• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମାଲକାନଗିରି

ମାଲକାନଗିରି: ଠିକାଦାରଙ୍କୁ ମାଓବାଦୀଙ୍କ ହତ୍ୟା

May 19, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନଗିରି, ମଇ ୧୯(ଓଡ଼ିଶା ଡ଼ଟ୍ କମ୍) ମାଲକାନଗିରି ଜିଲ୍ଲାରେ ମାଓବାଦୀମାନେ ଶନିବାର ଜଣେ ଠିକାଦାରଙ୍କୁ ଗୁଳିକରି ହତ୍ୟା କରିଛନ୍ତି ।

ଖଇରପଡ଼ା ବ୍ଲକ ମୁୁଲିପଡ଼ା ପଞ୍ଚାୟତର ଠିକାଦାର ବୁଦା ଧାଙ୍ଗଡ଼ା ମାଝୀ ଖଇରପୁଟ ନିକଟରେ ଏକ ପଡ଼ିଆରେ ଫୁଟବଲ ମ୍ୟାଚ ଦେଖୁଥିବା ବେଳେ ତିନି ଜଣ ବନ୍ଧୁକଧାରୀ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ।

ଠିକାଦାର କାମ ଛାଡ଼ି ଦେବାକୁ ତାଙ୍କୁ ମାଓବାଦୀମାନେ ବାରମ୍ବାର ଧମକ ଦେଇଆସୁଥିବା ସତ୍ୱେ ସେ
ନଶୁଣିବାରୁ ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମାଓବାଦୀ, ମାଲକାନଗିରି

ମାଲକାନଗିରି: ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

April 27, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନଗିରି, ଅପ୍ରେଲ ୨୭(ଓଡ଼ିଶା ଡ଼ଟ୍ କମ୍) ମାଲକାନଗିରି ଜିଲ୍ଲାରେ ଶୁକ୍ରବାର ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଥିବା ପୋଲିସ କହିଛି ।

ମହିଳା ମାଓବାଦୀ ନିର୍ମଳା ଜିଲ୍ଲା ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ଗତ ନଅ ବର୍ଷ ଧରି ସେ କାଳିମେଳା ଓ ପପୁଲୁର ଲମ୍ରେ କାମ କରୁଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି ।

ନୟାଗଡ଼ ଅସ୍ତ୍ରାଗାର ଲୁଟ୍, ଦାମନଯୋଡ଼ି ଆକ୍ରମଣ ସମେତ ବିଭିନ୍ନ ହିଂସାକାଣ୍ଡରେ ସେ ସଂପୃକ୍ତ ଥିବା ପୋଲିସ କହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମାଓବାଦୀ, ମାଲକାନଗିରି

ମାଲକାନଗିରି: ମାଓବାଦୀ କମାଣ୍ଡରଙ୍କ ଆତ୍ମସମର୍ପଣ

April 4, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନଗିରି, ଅପ୍ରେଲ ୪(ଓଡ଼ିଶା ଡ଼ଟ୍ କମ୍) ମାଲକାନଗିରି ଜିଲ୍ଲାରେ ବୁଧବାର ଜଣେ ମାଓବାଦୀ କମାଣ୍ଡର ଆତ୍ମସମର୍ପଣ କରିଥିବା ପୋଲିସ କହିଛି ।

ବିଭିନ୍ନ ହିଂସାକାଣ୍ଡରେ ସଂପୃକ୍ତ ମାଓ କମାଣ୍ଡର ସନ୍ୟାସୀ ପୂଜାରୀ ଜିଲ୍ଲା ପୋଲିସ ମୁଖ୍ୟଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ଗତ ୧୧ ବର୍ଷ ଧରି ସେ ପପ୍ଲୁର ଲମ୍ ରେ କାମ କରୁଥିବା ପୋଲିସ କହିଛି ।

କାଳିମେଳା ଥାନା ଆକ୍ରମଣ ସମେତ ଅନ୍ୟ ଘଟଣାରେ ମଧ୍ୟ ସେ ସଂପୃକ୍ତ ଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଆନ୍ଧ୍ର ମାଓବାଦୀଙ୍କ ନିର୍ଯ୍ୟାତନା ସହିନପାରି ସେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆତ୍ମସମର୍ପଣ କରିଥିବା ପୋଲିସ କହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମାଓବାଦୀ, ମାଲକାନଗିରି

ମାଲକାନଗିରି: ସହିଦ ଯବାନଙ୍କୁ ତୋପ ସଲାମୀ

February 11, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନଗିରି, ଫେବୃୟାରୀ ୧୧(ଓଡ଼ିଶା ଡ଼ଟ୍ କମ୍) ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସହିଦ ହୋଇଥିବା ବିଏସ୍ଏଫ୍ ଯବାନଙ୍କୁ ଶନିବାର ତୋପ ସଲାମି ଦିଆଯାଇଛି ।

ତୋପ ସଲାମି ପରେ ସେମାନଙ୍କ ମରଶରୀର ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ବାଲିମେଳାରେ
ଏହି ତୋପ ସଲାମି ଅବସରରେ ପୋଲିସ ମହାନିର୍ଦ୍ଦେଶକ ମନମୋହନ ପ୍ରହରାଜ, ବିଏସ୍ଏଫ ଡିଜି ୟୁକେ ବନ୍ସଲ,ସିଆରପିଏଫ୍ ଆଇଜି ଏସ୍ଏନ୍ ସାବତ ପ୍ରମୁଖ ଯୋଗ ଦେଇଥିଲେ ।

ପୋଲିସ ଓ ବିଏସ୍ଏଫ୍ ମହାନିର୍ଦ୍ଦେଶକ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଆହତ ଯବାନଙ୍କୁ ସାକ୍ଷାତ କରିବା ସହ ଜିଲ୍ଲାପାଳ ଏବଂ ଏସ୍ପିଙ୍କ ସହ ଆଲୋଚନା କରିଥିଲେ ।

ଶୁକ୍ରବାର ଏହି ଯବାନମାନେ ଜିଲ୍ଲା ପ୍ରଶାସନ ସହ ଏକ କାର୍ଯ୍ୟକ୍ରମରେ ଯୋଗେଇ ଗାଡ଼ିରେ ଫେରୁଥିବା ବେଳେ ଚିତ୍ରକୋଣ୍ଡା ଥାନା ଅର୍ନ୍ତଗତ ଜାନବାଇ ଅଂଚଳରେ ବିସ୍ଫୋରଣ ହୋଇଥିଲା ।

ଏଥିରେ କମାଣ୍ଡେନ୍ଟ ଜି.ଆର୍. ଖାସୱାନ, ଡ଼େପୁଟି କମାଣ୍ଡେନ୍ଟ ରାଜେଶ ଶରଣ, ଇନ୍ସ୍ପେକ୍ଟର ଅଶୋକ ଯାବଦ ଏବଂ ଏଏସ୍ଆଇ ଜୀତେନ୍ଦ୍ର କୁମାର ସହିଦ ହୋଇଥିଲେ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ମାଲକାନଗିରି, ସହିଦ ଯବାନ

ମାଲକାନଗିରି: କୁମ୍ବିଂ ଅପରେସନ ବେଳେ ବିସ୍ଫୋରକ ଜବତ

February 7, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନଗିରି, ଫେବୃୟାରୀ ୭(ଓଡ଼ିଶା ଡ଼ଟ୍ କମ୍) ମାଲକାନଗିରି ଜିଲ୍ଲାରେ ମଙ୍ଗଳବାର ଯବାନମାନେ କୁମ୍ବିଂ ଅପରେଶନରେ ଯାଇଥିବା ବେଳେ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଥିବା ପୋଲିସ କହିଛି ।

ବିଏସ୍ଏଫ୍ ଯବାନମାନେ ଟେକ୍ଗୁଡ଼ା ଜଙ୍ଗଲରୁ ୧୨ଟି ଡ଼ିଟୋନେଟର, ସାତଟି ଜିଲୋଟିନ ଏବଂ ତାର ଜବତ କରିଛନ୍ତି ।

ସେହିପରି କାଳିମେଳା ଥାନା ଅନ୍ତର୍ଗତ ସିଂହାବରହମ୍ ଠାରୁ ପାଂଚଟି ଟିଫିନ୍ ବୋମା ଉଦ୍ଧାର
କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କୁମ୍ବିଂ ଅପରେଶନ, ମାଲକାନଗିରି

ମାଲକାନଗିରି: ଦୁଇ ମାଓବାଦୀ ଗିରଫ

January 28, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନଗିରି, ଜାନୁୟାରୀ ୨୮(ଓଡ଼ିଶା ଡ଼ଟ୍ କମ୍) ମାଲକାନଗିରି ଜିଲ୍ଲାରେ ଶନିବାର ବିଭିନ୍ନ ହିଂସାକାଣ୍ଡରେ ସଂପୃକ୍ତ ଦୁଇ ଜଣ ମାଓବାଦୀଙ୍କୁ ଗିରଫ କରିଥିବା ପୋଲିସ କହିଛି ।

ଏମ୍ଭି-୭୯ ଥାନା ଅନ୍ତର୍ଗତ ରାଜଗିରି ଜଙ୍ଗଲରେ ଜିଲ୍ଲା ପୋଲିସ ଓ ଏସ୍ଓଜି ଯବାନ କୁମ୍ବିଂ ଅପରେଶନ ସମୟରେ ଉଭୟଙ୍କୁ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଗିରଫ ମାଓବାଦୀ ଦ୍ଵୟ ହେଲେ ପବିତ୍ର ନାୟକ ଏବଂ ଭଗବାନ ଗୁନିଆ । ସେମାନଙ୍କ ଠାରୁ କେତେକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ବେଳେ ୨୦୦୫ରୁ ମାଓବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମାଓବାଦୀ, ମାଲକାନଗିରି

ମାଲକାନଗିରି: ମାଓବାଦୀ କ୍ୟାମ୍ପ ଧ୍ୱଂସ, ବିସ୍ଫୋରକ ଜବତ

January 22, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନଗିରି, ଜାନୁୟାରୀ ୨୨(ଓଡ଼ିଶା ଡ଼ଟ୍ କମ୍) ମାଲକାନଗିରି ଜିଲ୍ଲାରେ ରବିବାର ସୁରକ୍ଷାକର୍ମୀମାନେ କୁମ୍ବିଂ ଅପରେଶନ ସମୟରେ ଏକ ମାଓବାଦୀ କ୍ୟାମ୍ପ ଧ୍ୱଂସ କରିବା ସହ ବିସ୍ଫୋରକ ସାମଗ୍ରୀ ଜବତ କରିଥିବା ପୋଲିସ କହିଛି ।

କୌଣସି ସୂତ୍ରରୁ ଖବର ପାଇଁ ଜିଲ୍ଲା ପୋଲିସ ଓ ଏସ୍ଓଜି ବାହୀନୀ କାଳିମେଳା ଥାନା ଅନ୍ତର୍ଗତ ଟେକଗୁଡ଼ା ଜଙ୍ଗଲରେ କୁମ୍ବି ଅପରେଶନ ସମୟରେ ମାଓ କ୍ୟାମ୍ପକୁ ଠାବ କରିଥିଲେ ।

ତେବେ କୁମ୍ବିଂ ଅପରେଶନ ବିଷୟରେ ଜାଣିବା ପରେ ମାଓବାଦୀମାନେ ସେଠାରୁ ଖସି ପଳାଇଥିଲେ ।
ପୋଲିସ ଘଟଣାସ୍ଥଳରୁ ତିନୋଟି ଡ଼ିଟୋନେଟର, ଦୁଇ ଶହ ମିଟରରୁ ଉଦ୍ଧ୍ୱର୍ ତାର,ଦୁଇଟି ଶେୀ ବନ୍ଧୁକ ଏବଂ ଗୁଳି ଜବତ କରିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମାଓବାଦୀ କ୍ୟାମ୍ପ ଧ୍ୱଂସ, ମାଲକାନଗିରି

ମାଲକାନଗିରି: ୪ ମାଓବାଦୀ ଗିରଫ

January 19, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନଗିରି, ଜାନୁୟାରୀ ୧୯(ଓଡ଼ିଶା ଡ଼ଟ୍ କମ୍) ମାଲକାନଗିରି ଜିଲ୍ଲାରେ ଗୁରୁବାର ଏସ୍ଓଜି ଓବିଏସ୍ଏଫ ଯବାନଙ୍କ କୁମ୍ବିଂ ଅପରେଶନ ସମୟରେ ଚାରିଜଣ ମାଓବାଦୀଙ୍କୁ ଗିରଫ କରିଥିବା ପୋଲିସ କହିଛି ।

ଏମ୍ଭି-୭୨ ଗାଁ ନିକଟସ୍ଥ ଜଙ୍ଗଲରେ ମାଓବାଦୀମାନେ ଗୁପ୍ତ ବୈଠକ କରୁଥିବା ଖବର ପାଇ
ଯବାନମାନେ ସେଠାକୁ କୁମ୍ବିଂ ଅପରେଶନରେ ଯାଇ ଏହି ମାଓବାଦୀଙ୍କୁ ଗିରଫ କରିଥିବା ଜଣେ
ଅଧିକାରୀ କହିଛନ୍ତି ।

ଗିରଫ ମାଓବାଦୀମାନେ ହେଲେ ମାନ୍ଦାମୀ ସୁବା, ତାଲମ ଏରା,ମାନବକୁଣ୍ଡା ଚେଲମ ନାଗା ଓ ଚିନମ୍
ଭୂମିଆ । ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମାଓବାଦୀ, ମାଲକାନଗିରି

୨୦୧୧ରେ ରାଜ୍ୟର କେତେକ ପ୍ରମୁଖ ଘଟଣାବଳୀ

December 30, 2011 by ଓଡିଶା ଡଟ କମ

ଓଡିଶା ଡଟ୍ କମ୍

ଭୁବନେଶ୍ୱର, ଡିସେମ୍ବର ୩୧ (ଓଡିଶା ଡଟ୍ କମ୍) ମାଲକାନଗିରି ଜିଲ୍ଲାପାଳ ଆର୍.ଭିନୀଲ କ୍ରୀଷ୍ଣାଙ୍କୁ ମାଓବାଦୀଙ୍କ ଅପହରଣ ତଥା ବରିଷ୍ଠ ବିଜେଡ଼ି ନେତା ଦାମୋର ରାଉତଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଠାରୁ ଆରମ୍ଭ କରି ବିଧାୟକଙ୍କୁ ହତ୍ୟା ଆଦି କେତେକ ଘଟଣା ୨୦୧୧ରେ ରାଜ୍ୟରେ ଚର୍ଚ୍ଚାରେ ରହିଥିଲା ।

ଘଟଣାବଳୀ:

ଜାନୁୟାରୀ ୧୩: ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ସ୍ଥାନୀୟ ଲୋକଙ୍କ ମାଡ଼ରେ ଚିତା ବାଘର
ମୃତ୍ୟୁ ।
———————-
ଜାନୁୟାରୀ ୧୫: ସମାଜସେବୀ ପ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଭୁବନେଶ୍ୱରରେ ଶିକ୍ଷା ଓ ଅନୁସନ୍ଧାନ
ବିଶ୍ୱବ୍ୟିାଳୟ ପକ୍ଷରୁ ସମ୍ମାନସୂଚନ ଡ଼କ୍ଟରେଟ ପ୍ରଦାନ କରାଯାଇଛି ।
———————-
ଜାନୁୟାରୀ ୧୭:ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଚିତରଞ୍ଜନ ଦାସଙ୍କ  ୮୭ବର୍ଷ ବୟସରେ ପରଲୋକ ।
———————-
ଜାନୁୟାରୀ ୧୭: ରାଜଧାନୀ ଭୁବନେଶ୍ୱରରେ ବିଜେପି ପକ୍ଷରୁ ଆୟୋଜିତ ଭ୍ରଷ୍ଟାଚାର ହଟାଅ
ସମାବେଶରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ୍ ଗଡ଼କରୀଙ୍କ ଉଦବୋଧନ।
———————–
ଜାନୁୟାରୀ ୨୨: ଅଷ୍ଟ୍ରେଲୀୟ ଧର୍ମ ଯାଜକ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁ ପୁତ୍ରଙ୍କୁ ହତ୍ୟା କରିବା ଅଭିଯୋଗରେ ହାଇକୋର୍ଟ ଦ୍ୱାରାଦୋଷୀ ସାବ୍ୟସ୍ତ ହୋଇଥିବା ଦାରା ସିଂହର ଦଣ୍ଡାଦେଶକୁ ସୁପ୍ରିମ କୋର୍ଟ କାଏମ ରଖିଥିଲେ ।
———————–
ଜାନୁୟାରୀ ୨୫: ଆୟବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଅବସରପ୍ରାପ୍ତ ଆଇଏଏସ୍ ପୂର୍ବତନ ବୌଦ୍ଧ ଜିଲ୍ଲାପାଳ ତଥା ପୂର୍ବତନ କଟକ ଉନ୍ନୟନ କର୍ତୃପକ୍ଷ(ସିଡ଼ିଏ) ଉପାଧ୍ୟକ୍ଷ ସଂଜୀବ କୁମାର ରାୟଙ୍କୁ ତିନି ବର୍ଷ କାରାଦଣ୍ଡାଦେଶ ।
———————–
ଜାନୁୟାରୀ ୩୦: ରାଜ୍ୟର ପ୍ରଥମ ମହିଳା ଗ୍ରାଣ୍ଡମାଷ୍ଟର କିରଣ ମନିଷା ମହାନ୍ତିଙ୍କୁ ସମ୍ମାନଜନକଏକଲବ୍ୟ ପୁରସ୍କାର ।
———————-
ଫେବୃୟାରୀ ୫: ରାଜ୍ୟରେ ହୋଇଥିବା ଡ଼ାଲି ଦୁର୍ନୀତି ଅଭିଯୋଗରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଇସ୍ତଫା ।
———————–
ଫେବୃୟାରୀ ୧୫: ପତ୍ନୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେଓଡ଼ିଶା ରଣଜୀ ଦଳର ପୂର୍ବତନଅଧିନାୟକ ପ୍ରଭଞ୍ଜନ ମଲ୍ଲିକଙ୍କୁ ଜେଲ ଦଣ୍ଡ ।
————————
ଫେବୃୟାରୀ ୧୭: ମାଲକାନଗିରି ଜିଲ୍ଲାପାଳ ଆର୍.ଭିନିଲ କ୍ରୀଷ୍ଣା ଓ କନିଷ୍ଠଯନ୍ତ୍ରୀଙ୍କୁ ମାଓବାଦୀଙ୍କ ଅପହରଣ ।
————————-
ଫେବୃୟାରୀ ୨୫: ଲାଂଚ ନେବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ନ୍ୟାସନାଲଆଲୁମିନିୟମ କମ୍ପାନୀ(ନାଲ୍କୋ) ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏ.କେ. ଶ୍ରୀବାସ୍ତବ ଓ ତାଙ୍କ ପତ୍ନୀଙ୍କ ସମେତ ଚାରି ଜଣ ନୂଆଦିଲ୍ଲୀରୁ ଗିରଫ ।
—————————
ଫେବୃୟାରୀ ୨୭: ପୁରୀ ସ୍ଥିତ ଏମାର ମଠର ବନ୍ଦ କୋଠରୀ ମଧ୍ୟରେ ଥିବା କାଠ ସିନ୍ଧୁକରୁ ପ୍ରାୟ ୯୦ କୋଟି ଟଙ୍କାର ୫୨୨ଟି ରୁପା ଇଟା ଉଦ୍ଧାର ।
—————————
ମାର୍ଚ୍ଚ୧: ଓଡ଼ିଆ ଆଇପିଏସ୍ ଅଫିସର ଅରୂପ ପଟ୍ଟନାୟକ ମୁମ୍ବାଇର ପୋଲିସ କମିଶନର ଭାବେଅବସ୍ଥାପିତ ।
—————————
ମାର୍ଚ୍ଚ ୨୮: ଆଇପିଏସ୍ ଅଫିସର ଡ଼ିଆଇଜି ଯଶବିନ୍ଦର ସିଂହଙ୍କ ହତ୍ୟା ଘଟଣାରେ ତାଙ୍କର ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ଦଣ୍ଡାଦେଶ ।
————————–
ମଇ ୧୨: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍ସି) ଦ୍ୱାରା:ପରିଚାଳିତ ୨୦୧୦ ବର୍ଷର ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶାର ଶ୍ୱେତା ମହାନ୍ତି ସର୍ବଭାରତୀୟ ସ୍ତରରେଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ।
————————–
ମଇ ୧୬: ମସ୍କୋରେ ଅନୁଷ୍ଠିତ ତୃତୀୟ ବିଶ୍ୱ ବାଲୁକା କଳା ଚାମ୍ପିୟନସିପ୍ ୨୦୧୧ରେ ଓଡ଼ିଶାରବାଲୁକା ଶିଳ୍ପୀ ସୁର୍ଶନ ପଟ୍ଟନାୟକଙ୍କ ପିପୁଲ ଚଏସ୍ ପୁରସ୍କାର ସହ ସ୍ୱର୍ଣ୍ଣ ପଦକ ହାସଲ ।
—————————
ମଇ ୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ରାଜ୍ୟ ମନ୍ତ୍ରୀମଣ୍ଡଳରେ ପ୍ରଥମ ଥର ପାଇଁପାଂଚ ଜଣ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ।
—————————
ମଇ ୯: ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପୂର୍ବରୁ ବିଜୁ ଜନତା ଳ(ବିଜେଡ଼ି)ର ବରିଷ୍ଠ ନେତା ତଥା କୃଷିମନ୍ତ୍ରୀ ଦାମୋର ରାଉତଙ୍କ ଇସ୍ତଫା ।
—————————–
ମଇ ୨୯: ପୂର୍ବତନ ମନ୍ତ୍ରୀ ତଥା ବରୀ ବିଧାୟକ ଦେବାଶିଷ ନାୟକ ଦଳ ବିରୋଧି କାର୍ଯ୍ୟ ପାଇଁ ବିଜୁ ଜନତା ଦଳ(ବିଜେଡି)ରୁ ନିଲମ୍ବିତ ।
—————————
ଜୁନ୍ ୭: ବହୁ କଳ୍ପନାଜଳ୍ପନା ପରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂତନ ସଭାପତି ଭାବେ ନିଯୁକ୍ତ ।
—————————-
ଜୁନ୍ ୨: ଆନ୍ଧ୍ରପ୍ରଶେ ପୋଲିସ ମୁଖ୍ୟଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ମାଓନେତା ଆଜା ଓରଫ ଦୁନା କେଶବ ରାଓଙ୍କୁ ଓଡ଼ିଶା ପୋଲିସ ରିମାଣ୍ଡରେ ଆଣିଥିଲା ।
—————————
ଜୁନ୍ ୧୫: ରାଜ୍ୟସଭା ନିର୍ବାଚନରେ ଦଳୀୟ ହୁଇପ ନମାନି ଭୋଟ୍ ଦାନରୁ ବିରତ ରହିଥିବା ଲାଞ୍ଜିଗଡ଼ କଂଗ୍ରେସ ବିଧାୟକ ଶିବାଜୀ ମାଝୀ ଦଳରୁ ନିଲମ୍ବିତ ।
—————————
ଜୁନ୍ ୨୭: ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ପ୍ରଯୋଜକ ତଥା ନିର୍ଦ୍ଦେଶକ ବସନ୍ତ ନାୟକଙ୍କ ୭୪ ବର୍ଷ ବୟସରେ ପରଲୋକ ।
————————–
ଜୁଲାଇ ୮: ପ୍ରସ୍ତାବିତ ପୋସ୍କୋ ଅଞ୍ଚଳକୁ ରମଣ ମେଗାଶିଷ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସ୍ତମ୍ଭକାର ତଥାସାମ୍ବାଦିକ ପି.ସାଇନାଥଙ୍କ ଗସ୍ତ ।
—————————
ଜୁଲାଇ ୬: ଯାଜପୁର ଜିଲ୍ଲାରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାରେ ଶ ଜଣଙ୍କ ମୃତ୍ୟୁ ।
—————————
ଜୁଲାଇ ୧୨: କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଥିବା ଓଡ଼ିଶାର ଶ୍ରୀକାନ୍ତ ଜେନାଙ୍କୁ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଭାବେ ଅତିରିକ୍ତ ଦାୟିତ୍ୱ ।
————————–
ଜୁଲାଇ ୧୮: କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରୋତଳକ କେ.ରବି କୁମାରଙ୍କୁ ଅର୍ଜୁନ ପୁରସ୍କାର ।
————————–
ଜୁଲାଇ ୨୦:ବଲାଙ୍ଗୀରରେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ।
————————–
ଅଗଷ୍ଟ ୧୮: ରାଜ୍ୟ ବିଧାନସଭାର ଉପବାଚସ୍ପତି ଭାବେ ବାରିପଦା ବିଜେଡ଼ି ବିଧାୟକ ସାନନ୍ଦ ମାରାଣ୍ଡି ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି ।
————————-
ସେପ୍ଟେମ୍ବର ୧୨: ରାଜ୍ୟରେ ହୋଇଥିବା ବନ୍ୟାରେ ୨୧ଟି ଜିଲ୍ଲା ପ୍ରଭାବିତ ହେବା ସହ ଏଥିରେ ୮୪ ଜଣଙ୍କ ମୃତ୍ୟୁ ହୋଇଥିଲା ।
————————-

ସେପ୍ଟେମ୍ବର ୨୩: ଜମି ପଟ୍ଟା ବଂଟନ କରିବାକୁ ଯାଇଥିବା ବେଳେ ଦୁର୍ବୁତଙ୍କ ଗୁଳିମାଡ଼ରେ ବିଧାୟକ ଜଗବନ୍ଧୁ ମାଝୀଙ୍କ ମୃତ୍ୟୁ ।
————————-
ସେପ୍ଟେମ୍ବର ୨୯: ବିଶିଷ୍ଟ ଗବେଷକ ତଥା ଲେଖକ ପ୍ରଫେସର ଗୌରୀ କୁମାର ବ୍ରହ୍ମାଙ୍କର ୯୧ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ।
————————-
ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ଡ଼େଙ୍ଗୁ ଜ୍ୱରରେ ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ଟି ଜିଲ୍ଲାରେ ହଜାର ହଜାର ଲୋକ ଆକ୍ରନ୍ତ ହୋଇଥିଲେ ।
——————–
ଅକ୍ଟୋବର ୧୧: ବିଜୁ ପଟ୍ଟନାୟକଙ୍କ ଓଡ଼ିଆ ପ୍ରୀତି ଓ ଓଡ଼ିଶାର ବିକାଶ ଚେତନାକୁ ଲୋକଙ୍କ ମଧ୍ୟରେ ପହଂଚାଇବା ଲକ୍ଷ୍ୟରେ ମନ୍ତ୍ରୀ ପରୁ ଇସ୍ତଫା ଦେବା ପରେ ବରିଷ୍ଠ ବିଜେଡ଼ି ନେତା ଦାମୋର ରାଉତଙ୍କ ଦ୍ୱାରା”ବିଜୁ ବିଚାର ମଂଚ’ ଗଠନ ।
————————–
ଅକ୍ଟୋବର ୧୨: କ୍ଷିଣଆଫ୍ରିକାର କେପ୍ଟାଉନ୍ର ଗୁଡ଼ହୋପ୍ ସେଂଟରରରେ ୟୁଥ୍ ଆଣ୍ଡ ଜୁନିୟର୍ ୱେଟ୍ଲିଫ୍ଟିଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଓଡ଼ିଶାର ତିନି ଜଣଙ୍କୁ ସ୍ୱର୍ଣ୍ଣ ପଦକ ।
————————-
ଅକ୍ଟୋବର ୨୦: ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥଙ୍କ ଭାରତୀୟ ଜନତା ପାର୍ଟି(ବିଜେପି)ରୁ ଇସ୍ତଫା ।
————————–
ଅକ୍ଟୋବର ୨୩: ୁର୍ନୀତି ବିରୁଦ୍ଧରେ ଆୟୋଜିତ ଜନଚେତନା ଯାତ୍ରାରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କ ଓଡ଼ିଶା ଗସ୍ତ ।
————————-
ନଭେମ୍ବର ୪: କେନ୍ଦ୍ର ସରକାର ଗତ ନଭେମ୍ବର ୪ ତାରିଖରେ ଆନୁଷ୍ଠାନିକ ଭାବେ ‘ଓରିଶା’ପରିବର୍ତେ’ ‘ଓଡ଼ିଶା’ ଏବଂ ଓରିଆ ପରିବର୍ତେ’ ଓଡିଆ ପାଇଁ ଗେଜେଟ୍ ନୋଟିଫିକେସନ୍ ଜାରି କରିଥିଲେ । ସଂସଦର ଉଭୟ ସନରେ ଓ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପରେ ବିଦ୍ଧିବଦ୍ଧ ଭାବେ ଆଇନରେ ପରିଣତ ହୋଇଥିଲା ।
————————-
ନଭେମ୍ବର ୧୫: ଭଦ୍ରକ ଜିଲ୍ଲା ହ୍ୱୀଲର ଦ୍ୱୀପରୁ ଆଣବିକ କ୍ଷମତା ସଂପନ୍ନ କ୍ଷେପଣାସ୍ତ୍ର “ଅଗ୍ନି-୪’ରସଫଳ ପରୀକ୍ଷଣ । ଏହି କ୍ଷେପଣାସ୍ତ୍ରର ୨୫୦୦ରୁ ୩୦୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରହିଛି ।
————————
ନଭେମ୍ବର ୧୬: କେନ୍ଦ୍ରାପଡ଼ା ପୌର ନିର୍ବାଚନରେ ବିଜୁ ଜନତା ଳର ବାଜିମାତ । ଏହି ନିର୍ବାଚନରେ ବିଜେଡ଼ି ୧୩ଟି ୱାର୍ଡ଼ରେ, କଂଗ୍ରେସ ୫ଟି ଏବଂ ବିଜେପି, ଏନ୍ସିପି ଓ ସ୍ୱାଧିନ ପ୍ରାର୍ଥୀ ଗୋଟିଏ ଲେଖାଏଁ ୱାର୍ଡ଼ରେ ବିଜୟୀ ହୋଇଥିଲେ ।
————————-
ନଭେମ୍ବର୧୬: ବିଜୁ ଶ୍ରମିକ ସଂଗଠନ ପକ୍ଷରୁ ଆୟୋଜିତ ଏକ ସମାବେଶରେ ଯୋଗ ଦେବାକୁ ଯାଉଥିବା ବେଳେ ଚଳନ୍ତା ଗାଡ଼ିରେ ବାଣ ବିସ୍ଫୋରଣ ଘଟି ଚାରିଜଣଙ୍କ ମୃତ୍ୟୁ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ରାଜନୈତିକ ଅସ୍ଥିରତା ।
————————–
ନଭେମ୍ବର ୨୦: ଡ.ବୈଷ୍ଣବ ଚରଣ ତ୍ରିପାଠୀ ରେଭେନ୍ସା ବିଶ୍ୱବ୍ୟିାଳୟର କୁଳପତି ଓ ଡ.ବିଜୟକୁମାର ନନ୍ଦ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବ୍ୟିାଳୟର କୁଳପତି ଭାବେ ନିଯୁକ୍ତି ।
————————-
ନଭେମ୍ବର ୨୫: ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ନେତା ଅଭୟ ସାହୁ ମଣିଜଂଗା ଅଂଚଳର ନୂଆପୋଖରୀ ନିକଟରୁ ପୋଲିସ ଦ୍ୱାରାଗିରଫ ।
————————-
ନଭେମ୍ବର ୨୯: କେନ୍ଦୁଝର ଜିଲ୍ଲା ପଳାସପଙ୍ଗା ଠାରେ ଯାତ୍ରୀବାହୀ ବୋଲେରୋ ଓ ଡ଼ମ୍ପର ମଧ୍ୟରେ
ମୁହାଁମୁହିଁ ଧକ୍କା ବୋରୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା ।
————————–
ଡ଼ିସେମ୍ବର ୪: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ କିରଣଚନ୍ଦ୍ର ଦେଓସିଂଙ୍କ ହୃଦଘାତରେ ପରଲୋକ
—————————-
ଡ଼ିସେମ୍ବର ୪: ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାନସଭା ଆସନ ପାଇଁ ହୋଇଥିବା ଉପ ନିର୍ବାଚନରେ ଶାସକ ବିଜୁ ଜନତା ଦଳ ପ୍ରାର୍ଥୀ ସୁବାସ ଗଣ୍ଡ ବିଜୟୀ । ଦୁର୍ବୃତଙ୍କ ଗୁଳିମାଡ଼ରେ ବିଧାୟକ ଜଗବନ୍ଧୁ ମାଝିଙ୍କ ମୃତ୍ୟୁ ପରେ ଏହି ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା ।
—————————–
ଡ଼ିସେମ୍ବର ୭: ବହୁ ଚର୍ଚ୍ଚିତ ଖଣି ଦୁର୍ନୀତିର ତନ୍ତ ପାଇଁ ଜଷ୍ଟିସ ଏମ୍ବି ଶାହାଙ୍କ ନେତୃତ୍ୱରେ ଏକ ସାତ ଜଣିଆ ସ୍ୱତନ୍ତ୍ର ଦଳ ଭୁବନେଶ୍ୱରରେ ପହଂଚିଲେ ।
—————————-
ଡ଼ିସେମ୍ବର ୨୧: ଆଠଗଡ ନିର୍ବାଚନ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଧାୟକ ରମେଶ ରାଉତଙ୍କ ସଭ୍ୟ ପଦ ରଦ୍ଦ ଓ ସମସ୍ତ ସୁବିଧା ସୁଯୋଗ ପ୍ରତ୍ୟାହାର ।
—————————-
ଡ଼ିସେମ୍ବର ୨୩: ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ଅଂଚଳରେ ହୋଇଥିବା ସଂଘର୍ଷ ଘଟଣାରେ ଠିକ।ଦାର ବାପି ସର୍ଖେଲ ପୋଲିସ ଦ୍ୱାରାଛତିଶଗଡ଼ ରାଜଧାନୀ ରାୟପୁରରୁ ଗିରଫ ।
——————————–
ଡ଼ିସେମ୍ବର ୨୩: ଗିନିଜ ବୁକ୍ ଅଫ୍ ରେକର୍ଡ଼ରେ ଓଡ଼ିଶୀ ନୃତ୍ୟକୁ ସାମିଲ କରିବା ଲକ୍ଷ୍ୟରେ କଳିଙ୍ଗ ଷ୍ଟାଡ଼ିୟମରେ ପାଂଚ ଶହରୁ ଉଦ୍ଧ୍ୱର୍ ଶିଳ୍ପୀଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦ଟି ଦେଶର ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିଥିଲେ ।
——————————
ଡ଼ିସେମ୍ବର ୨୪: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ରାମଚନ୍ଦ୍ର ଉଲାକାଙ୍କ ୭୭ ବର୍ଷବୟସରେ ହୃଦଘାତରେ ପରଲୋକ ଓ ଏହାକୁ ନେଇ ପାରିବାରିକ ବିବାଦ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ମାଲକାନଗିରି, ରାଜ୍ୟ

ଆଇପିଏସ୍ ସ୍ତରରେ ଅଦଳବଦଳ,ଅରୁଣ ଷଡ଼ଙ୍ଗୀ ଆଇଜି ପ୍ରଶିକ୍ଷଣ

December 9, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସରକାର ଆଇପିଏସ୍ ଅଫିସର ସ୍ତରରେ ଅଦଳବଦଳ କରିଥିବା ବେଳେ ଆଇନଶୃଙ୍ଖଳା ଆଇଜି ଥିବା ଅରୁଣ ଷଡ଼ଙ୍ଗୀଙ୍କୁ ଆଇଜି ପ୍ରଶିକ୍ଷଣ ତଥା ପୋଲିସ ଏକାଡ଼େମୀର ଅଧ୍ୟକ୍ଷ (ଅତିରିକ୍ତ ଦାୟିତ୍ୱ)ଭାବେ ଅବସ୍ଥାପିତ କରିଛନ୍ତି ।

ସେହିପରି କେନ୍ଦ୍ରୀୟ ଡ଼େପୁଟେସନରୁ ଫେରିବା ପରେ ୧୯୮୭ ବ୍ୟାଚ୍ ର ସୁନୀଲ ରାୟଙ୍କୁ ଆଇନଶୃଙ୍ଖଳା ଆଇଜି, ଘରୋଇ ବିଭାଗର ସ୍ୱତନ୍ତ୍ର ସଚିବ ୧୯୯୧ ବ୍ୟାଚ୍ ର ଦେବାଶିଷ ପାଣିଗ୍ରାହୀଙ୍କୁ ମୁଖ୍ୟାଳୟରେ ଆଧୁନିକୀକରଣ ଆଇଜି ଭାବେ ଅବସ୍ଥାପିତ କରାଯାଇଛି ।

ଉତରାଞ୍ଚଳ ରେଞ୍ଜ ଆଇଜି ଥିବା ୧୯୯୨ ବ୍ୟାଚ୍ ର ଲଳିତ ଦାସଙ୍କୁ ରାଜ୍ୟ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି ।

ବାଲିଗୁଡ଼ା ଏସ୍ଡ଼ିପିଓ ଆର୍.ପ୍ରକାଶଙ୍କୁ ବଲାଙ୍ଗୀର ଏସ୍ପି ଓ ମାଲକାନଗିରି ଏଏସ୍ପି ଉମାଶଙ୍କର ଦାସଙ୍କୁ ନୂଆପଡ଼ା ଏସ୍ପି ଭାବେ ବଦଳି କରାଯାଇଛି ।

ସେହିପରି ବରିଷ୍ଠ ଓ.ପିଏସ୍ ପି.ଆର.ମହାନ୍ତିଙ୍କୁ କଟକ ଗ୍ରାମାଞ୍ଚଳ ଏସ୍.ପି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଅବିନାଶ କୁମାରଙ୍କୁ ଏସ୍ଓଜି କମାଣ୍ଡାଣ୍ଟ, କେଏସ୍ କୱାରଙ୍କୁ ରେଳବାଇ ଏସ୍ପି ରାଉରକେଲା, ସଞ୍ଜୟ କୌଶଲଙ୍କୁ ଛତ୍ରପୁର ୮ମ ବାଟାଲିୟାନ୍ କମାଣ୍ଡାଣ୍ଟ ଭାବେ ଅବସ୍ଥାପିତ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଆଇପିଏସ୍, ଓଡ଼ିଶା ଖବର, ବଲାଙ୍ଗୀର, ମାଲକାନଗିରି

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ