• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମୁଖ୍ୟ ଖବର

କୁଲତା ସମାଜ କଲ୍ୟାଣ ସଙ୍ଗଠନର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

September 18, 2022 by Jharana Jena Leave a Comment

ଭୁବନେଶ୍ୱର, ୧୮/୯: ସ୍ଥାନୀୟ ଡିପ୍ଲୋମା ଇଂଜିନିୟର୍ସ ସଂଘର ସମ୍ମିଳନୀକକ୍ଷରେ କୁଲତା ସମାଜ କଲ୍ୟାଣ ସଙ୍ଗଠନ, ଭୁବନେଶ୍ୱରର ନୂଆଁଖାଇ ଭେଟ୍‌ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସକାଳେ କୁଲତା ସମାଜର ଇଷ୍ଟଦେବୀ ମା ରଣେଶ୍ୱର ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା ପରେ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ସଙ୍ଗଠନର ପୂର୍ବତନ ଉପଦେ‌ଷ୍ଟା ତଥା ପ୍ରତ୍ନତତ୍ତ୍ବବିତ୍‌ ଦେବରାଜ ପ୍ରଧାନଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରାଯାଇଥିଲା।

ସଙ୍ଗଠନର ସାଧାରଣ ସଂପାଦକ ମହେନ୍ଦ୍ର କୁମାର ବଢ଼ାଇ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଭାପତି ସୁଶାନ୍ତ କୁମାର ପ୍ରଧାନ ନିଜର ବକ୍ତବ୍ୟ ରଖିଥିଲେ ।

ସଙ୍ଗଠନର ମୁଖ୍ୟ ପୃଷ୍ଠପୋଷକ ଡକ୍ଟର ତ୍ରିବିକ୍ରମ ପ୍ରଧାନ ଏବଂ ଉପଦେଷ୍ଟା ଜଗଦୀଶ ପ୍ରଧାନ, ମାଧବ ଚନ୍ଦ୍ର ପ୍ରଧାନ ଏବଂ ଶିକ୍ଷାବିତ୍ ଅର୍ଜୁନ ସାହୁ କୁଲତା ଜାତିର ଇତିହାସ ଏବଂ ସଙ୍ଗଠନର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ।

ନିଜ ବକ୍ତବ୍ୟରେ ସଂପାଦକ ଶ୍ରୀ ବଢ଼ାଇ କହିଥିଲେ ଯେ କେଏସ୍‌କେଏସ୍ ଗତ ବର୍ଷକ ମଧ୍ୟରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ୭୨ଟି ହୁଇଲ୍ ଚେୟାର ପ୍ରଦାନ କରିଛି ।

୪ଟି ଅକ୍ସିଜେନ୍ ସିଲିଣ୍ଡର ଯୋଗାଇବା ସହିତ ଭୁବନେଶ୍ୱର ଓ କଟକରେ ୨୪୦ ଜଣଙ୍କୁ ତଥା ବୁର୍ଲା ମେଡିକାଲରେ ୧୫୭ ଜଣଙ୍କୁ ସାହାଯ୍ୟ କରାଯାଇଛି।

୭୩ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣାରେ ନାଁ ଲେଖାଇବାରେ ସାହାଯ୍ୟ କରାଯାଇଛି। ବରିଷ୍ଠ ସାମ୍ବାଦିକ ଅଶୋକ ପ୍ରଧାନ, ଯୁବ ଲେଖକ କ୍ଷେତ୍ରବାସୀ ନାଏକ ଏବଂ ସିମ୍‌ରନ୍ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ପଦ୍ମପୁରର ସଙ୍ଗୀତ ସମିତି ଅନୁଷ୍ଠାନ ଲୋକନୃତ୍ୟ ପ୍ରଦର୍ଶନ କରିଥିବାବେଳେ ପିଲାମାନଙ୍କୁ ନେଇ ଚିତ୍ରାଙ୍କନ, ଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ସହସଂପାଦକ ଜୟଜଗତ ସାହୁ, କୋଷାଧ୍ୟକ୍ଷ କ୍ଷୀରସାଗର ଦୁଆନ, କାର୍ଯ୍ୟନିର୍ବାହୀ ସଦସ୍ୟ ତୀର୍ଥବାସୀ ସାହୁ, ସୁନୀଲ କୁମାର ପ୍ରଧାନ, ସରୋଜ ସାହୁ, ଶଙ୍କର ପ୍ରଧାନ, ସନ୍ତୋଷ ନାଏକ, ମଂଜୁଶ୍ରୀ ବଢ଼ାଇ, ସ୍ନିଗ୍ଧାରାଣୀ ସାହୁ, ତାପସୀ ପ୍ରଧାନ ଏବଂ ବିନତା ନାଏକ ।

Jharana Jena
Jharana Jena

Filed Under: ପର୍ବପର୍ବାଣୀ Tagged With: ଓଡିଶା, ମୁଖ୍ୟ ଖବର

ପରିବେଶ ଓ ଜଳବାୟୁ ପରିବର୍ତନ ଶୀର୍ଷକ ଜାତୀୟ ସମ୍ମିଳନୀ

January 16, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଖୁଟୁରାମ ସୁନାନୀ

ନୁଆପଡା, ଜାନୁୟାରୀ ୧୬(ଓଡିଶା ଡଟ କମ୍) ଆମ ପରିବେଶ ଓ ଜଳବାୟୁ ପରିବର୍ତନ ଶୀର୍ଷକ ଏକ ଦୁଇଦିନିଆ ଜାତୀୟ ସମ୍ମିଳନୀ ଖଡିଆଳ ମହାବ୍ୟିାଳୟରେ ଅନୁଷ୍ଠିତ ହୋଇଯାଇଛି ।

ଗତ ୧୪ ଓ ୧୫ ତାରିଖରେ ଅନୁଷ୍ଠିତ ଏହି ସମ୍ମିଳନୀର ବହୁ ପୁର୍ବରୁ ଚିହ୍ନିତ ଓ ଆମନ୍ତ୍ରିତ ପରିବେଶବିତ୍, ଅଧ୍ୟାପକ, ଅଧ୍ୟାପିକା, ସାମାଜିକ କର୍ମୀ, ସାମ୍ବାଦିକ, ଲେଖକ ବୃନ୍ଦ କରିଥିଲେ ।

ଆମ ପରିବେଶ ଓ ଜଳବାୟୁ ପରିବର୍ତନର କାରଣ, ଆଗକୁ ହେବାକୁ ଥିବା ଭୟାବହ ବାସ୍ତବ ଚିତ୍ର ଏବଂ ଏହାର ନିରାକରଣ ଦିଗର କାର୍ଯ୍ୟାବଳୀ ଉପରେ ଉପସ୍ଥିତ ଅତିଥିମାନେ ନିଜର ବକ୍ତବ୍ୟ ଉପସ୍ଥାନ କରିଥିଲେ ।

ସମ୍ମିଳନୀ ପାଇଁ ପଠାଇ ଥିବା ସମସ୍ତ ସଂପାଦନକୁ ଏକ ପୁସ୍ତିକା ଭାବରେ ପ୍ରକାଶ କରାଯାଇଛିି ସବିଶେଷ ବିବରଣୀକୁ ଏକ ପୁସ୍ତିକା ଭାବରେ ପ୍ରକାଶ କରିବାକୁ ନିଷ୍ପତି ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଜଳବାୟୁ ପରିବର୍ତନ, ପରିବେଶ, ମୁଖ୍ୟ ଖବର

ଚିଲିକାରେ ଜଳବାୟୁ ପରିବର୍ତନର ପ୍ରଭାବ ଉପରେ ଗବେଷଣା

December 1, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡ଼ିସେମ୍ବର ୧(ଓଡ଼ିଶା ଡ଼ଟ୍ କମ୍)ଚିଲିକାରେ ଜଳବାୟୁ ପରିବର୍ତନ ର ପ୍ରଭାବ ଉପରେ ସାଉଥ ଏସିଆର ୱେଟ୍ଲ୍ୟାଣ୍ଡସ୍ ଇଣ୍ଟରନ୍ୟାସନାଲ ଙ୍କ ସହାୟତାରେ ଚିଲିକା ଉର୍ନ୍ନୟନ କର୍ତୃପକ୍ଷ ପ୍ରଥମ ଥର ପାଇଁ ଏକ ତିନିବର୍ଷିଆ ଗବେଷଣା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି । ଏ ସଂପର୍କରେ ସିଡ଼ିଏ ଅଧିନରେ ଥିବା ବଡ଼କୂଳର ଆଦ୍ରଭୂମି ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ରରେ ଗବେଷଣା ସଂପର୍କିତ ଏକ ଆଧାରିତ କର୍ମଶାଳା ଡ଼ିସେମ୍ବର ୧ ତାରିଖରୁ ଆରମ୍ଭ ହୋଇଛି । ଏହା

ଡ଼ିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଜଳବାୟୁ ପରିବର୍ତନ ଜନିତ ସଂଘାତ ଗୁଡ଼ିକୁ ହ୍ରାସ କରିବାକୁ ଆବଶ୍ୟକ ରଣନୀତି ଓ କାର୍ଯ୍ୟକ୍ରମ ମାନ ନିର୍ଧାରଣ ସହ ଆଦ୍ର ଭୂମିର ଯଥାଯଥ ପରିଚାଳନା କରି ଏହା ଉପରେ ନିର୍ଭରଶୀଳ ମତ୍ସ୍ୟଜୀବୀ ସଂପ୍ରଦାୟଙ୍କ ପ୍ରସ୍ତୁତି ଓ ଦକ୍ଷତା ବୃଦ୍ଧି ଆଦି ପ୍ରସଂଗରେ ଆଗାମୀ ତିନି ବର୍ଷ ମଧ୍ୟରେ କାର୍ଯ୍ୟକ୍ରମ ମାନ ପ୍ରଣିତ ଓ ପ୍ରୟୋଗ ହେବ ।
ବିଶେଷକରି ପାରଂପରିକ ଭାବେ ଚିଲିକା ଉପରେ ନିର୍ଭରଶୀଳ ମତ୍ସ୍ୟଜୀବୀମାନଙ୍କର ଜୀବିକାର
ପ୍ରତିରୋଧକ ବ୍ୟବସ୍ଥାକୁଦୃଢୀଭୂତ କରିବାକୁ ଏହି ତିନି ବର୍ଷିଆ କାର୍ଯ୍ୟକ୍ରମ ଅନୁସ୍ଥିତ ହେବାକୁ ଯାଉଛି ।

ଏଥିପାଇଁ ବୈଷୟିକ ଓ ବିଶେଷଜ୍ଞ ସହାୟତା ପ୍ରଦାନ କରିବେ ଅଷ୍ଟ୍ରେଲିଆର ଚାର୍ଳସ ବିଶ୍ୱବିଦ୍ୟାଳୟର ଭୂମି,ଜଳ ଓ ଜନ ସମାଜ ପ୍ରତିଷ୍ଠାନ । ଏଭଳି ଗବେଷଣାତ୍ମକ ପକ୍ଷେପ ସମଗ୍ର ଦେଶରେ ପ୍ରଥମ

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଚିଲିକା, ମୁଖ୍ୟ ଖବର

ନନ୍ଦନକାନନରେ ବଉଳା କୁମ୍ଭୀରର ମୃତ୍ୟୁ

November 26, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୭(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ଉପକଣ୍ଠସ୍ଥ ନନ୍ଦନକାନନ
ପ୍ରାଣୀଉଦ୍ୟାନରେ ଥିବା ଗୋଟିଏ ମାଈ ବଉଳା କୁମ୍ଭୀରର ମୃତ୍ୟୁ ହୋଇଥିବା ଜଣେ ଅଧିକାରୀ
ରବିବାର କହିଛନ୍ତି ।

ଶନିବାର ମୃତ୍ୟୁବରଣ କରିଥିବା ଏହି କୁମ୍ଭୀରକୁ ୧୯୯୯ରେ ପାରାଦୀପରୁ ଅଣାଯାଇଥିଲା ଓ ସେ ଗତ କିଛିଦିନ ଧରି ଅସୁସ୍ଥ ଥିଲା ।

ଅସୁସ୍ଥତା ଯୋଗୁଁ ସେ କିଛି ଖିଆପିଆ କରୁନଥିଲା ଏବଂ ତାକୁ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିଲା । ତେବେ କିଡ଼ନୀରେ ଷ୍ଟୋନ ଯୋଗୁଁ ତାର ମୃତ୍ୟୁ ହୋଇଥିବା କୁହାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ନିକଟରେ ବାଘୁଣୀ ତନୁଜା, ୫ଟି ବାଘ ଛୁଆ ଏବଂ କଲିକତାରୁ ଆସିଥିବା ସିଲଭର ପିଜାଂଟର ମୃତ୍ୟୁ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନନ୍ଦନକାନନ, ବଉଳା କୁମ୍ଭୀର, ମୁଖ୍ୟ ଖବର

ବରଗଡ଼: ମାତୃହରା ଶିଶୁ ହାତୀ ଉଦ୍ଧାର(ଭିଡ଼ିଓ ସହ)

November 22, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ନଭେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲାରେ ନିକଟରେ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିବାଦୁଇଟି ହାତୀଙ୍କ ସହ ଥିବା ଶିଶୁ ହାତୀକୁ ମଙ୍ଗଳବାର ଉଦ୍ଧାର କରାଯାଇଛି ।

ଡ଼ୁଙ୍ଗୁରୀ ଚୂନ ଖଣି ଅଂଚଳର ବଡ଼ମାଲ ଗ୍ରାମ ପୋଖରୀରେ ହାତୀ ଛୁଆକୁ ମୁମୁର୍ଷ ଅବସ୍ଥାରେ ଗ୍ରାମବାସୀମାନେ ଖେିବା ପରେ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ ।

ପରେ ଅଧିକାରୀମାନେ ସେଠାରେ ପହଂଚି ତାକୁ ଉଦ୍ଧାର କରିଛନ୍ତି । ଗତ ୧୯ ତାରିଖରେ ବରଗଡ଼ ଅଭୟାରଣ୍ୟର ଚାଳ ଗ୍ରାମ ପାଖରେ ବାରାହା, କୁଟୁରା ମାରିବା ପାଇଁ ଲୋକମାନେ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଦୁଇଟି ହାତୀ ପ୍ରାଣ ହରାଇଥିଲେ ।

ଏମାନଙ୍କ ମଧ୍ୟରୁ ଗୋଟିଏ ମାଈ ହାତୀ ଥିବା ବେଳେ ଶିକାରୀମାନେ ଦ।ନ୍ତ ମଧ୍ୟ କାଟି ନେଇଯାଇଥିଲେ । ପୋଲିସ ଏହି ଘଟଣାରେ ୧୨ ଜଣଙ୍କୁ ଗିରଫ କରିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବରଗଡ଼, ମୁଖ୍ୟ ଖବର, ହାତୀ

ନନ୍ଦନକାନନରେ ୧୨ ନୂଆ ଅତିଥି ପକ୍ଷୀ

November 21, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ରାଜଧାନୀ ଉପକଣ୍ଠସ୍ଥ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଛଅ ପ୍ରକାରର ୧୨ଟି ନୂତନ ପକ୍ଷୀଙ୍କୁ ଅଣାଯାଇଛି ।

କଲିକତା ସ୍ଥିତ ପ୍ରତୀକ୍ ଏକ୍ସପୋର୍ଟ-ଇମ୍ପୋର୍ଟ ଫାର୍ମରୁ ସୋମବାର ଏହି ପକ୍ଷୀ ମାନଙ୍କୁ ଅଣାଯାଇଥିବା ପ୍ରାଣୀ ଉଦ୍ୟାନର ଜଣେ ଅଧିକାରୀ ମଙ୍ଗଳବାର କହିଛନ୍ତି ।

ଅତିଥି ପକ୍ଷୀ ମାନଙ୍କ ମଧ୍ୟରେଦୁଇଟି ସ୍ୱର୍ଣ୍ଣ ଫିଜାଂଟ,ଦୁଇଟି ରୌପ୍ୟ ଫିଜାଂଟ,ଦୁଇଟି ହଳିଆ ସୁବର୍ଣ୍ଣ ଫିଜାଂଟ,ଦୁଇଟି ଲେଡ଼ି ଆର୍ମଷ୍ଟ୍ରଙ୍ଗ, ଦୁଇ ଆଲଲରି ଓଦୁଇଟି ସ୍ୱର୍ଣ୍ଣ ରୋଜେଲା ରହିଛନ୍ତି ।

ନୂଆ ଅତିଥି ମାନଙ୍କୁ ତିନି ସପ୍ତାହ ପର୍ଯ୍ୟନ୍ତ ନନ୍ଦନକାନନରେ ଥିବା ଚିକିତ୍ସାଳୟରେ ରଖାଯିବ ଏବଂ ପରେ ପକ୍ଷୀ ଏନ କ୍ଲୋଜରରେ ଛଡ଼ାଯିବ ବୋଲି ସେ କହିଛନ୍ତି ।

ଗତ ଶୁକ୍ରବାର ନନ୍ଦନକାନନର ଏକ ଦଳ କଲିକତା ଯାଇ ୨ ଲକ୍ଷ ୯ ହଜାର ଟଙ୍କାରେ ଏହି ପକ୍ଷୀ ଗୁଡ଼ିକୁ କ୍ରୟ କରି ଆଣିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନନ୍ଦନକାନନ, ପକ୍ଷୀ, ମୁଖ୍ୟ ଖବର

ବରଗଡ଼: ବିଦ୍ୟୁତ୍ ସଂସ୍ପର୍ଶରେ ଦୁଇ ହାତୀଙ୍କ ମୃତ୍ୟୁ

November 18, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲା ଅମ୍ବାଭନା ଥାନା ଅନ୍ତର୍ଗତ ଲଖନପୁର ବନ ବିଭାଗ ଅଧୀନସ୍ଥ ଏକ ଗ୍ରାମରେ ବିଦ୍ୟୁତ୍ ସଂସ୍ପର୍ଶରେଦୁଇଟି ହାତୀ ପ୍ରାଣ ହରାଇଥିବା ଶନିବାର ଜଣେ ଅଧିକାରୀ କହିଛନ୍ତି ।

ସେମାନଙ୍କ ମଧ୍ୟରୁ ଗୋଟିଏ ଅଣ୍ଡିରା ହାତୀ ଏବଂ ଅନ୍ୟଟି ମାଈ ହାତୀ । କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଶୁକ୍ରବାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

ମୃତ ହାତୀର ଦାନ୍ତ ଚୋରି ହୋଇଥିବାରୁ ଏଥିରେ ମାଫିଆଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି ବୋଲି ସେମାନେ କହିଛନ୍ତି । ଜିଲ୍ଲାର ବଡ଼ମାଳ, ଜଗଡ଼ାବେହେରା, ସନ୍ତରା, ହାତୀକୁଜା, ଲଖନପୁର ଅଞ୍ଚଳରେ ୨୫ରୁ ଉର୍ଦ୍ଧ୍ଵ ହାତୀଙ୍କ ପଲ ଦେଖିବାକୁ ମିଳିଛି ।

ହାତୀମାନେ ଅମଳ ହେବାକୁଥିବା ଧାନ ନଷ୍ଟ କରିଦେଉଥିବାରୁ ଏହାର ପ୍ରତିକାର ପାଇଁ ଲୋକମାନେ ବିଦ୍ୟୁତ୍ ତାରରୁ ହୁକ୍ ପକାଇ ଚାଷ ଜମିର ଚାରିପଟେ ବିଛାଇ ଦେଉଥିବା ସେମାନେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଚାଷ ଜମି, ବରଗଡ଼, ମୁଖ୍ୟ ଖବର, ହାତୀ

ନନ୍ଦନକାନନରେ ନବଜାତ ୫ ବାଘ ଛୁଆଙ୍କ ମୃତ୍ୟୁ

November 18, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ଗତ ଦୁଇଦିନ ତଳେ ଭୁବନେଶ୍ୱର ଉପକଣ୍ଠସ୍ଥ ନନ୍ଦନକାନନରେ ଜନ୍ମଗ୍ରହଣ କରିଥିବା ପାଂଚଟି ବାଘ ଛୁଆଙ୍କ ଶୁକ୍ରବାର ମୃତ୍ୟୁ ହୋଇଛି ।

ବାଘୁଣୀ ପ୍ରିୟଙ୍କା ଠାରୁ ମଙ୍ଗଳବାର ଏମାନେ ଜନ୍ମଲାଭ କରିଥିଲେ । ଏମାନଙ୍କ ମଧ୍ୟରୁ ଗୋଟିଏ ଧଳା ବାଘ ଥିଲା । ମା’ର ଅବହେଳା ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିବା ପ୍ରାଣୀଉଦ୍ୟାନ ବରିଷ୍ଠ ଅଧିକାରୀ କମଲ ପୁରୋହିତ ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନନ୍ଦନକାନନ, ମୁଖ୍ୟ ଖବର

ହାତୀଙ୍କ ଦ୍ୱାରାଫସଲ କ୍ଷତି ସହାୟତା ବୃଦ୍ଧି ନିଷ୍ପତି

November 17, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) ହାତୀଙ୍କ ଦ୍ୱାରାଫସଲ କ୍ଷତି ବାବଦ ରାଶି ଏକ ହଜାର ଟଙ୍କାରୁ ଦଶ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ସରକାର ନିଷ୍ପତି ଗ୍ରହଣ କରିଛନ୍ତି ।

ହସ୍ତୀ ସୁରକ୍ଷା କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ନିଷ୍ପତି ନିଆଯାଇଥିବା ବେଳେ ରାଜ୍ୟରେ ଅବୈଧ ହାତୀ ଶିକାର ତଥା ବିଦ୍ୟୁତ୍ ଆଘାତ ଜନିତ ମୃତ୍ୟୁ ଯୋଗୁଁ ବୈଠକରେ ଉ୍ବେଗ ପ୍ରକାଶ ପାଇଛି ।

ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାର ଝୁଲି ରହିବା ଫଳରେ ହାତୀମାନେ ବିଦ୍ୟୁତ୍ ଆଘାତର ଶିକାର ହେଉଥିବାରୁ ଏହାକୁ ରୋକିବା ପାଇଁ ୧୦ କୋଟି ଟଙ୍କାର ଯୋଜନା ଶକ୍ତି ବିଭାଗ ଜରିଆରେ କାର୍ଯ୍ୟକାରୀ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି ।

ସେହିପରି ହାତୀ ମାନଙ୍କର ଅବୈଧ ଶିକାର ରୋକିବା ପାଇଁ ୫୧ଟି ସ୍ୱତନ୍ତ୍ର ସ୍କ୍ୱାଡ଼ ଗଠନ କରାଯିବା ସହିତ ଅତ୍ୟାଧୁନିକ ଜିପିଏସ୍ କୌଶଳ ଦ୍ୱାରାହାତୀ ମାନଙ୍କର ଗତିବିଧି ଉପରେ ନଜର ରଖାଯିବ ।

ହାତୀ ଆକ୍ରମଣରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ରାଶିକୁ ଏକ ଲକ୍ଷ ଟଙ୍କାରୁ ଦୁଇ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଗୃହ ନଷ୍ଟ ବାବଦ କ୍ଷତି ମଧ୍ୟ ୩୫୦୦ ଟଙ୍କାରୁ ୧୦ ହଜାରକୁ ବୃଦ୍ଧି କରାଯାଇଛି ।

ରାଜ୍ୟରେ ବର୍ତମାନ ୧୪ଟି ହସ୍ତୀପଥର କାର୍ଯ୍ୟ ଚାଲିଥିବା ବେଳେ ଏଥିପାଇଁ ପାଂଚ ବର୍ଷରେ ୫୧ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ବୈଠକରେ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ, ହାତୀ

ନୂଆପଡ଼ା, ବଲାଙ୍ଗୀରରେ ମୃଦୁ ଭୂକମ୍ପ

November 9, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍) ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ,ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ଆଂଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ବୁଧବାର ରାତି ୮ଟା ୨୦ରେ ଏହା ପ୍ରଥମେ ନୂଆପଡ଼ା ଜିଲ୍ଲାରେ ଏବଂ ଏହାର କିଛି ସମୟ ପରେ ବଲାଙ୍ଗୀର ଜିଲ୍ଲାରେ ଅନୁଭୂତ ହୋଇଥିବା ଗୁରୁବାର ଜଣେ ଅଧିକାରୀ କହିଛନ୍ତି ।

ଏହା ୨ରୁ ୩ ସେକେଣ୍ଡ ପାଇଁ ହୋଇଥିଲା ଏବଂ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବଲାଙ୍ଗୀର, ମୁଖ୍ୟ ଖବର, ମୃଦୁ ଭୂକମ୍ପ

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 48
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ