• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ପଦଯାତ୍ରାକୁ ନେଇ ଭଦ୍ରକ ବିଜେଡିରେ ଫାଟ

October 5, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭଦ୍ରକ,ଅକ୍ଟେବର ୫ (ଓଡ଼ିଶା ଡ଼ଟ୍ କମ୍) – ବିଜେଡି ପକ୍ଷରୁ ଗାନ୍ଧୀ ଜୟନ୍ତୀ ଦିନ ଭଦ୍ରକ, ଧାମନଗର ଓ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଜନସମ୍ପର୍କ ପଦଯାତ୍ରା ଆୟୋଜନ ହୋଇଯାଇଛି ।

ତେବେ ବିଲକ୍ଷଣ ହେଲା, ବିଜେଡି ପଦଯାତ୍ରାକୁ ନେଇ ଭଦ୍ରକ ବିଜେଡିରେ ଫାଟ । ଏଠାରେ ଯୁଗଳ ଓ ପ୍ରଫୁଲ୍ଲ ଗୋଷ୍ଠୀ ପକ୍ଷରୁ ସମାନ୍ତରାଳ ପଦଯାତ୍ରାର ଆୟୋଜନ ଭଦ୍ରକ ରାଜନୀତିରେ ଆଲୋଚ୍ୟ ପ୍ରସଙ୍ଗ ହୋଇଛି ।

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ବିଜେଡି ଆଡୁ ଏହି ପଦଯାତ୍ରାର ଆୟୋଜନ ହେଉଥିଲେ ହେଁ ଅସଲରେ ପାରୀଙ୍କ ଅନୁପସ୍ଥିତିରେ ସଂଗଠନରେ ସାମାନ୍ୟ ହଲଚଲ ନାହିଁ ବୋଲି ସୂଚାଇଦେବାକୁ ଚେଷ୍ଟା କରାଯାଇଛି ।

ତେବେ ପୂର୍ବବର୍ଷ ଭଳି ଏଥରକ ସଭାସମିତିରେ ଆଉ ପ୍ୟାରୀବାବୁଙ୍କ ନାମ କେହି ନେତାଏ ନେଉନାହାନ୍ତି । ନବୀନ ପଟନାୟକ ହିଁ ଦଳର ସର୍ବମାନ୍ୟ ନେତା ଓ ତାଙ୍କରି ନେତୃତ୍ୱରେ ଓଡିଶା ପ୍ରଗତି ପଥରେ ଆଗେଇ ଚାଲିଛି ବୋଲି ବିଜେଡି ନେତାମାନେ ପ୍ରଚାର କରୁଛନ୍ତି ।

ଗୋଟିଏ ପକ୍ଷ ଅପରପକ୍ଷ ବିରୋଧରେ ଖୋଲାଖୋଲି ଭାବେ ଗଣମାଧ୍ୟମକୁ ବିବୃତି ରଖିବା ମଧ୍ୟ ଦଳୀୟ ଶୃଙ୍ଖଳା ପ୍ରତି ଚାଲେଞ୍ଜ ଆଣିଛି ।

ଅତୀତରେ ପ୍ରଫୁଲ୍ଲ ସମର୍ଥକମାନେ ଦଳଭିତରେ ସାଂସଦ ଶ୍ରୀ ସେଠୀଙ୍କୁ ଅନେକ ସମୟରେ ଅଡୁଆ ପରିସ୍ଥିତିରେ ପକାଉଥିଲେ । ମାତ୍ର ମନ୍ତ୍ରୀପଦ ଗଲା ପରେ ପ୍ରଫୁଲ୍ଲବାବୁଙ୍କ ସମର୍ଥକମାନେ ଯୁଗଳବାବୁଙ୍କ ସମର୍ଥକଙ୍କ ବିରୋଧରେ ସାଂସଦ ଶ୍ରୀ ସେଠୀଙ୍କ ନିକଟରେ ଫେରାଦ ହେବା କଥା କହୁଛନ୍ତି ।

ଅର୍ଥାତ ବିଜେଡିରେ ପ୍ୟାରୀ ଫାକ୍ଟର ଆଉ କାମ କରୁନଥିବାରୁ ଜିଲା ରାଜନୀତିରେ ସାଂସଦ ଶ୍ରୀ ସେଠୀ ହିଁ ସବୁଠାରୁ ପ୍ରଭାବଶାଳୀ ଏକଥା ବୁଝାପଡୁଛି ।

ଜିଲାରେ ଜନସମ୍ପର୍କ ଅଭିଯାନର ନେତୃତ୍ୱ ନେଉଛନ୍ତି ଜିଲା ବିଜେଡି ସଭାପତି ତଥା ସାଂସଦ ଅର୍ଜୁନ ସେଠୀ । ଦଳୀୟ ପର୍ଯ୍ୟବେକ୍ଷକ ଭାବେ ହୁସେନ ରବି ଗାନ୍ଧୀ ମଧ୍ୟ ପଦଯାତ୍ରାରେ ସାମିଲ ହେଉଛନ୍ତି ।

କେନ୍ଦ୍ରର ୟୁପିଏ ସରକାର ଓଡିଶାକୁ ଅବହେଳା କରୁଥିବା ନେଇ ପାରମ୍ପରିକ ଆରୋପ ସହିତ କେନ୍ଦ୍ର ସରକାରରେ ସଂଘଟିତ ମହାଦୁର୍ନୀତି ସଂପର୍କରେ ପଦଯାତ୍ରା ପରର ସଭାରେ ବିଜେଡି ନେତାମାନେ ଭାଷଣ ରଖୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କେନ୍ଦ୍ର ସରକାର, ବିଜେଡ଼ି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

କୋରାପୁଟରେ ପଶୁଧନ ବିକାଶ ପ୍ରକଳ୍ପର ଶୁଭାରମ୍ଭ

October 4, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୫ (ଓଡ଼ିଶା ଡ଼ଟ୍ କମ୍) –ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ ଜିଲ୍ଲା ଗସ୍ତରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ପଶୁଧନ ବିକାଶ ପ୍ରକଳ୍ପର ଉଦଘାଟନ କରିଛନ୍ତି ।

ଏହି ପ୍ରକଳ୍ପରେ ଉନ୍ନତ ମାନର ଶଙ୍କର ଜାତୀୟ ଗୋଧନର ବିକାଶ ପାଇଁ ପଦକ୍ଷେପ ନିଆଯିବ ।

କୋରାପୁଟର ଓଏସଏପି ପଡିଆ ଠାରେ ଏହି ପ୍ରକଳ୍ପ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହି ପ୍ରକଳ୍ପରେ ରାଜ୍ୟର ୧୩ଟି ଜିଲ୍ଲାରେ ଜେକେ ଟ୍ରଷ୍ଟ ସହଯୋଗରେ ୬୨୦ ଟି ସମନ୍ୱିତ ପଶୁଧନ ବିକାଶ କେନ୍ଦ୍ର (ଇ ଗ୍ରେଟେଡ ଲାଇଭଷ୍ଟକ ଡେଭଲପମେଟ ସେନଟର ) ଖୋଲାଯିବ ।

ଏହି ଯୋଜନାରେ ୫ ବର୍ଷରେ ୫ ହଜାର ଗାଁ ର ୩ ଲକ୍ଷ ପରିବାରକୁ ଡାଇରି ଡେଭଲପମେନଟ କାର୍ଯ୍ୟକ୍ରମରେ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଥିରେ ଜିଲ୍ଲାର ଶିକ୍ଷିତ ଯୁବକ ମାନଙ୍କୁ ଲାଇଭଷ୍ଟକ କେନ୍ଦ୍ର ଗୁଡିକରେ “ଗୋପାଳ’ ଭାବରେ ନିଯୁକ୍ତି ଦିଆଯିବା ସହତି ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ଜଣେ ଜଣେ ଲାଇଭଷ୍ଟକ ଇନସପେକ୍ଟର ରଖାଯିବ ବୋଲି ସେ କହିଥିଲେ ।

ପ୍ରକଳ୍ପ ଦଦ୍ୱାରାଦୁଗ୍ଧ ଉପ୍ତାଦନ ବୃଦ୍ଧି ପାଇବା ସହିତ କାର୍ଯ୍ୟକ୍ରମରେ ସଂଶ୍ଲିଷ୍ଟ ପରିବାର ଗୁଡିକର ରୋଜଗାର ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ରାଜ୍ୟର କୃଷକ ମାନଙ୍କୁ ଚାଷ ସହିତ ଗୋପାଳନ, କୁକୁଡା ଚାଷ, ମାଛ ଚାଷ ଆଦି କାର୍ଯ୍ୟକ୍ରମରେ ସାମିଲ କରି ସେମାନଙ୍କର ଆର୍ଥିକ ଅଭିବୃଦ୍ଧି କରିବା ସରକାରଙ୍କ ଲକ୍ଷ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ପଶୁସଂପଦର ସ୍ୱାସ୍ଥ୍ୟ ରକ୍ଷା ପାଇଁ ରାଜ୍ୟର ଆଦିବାସି ଜିଲ୍ଲା ଗୁଡିକରେ ୧୦୫ ଟି ଭେଟେରୀନାରୀ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର କାମ କରୁଛି । ସେଥିରୁ କେବଳ ୮୦ ଟି କେବିକେ ଜିଲ୍ଲାରେ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ଓ କଲ୍ୟାଣ ମୁଳକ ଉପରେ ମଧ୍ୟ ଆଲୋକପାତ କରିଥିଲେ ।

କୋରାପୁଟରେ ମୁଖ୍ୟମନ୍ତ୍ରୀ “ସାକ୍ଷର ଭାରତ କାର୍ଯ୍ୟକ୍ରମ” ଏବଂ “ନିଧି ମଉସା” ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ରମେଶ ମାଝୀ, ରବି ନାରାୟଣ ନନ୍ଦ, ସାଂସଦ ଜୟରାମ ପାଂଗୀ ଏବଂ ବିଧାୟକ ମାନେ ଯୋଗ ଦେଇଥିଲେ । ପ୍ରବଳ ବର୍ଷା ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଜିଲ୍ଲା ଗସ୍ତ ବାତିଲ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କୋରାପୁଟ, ମାଲକାନଗିରି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ଭୁବନେଶ୍ୱରରୁ ବିଜେଡିର ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ

October 2, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୨ (ଓଡ଼ିଶା ଡ଼ଟ୍ କମ୍) – ଏକାମ୍ର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ବିଏମ୍ସିର ୫୦ ନମ୍ବର ୱାର୍ଡ କଳିଙ୍ଗ ବସ୍ତିରୁ ବିଜେଡିର ଜନସଂପର୍କ ପଦ ଯାତ୍ରାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି ।

ପଦଯାତ୍ରା ରେ ୫୦ ନମ୍ବର ୱାର୍ଡ ଅନ୍ତଗତ ବ୍ରହ୍ମେଶ୍ୱର ମେଲଣ ପଡିଆରେ ଆୟୋଜିତ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଓଡିଶାର ୪କୋଟି ଜନତା ବିଜେଡିର ଶକ୍ତି ।

ଓଡିଶାବାସୀଙ୍କ ଆଶୀର୍ବାଦ ଯୋଗୁଁ ବିଜେଡି ୧୨ ବର୍ଷ ହେଲା ଲୋକଙ୍କ ସେବା କରୁଛି । ତାଙ୍କ ସରକାର ରାଜ୍ୟରେ ଲୋକଙ୍କ ଆର୍ଥିକ ବିକାଶ ଓ ଜନମଙ୍ଗଳ କାର୍ଯ୍ୟ ଲାଗି ନିଜର ପ୍ରୟାସ ଜାରି ରଖିବ ।

କୋରାପୁଟରୁ କଟକ,ମୟୁରଭଂଜରୁ ମାଲକାନାଗିରି ସାରା ରାଜ୍ୟରେ ଏହି ଜନସଂର୍ପକ ପଦ ଯାତ୍ରା କରାଯାଉଛି । ଲୋକଙ୍କ ପାଖରେ ପହଂଚିବା, ଲୋକଙ୍କ ସମସ୍ୟା ବୁଝିବା ସହ କେନ୍ଦ୍ର ସରକାରଙ୍କ ଅବହେଳା ଲୋକଙ୍କୁ ଜଣାଇଦେବା ଏହାର ଯାତ୍ରାର ଉଦ୍ଦେଶ୍ୟ ବୋଲି ସେ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ରାଜ୍ୟ ସରକାର ନିଜ ପାଣ୍ଠିରୁ ବିଜୁ କେବିକେ ଯୋଜନା ଆରମ୍ଭକରି ପଶ୍ଚିମ ଓଡିଶାବାସୀଙ୍କ ଉନ୍ନତି କରିଛନ୍ତି ।

ମା ଓ ଶିଶୁଙ୍କ ଉନ୍ନତି ପାଇଁ ମମତା ଯୋଜନା, ବୟସ୍କମାନଙ୍କ ପାଇଁ ମଧୁବାବୁ ପେନସନ ଯୋଜନା, ଗରିବଙ୍କ ପାଇଁ ୨ ଟଙ୍କିଆ ଚାଉଳ, ଆଦିବାସୀ ଛାତ୍ରଙ୍କ ପାଇଁ ହଷ୍ଟେଲ, ଶିକ୍ଷା କ୍ଷେତ୍ରରେ ବାଳିକାମାନଙ୍କ ପାଇଁ ସମସ୍ତଙ୍କୁ ମାଗଣାରେ ସାଇକେଲ ପ୍ରଦାନ କରୁଥିବା ବେଳେ ସହରରେ ରହୁଥିବା ଭୂମିହୀନମାନଙ୍କୁ ଜମି ଯୋଗାଇଦେବାକୁ ନିସ୍ପତିି ନେଇଛନ୍ତି ।

ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ପ୍ରକାଶ ବସ୍ତିଆଙ୍କ ନେତୃତ୍ୱରେ ଆୟୋଜିତ ଏହି ସଭାରେ ସାଂସଦ ପ୍ରସନ୍ନ ପାଟଶାଣୀ, ବିଧାୟକ ଭାଗିରଥୀ ବଡଜେନା, ବିଜୟ ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ବିଜେଡିର ବହୁ ନେତା ଯୋଗଦେଇ ଆସନ୍ତା ନିର୍ବାଚନରେ ବିଜେଡିକୁ ପୁର୍ନବାର କ୍ଷମତାକୁ ଆଣି ନବୀନ ପଟନାୟକଙ୍କ ହାତମୁଠାକୁ ଦୃଢ କରିବାକୁ ଆହ୍ୱାନ ଦେଇଥିଲେ ।

ମହାତ୍ମାଗାନ୍ଧୀଙ୍କ ପୂଣ୍ୟ ଜନ୍ମତିଥି ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ବିଜେଡି ଏହି ପଦ ଅକ୍ଟୋବର ୧୧ ତାରିଖ ଅର୍ଥାତ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀରେ ଶେଷହେବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଜନସଂର୍ପକ ପଦଯାତ୍ରା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ବିପିଏଲ ଛାତ୍ରଙ୍କୁ ସାଇକେଲ ଯୋଜନାର ଶୁଭାରମ୍ଭ

October 2, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟେବର ୨ (ଓଡ଼ିଶା ଡ଼ଟ୍ କମ୍) -ପବିତ୍ର ଗାନ୍ଧିଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଦଶମ ଶ୍ରେଣୀରେ ପଢୁଥିବା ବି.ପି.ଏଲ ଛାତ୍ର ମାନଙ୍କୁ ସାଇକେଲ ଯୋଜନାର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ପଟ୍ଟନାୟକ କହିଲେ ଯେ ସାମାଜିକ ତଥା ଅର୍ଥନୈତିକ ପରିବର୍ତନ ପାଇଁ ଶିକ୍ଷା ହେଉଛି ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ।

ତେଣୁ ଶିକ୍ଷାର ପ୍ରସାର ତଥା ପିଲାମାନଙ୍କ ମଧ୍ୟରେ ପାଠପଢା ପ୍ରତି ଆଗ୍ରହ ସୃଷ୍ଟି ରାଜ୍ୟ ସରକାରଙ୍କ ସାଇକେଲ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ଏହି ଯୋଜନା ଦ୍ୱାରା ପାଞ୍ଚ ଲକ୍ଷ କୋଡିଏ ହଜାର ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି ।

ମୁଖ୍ୟମନ୍ତ୍ରୀ କହିଲେ ଯେ ଶିକ୍ଷାର ପ୍ରସାର ସରକାରଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୁର୍ଣ । ଏଥିପାଇଁ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୁଚନା ଦେଇ ସେ କହିଲେ ଯେ ଗତ ନଅ ବର୍ଷରେ ରାଜ୍ୟ ସରକାର ପ୍ରତିବର୍ଷ ଏକ ହଜାରରୁ ଅଧିକ ନୁଆ ସ୍କୁଲ ପ୍ରତିଷ୍ଠା କରାଉଛି ।

୨୦୦୬-୦୭ ରେ ସ୍କୁଲକୁ ଆସୁନଥିବା ଛାତ୍ରୀ ମାନଙ୍କ ସଂଖ୍ୟା ଦୁଇଲକ୍ଷରୁ ଅଧିକ ଥିବାବେଳେ ୨୦୧୦-୧୧ ରେ ଏହା ୩୫ ହଜାରକୁ କମି ଆସିଛି ।

ଆଗାମୀ ଦିନରେ ସବୁ ଝିଅଙ୍କୁ ସ୍କୁଲକୁ ଆଣିବା ପାଇଁ ସରକାରଙ୍କ ଉଦ୍ୟମ ସଫଳ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଝିଅ ପିଲାଙ୍କୁ ସାଇକେଲ ଦିଆଯିବା କାର୍ଯ୍ୟକ୍ରମ ବହୁତ ଭଲ ପ୍ରଭାବ ପକାଇଛି ବୋଲି ମତ ଦେଇ ପଟ୍ଟନାୟକ କହିଲେ ଯେ ମୋବିଲିଟି ହେଉଛି ଏମପାୱାରମେଣ୍ଟ ।

ତେଣୁ ଏହା ପିଲାଙ୍କ ଆତ୍ମବିଶ୍ୱାସ ବଢାଇବା ସହିତ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବ । ପିଲାମାନେ ସ୍କୁଲ ପାଠପରେ ଉଚ୍ଚଶିକ୍ଷା ଲାଭ କରି ନିଜ ପରିବାର ତଥା ସମାଜର ଅବସ୍ଥାରେ ଉନ୍ନତି ଆଣିବାରେ ସଫଳ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।

ସୁଚନାଯୋଗ୍ୟ ଯେ ଦଶମ ଶ୍ରେଣୀରେ ପଢୁଥିବା ସବୁ ଝିଅ ମାନଙ୍କୁ ରାଜ୍ୟ ସରକାର ମାଗଣାରେ ସାଇକେଲ ଯୋଗାଇ ଦେଉଥିବାବେଳେ ବର୍ତମାନ ବି.ପି.ଏଲ ପରିବାର ଏବଂ ଏସ୍ସି,ଏସ୍ଟି ଛାତ୍ର ମାନଙ୍କୁ ମଧ୍ୟ ସାଇକେଲ ଯୋଗାଇ ଦେଉଛନ୍ତି । ଏଥିପାଇଁ ପ୍ରତି ପିଲାକୁ ୨୬୦୦ ଟଙ୍କାର ଚେକ୍ ଦିଆଯାଉଛି ।

ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ରବିନାରାୟଣ ନନ୍ଦ, ସାଂସଦ ଡଃ ପ୍ରସନ୍ନ କୁମାର ପାଟଶାଣୀ, ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ଭାଗୀରଥୀ ବଡଜେନା, ବିଜୟ ମହାନ୍ତି, ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଉଷା ପାଢୀ ପ୍ରମୁଖ ଯୋଗ ଦେଇ ଶିକ୍ଷାର ପ୍ରସାରରେ ରାଜ୍ୟ ସରକାରଂକ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।

ବିଭାଗୀୟ ଶାସନ ସଚିବ ଉଷା ପାଢୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବିଭାଗୀୟ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ ସାଇକେଲ ପାଇଁ ୨୬୦୦ ଟଙ୍କାର ଚେକ୍ ପ୍ରଦାନ କରିଥିଲେ ଏବଂ ନୁଆ ସାଇକେଲ କିଣିଥିବା ଝିଅ ପିଲାମାନଙ୍କ ଶୋଭାଯାତ୍ରା କୁ ପତାକା ହଲାଇ ଶୁଭାରମ୍ଭ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଗାନ୍ଧିଜୟନ୍ତୀ, ମାଗଣା ସାଇକେଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

କୋଇଲା ଦୁର୍ନୀତି: ଅଡୁଆରେ ସରକାର !

October 2, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟେବର ୨ (ଓଡ଼ିଶା ଡ଼ଟ୍ କମ୍) – ସୈନିକ କଂପାନୀର ଚୁକ୍ତିକୁ ରାଜ୍ୟ ସରକାର ବାତିଲ କରିସାରିଥିଲେ ମଧ୍ୟ ତଥାକଥିତ କୋଇଲା ଦୁର୍ନୀତି ଉପରେ ସରକାରଙ୍କ ବିରୋଧରେ ଅଭିଯୋଗ ସରିନାହିଁ ।

ସରକାରଙ୍କ ସହ ଅନ୍ୟ କମ୍ପାନି ମାନେ କରିଥିବା ଚୁକ୍ତି ଗୁଡିକ ବାତିଲ କରି ସିବିଆଇ ତଦନ୍ତ କରିବାକୁ ବିଜେପି ଓ କଂଗ୍ରେସ ଦାବିକରିଛି ।

ସୈନିକ କଂପାନୀର ଚୁକ୍ତିକୁ ବାତିଲ କରି ସରକାର ଏହା ବେଆଇନ ଥିଲା ବୋଲି ସ୍ୱୀକାର କରିଥିବା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି । ବେଦାନ୍ତ ସହ ବକ୍ସାଇଟ ପାଇଁ ସରକାର ଅନୁରୁପ ଚୁକ୍ତି କରିଥିବାରୁ ତାକୁ ମଧ୍ୟ ବାତିଲ କରିବାକୁ ସେ ଦାବି କରିଛନ୍ତି ।

ଭାରତୀୟ ଜନତା ପାର୍ଟିର ବରିଷ୍ଠନେତା ବିଜୟ ମହାପାତ୍ର କହିଛନ୍ତି କେବଳ ଚୁକ୍ତି ବାତିଲ କରିଦେଲେ ଦୁର୍ନୀତି ହଟି ଯିବ ନାହିଁ ତେବେ ଏ ଘଟଣାର ସିବିଆଇ ତଦନ୍ତ କରାଯାଉ ।

ଏସବୁ ଅଭିଯୋଗକୁ ଭିତିହୀନ ଓ ମିଥ୍ୟା କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଡାଇ ଚାଲିଥିଲେ । ମାତ୍ର ଏଥର ଖାଲରେ ପଡି ଯାଇଛନ୍ତି ସରକାର । ଯେଉଁ ଅଭିଯୋଗକୁ ଦୁଇରୁ ତିନି ଦିନତଳେ ମିଥ୍ୟା କହି ଏଡାଇ ଯାଇଥିଲେ ସେହ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ନିଜ ଛୋପ ନିଜେ ଢୋକିଥିବା କଂଗ୍ରେସ ନେତାମାନେ କହିଛନ୍ତି ।

୨୦୦୩ ଡିସେମ୍ବର ୧୯ରେ ଓଏମ୍ସିକୁ ମିଳିଥିବା ଉତ୍କଳ ଡି କୋଲବ୍ଲକକୁ ରାଜ୍ୟସରକାର ୨୮ ଡିସେମ୍ବର ୨୦୦୩ରେ ନୂଆଦିଲ୍ଲୀର ଏକ ଘରୋଇ କଂପାନୀ ସୈନିକ ସହ ଚୁକ୍ତିକରି ଏହି ଖଣି ପ୍ରଦାନ କରିଥିଲେ ।

ଏଥିରେ ସୈନିକ କଂପାନୀର ଶତକଡା ୭୪ ଭାଗ ଅଂଶଧନ ରହିଥିବା ବେଳେ ୨୬ ଭାଗ ଅଂଶଧନ ଥିଲା ଓଏମ୍ସିର । ସୁପ୍ରିମକୋର୍ଟ ଓ କେନ୍ଦ୍ର ସରକାର ଏହି ଚୁକ୍ତିକୁ ବାତିଲ କରିବାପାଇଁ ବାରମ୍ବାର କହିଥିଲେ ମଧ୍ୟ ରାଜ୍ୟ ସରକାର କର୍ଣ୍ଣପାତ କରିନଥିଲେ ।

ସିବିଆଇ ତଦନ୍ତ ଆରମ୍ଭ ହେଲା ପରେ ରାଜ୍ୟ ସରକାର ଅଡୁଆରେ ପଡିଯାଇ ନିଜକୁ ବଞ୍ଛାଇବାକୁ ଏହି ଚୁକ୍ତିକୁ ବାତିଲ କରିଥିବା ଜେନା କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଏବେ ଏହି ଦୁର୍ନୀତିରୁ ମୁକୁଳିବା ପାଇଁ ବାଟ ଖୋଜୁଛନ୍ତି । ପ୍ରତ୍ୟେକ କଥାରେ ଆଇନ ତା ବାଟରେ ଯିବ ବୋଲି କହି ନିଜେ କରିଥିବା ସମସ୍ତ ବେଆଇନ କାର୍ଯ୍ୟକୁ ବାତିଲ କରିବାରେ ଲାଗିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ Tagged With: କୋଇଲା ଦୁର୍ନୀତି, ବିଜେପି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ସୁପ୍ରିମକୋର୍ଟ

ପଦଯାତ୍ରା ରାଜନୀତି ସରଗରମ

October 2, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟେବର ୨ (ଓଡ଼ିଶା ଡ଼ଟ୍ କମ୍) – ପାଖରେ ନିର୍ବାଚନ ନଥିଲେ ମଧ୍ୟ ଓଡିଶାରେ ରାଜନୀତିର ପାଣିପାଗ ବେଶ୍ ଗରମ ଜଣାପଡୁଛି । ସାଧାରଣ ନିର୍ବାଚନ ପୂର୍ବରୁ କିଭଳି ଲୋକଙ୍କ ପାଖରେ ପହଞ୍ଚି ନିଜ ସପକ୍ଷରେ ବାତାବରଣ ସୃଷ୍ଟି କରିବେ ସେନେଇ କଂଗ୍ରେସ ଓ ବିଜେଡି ପୁରାଦମ୍ ରେ ଲାଗି ଯାଇଛନ୍ତି ।

ଲୋକଙ୍କ ନିକଟକୁ ଏବେ ଯିବାକୁ ଏମାନେ ନିଷ୍ପତି ନେଇଥିବାରୁ ମାଧ୍ୟମ ହୋଇଛି ପଦଯାତ୍ରା । ଉଭୟ ଦଳର ପଦଯାତ୍ରା ଆରମ୍ଭ କରିବାର ତାରିଖ ସମାନ । ତେବେ କେବଳ ଆୟୋଜନ ଭିନ୍ନ ।

ମହାତ୍ମାଗାନ୍ଧୀଙ୍କ ପୂଣ୍ୟ ଜନ୍ମତିଥି ଅକ୍ଟୋବର ୨ରୁ ଉଭୟ ଦଳ କରିବେ ତାଙ୍କର ପଦଯାତ୍ରା । ବିଜେଡି ଏହି ପଦ ଯାତ୍ରା ରାଜ୍ୟର ୫୦ ହଜାର ଗାଁରେ ପ୍ରବେଶ କରିବ ।

ମହାତ୍ମାଗାନ୍ଧୀଙ୍କ ପୂଣ୍ୟ ଜନ୍ମତିଥରୁ ବିଜେଡି ଆରମ୍ଭ କରିଥିବା ଏହି ପଦଯାତ୍ରା ଅକ୍ଟୋବର ୧୧ ତାରିଖ ଅର୍ଥାତ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀରେ ସରିବ । ଠିକ୍ ସେହିପରି କଂଗ୍ରସର ପଦ ଯାତ୍ରା ମାତ୍ର ଆଠ ଦିନ ଚାଲିବ । ଏହା ଗୋପବନ୍ଧୁ ଜୟନ୍ତୀରେ ଶେଷହେବ ।

ବିଜେଡି ପକ୍ଷରୁ ରାଜଧାନୀରୁ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ ।

ଠିକ୍ ସେହିଦିନ କଂଗ୍ରେସ ପକ୍ଷରୁ ଗାନ୍ଧୀଜୟନ୍ତୀରୁ କଟକର ସ୍ୱରାଜ ଆଶ୍ରମରୁ ଆରମ୍ଭ ହେବ ପରିବର୍ତ୍ତନ ପଦଯାତ୍ରା । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ । ଗୋପବନ୍ଧୁଙ୍କ କର୍ମସ୍ଥଳୀ ବକୁଳ ବନରେ ଏହା ଉଦ୍ୟାପିତ ହେବ ।

କଂଗ୍ରେସ ନବୀନ ପଟ୍ଟନାୟକଙ୍କ ୧୨ ବର୍ଷ ଶାସନ କାଳରେ ହୋଇ ଥିବା ବିଭିନ୍ନ ଦୁର୍ନୀତି ବିରୋଧରେ ଜନସାଧାରଣଙ୍କୁ ସଚେତନ କରାଇବ ବୋଲି ଏହି ପଦଯାତ୍ରା କରୁଥିବା ବେଳେ ବିଜେଡି ତରଫରୁ ନବୀନ ଶାସନର ବିକାଶ କଥା ଏହି ଯାତ୍ରା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବ ବୋଲି କୁହା ଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: ଗାନ୍ଧୀଜୟନ୍ତୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

‘ଓଡ଼ିଶା ଜନମୋର୍ଚ୍ଚା’ କଂଗ୍ରେସର ବି ଟିମ୍ -ମୁଖ୍ୟମନ୍ତ୍ରୀ

October 2, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,ଅକ୍ଟେବର ୧ (ଓଡ଼ିଶା ଡ଼ଟ୍ କମ୍) – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆକରି ଗଠିତ ହୋଇଥିବା ‘ଓଡ଼ିଶା ଜନମୋର୍ଚ୍ଚା’ ବିରୋଧରେ ମୁହଁ ଖୋଲିଛନ୍ତି ।

ସେ କହିଛନ୍ତି ଏହା କଂଗ୍ରେସର ବି ଟିମ୍ । ଏହା ଦଦ୍ୱାରାବିଜେଡିର କିଛି କ୍ଷତି ହେବ ନାହିଁ । ମଂଚର କୌଣସି ପ୍ରଭାବ ବିଜଦ ଉପରେ ପଡ଼ିବ ନାହିଁ ।

ମୁଖ୍ୟମନ୍ତ୍ରୀଙ୍କୁ ଯବାବ ଦେଇଛି କଂଗ୍ରେସ । ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଲେ କଂଗ୍ରେସ ଗୋଟିଏ ଦଳ । ଏହାର ଏ ବି କି ସି ଟିମ୍ ନାହିଁ । ନବୀନବାବୁଙ୍କ ଭିତରେ କାହିଁକି ଛନକା ପସି ଯାଇଛି ତାହାର ଉତର ଦେଇପାରିବେ ନାହିଁ ବୋଲି ପିସିସି ସଭାପତି କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: ‘ଓଡ଼ିଶା ଜନମୋର୍ଚ୍ଚା’, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ପ୍ରଫେସର ପ୍ରଦୀପ୍ତ କିଶୋର ଦାଶଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର

September 30, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) -ବିଜ୍ଞାନ ଗବେଷଣା କ୍ଷେତ୍ରରେ ଉକ୍ତର୍ଷତା ପାଇଁ ପ୍ରଫେସର ପ୍ରଦୀପ୍ତ କିଶୋର ଦାଶଙ୍କୁ ୨୦୧୦ ମସିହାର ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କର କରାଯାଇଛି ।

ଭୁବନେଶ୍ୱରସ୍ଥ ଜୟଦେବ ଭବନ ଠାରେ ଓଡିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ଆୟୋଜିତ ବୈଜ୍ଞାନିକ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାଶଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ବାବଦ ତାଙ୍କୁ ଦୁଇ ଲକ୍ଷ ଟଙ୍କା, ପଦକ, ଫଳକ ଓ ଶାଲ ପ୍ରଦାନ କରାଯାଇଥିଲା ।

ବିଜ୍ଞାନ ଗବେଷଣାର ସୁଫଳ ଗ୍ରାମା ଳର ଲୋକମାନଙ୍କ ପାଇଁ ଉପଯୋଗୀ ହେବା ଆବଶ୍ୟକ ବୋଲି ପଟ୍ଟନାୟକ ଏହି ଅବସରରେ କହିଛନ୍ତି ।

ଭୁବନେଶ୍ୱରସ୍ଥ ଜୟଦେବ ଭବନ ଠାରେ ଓଡିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ଆୟୋଜିତ ବୈଜ୍ଞାନିକ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ବିଜ୍ଞାନ ଗ୍ରାମାଞ୍ଚଳର ଅବସ୍ଥାରେ ଉନ୍ନତି ଆଣିବାରେ ସହାୟକ ହେବା ଉଚିତ ।

ବୈଷୟିକ ପ୍ରଗତି ଦ୍ୱାରାଆମେ ଜଳସଂପଦ ପରିଚାଳନା, ଶକ୍ତି ଆବଶ୍ୟକତା, ପାଣିପାଗ ପରିବତ ର୍ନ ଆଦି ବିଭିନ୍ନ ସମସ୍ୟାର ଫଳପ୍ରଦ ସମାଧାନ କରିପାରିବା । ତେଣୁ ବିଜ୍ଞାନ ଗବେଷଣା ଏବଂ ଉଚ୍ଚଶିକ୍ଷା ମଧ୍ୟରେ ସମନ୍ୱୟ ରଖାଯିବ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।

ଓଡିଶା ବିଜ୍ଞାନ ଏକାଡେମୀର ସଭାପତି ପ୍ରଫେସର ବାସୁଦେବ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଓ ବୈଷୟିକ ବିଦ୍ୟା ବିଭାଗ ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀ , ବିଭାଗୀୟ ସଚିବ ଶ୍ରୀ ଦେବେନ୍ଦ୍ର ନାଥ ଗୁପ୍ତା ପ୍ରମୁଖ ଉଦ୍ବୋଧନ ଦେଇଥିଲେ ।

ବିଜ୍ଞାନ ଏକାଡେମୀର ସଭାପତି ଶ୍ରୀ ସନାତନ ରଣା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଉପସଭାପତି ଶ୍ରୀ ଶଶୀ ନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ପ୍ରଫେସର ମିଶ୍ର, ଡଃ ଜାଫ୍ରାନ କେଶ ରାୟ, ପ୍ରଫେସର ଗୋପବନ୍ଧୁ ବେହେରା ଓ ପ୍ରଫେସର ଆଶୁତୋଷ ରାୟଙ୍କୁ ବରିଷ୍ଠ ବୈଜ୍ଞାନିକ ସମ୍ମାନ, ଡଃ ସାବିତ୍ରୀ ଶର୍ମା, ପ୍ରଫେସର ରଙ୍କନିଧି ସାହୁ, ଡଃ ଶୁଭାଂଶୁ ରଂଜନ ସାମନ୍ତରାୟ, ପ୍ରଫେସର ଅଶ୍ୱିନୀ କୁମାର ପ୍ରଧାନଙ୍କୁ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର, ଡଃ ଉମାକାନ୍ତ ସୁବୁଦ୍ଧି, ଡଃ ରତି ରଞ୍ଜନ ନାୟକ, ଡଃ ଅଜିତ କୁମାର ବରିଶାଲଂକୁ ଯୂବ ବୈଜ୍ଞାନିକ ସମ୍ମାନ ଏବଂ ଶ୍ରୀମତି ରେଖା ଦାସ ଓ ଶ୍ରୀ ଶରତ ଚନ୍ଦ୍ର ମିଶ୍ରଂକୁ ପ୍ରାଣକୃଷ୍ନ ପରିଜା ଲୋକ ବିଜ୍ଞାନ ସମ୍ମାନରେ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ ।

ଓଡିଶା ଡଟ୍ କମ

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଜୟଦେବ ଭବନ, ବିଜୁ ପଟ୍ଟନାୟକ ପୁରସ୍କାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ସପ୍ତାହ ଆରମ୍ଭରୁ ଜିଲ୍ଲାପାଳ ଶୁଣିବେ ଅଭିଯୋଗ

September 28, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) –ଗୁରୁବାର ଦିନ ସଚିବାଳୟରେ ଜିଲାପାଳମାନଙ୍କ ଦିନିକିଆ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଶନିବାର ପରିବେ ସୋମବାର ଦିନ ଜିଲାପାଳ ଓ ଏସପି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଯୁଗ୍ମ ଶୁଣାଣି କରିବେ ।

ଜନସାଧାରଣଙ୍କ କଲ୍ୟାଣ, ସେମାନଙ୍କ ଅଭିଯୋଗର ଶୁଣାଣି ଏବଂ ଏହାର ସମାଧାନ ଉପରେ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ତେଣୁ ସପ୍ତାହର ପ୍ରଥମ ବାର(ସୋମବାର) ଅଭିଯୋଗର ଶୁଣାଣି ହେବା ଦ୍ୱାରାଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଅଧିକ ତ୍ୱରାନ୍ୱିତ ଭାବେ କରାଯାଇପାରିବ ।

ଜିଲାସ୍ତର ବ୍ୟତୀତ ବ୍ଲକ ଓ ତହସିଲ ସ୍ତରରେ ଅଭିଯୋଗର ଣୁଣାଣିକୁ ପ୍ରାଥମିକତା ଦେବା ନେଇ ପଦକ୍ଷେପ ନେବାକୁ ସେ ଜିଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ।

କେ.ଜି.ଦୁଇଟଙ୍କାରେ ଚାଉଳ, ଗରିବ ଲୋକଙ୍କ ଚିକିତ୍ସା ସୁବିଧା ପାଇଁ ଓଡ଼ିଶା ଚିକିତ୍ସା ପାଣ୍ଠି, ମମତା ଯୋଜନା, ଭିନ୍ନକ୍ଷମଙ୍କ କଲ୍ୟାଣ, ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣ, ଗରିବ ପରିବାରର ଛାତ୍ରଛାତ୍ରୀଙ୍କୁ ସାଇକେଲ ଯୋଗାଣ, ସିମେଣ୍ଟ କଂକ୍ରିଟ ରାସ୍ତା, ବିଜୁ ସେତୁ ଯୋଜନା, ସ୍କୁଲରେ ବିଭିନ୍ନ ପ୍ରମାଣପତ୍ର ପ୍ରଦାନ ଆଦି କାର୍ଯ୍ୟକ୍ରମକୁ ଜିଲ୍ଲାପାଳମାନେ ଜିଲାର ଜନସାଧାରଣଙ୍କ ସହ ସମ୍ପର୍କ ରଖି ଏହିସବୁ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ଉପରେ ଧ୍ୟାନ ଦେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଜିଲାପାଳ ସମ୍ମିଳନୀରେ ରାଜସ୍ୱ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ରଘୁନାଥ ମହାନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ାକ୍ତର ଦାମୋଦର ରାଉତ, ମୁଖ୍ୟ ଶାସନ ସଚିବ ବିଜୟକୁମାର ପଟ୍ଟନାୟକ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ସଚିବାଳୟ

ବିଧାୟକ ହତ୍ୟାକାଣ୍ଡକୁ ବର୍ଷେ, ଅପରାଧୀଙ୍କୁ ଧରିପାରୁନି କ୍ରାଇମବ୍ରାଞ୍ଚ

September 23, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନବରଙ୍ଗପୁର,ସେପ୍ଟେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍)-ସେପ୍ଟେମ୍ବର ୨୪ ତାରିଖ ନବରଙ୍ଗପୁର ଜିଲ୍ଲା ତଥା ରାଜ୍ୟ ଇତିହାସରେ ଯୋଡି ହୋଇଥିଲା କଳଙ୍କିତ ଫର୍ଦ୍ଧ ।

ସ୍ପଷ୍ଟ ଦିବାଲୋକରେ ନିଜ ସମର୍ଥକଙ୍କ ଗହଣରେ ଅଞ୍ଚଳବାସୀଙ୍କ ସାମନାରେ ରକ୍ତରଞ୍ଜିତ ହେଲା ଗୋନା ହାଟପଦା । ଅଜଣା ର୍ଦୁବୃତଙ୍କ ଗୁଳିରେ ସବୁଦିନ ପାଇଁ ଆଖିବୁଜିଦେଲେ ଉମରକୋଟ ତତ୍କାଳୀନ ବିଧାୟକ ଜଗବନ୍ଧୁ ମାଝୀ ।

ରାଇଘର ଠାରୁ ୧୨ କିମି ଦୂର ଗୋନାହାଟପଦାରେ ଜଙ୍ଗଲ ଜମିପଟ୍ଟା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ବାରଙ୍ଗପଦରର ୬୭ ଜଣ, ଅଞ୍ଚଳାର ୬୭ ଜଣ ଓ ଚିଙ୍ଗଡାନଟର ୨୯ ଜଣ ହିତାଧିକାରୀ ଏବଂ ଏମାନଙ୍କ ସହିତ ତିନିଶହରୁ ଚାରିଶହ ଅଧିବାସୀ ।

ମାତ୍ର ୬ ଜଣଙ୍କୁ ପଟ୍ଟାପ୍ରଦାନ ସରିଥିବା ବେଳେ ୩ ଜଣ ଅଚିହ୍ନା ଯୁବକ ଗୋଟିଏ ବାଇକରେ ଆସି ବିଧାୟକଙ୍କ ଅଙ୍ଗରକ୍ଷୀ ପିଙ୍କୁ ପାତ୍ରଙ୍କୁ ଗୁଳି କରିବାପରେ ତାଙ୍କ ସର୍ଭିସ ପିସ୍ତଲରୁ ବିଧାୟକ ଜଗବନ୍ଧୁଙ୍କୁ ଗୁଳିକରି ଆଖି ପିଛୁଳାକେ ଅର୍ନ୍ତଦ୍ଧାନ ହୋଇ ଯାଇଥିଲେ ।

୨୦୧୧ ସେପ୍ଟେମ୍ବର ୨୫ ତାରିଖରେ ନିହତ ବିଧାୟକ ଜଗବନ୍ଧୁଙ୍କ ଅନ୍ତିମ ଯାତ୍ରାରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ବହୁମନ୍ତ୍ରୀ,ସାଂସଦ ।

କ୍ରାଇମବ୍ରାଞ୍ଚ ଦୀର୍ଘଦିନ ତଦନ୍ତ ପରେ ଜଣେ ସନ୍ଦିଗ୍ଧର ସ୍କେଚଜାରି କରିବା ସହ ୨ ହାର୍ଡକୋର ମାଓବାଦୀଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରିହୋଇ ତଦନ୍ତ ଫାଇଲ ସାମୟିକ ବନ୍ଦ ରହିଥିଲା ।

୨୦୧୧ ନଭେମ୍ବର ୩୦ରେ ବହୁଚର୍ଚ୍ଚିତ ଉମରକୋଟ ଉପନିର୍ବାଚନରେ ଜଗବନ୍ଧୁଙ୍କ ସହଯୋଗୀ ସୁବାସ ଗଣ୍ଡ ୨୧ ହଜାରରୁ ଉର୍ଦ୍ଧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।

୧୧ମାସପରେ ଜଗବନ୍ଧୁଙ୍କ ହତ୍ୟା ଘଟଣା ପୁଣି ନାଟକୀୟ ମୋଡ ନେବାସହ ରାଜ୍ୟବାସୀଙ୍କ ଅତୀତ ସ୍ମୃତିକୁ ଉଜ୍ଜିବିତ କରିଥିଲା ।

ଗତ ୩୧ ତାରିଖ ରାତି ୧୦ଟାରେ ଜଗବନ୍ଧୁଙ୍କ ମା ଗୌରୀମଣୀ ଉମରକୋଟ ଥାନାରେ ତାଙ୍କ ପୁଅ ହତ୍ୟାକାଣ୍ଡ ପଛରେ ସହଯୋଗୀ ତଥା ବର୍ତ୍ତମାନର ବିଧାୟକ ସୁବାସ ଗଣ୍ଡ ହାତଥିବା ଅଭିଯୋଗକରି ସୁବାସ ଓ ବି.ବୁଜିରାଓଙ୍କ ନାମରେ ଏତଲା ଦାଏର କଲେ ।

ଏବେ ବହୁ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁତିବା ବେଳେ ତଦନ୍ତକାରୀ କ୍ରାଇମବ୍ରାଞ୍ଚ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଉନ୍ମୋଚନ କରିପାରି ନାହିାଁ କିମ୍ବା ହତ୍ୟାକାରୀଙ୍କୁ ଗିରଫ କରାଯାଇନାହିଁ । ମାଓବାଦୀଙ୍କୁ ଦାୟୀ କରିଚୁପ୍ ବସିଛି କ୍ରାଇମବ୍ରାଞ୍ଚ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଉମରକୋଟ, ନବରଙ୍ଗପୁର, ବିଧାୟକ ଜଗବନ୍ଧୁ ମାଝୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ରାଜ୍ୟବାସୀ

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Page 5
  • Interim pages omitted …
  • Page 8
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ