• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମ୍ୟାଟ୍ରିକ ପରୀକ୍ଷା

ମୂଲ୍ୟାୟନ କେନ୍ଦ୍ରରେ ବାତିଲ ମ୍ୟାଟ୍ରିକ ପରୀକ୍ଷା ଖାତା

May 9, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବରଗଡ଼, ମଇ ୧୦(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲାରେ ଏକ ମ୍ୟାଟ୍ରିକ ପରୀକ୍ଷା ମୂଲ୍ୟାୟନ କେନ୍ଦ୍ରରେ ବାତିଲ ହୋଇଥିବା ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ଆସିଥିବା ଜଣାପଡ଼ିବା ପରେ ପରୀକ୍ଷା ପରିଚାଳନାର ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବୁଧବାର ଜର୍ଜ ହାଇସ୍କୁଲରରେ ମୂଲ୍ୟାୟନ ଚାଲିଥିବା ବେଳେ ଏହି ଦାୟିତ୍ୱରେ ଥିବା ଶିକ୍ଷକମାନେ ଗତ ମାର୍ଚ୍ଚ ୨୧ରେ ପ୍ରଶ୍ନପତ୍ର ଚୋରି ଯୋଗୁଁ ବାତିଲ ହୋଇଥିବା ପ୍ରଶ୍ନପତ୍ର ମୂଲ୍ୟାୟନ କରିବାକୁ ପାଇଥିଲେ ।

ପରେ ସେମାନେ ଏସଂପର୍କରେ ମୂଲ୍ୟାୟନ କେନ୍ଦ୍ର କର୍ତୃପକ୍ଷଙ୍କୁ ଜଣାଇଥିଲେ । ଘଟଣା ସଂପର୍କରେ ଜାଣିବ ପରେ ଉକ୍ତ ଖାତା ମୂଲ୍ୟାୟନ ବନ୍ଦ କରାଯାଇଥିଲା ।

ଗତ ମାର୍ଚ୍ଚ ୨୦ରେ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପୁରୀ ଜିଲ୍ଲା ଭଗବତୀ ବିଦ୍ୟାପୀଠରୁ ପ୍ରଶ୍ନପତ୍ର ଚୋରି ହେବା ପରେ ମାତୃଭାଷା ବ୍ୟତୀତ ଅନ୍ୟ ପରୀକ୍ଷାକୁ ବାତିଲ କରାଯାଇଥିଲା ।

ଏହାପରେ ୨୧ ତାରିଖରେ ହେବାକୁ ଥିବା ଇଂରାଜୀ ବିଷୟକୁ ମଧ୍ୟ ବାତିଲ କରାଯାଇଥିଲା । ପରବର୍ତି ବିଜ୍ଞପ୍ତି ପରେ ପୁଣି ଅପ୍ରେଲ ୧୭ରୁ ଇଂରାଜୀ ବିଷୟ ସହ ଅନ୍ୟ ସମସ୍ତ ପରୀକ୍ଷା ଆରମ୍ଭ ହୋଇଥିଲା ।

ତେବେ ବାତିଲ ହୋଇଯାଇଥିବା ପରୀକ୍ଷା ଖାତା କିଭଳି ଉକ୍ତ ମୂଲ୍ୟାୟନ କେନ୍ଦ୍ରକୁ ଆସିଲା ସେ ସଂପର୍କରେ ତଦନ୍ତ କରାଯିବା ଆବଶ୍ୟକ ବୋଲି ଲୋକମାନେ ଦାବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ବରଗଡ଼, ମୂଲ୍ୟାୟନ କେନ୍ଦ୍ର, ମ୍ୟାଟ୍ରିକ ପରୀକ୍ଷା

ପରୀକ୍ଷାରେ କପିକୁ ନେଇ ସ୍କ୍ୱାଡ଼ ଗାଡ଼ି ଭଙ୍ଗାରୁଜା

April 21, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୨୧(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଓ ନୂଆପଡ଼ା ଜିଲ୍ଲାରେ ମ୍ୟାଟ୍ରିକ ପରୀକ୍ଷାରେ କପି କରିବାକୁ ନେଇ ଶନିବାର ଉତ୍ୟକ୍ତ ଲୋକମାନେ ସ୍କ୍ୱାଡ଼ ଗାଡ଼ି ଭଙ୍ଗାରୁଜା କରିଥିବା ପୋଲିସ କହିଛି ।

କପି କରୁଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷର କେନ୍ଦ୍ରୀୟ ସ୍କ୍ୱାଡ୍ ହାତରେ ଧରାପଡି ୫୧ ଜଣ
ପରୀକ୍ଷାର୍ଥୀ ଦଣ୍ଡିତ ହୋଇଛନ୍ତି ।

ଏଥିରେ ଉତ୍କ୍ଷିପ୍ତ ହୋଇ ଅଭିଭାବକ , ସ୍ଥାନୀୟ ଲୋକ ଓ ପରୀକ୍ଷାର୍ଥୀଙ୍କ ଆକ୍ରମଣରେ ସ୍କ୍ୱାଡ୍ଙ୍କୁ ଆଣିଥିବା କାର୍ ଭାଙ୍ଗି ଚୂରମାର ହୋଇଯାଇଥିବା ବେଳେ ଢେଲାମାଡରେ କାଞ୍ଜିପାଣି ହାଇସ୍କୁଲର ଜଣେ ପରୀକ୍ଷାର୍ଥୀଙ୍କ ମୁଣ୍ଡ ଫାଟି ଯାଇଛି ।

ପରୀକ୍ଷା ଶେଷ ହେବା ମାତ୍ରେ କପି ଧରାପଡିଥିବା ପରୀକ୍ଷାର୍ଥୀ ମଧ୍ୟ ଏଥିରେ ସାମିଲ ହୋଇ କାର୍କୁ
ଭଙ୍ଗାରୁଜା କରିଥିଲେ ଏବଂ ସ୍କ୍ୱାଡ୍ ଳର ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ମଧ୍ୟ ଚିରି ଦେଇଥିଲେ ।

ପରୀକ୍ଷା କେନ୍ଦ୍ରରେ କେତେକ ନିର୍ଦ୍ଦିଷ୍ଟ ପରୀକ୍ଷାର୍ଥୀଙ୍କୁ କପି ପ୍ରୋତ୍ସାହନ ଅଭିଯୋଗରେ କୋମନା ବ୍ଳକ୍ ଭେଲା ସ୍ଥିତ ଡ. କାର୍ଟଜୁ ହାଇସ୍କୁଲର ପ୍ରଧାନ ଶିକ୍ଷକ ତଥା ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ଦେବରଞ୍ଜନ ପଟେଲଙ୍କୁ ପୋଲିସ ଗିରଫ କରିଛି ।

ସେହିପରି ସିନାପାଲି ବ୍ଲକ ବୋଡ଼ାଲ ହାଇସ୍କୁଲ ଶିକ୍ଷକ ରମେଶ ପଟେଲ ଓ ୨ ଜଣ ଅଭିଭାବକଙ୍କୁ ମଧ୍ୟ
କପି ଯୋଗାଇବା ଅଭିଯୋଗରେ ପୋଲିସ ଗିରଫ କରଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କେନ୍ଦୁଝର, ମ୍ୟାଟ୍ରିକ ପରୀକ୍ଷା

ଅପ୍ରେଲ ୧୭ରୁ ମ୍ୟାଟ୍ରିକ ପରୀକ୍ଷା

March 27, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୭(ଓଡ଼ିଶା ଡ଼ଟ୍ କମ୍) ପ୍ରଶ୍ନପତ୍ର ଚୋରି ପରେ ବାତିଲ ହୋଇ ଯାଇଥିବା ମ୍ୟାଟ୍ରିକ ପରୀକ୍ଷା ଆସନ୍ତା ଅପ୍ରେଲ ୧୭ରୁ ଆରମ୍ଭ ହୋଇ ୨୬ ପର୍ଯ୍ୟନ୍ତ ଚାଲିବ ବୋଲି ମଙ୍ଗଳବାର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।

ପରିଷଦ ଦ୍ୱାରାପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ କାକଟପୁର ବ୍ଲକ ଅଧିନସ୍ଥ ବାଜପୁର ଭଗବତୀ ବିଦ୍ୟାପୀଠରୁ ରେଗୁଲାର ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ଚୋରି ହୋଇଥିଲା ।

ପ୍ରଥମଦିନ ରେଗୁଲାର ପରୀକ୍ଷାର୍ଥୀଙ୍କ ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହାପରେ ସରକାର ପରୀକ୍ଷା ବାତିଲ କରିଥିଲେ ।

ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ୪ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା
ବେଳେ କ୍ରାଇମବ୍ରାଂଚ ଏହାର ତଦନ୍ତ କରୁଛି । ପରୀକ୍ଷା ବାତିଲକୁ ନେଇ ରାଜ୍ୟବ୍ୟାପୀ ଛାତ୍ରଛାତ୍ରୀ ଅଭିଭାବକ ତଥା ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପ୍ରଶ୍ନପତ୍ର, ମ୍ୟାଟ୍ରିକ ପରୀକ୍ଷା

ପ୍ରଶ୍ନପତ୍ର ଚୋରୀ: କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ

March 26, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ମାର୍ଚ୍ଚ ୨୬(ଓଡ଼ିଶା ଡ଼ଟ୍ କମ୍) ମ୍ୟାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଚୋରୀ ଘଟଣାରେ ଦାୟୀ ଅଧିକାରୀ ତଥା କର୍ତୃପକ୍ଷଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ସୋମବାର କଟକ ଠାରେ ଅଲ୍ ଇଣ୍ଡିଆ ଡ଼ିଏସ୍ଓ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ପ୍ରଶ୍ନ ପତ୍ରକୁ ସୁରକ୍ଷିତ ରଖିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା, ଠିକ୍ ଭାବରେ ପରୀକ୍ଷା ତଥା ଉପଯୁକ୍ତ ପଦ୍ଧତିରେ ମୂଲ୍ୟାୟନ କରି ତ୍ରୁଟିଶୂନ୍ୟ ପରୀକ୍ଷା ଫଳ ପ୍ରକାଶନର ବ୍ୟବସ୍ଥା କରିବାକୁ
ସେମାନେ ଦାବି କରିଛନ୍ତି ।

ଏହାସହ ପୁନଃ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନଙ୍କ ଆବଶ୍ୟକୀୟ ସମସ୍ତ ଆନୁଷଙ୍ଗିକ ଖର୍ଚ୍ଚ ସରକାର ବହନ କରିବା ଦାବିରେ ଡ଼ିଏସ୍ଓ ଓଡ଼ିଶା ପରିଷଦ ପକ୍ଷରୁ କଟକ ବୋର୍ଡ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ପ୍ରଶ୍ନପତ୍ର ଚୋରୀ ଓ ପରୀକ୍ଷା ଘୁଂଚିବା ଫଳରେ ୫ ଲକ୍ଷରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ମାନସିକ ଚାପର ଶିକାର ହେବା ସହ ସେମାନଙ୍କର ଅଭିଭାବକମାନେ ଅଯଥା ଖର୍ଚ୍ଚାନ୍ତ ହେବେ ବୋଲି ସେମାନେ କହିଛନ୍ତି ।

ପ୍ରଶ୍ନପତ୍ର ପ୍ରସ୍ତୁତି ଠାରୁ ଆରମ୍ଭ କରି ପରୀକ୍ଷା କେନ୍ଦ୍ର ନିର୍ଦ୍ଧାରଣ, ପରୀକ୍ଷା ପରିଚାଳନା, ଖାତା ଦେଖା,ପରୀକ୍ଷା ଫଳ ପ୍ରକାଶନରେ ବ୍ୟାପକ ଅନିୟମିତତା ଫଳରେ ବହୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇପଡୁଛି ।

ଉପରୋକ୍ତ ଦାବି ପୂରଣ ପାଇଁ ଆନ୍ଦୋଳନକୁ ବ୍ୟାପକ କରିବାକୁ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ବୁଦ୍ଧିଜୀବୀ ଓ ଶିକ୍ଷାପ୍ରେମୀଙ୍କୁ ଆହ୍ୱାନ ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପ୍ରଶ୍ନପତ୍ର, ମ୍ୟାଟ୍ରିକ ପରୀକ୍ଷା

ପ୍ରଶ୍ନପତ୍ର ଚୋରି ଯୋଗୁଁ ମ୍ୟାଟ୍ରିକ ପରୀକ୍ଷା ବାତିଲ

March 21, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୧(ଓଡ଼ିଶା ଡ଼ଟ୍ କମ୍) ପୁରୀ ଜିଲ୍ଲା ଏକ ସ୍କୁଲରେ ପ୍ରଶ୍ନପତ୍ର ଚୋରି ପରେ ମାଧ୍ୟମିକ ଶିକ୍ଷା ପରିଷଦ , ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ମିଳିତ ନିଷ୍ପତି କ୍ରମେ ବୁଧବାର ମ୍ୟାଟ୍ରିକ ପରୀକ୍ଷାକୁ ବାତିଲ କରିିଆଯାଇଛି ।

କେବଳ ଆରମ୍ଭରୁ ହୋଇଥିବା ସାହିତ୍ୟ ପରୀକ୍ଷା ବ୍ୟତୀତ ଅନ୍ୟ ସମସ୍ତ ବିଷୟ ପରୀକ୍ଷା ଘୁଂଚାଇ ଦିଆଯାଇଛି । ତେବେ ଏକ୍ସରେଗୁଲାର ଓ ମଧ୍ୟମା ପରୀକ୍ଷା ଜାରି ରହିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।

୨୦ଦିନମଧ୍ୟରେ ନୂଆ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପଠାଯିବ ଏବଂ ନୂଆ ନୋଟିସ୍ ମାଧ୍ୟମରେ କେବେ ଏହି ପରୀକ୍ଷା ଅନୁଷ୍ଠିତ ହେବ ତାହା ପରୀକ୍ଷାର୍ଥୀଙ୍କୁ ଜଣାଇ ଦିଆଯିବ ।

ଏହାସହିତ ପରୀକ୍ଷା କାର୍ଯ୍ୟସୂଚୀରେ ମଧ୍ୟ ପରିବର୍ତନ କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ  ପରୀକ୍ଷା ନିୟନ୍ତ୍ରଣ କମିଟି ବୈଠକରେ ସ୍ଥିର ହୋଇଛି ।

ଏହି ଘଟଣାରେ ଉକ୍ତ ପରୀକ୍ଷା କେନ୍ଦ୍ରର ଅଧିକ୍ଷକ ଏବଂ ଅନ୍ୟ ତିନି ଜଣ କର୍ମଚାରୀଙ୍କୁ ସରକାର ନିଲମ୍ବିତ କରିଛନ୍ତି ।

କାକଟପୁର ବ୍ଲକ ଅଧିନସ୍ଥ ବାଜପୁର ଭଗବତୀ ବିଦ୍ୟାପୀଠ କେନ୍ଦ୍ରରୁ ମଙ୍ଗଳବାର ରାତିରେ ରେଗୁଲାର ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପ୍ରଶ୍ନପତ୍ର ଚୋରି ହୋଇଥିଲା ।

ଦୁର୍ବୃତମାନେ ସ୍କୁଲ ଆଲମାରୀ ଭାଙ୍ଗି ସେଥିରୁ ଗଣିତ, ଇଂରାଜୀ, ସଂସ୍କୃତ, ହିନ୍ଦୀ, ବିଜ୍ଞାନ-୧, ବିଜ୍ଞାନ-୨ ଏବଂ ଇତିହାସ ଭୂଗୋଳ ପ୍ରଶ୍ନପତ୍ର ଚୋରି କରି ନେଇଥିଲେ ।

ସାଇନ୍ଟିଫିକ୍ ଓ ଫରେନ୍ସିକ୍ ଟିମ୍ ସହାୟତାରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରଶ୍ନପତ୍ର ଚୋରି ଏବଂ ପରୀକ୍ଷା ବାତିଲକୁ ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପ୍ରଶ୍ନପତ୍ର ଚୋରି, ମ୍ୟାଟ୍ରିକ ପରୀକ୍ଷା

୨୦୯୫ କେନ୍ଦ୍ରରେ ମ୍ୟାଟ୍ରିକ ପରୀକ୍ଷା

March 18, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ମାର୍ଚ୍ଚ ୧୯(ଓଡ଼ିଶା ଡ଼ଟ୍ କମ୍) ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରାପରିଚାଳିତ ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ସୋମବାର ରାଜ୍ୟର ମୋଟ୍ ୨୦୯୫ଟି କେନ୍ଦ୍ରରେ ଆରମ୍ଭ ହୋଇଛି ।

ଚଳିତବର୍ଷ ଏହି କେନ୍ଦ୍ର ଗୁଡ଼ିକରେ ମୋଟ ୫ ଲକ୍ଷ ୧୧ ହଜାର ୪୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୫୬ ହଜାର ୮୭୫ ରେଗୁଲାର, ୫୪ ହଜାର ୪୩୨ ଏକ୍ସରେଗୁଲାର ପରୀକ୍ଷାର୍ଥୀ ଅଛନ୍ତି ।

ପରୀକ୍ଷା ସକାଳ ୭ଟା ୩୦ରୁ ଆରମ୍ଭ ହୋଇ ୧୦ଟାରେ ଶେଷ ହେବ ଓ ଏହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ପ୍ରତିବର୍ଷଦ୍ୱିତୀୟ ସିଟିଂରେ ହେଉଥିବା ଏକ୍ସ-ରେଗୁଲାର ପରୀକ୍ଷାକୁ ଚଳିତ ବର୍ଷ ବନ୍ଦ କରାଯାଇଛି ।

ପ୍ରଶ୍ନ ପତ୍ର ଭଲ ଭାବରେ ପଢିବା ପାଇଁ ପରୀକ୍ଷା ଆରମ୍ଭ ହେବାର ଦଶ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଯୋଗାଇ ଦିଆଯାଇଛି । ପରୀକ୍ଷା ଶାନ୍ତିଶୃଙ୍ଖଳା ସହ ପରିଚାଳନା ପାଇଁ ପରିଷଦ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିବା ବେଳେ କପି ରୋକିବା ପାଇଁ ୧୩୭ଟି ସ୍କ୍ୱାଡ ଗଠନ କରାଯାଇଛି ।

କପି କରୁଥିବା ବେଳେ ପରୀକ୍ଷାର୍ଥୀ ଧରାପଡ଼ିଲେ ଉକ୍ତ ପରୀକ୍ଷା ହଲ୍ର ନିରୀକ୍ଷକଙ୍କ ବିରୋଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମାଧ୍ୟମିକ ଶିକ୍ଷା ପରିଷଦ, ମ୍ୟାଟ୍ରିକ ପରୀକ୍ଷା

ମାର୍ଚ୍ଚ ୧୯ରୁ ୩୧ ମ୍ୟାଟ୍ରିକ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ

February 16, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଫେବୃୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରାପରିଚାଳିତ ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧୯ରୁ ୩୧ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଏନେଇ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି ।

୧୯ରୁ ୨୭ ପର୍ଯ୍ୟନ୍ତ କେବଳ ଗୋଟିଏ ସିଟିଂ ସକାଳ ସାତଟାରୁ ଦଶଟା ଏବଂ ୨୮ରୁ ୩୧ ଯାଏଁଦୁଇଟି ସିଟିଂ ସକାଳ ୭.୩୦ରୁ ୮.୪୫ ଏବଂ ଏକ୍ସରେଗୁଲାର ୯.୪୫ରୁ ୧୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

୧୯ରେ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ମାତୃଭାଷା, ୨୧ରେ ରେଗୁଲାର ଏବଂ
୨୨ରେ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଇଂରାଜୀ, ୨୩ରେ ରେଗୁଲାର ଏବଂ ୨୪ରେ ଏକ୍ସ
ରେଗୁଲାର ପାଇଁ ହିନ୍ଦୀ/ସଂସ୍କୃତ ପରୀକ୍ଷା ହେବ ।

ସେହିପରି ୨୬ରେ ରେଗୁଲାର ଓ ୨୭ରେ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଗଣିତ, ୨୮ରେ ପ୍ରଥମ
ସିଟିଂରେ ରେଗୁଲାର ଓଦ୍ୱିତୀୟ ସିଟିଂରେ ଏକ୍ସ ରେଗୁଲାର ପିଲାଙ୍କ ପାଇଁ ବିଜ୍ଞାନ-୧, ୨୯ରେ
ବିଜ୍ଞାନ-୨, ୩୦ରେ ଭୂଗୋଳ ଅର୍ଥନୀତି ଓ ୩୧ରେ ଇତିହାସ ପରୀକ୍ଷା ଅନୁଷ୍ଠିତ ହେବ ।

ଚଳିତ ବର୍ଷ ଚାରି ଲକ୍ଷରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ଜୁନ୍ ମାସ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପରିଷଦ, ମ୍ୟାଟ୍ରିକ ପରୀକ୍ଷା

ମାର୍ଚ୍ଚ ୧୨ ପରିବର୍ତେ ୧୯ରେ ମ୍ୟାଟ୍ରିକ ପରୀକ୍ଷା

January 14, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଜାନୁୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରାପରିଚାଳିତ ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ମାର୍ଚ୍ଚ ୧୨ ପରିବର୍ତେ ୧୯ ତାରିଖରୁ ଆରମ୍ଭ ହେବ ବୋଲି ଶନିବାର ପରିଷଦ ପକ୍ଷରୁ କୁହାଯାଇଛି ।

ପଂଚାୟତ ନିର୍ବାଚନ ଯୋଗୁଁ ସ୍କୁଲ ଗୃହ ଗୁଡ଼ିକ ନିର୍ବାଚନ କାର୍ଯ୍ୟରେ ବ୍ୟବହୃତ ହେଉଥିବା ତଥା ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହି କାର୍ଯ୍ୟରେ ନିୟୋଜିତ ହେଉଥିବାରୁ ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ପରିବର୍ତନ କରାଯାଇ ପରୀକ୍ଷା ଘୁଂଚାଇ ଦିଆଯାଇଥିବା ପରିଷଦର ଜଣେ ଅଧିକାରୀ କହିଛନ୍ତି ।

ପରୀକ୍ଷା ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ ଓ ଏଥିରେ ୫ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ
ପରୀକ୍ଷା ଦେବେ । ପରୀକ୍ଷା ପାଇଁ ନୂଆ କାର୍ଯ୍ୟସୂଚୀ ପ୍ରକାଶ ପାଇବ ଏବଂ ଜୁନ୍ ସୁଦ୍ଧା ପରୀକ୍ଷା ଫଳ
ବାହାରିବ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ମାଧ୍ୟମିକ ଶିକ୍ଷା ପରିଷଦ, ମ୍ୟାଟ୍ରିକ ପରୀକ୍ଷା

ଫେବୃୟାରୀ ପରିବର୍ତ୍ତେ ମାର୍ଚ୍ଚ ୧୬ରୁ ମ୍ୟାଟ୍ରିକ ପରୀକ୍ଷା

January 2, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଜାନୁୟାରୀ ୨(ଓଡ଼ିଶା ଡ଼ଟ୍ କମ୍) ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫେବୃୟାରୀ୨୨ ପରିବର୍ତ୍ତେ ମାର୍ଚ୍ଚ ୧୬ ତାରିଖରୁ ଆରମ୍ଭ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷ ପକ୍ଷରୁ କୁହାଯାଇଛି ।

ଜନଗଣନା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ଶିକ୍ଷକଙ୍କୁ ଅନ୍ୟ କାର୍ଯ୍ୟ ନବୋ ପାଇଁ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ପରିପ୍ରେକ୍ଷୀରେ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିବା ପରିଷର ଜଣେ ଅଧିକାରୀ କହିଛନ୍ତି ।

ପରୀକ୍ଷାକୁ ପ୍ରାୟ ଏକ ମାସ ଘୁଞ୍ଚାଇ ଦିଆଯାଇଥିବା ବେଳେ ଫର୍ମ ପୂରଣ ତାରିଖ ମଧ୍ୟ ଘୁଞ୍ଚାଇ ଦିଆଯାଇଛି । ଜୋରିମାନା ସହିତ ଫର୍ମ ପୂରଣର ଶେଷ ତାରିଖ ଜାନୁୟାରୀ ୧୦ ତାରିଖକୁ ଧାର୍ଯ୍ୟ କରାଯାଇଛି ।

ପୂର୍ବରୁ ଏହି ପରୀକ୍ଷା ଫେବୃୟାରୀ ୨୨ରୁ ଆରମ୍ଭ ହେବ ବୋଲି ପରିଷଦ ପକ୍ଷରୁ ଘୋଷଣା କରାଯାଇଥିଲା । ଚଳିତ ବର୍ଷ ପ୍ରାୟ ଛଅ ଲକ୍ଷରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଛାତ୍ରଛାତ୍ରୀ, ମୁଖ୍ୟ ଖବର, ମ୍ୟାଟ୍ରିକ ପରୀକ୍ଷା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ