• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରଞ୍ଜନ ମହାନ୍ତି

୩୨ହଜାରରୁ ଉର୍ଦ୍ଧ ଶିଶୁ ଶ୍ରମିକଙ୍କୁ ମୁକ୍ତ କରିଛି ପିକକ୍

July 18, 2015 by ନିଉଜ ଡେସ୍କ Leave a Comment

୩୨ହଜାରରୁ ଉର୍ଦ୍ଧ ଶିଶୁ ଶ୍ରମିକଙ୍କୁ ମୁକ୍ତ କରିଛି ପିକକ୍

ଓଡିଶା ଡଟ କମ ସଂବାଦଦାତା

ଭୁବନେଶ୍ୱର,୧୮ ଜୁଲାଇ (ଓଡିଶା ଡଟ କମ) ବିଗତ କିଛି ବର୍ଷ ମଧ୍ୟରେ ସ୍ଵେଚ୍ଛାସେବୀ ସଂଗଠନ ପିକକ୍ ର ଉଦ୍ୟମରେ ପ୍ରାୟ ୩୨ହଜାରରୁ ଉର୍ଦ୍ଧ ଶିଶୁ ଶ୍ରମିକ ମୁକ୍ତିଲାଭ କରି ବିଦ୍ୟାଳୟରେ ନାମ ଲେଖାଇଥିବା ଅନୁଷ୍ଠାନର ସମ୍ପାଦକ ରଞ୍ଜନ ମହାନ୍ତି କହିଛନ୍ତି।

ସଂଗଠନର ୨୫ ବର୍ଷ ପୂର୍ତ୍ତୀ ତଥା ‘ପିକକ୍’ ପରିବାର ପୁରସ୍କାର ସମାରୋହ ଉତ୍ସବରେ ଶନିବାର ସେ ଏହା କହିଛନ୍ତି ।

ସଂକଳ୍ପ, ନିଷ୍ଠା ଓ ତ୍ୟାଗ ନରହିଲେ ଆଗକୁ ବଢ଼ିବା ସମ୍ଭବ ନୁହେଁ । ପିପୁଲସ କଲଚରାଲ ସେଣ୍ଟର(ପିକକ୍) ନିଷ୍ଠାର ସହିତ କାର୍ଯ୍ୟ କରିଥିବାରୁ ଆଜି ଏତେ ବାଟ ଆଗେଇଛି ।

11717526_379697988896494_275809853120656804_oବିଗତ ଦିନରେ ଅନେକ ଲୋକ ହିତକର କାର୍ଯ୍ୟ କରିଆସିଥିବା ଏହି ସଙ୍ଗଠନ ଆଗକୁ ଅଧିକ ନିଷ୍ଠାର ସହ କାର୍ଯ୍ୟ କରିବାକୁ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଭବାନିଚରଣ ପଟ୍ଟନାୟକ ଉତ୍ସବରେ ଉଦବୋଧନ ଦେଇ କହଛନ୍ତି।

ସଙ୍ଗଠନର ଅଧ୍ୟକ୍ଷା ଆଦରମଣି ବରାଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ପଟ୍ଟନାୟକ ଉଦ୍ଘାଟନ କରିଥିଲେ ।

କାର୍ଯ୍ୟକ୍ରମରେ ଯୋଗଦେଇ ଖୋର୍ଦ୍ଧା ଜିଲ୍ଲାପାଳ ନିରଞ୍ଜନ ସାହୁ କହିଥିଲେ ଆଗକୁ ବଢ଼ୁଥିବା ସଂସ୍ଥାକୁ ଏକ ଧାର୍ଯ୍ୟ ଦୀର୍ଘମିଆଦି ଲକ୍ଷ୍ୟ ନେଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ।

ଓଡ଼ିଶା ସହସ୍ରାବ୍ଦ ଲକ୍ଷ୍ୟଠାରୁ ଏବେ ଦୂରରେ ରହିଛି । ବିଶେଷ କରି ମାତୃ ଓ ଶିଶୁ ମୃତୁ୍ୟ ହାରରେ ବିଶ୍ୱସ୍ତରରେ ଭାରତ ଓ ଜାତୀୟ ସ୍ତରରେ ଓଡ଼ିଶା ପଛରେ ଥିବାରୁ ଏ ସଂକ୍ରାନ୍ତ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସେ ଆହ୍ୱାନ ଦେଇଥିଲେ ।

ପିକକ୍ ସମ୍ପାଦକ ରଞ୍ଜନ ମହାନ୍ତି ସଙ୍ଗଠନର ଆଭିମୁଖ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ ବିଗତ କିଛି ବର୍ଷ ଭିତରେ ସଙ୍ଗଠନ ପକ୍ଷରୁ ୩୨ହଜାରରୁ ଉର୍ଦ୍ଧ ଶିଶୁ ଶ୍ରମିକଙ୍କୁ ମୁକ୍ତ କରି ବିଦ୍ୟାଳୟକୁ ଅଣାଯାଇପାରିଛି ।

ଯୁବ ଶିବିର ଓ ଜାତୀୟ ସଂହତି ଶିବିର ମାଧ୍ୟମରେ ଚାରାରୋପଣ ସହିତ ବହୁ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

କାର୍ଯ୍ୟକ୍ରମରେ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତି, ଖୋର୍ଦ୍ଧାର ପୂର୍ବତନ ଜଲ୍ଲାପାଳ ନାରାୟଣଚନ୍ଦ୍ର ଜେନା, ଏସସିପିସିଆର ସଭ୍ୟା ରାଜଲକ୍ଷ୍ମୀ ଦାସ, ସମାଜ ସେବୀ ନମ୍ରତା ଚଢ଼ା,ଡକ୍ତର ଅଶୋକାନନ୍ଦ ଧର, ଅଲମ୍ପିଆଡ୍ ଅନୁରାଧା ବିଶ୍ୱାଳ, ଡଃ, ମିନାକ୍ଷୀ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କୁ ହେରିଟେଜ ପୁରସ୍କାର, ଚଳଚ୍ଚିତ୍ର ପ୍ରଯୋଜକ ସବ୍ୟସାଚୀ ମହାପାତ୍ରଙ୍କୁ ସିନେଫିଲ୍ ସମ୍ମାନ ସହ ପ୍ରଦୁ୍ୟମ୍ନ ମହାନ୍ତି, ମାଧବ ବେହୁରା, ଲେନିନ୍ ମହାନ୍ତି, ସଙ୍ଗୀତଜ୍ଞ ବିଭୁ ଦାସ, ବନ୍ଦିତା ଦାସ, ଇପ୍ସିତା ଦାସ, ଲକ୍ଷ୍ମୀକାନ୍ତ ପାଲିତଙ୍କ ସମେତ ପିକକ୍ ସହିତ ୨୦ ବର୍ଷରୁ ଉର୍ଦ୍ଧ ସମ୍ପୃକ୍ତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଏବଂ ଓଭା, ଏସ୍.ଓ.ଏସ୍, ବସୁନ୍ଧରା, କ୍ଲାପ୍, ରୋଟାରି ହେରିଟେଜ୍ ଆଦି ବହୁ ସଙ୍ଗଠନକୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ରତ୍ନା ଦାସ, ଜ୍ୟୋତି ମହାନ୍ତି, ଜ୍ୟୋତି ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ସଙ୍ଗଠନର ୨୫ ବର୍ଷର ଯାତ୍ରା ଉପରେ ଏକ ପ୍ରମାଣିକ ଚିତ୍ର ପ୍ରଦର୍ଶନ କରାଯାଇଥିଲା ।

ସଙ୍ଗଠନର କାର୍ଯ୍ୟନିର୍ବାହୀ ନିର୍ଦେଶିକା ଅନୁରାଧା ମହାନ୍ତି ସ୍ୱାଗତ ଭାଷଣ ଅବସରରେ ପିକକ୍ ପକ୍ଷରୁ ଗତ ଦଶନ୍ଧି ମଧ୍ୟରେ ନିଆଯାଇଥିବା କିଛି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।

ଭିକି ଡ଼୍ୟାନସ୍ ଗ୍ରୁପର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ । ବହୁ ନବୀନ ଓ ତରୁଣ କଣ୍ଠଶିଳ୍ପୀ ସଙ୍ଗୀତ ପରିବେଷଣ କରିଥିଲେ । ସଙ୍ଗଠନର ଦକ୍ଷ କର୍ମକର୍ତ୍ତାଙ୍କୁ ଏଠାରେ ପୁରସ୍କୃତ କରାଯାଇଥିଲା ।

ଏହି ଅବସରରେ ଜୟଦେବ ଭବନରେ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସଭା ସମିତି Tagged With: ପିକକ, ରଞ୍ଜନ ମହାନ୍ତି

‘ସଚେତନତା, ଗୁଣାତ୍ମକ ଶିକ୍ଷା ଦ୍ୱାରା ଶିଶୁ ଶ୍ରମିକ ବିଲୋପ ସମ୍ଭବ’

June 12, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର,୧୨ ଜୁନ (ଓଡିଶା ଡଟ କମ) : ସଚେତନତା ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦ୍ଵାରା ସମାଜରେ ଶିଶୁ ଶ୍ରମିକ ବିଲୋପ ସମ୍ଭବ ବୋଲି ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍) ଦ୍ୱାରା ଭୁବନେଶ୍ଵରରେ ଶୁକ୍ରବାର ଆୟୋଜିତ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ବକ୍ତା ମାନେ ମତପ୍ରକାଶ କରିଛନ୍ତି।

DSC01215ବଞ୍ଚିବାର ରାହା ପାଉ ନଥିବା ଏବଂ ଜୀବିକା ପାଇଁ ସଂଘର୍ଷ କରୁଥିବା ପରିବାରର ପିଲା ଶିଶୁ ଶ୍ରମିକ ହେବାକୁ ବାଧ୍ୟ ହେଉଛି । ବାଳ ଶ୍ରମିକ ପ୍ରଥା ଦିନକୁ ଦିନ ଭୟଙ୍କର ରୂପ ନେଉଛି । ଗଣତି ଭିତରକୁ ଆସୁଥିବା ସଂଖ୍ୟାଠାରୁ ବାହାରେ ରହିଯାଉଥିବା ଶିଶୁ ଶ୍ରମିକଙ୍କ ସଂଖ୍ୟା ଅଧିକ ।

ଏହାର କାରଣ ଖୋଜିବା, ନିରାକରଣ ବାହାର କରିବା ସହିତ ଥଇଥାନ ଦିଗରେ ନିଆଯାଉଥିବା ପଦକ୍ଷେପର ମୂଲ୍ୟାୟନ କରାଯିବା ଆବଶ୍ୟକ । ବିଶେଷ କରି ଜନସଚେତନା ସୃଷ୍ଟି ଦ୍ୱାରା ଆଗାମୀ ଦିନରେ ଶିଶୁ ଶ୍ରମିକ ବିଲୋପ ଅଭିଯାନ ସଫଳ ହେବ ବୋଲି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ ମତବ୍ୟକ୍ତ କରିଛନ୍ତି ।

କାର୍ଯ୍ୟକ୍ରମରେ ଯୋଗଦେଇ ଓପେପା ପ୍ରକଳ୍ପ ନିର୍ଦେଶକ ମହେନ୍ଦ୍ର ମଲ୍ଲିକ କହିଥିଲେ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଶୁଙ୍କ ସୁରକ୍ଷା ପାଇଁ ଶିଶୁ ସୁରକ୍ଷା ଅଧିକାରୀ, ଶ୍ରମ ଅଧିକାରୀ, ପୁଲିସ୍, ଓପେପା ଅଧିକାରୀଙ୍କୁ ନେଇ ସ୍କ୍ୱାଡ଼ ଗଠନ କରାଯାଇଛି ।

ତେବେ ଉଦ୍ଧାର ଓ ଥଇଥାନ ଦିଗରେ ଅଭିଭାବକଙ୍କ ସହଯୋଗର ଆବଶ୍ୟକତା ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୦୪ ଟି ସିଜନାଲ ହଷ୍ଟେଲରେ ୮ହଜାର ଛାତ୍ରଛାତ୍ରୀଙ୍କୁ ରଖାଯାଇପାରିଛି ।

ଗୋଟିଏ ଜିଲାରୁ ଅନ୍ୟ ଜିଲାକୁ କାମ ପାଇଁ ଯାଉଥିବା ଶିଶୁଙ୍କ ପିଲା ଏହି ହଷ୍ଟେଲରେ ରହି ସାଧାରଣ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି । ସହକାରୀ ଶ୍ରମ କମିଶନର ପ୍ରଦୀପ କୁମାର ମହାପାତ୍ର ଶିଶୁ ଶ୍ରମିକଙ୍କୁ ଉଦ୍ଧାର ପରେ ଥଇଥାନ ଦିଗରେ ଦେଖାଦେଉଥିବା ସମସ୍ୟା ନେଇ ଉଦବେଗ ପ୍ରକାଶ କରିଥିଲେ ।

ପିଲାଙ୍କୁ ଉଦ୍ଧାର ପରେ ପିତାମାତା ପ୍ରତିରୋଧ କରୁଥିବା ଦେଖିବାକୁ ମିଳୁଛି । ଶିଶୁ ଶ୍ରମିକ ତଦାରଖ ବ୍ୟବସ୍ଥା ଠିକଣା ଭାବେ କାର୍ଯ୍ୟକାରୀ କରାଯିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ରାଜଲକ୍ଷ୍ମୀ ଦାସ କହିଥିଲେ ଯେ ଶିଶୁ ମାନଙ୍କୁ ଶ୍ରମିକ ଭାବେରେ ନିଯୁକ୍ତି ଦେବା ଏକ ଘୃଣ୍ୟ ପ୍ରଥା । ସଂପ୍ରତି କମିଶନ୍ ଶିକ୍ଷା ଅଧିକାର ଆଇନ୍ କୁ ତଦାରଖ କରିବାପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ।

ଶ୍ରମିକ ନେତା ସୌରୀବନ୍ଧୁ କର କହିଥିଲେ ଯେ ସମସ୍ତ ପ୍ରକ୍ରିୟା ଓ କ୍ଷେତ୍ରରେ ୧୮ ବର୍ଷ ପର୍ଯ୍ୟନ୍ତ ଶିଶୁ ଶ୍ରମକୁ ସଂପୂର୍ଣ୍ଣ ରୁପେ ନିଷେଧ କରିବା ପାଇଁ ଆଇନରେ ବ୍ୟାପକ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି ।

ଏହି ଅବସରରେ ଗୁଣାତ୍ମକ ଶିକ୍ଷା ଜରିଆରେ ଶିଶୁ ଶ୍ରମିକ ଉଚ୍ଛେଦ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ନ୍ୟାସନାଲ ସେଣ୍ଟର ଫର ଚାଇଲ୍ଡ ରାଇଟ୍ସର ନିର୍ଦ୍ଦେଶକ ପ୍ରଫେସର ପ୍ରବୀର ପଟ୍ଟନାୟକ କହିଥିଲେ ଯେ ପିଲାଙ୍କ କଥା ଭାବିବାକୁ କାହାରି ବେଳ ନାହିଁ, ଶିଶୁ ଶ୍ରମ ଉଚ୍ଛେଦ ସମସ୍ତଙ୍କର ଦାଇତ୍ୱ ।

ଏସ.ସି.ଇ.ଆର.ଟି ର ପୂର୍ବତନ ନିର୍ଦେଶକ ପ୍ରଫେସର ଏସ.ଏଲ ଜେନା ବିଦ୍ୟାଳୟଗୁଡ଼ିକ ଶିଶୁର ପସନ୍ଦ ଅନୁସାରେ ଶିକ୍ଷାଦାନ କରିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ ।

ଆଲୋଚନାରେ ଭାଗ ନେଇ ପ୍ରଫେସର ବିଜୟ ବହିଦାର କହିଥିଲେ ଯେ ରାଜନୈତିକ ଇଚ୍ଛାଶକ୍ତି ବିନା ଶିଶୁ ଶ୍ରମିକ ବିଲୋପ ସମ୍ଭବ ନୁହେଁ । ଗୋଟିଏ ପ୍ରକାର ଶିକ୍ଷା ବ୍ୟବସ୍ଥା, ସ୍ୱୟଂସମ୍ପୂର୍ଣ୍ଣ ବିଦ୍ୟାଳୟ ଶିକ୍ଷକ ସମସ୍ୟା ଦୂର ହେଲେ ଗୁଣାତ୍ମକ ଶିକ୍ଷା ସମ୍ଭବ ହେବ ।

କାର୍ଯ୍ୟକ୍ରମରେ କ୍ଲାପ୍ ର ଆଡ଼ଭୋକେଟ ବିକାଶ ଦାସ, ବି.ଜି.ଭି.ଏସ୍ ର ଉଷାରାଣୀ ବେହେରା, ଓପେପାର ଶ୍ରୀବତ୍ସ ପଟେଲ, ପିକକ୍ର ଅଧ୍ୟକ୍ଷା ଆଦରମଣୀ ବରାଳ ପ୍ରମୁଖ ଯୋଗଦେଇଥିଲେ ।

ପିକକର ସମ୍ପାଦକ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିବାବେଳେ କାର୍ଯ୍ୟନିର୍ବହୀ ନିର୍ଦେଶିକା ଅନୁରାଧା ମହାନ୍ତି ସଙ୍ଗଠନ ପକ୍ଷରୁ ଶିଶୁ ଉଦ୍ଧାର, ଥଇଥାନ ଓ ଶିକ୍ଷାଦାନ ଦିଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ ।

ବାଙ୍ଗୁରିଗାଁର ପୁରସ୍କାରପ୍ରାପ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତାପଚନ୍ଦ୍ର ସ୍ୱାଇଁ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ବିଜୟ କୁମାର ପ୍ରଧାନ ଗୁଣାତ୍ମକ ଶିକ୍ଷା ଉପରେ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ । ସଙ୍ଗଠନ ପକ୍ଷରୁ ଜ୍ୟୋତି ମହାପାତ୍ର, ସୁନନ୍ଦା ବିଶ୍ୱାଳ ଏବଂ ଜ୍ୟୋତିଶଙ୍କର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଓଡିଶା ଡଟ କମ

News Bureau
News Bureau

Filed Under: ସଭା ସମିତି Tagged With: ପିକକ୍, ରଞ୍ଜନ ମହାନ୍ତି, ଶିଶୁ ଶ୍ରମିକ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ