• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଯୁକ୍ତରାଷ୍ଟ୍ର ଆମେରିକା

ଓଡିଶା ବୈଜ୍ଞାନିକଙ୍କୁ ନାସା ଅନ୍ତର୍ଜାତୀୟ ପୁରସ୍କାର

November 7, 2015 by ନିଉଜ ଡେସ୍କ 1 Comment

ଓଡିଶା ଡଟ କମ ସଂବାଦ ଦାତା

ନିଉୟର୍କ ନଭେମ୍ବର ୭ (ଓଡିଶା ଡଟ କମ) ଗାଡି ଦ୍ଵାରା ହେଉଥିବା ପ୍ରଦୂଷଣ କମାଇବା ଓ ଟାୟାର ଆୟୁଷ ବୃଦ୍ଧି ସମ୍ପର୍କିତ ଏକ ନୂଆ ବୈଷୟିକ କୌଶଳ ଉଦ୍ଭାବନ କରି ଓଡିଶାର ଚାରି ଜଣ ବୈଜ୍ଞାନିକ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ଦ୍ଵାରା ପୁରସ୍କୃତ ହୋଇଛନ୍ତି।

ନାସା ଦ୍ଵାରା ଆୟୋଜିତ କ୍ରିଏଟ ଦି ଫିଉଚର ଡିଜାଇନ ପ୍ରତିଯୋଗୀତା ୨୦୧୫ ରେ ପୁରସ୍କାର ପାଇଁ ଚୟନ ହୋଇଥିବା ବୀର ସୁରେନ୍ଦ୍ର ସାଏ ଇଉନିଭର୍ସିଟି ଅଫ ଟେକନୋଲଜି , ବୁର୍ଲା ବୈଜ୍ଞାନିକ ସମିର ପଣ୍ଡା ଓ ତାଙ୍କ ସହଯୋଗୀ ଉଦିତ ବୋନ୍ଦିଆ, ଡକ୍ଟର କ୍ଷମାନିଧି ପଣ୍ଡା ଓ ସ୍ମିତିପର୍ଣ୍ଣା ଶତପଥୀଙ୍କ ଏହି ଅଟୋ ମୋବାଇଲ ପ୍ରଡ଼କ୍ଟ ବିକଶିତ କରିଥିବା ‘ଟାଇଚି ଜୁନୋ ବା ଟିଜେ ‘କୁ ଶୁକ୍ରବାର ନିଉୟର୍କ ଠାରେ ନାସାର ଟେକ ବ୍ରିଫ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି ।NASA Tech Brief Awards

ଏହି ପ୍ରତିଯୋଗିତା ରେ ବିଶ୍ୱର ଷାଠିଏ ଟି ଦେଶର ବୈଜ୍ଞାନିକ ମାନେ ଭାଗ ନେଇଥିବାବେଳେ ଆଠୋଟି ବୈଜ୍ଞାନିକଙ୍କ ଟିମ ପୁରସ୍କାର ଜିତିଥିବା ବେଳେ ୩୨ ଟି ଉଦ୍ଭାବନ ଏହି ଅବସରରେ ନାସା ପ୍ରକାଶିତ କରିଥିବା ସ୍ଵତନ୍ତ୍ର ମ୍ୟାଗାଜିନ ରେ ସ୍ଥାନ ପାଇଛି ।

ଓଡିଶା ବୈଜ୍ଞାନିକଙ୍କ ଏହି ପଙ୍କଚର ହେଉନଥିବା ଟାୟାର ପ୍ରକଳ୍ପ ସବୁଠାରୁ ଉଛ ପ୍ରଶଂସିତ ହୋଇଥିବା ବୀର ସୁରେନ୍ଦ୍ର ସାଏ ଇଉନିଭର୍ସିଟି ଅଫ ଟେକନୋଲଜି ରେ ପିଏଚଡି କରୁଥିବା ତଥା ପୁରସ୍କାର ଜିତିଥିବା ଟିମ ସଦସ୍ୟ ସମୀର ପଣ୍ଡା ଓଡିଶା ଡଟ କମକୁ କହିଛନ୍ତି।

ଗାଡି ଚଳାଇବା ସମୟରେ ଟାୟାର ଫାଟିଗଲେ ଡ୍ରାଇଭର ଏହାର ସଙ୍ଗେସଙ୍ଗେ କି ପ୍ରତିକାର କରିବ ତାହା ଭାବି ପାରିନଥାଏ । ଏହା ଦ୍ଵାରା ବେଳେ ବେଳେ ଧନ ଜୀବନ ହାନି ହୋଇଥାଏ।

ଟିଜେ ଦ୍ଵାରା ଉଦ୍ଭାବିତ ବୈଷୟିକ କୌଶଳ ଦ୍ଵାରା ଟାୟାର ଫାଟିବା ଅଥବା ପଙ୍କଚର ହେବା ନା କେବଳ କମାଇ ଦିଆ ଯାଇପାରିବ , ଗାଡି ଚକ ଓ ଅନ୍ୟ ଯନ୍ତ୍ରାଦିର ଆୟୁଷ ମଧ୍ୟ ବଢା ଯାଇପାରିବ । ଏହି ବୈଷୟିକ କୌଶଳର ପ୍ରୟୋଗ ଉଭୟ ଟ୍ୟୁବ ଥିବା ଓ ଟ୍ୟୁବ ନ ଥିବା ଟାୟାରରେ ପ୍ରୟୋଗ କରାଯାଇପାରିବ ।

ଏହି ବୈଷୟିକ ବିଦ୍ୟା ବ୍ୟବହାରରେ ଗାଡି ଦୁର୍ଘଟଣା ରୋକା ଯାଇପାରିବ ବୋଲି ସେ କହିଛନ୍ତି ।  ଏହି ପ୍ରକଳ୍ପ ଓ ପୁରସ୍କାର ସମ୍ପର୍କିତ ତଥ୍ୟ ପାଇଁ କ୍ଲିକ କରନ୍ତୁ 

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଶିକ୍ଷା, ସୂଚନା ପ୍ରଯୁକ୍ତି Tagged With: ଓଡିଆ, ପୁରସ୍କାର, ବୈଷୟିକ କୌଶଳ, ଯୁକ୍ତରାଷ୍ଟ୍ର ଆମେରିକା

ଆମେରିକାରେ ଓଡ଼ିଆ ଆଇଏଫ୍ଏସ୍ ଅଫିସର ଗିରଫ

July 26, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୨୬(ଓଡ଼ିଶା ଡ଼ଟ୍ କମ୍) ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କ ସ୍ଥିତ ସାଣରାକସ ୟୁନିଭର୍ସିଟିରେ ଏକ ତାଲିମ କର୍ମଶାଳାରେ ଯୋଗଦେବାକୁ ଯାଇଥିବା ଜଣେ ଓଡ଼ିଶା ଆଇଏଫ୍ଏସ୍ ଅଧକାରୀଙ୍କୁ ପୋଲିସ ଗିରଫ କରିଛି ।

ସମ୍ବଲପୁର ଡିଭିଜନରେ କାର୍ଯ୍ୟରତ ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ସୁରେନ୍ଦ୍ର ପ୍ରସାଦ ମହାପାତ୍ର ସେଠାରେ ଜଣେ ହୋଟେଲ ପରିଚାରିକାଙ୍କୁ ଯୌନ ଅସାଚରଣ କରିଥିବା ଅଭିଯୋଗ ପରେ ତାଙ୍କୁ ପେନ୍ସିଲଭେନିଆରେ ଗିରଫ କରାଯାଇଛି ।

ମହାପାତ୍ର ରହୁଥିବା ହୋଟେଲ ରୁମ୍ ରେ ଇଣ୍ଟରନେଟ ସମସ୍ୟା ଥିବାରୁ ତାହା ସୁଧାରିବା ପାଇଁ ଜଣେ ମହିଳା ଉକ୍ତ ରୁମ୍କୁ ଆସିଥିଲେ ଏବଂ କିଛି ସମୟ ପରେ ବାହାରକୁ ଚାଲିଯାଇଥିଲେ । ପୁଣି କିଛି ସମୟ ପରେ ପୋଲିସ ମହାପାତ୍ର ରହୁଥିବା ରୁମ୍ ଭିତରକୁ ପ୍ରବେଶ କରି ତାଙ୍କୁ ଗିରଫ କରିଥିଲା ।

ତେବେ ସଂପୃକ୍ତ ମହିଳା ଜଣକ ତାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ କରିବା ପରେ ପୋଲିସ ମହାପାତ୍ରଙ୍କୁ ଗିରଫ କରିଥିବା କୁହାଯାଇଛି ।

ଓଡ଼ିଶା କ୍ୟାଡରର ଜଣେ ଆଇଏଫ୍ଏସ୍ ଅଫିସରଙ୍କୁ ଆମେରିକାରେ ଗିରଫ କରାଯିବା ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା । ଭାରତୀୟ ଦୂତାବାସ ତଥା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ସହ ଯୋଗାଯୋଗ କରାଯାଉଛି ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।

ଗଣମାଧ୍ୟମରେ ପ୍ରଚାରିତ ଖବର ଅନୁସାରେ ମହାପାତ୍ର ଅନ୍ୟ ୩୦ଜଣ ବରିଷ୍ଠ ବନ ଅଧିକାରୀଙ୍କ ସହ ସେଠାକୁ ଯାଇଥିଲେ, ସେ କହିଛନ୍ତି । ତେବେ ମହାପାତ୍ରଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗକୁ ତାଙ୍କ ପରିବାର ପକ୍ଷରୁ ଖଣ୍ଡନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆଇଏଫ୍ଏସ୍, ଯୁକ୍ତରାଷ୍ଟ୍ର ଆମେରିକା

ଆମେରିକାରେ ଓଡ଼ିଆ ଛାତ୍ରଙ୍କୁ ହତ୍ୟା ଅଭିଯୋଗ

April 21, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କୋରାପୁଟ, ଅପ୍ରେଲ ୨୧(ଓଡ଼ିଶା ଡ଼ଟ୍ କମ୍) ଯୁକ୍ତରାଷ୍ଟ୍ର ଆମେରିକାରେ ଅଧ୍ୟୟନ କରୁଥିବା କୋରାପୁଟ ଜିଲ୍ଲାର ଜଣେ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ଜୟପୁର ଅଂଚଳର କେ.ଶେଷ୍ରାଦି ରାଓଙ୍କୁ ଆଲଷ୍ଟୋନ ସହରରରେ ଗତ ଗୁରୁବାର ଦୁର୍ବୃତମାନେ ଗୁଳି କରି ହତ୍ୟା କରିଛନ୍ତି ।

ଶେଷ୍ରାଦି ବୋଷ୍ଟନ ୟୁନିଭରସିଟିରେ ଟ୍ରେଜେରି ଆଣ୍ଡ ଇନ୍ଭେଷ୍ଟମେଂଟରେ ମାଷ୍ଟର ଡ଼ିଗ୍ରି କରୁଥିଲେ ବୋଲି ଆମେରିକା ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ୟୁନିଭରସିଟି ପରିସରରେ ତାଙ୍କୁ ଗୁଳି କରାଯାଇଥିଲା ।

ବର୍ତମାନ ପର୍ଯ୍ୟନ୍ତ ହତ୍ୟାର କାରଣ ଜଣା ପଡ଼ିନଥିବା ବେଳେ ସେଠାକାର ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି । ଜୟପୁରରେ ରହୁଥିବା ପାରାବେଢାର କେ.ସୁଧାକର ରାଓଙ୍କ ପୁଅ ଶେଷ୍ରାଦି ଗତ ବର୍ଷ ଅଗଷ୍ଟରେ ଆମେରିକାକୁ ପାଠ ପଢିବାକୁ ଯାଇଥିଲେ ।

ତେବେ ପୁଅ ଭଲ ପାଠ ପଢୁଥିବାରୁ ତାକୁ ହତ୍ୟା କରାଯାଇଛି ବୋଲି କେ.ସୁଧାକର ଗଣମାଧ୍ୟମକୁ
କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କୋରାପୁଟ ଜିଲ୍ଲା, ଯୁକ୍ତରାଷ୍ଟ୍ର ଆମେରିକା

ଆମେରିକାରେ ଓଡ଼ିଆ ସାହିତ୍ୟର ପ୍ରଚାର ପାଇଁ ଉଦ୍ୟମ

December 24, 2011 by ଓଡିଶା ଡଟ କମ

ସତ୍ୟ ପଟ୍ଟନାୟକ

ମିସିସିପି, ଡ଼ିସେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) ଯୁକ୍ତରାଷ୍ଟ୍ର ଆମେରିକାରେ ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

୨୩ ତାରିଖ ସଂଧ୍ୟାରେ ଆମେରିକା କାନାଡ଼ାର ବିିଭିନ୍ନ ସହରରୁ କବି ଓ ଗାଳ୍ପିକମାନେ ସ୍କାଇପ ମାଧ୍ୟମରେ ନିଜ ନିଜର କବିତା ଓ ଗଳ୍ପ ପାଠ କରିଥିଲେ ।

ସବିତା ପାଣିଗ୍ରାହୀଙ୍କ ଦ୍ୱାରାଆୟୋଜିତ ଓ ସତ୍ୟ ପଟ୍ଟନାୟକଙ୍କ ଦ୍ୱାରାସଂଯୋଜିତ ଏହି କାର୍ଯ୍ୟକ୍ରମରେ ମିନେସୋଟାରୁ କଳ୍ପନାମୟୀ ଦାଶ, ମେରଲ୍ୟାଣ୍ଡରୁ ବେରାଜ ସାହୁ ଓ ସ୍ନିଗ୍ଧା ହୋତା, ଓହିଓରୁ ସତ୍ୟ ପଟ୍ଟନାୟକ ଏବଂ ଅନ୍ୟମାନେ ଯୋଗ ଦେଇଥିଲେ ।

ସେହିପରି ଚଳିତ ମାସ ୧୭ରେ ମଧ୍ୟ ନରେଶ ।ସଙ୍କ ଆୟୋଜିତ ଓ ସୁଲୋଚନା ପଟ୍ଟନାୟକଙ୍କ ସଂଯୋଜିତ ଏକ କବି ସମ୍ମିଳନୀ ମେରିଲ୍ୟାଣ୍ଡରେ ଅନୁଷ୍ଠିତ ହୋଇଥିଲା ।

ଉଲ୍ଲେଖଯୋଗ୍ୟ, ଆସନ୍ତା ଜାନୁୟାରୀରେ ଆମେରିକାରୁ ସତ୍ୟ ପଟ୍ଟନାୟକଙ୍କ ସଂପାଦନାରେ ପ୍ରଥମ ଓଡ଼ିଆ ପତ୍ରିକା””ପ୍ରତିଶୃତି” ପ୍ରକାଶିତ ହେବାକୁ ଯାଉଛି ।

ଓଡ଼ିଶାର ସାହିତ୍ୟ ଓ ସଂସ୍କୃତିକୁ ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ସହିତ ନିୟମିତ ଭାବରେ ଯୋଡ଼ି ରଖିବା ପାଇଁ ଏହା ଏକ ବଳିଷ୍ଠ ପଦକ୍ଷେପ । ଏହି ପତ୍ରିକାରେ ଓଡ଼ିଶାର ବହୁ ବିଶିଷ୍ଟ ସାହିତ୍ୟିକଙ୍କ ଲେଖା ପ୍ରକାଶ ପାଇବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର, ସାହିତ୍ୟ Tagged With: ଯୁକ୍ତରାଷ୍ଟ୍ର ଆମେରିକା, ସାହିତ୍ୟ

ଓଡ଼ିଶା ସୋସାଇଟି ଅଫ୍ ଆମେରିକାର ଅଧିବେଶନ

July 8, 2011 by ଓଡିଶା ଡଟ କମ Leave a Comment

ଅନ୍ନପୂର୍ଣ୍ଣାଦେବୀ ପାଣ୍ଡେ

ଟେକ୍ସାସ, ଜୁଲାଇ ୭(ଓଡ଼ିଶା ଡ଼ଟ୍ କମ୍) ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସର ଲ୍ଲାସ ଠାରେ ଓଡିଶା ସୋସାଇଟି ଅଫ୍ ଆମେରିକା’ (ଓଏସ୍ଏ)ର ୪୨ ତମ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଜୁଲାଇ ୧ରୁ ୩ ତାରିଖ ପର୍ଯ୍ୟନ୍ତ ହୋଇଥିବା ଏହି ଅଧିବେଶନରେ ଓଡ଼ିଶା ତଥା ଓଡ଼ିଶା ବାହାରେ ରହୁଥିବା ହଜାର ହଜାର ଲୋକ ଯୋଗ ଦେଇଥିଲେ ।

ଓଡ଼ିଶା ସୋସାଇଟି ଅଫ୍ ଆମେରିକାର ଦକ୍ଷିଣ ପଶ୍ଚିମ ଚାପ୍ଟର ପକ୍ଷରୁ ଲ୍ଲାସର ଲିଗାସି ଟାଉନ ସେଣ୍ଟରରେ ଏହାର ଆୟୋଜନ କରାଯାଇଥିଲା । ଅଧିବେଶନର ପ୍ରମୁଖ ବିଷୟ ବସ୍ତୁ ଥିଲା ଓଡ଼ିଶାର ପରମ୍ପରା ଏବଂ ଗର୍ବ ଓ ଗୌରବ ।

ସେଟଲର କଂଗ୍ରେସମ୍ୟାନ ଜିମ୍ ମେକଡ଼େରମଟ୍ ଅଧିବେଶନରେ ବକ୍ତା ଭାବେ ଯୋଗ ଦେଇଥିଲେ । ସେ ଆମେରିକା- ଭାରତ ବାଣିଜ୍ୟ ସଂପର୍କର ପ୍ରମୁଖ ଓକିଲ । ଭାରତ ସରକାରଙ୍କ ମୁଖ୍ୟ ସୂଚନା କମିଶନର ସତ୍ୟାନନ୍ଦ ମିଶ୍ର ଅଧିବେଶନରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଓଟିଭି ନିର୍ଦ୍ଦେଶକ ଜାଗିମଙ୍ଗତ ପଣ୍ଡା ପ୍ରମୁଖ ଯୁବ ବକ୍ତା ଭାବେ ଯୋଗ ଦେଇଥିଲେ ।

ଓଡ଼ିଶା ସରକାରଙ୍କ ବରିଷ୍ଠ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏବଂ ଆମେରିକା ତଥା ଓଡ଼ିଶାର ବହୁ ଲୋକ ଏଥିରେ ଯୋଗ ଦେଇଥିଲେ । ଓଏସ୍ଏ ସଭାପତି ବିଜ୍ଞାନି ଦ।ସ, ଉପସଭାପତି ପ୍ରତାପ ମହାପାତ୍ର ଏବଂ କୋଷାଧ୍ୟକ୍ଷ ଅଖିଳେଶ୍ୱର ପଟେଲପ୍ରମୁଖ ଉ୍ଘାଟନ ଉତ୍ସବର ପରିଚାଳନା କରି ବିଭିନ୍ନ ପୁରସ୍କାର ପ୍ରଦାନ କରିଥିଲେ ।

ଆମେରିକାରେ ଓଡ଼ିଆଙ୍କ ପାଇଁ ଜୀବନବ୍ୟାପୀ କାର୍ଯ୍ୟ ନିମନ୍ତେ ସାରସିନ୍ଧୁ ମିଶ୍ରଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ବ୍ୟତୀତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜୀବନବ୍ୟାପୀ ସାଧନା ପାଇଁ ଓଡ଼ିଶାର ଶାନ୍ତନୁ ମହାପାତ୍ର ଏବଂ ସଂଗୀତଜ୍ଞ ଚିତ୍ତ ଜେନାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଶେଷ ଦିନରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ନୂଆ କର୍ମକର୍ତ୍ତା ଚୟନ କରାଯାଇଥିଲା । ଅନ୍ନପୂର୍ଣ୍ଣା ଦେବୀ ପାଣ୍ଡେ ସଭାପତି, କୁକୁ ଦ।ସ ଉପସଭାପତି, ଲୀନା ମିଶ୍ର ସଂପାଦକ ଏବଂ ସୁଶାନ୍ତ ସତପଥି କୋଷାଧ୍ୟକ୍ଷ ଭାବେ ଆସନ୍ତା ଦୁଇ ବର୍ଷ ପାଇଁ ଓଏସ୍ଏ ପ୍ରଶାସନର ଦ।ୟୀତ୍ୱ ଗ୍ରହଣ କରିଥିଲେ । ଓଡ଼ିଶା ସୋସାଇଟି ଅଫ୍ ଆମେରିକାରେ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି, ଆମେରିକାରେ ରହୁଥିବା ଓଡ଼ିଆଙ୍କ ଏକ ଡ଼ାଟାବେସ ପ୍ରସ୍ତୁତ ଏବଂ ଓଡ଼ିଶାରେ ରହୁଥିବା ଲୋକଙ୍କ ସହ ବାହାରେ ରହୁଥିବା ଲୋକଙ୍କ ସଂପର୍କ ଉପରେଓଏସ୍ଏ ଅଧିବେଶନର ସଭାପତି ପାଣ୍ଡେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଓଡ଼ିଶାରେ ମହିଳା ସଶକ୍ତିକରଣ, ଶିକ୍ଷା ଓ ଏହାର ସାମାଜିକ ଓ ଆର୍ଥିକ ବିକାଶ ଏବଂ ସ୍ୱାସ୍ଥ୍ୟ ଉପରେ ଅଧିବେଶନରେ ଆଲେଚନା କରାଯାଇଥିଲା ।ଏହି ଅବସରରେ ଆୟୋଜିତ ମନୋରଂଜନ କାର୍ଯ୍ୟକ୍ରମରେ ଓଡ଼ିଶାର ନୃତ୍ୟଶିଳ୍ପୀ ତଥା ସେଠାରେ ଥିବା ଓଏସ୍ଏର ବିଭିନ୍ନ ଚାପ୍ଟର କଳାକାରମାନେ ଅଂଶ ଗ୍ରହଣ କରି ।

ଓଡ଼ିଶାର ସଂସ୍କୃତି ଓ ପରମ୍ପରା ସହିତ ସାମିଲ ହେବା ତଥା ଓଡ଼ିଶାର ପୁରୁଣା ବନ୍ଧୁଙ୍କ ସହ ମିଶିବା ପାଇଁ ଏହା ଏକ ବିଶେଷ ମୁହୁର୍ତ୍ତ । ଏହାର ପରିଚାଳକ ତପନ ପାଢୀ, ସହ ପରିଚାଳକ ଦେବାଶିଷ ନନ୍ଦ, ଗୋପାଳ ମହାପାତ୍ର, ଓଏସ୍ଏର ଦକ୍ଷିଣ ପଶ୍ଚିମ ଚାପ୍ଟର ସଭାପତି ଏବଂ ଶତାଧିକ ସ୍ୱେଚ୍ଛାସେବୀଙ୍କୁ ସେମାନଙ୍କର ସହାୟତା ପାଇଁ ପାଣ୍ଡେ ଧନ୍ୟବାଦ ଜଣାଇଛନ୍ତି ।
ଓଡ଼ିଶା ଡ଼ଟ୍ କମ୍

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ମୁଖ୍ୟ ଖବର, ଯୁକ୍ତରାଷ୍ଟ୍ର ଆମେରିକା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ