• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରାଉରକେଲା ଇସ୍ପାତ କାରଖାନା

କର୍ମଚାରୀଙ୍କ ମଧ୍ୟରେ ସମନ୍ଵୟ ପାଇଁ ଆରଏସପିର ‘ପ୍ରୟାସ’

May 14, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ରାଉରକେଲା,ମଇ ୧୪ (ଓଡିଶା ଡ଼ଟ୍ କମ୍), ରାଉରକେଲା ଇସ୍ପାତ କାରଖାନାରେ କର୍ମଚାରୀଙ୍କ ମଧ୍ୟରେ ସମନ୍ଵୟକୁ ସୁଦୃଢ କରିବା ଓ ସେମାନଙ୍କର ଆଭିମୁଖ୍ୟ ଗୁଡିକୁ ପ୍ରତିଷ୍ଠାନର ଆଭିମୁଖ୍ୟ ସହ ସଂଲଗ୍ନ ନିମନ୍ତେ ଗୁରୁବାର ବ୍ଲାଷ୍ଟ ଫର୍ଣ୍ଣେସ-୫ ଠାରେ “ଲକ୍ଷ୍ୟ” ନାମକ ଏକ ନୂତନ ଯୋଗାଯୋଗ ‘ପ୍ରୟାସ’ର ଶୁଭାରମ୍ଭ କରାଯାଇଛି।

ଏହି କାର୍ଯ୍ୟକ୍ରମରେ କାରଖାନାର କାର୍ଯ୍ୟକାରୀ ନିର୍ଦ୍ଦେଶକ ଶ୍ରୀ ଅଶ୍ଵିନୀ କୁମାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।

????????????????????????????????????

ଏହି ଅବସରରେ ସର୍ଭିସେସ ବିଭାଗର ଭାରପ୍ରାପ୍ତ ଜିଏମ, ଶ୍ରୀ ବଲବୀର ସିଂହ, ଇଲେକଟ୍ରିକାଲ ଓ ପାୱାର ବିଭାଗର ଭାରପ୍ରାପ୍ତ ଜିଏମ ଶ୍ରୀ ୟୁ ମିଶ୍ର, ବ୍ଲାଷ୍ଟ ଫର୍ଣ୍ଣେସ ବିଭାଗର ଜିଏମ ପି କେ ଦାସଙ୍କ ସମେତ ବିଭିନ୍ନ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ଓ ଏଥିରେ ୫୦ ଅଂଶଗ୍ରହଣକାରୀ ଭାଗ ନେଇଥିଲେ ।

ଅଶ୍ଵିନୀ କୁମାର ନିଜ ଅଭିଭାଷଣରେ ଅଂଶଗ୍ରହଣକାରୀ ମାନଙ୍କୁ ଉତ୍ସାହିତ କରିବା ସହିତ କାର୍ଯ୍ୟକ୍ରମରେ ଯୋଗଦେଇ ମତବିନିମୟ ଅଧିବେଶନକୁ ସଫଳ କରିବା ପାଇଁ ଆହ୍ଵାନ ଜଣାଇଥିଲେ।

ସେ କର୍ମଚାରୀ ମାନଙ୍କୁ ବ୍ଲାଷ୍ଟ ଫର୍ଣ୍ଣେସ-୫ ଉତ୍ପାଦନରେ ଅଧିକ ଉନ୍ନତିପାଇଁ ସହୋଯୋଗ କରିବା କଥା କହିଥିଲେ। ଏଥିରେ ଉପସ୍ଥିତ ଥିବା ଅନ୍ୟ ବରିଷ୍ଠ ଅଧିକାରୀ ମାନେ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିଥିଲେ।

ଓଡିଶା ଡ଼ଟ୍ କମ୍

News Bureau
News Bureau

Filed Under: ସଭା ସମିତି Tagged With: ପ୍ରୟାସ, ରାଉରକେଲା ଇସ୍ପାତ କାରଖାନା

ବରଗଡ଼: କାରଖାନା କର୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି

June 16, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଜୁନ୍ ୧୬(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲାରେ ଥିବା ସିମେଣ୍ଟ କାରଖାନା କର୍ତୃପକ୍ଷ ଶ୍ରମିକ ମାନଙ୍କୁ ଅତ୍ୟାଚାର କରୁଥିବା ତଥା ପ୍ରଦୂଷଣ କରୁଥିବା ଅଭିଯୋଗ କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ ଦାବି କରିଛି ।

ସଂଘର ସଭାପତି ବ୍ରହ୍ମାନନ୍ଦ ମହାକୁଡ଼ ଶନିବାର ଜିଲ୍ଲାପାଳଙ୍କୁ ଏସଂପର୍କରେ ଏକ ପତ୍ର ପ୍ରଦାନ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବାଧ୍ୟ ହୋଇ କାରଖାନାକୁ ଅର୍ଥନୈତିକ ଓ ସାମାଜିକ ଅବରୋଧ ପାଇଁ ଚେତାବନୀ ଦେଇଛନ୍ତି ।

କାରଖାନାର ପ୍ରଦୂଷଣ ଯୋଗୁଁ ୯୦ ପ୍ରତିଶତ ଶିଶୁ ଶ୍ୱାସ ଓ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ସଂଘ ଏହି ପତ୍ରରେ ଉଲ୍ଲେଖ କରିଛି ।

ଏହାସହ ଶ୍ରମିକ ମାନଙ୍କୁ ସିମେଣ୍ଟ ୱେଜ ବୋର୍ଡ଼ର ଆର୍ବିଟ୍ରେସନ୍ ଅନୁସାରେ ଦରମା ଦିଆଯିବା କଥା କିନ୍ତୁ ଠିକା ଶ୍ରମିକ ମାନଙ୍କୁ ଠକି ରାଜ୍ୟ ସରକାରଙ୍କ ଅନୁସାରେ ଦରମା ଦିଆଯାଉଛି ।

କର୍ତୃପକ୍ଷ କାରଖାନାର ନିରାପଦ ଓ ଇକ୍ୟୁପମେଣ୍ଟ ପ୍ରତି ଜାଣି ଶୁଣି ଅବହେଳା କରୁଥିବାରୁ ଶ୍ରମିକମାନେ ବାରମ୍ବାର ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି ।

ଉକ୍ତ କାରଖାନା ଖଲିଆପାଲି ଗ୍ରାମର ମାତ୍ର ତିନି ଶହ ମିଟର ମଧ୍ୟରେ ପାୱାର ପ୍ଳାଣ୍ଟ ସ୍ଥାପନ କରି ଆଖାପାଖ ଅଞ୍ଚଳ ତଥା ବରଗଡ଼ ସହରକୁ ପ୍ରଦୂଷିତ କରୁଛି । ପ୍ଳାଣ୍ଟର ଫ୍ଲାଇଆଶ୍କୁ ଆସ୍ପଣ୍ଡରେ ନପକାଇ ସେ ଗୁଡ଼ିକୁ ଖୋଲା ସ୍ଥାନରେ ପକାଉଥିବାରୁ ଏହା ସମଗ୍ର ଅଞ୍ଚଳ ପ୍ରଦୂଷିତ କରୁଛି ବୋଲି ସଂଘ ଅଭିଯୋଗ କରିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ପ୍ରଦୂଷଣ, ବରଗଡ଼, ରାଉରକେଲା ଇସ୍ପାତ କାରଖାନା

ଆର୍ଏସ୍ପିରେ ନିଅାଁଲିଭା ପାଇଁ ଫୋମ୍ ଫାୟାର ଟେଣ୍ଡର

December 22, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ଡ଼ିସେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ରାଉରକେଲା ଇସ୍ପାତ କାରଖାନାର କେନ୍ଦ୍ରୀୟ ଫାୟାର ଷ୍ଟେସନ ଠାରେ ନିଅାଁଲିଭା କାର୍ଯ୍ୟରେ ସାମିଲ କରାଯାଇଥିବା ନୂତନ ଫୋମ୍ ଫାୟାର ଟେଣ୍ଡର ଉ୍ଘାଟିତ ହୋଇଛି ।

ଏଥିରେ ପାଣିଟାଙ୍କି, ଫେଣଟାଙ୍କି, ପମ୍ପ, ପାଣି ଓ ଫେଣ ନିୟନ୍ତ୍ରଣ ପାଇଁ ନୋଜଲ ଏବଂ ବିଦ୍ୟୁତ  ଅଲ୍ଟରନେଟର ସମେତ ସାତ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉଠିପାରୁଥିବା ଟେଲିସ୍କୋପ ଲାଇଟ୍ ମାଷ୍ଟ ବ୍ୟବସ୍ଥା ରହିଛି ।

ବୁଧବାର ଏହାର ଉ୍ଘାଟନ ଅବସରରେ କାରଖାନାର ବହୁ ବରିଷ୍ଠ ଅଧିକାରୀଙ୍କ ସମେତ ଅଗ୍ନିଶମ ସେବା ଏବଂ କାର୍ମିକ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଫାୟାର ଟେଣ୍ଡର, ରାଉରକେଲା ଇସ୍ପାତ କାରଖାନା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ