• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମେଡିକାଲ କଲେଜ

ରଘୁନାଥ ମୁର୍ମୁଙ୍କ ନାମରେ ନାମିତ ହେବ ବାରିପଦା ମେଡିକାଲ କଲେଜ

May 16, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧୬ (ଓଡିଶା ଡଟ କମ) ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ପ୍ରତିଷ୍ଠା ହେବାକୁ ଯାଉଥିବା ସରକାରୀ ମେଡିକାଲ କଲେଜ ଜଣାଶୁଣା ସାନ୍ତାଳି ଭାଷାବିତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାମରେ ନାମିତ କରିବାକୁ ରାଜ୍ୟସରକାର ଶନିବାର ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି । ଏହି ନୂଆ ମେଡିକାଲ କଲେଜର ଭିତ୍ତି ପ୍ରସ୍ତର ସ୍ଥାପନ ମୁଖ୍ୟମନ୍ତ୍ରୀ ଆଗାମୀ ସୋମବାର ଦିନ କରିବାର କାର୍ଯ୍ୟକ୍ରମ  ରହିଛି ।

ଗୁରୁ ଗମକେ ଭାବେ ପରିଚିତ ପଣ୍ଡିତ ରଘୁନାଥ ମୁର୍ମୁ ଜଣେ ଜଣା ଜଣା ଶୁଣା ଭାଷାବିତ । ସାନ୍ତାଳି ଭାଷାର ସୁରକ୍ଷା ଓ  ଲିପି ତିଆରିରେ ତାଙ୍କର ଗୁରୁତ୍ଵ ପୂର୍ଣ ଯୋଗଦାନ ରହିଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି, ସାହିତ୍ୟ Tagged With: ପଣ୍ଡିତ ରଘୁନାଥ ମୁର୍ମୁ, ମେଡିକାଲ କଲେଜ, ସାନ୍ତାଳି

ପାଞ୍ଚୋଟି ନୂଆ ମେଡିକାଲ କଲେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

May 8, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ନୂଆ ଦିଲ୍ଲୀ, ମଇ ୮ (ଓଡିଶା ଡଟ କମ) ରାଜ୍ୟରେ ପାଞ୍ଚୋଟି ନୂଆ ମେଡିକାଲ କଲେଜ ସ୍ଥାପନ ପାଇଁ ମଞ୍ଜୁରୀ ଦେବା ସହ ଆବଶ୍ୟକୀୟ ଆର୍ଥିକ ଅନୁଦାନ ପ୍ରଦାନ କରିବାପାଇଁ ମୁଖ୍ୟମନ୍ତ୍ରୀ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।

CMନୂଆ ଦିଲ୍ଲୀ ଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ସାକ୍ଷାତ କରି ସେ କୋରାପୁଟ, ବଲାଙ୍ଗିର, ପୁରୀ, ବାଲେଶ୍ଵର, ଓ ବାରିପଦା ଠାରେ ସମୁଦାୟ ୨୪୫୦.୯୦ କୋଟି ଟଙ୍କା ବ୍ୟୟରେ ଏହି ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ଅନୁମତି ଦେବା ପାଇଁ ଅନୁରୋଧ କରିଛନ୍ତି ।

ଏ ସଂକ୍ରାନ୍ତରେ ରାଜ୍ୟସରକାର ଏକ ସଂଶୋଧିତ ପ୍ରକଳ୍ପ ରିପୋର୍ଟ ଦାଖଲ କରିଥିବା ସେ କହିଥିଲେ ।

କଟକ ଠାରେ ଦେଶର ପୂର୍ବାଞ୍ଚଳ ପାଇଁ ବାଙ୍ଗାଲୋରରେ ଥିବା ନିମହାନସ ଢାଞ୍ଚ। ରେ ମେନଟାଲ ହେଲଥ ଓ ନ୍ୟୁରୋ ସାଇନସର ଏକ ସୁପର ସ୍ପେସାଲିଟି ଇନଷ୍ଟିଚ୍ୟୁଟ ପ୍ରତିଷ୍ଠା କରିବାର ଆବଶ୍ୟକତା ଦର୍ଶାଇ ସେ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିଛନ୍ତି ।

ରାଜ୍ୟ ସରକାର ଏଥିପାଇଁ କଟକ ଜିଲ୍ଲାର ବାରଙ୍ଗ ତହସିଲ ଅନ୍ତର୍ଗତ ରାମଦାସପୁର ଠାରେ ଆବଶ୍ୟକ ଥିବା ୧୮.୩୩ ଏକର ଜମି ଚିହ୍ନଟ କରିଥିବା ତାଙ୍କୁ କହିଥିଲେ ।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି, ସ୍ୱାସ୍ଥ୍ୟ Tagged With: ମୁଖ୍ୟମନ୍ତ୍ରୀ, ମେଡିକାଲ କଲେଜ, ସ୍ୱାସ୍ଥ୍ୟ

ଟେଲି-ମେଡିସିନ୍ ନେଟୱାର୍କ ସୁଦୃଢୀକରଣ ସଂପର୍କରେ ବୈଠକ

January 16, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୧୬(ଓଡ଼ିଶା ଡ଼ଟ୍ କମ୍)- ଓଡିଶାରେ କାର୍ଯ୍ୟକାରୀ ହେଉଥିବା ଟେଲିମେଡିସିନ୍ ନେଟୱାର୍କକୁ ଅଧିକ ସୁଦୃଢ କରାଯିବା ନେଇ ଗତ କାଲି ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଜ୍ୟରେ କାର୍ଯ୍ୟକାରୀ କରାଯାଇଥିବା ଟେଲିମେଡିସିନ୍ ନେଟୱାର୍କର କାର୍ଯ୍ୟକାରୀତା ସଂପର୍କରେ ପୁଂଖାନୁ ପୁଂଖ ଆଲୋଚନା କରାଯାଇ ଏହାକୁ ଅଧିକ ସୁଦୃଢ କରାଯିବା ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା ।

ବୈଠକ ବିବରଣୀରୁ ପ୍ରକାଶ ଯେ ଜିଲ୍ଲା ସ୍ତରରେ ଥିବା ଟେଲି ମେଡିସିନ୍ ନୋଡ୍ ମାଧ୍ୟମରେ ପ୍ରତି ସପ୍ତାହରେ ଅନ୍ୟୁନ ୫ ଜଣ ରୋଗୀଙ୍କର ଚିକିତ୍ସା ବ୍ୟବସ୍ଥା କରିବେ । ଜିଲ୍ଲା ସ୍ତରରେ ଟେଲି ନୋଡ୍ର ତଦାରଖ ଓ ମନିଟରିଂ ପାଇଁ ଅତିରିକ୍ତ ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶକ ପାହ୍ୟାର ଜଣେ ଅଧିକାରୀଙ୍କୁ ଉପମୁଖ୍ୟ ନୋଡାଲ ଅଧିକାରୀ ଭାବେ ଚିହ୍ନଟ କରାଯିବ ।

ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାନଙ୍କରୁ ମେଡିକାଲ କଲେଜ ଓ ହସପିଟାଲକୁ ରୋଗୀଙ୍କୁ ରେଫର କରିବା ପୂର୍ବରୁ ଟେଲିମେଡିସିନ୍ ର ସହାୟତା ନିଆଯିବାକୁ ନିଷ୍ପତ୍ତି ହୋଇଛି । ଫଳରେ ରେଫର ହାର କମ୍ ହେବା ସହିତ ମେଡିକାଲ କଲେଜ ଓ ହସପିଟାଲ ମାନଙ୍କରେ ରୋଗୀଙ୍କ ଭିଡ କମ୍ ହୋଇ ପାରିବ ।

ସେହିପରି ମେଡିକାଲ କଲେଜ ଓ ହସପିଟାଲ ମାନଙ୍କରୁ ଚିକିତ୍ସା ପରେ ଡିସ୍ଚାର୍ଯ ହେଉଥିବା ରୋଗୀମାନେ ସେମାନଙ୍କର ପରବର୍ତ୍ତି ପରୀକ୍ଷା ପାଇଁ ଖର୍ଚ୍ଚାନ୍ତ ହୋଇ ମେଡିକାଲ କଲେଜକୁ ଆସିବା ପରିବର୍ତ୍ତେ ଜିଲ୍ଲାସ୍ତରରେ ଟେଲିମେଡିସିନ୍ ନେଟୱାର୍କ ମାଧ୍ୟମରେ ପରାମର୍ଶ ଆଦି କରିପାରିବେ ।

ଏ ନେଇ ସେମାନେ ମେଡିକାଲ କଲେଜ ଓ ହସପିଟାଲରୁ ଡିସ୍ଚାର୍ଯ ହେବା ସମୟରେ ସେମାନଙ୍କ ଡିସ୍ଚାର୍ଯ ସାର୍ଟିଫିକେଟରେ ପରାମର୍ଶ ଲେଖିବାକୁ ନିଷ୍ପତ୍ତି ହୋଇଛି ।

ଓଡିଶାରେ ସରକାରୀ ଭାବେ କାର୍ଯ୍ୟକରୁଥିବା ସମସ୍ତ ଟେଲିମେଡିସିନ୍ ନୋଡ୍ ଗୁଡିକୁ ଏସ୍.ପି.ଜି.ଆଇ.ଏମ୍.ଏସ୍ ଲକ୍ଷୌ     ସହିତ ସିଧାସଳଖ ସଂଯୋଗ ବ୍ୟବସ୍ଥା କରାଯିବ ।

ଏ ନେଇ ଉତ୍ତରପ୍ରଦେଶର ସ୍ୱାସ୍ଥ୍ୟଶିକ୍ଷା ବିଭାଗ ପ୍ରମୁଖ ସଚିବଙ୍କୁ ଅନୁରୋଧ କରାଯିବ । ଆହୁରି ମଧ୍ୟ କଟକ ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲ ପରିସରରେ ନିର୍ମାଣାଧୀନ ଟେଲିମେଡିସିନ୍ ରିସୋର୍ସ କେନ୍ଦ୍ରର ନିର୍ମାଣକାର୍ଯ୍ୟକୁ ତ୍ୱରାନ୍ନିତ କରାଯାଇ ଆସନ୍ତା ମାର୍ଚ୍ଚ ମାସରେ ଏହାକୁ କାର୍ଯକ୍ଷମ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶକ ଡାଃ ପ୍ରମୋଦ ମେହେର୍ଦ୍ଧା , ଏସ୍.ସି.ବି ମେଡିକାଲ କଲେଜର ଡିନ୍ ତଥା ପ୍ରିନ୍ସିପାଲ ପ୍ରଫେସର (ଡାଃ) ପି.ସି ମହାପାତ୍ର , ଡି.ଏମ୍.ଇ.ଟି ଡାଃ ସୋନାମଣି ବାଗ୍ , ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶକ ଡାଃ ଏନ୍.କେ.ଦାସ , ଉପଶାସନ ସଚିବ କୁଳମଣି ମିଶ୍ର ଏବଂ ପ୍ରଫେସର ବି.ଏନ୍ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଟେଲି-ମେଡିସିନ୍ ନେଟୱାର୍କ, ମେଡିକାଲ କଲେଜ

ଡାକ୍ତର ଅଭାବ ପୂରଣ ପାଇଁ ଆଡହକ୍ ନିଯୁକ୍ତି

December 8, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୮(ଓଡିଶା ଡଟ୍ କମ୍)-ରାଜ୍ୟର ତିନିଟି ଯାକ ମେଡିକାଲ କଲେଜରେ ପ୍ରଫେସର ଠାରୁ ଆରମ୍ଭ କରି ସହକାରୀ ପ୍ରଫେସର ପର୍ଯ୍ୟନ୍ତ ବହୁ ସଂଖ୍ୟକ ପଦ ଖାଲି ରହିଛି । ଆଡହକ ନିଯୁକ୍ତି ଦେଇ ଏହି ସମସ୍ୟାର ସମାଧାନ କରିବାକୁ ସରକାର ଚିନ୍ତା କରିଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ଦାମୋଦର ରାଉତ ବିଧାନ ସଭାରେ ପ୍ରକାଶ କରିଛନ୍ତି ।

ରାଜର ସ୍ୱାସ୍ଥ୍ୟସେବା ସଂପର୍କରେ ବିରୋଧୀ ଦଳର ପ୍ରଶ୍ନର ଉତର ରଖି ଶୁକ୍ରବାର ରାଉତ ସୂଚନା ଦେଇ କହିଲେ ଯେ, ଡାକ୍ତରଙ୍କ ଅବସର ବୟସ ସୀମା ବୃଦ୍ଧି କରି ଡାକ୍ତର ଅଭାବ ସମସ୍ୟା ଦୂର କରିବାକୁ ଯୋଜନା କରାଯାଉଛି ।

ବିଧାୟକ ଅନୁପ କୁମାର ସାଏ, ଡାକ୍ତର ନୃସିଂହ ସାହୁ, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ନିହାର ମହାନନ୍ଦ, ଫ୍ରଫୁଲ୍ଲ ମାଝୀ, ସନ୍ତୋଷ ସିଂହ ସାଲୁଜା ଓ ବିରୋଧୀ ଦଳ ନେତା ଭୂପିନ୍ଦର ସିଂହଙ୍କ ଅତିରିକ୍ତ ପ୍ରଶ୍ନର ଉତରରେ ରାଉତ ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ବିକାଶ ଓ ଖାଲି ପଡ଼ିଥିବା ଡାକ୍ତର ପଦ ପୂରଣ ନେଇ ସରକାର ପଦକ୍ଷେପ ନେଉଥିବା ପ୍ରକାଶ କରିଥିଲେ ।

ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ ଓଡିଶାରେ ଏକ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଯୋଜନା କରାଯାଉଛି । ରାଜ୍ୟର ତିନିଟି ଯାକ ମେଡିକାଲ କଲେଜରେ ଫ୍ରଫେସର, ଆସୋସିଏଟ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଅନୁମୋଦିତ ପଦ ସଂଖ୍ୟା ୮୯୯ ଥିବାବେଳେ ସେଥିରୁ ୩୦୩ଟି ପଦ ଖାଲି ରହିଛି ।

୧୩୧ ପ୍ରଫେସର ପଦରୁ ୧୭ଟି ପଦ ଖାଲି ଅଛି । କଟକରେ ୪ଟି, ବ୍ରହ୍ମପୁରରେ ୬ଟି ଓ ବୁର୍ଲାରେ ୭ଟି ପ୍ରଫେସର ପଦ ଖାଲି ରହିଛି । ସେହିପରି କଟକରେ ୨୫ଟି, ବ୍ରହ୍ମପୁରରେ ୧୫ଟି ଓ ବୁର୍ଲାରେ ୧୦ଟି ଆସୋସିଏଟ ପ୍ରଫେସର ପଦ ଖାଲିି ଅଛି ।

ଉପରୋକ୍ତ ତିନିଟି ମେଡିକାଲ କଲେଜରେ ଯଥାକ୍ରମେ ୧୧୩, ୫୯ ଓ ୬୪ଟି ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି ପଡ଼ିଛି । ପବ୍ଲିକ ସର୍ଭିସ କମିଶନଙ୍କୁ ୨୦୧୦ ମସିହାରେ ୧୨୦ଟି ପଦ ପୂରଣ ପାଇଁ ଲେଖାାଯାଇଥିଲା । ସେ ୨୩ଜଣ ଦେଲେ । ୨୦୧୧ରେ ୭୫ ପଦ ପାଇଁ ଲେଖାଗଲା; ଦେଲେ ୧୫ । ଆଡହକ ନିଯୁକ୍ତି ଦେଇ ବିକଳ୍ପ ବ୍ୟବସ୍ଥା କରିବାକୁ ପଦକ୍ଷେପ ନିଆଯାଉଛି ।

କେତେ ମେଡିକାଲ କଲେଜ ହେଲେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇପାରିବ ତା’ ଉପରେ ସରକାର ଅନୁଧ୍ୟାନ କରୁଛନ୍ତି । ବେସରକାରୀ ଉଦ୍ୟମରେ ଆଉ ୭ଟି ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ୪ଟି ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ।

ବାଲେଶ୍ୱର, ମୟୂରଭଞ୍ଜ ଅଞ୍ଚଳରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ । ବୁର୍ଲାସ୍ଥିତ ଭିଏସଏସ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ୱୟଂଶାସିତ କରିବା ନେଇ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ଶ୍ରୀ ରାଉତ ଗୃହରେ ସୂଚନା ଦେଇଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆଡହକ୍ ନିଯୁକ୍ତି, ଡ଼ାକ୍ତର, ବିଶ୍ୱବିଦ୍ୟାଳୟ, ମେଡିକାଲ କଲେଜ

ଓଡିଶାରେ ୪ଟି ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବୀ

November 2, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨ (ଓଡ଼ିଶା ଡ଼ଟ୍ କମ୍)– ଓଡିଶାରେ ୪ ଟି ନୂତନ ମେଡିକାଲ କଲେଜ ପ୍ରତିଷ୍ଠା କରିବା ନିମନ୍ତେ କେନ୍ଦ୍ର ସରକାର ଶତ ପ୍ରତିଶତ ସହାୟତା ପ୍ରଦାନକରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାଃ ଦାମୋଦର ରାଉତ ଦାବି କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ନୂଆଦିଲ୍ଲୀ ଠାରେ ଆୟୋଜିତ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଓ ସଚିବ ମାନଙ୍କ ଦୁଇଦିନିଆ ବୈଠକରେ ଯୋଗ ଦେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାଃ ରାଉତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏହି ଦାବି କରିଛନ୍ତି ।

ଗତ କାଲି ବୈଠକରେ ସେ ଓଡିଶାର ସ୍ୱାସ୍ଥ୍ୟ ସେବା ସଂପର୍କରେ ଆଲୋକପାତ କରି କହିଛନ୍ତି ଯେ ଓଡିଶାରେ ଗତ ୧୧ ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନେକ ଉନ୍ନତି ଆସିଛି ।

ବିଶେଷକରି ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ନିୟମିତ ଭାବେ ହ୍ରାସ ପାଉଥିଲେ ମଧ୍ୟ ପ୍ରକୃତ ଲକ୍ଷ୍ୟ ହାସଲ ଦିଗରେ ଉଦ୍ୟମ ଅବ୍ୟାହତ ରହିଛି । ଆନୁଷ୍ଠାନିକ ପ୍ରସବ ହାର ୮୫ ପ୍ରତିଶତରେ ପହଞ୍ଚିଛି ।

ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ତରଫରୁ ଗ୍ରାମାଞ୍ଚଳରେ ନିୟୋଜିତ ୪୨ ହଜାରରୁ ଉର୍ଦ୍ଧ୍ଵ ଆଶା ସ୍ୱାସ୍ଥ୍ୟସେବାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଦିଗରେ କାର୍ଯ୍ୟ କରୁଛନ୍ତି । ବିଶେଷ କରି ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସହାୟକ ହୋଇ ପାରିଛନ୍ତି ।

ତେବେ ରାଜ୍ୟର ସ୍ୱାସ୍ଥ୍ୟ ସେବାର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ଆବଶ୍ୟକତା ଅନୁଯାୟୀ ଡାକ୍ତର ଏବଂ ପାରାମେଡିକ ମାନଙ୍କ ଅଭାବ ଦୂର କରିବା ନିମନ୍ତେ ରାଜ୍ୟରେ ୪ଟି ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ରସରକାର ଶତ ପ୍ରତିଶତ ସହାୟତା ପ୍ରଦାନ କରିବାକୁ ସେ ଦାବି କରିବା ସହିତ ଅଧିକ ଏ.ଏନ୍.ଏମ୍ ଏବଂ ଜି.ଏନ୍.ଏମ୍ ତାଲିମ୍ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ମଞ୍ଜୁରୀ ପ୍ରଦାନ କରିବାକୁ କହିଛନ୍ତି ।

ସେହିପରି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ପାଇଁ ରାଜ୍ୟ ସରକାରଙ୍କ ଅଂଶଧନ ୨୫ ପ୍ରତିଶତରୁ ୧୫ ପ୍ରତିଶତକୁ ହ୍ରାସ କରିବାକୁ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଆହୁରିମଧ୍ୟ ରାଜ୍ୟର ସରକାରୀ ମେଡିକାଲ କଲେଜ ଓ ହସପିଟାଲରେ ଆଞ୍ଚଳିକ ଜରା ଓ କର୍କଟ କେନ୍ଦ୍ର ପ୍ରତିଷ୍ଠାକରାଯିବା , ଯୋଗ ଓ ନେଚରପାଥି କେନ୍ଦ୍ର ପ୍ରତିଷ୍ଠା କରାଯିବା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଅଧିକ କେନ୍ଦ୍ରିୟ ସହାୟତା ପ୍ରଦାନକରିବାକୁ କେନ୍ଦ୍ର ନିକଟରେ ଦାବି କରିଛନ୍ତି ।

ଏହି ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏବଂ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶକ ଡାଃ ପ୍ରମୋଦ ମେହେର୍ଦ୍ଧା ମଧ୍ୟ ଯୋଗ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କେନ୍ଦ୍ର ସରକାର, ମେଡିକାଲ କଲେଜ

ନର୍ସିଂ ଛାତ୍ରଛାତ୍ରୀଙ୍କୁ ଅବହେଳା,ପ୍ରତିବାଦରେ ଧାରଣା

September 25, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,ସେପ୍ଟେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) – ନର୍ସିଂ ଛାତ୍ରଛାତ୍ରୀମାନେ ମେଡିକାଲ କଲେଜରେ ଅଧିକାଂଶ କାର୍ଯ୍ୟ କରୁଥିଲେ ମଧ୍ୟ ସରକାର ସେମାନଙ୍କୁ ଅବହେଳା କରିଚାଲିଛନ୍ତି; ଯାହାଫଳରେ ନର୍ସିଂ ଛାତ୍ରଛାତ୍ରୀମାନେ ପାଠ ପଢିବା ଅସମ୍ଭବ ହୋଇପଡିଛି ।

କଟକ ବଡ଼ ଡାକ୍ତରଖାନା ନର୍ସିଂ ସ୍କୁଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ନିୟମିତ ସେବିକାଙ୍କ ଦରମାର ୬୦ପ୍ରତିଶତ କରିବା, ପୋଷାକ ଓ ଧୂଲେଇ ଭ । ପ୍ରଦାନ ସହ ନର୍ସିଂ ପରୀକ୍ଷା ନିର୍ଦ୍ଧାରିତ ସମୟରେ କରିବା ଦାବିରେ ମଙ୍ଗଳବାରଠାରୁ ନର୍ସିଂ ଛାତ୍ରଛାତ୍ରୀମାନେ ଅନିର୍ଦିଷ୍ଟକାଳ ପାଇଁ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଜଣେ ସ୍ଥାୟୀ ନର୍ସ ଦରମାର ୬୦ପ୍ରତିଶତ ଟଙ୍କା ଷ୍ଟାଇପେଣ୍ଡ ଦେବା, ପୋଷାକ ଓ ଧୂଳେଇ ଭ ।, ପରୀକ୍ଷା ନିର୍ଦ୍ଧାରିତ ସମୟରେ ଶେଷ କରିବା, ୧୯୪୧ମସିହାରୁ ପ୍ରତିଷ୍ଠିତ ଛାତ୍ରୀ ନିବାସର ପୁନଃରୁଦ୍ଧାର କରିବା, ଛାତ୍ରମାନଙ୍କ ପାଇଁ ସ୍ୱତନ୍ତ୍ର ହଷ୍ଟେଲ ନିର୍ମାଣ, ଛାତ୍ରମାନଙ୍କୁ ନର୍ସିଂ ପାଠ୍ୟକ୍ରମରେ ପୂର୍ବଭଳି ନାମଲେଖାରେ ସୁଯୋଗ ଦେବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ।

ନର୍ସିଂ ଛାତ୍ରଛାତ୍ରୀଙ୍କ ଧାରଣା ଯୋଗୁଁ ଏକାଧିକ ବିଭାଗରେ ରୋଗୀ ସେବାରେ ଆଶିଂକ ପ୍ରଭାବ ପଡିଛି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ଓହରିବେ ନାହିଁ ବୋଲି ନର୍ସିଂ ସ୍କୁଲ ଛାତ୍ର ସଂଘର ସାଧାରଣ ସମ୍ପାଦକ ଶେଖ ଖଲିଲଉଲ୍ଲା କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନର୍ସିଂ ଛାତ୍ରଛାତ୍ରୀ, ମେଡିକାଲ କଲେଜ, ହଷ୍ଟେଲ ନିର୍ମାଣ

ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପୂରଣ ପାଇଁ ନିର୍ଦ୍ଦେଶ

July 25, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଜୁଲାଇ ୨୫(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ତିନୋଟି ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଖାଲିଥିବା ୧୦୯ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଆସନ୍ତା ଏକ ମାସ ମଧ୍ୟରେ ପୂରଣ କରିବା ପାଇଁ ବୁଧବାର ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ହାଇକୋର୍ଟରେ ମେଡ଼ିକାଲ କଲେଜ ଗୁଡ଼ିକରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପୂରଣ ସଂକ୍ରାନ୍ତୀୟ ମାମଲାର ଶୁଣାଣି କରି କୋର୍ଟ ଏହି ନିଦେ୍ର୍ଧଶ ଦେଇଛନ୍ତି ।

ଏହି ମାମଲାରେ ମୁଖ୍ୟଶାସନ ସଚିବ ବିଜୟ ପଟ୍ଟନାୟକ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ସଚିବ ପ୍ରୀପ୍ତ କୁମାର ମହାପାତ୍ର ଓ ରାଜ୍ୟ ମେଡ଼ିକାଲ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ ପ୍ରସନ୍ନ ଦାସ ହାଇକୋର୍ଟରେ ହାଜର ହୋଇଥିଲେ ।

ବିଚାରପତି ବିମଳପ୍ରସାଦ ଦାସ ଓ ବିଚାରପତି ଇନ୍ଦ୍ରଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ମେଡିକାଲ କଲେଜରେ ଏହି ପଦବୀ ପୂରଣ କ୍ଷେତ୍ରରେ ବିଳମ୍ବ ହେଉଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ୨୦୧୦ ବିଜ୍ଞପ୍ତି ଅନୁଯାୟୀ ସେଗୁଡ଼ିକ ପୂରଣ କରିବାକୁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାବ୍ୟତୀତ ୨୦୧୧ରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଖାଲିଥିବା ୭୩ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପୂରଣ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆସିଷ୍ଟାଂଟ ପ୍ରଫେସର, ମେଡିକାଲ କଲେଜ

ଡ଼ାକ୍ତର ତିନି ବର୍ଷ ଗ୍ରାମାଞ୍ଚଳରେ କାର୍ଯ୍ୟ କରିବାକୁ ବାଧ୍ୟ

July 3, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୪(ଓଡ଼ିଶା ଡ଼ଟ୍ କମ୍) ସରକାରୀ ମେଡ଼ିକାଲ କଲେଜରୁ ପାସ୍ କରୁଥିବା ଛାତ୍ରଛାତ୍ରୀମାନେ ଏଣିକି ତିନି ବର୍ଷ ପାଇଁ ରାଜ୍ୟ ସରକାରଙ୍କ ଅଧୀନରେ କେବିକେ ଏବଂ ଅନ୍ୟାନ୍ୟ ପଛୁଆ ଅଞ୍ଚଳରେ କାର୍ଯ୍ୟ କରିବାକୁ ସେମାନଙ୍କ ଠାରୁ ବଣ୍ଡ ସାଇନ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି

ସେମାନେ ଯଦି ଦସ୍ତଖତ କରିଥିବା ବଣ୍ଡର ଖିଲାପ କରନ୍ତି ତେବେ ସେମାନଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଦେବାକୁ ପଡ଼ିବ । ସେହିପରି ପିଜି ବା ସୁପର ସ୍ପେସିଆଲିଟି ପାଠ୍ୟକ୍ରମରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କ ଠାରୁ ମଧ୍ୟ ବଣ୍ଡ ସାଇନ କରାଯିବ ।

ତେବେ ସେମାନେ ମଧ୍ୟ ଯଦି ଏହାର ଖିଲାପ କରନ୍ତି ପିଜି ପାସଙ୍କୁ ୧୦ ଲକ୍ଷ ଏବଂ ସୁପର ସ୍ପେସିଆଲିଟି ପାସ୍ ଛାତ୍ରଛାତ୍ରୀଙ୍କୁ ୧୫ ଲକ୍ଷ ଟଙ୍କା ଦେବାକୁ ପଡିବ ବୋଲି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ ମହାପାତ୍ର କହିଛନ୍ତି ।

ଚଳିତ ବର୍ଷ ଭୁବନେଶ୍ୱର ଏମ୍ସରେ ୫୦ ସିଟ୍ ର ଛାତ୍ରଛାତ୍ରୀ ନାମ ଲେଖାଇବେ ଏବଂ ରାଉରକେଲା ହାଇଟେକ୍ ମେଡିକାଲ କଲେଜରେ ୧୦୦ ଜଣ ଛାତ୍ରୀ ନାମ ଲେଖାଇବା ପାଇଁ ଏମସିଆଇ ଅନୁମୋନ ଦେଇଥିବା ସେ କହିଛନ୍ତି ।

ଚଳିତ ବର୍ଷ ରାଜ୍ୟର ତିନି ଗୋଟି ସରକାରୀ ମେଡିକାଲ କଲେଜରେ ୪୫୦ ସିଟ୍ ରେ ଛାତ୍ରଛାତ୍ରୀମାନେ ନାମ ଲେଖାଇବା ପାଇଁ ଏମ୍ସିଆଇ ଅନୁମୋଦନ ମିଳିଛି । ପୂର୍ବରୁ କଟକ ଏସ୍ସିବି ମେଡିକାଲ କଲେଜର ୧୫୦ ସିଟ୍ ପାଇଁ ଅନୁମୋଦନ ମିଳିଥିଲା ।

ତେବେ ଚଳିତ ବର୍ଷ ବୁର୍ଲା ଏବଂ ବ୍ରହ୍ମପୁର ମେଡିକାଲ କଲେଜର ୧୫୦ ଲେଖାଏଁ ସିଟ୍ ଏମ୍ସିଆଇର ଅନୁମୋଦନ ଲାଭ କରିଛି ।

ବର୍ତମାନ ତିନୋଟି ସରକାରୀ ମେଡିକାଲ କଲେଜ ପାଇଁ ୧୫୦ ଲେଖାଏଁ ସିଟ୍ ଅନୁମୋଦନ ଲାଭ କରିଥିବାରୁ ଏହି ସବୁ କଲେଜରେ ସ୍ଥାନ ସଂଖ୍ୟା ୧୫୦ରୁ ୨୫୦କୁ ବୃଦ୍ଧି କରାଯିବା ପାଇଁ ଉ୍ୟମ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଡ଼ାକ୍ତର, ମେଡିକାଲ କଲେଜ

ତିନି ମେଡ଼ିକାଲ କଲେଜରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା

January 7, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୭(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ତିନୋଟି ଯାକ ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଶନିବାର ଠାରୁ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ।

ଏଣିକି କଟକ ସ୍ଥିତ ଏସ୍ସିବି ମେଡ଼ିକାଲ କଲେଜ ହସ୍ପିଟାଲ, ବ୍ରହ୍ମପୁର ସ୍ଥିତ ଏମ୍କେସିଜି ଏବଂ ବୁର୍ଲା ସ୍ଥିତ ଭିଏସ୍ଏସ୍ ମେଡ଼ିକାଲ କଲେଜ ଓ ହସ୍ପିଟାଲର ସମସ୍ତ ଡ଼ାକ୍ତର ତଥା କର୍ମଚାରୀଙ୍କ ପ୍ରତ୍ୟେହ ଉପସ୍ଥାନ, ପ୍ରବେଶ ଓ ପ୍ରସ୍ଥାନର ସମୟ କମ୍ପ୍ୟୁଟର ଜରିଆରେ ରେକର୍ଡ଼ଭୁକ୍ତ ହେବ ।

ଏହି ରେକର୍ଡ଼କୁ ଭିତିକରି ଡ଼ାକ୍ତର ଓ କର୍ମଚାରୀଙ୍କ ଦରମା ତଥା ଅନ୍ୟାନ୍ୟ ସରକାରୀ ସୁବିଧା ପ୍ରଦାନ କରାଯିବ । ପର୍ଯ୍ୟାୟ କ୍ରମେ ଏହା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଂପ୍ରସାରଣ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ।

ଏହା ଆନ୍ଥେମ ଗ୍ଲୋବାଲ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ଼ ଦ୍ୱାରା କାର୍ଯ୍ୟକାରୀ ହୋଇଛି ଏବଂ ତିନି ବର୍ଷ ପର୍ଯ୍ୟନ୍ତ ଏହି ସଂସ୍ଥା ଏହାର ରକ୍ଷଣାବେକ୍ଷଣ କରିବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ମେଡିକାଲ କଲେଜ

ତିନି ସରକାରୀ ମେଡିକାଲ କଲେଜକୁ ନୂତନ ବସ୍

December 21, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡ଼ିସେମ୍ବର ୨୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ତିନୋଟି ଯାକ ସରକାରୀ ମେଡିକାଲ କଲେଜ ହସ୍ପିଟାଲକୁ ସରକାର ନୂଆ ବସ୍ ଯୋଗାଇ ଦେଇଛନ୍ତି ।

ପ୍ରତ୍ୟେକ ବସ୍କୁ ୧୮.୪ଲକ୍ଷ ଟଙ୍କା ଲେଖାଏଁ ମୋଟ ୫୫ .୨ଲକ୍ଷ ଟଙ୍କା ବ୍ୟୟରେ କିଣା ଯାଇଥିବା ଏହି ବସ୍ ଗୁଡ଼ିକୁ ବୁଧବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ପତାକା ଦେଖାଇ ଏସ୍ସି.ବିମେଡିକାଲ କଲେଜ କଟକ , ଭିଏସ୍ଏସ୍ ମେଡିକାଲ କଲେଜ ବୁର୍ଲା ଏବଂ ଏମ୍କେସିଜି ମେଡିକାଲ କଲେଜ ବ୍ରହ୍ମପୁର ପାଇଁ ଉଦ୍ଧିଷ୍ଟ ବସ୍ର ଯାତ୍ରାର ଶୁଭାରମ୍ଭ କରିଛନ୍ତି ।

ଏହି ନୂତନ ବସ୍ ଯୋଗାଇ ଦିଆଯିବା ଫଳରେ ମେଡିକାଲ କଲେଜ ଛାତ୍ରଛାତ୍ରୀ ତଥା କର୍ମଚାରୀ ମାନଙ୍କ ଦୀର୍ଘଦିନର ଆବଶ୍ୟକତା ପୂରଣ ହୋଇ ପାରିଛି ବୋଲି ଆଚାର୍ଯ୍ୟ କହିଛନ୍ତି ।

ପୂର୍ବରୁ ଥିବା ବସ୍ ଅନେକଦିନର ପୁରୁଣା ହୋଇ ଅଚଳ ହୋଇ ପଡିଥିବାରୁ ଛାତ୍ରଛାତ୍ରୀ ତଥା କର୍ମଚାରୀମାନେ ବିଭିନ୍ନ ସମୟରେ ଯାତାୟାତ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଥିଲେ ।

ବର୍ତମାନ ନୂଆ ବସ୍ ଯୋଗାଇ ଦିଆଯିବାରୁ ସେହି ଅସୁବିଧା ଦୂର ହୋଇ ପାରିବ, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ବସ୍, ମେଡିକାଲ କଲେଜ

  • Page 1
  • Page 2
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ