• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଯାତ୍ରୀ

ଟ୍ରେନ ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ରେଳବାଇକୁ ନିର୍ଦ୍ଦେଶ

May 23, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ପୁରୀ, ମଇ ୨୩ (ଓଡିଶା ଡଟ କମ) ପୁରୀ ସହରରୁ ଦେଶର ବିଭିନ୍ନ ଅଂଚଳକୁ ଯାଉଥିବା ଟ୍ରେନ୍ ଗୁଡିକରେ ପରିମଳ ବ୍ୟବସ୍ଥା ସୁଧାରିବା, ସ୍ୱଚ୍ଛତା ଅବଲମ୍ବନ କରିବା ଓ ଯାତ୍ରୀମାନଙ୍କୁ ଠିକ୍ ସେବା ଯୋଗାଇ ଦେବା ଲାଗି ଜାତୀୟ ମାନବାଧିକାର କମିଶନ ରେଳବାଇ ବୋର୍ଡକୁ ନିର୍ଦ୍ଦେଶ ଦେଇଥିବା ଜଣେ ମାନବଧିକାର କର୍ମୀ ଶନିବାର କହିଛନ୍ତି ।

କମିଶନଙ୍କ ନିକଟରେ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଅଭିଯୋଗ କରିଥିଲେ ଯେ ଗତ ମାସରେ ସେ ପୁରୀ-ବିକାନେର ଟ୍ରେନ୍ ର ଏସି ବଗିରେ ଛତିଶଗଡର ବିଳାସପୁରକୁ ଯାଇଥିଲେ । କିନ୍ତୁ ଏହି ଟ୍ରେନ୍ ରେ ମିଳୁଥିବା ଖାଦ୍ୟ ଅତି ନିମ୍ନମାନର ଥିଲା ଏବଂ ଟ୍ରେନ୍ ରେ ସ୍ୱଚ୍ଛତା ପ୍ରତି ଆଦୌ ଧ୍ୟାନ ଦିଆଯାଇନଥିଲା ।

ବଗିରେ ମୂଷା ଓ ଅସରପା ବୁଲୁଥିବାରୁ ଦେଖିବାକୁ ମିଳିଥିଲା । ପାଇଖାନାଗୁଡିକର ଅବସ୍ଥା କହିଲେ ନସରେ । ଏଗୁଡିକରୁ ଦୁର୍ଗନ୍ଧ ବାହାରୁଥିବା ସତ୍ୱେ ସଫା କରାନଯାଇଥିଲା । ଯାହା ଫଳରେ ଯାତ୍ରୀମାନଙ୍କୁ ହଇରାଣ ହେବାକୁ ପଡିଥିଲ। । ସେହିପରି ସେ ବିଳାସପୁରରୁ ଫେରିବା ବେଳେ ମଧ୍ୟ ଅନ୍ୟ ଏକ ସୁପରଫାଷ୍ଟ ଟ୍ରେନ୍ ରେ ସମାନ ଅବସ୍ଥା ଦେଖିବାକୁ ପାଇଥିଲେ ।

କେବଳ ଏହି ଦୁଇଟି ଟ୍ରେନ୍ ନୁହେଁ, ପ୍ରାୟ ସବୁ ଟ୍ରେନରେ ପରିମଳ ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଉନଥିବାରୁ ଯାତ୍ରୀମାନଙ୍କୁ ବିଶେଷକରି ପିଲାମାନଙ୍କୁ ରୋଗ ସଂକ୍ରମଣର ଆଶଙ୍କା ରହିଛି ବୋଲି ସେ ଦର୍ଶାଇଥିଲେ ।

କମିଶନ ଅଭିଯୋଗକୁ ବିଚାରକୁ ନେଇ ଦୁଇଟି ମାମଲା ରୁଜୁ କରିଥିଲେ । ଏହାର ଶୁଣାଣୀ କରି କମିଶନ ଆବେଦନକାରୀ ଉଠାଇଥିବା ସମସ୍ୟା ସମାଧାନ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ରେଲୱେ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି । ଆଠ ସପ୍ତାହ ମଧ୍ୟରେ ଏ ସମ୍ପର୍କରେ ଆବେଦନକାରୀଙ୍କୁ ଅବଗତ କରାଇବାକୁ ମଧ୍ୟ କମିଶନ କହିଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ମାନବାଧିକାର Tagged With: ଟ୍ରେନ୍, ପରିମଳ, ଯାତ୍ରୀ, ସ୍ୱଚ୍ଛତା

ବସରେ ଜିପିଏସ, ସିସିଟିଭି ଲଗାଇବା ବାଧ୍ୟତାମୂଳକ କରିବା ଯୋଜନା

April 28, 2015 by News Bureau Leave a Comment

ଭୁବନେଶ୍ଵର, ଏପ୍ରିଲ ୨୮ (ଓଡିଶା ଡଟ କମ) ରାଜ୍ୟରେ ଚଳାଚଳ କରୁଥିବା ବସ ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଜିପିଏସ ଓ ସିସି ଟିଭି ଲଗାଇବା ବାଧ୍ୟତାମୂଳକ କରିବାପାଇଁ ସରକାର ଯୋଜନା କରିଛନ୍ତି ।

ସଡକ ଓ ପରିବହନ ବିଭାଗ ଏକ ବିଜ୍ଞପ୍ତି ଜାରିକରି ଏ ସଂକ୍ରାନ୍ତରେ ଓଡିଶା ମୋଟର ଯାନ ନିୟମ ୧୯୯୩ରେ ଆବଶ୍ୟକୀୟ ସଂଶୋଧନ ପାଇଁ ସାଧାରଣ ଲୋକଙ୍କଠାରୁ ପରାମର୍ଶ ଓ ମତାମତ ଲୋଡିଛନ୍ତି । ବିଭାଗକୁ ମତାମତ ପଠାଇବାର ଶେଷ ତାରିଖ ମଇ ୨୩ ରଖା ଯାଇଛି ।

ରାଜ୍ୟ ଘରୋଇ ବସ ମାଲିକ ସଂଘ ସରକାରଙ୍କ ପ୍ରସ୍ତାବକୁ ସ୍ଵାଗତ କରିଛନ୍ତି । ସିସି ଟିଭି ଲଗାଇବା ସପକ୍ଷରେ ମତ ଦେଇଥିବା ବେଳେ ଯଦି ବସ ନିର୍ଧାରିତ ସମୟରେ ଚଳାଚଳ କରୁଛି କି ନାହିଁ ତାହା ଉପରେ ନଜର ରଖିବାକୁ ଜିପିଏସ ଲଗାଇବା ଯୋଜନା କରୁଥାନ୍ତି ତାହା ହେଲେ ଏହାର ଖରାପ ପ୍ରଭାବ ପଡ଼ିବ, ଜିପିଏସ ଲଗାଇବାକୁ ବିରୋଧ କରି ସଂଘ କହିଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି Tagged With: ଜିପିଏସ, ବସ ମାଲିକ ସଂଘ, ଯାତ୍ରୀ, ସରକାର, ସିସିଟିଭି

ପରୀକ୍ଷାର୍ଥୀଙ୍କ ପାଇଁ ପୁରୀ-ରାଉରକେଲା ସ୍ୱତନ୍ତ୍ର ଟ୍ରେନ

April 19, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧୯(ଓଡ଼ିଶା ଡ଼ଟ୍ କମ୍) ରାଉରକେଲା ଚଳାଚଳ କରୁଥିବା ନିୟମିତ ଟ୍ରେନ୍ ଗୁଡ଼ିକରେ ଯାତ୍ରୀ ଭିଡ଼ ତଥା ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ପୁରୀ-ରାଉରକେଲା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ସ୍ଥିର କରାଯାଇଛି ।

ପୁରୀ-ରାଉରକେଲା-ପୁରୀ ପରୀକ୍ଷାର୍ଥୀ ସ୍ୱତନ୍ତ୍ର ଟ୍ରେନ୍ ଚଳିତ ମାସ ୨୮ ତାରିଖ ସକାଳ ୫ଟା ୨୫ରେ ପୁରୀରୁ ବାହାରି ୩ଟା୩୦ରେ ରାଉରକେଲାରେ ପହଂଚିବ । ଫେରିବା ବେଳେ ଏହା ୨୯ରେ ରାତି ୯ଟା ୪୫ର ବାହାରି ୩୦ ତାରିଖ ପୂର୍ବାହ୍ନ ୯ଟା ୩୫ରେ ପୁରୀରେ ପହଂଚିବ ।

ପୁରୀ ଓ ରାଉରକେଲା ମଧ୍ୟରେ ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ, ଢେଙ୍କାନାଳ, ତାଳଚେର ରୋଡ଼, ଅନୁଗୁଳ, ବଇଣ୍ଡା, ରେଢାଖୋଲ, ସମ୍ବଲପୁର ଏବଂ ଝାରସୁଗୁଡ଼ା ଠାରେ ରହଣି କରିବ ।

ଏଥିରେ ଗୋଟିଏ ଏସି-୨ଟାୟାର, ଗୋଟିଏ ୩ଟାୟାର, ଆଠଟି ସ୍ଲିପର କ୍ଲାସ ବଗି, ତିନୋଟି ସାଧାରଣଦ୍ୱିତୀୟ ଶ୍ରେଣୀ ଏବଂଦୁଇଟି ଲଗେଜଭ୍ୟାନ୍ର ବ୍ୟବସ୍ଥା ରହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପୂର୍ବତଟ ରେଳବାଇ, ଯାତ୍ରୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ