• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମୁଖ୍ୟ ଖବର

ପ୍ରକଳ୍ପ ହେବାରେ ବିଳମ୍ବ ନେଇ ପିଏସିରେ ଉ୍ବେଗ

October 28, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୨୯(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ନିର୍ମାଣାଧିନ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଦୀର୍ଘଦିନ ଧରି ଶେଷ ହୋଇପାରୁ ନଥିବାରୁ ବିଧାନସଭାର ପବ୍ଳିକ୍ ଆକାଉଣ୍ଟ କମିଟି (ପିଏସି) ଉ୍ବେଗ ପ୍ରକାଶ କରିଛି ।

ଏହି ପ୍ରକଳ୍ପଗୁଡ଼ିକର କାମ ଶୀଘ୍ର ଶେଷ କରିବାକୁ ଶୁକ୍ରବାର ବିରୋଧି ଦଳ ନେତା ତଥା କମିଟି ଅଧ୍ୟକ୍ଷ ଭୂପିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରକାରଙ୍କୁ ପରାମର୍ଶ ଦିଆଯାଇଛି ।

ନିର୍ମାଣଧିନ ପ୍ରକଳ୍ପ ଗୁଡ଼ିକ ପାଇଁ ନିଯୁକ୍ତ ଠିକ।ଦାରଙ୍କ କାମର ନିୟମିତ ଯାଞ୍ଚ ବ୍ୟବସ୍ଥା କରାଯାଇଛି ବୋଲି ବୈଠକରେ ମୁଖ୍ୟ ଶାସନ ସଚିବ କହିଛନ୍ତି ।

ବୈଠକରେ ୧୦ଟି ବିଷୟ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ଥିବା ବେଳେ ମାତ୍ର ଚାରୋଟି ବିଷୟ ଉପରେ ଆଲୋଚନା ହୋଇଛି । ବୈଠକରେ ଯୋଗ ଦେଇଥିବା ବିଧାୟକମାନେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।

ଲୋୟର ସୁକ୍ତେଲ ଓ ଲୋୟର ଇନ୍ଦ୍ର ପ୍ରକଳ୍ପର କାମ ୧୫ ବର୍ଷ ଧରି କାହିଁକି ଶେଷ ହୋଇପାରୁ ନାହିଁ ବୋଲି ସେମାନେ ପ୍ରଶ୍ନ କରିଥିଲେ । ପ୍ରକଳ୍ପ ପାଇଁ ଠିକ୍ରେ ସର୍ଭେ କରାଯାଇଛି କି ନାହିଁ ତାହା ସେମାନେ ଜାଣିବାକୁ ଚାହିଁଥିଲେ ।

ପ୍ରକଳ୍ପର କାମରେ ବିଳମ୍ବ ହେବାରୁ ବ୍ୟୟ ଅଟ୍ଟକଳ ବୃଦ୍ଧି ପାଉଛି । ବିଭିନ୍ନ ପ୍ରକଳ୍ପ ପାଇଁ ଠିକ୍ରେ ସର୍ଭେକରାଯାଉନଥିବା ସଭ୍ୟମାନେ ଅଭିଯୋଗ କରିଥିଲେ ।

ବୈଷୟିକ ଜ୍ଞାନ ସଂପର୍ଣ୍ଣ ବ୍ୟକ୍ତିଙ୍କ ଅଭାବ ରହୁଥିବାରୁ ସମସ୍ତ କାମ ପାଇଁ କନ୍ସଲଟାଣ୍ଟ ନିୟୁକ୍ତ କରାଯାଉଛି । ଆଉ କେତେକ କାମରେ ଅର୍ଥ ବ୍ୟବସ୍ଥା କରିବାରେ ବିଳମ୍ବ ହେବାରୁ କାମ ମଧ୍ୟ ବିଳମ୍ବ ହେଉଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଏହି ବୈଠକରେ ବୈଠକରେ ପିଏସି ସଭ୍ୟଙ୍କ ବ୍ୟତୀତ ମୁଖ୍ୟ ଶାସନ ସଚିବ, ଅର୍ଥ, ରାଜସ୍ୱ, ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ ଓ ଆଇନ ବିଭାଗର ସଚିବମାନେ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବିଧାନସଭା, ମୁଖ୍ୟ ଖବର

ଆର୍ଏସ୍ପିକୁ ଗ୍ରୀନ୍ଟେକ୍ ପରିବେଶ ଉତ୍କର୍ଷ ସ୍ୱର୍ଣ୍ଣ ପୁରସ୍କାର

October 27, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୨୭(ଓଡ଼ିଶା ଡ଼ଟ୍ କମ୍) ପରିବେଶ ପରିଚାଳନା କ୍ଷେତ୍ରରେ ପାରର୍ଶିତା ପାଇଁ ରାଉରକେଲା ସ୍ଥିତ ଇସ୍ପାତ କାରଖାନାକୁ ଗ୍ରୀନ୍ଟେକ୍ ପରିବେଶ ଉତ୍କର୍ଷ ସ୍ୱର୍ଣ୍ଣ ପୁରସ୍କାର ପ୍ରଦାନ କରାଯାଇଛି ।

ପରିବେଶ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ସଂଗଠନ ଗ୍ରୀନଟେକ୍ ଫାଉଣ୍ଡେସନ ପକ୍ଷରୁ ଗତ ୨୦ ତାରିଖରେ ଶ୍ରୀନଗରରେ କେନ୍ଦ୍ର ପର୍ଯ୍ୟଟନ ସଚିବ ଆର୍.ଏଚ୍ ଖ୍ୱାଜା ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

କାରଖାନାର କୋକ୍ ଓଭୋନ୍ସ ଓ ସିସିଡ଼ି ମହାପ୍ରବନ୍ଧକ ୟୁ.କେ ସରକାର ଓ ପରିବେଶ ଇଂଜିନିୟରିଂ ବିଭାଗର ଅତିରିକ୍ତ ମହାପ୍ରବନ୍ଧକ ପି.ସି. ଦ।ଶ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ପରିବେଶ ପରିଚାଳନା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଆର୍ଏସ୍ପି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିବ ବୋଲି କାରଖାନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ।

୨୦୧୦-୧୧ରେ ପରିବେଶ ଅନୁକୂଳ ଇସ୍ପାତ ନିର୍ମାଣ ପ୍ରୟାସ ପାଇଁ କାରଖାନାକୁ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ଗୁରୁବାର ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ମୁଖ୍ୟ ଖବର, ସ୍ୱର୍ଣ୍ଣ ପୁରସ୍କାର

“ମନୁଷ୍ୟକୃତ ବନ୍ୟା’ ଜବାବ୍ ଦ।ଖଲ ପାଇଁ ନିର୍ଦ୍ଦେଶ

October 25, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୨୪(ଓଡ଼ିଶା ଡ଼ଟ୍ କମ୍) ହୀରାକୁଦ ଡ଼୍ୟାମର ଜଳ ପରିଚାଳନାରେ ତ୍ରୁଟି ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ଉପରେ ଜବାବ୍ ଦ।ଖଲ କରିବାକୁ ଜାତୀୟ ମାନବାଧିକାର କମିଶନ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଣ୍ଡିଆ ମିଡ଼ିଆ ସେଣ୍ଟର ପକ୍ଷରୁ ହୋଇଥିବା ଆବେଦନକୁ କମିଶନ ଗ୍ରହଣ କରି ଆସନ୍ତା ଚାରି ସପ୍ତାହ ମଧ୍ୟରେ ଜବାବ୍ ଦ।ଖଲ ପାଇଁ ସୋମବାର ନିର୍ଦ୍ଦେଶ ଦେଇଛନ୍ତି ।

ଆବେଦନକାରୀ ଏହି ଘଟଣାରେ ରାଜ୍ୟ ଜଳସଂପଦ ବିଭାଗ, ବିଭାଗୀୟ ସଚିବ, ହୀରାକୁଦ ଡ଼୍ୟାମ ମୁଖ୍ୟ ଯନ୍ତ୍ରୀ ଏବଂ ସରକାରଙ୍କୁ ପକ୍ଷଭୁକ୍ତ କରିଛନ୍ତି ।

ହୀରାକୁଦର ଜଳ ପରିଚାଳନାରେ ତ୍ରୁଟି ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବିରୋଧି ଦଳ ଗୁଡ଼ିକ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏ ନେଇ ବିରୋଧି ଦଳ ଗୁଡ଼ିକ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ।

ବନ୍ୟାର ପ୍ରକୃତ କାରଣ ଖୋଜି ବାହାର କରିବା ପାଇଁ ଏକ ସ୍ୱାଧୀନ ବିଶେଷଜ୍ଞ କମିଟି ଦ୍ୱାରାତନ୍ତ ହେବା ଆବଶ୍ୟକ ବୋଲି ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ସରକାରଙ୍କୁ କହିଥିଲେ ।

ତେବେ ହୀରାକୁଦ ଜଳ ପରିଚାଳନାରେ କୌଣସି ତ୍ରୁଟି ହୋଇନାହିଁ ଏବଂ ଛତିଶଗଡରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ପୂର୍ବରୁ କମିଟି ଗଠନ କରାଯାଇଥିବା ବେଳେ ଆଉ ଏକ କମିଟି ଗଠନ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସରକାର ଦର୍ଶାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ମନୁଷ୍ୟକୃତ ବନ୍ୟା, ମୁଖ୍ୟ ଖବର, ହୀରାକୁଦ ଡ୍ୟାମ

ନାଲ୍କୋ ପକ୍ଷରୁ ଲାଭାଂଶ ପ୍ରଦାନ

October 19, 2011 by ଓଡିଶା ଡଟ କମ Leave a Comment

ନାଲ୍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବି.ଏଲ.ବାଗ୍ରା, କେନ୍ଦ୍ର ଖଣି ମନ୍ତ୍ରୀଦିନଶା ଜେ. ପଟେଲଙ୍କୁ ଚୂଡାନ୍ତ ଲାଭାଂଶ ବାବଦ ରେ୧୧୨.୩୦ କୋଟି ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୧୮(ଓଡ଼ିଶା ଡ଼ଟ୍ କମ୍) ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲ୍କୋ) ପକ୍ଷରୁ ୨୦୧୦-୧୧ ଆଥିକ ବର୍ଷ ପାଇଁ ୨୫୭.୭୨ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି ।

ଏହି ଲାଭାଂଶରେ ସମ୍ପ୍ରସାରିତ ପୁଞ୍ଜି ଉପରେ ପ୍ରତି ଇକ୍ୱିଟୀ ଶେୟାରକୁ ୦.୫୦ ଟଙ୍କା ହିସାବରେ ୧୨୮.୮୬  କୋଟି ଟଙ୍କାର ଚୂଡାନ୍ତ ଲାଭାଂଶ ଏବଂ ପୂର୍ବରୁ ସଂଶୋଧିତ ଇକ୍ୱିଟୀ ଶେୟାର ଉପରେ ୨ ଟଙ୍କା ହିସାବରେ  ମଧ୍ୟବର୍ତ୍ତୀକାଳୀନ ଲାଭାଂଶ ଅନ୍ତର୍ଭୁକ୍ତ ।

ଗତ ବର୍ଷ ପ୍ରାନ କରାଯାଇଥିବା ୧୬୧.୦୮ କୋଟି ଟଙ୍କା ଲାଭାଂଶ ତୁଳନାରେ ଏହା ୬୦ ପ୍ରତିଶତ ଅଧିକ । ଉଲ୍ଲେଖଯୋଗ୍ୟ ଯେ, ନାଲ୍କୋ ୩୪୩୫ କୋଟି ଟଙ୍କା ଲାଭାଂଶ ଭାରତ ସରକାରଙ୍କୁ ଅଂଶଧନ ବାବଦରେ ପ୍ରଦାନ କରିବା ସହିତ ଆଜି ସୁଦ୍ଧା ସମୁଦାୟ ୩୯୪୦ କୋଟି ଟଙ୍କା ଲାଭାଂଶ ଆକାରରେ ପ୍ରଦାନ କରିଛି ।

ନୂଆଦିଲ୍ଲୀ ଠାରେ ସୋମବାର ନାଲ୍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବି.ଏଲ.ବାଗ୍ରା, କେନ୍ଦ୍ର ଖଣି  ମନ୍ତ୍ରୀଦିନଶା ଜେ. ପଟେଲଙ୍କୁ ଚୂଡାନ୍ତ ଲାଭାଂଶ ବାବଦରେ୧୧୨.୩୦ କୋଟି ଟଙ୍କାର ଏକ ଚେକ ପ୍ରଦାନ  କରିଛନ୍ତି ।

ବଳକା ୧୬.୫୬ କୋଟି ଟଙ୍କା ବ୍ୟାଙ୍କ, ଆଥିକ ଅନୁଷ୍ଠାନ ଏବଂ ବ୍ୟକ୍ତିଗତ ଅଂଶଧନଧାରୀ ମାନଙ୍କୁ ପ୍ରଦାନ   କରାଯିବ । ୨୦୧୦-୧୧ ଆଥିକ ବର୍ଷରେ ନାଲ୍କୋ ଟିକସ ପ୍ରଦାନ ପରେ ୧୦୬୯ କୋଟି ଟଙ୍କା ଲାଭ  ହାସଲ କରିଛି, ଯାହା ଗତ ବର୍ଷର ଲାଭ ୮୧୪ କୋଟି ଟଙ୍କା ଠାରୁ ୩୧ ପ୍ରତିଶତ ଅଧିକ ବୋଲି ଏକ  ବିଜ୍ଞପ୍ତିରେ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନାଲ୍କୋ, ମୁଖ୍ୟ ଖବର

ଆଶା ଭୋଁସ୍ଲେଙ୍କୁ “ଅକ୍ଷୟ ସମ୍ମାନ’

October 16, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୧୩(ଓଡ଼ିଶା ଡ଼ଟ୍ କମ୍) ହିନ୍ଦି ଚଳଚ୍ଚିତ୍ର ଜଗତର ବିଶିଷ୍ଟ ପ୍ରଚ୍ଛପଟ୍ଟ ଗାୟିକା ଆଶା ଭୋଁସଲେଙ୍କୁ “ଅକ୍ଷୟ ସମ୍ମାନ’ରେ ସମ୍ମାନିତ କରାଯାଇଛି ।

ବୁଧବାର ସଂଧ୍ୟାରେ ଉତ୍କଳମଣ୍ଡପରେ ଅକ୍ଷୟ ମହାନ୍ତି ଫାଉଣ୍ଡେସେନ୍ ଦ୍ୱାରାଅନୁଷ୍ଠିତ ଅକ୍ଷୟ ଉତ୍ସବରେ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ଧର୍ମପତ୍ନୀ ପ୍ରବୀଣା ମହାନ୍ତି ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।

ପୁରସ୍କାର ବାବଦକୁ ତାଙ୍କୁ ୧ଲକ୍ଷ ଟଙ୍କା ନଗଦ ରାଶି ସାଙ୍ଗକୁ ମାନପତ୍ର ଓ ଅକ୍ଷୟ ସ୍ମୃତି ଚିହ୍ନ ପ୍ରଦାନ କରାଯାଇଛି ।

ମୁଁ ଯେଉଁ ରାଜ୍ୟଗୁଡ଼ିକୁ ଯାଇଥାଏ ସେହି ରାଜ୍ୟର ପ୍ରସିଦ୍ଧ ଓ ପ୍ରତିଷ୍ଠିତ ସଂଗୀତଜ୍ଞଙ୍କ ସଂଗୀତକୁ ମନ ଧ୍ୟାନ ଦେଇ ଶୁଣିବା ସହିତ ତାଙ୍କରି ଗୀତକୁ ସମ୍ମାନ ପ୍ରଦାନ କରିଥାଏ । ସେହିପରି ମୁଁ ଯେତେ ବେଳେ ଓଡ଼ିଶାର ସଂଗୀତ ବିଷୟରେ ଚିନ୍ତାକରେ କେବଳ ଅକ୍ଷୟ ମହାନ୍ତିଙ୍କ ସଂଗୀତକୁ ଶୁଣିଥାଏ ଓ ଏହାର ମଧୁରତାକୁ ଉପଭୋଗ କରିଥାଏ ବୋଲି ସମ୍ମାନ ଗ୍ରହଣ ଅବସରରେ ଭୋଁସଲେ କହିଛନ୍ତି ।

ଆଜି ମୁଁ ତାଙ୍କ ଭଳି ମହାନ ସଂଗୀତକାରଙ୍କ ନାମରେ ଏହି ସମ୍ମାନ ପାଇଛି । ଏହା ମୋ ପାଇଁ ବହୁତ ଗର୍ବ ଓ ଆନନ୍ଦର କଥା । କିନ୍ତୁ ସ୍ୱର୍ଗତ ମହାନ୍ତି ଆଜି ଏଠାରେ ନାହାନ୍ତିଁ ଏହା ମୋ ପାଇଁ ଦୁଃଖର କଥା, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଆଶା ଭୋଁସଲେ, ମୁଖ୍ୟ ଖବର

ଆଗାମୀ ତିନି ବର୍ଷରେ ଗ୍ରାମାଞ୍ଚଳରେ ୪୦୦ ସେତୁ ନିର୍ମାଣ

October 9, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୯(ଓଡ଼ିଶା ଡ଼ଟ୍ କମ୍) ଆଗାମୀ ତିନି ବର୍ଷରେ ଗ୍ରାମାଞ୍ଚଳରେ ୪୦୦ ସେତୁ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ବିଜୁ ସେତୁ ଯୋଜନାର ଶୁଭାରମ୍ଭ କରି କହିଛନ୍ତି ।

ରାସ୍ତା ଓ ସେତୁ କେବଳ ଯୋଗାଯୋଗ ବ୍ୟବସ୍ଥାର ଏକ ମାଧ୍ୟମ ନୁହେଁ, ବସ୍ତୁ ଓ ସେବାର ମାର୍କେଟିଂ ପାଇଁ ମଧ୍ୟ ଏହା ସହାୟକ ହୁଏ । ଯୋଗାଯୋଗ ବ୍ୟବସ୍ଥା ଦାର୍ରି୍ୟ ଦୂରୀକରଣରେ  ସହାୟକ ହୁଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଗାଁ ଗୁଡ଼ିକୁ ସେତୁ ଦ୍ୱାରାସଂଯୋଗ କରାଯାଇ ପାରିଲେ ଚାଷୀ ଭାଇମାନେ ସେମାନଙ୍କ କୃଷି ଜାତଦ୍ରବ୍ୟ ପାଇଁ  ଭଲ ବଜାର ପାଇପାରିବେ । ପିଲାମାନେ ଭଲ ଶିକ୍ଷାନୁଷ୍ଠାନକୁ ଯାଇ ପାରିବେ ଏବଂ ସର୍ବୋପରି ସାଧାରଣ  ଜନତା, ମହିଳାମାନେ ସ୍ୱାସ୍ଥ୍ୟ ସେବା ପାଇପାରିବେ । ତେଣୁ ଗ୍ରାମାଞ୍ଚଳର ଉନ୍ନତି ପାଇଁ ଏହି ଯୋଜନା ଆରମ୍ଭ  କରାଯାଇଛି ।

ଗ୍ରାମାଞ୍ଚଳର ଉନ୍ନତି ପାଇଁ ବିଜୁବାବୁ ଯେଉଁ ସ୍ୱପ୍ନ ଖେୁଥିଲେ ଏହି ଯୋଜନା ତାକୁ ପୂରଣ କରିବା ଦିଗରେ ସହାୟକ ହେବ, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ବିଶେଷ ଖବର Tagged With: ଗ୍ରାମାଞ୍ଚଳ, ବିଶେଷ ଖବର, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ

ଜୀଅନ୍ତା ଭୂତକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର

August 11, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୧୦(ଓଡ଼ିଶା ଡ଼ଟ୍ କମ୍) ୨୦୦୮-୦୯ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଜୀଅନ୍ତା ଭୂତ ଏବଂ ସାତସୁରେ ବନ୍ଧା ଏ ଜୀବନକୁ ପୁରସ୍କୃତ କରାଯାଇଛି ।

ମଙ୍ଗଳବାର ରବୀନ୍ଦ୍ରମଣ୍ଡପରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ପୁରସ୍କାର ପ୍ରଦାନ କରିଛନ୍ତି ।

ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ଅଭିନେତା, ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ ପ୍ରଯୋଜକ ଆଦି ୨୨ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଛି ।

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଉଲ୍ଲେଖନୀୟ ଅବଦାନ ତଥା ଜୀବନ ବ୍ୟାପୀ ସାଧନା ନିମନ୍ତେ ୨୦୦୮ ପାଇଁ ବିଶିଷ୍ଟ ନିର୍ଦ୍ଦେଶକ ସାଧୁ ମେହେରଙ୍କୁ ଏବଂ ୨୦୦୯ ପାଇଁ ଅଭିନେତ୍ରୀ ମହାଶ୍ୱେତା ରାୟଙ୍କୁ ଜୟବେ ସମ୍ମାନ ପ୍ରଦାନ କରାଯାଇଛି ।

୨୦୦୮ ପାଇଁ ପୁରସ୍କାର ପାଇବା ନିମନ୍ତେ ୧୩ଟି ଚଳଚ୍ଚିତ୍ର ଆସିଥିବା ବେଳେ ୨୦୦୯ ପାଇଁ ୬ଟି ଚଳଚ୍ଚିତ୍ର ଆସିଥିଲା । ସେଥିରୁ ପୁରସ୍କାର ପାଇଁ ତାଲିକା ପ୍ରସ୍ତୁତ କରାଯାଇଥିଲା ।

୨୦୦୮ ପାଇଁ ଆକାଶ ଦାସନାୟକଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ରାଲି ନନ୍ଦଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନୀତ କରାଯାଇଥିବା ବେଳେ ୨୦୦୯ ପାଇଁ ଅନୁଭବ ମହାନ୍ତି ଏବଂ ଅର୍ଚ୍ଚିତାଙ୍କୁ ଯଥାକ୍ରମେ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ଭାବେ ସମ୍ମାନୀତ କରାଯାଇଛି ।

ଏଣିକି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ପାଇଁ ନିର୍ଦ୍ଦିଷ୍ଟଦିନ ଧାର୍ଯ୍ୟ କରାଯିବ ଏବଂ ଆସନ୍ତା ବର୍ଷ ଠାରୁ ଶ୍ରେଷ୍ଠ ଚଳଚ୍ଚିତ୍ରକୁ ବସନ୍ତ ନାୟକ ସମ୍ମାନରେ ସମ୍ମାନୀତ କରାଯିବ ବୋଲି ଉତ୍ସବରେ ଯୋଗ ଦେଇ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ମଙ୍ଗଳବାର ରବୀନ୍ଦ୍ରମଣ୍ଡପରେ ଆୟୋଜିତ ଉତ୍ସବ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜୀଅନ୍ତା ଭୂତ, ମନୋରଞ୍ଜନ, ମୁଖ୍ୟ ଖବର, ଶ୍ରେଷ୍ଠ ଚଳଚ୍ଚିତ୍ର

ଷ୍ଟୋରେଜ ଏଜେଣ୍ଟ ବ୍ୟବସ୍ଥା ଉଚ୍ଛେ ପାଇଁ କମିଟି

August 11, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୧୦(ଓଡ଼ିଶା ଡ଼ଟ୍ କମ୍) ଯୋଗାଣ ବ୍ୟବସ୍ଥାରେ ଥିବା ଘରୋଇ ଷ୍ଟୋରେଜ ଏଜେଣ୍ଟ ବ୍ୟବସ୍ଥା ଉଚ୍ଛେଦ ସଂପର୍କରେ ଅନୁଧ୍ୟାନ ପାଇଁ ସରକାର ଏକ ସବ୍ କମିଟି ଗଠନ କରିଛନ୍ତି ।

ମଙ୍ଗଳବାର କଠିତ ଏହି ଛଅ ଜଣିଆ କମିଟିରେ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକଙ୍କୁ ଅଧ୍ୟକ୍ଷ ଭାବେନିଯୁକ୍ତ କରାଯାଇଥିବା ବେଳେ ଯୋଗାଣ ବିଭାଗ ଅତିରିକ୍ତ ସଚିବ, ଅର୍ଥ ପରାମର୍ଶଦାତା ତଥା ଯୁଗ୍ମ ସଚିବ,ନିଗମର ମହାପ୍ରବନ୍ଧକ, ମହାପ୍ରବନ୍ଧକ(ଅର୍ଥ) ଏବଂ କଟକ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ସଦସ୍ୟ ରଖାଯାଇଛି ।

ଏ ସଂପର୍କରେ ଅନୁଧ୍ୟାନ କରି କମିଟି ଆସନ୍ତା ୨୨ ତାରିଖ ସୁଦ୍ଧା ରିପୋର୍ଟ ବୋକୁ କୁହାଯାଇଛି । ଆଠଟି ବିଷୟ ଉପରେ ରିପୋର୍ଟ ଦେବାକୁ କମିଟିକୁ କୁହାଯାଇଛି ।

ପରିବହନ ଠିକ।ଦାର ମାନଙ୍କ ଜରିଆରେ ଡ଼ିଲରଙ୍କୁ ସାମଗ୍ରୀ ଯୋଗାଣରେ କଣ ଅସୁବିଧା ରହିଛି , କେଉଁ ରାସ୍ତାରେ ପରିବହନ କରାଯିବ, ଏଥିପାଇଁ କାହାକୁ ଉତ୍ତରାୟରୀ କରାଯିବ, ପରିବହନ ବାବଦରେ କେତେ ଖର୍ଚ୍ଚ ହେବ, ପରିବହନ ଠିକ।ଦାର ମାନଙ୍କ ଠାରୁ କେତେ ଟଙ୍କା ଅଗ୍ରୀମ ଭାବେ ଜମା ରଖାଯିବ ଇତ୍ୟାଦି ସଂପର୍କରେ କମିଟି ଅନୁଧ୍ୟାନ କରି ରିପୋର୍ଟ କୁହାଯାଇଛି ।

ଜଷ୍ଟିସ ୱାଧା କମିଶନଙ୍କ ସୁପାରିଶ ଅନୁସାରେ ପ୍ରତ୍ୟେକ ରାଜ୍ୟ ଘରୋଇ ଷ୍ଟୋରେଜ ଏଜେଣ୍ଟ ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଏଜେଣ୍ଟ, ମୁଖ୍ୟ ଖବର, ସରକାର

କେନ୍ଦ୍ର ସରକାର ଓଡ଼ିଶାକୁ ଅବହେଳା କରୁଛନ୍ତି: ନବୀନ

August 11, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଅଗଷ୍ଟ ୯(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ସରକାର ରାଜ୍ୟକୁ ଅବହେଳା କରୁଥିବା ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଯୋଗ କରିଥିବା ବେଳେ ବିରୋଧି କଂଗ୍ରେସ ପକ୍ଷରୁ ଏହାକୁ ମିଥ୍ୟା ବୋଲି କୁହାଯାଇଛି ।

କଂଗ୍ରେସ ନେତୃତ୍ୱାଧିନ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ପାଇଁ ପ୍ୟାକେଜ ଘୋଷଣା କରୁଥିବା ବେଳେ ଓଡ଼ିଶା ଭଳି ଗରିବ ରାଜ୍ୟକୁ ଅବହେଳା କରୁଛନ୍ତି, ସେ କଟକରେ ଆୟୋଜିତ ଦଳୀୟ ସମାବେଶରେ କହିଛନ୍ତି ।

କେନ୍ଦ୍ର ସରକାର ଓଡ଼ିଶା ପ୍ରତି ପାତରଅନ୍ତର କରୁଛନ୍ତି, ସେ ବିଜୁ ଯୁବ ଜନତା ଦଳଦ୍ୱାରା ଆୟୋଜିତ ସମାବେଶରେ କହିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଁ ସେ ମିଳିତ ପ୍ରଗତିଶୀଳ ମେଣ୍ଟ(ୟୁପିଏ)କୁ ସେ ଦାୟୀ କରିଛନ୍ତି ।

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ତଥା ବିଭିନ୍ନ ଖଣିଜ ପାର୍ଥରେ ୨୦ ପ୍ରତିଶତ ରୟାଲ୍ଟି ଦେବାକୁ ଦଳ ଦାବି କରିଛି ।

ତାଙ୍କ ସରକାର ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ୟୁପିଏ ସରକାର ରାଜ୍ୟ ପାଇଁ କୌଣସି ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ ମଞ୍ଜୁର କରିନାହାନ୍ତି, ସେ କହିଛନ୍ତି ।

ବିଭିନ୍ନ ଦୁର୍ନୀତିରେ ବୁଡ଼ି ରହିଥିବା କେନ୍ଦ୍ର ସରକାରଙ୍କ ଭୁଲ ଅର୍ଥନୈତିକ ନୀତି ଯୋଗୁଁ ସମାଜର ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଏହାର ଶିକାର ହେଉଛନ୍ତି ।

ଅନ୍ୟପକ୍ଷରେ ବିଭିନ୍ନ କ୍ଷେତ୍ରରେ ବିଫଳତା ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ମୁଖ୍ୟ ବିରୋଧି ଦଳ କଂଗ୍ରେସ ପକ୍ଷରୁ ଜିଲ୍ଲା ସଦରମହକୁମା ଗୁଡ଼ିକରେ ବିକ୍ଷୋଭ ପ୍ରର୍ଶନ କରାଯାଇଛି ।

କେନ୍ଦ୍ର ସରକାରରେ ଥିବା ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍ଡ଼ିଏ) ସମୟରେ ମିଳିଥିବା ପାଣ୍ଠି ତୁଳନାରେ ୟୁପିଏ ସରକାର ଠାରୁ ରାଜ୍ୟ ସରକାର ଅଧିକ ପାଣ୍ଠି ପାଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ନିଜ ସରକାରର ବିଫଳତାକୁ ଘୋଡ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ମିଥ୍ୟା ଅଭିଯୋଗ କରୁଛନ୍ତି, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, କେନ୍ଦ୍ର ସରକାର, ନବୀନ, ମୁଖ୍ୟ ଖବର

ସିଣ୍ଡୋଲ ପ୍ରକଳ୍ପକୁ ବିରୋଧ କରି ବନ୍ଦ ଡ଼ାକରା

August 9, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସମ୍ବଲପୁର, ଅଗଷ୍ଟ ୯(ଓଡ଼ିଶା ଡ଼ଟ୍ କମ୍) ପଶ୍ଚିମ ଓଡ଼ିଶାରେ ହେବାକୁ ଥିବା ସିଣ୍ଡୋଲ ଜଳ ବିଦ୍ୟୁତ ପ୍ରକଳ୍ପକୁ ବିରୋଧ କରି ମଙ୍ଗଳବାର ଦୁଇଟି ଜିଲ୍ଲାରେ ବନ୍ଦ ପାଳନ କରାଯାଇଛି ।

କୋଶଳ କ୍ରାନ୍ତି ଦଳ ଏବଂ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ଡ଼ାକରା ଦିଆଯାଇ ଥିବା ବେଳେ ସମ୍ବଲପୁର ଏବଂ ବୌଦ୍ଧ ଜିଲ୍ଲାରେ ଯାନବାହାନ ଚଳାଚଳ ବନ୍ଦ ରହିଛି ।

ସଂପୃକ୍ତ ଜିଲ୍ଲାରେ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ, ବ୍ୟାଙ୍କ ଇତ୍ୟାଦି ବନ୍ଦ ରହିଛି । ଲୋକମାନେ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବାରୁ ରେଢାଖୋଲ ଓ ସମ୍ବଲପୁର ମଧ୍ୟରେ ରେଳ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ସମର୍ଥନ କରିଛନ୍ତି ।

ଗତ ମାସରେ ଜାତୀୟ ଜଳବିଦ୍ୟୁତ ନିଗମ ସମ୍ବଲପୁରରେ ୧୦୦ ମେଗାୱାଟ, ସୋନପୁରରେ ୧୦୦ ମେଗାୱାଟ ଏବଂ ବୌଦ୍ଧରେ ୧୨୦ ମେଗାୱାଟର ବିଦ୍ୟୁତ ପ୍ରକଳ୍ପ ସ୍ଥାପନ ପାଇଁ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା ।

ଏହି ପ୍ରକଳ୍ପ ପାଇଁ କୌଣସି ଲୋକ ବିସ୍ଥାପିତ ହେବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିବା ବେଳେ ଏହାକୁ ଲୋକମାନେ ବିରୋଧ କରୁଥିବାରୁ ସଂପୃକ୍ତ ଅଞ୍ଚଳରେ ଜନଶୁଣାଣି କରାଯିବ ବୋଲି କୁହାଯାଇଛି ।

ତେବେ ସରକାରଙ୍କ ଏଭଳି ଯୁକ୍ତିକୁ ଲୋକମାନେ ଗ୍ରହଣ କରୁନାହାନ୍ତି ।

ସରକାର ପ୍ରସ୍ତାବିତ ପ୍ରକଳ୍ପକୁ ବନ୍ଦ କରିବା ଉଚିତ୍ । ପ୍ରକଳ୍ପ ଗୁଡ଼ିକ ବିରୋଧର ସଌଗ୍ଦଙ୍କକ୍ଟ୍ର୧;ୁଖିନ ହେଉଥିବା ବେଳେ ସରକାର କାହିଁକି ଜନଶୁଣାଣି କରୁନାହାନ୍ତି ବୋଲି ଜଣେ ଆନ୍ଦୋଳନକାରୀ କହିଛନ୍ତି ।

ଏହି ପ୍ରକଳ୍ପ ଯୋଗୁଁ ୧୧୮ଟି ଗ୍ରାମ ସଂପୂର୍ଣ୍ଣ କିମ୍ବା ଆଶିଂକ ପ୍ରଭାବିତ ହେବ ଏବଂ ଏହା ସ୍ଥାନୀୟ ଲୋକଙ୍କୁ ୁର୍ଦ୍ଦଶା ମଧ୍ୟକୁ ଟାଣି ଆଣିବ ବୋଲି ପ୍ରକଳ୍ପ ବିରୋଧୀମାନେ କହିଛନ୍ତି ।

ପ୍ରକଳ୍ପ ୍ୱାରା ସମ୍ବଲପୁର ଜିଲ୍ଲାରେ ଥିବା ପ୍ରସିଦ୍ଧ ହୁମା ମନ୍ଦିର ସମେତ ବହୁତ ମନ୍ଦର ମଧ୍ୟ ପାଣିରେ ମିଶିଯିବ ବୋଲି ଲୋକମାନେ ଆଶଂକା କରୁଛନ୍ତି ।

ଅତୀତରେ ଲୋକମାନେ ଏହି ପ୍ରକଳ୍ପକୁ ବିରୋଧ କରୁଥିଲେ ତେଣୁ ସରକାର କାହିଁକି ପୁଣି ଏହାର ସ୍ଥାପନ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ସେମାନେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପଶ୍ଚିମ ଓଡ଼ିଶା, ମୁଖ୍ୟ ଖବର, ସିଣ୍ଡୋଲ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to page 5
  • Interim pages omitted …
  • Go to page 48
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ