• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମୃତ୍ୟୁ

ଅଂଶୁଘାତରେ ମୃତ୍ୟୁ ସଂଖ୍ୟା ୨୧ କୁ ବୃଦ୍ଧି

May 30, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସଂବାଦଦାତା

ଭୁବନେଶ୍ଵର,ମଇ ୩୦ (ଓଡିଶା ଡଟ୍ କମ୍): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୨୧ କୁ ବୃଦ୍ଧି ପାଇଥିବା ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ଅଫିସ ଶନିବାର କହିଛି ।

ଅଂଶୁଘାତରେ କେନ୍ଦ୍ରାପଡା ଜିଲ୍ଲାରେ ପାଞ୍ଚଜଣ, ଗଞ୍ଜାମ ଓ ବରଗଡ ଜିଲ୍ଲାରେ ତିନି ଜଣ, ରାୟଗଡା ଓ କଟକ ଜିଲ୍ଲାରେ ଦୁଇ ଜଣ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି।

ସେହିପର ପୁରୀ,ଢେଙ୍କାନାଳ,ବଲାଙ୍ଗିର,ବାଲେଶ୍ଵର, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାରେ ଜଣେ ଲେଖାଏଁ ଅଂଶୁଘାତ ଜନିତ ମୃତ୍ୟୁର ସମ୍ମୁଖୀନ ହୋଇଥିବା ଏହି ଅଫିସ କହିଛି ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ପରିବେଶ Tagged With: ଅଂଶୁଘାତ, ମୃତ୍ୟୁ

ଟ୍ରେନରୁ ପଡି ଯୁବକଙ୍କ ମୃତ୍ୟୁ ପରେ ଲୋକଙ୍କ ପୋଡାଜଳା

April 17, 2015 by ନିଉଜ ଡେସ୍କ Leave a Comment

ଡେଲାଙ୍ଗ, (ପୁରୀ ) ଏପ୍ରିଲ ୧୭ (ଓଡିଶା ଡଟ କମ ) ଟ୍ରେନରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିବାର ପ୍ରତିବାଦରେ ପୁରୀ ଜିଲ୍ଲା ଡେଲାଙ୍ଗ ରେଳ ଷ୍ଟେସନରେ ଶୁକ୍ରବାର ସ୍ଥାନୀୟ ଲୋକେ ବ୍ୟାପକ ପୋଡାଜଳା କରିବା ସହ ଛିଡା ହୋଇଥିବା ଏକ ଟ୍ରେନର ଗୋଟିଏ ବଗିରେ ନିଆଁ ଲଗାଇ ଦେଇଛନ୍ତି ।

trainଗୁରୁବାର ରାତିରେ ଗୁଲିଆପଡା ଗ୍ରାମର ଉକ୍ତ ଯୁବକ ପୁରୀ ବଡ଼ବିଲ ଏକ୍ସପ୍ରେସ ଟ୍ରେନରୁ ଡେଲାଙ୍ଗ ରେଳ ଷ୍ଟେସନ ନିକଟରେ ଖସିପଡି ମୃତ୍ୟୁ ବରଣ କରିଥିଲା । ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ବାସିନ୍ଦା ରେଳ ଷ୍ଟେସନକୁ ଆସି ବ୍ୟାପକ ଭଙ୍ଗାରୁଜା କରିଥିଲେ । ସେମାନେ ରେଳ ଲାଇନ ଉପରେ ମଧ୍ୟ ବସିରହିଥିଲେ । ପରେ ଉକ୍ତ ଟ୍ରେନର ଗୋଟିଏ ବଗିରେ ଅଗ୍ନି ସଂଯୋଗ କରିଥିଲେ ।

ଶୁକ୍ରବାର ମଧ୍ୟ ସ୍ଥାନୀୟ ବାସିନ୍ଦା ନିଜର ପ୍ରତିବାଦ ଜାରି ରଖି ରାସ୍ତା ରୋକୋ କରିଥିଲେ ଫଳରେ ଯାନ ବାହନ ଚଳାଚଳ ବ୍ୟାହତ ହୋଇଥିଲ। ପୁଲିସ ଓ ରେଳବାଇ ଅଧିକାରୀ ଘଟନା ସ୍ଥଳରେ ପହଞ୍ଚି ବିରୋଧ ପ୍ରଦର୍ଶନକାରୀଙ୍କୁ ବୁଝାସୁଝା କଲାପରେ ଯାନ ବାହନ ଚଳା ଚଳ ସ୍ଵାଭାବିକ ହୋଇଥିଲ। ।

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅପରାଧ Tagged With: ଡେଲାଙ୍ଗ, ମୃତ୍ୟୁ, ରାସ୍ତା ରୋକୋ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ

October 16, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର, ଅକ୍ଟୋବର ୧୨(ଓଡ଼ିଶା ଡ଼ଟ୍ କମ୍) ବାଲେଶ୍ୱର ଜିଲ୍ଲାର ଏକ ସ୍ଥାନରେ ବୁଧବାର ସଡ଼କ ଦୁର୍ଘଟଣାରେ ଛଅ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଆହତ ହୋଇଥିବା ପୋଲିସ କହିଛି ।

ମୟୁରଭଞ୍ଜ ଜିଲ୍ଲା କପ୍ତିପାଦରୁ ଦଶ ଜଣଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିବା ଏକ ଜିପ୍ ଭୋର ସମୟରେ ମାର୍କେଣୀ ଠାରେ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ।

ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ସମେତ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଡ଼ାକ୍ତରଖାନାରେ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଗତ ରବିବାର ମଧ୍ୟ ବାଲେଶ୍ୱର ଜିଲ୍ଲାର ସିମୁଳିଆ ନିକଟରେ ଦୁର୍ଘଟଣା ଘଟି ପଶ୍ଚିମବଙ୍ଗର ଆଠଜଣ ତୀର୍ଥଯାତ୍ରୀ ପ୍ରାଣ ହରାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅପରାଧ, ପଶ୍ଚିମବଙ୍ଗ, ପୋଲିସ, ବାଲେଶ୍ୱର, ମୃତ୍ୟୁ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ