଦୁର୍ଗମ ଅଂଚଳ କମାରପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗାଁରେ ଗତ ସପ୍ତାହକ ମଧ୍ୟରେ ଅଜଣା ରୋଗରେ ୫ଜଣଙ୍କର ମୃତ୍ୟୁ ଘଟିଛି ।

ମୃତ୍ୟୁର ନିର୍ଦ୍ଧିଷ୍ଟ କାରଣ ଜଣାପଡ଼ିନଥିବାବେଳେ ଏହି ଘଟଣା ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୧୦ଟାବେଳେ କୁରୁମପାଲ୍ଲୀ ଗାଁର ଗୀତା ପୂଜାରୀ(୪୦) ରାତି ୧୧ଟା ସମୟରେ ହଠାତ ଉଠି ଯନ୍ତ୍ରଣା ଅନୁଭବ କରିଥିଲେ । ତା’ ପରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା ।

ସେହିପରି ବକଡାଗୁଡାର ଫୁଲମତି ସଗରିଆ (୪୫)ଙ୍କର ମୃତ୍ୟୁ ହୋଇଥିବାବେଳେ ଗତ ୭ତାରିଖରେ ଫୁଲମତିଙ୍କ ବଡଭଉଣୀ ରେଲକି ସଗରିଆ(୩୫)ଙ୍କ ହଠାତ ମୃତ୍ୟୁ ହୋଇଥିଲା । ନୂଆଗୁଡାର ସୁକେଇ ପଡିଆମୀଙ୍କର ଗତ ୨୬ତାରିଖ ରାତିରେ ମୃତ୍ୟୁ ଘଟିଥିବା ବେଳେ ସୋଡିଗୁଡାର ଉଙ୍ଗା ପଡିଆମୀ (୧୨)ଙ୍କର ମଧ୍ୟ ସେହିପରି ମୃତ୍ୟୁ ଘଟିଥିଲା ।

ଏପରି ମୃତ୍ୟୁକୁ ନେଇ ସମଗ୍ର ପଞ୍ଚାୟତର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ବେଳେ ଏହାର କାରଣ ସମ୍ପର୍କରେ ଲୋକେ ସଠିକ କହିପାରୁନାହାନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଅଜଣା ରୋଗ, କମାରପାଲ୍ଲୀ ପଞ୍ଚାୟତ, ମାଲକାନଗିରି

ପୋଳାଭରମ ପ୍ରକଳ୍ପକୁ ନେଇ ଘନେଇଲା ବିଜେଡି ରାଜନୀତି

August 26, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୨୬ (ଓଡ଼ିଶା ଡ଼ଟ୍ କମ୍)- ପୋଟୁ ଚାଲ ମାଲକାନଗିରି ବଂଚାଅ ଏହା ହେଉଛି ବିଜେଡିର ଡାକରା । ଗୋାବରୀ ନଦୀରେ ଆନ୍ଦ୍ର ସରକାର କରୁଥିବା ବିବାଦୀୟ ପୋଲାଭରମ ଜଳ ପ୍ରକଳ୍ପକୁ ବିରୋଧକରି ସୋମବାର ଦିନ ବିଜେଡି ମାଲକାନଗିରିରେ ଏକ ସମାବେଶ ଆୟୋଜନ କରୁଛି ।

କେନ୍ଦ୍ର ସରକାର ଏବଂ ଆନ୍ଦ୍ର ସରକାରକୁ ଚେତାଇ ବୋପାଇଁ ଏହି ସମାବେଶର ଆହ୍ୱାନ ିଆ ଯାଇଛି,ଏଥିନେଇ ସମସ୍ତ ରଣନୀତି ଚୁଡାନ୍ତ ହୋଇଛି ବୋଲି ବି୍ୟାଳୟ ଓ ଗଣଶି କ୍ଷା ମନ୍ତ୍ରୀ ରବି ନାରାୟଣ ନନ୍ଦ କହିଛନ୍ତି ।

ମାଲକାନାଗିରିର ପୋଟେରୁ ଠାରେ ହେବାକୁ ଯାଉଥିବା ଏହି ସମାବେଶରେ ବିଜେଡି ମନ୍ତ୍ରୀ ଓ ବିଧାୟକମାନେ ଯୋଗଦେବେ । ଏହି ସମାବେଶ ଜରିଆରେ ଉଭୟ କେନ୍ଦ୍ର ଓ ଆନ୍ଦ୍ର ସରକାରଙ୍କୁ ଓଡିଶା ପକ୍ଷରୁ ଏକ ପ୍ରକାର ଚେତାବନୀ ଶୁଣାଇ ଦିଆ ଯିବ ବୋଲି ଶ୍ରୀ ନନ୍ଦ କହିଛନ୍ତି ।

ଏଥିନେଇ ରାଜ୍ୟ ରାଜନୀତି ଜୋର ଧରିଛି । ପିସିସି ସଭାପତି ନିରଂଜନ ପଟ୍ଟନାୟକ ବିଜେଡିର ଏହି ସମାବେଶ ପରିପ୍ରେକ୍ଷିରେ କହିଛନ୍ତି ଯେ,ଏହା ତୁଛା ରାଜନୀତି ଛଡା ଆଉ କିଛି ନୁହେଁ ।

ପୋଳାଭରମ ପ୍ରକଳ୍ପ ନେଇ ରାଜ୍ୟ ସରକାର ସବୁ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ବୈଠକକୁ ଡାକନ୍ତୁ ଏବଂ ଆଲୋଚନାକରି ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ପଦକ୍ଷେପ ନିଅନ୍ତୁ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପୋଳାଭରମ ପ୍ରକଳ୍ପ, ବିଜେଡ଼ି, ମାଲକାନଗିରି

ପୂର୍ବତନ ନାଏବ ସରପଞ୍ଚଙ୍କୁ ମାାଓବାଦୀଙ୍କ ହତ୍ୟା

July 7, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନଗିରି, ଜୁଲାଇ ୭(ଓଡ଼ିଶା ଡ଼ଟ୍ କମ୍) ମାଲକାନଗିରି ଜିଲ୍ଲାରେ ମାଓବାଦୀମାନେ ପୋଲିସ ଇନ୍ଫର୍ମର ସନ୍ଦେହରେ ଜଣେ ପୂର୍ବତନ ନାଏବ ସରପଞ୍ଚଙ୍କୁ ହତ୍ୟା କରିଥିବା ଶନିବାର ପୋଲିସ କହିଛି ।

ଖଇରପୁଟ ବ୍ଲକ୍ ଠାରୁ ୨୪ କିଲୋମିଟର ଦୂର ମାଡ଼କାପର ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ଗଙ୍ଗାଧର ଚାଲ୍ଲାଣଙ୍କୁ ମାଓବାଦୀମାନେ ଗୁଳିକରି ହତ୍ୟା କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଶୁକ୍ରବାର ବିଳମ୍ବିତ ରାତିରେ ପ୍ରାୟ ୨୦ରୁ ୨୫ ଜଣ ଶଶସ୍ତ୍ର ମାଓବାଦୀ ଗଙ୍ଗାଧରଙ୍କ ଘରକୁ ଆସି ତାଙ୍କୁ ଡ଼ାକି ନେଇ ହତ୍ୟା କରିଛନ୍ତି । ଶନିବାର ସ୍ଥାନୀୟ ଲୋକେ ମୃତଦେହ ଦେଖି ତାଙ୍କ ପରିବାରକୁ ଖବର ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମାଲକାନଗିରି, ମାାଓବାଦୀ

ମାଓବାଦୀ ସହରର ଉନ୍ନତିରେ ସହଯୋଗ କରନ୍ତୁ: ଜୟରାମ

May 28, 2012 by admin

ଓଡ଼ିଶା ଡ଼ଟ୍ କମ୍ : ରତ୍ନାକର ଦାଶ

ମାଲକାନଗିରି, ମଇ ୨୮(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀମାନେ ବନ୍ଧୁକ ଛାଡ଼ି ଜାତୀୟ ସ୍ରୋତରେ ସାମିଲ ହୋଇ ସହରର ଉନ୍ନତିରେ ସହଯୋଗ କଲେ ସହରର ବିକାଶ ସମ୍ଭବ ହୋଇପାରିବ ବୋଲି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଜୟରାମ ରମେଶ କହିଛନ୍ତି ।

ସୋମବାର ଦିନିକିଆ ମାଲକାନଗିରି ଗସ୍ତରେ ଆସି ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିବା ଅବସରରେ ସେ ମାଓବାଦୀଙ୍କୁ ଏହି ଆହ୍ୱାନ ଦେଇଛନ୍ତି ।

ସହରର ବିକାଶରେ ଯୁବକ ଓ ନାରୀ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ତେଣୁ ନାରୀ ଓ ଯୁବକମାନେ ସ୍ୱଇଚ୍ଛାରେ ରାଜନୀତିରେ ସାମିଲ ହେଲେ ସହରର ବିକାଶ ପଥରେ ଆଗେଇପାରିବ ବୋଲି ଏକ ସଭାରେ ଉଦବୋଧନ ଦେଇ ସେ କହିଛନ୍ତି ।

ଦିନ ୧୧ଟାରେ ରମେଶ ବିଏସ୍ଏଫ୍ କାର୍ଯ୍ୟାଳୟ ସ୍ଥିତ ହେଲିପ୍ୟାଡ଼ରେ ଓହ୍ଲାଇବା ପରେ ସେଠାରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ଏବଂ ସ୍ଥାନୀୟ ଆଦିବାସୀମାନେ ସାନ୍ତାଳୀ ଓ ସିଂହ ନୃତ୍ୟ ପରିବେଷଣ କରି ତାଙ୍କୁ ସ୍ୱାଗତ କରିଥିଲେ ।

ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ କରାଯାଇଥିବା ଆମ୍ବ ଓ ଲିଚୁ ବଗିଚା ଦେଖିବା ସହିତ ଚାଷୀଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ । ମନ୍ତ୍ରୀଙ୍କ ସହିତ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ତଥା ତାଙ୍କ ବ୍ୟକ୍ତିଗତ ସଚିବ ଭୀନିଲ କ୍ରିଷ୍ଣା ମଧ୍ୟ ଆସିଥିଲେ ।

ପରେ ପଞ୍ଚାୟତ ପ୍ରତନିଧି ମାନଙ୍କଠାରୁ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଶୁଣି ସମସ୍ୟା ଦୁରୀକରଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ରମେଶ କହିଛନ୍ତି ।

ମାଓ ପ୍ରବଣ ଅଂଚଳର ବିକାଶ ହେଲେ ଆଦିବାସୀ ମାନଙ୍କର ବିକାଶ ସମ୍ଭବ ହୋଇପାରିବ । ସେହିପରି ୨୫୦ରୁ କମ୍ ପରିବାର ବାସ କରୁଥିବା ମାଓ ପ୍ରବଣ ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ୧୭ହଜାର ଜଙ୍ଗଲ ଜମି ପଟ୍ଟା ପାଇଥିବା ହିତାଧିକାରୀଙ୍କୁ ଇନ୍ଦିରା ଆବାସ ଗୃହ ପ୍ରଧାନ କରାଯିବ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଜୟରାମ ରମେଶ, ପଞ୍ଚାୟତ, ବିଏସ୍ଏଫ୍, ମାଲକାନଗିରି

ଜୟରାମଙ୍କ ଗସ୍ତ ପୂର୍ବରୁ ଗୁଳି ବିନିମୟ, ଯବାନ ଆହତ

May 27, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନଗିରି, ମଇ ୨୭(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଜୟରାମ ରମେଶଙ୍କ ମାଲକାନଗିରି ଗସ୍ତ ପୂର୍ବରୁ ରବିବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ତିନି ଜଣ ଯବାନ ଆହତ ହୋଇଛନ୍ତି ।

ଏହା ସହ ମାଓବାଦୀମାନେ ଜଙ୍ଗଲ ମଧ୍ୟରେ କ୍ଲେମର ମାଇନ୍ ବିସ୍ଫୋରଣ କରିଛନ୍ତି । ଆହତ ଯବାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଆହତ ଯବାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଅନ୍ୟଦୁଇ ଜଣଙ୍କୁ କାଲିମେଳା ଚିକିତ୍ସାଳୟରେ ଭର୍ତି କରାଯାଇଛି ।

ଯବାନ ମାନେ କୁମ୍ବିଂ ଅପରେସନ ସାରି ଫେରୁଥିବା ସମୟରେ କାନାଗୁଡ଼ା ଓ କାଲିମେଳା ଘଞ୍ଚ ଜଙ୍ଗଲରେ ମାଓବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହି ଘଟଣା ପରେ ରମେଶଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ରମେଶ ସୋମବାର ସକାଳ ୯ଟାରେ ହେଲିକ୍ୟାପ୍ଟରରେ ମାଲକାନଗିରିରେ ପହଞ୍ଚିବା ପରେ ଶିଖପାଲୀ ଯାତ୍ରା କରିବେ । ସେଠାରେ ସେ ଏକ ଆବାସିକ ବିଦ୍ୟାଳୟର ଗୃହ ଉ୍ଘାଟନ କରିବେ ଓ ବିଚ୍ଛିନ୍ନାଞ୍ଚଳ ଗସ୍ତକରି ଏକ ମାର୍କେଟ କମ୍ପ୍ଲେକ୍ସ ଉ୍ଘାଟନ କରିବେ ।

ପରେ ଦିନ ୧୧ ଟାରେ ସେ ମାଲକାନଗିରି ଫେରିଆସି କେନ୍ଦ୍ରୀୟ ବିଦ୍ୟାଳୟରେ ଏକ ସଭାରେ ଯୋଗଦେବେ ଏବଂ ମାଲକାନଗିରିରେ ରାତ୍ରିଯାପନ କରି ମଙ୍ଗଳବାର ଛତିଶଗଡ଼ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଜୟରାମ, ମାଓବାଦୀ, ମାଲକାନଗିରି

  • Go to page 1
  • Go to page 2
  • Go to page 3
  • Go to page 4
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ