• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରାଉରକେଲା

ରାଉରକେଲା: ବିଜେଡି ନେତାଙ୍କୁ ଗୁଳିକରି ହତ୍ୟା

July 8, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ଜୁଲାଇ ୮(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀମନେ ରାଉରକେଲା ଅଞ୍ଚଳର ଜଣେ ଜଣାଶୁଣା ବିଜେଡ଼ି ନେତାଙ୍କୁ ଗୁଳି କରି ହତ୍ୟା କରିଥିବା ପୋଲିସ ରବିବାର କହିଛି ।

ବିଜେଡ଼ି ନେତା ତଥା ରାଜଗାଙ୍ଗପୁର ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ହରୀପଦ ସିଂଙ୍କୁ ସେମାନେ ଗୁଳିକରି ହତ୍ୟା କରିଥିବା ବେଳେ ଏହି ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।

ହରୀପଦ ନିଜ ବନ୍ଧୁଙ୍କ ସହିତ କଥା ହେଉଥିବା ବେଳେ ତାଙ୍କ ନିକଟକୁ ଏକ ଫୋନ୍ ଆସିଥିଲା । ଏହି ଫୋନ୍ ଆସିବା ପରେ ହରୀପଦ ମନ୍ଦିର ଡ୍ୟାମ ଆଡ଼କୁ ଯାଇଥିଲେ ।

ସେଠାରେ ପିଏଲ୍ଏଫଆଇର ୪ଜଣ ସଦସ୍ୟ ତାଙ୍କ ହାତକୁ ବାନ୍ଧି ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଗୋଟିଏ ଗୁଳି ତାଙ୍କ ଛାତିରେ ଏବଂ ଅନ୍ୟଟି କାନ୍ଧରେ ବାଜିଛି । ଏଥିରେ ହରୀପଦଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ତାଙ୍କୁ ସେମାନେ ବିଲେଇଗଡ଼ ନିକଟ ଗୋଶାଳପଡ଼ା ରାସ୍ତାରେ ଫିଙ୍ଗିଦେଇ ଚାଲିଯାଇଥିଲେ । ରବିବାର ସକାଳେ ସ୍ଥାନୀୟ ଲୋକେ ହରୀପଦଙ୍କ ଶବ ଦେଖି ଏ ସଂପର୍କରେ ପୋଲିସକୁ ଖବର ଦେଇଥିଲେ ।

ହରୀପଦଙ୍କ ଶବ ଉପରେ ପଡ଼ିଥିବା ଏକ ପିଏଲ୍ଏଫଆଇ ପୋଷ୍ଟର ମଧ୍ୟ ଜବତ କରାଯାଇଛି । ଏହି ପୋଷ୍ଟରରେ‘ସଂଗଠନ ବିରୋଧି କାମକଲେ ମୃତ୍ୟୁଦଣ୍ଡ, ମୁନାଫାଖୋର ଜମି ଲାଲ ହୁସିଆର’ଲେଖା ରହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: eûCeùKfû, jZýû, ବିଜେଡ଼ି, ରାଉରକେଲା, ହତ୍ୟା

ଗୁଳି ବିନିମୟରେ ମହିଳା ମାଓବାଦୀ ମୃତ,କ୍ୟାମ୍ପ ଧ୍ୱଂସ

June 18, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ଜୁନ୍ ୧୮(ଓଡ଼ିଶା ଡ଼ଟ୍ କମ୍) ସୁନ୍ଦରଗଡ଼ ଜିଲ୍ଲା ଲଙ୍ଗଳକଣ୍ଟା ଅଞ୍ଚଳରେ ସୋମବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ହୋଇଥିବା ପୋଲିସ କହିଛି ।

ମାଓବାଦୀମାନେ ଅଘଟଣ ଘଟାଇବା ଯୋଜନା ସଂର୍ପକରେ ସୂଚନା ପାଇ ସକାଳେ ସିଆର୍ପିଏଫ୍, ଏସ୍ଓଜି, ଡିଭିଏଫ୍ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା ।

ଏହି ସମୟରେ ଏକ ମାଓ କ୍ୟାମ୍ପର ସନ୍ଧାନ ମିଳିଥିଲା ଏବଂ ମିଳିତ ବାହିନୀ ପକ୍ଷରୁ ଚଢାଉ କରାଯାଇଥିଲା । ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ ।

ପରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ଚାଲିଥିଲା । ଗୁଳି ବିନିମୟରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଖସି ପଳାଇଥିଲେ

ସେଠାରେ ଥିବା ଏକ ମାଓ କ୍ୟାମ୍ପକୁ ପୋଲିସ ଧ୍ୱଂସ କରିଥିବା ବେଳେ ଉକ୍ତ କ୍ୟାମ୍ପରୁ ବିପୁଳ ପରିମାଣର ମାରଣାସ୍ତ୍ର, ମାଓବାଦୀ ବ୍ୟବହାର କରୁଥିବା ବିଭିନ୍ନ ଜିନିଷ ଜବତ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମାଓବାଦୀ, ରାଉରକେଲା

ଅଜିତ ବର୍ଦ୍ଧନଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ମାଓବାଦୀ ଗିରଫ

June 14, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ଜୁନ୍ ୧୪(ଓଡ଼ିଶା ଡ଼ଟ୍ କମ୍) ପୋଲିସ ଏସ୍ଆଇ ଅଜିତ ବର୍ଦ୍ଧନଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ଦୁଇ ଜଣ ମାଓବାଦୀଙ୍କୁ ଗୁରୁବାର ରାଉରକେଲାରୁ ଗିରଫ କରିଥିବା ପୋଲିସ କହିଛି ।

ଉଭୟେ କୌଣସି ହିଂକାକାଣ୍ଡ ଘଟାଇବା ପାଇଁ ଯୋଜନା କରୁଥିବା ସଂପର୍କରେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରି ସେମାନଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଏବଂ ଗୁଳି ଜବତ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଗିରଫ ମାଓବାଦୀମାନେ ହେଲେ ଝାଡ଼ଖଣ୍ଡର ସୁଧୀର ଭୁୟାଁ ଓ ହାିଲ ହାରେ । ଏମାନେ ସରଣ୍ଡା ଜଙ୍ଗଲରେ ସକ୍ରିୟ ଥିବା ବେଳେ ହତ୍ୟା, ବ୍ୟାଙ୍କ ଡ଼କାୟତି ଆଦି ବିଭିନ୍ନ ହିଂସାକାଣ୍ଡରେ ସଂପୃକ୍ତ ଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପୋଲିସ ଏସ୍ଆଇ, ମାଓବାଦୀ, ରାଉରକେଲା

କୋର୍ଟ ପରିସରରୁ ଦୁଇ ବିଚାରଧିନ କଏଦୀ ଫେରାର୍

May 19, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ମଇ ୧୯(ଓଡ଼ିଶା ଡ଼ଟ୍ କମ୍) ସୁନ୍ଦରଗଡ଼ ଜିଲ୍ଲା ବଣେଇ ଜେଲର ଦୁଇ ଜଣ କଏଦୀଙ୍କୁ ରାଉରକେଲା ଫାଷ୍ଟଟ୍ରାକ କୋର୍ଟକୁ ହାଜର ପାଇଁ ଅଣାଯାଇଥିବା ବେଳେ ସେମାନେ ଫେରାର୍ ହୋଇଯାଇଥିବା ପୋଲିସ କହିଛି ।

ସକାଳେ ୪୯ଜଣ କଏଦୀଙ୍କ ସହ ଏମାନଙ୍କୁ ଏକ ବସ୍ ଯୋଗେ ଫାଷ୍ଟଟ୍ରାକ କୋର୍ଟକୁ ଅଣାଯାଇଥିଲା ।
ସେଠାରେ ୮ଜଣ କଏଦୀଙ୍କ ସହ କୋର୍ଟ ବାରଣ୍ଡାରେ ବସିଥିବା ବେଳେ ଉଭୟେ ବାଥରୁମ ଯିବାକୁ କହି ଫେରାର୍ ହୋଇଯାଇଥିଲେ ।

ଗାଡ଼ି ଚୋରି ଅଭିଯୋଗରେ ପୋଲିସ ନିକଟରେ ସେମାନଙ୍କୁ ଚାନ୍ଦିପୋଷ ଥାନା ଅନ୍ତର୍ଗତ ଚମ୍ପାଝରନ ଅଞ୍ଚଳରୁ ଗିରଫ କରିଥିଲା । ଫେରାର ଦୁଇ କଏଦୀ ହେଲେ ପୁତନ ଆନ୍ସାରୀ ଓ ସାଜି ଆନ୍ସାରୀ । ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଫେରାର୍ କଏଦୀଙ୍କୁ ଠାବ କରାଯାଇ ନାହିଁ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ରାଉରକେଲା, ସୁନ୍ଦରଗଡ଼

ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ଓଡ଼ିଶାର ରାଜସ୍ମିତା ପ୍ରଥମ

April 22, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ଅପ୍ରେଲ ୨୨(ଓଡ଼ିଶା ଡ଼ଟ୍ କମ୍) ଜି’ଟିଭିରେ ପ୍ରସାରିତ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସିଜନ୍-୩ର ଫାଇନାଲରେ ରାଉରକେଲାର ରାଜସ୍ମିତା କର ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନଅଧିକାର କରିଛନ୍ତି ।

ଶନିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ ଆସାମର ପ୍ରଦୀପ ଗୁରୁଙ୍ଗ, ଡେରାଡୁନ୍ର ରାଘବ ଗୁଜଘବ ଜୁଆଲ, ଦିଲ୍ଲୀର ସନମ୍ ଜୋହର ଓ ମଧ୍ୟ ପ୍ରଦେଶର ମୋହେନା ସିଂହଙ୍କୁ ପଛରେ ପକାଇ ସେ ଏହି ସଫଳତା ହାସଲ କରିଛନ୍ତି ।

ପ୍ରତିଯୋଗିତା ଆରମ୍ଭ ହେବା ସମୟରେ ପ୍ରାୟ ୧୮ଜଣ ପ୍ରତିଯୋଗୀ ଏଥିରେ ରହିଥିଲେ । ରାଜସ୍ମିତା ପ୍ରତିଯୋଗିତାରେ ବିଜୟୀ ହେବା ପରେ ତାଙ୍କୁ ଏକ ଟ୍ରଫି ଓ ମାରୁତି ଏର୍ଟିଗା କାର୍ ଉପହାର ଦିଆଯାଇଛି ।

ଏହି ସଫଳତା ପାଇ ସେ ରାଜ୍ୟବାସୀଙ୍କ ପାଇଁ ଗୌରବ ଆଣିଦେଇଛନ୍ତି । ସେ ପ୍ରଥମ ସ୍ଥାନ ହାସଲ
କରିବା ଜଣାପଡ଼ିବା ପରେ ଏହି କାର୍ଯ୍ୟକ୍ରମକୁ ଦେଖୁଥିବା ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିଲା ।

ନିଜ ନୃତ୍ୟର ଉକ୍ରର୍ଷ ବଳରେ ରାଜସ୍ମିତା ଏହି ପ୍ରତିଯୋଗିତାରେ ୫ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ସ୍ଥାନ ବଜାୟ ରଖିଥିଲେ । ଭିନ୍ନ ଭିନ୍ନ ଏପିସୋଡ୍ରେ ବହୁ କଷ୍ଟସାଧ୍ୟ ନୃତ୍ୟ ପରିବେଷଣ କରି ସେ ଅଭିନେତା ମିଥୁନ ଚକ୍ରବର୍ତୀଙ୍କ ଠାରୁ ବ୍ଲାକ ହର୍ସର ମାନ୍ୟତା ମଧ୍ୟ ପାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଜି’ଟିଭି, ରାଉରକେଲା

ଜିପ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୯ ମୃତ

April 16, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସମ୍ବଲପୁର, ଅପ୍ରେଲ ୧୭(ଓଡ଼ିଶା ଡ଼ଟ୍ କମ୍) ସମ୍ବଲପୁର ଜିଲ୍ଲାରେ ଏକ ଜିପ୍ ଓ ଟ୍ରକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ନଅ ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ମଙ୍ଗଳବାର କହିଛି ।

ସୋମବାର ବିଳମ୍ବିତ ରାତିରେ ସମ୍ବଲପୁର ରାଉରକେଲା ରାଜ୍ୟ ରାଜପଥର ଗୁରୁପାଲିଠାରେ ଏହି
ମର୍ମନ୍ତୁନ୍ତ ଦୁର୍ଘଟଣା ଘଟିଛି ।

ବେଲପାହାଡ଼ ବାବାପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ହେମଗିରି କନିକାର ୧୮ ଜଣ ଏକ ବୋଲୋରୋ
ଗାଡ଼ିରେ ହୀରାକୁ ବୁଲିବାକୁ ଆସି ଫେରୁଥିବା ବେଳେ ଗାଡ଼ିଟି ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ଫଳରେ ଘଟଣାସ୍ଥଳରେ ଦୁଇ ଜଣ ଶିଶୁ ଏବଂ ଡ଼ାକ୍ତରଖାନା ନେବା ରାସ୍ତାରେ ଦୁଇ ମହିଳାଙ୍କ ସମେତ
ଅନ୍ୟ ସାତ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଅନ୍ୟ ଆହତ ମାନଙ୍କୁ ରେଙ୍ଗାଲି ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ଏମାନଙ୍କ ମଧ୍ୟରେ ଛଅ ଶିଶୁ, ଦୁଇ ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ରାଉରକେଲା, ସମ୍ବଲପୁର ଜିଲ୍ଲା

ଗଣବଳାତ୍କାର ଅଭିଯୋଗରେ ୯ ସ୍କୁଲ ଛାତ୍ର ଗିରଫ

April 14, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ଅପ୍ରେଲ ୧୪(ଓଡ଼ିଶା ଡ଼ଟ୍ କମ୍) ଛାତ୍ରୀଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଶନିବାର ରାଉରକେଲା ନିକଟସ୍ଥ ଏକ ହାଇସ୍କୁଲର ନଅ ଜଣ ଛାତ୍ରଙ୍କୁ ଗିରଫ କରିଛି ।

ଶୁକ୍ରବାର ସଂଧ୍ୟାରେ ଦଶମ ଶ୍ରେଣୀର ସଂପୃକ୍ତ ଛାତ୍ରୀ ଏବଂ ଅନ୍ୟ ଦୁଇ ଜଣ ସ୍କୁଲରୁ ଘରକୁ ଫେରୁଥିବା ବେଳେ ବିଶ୍ରା ଅର୍ନ୍ତଗତ ଉକ୍ତ ସ୍କୁଲର ଏହି ଛାତ୍ରମାନେ ତାଙ୍କୁ ଅଟକାଇଥିଲେ ।

ଅନ୍ୟ ଦୁଇ ଛାତ୍ରୀ ସେଠାରୁ ପଳାଇବାକୁ ସକ୍ଷମ ହୋଇଥିବା ବେଳେ ସଂପୃକ୍ତ ଛାତ୍ରୀଙ୍କୁ ସେମାନେ
ନିକଟସ୍ଥ ଜଙ୍ଗଲକୁ ନେଇ ଗଣବଳାତ୍କାର କରିଥିବା ପୋଲିସ କହିଛି ।

ଛାତ୍ରୀ ଜଣକ ଘଟଣା ସଂପର୍କରେ ନିଜ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ
ଶନିବାର ଥାନାରେ ମାମଲା ରୁଜୁ କରିଛନ୍ତି ।

ଗିରଫ ଛାତ୍ରମାନେ ସମସ୍ତେ ଦଶମ ଶ୍ରେଣୀର । ନାବାଳକ ହୋଇଥିବାରୁ ଗିରଫ ପରେ ସେମାନଙ୍କୁ
କୋର୍ଟରେ ହାଜର କରାଯାଇ ବାଳାଶ୍ରମକୁ ପଠାଇ ଦିଆଯାଇଥିବା ପୋଲିସ କହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଛାତ୍ରୀ, ରାଉରକେଲା

ଆୟକର ଅଧିକାରୀ ସିବିଆଇ ଦ୍ୱାରାଗିରଫ

March 12, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ମାର୍ଚ୍ଚ ୧୨(ଓଡ଼ିଶା ଡ଼ଟ୍ କମ୍) ଲାଂଚ ନେବା ବେଳେ ସୋମବାର ରାଉରକେଲା
ଉଦିତନଗର ସ୍ଥିତ ଆୟକର ବିଭାଗର ଜଣେ ଅଧିକାରୀଙ୍କୁ ସିବିଆଇ ଗିରଫ କରିଛି ।

ଶକ୍ତିନଗର ଅଂଚଳର ଜଣେ ବ୍ୟକ୍ତିଙ୍କ ଆୟକର ରିଫଣ୍ଡ ବାବଦରେ ୧୭ ହଜାର ଟଙ୍କା ପାଇବାକୁ ଥିବା
ବେଳେ ଆୟକର କାର୍ଯ୍ୟାଳୟର ଟ୍ୟାକ୍ସ ଆସିଷ୍ଟାନ୍ଟ ରାଜୀବ ରଞ୍ଜନ ରାୟ ୧୨ ହଜାର ଟଙ୍କା ଦେଲେ
ଏହି ଅର୍ଥ ମିଳିବ ବୋଲି କହିଥିଲେ ।

ତେବେ ଏତେ ଟଙ୍କା ସେ ଦେଇ ପାରିବେ ନାହିଁ ବୋଲି ସଂପୃକ୍ତ ବ୍ୟକ୍ତି କହିବା ପରେ ଉଭୟଙ୍କ ମଧ୍ୟରେ
ଆଠ ହଜାର ଟଙ୍କା ଚୁଡ଼ାନ୍ତ ହୋଇଥିଲା ।

ଏ ସଂପର୍କରେ ସଂପୃକ୍ତ ବ୍ୟକ୍ତି ସ୍ଥାନୀୟ ସିବିଆଇ ଅଧିକାରୀଙ୍କୁ ଜଣାଇ ଯୋଜନା ମୁତାବକ ପୂର୍ବ
ନିର୍ଦ୍ଧାରିତ ଟଙ୍କା ରାୟଙ୍କୁ ଦେଉଥିବା ବେଳେ ସିବିଆଇ ଅଧିକାରୀମାନେ ଗିରଫ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ରାଉରକେଲା

ଆର୍ଏସ୍ପି ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ: ସେଲ୍ ଅଧ୍ୟକ୍ଷ

February 18, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ରାଉରକେଲା ଇସ୍ପାତ କାରଖାନାର ସଂପ୍ରସାରଣ କାମ ଚାଲୁ ରହିଛି ଏବଂ ଏହାର ଉତ୍ପାରନ କ୍ଷମତାଦୁଇଗୁଣ ବୃଦ୍ଧି ପାଇବ ବୋଲି ଶନିବାର ଭୁବନେଶ୍ୱରରେ ସେଲ୍ ଅଧ୍ୟକ୍ଷ ଚନ୍ଦ୍ରଶେଖର ବର୍ମା କହିଛନ୍ତି ।

ଆସନ୍ତା ଜୁଲାଇ ମାସରୁ ଏହାର ବ୍ଳାଷ୍ଟ ଫର୍ଣ୍ଣେସ କାମ ଆରମ୍ଭ ହେବ ଏବଂ ସଂପ୍ରସାରଣ କାମ ଶେଷ
ହେଲେ ଉତ୍ପାନ କ୍ଷମତା ଦ୍ୱିଗୁଣିତ ହେବ ବୋଲି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ
ଆଲୋଚନାର କରିବା ପରେ ଗଣମାଧ୍ୟମକୁ କହିଛନ୍ତି ।

ସାଂପ୍ରତିକ ଇସ୍ପାତର ଚାହିଦା ଓ ରାଉରକେଲା ଇସ୍ପାତ କାରଖାନାର ଭବିଷ୍ୟତକୁ ଦେଖି ଏହାର
ସଂପ୍ରସାରଣ କାମ ହାତକୁ ନିଆଯାଇଛି । ଫଳରେ କାରଖାନାର ଉତ୍ପାଦନ କ୍ଷମତା ଆହୁରି ୨ ଲକ୍ଷ ୫୦ ହଜାର ଟନ୍ ବୃଦ୍ଧି ପାଇବ, ସେ କହିଛନ୍ତି ।

ସଂପ୍ରସାରଣ କାମ ଆଗାମୀ ୫ ମାସ ମଧ୍ୟରେ ଶେଷ ହେବ ଏବଂ ଏହାଦ୍ୱାରାକାରଖାନାରେ ଆହୁରି ୧୮
ହଜାର ଲୋକ ନିଯୁକ୍ତି ପାଇବେ । ପୋସ୍କୋ ସହିତ ଯୌଥ ଉ୍ୟାଦୋଗ ସ୍ଥାପନ ପାଇଁ କଥାବାର୍ତା ଚାଲିଛି ଓ ଏହା ଖୁବ୍ ଶୀଘ୍ର ଫଳପ୍ରଦ ହେବ ବୋଲି ଆଶା କରାଯାଉଛି, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ରାଉରକେଲା

ତଦନ୍ତ ପାଇଁ ଆସିଥିବା ପୋଲିସ ଉପରେ ଆକ୍ରମଣ

January 12, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର,ଜାନୁୟାରୀ ୧୨(ଓଡ଼ିଶା ଡ଼ଟ୍ କମ୍) ଏକ ମାମଲାର ତଦନ୍ତ ପାଇଁ ଜଗତସିଂହପୁର ଆସିଥିବା ରାଉରକେଲା ମହିଳା ପୋଲିସ ଦଳକୁ ଗୁରୁବାର ଗ୍ରାମବାସୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

କୋର୍ଟ ଦେଇଥିବା ଛାଡ଼ପତ୍ର ଦେଖାଇବା ସତ୍ୱେ ଜଣେ ମହିଳାଙ୍କ ଶ୍ୱଶୂର ଘର ଲୋକଙ୍କୁ ପୋଲିସ ଗିରଫ କରିଥିବାରୁ ଗୋପାଳସାଗର ଗ୍ରାମବାସୀମାନେ ପୋଲିସ ଉପରେ ଆକ୍ରମଣ କରିଛନ୍ତି । ଆକ୍ରମଣରେ ପାଞ୍ଚଜଣ ପୋଲିସ ଆହତ ହୋଇଛନ୍ତି ।

ଏହି ଗ୍ରାମର ରତିକାନ୍ତ ଓଝା ୨୦୦୯ରେ କୋଲାର ଗ୍ରାମର ସରସ୍ୱତୀ ମହାରଣାଙ୍କୁ ବିବାହ କରିଥିଲେ ।
ରତିକାନ୍ତଙ୍କ ବାପା ରାଉରକେଲାରେ ଏକ କମ୍ପାନୀରେ କାମ କରୁଥିବା ବେଳେ ସେ ତାଙ୍କ ସହ
ସେଠାରେ ରହୁଥିଲେ ।

ବିବାହ ପରେ ଯୌତୁକ ଓ ଅନ୍ୟ ବିଷୟ ନେଇ ସରସ୍ୱତୀ ଏବଂ ଶ୍ୱଶୂର ଘର ଲୋକଙ୍କ ମଧ୍ୟରେ ମତାନ୍ତର
ସୃଷ୍ଟି ହୋଇଥିଲା । ପରେ ରତିକାନ୍ତ ସରସ୍ୱତୀଙ୍କୁ ଛାଡ଼ପତ୍ର ଦେଇଥିଲେ ।

ତେବେ ପରିବାର କୋର୍ଟ ଛାଡ଼ପତ୍ର ପ୍ରସ୍ତାବକୁ ଗ୍ରହଣ କରିବା ସହ ସରସ୍ୱତୀଙ୍କୁ ଭରଣପୋଷଣା ଦେବାକୁ ଶ୍ୱଶୂର ଘର ଲୋକଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ସେହିଦିନ ଠାରୁ ସେମାନେ ଅଲଗା ରହିଆସୁଥିଲେ ।

ପରବର୍ତୀ ସମୟରେ ସରସ୍ୱତୀ ରାଉରକେଲା ମହିଳା ଥାନାରେ ଶ୍ୱଶୂର ଘର ଲୋକଙ୍କ ବିରୋଧରେ
ଶାରୀରୀକ ଓ ମାନସିକ ନିର୍ଯ୍ୟାତନା ମାମଲା ଦାଏର କରିଥିଲେ ।

ଏହି ଘଟଣାର ତଦନ୍ତ ପାଇଁ ଆଜି ମହିଳା ଥାନା ପୋଲିସର ଏକ ଦଳ ଜଗତସିଂହପୁର ଆସି ସ୍ଥାନୀୟ ପୋଲିସ ସହାୟତାରେ ସରସ୍ୱତୀଙ୍କ ଶ୍ୱଶୂର ରାଜକିଶୋର ଓଝା, ଶାଶୁ ବିମଳା ଓଝା ଓ ଦିଅର ସୂର୍ଯ୍ୟକାନ୍ତକୁ ଗିରଫ କରିଥିଲା ।

ତେବେ ଏମାନଙ୍କ ଗିରଫଦାରିକୁ ବିରୋଧ କରି ଗ୍ରାମବାସୀମାନେ ଏକତ୍ରିତ ହୋଇ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ସହ ଆକ୍ରମଣ କରିଥିଲେ ଏବଂ ଗାଡ଼ି ଭଙ୍ଗାରୁଜା କରିଥିଲେ ।

ଗିରଫ ବ୍ୟକ୍ତିଙ୍କ ପରିବାର ଲୋକମାନେ ପରିବାର କୋର୍ଟ ଦେଇଥିବା ଛାଡ଼ପତ୍ର ଅର୍ଡ଼ର ଥାନାରେ ଦାଖଲ କରିନଥିଲେ । ତେଣୁ ମହିଳା ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ପୋଲିସ ତାଙ୍କ ଘର ଉପରେ ଚଢାଉ କରି ସେମାନଙ୍କୁ ଗିରଫ କରିଛି ବୋଲି ଜଗତସିଂହପୁର ଥାନା ଅଧିକାରୀ ସତୀଶ ରାୟ କହିଛନ୍ତି

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପୋଲିସ, ରାଉରକେଲା

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ