• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଯୁବ କଂଗ୍ରେସ

ସଂଗ୍ରାମ ଜେନା ଯୁବ କଂଗ୍ରେସ ନୂତନ ସଭାପତି

December 24, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଜୟଦେବ ଜେନାଙ୍କ ପୁତ୍ର ସଂଗ୍ରାମ ଜେନା ଶନିବାର ରାଜ୍ୟ ଯୁବ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।

ଏନେଇ ସମସ୍ତ ଜିଲ୍ଲାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଆଜି ଭୋଟ୍ ବାକ୍ସ ଗୁଡ଼ିକ କଂଗ୍ରେସ କାର୍ଯ୍ୟାଳୟକୁ ଅଣାଯାଇ ଗଣତି କରାଯାଇଥିଲା । ଏଥିରେ ସଂଗ୍ରାମ ତାଙ୍କର ପ୍ରତିଦ୍ୱନ୍ଦୀ ବିଶ୍ୱଭୂଷଣଙ୍କ ଠାରୁ ୨୮୮୭ଟି ଭୋଟ୍ରେ ବିଜୟୀ ହୋଇଛନ୍ତି ।

ତେବେ ବିଶ୍ୱଭୂଷଣଙ୍କୁ ଯୁବକଂଗ୍ରେସର ରାଜ୍ୟ ଉପସଭାପତି ଭାବେ ନିର୍ବାଚିତ କରାଯାଇଛି । ଅଖିଳ ଭାରତୀୟ ଯୁବକଂଗ୍ରେସ ପକ୍ଷରୁ ଏବିଷୟରେ ଘୋଷଣା କରାଯାଇଛି ।

ଯୁବ କଂଗ୍ରେସ ସଭାପତି ପ୍ରଦୀପ ମାଝୀଙ୍କ ଇସ୍ତଫା ପରେ ଗତ ମାର୍ଚ ମାସରୁ ଏହି ପଦବୀ ଖାଲିପଡ଼ିଥିଲା । ନବନିର୍ବାଚିତ ପ୍ରତିନିଧିମାନେ ଦୁଇ ବର୍ଷ ପାଇଁ ଏହି ପଦବୀରେ ରହିବେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଯୁବ କଂଗ୍ରେସ, ସଭାପତି

ଅନଶନରତ ଯୁବ କଂଗ୍ରେସ ସଭାପତି ଡ଼ାକ୍ତରଖାନାରେ ଭର୍ତ୍ତି

January 4, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୪(ଓଡ଼ିଶା ଡ଼ଟ୍ କମ୍) ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଗତ ପାଞ୍ଚ ଦିନ ଧରି ଆମରଣ ଅନଶନରେ ବସିଥିବା ରାଜ୍ୟ ଯୁବ କଂଗ୍ରେସ ସଭାପତି ପ୍ରଦୀପ ମାଝୀଙ୍କୁ ମଙ୍ଗଳବାର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସ୍ୱାସ୍ଥ୍ୟବସ୍ଥାରେ ଅବନତି ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦଳର ବହୁ ବରିଷ୍ଠ ନେତା ଡ଼ାକ୍ତରଖାନାକୁ ଯାଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।

ଗତକାଲି ମଧ୍ୟ ଅନଶନରତ ଯୁବ କଂଗ୍ରେସ ଉପସଭାପତିଙ୍କ ସମେତ ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

କ୍ଷୟକ୍ଷତି ଆକଳନରୁ ବାଦ ପଡ଼ିଥିବା ସାତଟି ଜିଲ୍ଲାକୁ କ୍ଷତିଗ୍ରସ୍ତ ତାଲିକାରେ ଅର୍ନ୍ତଭୁକ୍ତ କରିବା, ସମସ୍ତ ଚାଷୀଙ୍କୁ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ଼ କରିବା, ମୃତ୍ୟୁବରଣ କରିଥିବା ଚାଷୀଙ୍କ ପରିବାରକୁ ଦଶ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦ।ବିରେ ଯୁବ କଂଗ୍ରେସ ପକ୍ଷରୁ ଆମରଣ ଅନଶନ କରାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅଦିନିଆ ବର୍ଷା, ମୁଖ୍ୟ ଖବର, ଯୁବ କଂଗ୍ରେସ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ