• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମୁଖ୍ୟ ଖବର

ନନ୍ଦନକାନନରେ ସିଂହୀର ମୃତ୍ୟୁ

November 6, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୭(ଓଡ଼ିଶା ଡ଼ଟ୍ କମ୍) ରାଜଧାନୀ ଭୁବନେଶ୍ୱର ସ୍ଥିତ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଥିବା ଏକ ସିଂହୀର ମୃତ୍ୟୁ ହୋଇଥିବା ଜଣେ ଅଧିକାରୀ ସୋମବାର କହିଛନ୍ତି ।

ସିଂହୀଟି ଗତ ଚାରିିଦିନ ଧରି ଅସୁସ୍ଥ ରହିବା ପରେ ଶନିବାର ପ୍ରାଣୀଉଦ୍ୟାନ ପରିସରରେ ଥିବା ଚିକିତ୍ସା କେନ୍ଦ୍ରରେ ତାର ଚିକିତ୍ସା କରାଯାଇଥିଲା ଏବଂ ରବିବାର ତାର ମୃତ୍ୟୁ ହୋଇଛି ।

୧୯୮୭ରେ ଜନ୍ମଗ୍ରହଣ କରିଥିବା ସିଂହୀର ବୟୋବୃଦ୍ଧି ତଥା ରକ୍ତହୀନତା ଯୋଗୁଁ ମୃତ୍ୟୁ ହୋଇଥିବା କୁହାଯାଇଛି । ଏହାର ମୃତ୍ୟୁ ପରେ ବର୍ତମାନ ପ୍ରାଣୀଉଦ୍ୟାନରେ ୧୫ଟି ସିଂହ ଅଛନ୍ତି । ସେମାନଙ୍କ ମଧ୍ୟରୁ ନଅଟି ଅଣ୍ଡିରା ଏବଂ ଛଅଟି ମାଈ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନନ୍ଦନକାନନ, ପ୍ରାଣୀଉଦ୍ୟାନ, ମୁଖ୍ୟ ଖବର

ଦ୍ୱିତୀୟ ସହର ଭାବେ ଭଦ୍ରକ ଜିଲ୍ଲା ଧୂମମୁକ୍ତ ଘୋଷିତ

November 6, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୬(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରଦ୍ୱିତୀୟ ସହର ଭାବେ ଉପକୂଳବର୍ତୀ ଭଦ୍ରକ ଜିଲ୍ଲାକୁ ଧୂମମୁକ୍ତ ଭାବେ ଘୋଷଣା କରାଯାଇଛି ।

ଭାରତୀୟ ତମାଖୁ ନିରୋଧ ଆଇନ ଅନୁଯାୟୀ ଏହା ଘୋଷଣା କରାଯାଇଥିବା ଆୟୋଜିତ ଏକ ବୈଠକରେ ଜିଲ୍ଲାପାଳ ଅକ୍ଷୟ କୁମାର ପାଣି କହିଛନ୍ତି । ବର୍ତମାନ ସହରରେ ସର୍ବସାଧାରଣ ସ୍ଥାନରେ ଯେକୌଣସି ବ୍ୟକ୍ତି ଧୂମପାନ କରିବେ ତାଙ୍କୁ ଜରିମାନା ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ପୂର୍ବରୁ କେବଳ ଭୁବନେଶ୍ୱରକୁ ଧୂମମୁକ୍ତ ଭାବେ ଘୋଷଣା କରାଯାଇଥିଲା । ଗତ ୨୦୦୯ ନଭେମ୍ବର ୧୦ରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସିଭିଲ ସୋସାଇଟି ସଂଗଠନ ସହାୟତାରେ ସିଗାରେଟ୍ ଏବଂ ଅନ୍ୟ ତମାଖୁ ସାମଗ୍ରୀ ଆଇନ ୨୦୦୩ ଲାଗୁ କରିବାକୁ ଘୋଷଣା କରିଥିଲା । ସର୍ବସାଧାରଣ ସ୍ଥାନରେ ଧୂମପାନ ଉପରେ କଟକଣା ପାଇଁ ଏହି ଆଇନ କରାଯାଇଥିଲା ।

ଭୁବନେଶ୍ୱର ଏବଂ କଟକରେ ଏହି ଆଇନ ଲାଗୁ କରିବା ପାଇଁ କମିଶନରେଟ ପୋଲିକୁ ଦାୟିତ୍ୱ ଦିଆଯାଇଛି । ପୋଲିସ ୨୦୦୯-୧୦ରେ ଭୁବନେଶ୍ୱରୁ ୧୬ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଛି ଯାହା ଦେଶର ସବୁଠାରୁ ଅଧିକ ।

ଗ୍ରାମାଂଚଳରେ ପାଖାପାଖି  ୭୭.୭ପ୍ରତିଶତ ଲୋକ ଧୂମପାନ କରୁଥିବା ବେଳେ ସହରରେ ଏହାର ମାତ୍ରା୫୨.୧ ପ୍ରତିଶତ । ମୋଟାମୋଟି ଭାବରେ ୩୧ ପ୍ରତିଶତ ମହିଳା, ୬୯ ପ୍ରତିଶତ ପୁରୁଷ ଏବଂ ୧୪.୨ପ୍ରତିଶତ ଯୁବକ ଧୂମପାନ କରିଥାନ୍ତି ।

ଭାରତର ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଅଧିକ ଲୋକ ଧୂମପାନ କରନ୍ତି । ଭଦ୍ରକ ଜିଲ୍ଲାକୁ ସଂପୂର୍ଣ୍ଣ ଧୂମମୁକ୍ତ କରିବା ଆମର ଲକ୍ଷ୍ୟ ବୋଲି ପାଣି କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ତମାଖୁ, ଭଦ୍ରକ, ମୁଖ୍ୟ ଖବର

ଓଡ଼ିଶାରେ ମୃଦୁ ଭୂକମ୍ପ, କୌଣସି କ୍ଷୟକ୍ଷତି ନାହିଁ

November 5, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୫(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇନଥିବା ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ସକାଳ ୮ଟା ୨ରେ କେନ୍ଦୁଝର ନିକଟରେ ଏହା ଅନୁଭୂତ ହୋଇଥିବା ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ମୁଖ୍ୟ ଖବର, ମୃଦୁ ଭୂକମ୍ପ

ଗଣଶିକ୍ଷକଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତି

October 31, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ବିଭିନ୍ନ ସ୍କୁଲରେ କାର୍ଯ୍ୟରତ ଗଣଶିକ୍ଷକ ମାନଙ୍କ ଦରମା ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ନିଷ୍ପତି ଅନୁଯାୟୀ ତାଲିମଧାରୀ ଗଣଶିକ୍ଷକମାନେ ୨୫୦୦ ଟଙ୍କା ପାଉଥିବା ବେଳେ ବର୍ତମାନ ସେମାନେ ଚାରି ହଜାର ଟଙ୍କା ପାଇବେ । ୬୧୯ ଜଣ ଗଣଶିକ୍ଷକ ସ୍କୁଲ ଗୁଡ଼ିକରେ କାର୍ଯ୍ୟ କରୁଛନ୍ତି।

ସେହିପରି ତାଲିମ ପାଇନଥିବା ତଥା ଯୁକ୍ତ ଦୁଇ କିମ୍ବା ତାଠାରୁ ଅଧିକ ଶିକ୍ଷା ଲାଭ କରିଥିବା ଗଣଶିକ୍ଷକମାନେ ୨୨୫୦ ଟଙ୍କା ପାଉଥିବା ବେଳେ ବର୍ତମାନ ୩୨୦୦ ଟଙ୍କା ପାଇବେ ।

ମ୍ୟାଟ୍ରିକ ପାସ୍ କରିଥିବା ଗଣ ଶିକ୍ଷକମାନେ ୨୨୫୦ ଟଙ୍କା ପାଉଥିବା ବେଳେ ବର୍ତମାନ ସେମାନେ ୨୭୦୦ ଟଙ୍କା ପାଇବେ । ଅର୍ଥ ବିଭାଗର ଏହି ପ୍ରସ୍ତାବକୁ ସୋମବାର ଅର୍ଥମନ୍ତ୍ରୀ ଅନୁମୋଦନ କରିଥିବା ବେଳେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହା ଲାଗୁହେବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଗଣଶିକ୍ଷକ, ମୁଖ୍ୟ ଖବର

ପ୍ରଦୂଷଣ ଯୋଗୁଁ ଭୂଷଣର ୬ଟି ୟୁନିଟ୍, ବିଦ୍ୟୁତ ପ୍ରକଳ୍ପ ବନ୍ଦ

October 31, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଢେଙ୍କାନାଳ, ନଭେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ପ୍ରଦୂଷଣ ଯୋଗୁଁ ଢେଙ୍କାନାଳ ଜିଲ୍ଲା କନ୍ଟାବଣିଆ ସ୍ଥିତ ଭୂଷଣ ଷ୍ଟିଲ ପ୍ଲାଣ୍ଟର ଛଅଟି ୟୁନିଟ୍ ଏବଂ ବିଦ୍ୟୁତ ପ୍ରକଳ୍ପକୁ ପ୍ରଶାସନ ବନ୍ଦ କରିଛି ।

ଉକ୍ତ ୟୁନିଟ୍ ଗୁଡ଼ିକ ପ୍ରଦୂଷଣ କରୁଥିବାରୁ ସେଗୁଡ଼ିକ ବନ୍ଦ କରିବାକୁ ଗତ ୧୨ ତାରିଖରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ନୋଟିସ୍ ଦିଆଯାଇଥିଲା କିନ୍ତୁ କାରଖାନା କର୍ତୃପକ୍ଷ ବନ୍ଦ କରିନଥିଲେ ।

ସୋମବାର ଓଡ଼ପଡ଼ା ତହସିଲାରଙ୍କ ଉପସ୍ଥିତିରେ ଫ୍ୟାକ୍ଟ୍ରି ଏବଂ ବଏଲର ବିଭାଗ ଉପନିର୍ଦ୍ଦେଶକ ଓ ପ୍ରଦୂଷଣ ବୋର୍ଡ଼ ଅଧିକାରୀମାନେ ଏହି ୟୁନିଟ୍ ଗୁଡ଼ିକ ବନ୍ଦ କରିେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଢେଙ୍କାନାଳ, ପ୍ରଦୂଷଣ, ବିଦ୍ୟୁତ ପ୍ରକଳ୍ପ, ମୁଖ୍ୟ ଖବର

ପୋସ୍କୋ କାମରେ ସହଯୋଗ ନକରିବାକୁ ଧମକ

October 31, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଅକ୍ଟୋବର ୩୧(ଓଡ଼ିଶା ଡ଼ଟ୍ କମ୍) ଦୀର୍ଘଦିନର ବନ୍ଦ ପରେ ପ୍ରସ୍ତାବିତ ପୋସ୍କୋ ଅଞ୍ଚଳରେ ରାସ୍ତା ଓ ଗଛ କଟା କାମ ପୁଣି ଆରମ୍ଭ ପାଇଁ ଇଡ଼୍କୋ ପ୍ରସ୍ତୁତି ଚଳାଇଥିବା ବେଳେ ତାଙ୍କର ଦ।ବି ପୂରଣ ନହେଲେ ଏଥିରେ ଅସହଯୋଗ କରିବ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟି ସୋମବାର ଧମକ ଦେଇଛି ।

ଛଅ ଫା ।ବି ପୂରଣ ନହେବା ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟରେ ପ୍ରଶାସନକୁ କୌଣସି ପ୍ରକାର ସହଯୋଗ କରାଯିବ ନାହିଁ ବୋଲି କମିଟିର ଜଣେ କର୍ମକର୍ତା କହିଛନ୍ତି ।

ଆସନ୍ତା ନଭେମ୍ବର ୩ରୁ ସଂପୃକ୍ତ ଅଞ୍ଚଳରେ ରାସ୍ତା ଏବଂ ନିର୍ମାଣ କାର୍ଯ୍ୟ କରିବା ପାଇଁ ନିଷ୍ପତି ନିଆଯାଇଥିବା ବେଳେ କ୍ରିୟାନୁଷ୍ଠାନ କମିଟି ଏଭଳି ଚେତାବନୀ େଇଛି ।

ରାସ୍ତା ନିର୍ମାଣ ଏବଂ ଗଛ କଟା ଆରମ୍ଭ ହେବାଦିନ ଠାରୁ ଉଭୟ ସପକ୍ଷବାୀ ଏବଂ ବିରୋଧି ସେମାନଙ୍କର ।ବି ନେଇ ପ୍ରକଳ୍ପକୁ ବିରୋଧ କରିଆସୁଛନ୍ତି ।

ଆସନ୍ତା ତିନି ତାରିଖରେ ଯଦି ପ୍ରଶାସନ ରାସ୍ତା ନିର୍ମାଣ କିମ୍ବା ଗଛ କାଟିବା କାର୍ଯ୍ୟ ଆରମ୍ଭ କରେ ତେବେ ଏହାର ପ୍ରବଳମାତ୍ରାରେ ବିରୋଧ କରାଯିବ ବୋଲି ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ସଭାପତି ଅଭୟ ସାହୁ କହିଛନ୍ତି ।

ଦାବି ପୂରଣରେ ପ୍ରଶାସନ ବିଫଳ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ସରକାର କିମ୍ବା କମ୍ପାନୀ ଯାହା ନିଷ୍ପତ୍ତି ନେବ ଲୋକମାନେ ତାହାକୁ ଗ୍ରହଣ କରିବେ ବୋଲି କ୍ରିୟାନୁଷ୍ଠାନ କମିଟି ସଭାପତି ଅନାଦି ରାଉତ କହିଛନ୍ତି ।

ତେବେ ସରକାର ପ୍ରଭାବିତ ହେବାକୁ ଥିବା ଲୋକଙ୍କ ଜୀବନ ଜୀବୀକା ସହ ଖେଳିବା ଉଚିତ୍ ନୁହେଁ, ତୁରନ୍ତ ସେମାନଙ୍କର ଛଅ ଦଫା ଦ।ବି ପୂରଣ କରନ୍ତୁ, କ୍ରିୟାନୁଷ୍ଠାନ କମିଟି ସଂପାଦକ ନିର୍ଭୟ ସାମନ୍ତରାୟ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପୋସ୍କୋ, ମୁଖ୍ୟ ଖବର

ଅଲିଭ ରିଡ଼୍ଲେଙ୍କ ସୁରକ୍ଷା ପାଇଁ ମାଛଧରା ଉପରେ କଟକଣା

October 31, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଅକ୍ଟୋବର ୩୧(ଓଡ଼ିଶା ଡ଼ଟ୍ କମ୍) ଅଲିଭ ରିଡ଼୍ଲେ କଇଁଛଙ୍କ ସୁରକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥାରେ ସାତ ମାସ ମାଛ ଧରିବା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି ।

ନଭେମ୍ବର ୧ରୁ ମଇ ୩୧ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା, ଗଞ୍ଜାମ, ବାଲେଶ୍ୱର, ପୁରୀ, ଜଗତସିଂହପୁର ଓ ଭଦ୍ରକ ଆି ଛଅଟି ଉପକୂଳ ଜିଲ୍ଲାରେ ଏହି କଟକଣା ଜାରି କରାଯାଇଛି ।

ଏହି ସମୟ ମଧ୍ୟରେ କଇଁଛମାନେ ଅଣ୍ଡା ଦେବାକୁ ଏଠାକୁ ଆସିଥାନ୍ତି ତେଣୁ କଟକଣା ଯୋଗୁଁ ସେମାନେ ସୁରକ୍ଷିତ ରହିପାରିବେ ବୋଲି ଭିତରକନିକା ଡ଼ିଏଫ୍ଓ ମନୋଜ ମହାପାତ୍ର ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ୨୦ କିଲୋମିଟର ମଧ୍ୟରେ ଅସ୍ତରଙ୍ଗରୁ ଧାମରା ପର୍ଯ୍ୟନ୍ତ ଟ୍ରଲର କିମ୍ବା ମାଛଧରା ଡ଼ଙ୍ଗା ନଚଲାଇବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି ।

ବେଆଇନ ଭାବେ ମାଛ ଧରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେଠାରେ ଜଙ୍ଗଲ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି ।

ନଭେମ୍ବରରୁ ଡ଼ିସେମ୍ବର ଅଲିଭ ରିଡ଼ଲେଙ୍କ ସଙ୍ଗମ, ଜାନୁୟାରୀ ଫେବୃୟାରୀରେ ଅଣ୍ଡ।ମାନ ଓ ମାର୍ଚ୍ଚରୁ ଅପ୍ରେଲ ଶେଷ ପର୍ଯ୍ୟନ୍ତ ଅଣ୍ଡାରୁ ଛୁଆ ଜନ୍ମନେଇ ସମୁଦ୍ର ଯିବା ପ୍ରକ୍ରିୟା ଚାଲିଥାଏ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅଲିଭ ରିଡ଼ଲେ କଇଁଛ, କେନ୍ଦ୍ରାପଡ଼ା, ମୁଖ୍ୟ ଖବର

ଉତ୍ପାଦନ ବୃଦ୍ଧି ପାଇଁ ଜୈବିକ କୃଷି ଜରୁରୀ: ମତ

October 30, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ତାଳଚେର, ଅକ୍ଟୋବର ୩୦(ଓଡ଼ିଶା ଡ଼ଟ୍ କମ୍) ବର୍ତମାନ ଚାଷର ଗୁଣାତ୍ମକମାନ ଏବଂ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଜୈବିକ କୃଷି ଜରୁରୀ ବୋଲି ତାଳଚେର ଠାରେ ରବିବାର ଅନୁଷ୍ଠିତ ଏକ କର୍ମଶାଳାରେ ମତ ପ୍ରକାଶ ପାଇଛି ।

ରାସାୟନିକ ସାର ପ୍ରୟୋଗ ଦ୍ୱାରାମାଟିର ଉର୍ବରତାଦିନକୁଦିନ ହ୍ରାସ ପାଉଥିବା ବେଳେ କୃଷି କ୍ଷେତ୍ରରେ ଆଶନୁରୂପ ସଫଳତା ମିଳିପାରୁ ନାହିଁ, ତେଣୁ ଜୈବିକ କୃଷିର ଆବଶ୍ୟକତା ରହିଛି ବୋଲି ଉପସ୍ଥିତ ବକ୍ତାମାନେ କହିଛନ୍ତି ।

ଫ୍ଲାଇ ଆସ୍ ଯୋଗୁଁ କୃଷି କ୍ଷେତ୍ରରେ ଦେଖା ଦେଇଥିବା ସମସ୍ୟା ସଂପର୍କରେ ଦୁର୍ଗ ବିଶ୍ୱ ବ୍ୟିାଳୟର ପ୍ରଫେସର ଶିଖା ଶ୍ରୀବାସ୍ତବ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଉ୍ବୋଧନ ଦେଇଥିଲେ ।

ଜୈବିକ କୃଷିର ଆବଶ୍ୟକତା, ଗୃହପାଳିତ ପଶୁ ମାନଙ୍କର ବର୍ଜ୍ୟବସ୍ତୁ, ଜିଆଖତ, ବାୟୋ ପେଷ୍ଟିସାଇଡ୍ ପ୍ରଭୃତିର ଉପଯୋଗିତା ଉପରେ ସେ ଆଲୋକପାତ କରିଥିଲେ  ଏହି କର୍ମଶାଳାରେ ତିନି ଶହରୁ ଉଦ୍ଧ୍ୱର୍ ଚାଷୀ, ଯୁବ ଉଦ୍ୟୋଗୀ , କୃଷିବିତ୍ ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜୈବିକ କୃଷି, ମୁଖ୍ୟ ଖବର

ମହାବାତ୍ୟା ଉପରେ ଫଟୋ ପ୍ରଦର୍ଶନୀ

October 29, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଅକ୍ଟୋବର ୩୦(ଓଡ଼ିଶା ଡ଼ଟ୍ କମ୍) ୧୯୯୯ରେ ହୋଇଥିବା ପ୍ରଳୟଙ୍କରୀ ମହାବାତ୍ୟାର ୧୨ ବର୍ଷ ପୂର୍ତୀ ଅବସରରେ କେନ୍ଦ୍ରାପଡ଼ାରେ ଏକ ଫଟୋ ପ୍ରଦର୍ଶନୀର ଆୟୋଜନ କରାଯାଇଛି ।

ବାତ୍ୟାରେ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହେବା ସହ ବହୁତ ଲୋକ ପ୍ରାଣ ହରାଇଥିଲେ । ପ୍ରାଣ ହରାଇଥିବା ଲୋକଙ୍କୁ ମନେପକାଇବା ଉଦ୍ଦେଶ୍ୟରେ ଜିଲ୍ଲା ନାଗରିକ ଫୋରମ ପକ୍ଷରୁ ଶନିବାରଏହି ପ୍ରର୍ଶନୀର ଆୟୋଜନ କରାଯାଇଥିବା ଫୋରମ ସଭାପତି ଅମର ବିଶ୍ୱାଳ କହିଛନ୍ତି ।

ପ୍ରଦର୍ଶନୀରେ ୪୪ଟି ଫଟୋ ପ୍ରଦର୍ଶୀତ ହୋଇଥିବା ବେଳେ ବହୁ ସଂଖ୍ୟାରେ ଦର୍ଶକ ସେଠାକୁ ଯାଇ ଏହା ଖେିଛନ୍ତି । ଏଥିରେ ଜିଲ୍ଲାରେ ହୋଇଥିବା ଉଦ୍ଧାର କାର୍ଯ୍ୟ, ରିଲିଫ ଏବଂ ଥଇଥାନ ସହ ସେ ସମୟର ବିଭିନ୍ନ ଫଟୋ ସ୍ଥାନିତ ହୋଇଛି । ଗାନ୍ଧୀବାଦି ନେତା ତଥା ସମାଜସେବୀ ଦ।ମୋଦର ମଲ୍ଲିକ ଏହାକୁ ଉ୍ଘାଟନ କରିଛନ୍ତିି ।

ସେହି ସମୟରେ ଉପକୂଳବର୍ତୀ ଅଞ୍ଚଳର ମହିଳାମାନେ ଯେଭଳି ଭାବେ ବାତ୍ୟାର ସମ୍ମୁଖିନ ହୋଇଥିଲେ ଏବଂ ବର୍ତମାନ କିଭଳି ସେମାନେ ପୁଣି ଏକ ନୂଆ ଜୀବନ ଅତିବାହିତ କରୁଛନ୍ତି ସେ ସଂପର୍କରେ ଏହି ପ୍ରଦର୍ଶନୀ ସୂଚାଇଛି ।

ବାତ୍ୟା ସମୟରେ ଘଟିଯାଇଥିବା ସମସ୍ତ ଘଟଣାବଳୀକୁ ଦର୍ଶାଇବା ସମ୍ଭବ ନୁହେଁ କିନ୍ତୁ ଫଟୋ ପ୍ରଦର୍ଶନୀ ଦ୍ୱାରାଲୋକମାନେ ସେହି ସମୟର ଘଟଣାକୁ ଜାଣିପାରିବେ ବୋଲି ଫୋରମ ଉପସଭାପତି ନୀଳାଦ୍ରୀ ତ୍ରିପାଠୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଫଟୋ ପ୍ରଦର୍ଶନୀ, ମହାବାତ୍ୟା, ମୁଖ୍ୟ ଖବର

ମହାବାତ୍ୟା ୧୨ ବର୍ଷ ପରର ଜୀବନ

October 29, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି/ ଅମରନାଥ ପରିଡ଼ା

କେନ୍ଦ୍ରାପଡ଼ା/ଜଗତସିଂହପୁର, ଅକ୍ଟୋବର ୨୯(ଓଡ଼ିଶା ଡ଼ଟ୍ କମ୍) ମହାବାତ୍ୟାର ୧୨ ବର୍ଷ ପରେ ମଧ୍ୟ ଉପକୂଳବର୍ତୀ  କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ଲୋକମାନଙ୍କ ମନରୁ ସେିନର ଭୟଙ୍କର ରୂପ ଲିଭି ନଥିବା ବେଳେ ବର୍ତ୍ତମାନ ବି ସେମାନେ ବଂଚିବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି ।

୧୯୯୯ ମସିହା ଅକ୍ଟୋବର ୨୯ରେ ରାଜ୍ୟରେ ହୋଇଥିବା ପ୍ରଳୟଙ୍କାରୀ ବାତ୍ୟାରେ ଏହିଦୁଇଟି ଜିଲ୍ଲା ବହୁଳ ଭାବରେ କ୍ଷତିଗ୍ରସ୍ତ ହୋଇଥିଲା । ଏହି ଜିଲ୍ଲାର ପ୍ରାୟ ବାର ହଜାରରୁ ଉଦ୍ଧ୍ୱର୍ ଲୋକ ପ୍ରାଣ ହରାଇଥିଲେ । ତେବେ ଏହି ବାର ବର୍ଷ ମଧ୍ୟରେ ଅଧିକ କ୍ଷତିଗ୍ରସ୍ତ ଏର୍ସମା ଅଞ୍ଚଳରେ ବର୍ତ୍ତମାନ ନୂଆ ଘର, ହୋଟେଲ, ବ୍ୟବସାୟିକ ପ୍ରତିଷ୍ଠାନ ଆି ଖୋଲିଯାଇଛି ।

ଦକ୍ଷିଣ କୋରିଆ କମ୍ପାନୀ ପୋସ୍କୋ ଏକ କାରଖାନା ପ୍ରତିଷ୍ଠା ପାଇଁ ଯୋଜନା କରିଛି । ଗତ ୧୨ ବର୍ଷ ମଧ୍ୟରେ ସଂପୃକ୍ତ ଅଞ୍ଚଳରେ ବହୁତ ପରିବର୍ତ୍ତନ ହୋଇଛି, ଏର୍ସମା ଅଞ୍ଚଳରେ ଜଣେ ଶିକ୍ଷକ ବସନ୍ତ ଜେନା କହିଛନ୍ତି ।

୧୯୯୯ ଅକ୍ଟୋବର ୨୯ ରାତିରେ ସମୁଦ୍ରକୂଳିଆ ଝଟିବରି ଗ୍ରାମର ସମୀର ମଣ୍ଡଳ ଖାଇବାକୁ ଯାଉଥିବା ବେଳେ ସମୁଦ୍ରର ଭୟଙ୍କର ଶବ୍ଦ ଶୁଣିବାକୁ ପାଇଥିଲେ । ପରେ ସେ ସେଠାକୁ ଯାଇ ଦେଖିଥିଲେ ଏବଂ ପରିବାର ସହ ଜୀବନ ବିକଳରେ ଦୌଡ଼ି ପଳାଇଥିଲେ ।

ତେବେ ସେ ତାଙ୍କର ବାପା, ମାଆ, ଭାଇ ଏବଂ ଭଉଣୀଙ୍କୁ ହରାଇଥିଲେ । ପରେ ପ୍ରଶାସନ ପକ୍ଷରୁ ସେ ତିନି
ଲକ୍ଷ ଟଙ୍କାର ସହାୟତା ପାଇଥିଲେ । ସେ ବର୍ତ୍ତମାନ ଗାଁରେ ଏକ ଧାନକଳ କରିଥିବା ବେଳେ ତିନି କୋଠରୀ ବିଶିଷ୍ଟ ଏକ ପକ୍କା ଘର ତିଆରି କରିଛନ୍ତି ।

ମହାବାତ୍ୟା ଲୋକଙ୍କ ମଧ୍ୟରେ ପରିବେଶ ପାଇଁ ଅଧିକ ସଚେତନତା ସୃଷ୍ଟି କରିଛି । ତେବେ ଝାଉଁବଣ ଥିବା ଅଞ୍ଚଳରେ ମହାବାତ୍ୟାର କୌଣସି ପ୍ରଭାବ ପଡ଼ିନଥିଲା । ତେଣୁ ଆମେ ବର୍ତ୍ତମାନ ଝାଉଁବଣର ସୁରକ୍ଷା କରୁଛୁ, ଏର୍ସମା ଅଞ୍ଚଳର ସବ୍ୟସାଚୀ ମହାକୁଡ଼ କହିଛନ୍ତି ।

ସେହିପରି ହିବର ଗ୍ରାମର ୨୧ ବର୍ଷ ବୟସ୍କ ସଂଜୟ ମଣ୍ଡଳ ତାଙ୍କ ପରିବାର ସହ ରହୁଥିବା ବେଳେ ମହାବାତ୍ୟା ତାଙ୍କ ଠାରୁ ମାଙ୍କୁ ଛଡ଼ାଇ ନେବା ସହ ଘର ଦ୍ୱରା ସବୁ ନଷ୍ଟ କରିଦେଇଥିଲା ।

“”ବେଳେବେଳେ ରାତିରେ ଶୋଇବା ସମୟରେ ମୁଁ ମା’ଙ୍କ କଥା ଭାବେ, ବର୍ତ୍ତମାନ ବି ଏହା ମତେ କଷ୍ଟ ଦିଏ କିନ୍ତୁ ବଂଚିବା ପାଇଁ ସଂଗ୍ରାମ ଜାରି ରଖିଛି” ସଂଜୟ କହିଛନ୍ତି ।

ମହାବାତ୍ୟା ପରେ ସଂପୃକ୍ତ ଅଞ୍ଚଳରେ ଶକ୍ତିଶାଳୀ ସମାଜ ଗଠନ ହୋଇପାରିଛି । ପୂର୍ବରୁ ଲୋକମାନେ ପରସ୍ପର ମଧ୍ୟ କ୍ୱଚିତ କଥାବାର୍ତ୍ତା ହେଉଥିଲେ କିନ୍ତୁ ବର୍ତ୍ତମାନ କେତେକ ଗ୍ରାମରେ ଲୋକମାନେ ଆଲୋଚନା କକ୍ଷ ତିଆରି କରିଛନ୍ତି ଓ ସେଠାରେ ଲୋକମାନେ ନିଜର ସମସ୍ୟା ସଂପର୍କରେ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି,ଜପ ଗ୍ରାମର ମାନସ ହଳଧର କହିଛନ୍ତି ।

“”ମହାବାତ୍ୟାରୁ ମୁଁ ବହୁତ କିଛି ଶିକ୍ଷାଲାଭ କରିଛି  । କେତେବେଳେ ଆମର ମୃତ୍ୟୁ ହେବ ଆମେ ଜାଣିନାହୁଁ କିନ୍ତୁ ଯେତେଦିନ ପର୍ଯ୍ୟନ୍ତ ବଞ୍ଚିଛୁ ସେତେିନ ପର୍ଯ୍ୟନ୍ତ ଶିକ୍ଷାଲାଭ କରିବା ଓ ସମାଜକୁ ଉନ୍ନତି ପଥରେ ନେବା” ମାନସ କହିଛନ୍ତି ।

ପ୍ରଭାବିତ ଅଞ୍ଚଳରେ ବର୍ତ୍ତମାନ ପୁନଃନିର୍ମାଣ ହୋଇଯାଇଛି, ଲୋକଙ୍କ ଜୀବନ ଜୀବୀକା ଫେରିଆସିଛି ଏବଂ କ୍ଷତିଗ୍ରସ୍ତ ଲୋକମାନେ ଉନ୍ନତି ପଥରେ ଅଗ୍ରସର ହେଉଛନ୍ତି, ଏର୍ସମା ବିଧାୟକ ପ୍ରଶାନ୍ତ ମୁୁଲି କହିଛନ୍ତି ।

ତେବେ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସତ୍ୱେ ଜଗତସିଂହପୁ ଜିଲ୍ଲାର ବାତ୍ୟା କ୍ଷତିଗ୍ରସ୍ତ ପରିବାର ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷତିପୂରଣ ପାଇପାରି ନାହାନ୍ତି ।

ପ୍ରାୟ ୧୮୫୦ କ୍ଷତିଗ୍ରସ୍ତ ପରିବାର କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ମିଳିବାକୁ ଥିବା କ୍ଷତିପୂରଣ ରାଶି ୫୦ ହଜାର ଟଙ୍କା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି ।

ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଜଗତସିଂହପୁର ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୭ କୋଟି ଟଙ୍କା ମିଳିଥିବା ବେଳେ ବର୍ତ୍ତମାନ ଏହି ପାଣ୍ଠିରୁ ଆହୁରି ସାତ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ସହାୟତା ରାଶି ମିଳିବାକୁ ଅଛି ।

ଏର୍ସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମର ଦେବରାଜ ବେଜ ମହାବାତ୍ୟାରେ ଦୁଇ ଭାଇଙ୍କୁ ହରାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ସହାୟତା ରାଶି ପାଇନାହାନ୍ତି । ତେଣୁ ସହାୟତା ରାଶି ପାଇବା ପାଇଁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦେବରାଜଙ୍କ ସମେତ ଅନ୍ୟ ତିନି ଜଣ ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଏହି ଗ୍ରାମର ଲୋକମାନେ ବର୍ତ୍ତମାନ ଅତି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି । ମହାବାତ୍ୟାରେ ଏହି ପଞ୍ଚାୟତର ୭୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୩୮ ଜଣ ସହାୟତା ରାଶି ପାଇଛନ୍ତି ।

ବାତ୍ୟାରେ ପତ୍ନୀଙ୍କ ମୃତ୍ୟୁ ପରେ ବହୁତ ଦୁଃଖରେ ଅଛନ୍ତି ୭୮ ବର୍ଷ ବୟସ୍କ ହାଡ଼ିବନ୍ଧୁ ପ୍ରଧାନ । ସେ ବର୍ତ୍ତମାନ ଚାଲି ପାରୁନାହାନ୍ତି କି ଛିଡ଼ା ମଧ୍ୟ ହୋଇପାରୁ ନାହାନ୍ତି, ଦ।ର୍ରି୍ୟ ଯୋଗୁଁ ସେ ମୃତ୍ୟୁ ଅପେକ୍ଷାରେ ଥିବା କହିଛନ୍ତି ।

ବାତ୍ୟା ପରେ ୬୯୮୫ ଜଣ ମୃତ ବ୍ୟକ୍ତିଙ୍କ ପରିବାର ତାଲିକା ପ୍ରଶାସନର ହସ୍ତଗତ ହୋଇଥିଲା ଏବଂ ସେମାନଙ୍କ ମଧ୍ୟରୁ ୫୪୦୦ ଜଣଙ୍କ ପରିବାରକୁ ୭୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିବା ସରକାରୀ ଭାବେ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କେନ୍ଦ୍ରାପଡ଼ା, ମହାବାତ୍ୟା, ମୁଖ୍ୟ ଖବର

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Interim pages omitted …
  • Go to page 48
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ