• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମିଥ୍ୟା ଅଭିଯୋଗ

ସରକାରୀ ନିଷ୍କ୍ରିୟତା ଅଭିଯୋଗ କରି ବିଚାରାଧୀନ ବନ୍ଦୀଙ୍କ ଅନଶନ

May 6, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ୦୬ ମଇ ( ଓଡିଶା ଡଟ କମ) ସେମାନଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରାଯାଇଥିବା ଦାବି କରି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଜେଲରେ ଦୀର୍ଘ ବର୍ଷ ଧରି ବିଚାରଧିନ ବନ୍ଦୀ ଭାବେ ଦିନକାଟୁଥିବା ଏଗାର  ଜଣ ବନ୍ଦୀ ବୁଧବାର ଠାରୁ ଅନଶନ ଆରମ୍ଭ କରିଥିବା ମିଥ୍ୟା ମୋକଦ୍ଦମା ବିରୋଧୀ ଅଭିଯାନ ନାମକ ଏକ ସଂଗଠନ ସୂଚନା ଦେଇଛି ।

ବ୍ରହ୍ମପୁର ଏବଂ ଭଞ୍ଜନଗର ଜେଲରେ ଦୀର୍ଘ ଦୁଇ ବର୍ଷ ରୁ ଚାରି ବର୍ଷ କାଳ ବିଚାରଧୀନ ବନ୍ଦୀ ଭାବେ ବିକ୍ରମ ମଳିକ, ଆବେଲ ଗମାଙ୍ଗ, କାନ୍ଦ୍ରା ଦଳବେହେରା, ନିରାକାର ନାୟକ, ଶୀଳାଦିତ୍ୟ ସିଂ,କଦମ ବାଜିଲ , ତେଲେମ ସୋନି , ମାଳତୀ ମାଝି, ଧୋବା ଦିଗାଳଓ ସୁଦର୍ଶନ ମଣ୍ଡଳ ରହିଛନ୍ତି ।

ସେମାନଙ୍କ ବିରୁଦ୍ଧରେ ଥିବା ଅଭିଯୋଗ ଗୁଡିକର ତୁରନ୍ତ ବିଚାର କରିବା ପାଇଁ ଆବେଦନ କରୁଥିଲେ ମଧ୍ୟ ସାକ୍ଷୀ ମାନେ ଆସୁନଥିବାରୁ ସେମାଙ୍କ ବିଚାର ପ୍ରକ୍ରିୟା ବିଳମ୍ବିତ ହୋଇ ଚାଲିଥିବା ଏହି ସଂଗଠନ ଅଭିଯୋଗ କରିଛି ।

ଗୋଟିଏ ପଟେ ସେମାନଙ୍କୁ ଜାମିନ ମିଳୁନାହିଁ ଏବଂ ଅନ୍ୟପଟେ ବିଚାର ପ୍ରକ୍ରିୟା ମଧ୍ୟ ସରୁନହିଁ। ସାକ୍ଷୀ ମାନେ ଆସୁନାହାନ୍ତି ବୋଲି କୁହାଯାଉଥିଲେ ମଧ୍ୟ ସେମାନଙ୍କୁ ହାଜର କରାଇବା ଦିଗରେ କୋର୍ଟ କିମ୍ବା ପୁଲିସ କୋଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯାନ ଅଭିଯୋଗ କରିଛି ।

ଏପରିକି ସମାନ ଧରଣର କେଶରେ ଅନ୍ୟ ଜଣେ ବିଚାରଧିନ ବନ୍ଦୀ ସଂଗ୍ରାମ ମହାନ୍ତି ଙ୍କୁ ହାଇକୋର୍ଟ ଓ ସୁପ୍ରିମକୋର୍ଟରୁ ଜାମିନ ମିଳିସାରିଥିଲେ ସୁଦ୍ଧା ଏବଂ ପାରଳଖାମୁଣ୍ଡି ଓ ଫୁଲବାଣୀ କୋର୍ଟରେ ତ୍ଵରିତ ବିଚାର ପ୍ରକ୍ରିୟା ରେ ଅନେକ ନିର୍ଦ୍ଦୋଶ ବ୍ୟକ୍ତି ଖଲାସ ହୋଇଥିବା ବେଳେ ଭଞ୍ଜନଗର କୋର୍ଟର ବିଳମ୍ବିତ ନ୍ୟାୟିକ ପ୍ରକ୍ରିୟା ଯୋଗୁ ଆଦିବାସୀ ଓ ଦଳିତ ଭାଗ୍ୟକୁ ଆଦରି ଜେଲରେ ସଢୁଛନ୍ତି, ସଂଗଠନ କହିଛି  ।

ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ଜେଲ ରେଏହି ବିଚାରଧିନ ବନ୍ଦୀ ମାନଙ୍କ ର ଯୁକ୍ତିଯୁକ୍ତ ଦାବୀକୁ ମିଥ୍ୟା ମକୋଦ୍ଦମା ବିରୁଦ୍ଧରେ ଅଭିଯାନ ଓଡିଶା ପକ୍ଷରୁ ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ଓ ଉପଦେଷ୍ଟା ଆଡଭୋକେଟ ବିଶ୍ଵପ୍ରିୟ କାନୁନଗୋ ସମର୍ଥନ କରିବା ସହିତ ସମସ୍ତ ବନ୍ଦୀ ସେମାନଙ୍କ ନାମରେ କଣ କଣ କେସ ଅଛି ତାହା ଜଣାଇବା ତ୍ଵରିତ ବିଚାର ପ୍ରକ୍ରିୟା ମାଧ୍ୟମରେ ସେମାନଙ୍କ ବିଚାର ଶେଷ କରିବା , ବିଚାର ପ୍ରକ୍ରିୟା ବିଳମ୍ବିତ ହେଉଥିବାରୁ ସେମାନଙ୍କୁ ଜାମିନ ପ୍ରଦାନ କରିବାକୁ ଦାବି କରିଛନ୍ତି ।

ଭଞ୍ଜନଗର ଜେଲରେ ଥିବା ଏଗାର ଜଣ ବନ୍ଦୀ ସେମାନଙ୍କ ବିଚାର କ୍ଷେତ୍ରରେ ବିଚାର ବିଭାଗ ଓ ସରକାରଙ୍କ ନିଷ୍କ୍ରିୟତା ପ୍ରତିବାଦରେ ଓ ‘ତୁରନ୍ତ ବିଚାର ନଚେତ ଜାମିନ’ ଦାବିକରି ବୁଧବାରଠାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି ଓ ଏ ସମ୍ପର୍କରେ ସେମାନେ ଲିଖିତ ଭାବରେ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ ଙ୍କୁ କୋର୍ଟରେ ଅବଗତ କରାଇଥିବା ଏହି ସଂଗଠନ କହିଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ମାନବାଧିକାର Tagged With: ପୁଲିସ, ଭଞ୍ଜନଗର ଜେଲ, ମିଥ୍ୟା ଅଭିଯୋଗ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ