• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମିଳନ

କୁମ୍ଭୀର ମିଳନ ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ତିନି ମାସ ଭିତରକନିକା ବନ୍ଦ

May 1, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

କେନ୍ଦ୍ରାପଡା, ମଇ ୧ (ଓଡିଶା ଡଟ କମ) କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ଅଭୟାରଣ୍ୟରେ ଲୁଣି ପାଣି କୁମ୍ଭୀର ମାନଙ୍କର ମିଳନ ଏବଂ ଅଣ୍ଡା ଦେବା ତିନି ମାସ ପର୍ଯ୍ୟନ୍ତ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକ ମାନଙ୍କୁ ଜାତୀୟ ଉଦ୍ୟାନ ଭିତରକୁ ପ୍ରବେଶ କରିବା ଉପରେ ସ୍ଥାନୀୟ ବନ ବିଭାଗ ଶୁକ୍ରବାର ଠାରୁ କଟକଣା ଜାରି କରିଥିବା ଜଣେ ଅଧିକାରୀ କହିଛନ୍ତି ।

Bhtarkanika-Crocodleପର୍ଯ୍ୟଟକଙ୍କ କାର୍ଯ୍ୟକଳାପ ଯୋଗୁଁ କୁମ୍ଭୀରମାନଙ୍କ ମିଳନ ଏବଂ ଅଣ୍ଡା ଦେବା ବାଧାପ୍ରାପ୍ତ ହୋଇପାରେ ବୋଲି ଆଶଙ୍କା କରି ଏହି ବାରଣ କରାଯାଇଥିବା ଉଦ୍ୟାନର ଜଣେ ଅଧିକାରୀ କହିଛନ୍ତି ।

କୁମ୍ଭୀରମାନଙ୍କ ମିଳନ ସମୟରେ ବାଧା ଉପୁଜିଲେ ସେମାନେ ଭୟଙ୍କର ହୋଇ ପଡିବା ସହ ସମୟ ସମୟରେ ପରସ୍ପରକୁ ଆକ୍ରମଣ କରନ୍ତି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଜଙ୍ଗଲ କର୍ମଚାରୀମାନେ ଏହି ଲୁଣି ପାଣି କୁମ୍ଭୀରମାନଙ୍କ ମିଳନ ସ୍ଥଳୀ ପାଇଁ ଭିତରକନିକା ନଦୀ ଯୋଜନାରେ ବିଭିନ୍ନ ସ୍ଥାନ ଚିହ୍ନିତ କରିଛନ୍ତି ।

ବର୍ତ୍ତମାନ ଭିତରକନିକାରେ ପ୍ରାୟ ୧୬୦୦ ବଉଳା କୁମ୍ଭୀର ଥିବା କୁହା ଯାଉଛି । କିଛି ବର୍ଷ ତଳେ ଏହି ଉଦ୍ୟାନରେ ୨୩ ଫୁଟ ଲମ୍ବ ବିଶିଷ୍ଟ ପୃଥିବୀର ଦୀର୍ଘତମ କୁମ୍ଭୀର ଥିବାରୁ ଗିନୀଜ ବୁକ ଅଫ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଥିଲା ।

ଏଠାରେ ଉଲ୍ଲେଖ ଯୋଗ୍ୟଯେ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରତି ବର୍ଷ କୁମ୍ଭୀରଙ୍କ ପ୍ରଜଜନ ଓ ଅଣ୍ଡାଦାନ ତିନିମାସ ସମୟ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ନିଷେଧାଦେଶ ଜାରି କରାଯାଇଥାଏ ।

ଓଡିଶା ଡଟ କମ

Filed Under: ପରିବେଶ, ପର୍ଯଟନ, ବିଶେଷ ଖବର Tagged With: କୁମ୍ଭୀର, ତିନି ମାସ, ବନ୍ଦ, ଭିତରକନିକା, ମିଳନ

Primary Sidebar

ପୁରୀ ସ୍ନାନ ଯାତ୍ରା ଲାଇଭ

https://youtu.be/aDHujOQM1p8

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ