• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମାଷ୍ଟର କ୍ୟାଣ୍ଟିନ

ଜମି ଅଧିଗ୍ରହଣ ବିଲ ବିରୋଧରେ ଆନ୍ଦୋଳନ

April 26, 2015 by News Bureau Leave a Comment

ଭୁବନେଶ୍ଵର, ଏପ୍ରିଲ ୨୬ (ଓଡିଶା ଡଟ କମ) ଦେଶୀ-ବିଦେଶୀ ପୁଞ୍ଜିପତି ଓ କର୍ପୋରେଟ ମାନଙ୍କର ସ୍ଵାର୍ଥ ରକ୍ଷା ପାଇଁ କେନ୍ଦ୍ରସରକାର କଳ ବଳ ଓ କୌଶଳ ମାଧ୍ୟମରେ ଆଇନରେ ପରିଣତ କରିବାପାଇଁ ଉଦ୍ୟମ କରୁଥିବା ଅଭିଯୋଗ କରି କେତେକ ସଂଗଠନ ଭୁବନେଶ୍ଵର ଠାରେ ଏକ ପଥପ୍ରାନ୍ତ ସଭା କରିଛନ୍ତି।

ଜମି ଅଧିIMG_20150425_182008ଗ୍ରହଣ ବିରୋଧୀ ଅଭିଯାନ ନାମରେ ଶନିବାର ଆୟୋଜିତ ଏହି ସଭାରେ ସରକାରଙ୍କ ଉଦ୍ୟମକୁ କଦାପି ସାକାର କରିବାକୁ ଦିଆଯିବ ନାହିଁ ବୋଲି ବକ୍ତା ମାନେ ମତ ବ୍ୟକ୍ତ କରିଛନ୍ତି । ଅଭିଯାନ ପକ୍ଷରୁ ୨୫ ଏପ୍ରିଲ ରୁ ମଇ ୧୦ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରତିବାଦ ପକ୍ଷ ପାଳନ ପାଇଁ ଡାକରା ଦିଆଯାଇଛି ।

ମାଷ୍ଟର କ୍ୟାଣ୍ଟିନ ଠାରେ ଏହି ସଭାରେ ବନବାସୀ ସୁରକ୍ଷା ପରିଷଦର ନରେନ୍ଦ୍ର ମହାନ୍ତି, ଓଡିଶା କୃଷକ ସଭାର ଅଭିରାମ ବେହେରା, ଓ ସାରା ଭାରତ କ୍ରାନ୍ତିକାରୀ କୃଷକ ସଭା ରେବତୀ ବଲ୍ଲଭ ମହାନ୍ତି ପ୍ରମୁଖ ଏହି ସଭାରେ ଉଦବୋଧନ ଦେଇଥିଲେ ।

ଓଡିଶା ଡଟ କମ

News Bureau
News Bureau

Filed Under: ସଭା ସମିତି Tagged With: ଆନ୍ଦୋଳନ, ଜମି ଅଧିଗ୍ରହଣ, ମାଷ୍ଟର କ୍ୟାଣ୍ଟିନ

ଗୁରୁବାର ଭସାଣ : ବାଜା ବାଣ ରୋଷଣୀରେ ରାଜଧାନୀ

October 24, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୨୪(ଓଡ଼ିଶା ଡ଼ଟ୍ କମ୍)–ଗୁରୁବାର ଦିନ ଅପରାହ୍ନରେ ଭୁବନେଶ୍ୱରେ ଆରମ୍ଭ ହେବ ଭସାଣ ଶୋଭାଯାତ୍ରା । ଏହା ରାତ୍ର ୧୨ ଘଟିକା ପର୍ଯ୍ୟନ୍ତ ଚାଲିବ ।

ଅପରାହ୍ନ ୪ଟା ସୁଦ୍ଧା ସହିଦ ନଗର ପୂଜା ମଣ୍ଡପରେ ଏକାଠି ହେବେ ୨୦ଟି ମେଢ । ଗୋଟିଏ ପରେ ଗୋଟିଏ ମେଢ ଶୋଭାଯାତ୍ରାରେ ବାହାରିବେ । ବାଜା ବାଣ ରୋଷଣୀରେ ଫାଟି ପଡିବ ରାଜଧାନୀ । କେଉଁ ମେଢ କେତେବେଳେ ବାହାରିବ ସେଥିପାଇଁ ଲଟେରି ହେବ । ବିସର୍ଜ୍ଜନ ଶୋଭାଯାତ୍ରା ଦିନ ମାଷ୍ଟର କ୍ୟାଣ୍ଟିନ ଦେଇ ରାଜମହଲ ପର୍ଯ୍ୟନ୍ତ ଯିବ ।

ସେହିପରି ଅନ୍ୟ ଏକ ଶୋଭାଯାତ୍ରା ଅପରାହ୍ନ ସାଢେ ଦୁଇଟାରୁ ନୟାପଲ୍ଲୀ ପୂଜା ମଣ୍ଡପ ନିକଟରୁ ବାହାରିବ । ଏଥିରେ ମଧ୍ୟ ସାମିଲ ହେବେ ୨୦ରୁ ଅଧିକ ମେଢ । ନୟାପଲ୍ଲୀ,ସିଆରପି,ଡିଏଭି ଛକ ଦେଇ ଗଙ୍ଗ ନଗର ପର୍ଯ୍ୟନ୍ତ ଆସିବେ । ମେଢ ଗୁଡିକ କୁଆଖାଇ କିମ୍ବା ଦୟାନଦୀରେ ବିସର୍ଜ୍ଜନ କରାଯିବ ।

ଭସାଣ ପାଇଁ ସହିଦ ନଗରରୁ ରାଜମହଲ ଓ ନୟାପଲ୍ଲୀ ଠାରୁ ଗଙ୍ଗନଗର ଛକ ପର୍ଯ୍ୟନ୍ତ ୱାନୱେ ଟ୍ରାଫିକ୍ ବ୍ୟବସ୍ଥା କରା ଯାଇଛି । ଭିଡ ନିୟନ୍ତ୍ରଣ ପାଇଁ ଯାନବାହନ ଚଳାଛଳ କ୍ଷେତ୍ରରେ ପରିବ ର୍ନ କରାଯାଇଛି । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସହରରେ ନିୟନ୍ତ୍ରଣ ହୋଇଛନ୍ତି ୨୨ ପ୍ଲାଟୁନ ଫୋର୍ସ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଦୟାନଦୀ, ଭସାଣି ଯାତ୍ରା, ମାଷ୍ଟର କ୍ୟାଣ୍ଟିନ, ମେଢ ବିସର୍ଜ୍ଜନ, ରାଜମହଲ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ