ଓଡିଶା ଡଟ କମ ସଂବାଦ ଦାତା
ଭୁବନେଶ୍ଵର,୧୩ ଜୁନ(ଓଡିଶା ଡଟ୍ କମ୍): ରାଜଧାନୀ ଭୁବନେଶ୍ଵରରେ ଦୀର୍ଘଦିନ ଧରି ଚାଲିଆସୁଥିବା ଦୁଇଟି ବେଆଇନ ଗୁଟଖା କାରଖାନା ଉପରେ ଚଢଉ କରି ଦଶ ଲକ୍ଷରୁ ଅଧିକ ଟଙ୍କାର ନକଲି ଗୁଟଖା ଜବତ କରିବା ସହ ପଚିଶ ଜଣଙ୍କୁ ଅଟକ ରଖିଥିବା ପୋଲିସ ଶନିବାର କହିଛି ।
ଖାରବେଳନଗର ଓ ଚନ୍ଦକା ଅଞ୍ଚଳରେ ଚାଲୁଥିବା ଏହି ନକଲି ଗୁଟୁଖା କାରଖାନାଗୁଡିକ ଉପରେ ଶୁକ୍ରବାର ସନ୍ଧ୍ୟାରେ ଚଢଉ ହୋଇଥିବା ପୋଲିସ ଡେପୁଟି କମିଶନର ସତ୍ୟବ୍ରତ ଭୋଇ ଓଡିଶା ଡଟ କମ କୁ କହିଛନ୍ତି। ରାଜ୍ୟରେ ଗୁଟଖା ତିଆରି ଓ ବିକ୍ରିକୁ ସରକାର ନିଷିଦ୍ଧ କରିସାରିଛନ୍ତି ।
ଓଡିଶା ଡଟ୍ କମ୍

୪୨.୯ ଡିଗ୍ରୀ ରେକର୍ଡ ହୋଇଥିବା ହୀରାକୁଦ ସହର ରାଜ୍ୟର ଦ୍ଵିତୀୟ ଉତ୍ତପ୍ତ ସ୍ଥାନ ରହିଥିବ ବେଳେ ତାହା ତଳକୁ ତାଳଚେର ସହର ରହିଛି । ସେଠାରେ ଦିନର ସର୍ବୋଚ୍ଛ ତାପମାତ୍ରା ୪୨.୮ ଡିଗ୍ରୀ ରହିଥିଲା












