• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରାଉରକେଲା

ସ୍ମାର୍ଟ ସିଟି ଭାବେ ବିକଶିତ ହେବ ଭୁବନେଶ୍ଵର, ରାଉରକେଲା

August 28, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ନୂଆଦିଲ୍ଲୀ , ଅଗଷ୍ଟ ୨୮ (ଓଡିଶା ଡଟ କମ) ସ୍ମାର୍ଟ ସିଟି ଭାବେ ବିକଶିତ କରିବା ପାଇଁ କେନ୍ଦ୍ର ସରକାର ତିଆରି କରିଥିବା ସହର ମାନଙ୍କ ତାଲିକାରେ ଓଡିଶାର ଭୁବନେଶ୍ଵର ଓ ଇସ୍ପାତ ନଗରୀ ରାଉରକେଲା ସ୍ଥାନ ପାଇଛି ।

bbsrସରକାରଙ୍କ ଦ୍ୱାରା ଧାର୍ଯ୍ୟ ମାନଦଣ୍ଡ ଭିତ୍ତିରେ ଏହି ସହରଗୁଡିକୁ ମନୋନୀତ କରାଯାଇଥିବା କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ଭେଙ୍କୟା ନାଇଡୁ କହିଛନ୍ତି ।

ମନୋନୀତ ସହର ମାନଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ୪୮ହଜାର କୋଟି ଟଙ୍କା ଖର୍ଚ କରିବେ ପ୍ରତ୍ୟେକ ସହରର ବିକାଶ ପାଇଁ ବାର୍ଷିକ ୧୦୦କୋଟି ହିସାବରେ ୫ବର୍ଷରେ ୫୦୦କୋଟି ଟଙ୍କା ସରକାର ଦେବେ ।

ମନୋନୀତ ହୋଇଥିବା ସହରଗୁଡିକର ପ୍ରାଥମିକ ଭିତ୍ତିଭୂମି ବିକାଶ ପାଇଁ ଆସନ୍ତା ସପ୍ତାହରେ କେନ୍ଦ୍ର ସରକାର ଦୁଇ କୋଟି ଟଙ୍କା ଲେଖାଏଁ ସମ୍ପୃକ୍ତ ରାଜ୍ୟ ସରକାର ମାନଙ୍କୁ ଯୋଗାଇ ଦେବେ ।

ସ୍ମାର୍ଟସିଟିରେ ଅବିଚ୍ଛନ୍ନ ୨୪ଘଣ୍ଟିଆ ପାଣି ଓ ବିଜୁଳି ଯୋଗାଣ ବ୍ୟବସ୍ଥା, ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି, ପ୍ରଦୂଷଣ ମୁକ୍ତ ବ୍ୟବସ୍ଥା, ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଜୀବିକା ନିର୍ବାହ ସୁବିଧା ପାଇଁ ଭିତ୍ତିଭୂମି, ସୁରକ୍ଷା ଓ ନିରାପତ୍ତା ପାଇଁ ଆବଶ୍ୟକ ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ।

ଉତ୍କୃଷ୍ଟ ସ୍ୱାସ୍ଥ୍ୟ ଓ ଶିକ୍ଷା ସେବା, ବର୍ଜ୍ୟବସ୍ତୁର ସୁ ପରିଚାଳନା ଆଦି ବ୍ୟବସ୍ଥା କାର୍ଯ୍ୟକାରୀ କରିବାର ପ୍ରସ୍ତାବ ଏହି ଯୋଜନାରେ ରହିଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ, ପର୍ଯଟନ Tagged With: ଭୁବନେଶ୍ଵର, ରାଉରକେଲା, ସ୍ମାର୍ଟ ସିଟି

ତିନିମାସ ପରେ ଆଧୁନିକ ମେଟାଲିକସରେ ପୁଣି କାର୍ଯ୍ୟ ଆରମ୍ଭ

May 16, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ରାଉରକେଲା, ମଇ ୧୬ (ଓଡିଶା ଡ଼ଟ୍ କମ୍) ଗତ ତିନିମାସ ଧରି ଗୁରୁତର ସମସ୍ୟା ଓ କଞ୍ଚାମାଲର ଅଭାବ ଯୋଗୁଁ ବନ୍ଦ ହୋଇଯାଇଥିବା ରାଉରକେଲାର କୁଆଁରମୁଣ୍ଡାସ୍ଥିତ ଆଧୁନିକ ମେଟାଲିକସ କାରଖାନାରେ ପ୍ରାୟ ତିନିଶହରୁ ଊର୍ଦ୍ଧ୍ଵ କର୍ମଚାରୀ ତାଙ୍କ କାର୍ଯ୍ୟାରମ୍ଭ କରିଥିବା ବେଳେ କାରଖାନାରେ ଉତ୍ପାଦନ ଖୁବ ଶୀଘ୍ର ଆରମ୍ଭ ହେବାର ସମ୍ଭାବନା ସ୍ତୃଷ୍ଟି ହୋଇଛି ।

ବାର୍ଷିକ ୦.୪୫ ମିଲିୟନ ଟନ ଉତ୍ପାଦନ କ୍ଷମତା ସମ୍ପନ୍ନ ଏହି ଇସ୍ପାତ କାରଖାନା ପରିଚାଳନାଗତ ଅବ୍ୟବସ୍ଥା, କଞ୍ଚାମାଲର ଅଭାବ ଓ ଅନ୍ୟାନ ସମସ୍ୟା ଯୋଗୁଁ ଫେବୃଆରୀ ୧୩ରୁ ବନ୍ଦ ଥିଲା । ଶ୍ରମିକ ଓ କର୍ମଚାରୀ ତୀବ୍ର ଅସନ୍ତୋଷ ପ୍ରକାଶ କରି କାରଖାନା ପୁନଃ ଚାଲୁ କରିବା ଦାବିରେ ବାରମ୍ବାର ଆନ୍ଦୋଳନ କରିଥିଲେ ।

ଗତ ଆଠ ତାରିଖ ଦିନ ଶ୍ରମିକ ସଂଘ ସହ କମ୍ପାନୀ କତ୍ତୃପକ୍ଷ ଆଲୋଚନା କଲା ପରେ ଉଭୟଙ୍କ ମଧ୍ୟରେ କାରଖାନା ଚାଲୁ କରିବା ସଂକ୍ରାନ୍ତରେ ଏକ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଥଲ। ଏହ ପରେ ପ୍ରାୟ ୩୦୭ ଜଣ ଶ୍ରମିକ କର୍ମଚାରୀ ଓ ଅଫିସର ଗୁରୁବାର କାର୍ଯ୍ୟରେ ଯୋଗ ଦେଇଥିଲେ ।

ଓଡିଶା ଡଟ କମ

News Bureau
News Bureau

Filed Under: ଅର୍ଥ-ବ୍ୟବସାୟ Tagged With: ଆଧୁନିକ ମେଟାଲିକସ, କୁଆରମୁଣ୍ଡା, ରାଉରକେଲା

ରାଉରକେଲାରେ ପିତାଙ୍କୁ ମନେ ପକେଇଲେ ନବୀନ

April 1, 2015 by ନିଉଜ ଡେସ୍କ Leave a Comment

ରାଉରକେଲା, ଏପ୍ରିଲ ୧ (ଓଡିଶା ଡଟକମ) ରାଉରକେଲା ଷ୍ଟିଲ ପ୍ଳାଣ୍ଟର ଆଧୁନିକିକରଣ ଓ ବିସ୍ତାର କରାଯାଇଥିବା ଇଉନିଟର ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବୁଧବାର ତାଙ୍କ ସ୍ଵର୍ଗୀୟ ପିତା ବିଜୁ ପଟନାୟକଙ୍କୁ ସ୍ମରଣ କରିଛନ୍ତି ।

19-1-2013=3naveen“ରାଉରକେଲାକୁ ଆସିଲେ ବିଜୁ ବାବୁଙ୍କ କଥା ମନକୁ ଆସିଥାଏ । ମୁଁ ସେତେବେଳେ ବହୁତ ସାନ ଥିଲି । ବିଜୁ ବାବୁ ସବୁବେଳେ ରାଉରକେଲା ବିଷୟରେ ଡ଼ିସକସନ କରୁଥିଲେ” ପଟନାୟକ ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମ କୁ ଉଦବୋଧନ ଦେଇ କହିଛନ୍ତି।

ରାଉରକେଲାକୁ ଏକ ନଲେଜ ଓ ଟେକନୋଲୋଜି ସହର ଭାବେ ଗଢି ତୋଳିବା ପାଇଁ ତାଙ୍କର ଝୁଙ୍କ୍ ଥିଲା ଏବଂ ଏଥିପାଇଁ ସେ ବହୁତ ପରିଶ୍ରମ କରିଥିଲେ । ରାଉରକେଲା ଜରିଆରେ ସେ ଏକ ଶିଳ୍ପାଞ୍ଚଳ ଓ ଜ୍ଞାନ ବିପ୍ଲବ ଆଣିବାପାଇଁ ଉଦ୍ୟମ କରିଯାଇଛନ୍ତି, ପଟନାୟକ ନିଜ ଅଭିଭାଷଣରେ କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ ରାଉରକେଲାରେ ଆଜି ବିପିୟୁଟି କାମ କରୁଛି । ଏଠାରେ ଜାଭିୟର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ର ଦ୍ଵିତୀୟ କ୍ୟାମପସ ପ୍ରତିଷ୍ଠା ହେବାକୁ ଯାଉଛି । ଏଠାରେ ମ୍ୟୁନିସିପାଲ କର୍ପୋରେସନ ଓ ପୋଲିସ କମିଶନରେଟ୍‌ ମଧ୍ୟ ପ୍ରତିଷ୍ଠା କରାଯାଉଛି । ଏକ ଆଧୁନିକ ଶିଳ୍ପ ଓ ଶିକ୍ଷା ହବ ଭାବରେ ରାଉରକେଲାର ଗୌରବକୁ ଆହୁରି ଆଗକୁ ନେବା ପାଇଁ ମୋ ସରକାର ତାର ଉଦ୍ୟମ ଜାରି ରଖିବ ବୋଲି ସେ କହିଥିଲେ ।

ଆଜି ଦେଶର ଷ୍ଟିଲ୍ ମ୍ୟାପ୍‌ ରେ ଓଡିଶାର ଗୁରୁତ୍ବ ବଢିଛି । ଷ୍ଟିଲ ସହିତ ଆଲୁମିନିୟମ, ପାୱାର, ପେଟ୍ରୋ କେମିକାଲ ଆଦି ଅନେକ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ହେଉଛି । ଆଗାମୀ କିଛି ବର୍ଷ ମଧ୍ୟରେ ଶିଳ୍ପ କ୍ଷେତ୍ରରେ ଓଡିଶା ଦେଶର ସବୁଠାରୁ ଆଗୁଆ ରାଜ୍ୟ ହୋଇପାରିବ ବୋଲି ମୋର ଆଶା ।

୫ ମାର୍ଚ 1916 ଜନ୍ମ ଗ୍ରହଣ କରି ୧୭ ଏପ୍ରିଲରେ ପରଲୋକ ଗମନ କରିଥିବା ବିଜୁ ବାବୁ ଦେଶର ଜଣେ ପ୍ରମୁଖ ରାଜନୈତିକ ନେତା ଭାବେ ନିଜକୁ ପ୍ରତିଷ୍ଠିତ କରିବା ସହ ଦୁଇଥର ଓଡିଶାର ମୁଖ୍ୟମନ୍ତ୍ରୀ ରହିଥିଲେ । ବର୍ତମାନ ଆରଏ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ତାଙ୍କର କନିଷ୍ଠ ସନ୍ତାନ ।

ଓଡିଶା ଡଟକମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ମ୍ୟାନେଜମେଣ୍ଟ, ମ୍ୟୁନିସିପାଲ କର୍ପୋରେସନ, ରାଉରକେଲା, ଶିଳ୍ପାଞ୍ଚଳ, ଷ୍ଟିଲ ପ୍ଳାଣ୍ଟ

ରାଉରକେଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

April 1, 2015 by ନିଉଜ ଡେସ୍କ Leave a Comment

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: ପ୍ରଧାନମନ୍ତ୍ରୀ, ରାଉରକେଲା

ମୋଦୀଙ୍କ ରାଉରକେଲା ଗସ୍ତକୁ ନେଇ ବ୍ୟାପକ ପ୍ରସ୍ତୁତି

March 30, 2015 by ଓଡିଶା ଡଟ କମ Leave a Comment

ରାଉରକେଲା, ମାର୍ଚ ୩୦ (ଓଡିଶା ଡଟ କମ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପ୍ରେଲ ୧ରେ ଦିନିକିଆ ରାଉରକେଲା ଗସ୍ତ କୁ ନେଇ ପ୍ରଶାସନ ଏବଂ ଭାରତୀୟ ଜନତା ପାର୍ଟିର ସ୍ଥାନୀୟ ଶାଖା ବ୍ୟାପକ ପ୍ରସ୍ତୁତି ଚଳାଇଛି ।

RSPମୋଦୀ୩୬୦୦୦ କୋଟି ଟଙ୍କ। ବ୍ୟୟରେ କରାଯାଇଥିବା ରାଉରକେଲା ଷ୍ଟିଲ ପ୍ଳାଣ୍ଟର ଆଧୁନିକିକରଣ ଓ ବିସ୍ତାର କରାଯାଇଥିବା ଇଉନିଟର ଲୋକାର୍ପଣ କରିବା ସହ ସ୍ଷ୍ଟିଲ ଅଥରିଟୀ ଅଫ ଇଣ୍ଡିଆ ଭିଜନ- ୨୦୨୫ ମଧ୍ୟ ଉନ୍ମୋଚନ କରିବାର କାର୍ଯକ୍ରମ ରହିଛି ।

୧୨,୦୦୦ କୋଟି ଟଙ୍କା ବ୍ୟୟରେ ରାଉରକେଲା ଷ୍ଟିଲ ପ୍ଳାଣ୍ଟ ଦ୍ଵାରା ନିକଟରେ କରାଯାଇଥିବା ଆଧୁନିକିକରଣ ଓ ବିସ୍ତାର କାମ ନିକଟରେ ସମ୍ପନ୍ନ ହୋଇଛି। ଏହା ଦ୍ଵାରା ଷ୍ଟିଲ ପ୍ଳାଣ୍ଟର ବାର୍ଷିକ କ୍ଷମତା ଦୁଇ ମିଲିୟନ ଟନରୁ 4.5 ମିଲିୟନ ଟନ କୁ ବୃଦ୍ଧି ପାଇଛି।

ସ୍ଵତନ୍ତ୍ର ଗ୍ରେଡର ଇସ୍ପାତ ନିର୍ମାଣ ତଥା କଠିନ ଗୁଣବତ୍ତା ସୁନିଶ୍ଚିତ କରୁଥିବା ପାଇଁ ରାଉରକେଲାର ଏକ ସ୍ଵତନ୍ତ୍ର ପରିଚୟ ରହିଛି, ଯେଉଁଥିପାଇଁ କାରଖାନା ପ୍ରତିରକ୍ଷା ବିଭାଗ ସମେତ ଅନେକ ପ୍ରତିବଦ୍ଧ ଗ୍ରାହକ ସୃଷ୍ଟି କରିପାରିଛି ।

ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧପୋତ ବହନକାରୀ ଆଇଏନଏସ ବିକ୍ରାନ୍ତ ଏବଂ ଯୁଦ୍ଧ ଟ୍ୟାଙ୍କ ଅର୍ଜ୍ଜୁନ ଏହାର ଜ୍ଜ୍ଵଳନ୍ତ ପ୍ରତିଫଳନ ମାତ୍ର ।

ଏହି ନୂତନ ପ୍ଳାଣ୍ଟ ଗୁଡିକ କାର୍ଯ୍ୟକ୍ଷମ ହେବା ସହିତ ଆରଏସପି ପରିବର୍ଦ୍ଧିତ ଗ୍ରାହକଙ୍କଠାରୁ ଆପେକ୍ଷିତ ଅଧିକ ସ୍ଵତନ୍ତ୍ର ଓ ନିର୍ଦ୍ଧିଷ୍ଟ ଆବଶ୍ୟକତା ଗୁଡିକ ପୂର୍ଣ୍ଣ କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ।

ଏହି କ୍ରମରେ ସ୍ଥାପିତ ହୋଇଥିବା ଅନ୍ୟ ପ୍ରମୁଖ ୟୁନିଟ ଗୁଡିକ ହେଉଛି, ନୂତନ ର’ମେଟେରିୟାଲ ହ୍ୟାଣ୍ଡଲିଙ୍ଗ ପ୍ଳାଣ୍ଟ, ନୂତନ ସିଣ୍ଟର ପ୍ଳାଣ୍ଟ, ନୂତନ କୋକ ଓଭନ ବ୍ୟାଟେରୀ-୬, ଏକ ନୂତନ ବେସିକ ଅକ୍ସିଜେନ ଫର୍ଣ୍ଣେସ, ଏକ ନୂତନ ସ୍ଲାବ କାଷ୍ଟର ଏବଂ ଏକ ନୂତନ ପ୍ଳେଟ ମିଲ ।

ଉତ୍ପାଦନ ପରିମାଣରେ ବୃଦ୍ଧି ଆଣିବା ସହିତ ଉନ୍ନତ ଗୁଣମାନ, କମ ଉତ୍ପାଦନ ଖର୍ଚ୍ଚ , ପରିବର୍ଦ୍ଧିତ ଗ୍ରାହକ ସୀମା ଏବଂ ଉନ୍ନତତର ପରିବେଶ ପରିଚାଳନା ଇତ୍ୟାଦି ଏହି ଆଧୂନିକୀକରଣ ଏବଂ ସଂପ୍ରସାରଣର ଅନ୍ୟତମ ବୈଶିଷ୍ଟ୍ୟ ଅଟେ ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ Tagged With: ଉନ୍ନତତର ପରିବେଶ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଉରକେଲା

କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀଙ୍କ ରାଉରକେଲା ଇସ୍ପାତ କାରଖାନା ପରିଦର୍ଶନ

March 28, 2015 by ଓଡିଶା ଡଟ କମ Leave a Comment

ରାଉରକେଲା, ୨୮ ମାର୍ଚ (ଓଡିଶା ଡଟ କମ) କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ସିଂହ ତୋମର ଏବଂ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଜ୍ୟମନ୍ତ୍ରୀ (ସ୍ଵାଧୀନ), ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଦିନିକିଆ ଗସ୍ତରେ ଆସି ଶନିବାର ରାଉରକେଲା ପହଞ୍ଚିଥିଲେ ।

GBS_6508

ତାଙ୍କ ସହିତ ସେଲ ଅଧ୍ୟକ୍ଷ, ସି ଏସ ବର୍ମା, ସେଲ ବୈଷୟିକ ନିର୍ଦ୍ଦେଶକ, ଏସ ଏସ ମହାନ୍ତି, ଇସ୍ପାତ ଯୁଗ୍ମ ସଚିବ, ଏସ ଆବାସୀ ଏବଂ କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ, ନିକୁଞ୍ଜ ଶ୍ରୀବାସ୍ତବ ମଧ୍ୟ ଗସ୍ତରେ ସାମିଲ ଅଛନ୍ତି ।

ଅତିଥି ମାନଙ୍କୁ ବିମାନ ବନ୍ଦର ଠାରେ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ, ଶ୍ରୀ ଜୁଏଲ ଓରାମ, ରାଉରକେଲା ବିଧାୟକ ଦିଲୀପ ରାୟ, ଆରଏସପିର ସିଇଓ, ଜି ଏସ ପ୍ରସାଦ, ସୁନ୍ଦରଗଡ ଜିଲ୍ଲାପାଳ, ବି ଏସ ପୂନିୟା, ରାଉରକେଲା ଏସପି, ଅନିରୁଦ୍ଧ ସିଂହ, ଆରଏସପିର ନିର୍ବାହୀ ନିର୍ଦ୍ଦେଶକଗଣ ତଥା ଆରଏସପି ଓ ସିଆଇଏସଏଫର ଅନ୍ୟ ବହୁ ବରିଷ୍ଠ ଅଧିକାରୀ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ଅତିଥି ମାନେ ଆରଏସପିର ସିଇଓ ପ୍ରସାଦ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ପ୍ରସ୍ତାବିତ ଗସ୍ତ ନିମନ୍ତେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ ଏବଂ ଉକ୍ତ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ପରେ ପରିଦର୍ଶନକାରୀ ଅତିଥିଗଣ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କେରିଥିଲେ। ତାଙ୍କୁ ବିମାନ ବନ୍ଦର ଠାରେ ରାଉରକେଲାର ବହୁ ଗଣ୍ୟମାନ୍ୟ ବ୍ୟକ୍ତିମାନେ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ, ମୁଖ୍ୟ ଖବର Tagged With: ପ୍ରଧାନମନ୍ତ୍ରୀ, ରାଉରକେଲା, ଶ୍ରୀ ଜୁଏଲ ଓରାମ

ଦ୍ୱିତୀୟ ଦିନରେ ଜେଲ କର୍ମଚାରୀଙ୍କ ଆମରଣ ଅନଶନ

December 4, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୪(ଓଡିଶା ଡଟ୍ କମ୍)-ରାଜ୍ୟର ସମସ୍ତ ଜେଲର କର୍ମଚାରୀମାନଙ୍କ ଆମରଣ ଅନଶନ ଆଜି ଦ୍ୱିତୀୟ ଦିନରେ ପହଁଚିଛି । ଏହି ଅନଶନ ଯୋଗୁଁ ବ୍ରହ୍ମପୁର ଓ ରାଉରକେଲାରେ ପାଞ୍ଚ ଜଣ ଅନଶନକାରୀ ଅସୁସ୍ଥ ହୋଇ ପଡିଛନ୍ତି ।

ମଙ୍ଗଳବାର ଦିନ ବ୍ରହ୍ମପୁର କାରାଗାରରେ ଅନଶନରତ ଦୁଇ ଜଣ କର୍ମଚାରୀ ହଠାତ ଅସୁସ୍ଥ ହୋଇ ପଡିଥିଲେ । ଏହାପରେ ଜେଲ ପରିସରରେ କିଛି ସମୟ ପାଇଁ ଉତେଜନା ଦେଖାଦେଇଥିଲା । ଅସୁସ୍ଥ ହୋଇଥିବା ଦଦୁଇ ଜଣ ୱାଡର ହେଲେ ରଙ୍ଗନାଥ ପାଢୀ, ପ୍ରମୋଦ କୁମାର ମୁଦୁଲି । ଏଦୁଇଜଣଙ୍କୁ ଚିକିତ୍ସାପାଇଁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତିକରାଯାଇଛି ।

ଦାବି ପୁରଣ ହେଲା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ବହ୍ମପୁର ସର୍କଲ କମିଟି ସଭାପତି ତଥା ବ୍ରହ୍ମପୁର ମଣ୍ଡଳ କାରାଗାରର ଜେଲର ସୁଶାନ୍ତ କୁମାର ରାଉତ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଆଜିର ଘଟଣା ନେଇ ଉଚ୍ଚ କତୃପକ୍ଷଙ୍କୁ ଅବଗତ କରିବା ସହ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରନ୍ତୁ ।

ରାଉରକେଲା ସ୍ୱତନ୍ତ୍ର କାରାଗାରର କର୍ମଚାରୀମାନେ ମଧ୍ୟ ଅନଶନରେ ବସିରହିଛନ୍ତି । ସେମାନଙ୍କ ମଧ୍ୟରୁ ସଂଗଠନର ରାଉରକେଲା ଶାଖା ସଭାପତି ପ୍ରଫୁଲ କୁମାର ଜେନା ହଠାତ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ଆଇଜିଏଚ୍ ରେ ଭର୍ତି କରାଯାଇଛି । ଏଠାରେ ମଧ୍ୟ ଆଉ ଦଦୁଇ ଜଣ କର୍ମଚାରୀ ଅସୁସ୍ଥ ହୋଇଥିଲେ ।

ଏହି ଅନଶନରେ ରାଜ୍ୟର ସମସ୍ତ ୯୧ଟି କାରାଗାରର ୧୪୦୦ କର୍ମଚାରୀ ସାମିଲ ହୋଇଛନ୍ତି । ନିଖିଳ ଓଡ଼ିଶା ଜେଲ କର୍ମଚାରୀ ସଂଘ ପକ୍ଷରୁ ସେମାନଙ୍କ ନ୍ୟାଯ୍ୟ ଦାବି ନେଇ ଏକାଧିକବାର ସରକାରଙ୍କୁ ଜଣାଇ ଆସୁଥିଲେ ସୁଦ୍ଧା ବିଭିନ୍ନ ଆଳ ଦେଖାଇ ବରିଷ୍ଠ ଅଧିକାରୀମାନେ ଏହାକୁ ଏଡାଇ ଯାଉଥିଲେ ।

ବାରମ୍ବାର ପ୍ରତାରିତ ହେବା ପରେ ରାଜ୍ୟବ୍ୟାପୀ ଜେଲ କର୍ମଚାରୀମାନେ ୨୮ତାରିଖରୁ କଳାବ୍ୟାଚ ପରିଧାନ କରିଥିଲେ । ସରକାର ସେମାନଙ୍କ ଦାବି ପ୍ରତି କୌଣସି କର୍ଣ୍ଣପାତ ନ କରିବାରୁ ପୂୂର୍ବ ଘୋଷଣା ମୁତାବକ ସୋମବାର ଠାରୁ କର୍ମଚାରୀମାନେ ଆମରଣ ଅନଶନରେ ବସିଛନ୍ତି ବୋଲି ନିଖିଳ ଓଡିଶା ଜେଲ କର୍ମଚାରୀ ସଂଘ ସୂଚନା ଦେଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଜେଲ କର୍ମଚାରୀ, ରାଉରକେଲା

ଭୁବନେଶ୍ୱର– ଝାରସୁଗୁଡାରୁ ବିମାନସେବା ଆରମ୍ଭ

November 2, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨ (ଓଡ଼ିଶା ଡ଼ଟ୍ କମ୍)– ଝାରସୁଗୁଡାରୁ ବହୁ ପ୍ରତିକ୍ଷିତ ବିମାନସେବା ଆଜି ଆରମ୍ଭ ହୋଇଛି । ପରୀକ୍ଷା ମୁଳକ ଉଡାଣରେ ଏହି ବିମାନ ଭୁବନେଶ୍ୱର ଏୟାରପୋର୍ଟରୁ ବାହାରି ସ୍ଥାନୀୟ ଏୟାରପୋର୍ଟରେ ସକାଳ ୯ଟା ୪୫ମିନିଟ୍ରେ ପହଞ୍ଚିଥିଲା ।

ଏୟାର ଓଡିଶା ଅଧିକାରୀ ଏବଂ ଝାରସୁଗଡା ଏସ୍ପି କର୍ମେଶ କଁୱାର ପ୍ରମୁଖ ଏହି ବିମାନରେ ଆସିଥିଲେ । ୯ ସିଟି ବିଶିଷ୍ଟ ଏହି ବିମାନ ଭୁବନେଶ୍ୱରରୁ ଝାରସୁଗୁଡା ଦେଇ ରାଉରକେଲାକୁ ପ୍ରତିଦନ ଚଳାଚଳ କରିବ ।

ଭୁବନେଶ୍ୱରରୁ ଦିନ ୧୧ଟା ବେଳେ ବାହାରି ୧୨ଟା ବେଳେ ଝାରସୁଗୁଡାରେ ପହଞ୍ଚିବ । ଦିନ ୧୨ଟା ୩୦ ବେଳେ ରାଉରକେଲା ଅଭିମୁଖେ ଯିବ ବିମାନ ।

ଫେରନ୍ତା ଯାତ୍ରାରେ ରାଉରକେଲାରୁ ଅପରାହ୍ନ ୩ଟା ୫୦ରୁ ବାହାରି ଝାରସୁଗୁଡାରେ ୪ଟା ୧୦ ମିନିଟ୍ରେ ପହଞ୍ଚିବ । ଅପରାହ୍ନ ୪ଟା ୩୦ରୁ ଝାରସୁଗୁଡାରୁ ବାହାରି ୫ଟା ୩୦ ମିନିଟ୍ ରେ ଭୁବନେଶ୍ୱରରେ ପହଞ୍ଚିବ ।

ଭୁବନେଶ୍ୱରରୁ ଝାରସୁଗୁଡା ଭଡା ୫୪୯୯ ଟଙ୍କା ରଖାଯାଇଛି । ଏୟାର ଓଡିଶା ତରଫରୁ ଝାରସୁଗୁଡା, ରାଉରକେଲା ସହିତ ରାୟପୁରୁକୁ ମଧ୍ୟ ସଂଯୋଗ କରିବା ଲାଗି ଯୋଜନା କରାଯାଇଛି । ରାୟପୁରକୁ ଆସନ୍ତା ୯ ତାରିଖରେ ଉଡାଣ ହେବ ବୋଲି ସୂଚନା ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ, ଓଡିଶା ଖବର Tagged With: ଝାରସୁଗୁଡା, ବିମାନସେବା, ରାଉରକେଲା

ରାଉରକେଲା:ଖଣିମାଲିକ ଘରେ ସିବିଆଇ ଚଢଉ

October 15, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା,ଅକ୍ଟୋବର ୧୫(ଓଡ଼ିଶା ଡ଼ଟ୍ କମ୍) –କୋଇଲା ବ୍ଲକ ଆବଣ୍ଟନକୁ ନେଇ ହୋଇଥିବା ତଥାକଥିତ ଦୁର୍ନୀତି ଉପରେ ସିବିଆଇର ଏକ ଟିମ୍ ରାଉରକେଲାରେ ବିଶିଷ୍ଟ ଶିଳ୍ପପତି ତଥା ଖଣିମାଲିକ ପ୍ରଶାନ୍ତ ଆଲୁୱାଲିଆ ଙ୍କ ବାସଭବନ ଓ ଅଫିସ ସୋମବାର ଖାନତଲାସ୍ କରିଛନ୍ତି ।

ନୂଆଦିଲ୍ଲୀରୁ ଆସିଥିବା ଏହି ଟିମ୍ ଦ୍ୱାରାକରାଯାଇଥିବା ଖାନତଲାସ୍ ସ୍ଥାନୀୟ ସିବିଆଇ କାର୍ଯ୍ୟାଳୟର ଅଧିକାରୀମାନଙ୍କ ସହଯୋଗରେ ହୋଇଥିବା ସିବିଆଇ ଡ଼ିଏସ୍ପି ବି.କେ.କବି ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲ୍ଲାରେ ଆଲୁୱାଲିଆଙ୍କ ଖଣି ସଂକ୍ରାନ୍ତୀୟ ବ୍ୟବସାୟ ରହିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆଲୁୱାଲିଆ, ଖଣି ମାଲିକ, ରାଉରକେଲା, ସିବିଆଇ

ଗ୍ରାମବାସୀଙ୍କ ଆକ୍ରମଣରେ ଏଏସ୍ଆଇଙ୍କ ସମେତ ଚାରି ପୋଲିସ ଆହତ

August 11, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ଅଗଷ୍ଟ ୧୧(ଓଡ଼ିଶା ଡ଼ଟ୍ କମ୍) ସୁନ୍ଦରଗଡ଼ ଜିଳ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଦୁଡ଼ୁକାବାହାଲ ଗ୍ରାମକୁ ଶନିବାର ଏକ ପୋଲିସ ଦଳ ଜଣେ ୱାରେଣ୍ଟିକୁ ଧରିବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ଆକ୍ରମଣରେ ଏଏସ୍ଆଇଙ୍କ ସମେତ ଚାରି ଜଣ ଆହତ ହୋଇଥିବା ପୋଲିସ କହିଛି ।

ସଂପୃକ୍ତ ଏଏସ୍ଆଇଙ୍କୁ ଗ୍ରାମବାସୀମାନେ କୁଆଡେ ଅପହରଣ କରି ନେଇଯାଇଥିବା ଅଭିଯୋଗ ହୋଇଛି । ଆହତ ପୋଲିସ କର୍ମଚାରୀମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ରାଜଗାଙ୍ଗପୁର ଡାକ୍ତରଖାନାରେ ଭର୍ତି କରାଯାଇଛି ।

ରାତି ପ୍ରାୟ ଆଠଟା ବେଳେ ପୋଲିସ ଦଳ ଉକ୍ତ ଗ୍ରାମରେ ପହଂଚି ସଂପୃକ୍ତ ୱାରେଣ୍ଟିକୁ ଗିରଫ କରି ଆଣୁଥିବା ବେଳେ ପ୍ରାୟ ୧୦ରୁ ୧୨ ଜଣ ଗ୍ରାମବାସୀ ପୋଲିସକୁ ସଂଘବଦ୍ଧ ଭାବେ ଆକ୍ରମଣ କରି ତାକୁ ଛଡ଼ାଇ ନେଇଥିଲେ ।

ତେବେ ନିଖୋଜ ଏଏସ୍ଆଇ ଓ ପୋଲିସ ଜିପ୍ ର ପତ୍ତା ମିଳିନଥିବା ବେଳେ ସେମାନଙ୍କୁ ଠାବ କରିବା ପାଇଁ ଖୋଜାଖୋଜି ଚାଲିଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସଂପୃକ୍ତ ଗ୍ରାମରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଏଏସ୍ଆଇ, ରାଉରକେଲା, ରାଜଗାଙ୍ଗପୁର, ସୁନ୍ଦରଗଡ଼

  • Go to page 1
  • Go to page 2
  • Go to page 3
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ