• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରାଜଭବନ

ଓଡ଼ିଶା ଆସୁଛନ୍ତି ନୂଆ ରାଜ୍ୟପାଳ ଏସ୍.ସି.ଜମିର

March 19, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ମାର୍ଚ ୧୯(ଓଡ଼ିଶା ଡ଼ଟ୍ କମ୍)-ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ରାଜ୍ୟପାଳ ଭାବେ କାର୍ଯ୍ୟକାଳ ସରିବା ପରେ ମଙ୍ଗଳବାର ନୂଆ ରାଜ୍ୟପାଳ ସେନାୟଙ୍ଗବା ଚୁବାତୋଶୀ ଜମିର ଓଡ଼ିଶା ଆସୁଛନ୍ତି ।

ସେ ଆଜି ସଂଧ୍ୟା ସାଢେ ସାତଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ରାଜଭବନକୁ ଯିବେ । ଚଳିତ ମାସ ୨୧ତାରିଖରେ ତାଙ୍କର ରାଜ୍ୟପାଳ ଭାବେ ଶପଥଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ରାଜଭବନରେ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଓଡିଶା, ବିମାନବନ୍ଦର, ରାଜଭବନ, ରାଜ୍ୟପାଳ ଚନ୍ଦ୍ରକାନ୍ତ ଭଣ୍ଡାରେ

ବିଶ୍ୱମାନବାଧିକାର ଦିବସ ସଚେତନତା ପାଇଁ ୨୫ କି.ମି. ମାନବ ଶୃଙ୍ଖଳ

December 10, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୦(ଓଡିଶା ଡଟ୍ କମ୍)-ନିଜର ମୌଳିକ ଅଧିକାର ବିଷୟରେ ଲୋକମାନଙ୍କୁ ସଚେତନ କରିବା ପାଇଁ ବିଶ୍ୱମାନବାଧିକାର ଦିବସ ଅବସରରେ ସୋମବାର ଦିନ କିସ୍ ତରଫରୁ ଭୁବନେଶ୍ୱରରେ ମାନବ ଶୃଙ୍ଖଳ ଅନୁଷ୍ଠିତ ହୋଇ ଯାଇଛି ।

କିସ୍ ତରଫରୁ ହ୍ୟୁମାନ ଚେନ୍ ଫର ହ୍ୟୁମାନିଟ୍ କାର୍ଯ୍ୟକ୍ରମରେ ଅନୁଷ୍ଠାନରେ ରହି ପାଠ ପଢୁଥିବା ପ୍ରାୟ ୨୦ ହାଜର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସକାଳ ଘ ୯.୫ମି. ରୁ ଘ ୯.୭ମି. ପର୍ଯ୍ୟନ୍ତ ୨ ମିନିଟ ଧରି ଏହି ମାନବ ଶୃଙ୍ଖଳ ଅନୁଷ୍ଠିତ ହୋଇଥିଲା ।

ରାଜଭବନ ରୁ କିସ୍ ପର୍ଯ୍ୟନ୍ତ ମୁଖ୍ୟରାସ୍ତାରେ କିସ୍ ର ଛାତ୍ରଛାତ୍ରୀମାନେ ରହିଥିଲେ । ମାଷ୍ଟର କ୍ୟାଣ୍ଟିନ,ରାମ ମନ୍ଦିର ଓ ଫରେଷ୍ଟ ପାର୍କ ସମେତ ରାଜଧାନୀର ୪୫ଟି ସ୍ଥାନରେ ମଧ୍ୟ ମାନବ ଶୃଙ୍ଖଳ ଅନୁଷ୍ଠିତ ହୋଇଥିଲା ।

ସବୁ ସ୍ଥାନକୁ ମିଶାଇ ପ୍ରାୟ ୨୫ କି.ମି. ପର୍ଯ୍ୟନ୍ତ ମାନବ ଶୃଙ୍ଖଳ କରାଯାଇଥିଲା । ମାନବିକତା ପାଇଁ ମାନବଶୃଙ୍ଖଳ ବିଷୟ ବସ୍ତୁ ଓ ମାଇଁ ଭୟସ କାଉଂଟ୍ସ ସ୍ଲୋଗାନ ଦେଇ ଛାତ୍ରଛାତ୍ରୀମାନେ ରାସ୍ତାରେ ମାନବ ଶୃଙ୍ଖଳ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ଡା.ଦାମୋଦର ରାଉତ, ସାଂସଦ ପ୍ରଶନ୍ନ ପାଟ୍ଟସାହାଣୀ, ବିଧାୟକ ବିଜୟ ମହାନ୍ତି ,ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା,କିସ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଓଟିଭିର ନିର୍ଦ୍ଦେଶକ ବିଭୂପ୍ରସାଦ ରଥ ପ୍ରମୁଖ ଯୋଗଦେଇଥିଲେ ।

ଓଡିଆ ସିନେମା ଓ ଟେଲି ଭିଜନର ନାମୀ କଳାକାର, ବରିଷ୍ଠ ସମ୍ବାଦିକ, ଅନେକ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରାପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା ।

କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ଅବସରରେ କହିଥିଲେ ଏହି କାର୍ଯ୍ୟକ୍ରମ ମୌଳିକତା ଅଧିକାର ହାସଲ ଓ ସମାନତା ପାଇଁ ସନ୍ଦେଶ ଦେଉଛି । ମାନବ ଶୃଙ୍ଖଳ ମାଧ୍ୟମରେ ନିଶ୍ଚିତ ଭାବରେ ମାନବ ବା ଲୋକମାନେ ଚାହିଁଲେ ନିଜ ଜୀବନକୁ ନିଜ କାର୍ଯ୍ୟକାଳକୁ ନିଜ ବ୍ୟବହାରକୁ କିଛି ପରିମାଣରେ ଶୃଙ୍ଖଳିତ କରିପାରିବେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କିସ୍, ଛାତ୍ରଛାତ୍ରୀ, ବିଶ୍ୱମାନବାଧିକାର ଦିବସ, ରାଜଭବନ, ରାମ ମନ୍ଦିର

ଜନମୋର୍ଚ୍ଚା ସଦସ୍ୟ ଅମିୟ ପାଣ୍ଡବ ଗିରଫ , ଜାମିନରେ ଛାଡ

November 2, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨ (ଓଡ଼ିଶା ଡ଼ଟ୍ କମ୍)– ଓଡିଶା ଜନମୋର୍ଚ୍ଚାର ସଦସ୍ୟ ଅମିୟ ପାଣ୍ଡବ ଆଜି ଗିରଫ ହେଲାପରେ ସର୍ତମୂଳକ ଜାମିନିରେ ଛାଡ ପାଇଛନ୍ତି ।

ଆଜି ସକାଳେ ତାଙ୍କ ଭିଏସ୍ଏସ୍ ନଗରସ୍ଥିତ ଘରୁ ମଞ୍ଚେଶ୍ୱର ଥାନା ପୋଲିସ ତାଙ୍କୁ ଗିରଫ କରିଥିଲା । ଓଡିଶା ଲୋକଦଳର ସଭାପତି ଦିପ୍ତି ରଂଜନ ମହାନ୍ତିଙ୍କୁ ଧମକ, ଗାଳି ଗୁଲଜ ଏବଂ ତାଙ୍କ ଫାର୍ମକୁ ପୋଡି ଦେବା ଅଭିଯୋଗରେ ପାଣ୍ଡବଙ୍କୁ ଗରିଫ କରାଯାଇଥିଲା । ତେବେ ପରେ ତାଙ୍କୁ ସର୍ତମୁଳକ ଜାମିନ ମିଳିଛି ।

ଗତ ସେପ୍ଟେମ୍ବର ୨୬ ତାରିଖରେ ମହାନ୍ତିଙ୍କୁ ସେ ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ବିରୋଧରେ ଖଣି ଦୁର୍ନୀତି ସଂପୃକ୍ତି ଅଭିଯୋଗରେ ଓଡିଶା ଲୋକଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯାଇଥିଲା ।

ଏହି ବିକ୍ଷୋଭ କାହିଁକି କରାଗଲା ତାହାର ପ୍ରତିବାଦରେ ପାଣ୍ଡବ ଗତ ସେପ୍ଟେମ୍ବର ୨୬ ତାରିଖ ଦିନ ଦିପ୍ତି ରଂଜନଙ୍କୁ ତାଙ୍କ ଘରେ ଯାଇ ଧମକ ଚମକ ଦେଇଥିବା ଦିପ୍ତି ରଂଜନ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ ।

ପାଣ୍ଡବ କହିଛନ୍ତି ଦିପ୍ତି ରଂଜନ ମହାନ୍ତି କିଏ ସେ ଆଦୈା ଜାଣନ୍ତି ନାହିଁ । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଓ କାର୍ଯ୍ୟାନୁଷ୍ଠାନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ ଅଭିଯୋଗ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଖଣି ଦୁର୍ନୀତି, ଜନମୋର୍ଚ୍ଚା, ପୋଲିସ, ପ୍ୟାରୀମୋହନ ମହାପାତ୍ର, ରାଜଭବନ

ରନ୍ଧନ ଗ୍ୟାସ୍ କଟକଣା, ମୁଲ୍ୟ ବୃଦ୍ଧି ପ୍ରତିବାଦରେ ଧାରଣା

October 9, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୯ (ଓଡିଶା ଡଟ୍ କମ୍)-ବିଜୁ ମହିଳା ଜନତା ଦଳ ପକ୍ଷରୁ କେନ୍ଦ୍ର ଉପା ସରକାରଙ୍କ ଦ୍ୱାରାରନ୍ଧନ ଗ୍ୟାସ୍ର କଟକଣା ଓ ମୁଲ୍ୟ ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱରସ୍ଥ ରାଜଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଯାଇଛି ।

ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାନେତ୍ରୀ ତଥା ପୁର୍ବତନ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଯୋଗଦେଇ କହିଥିଲେ ଯେ, ରନ୍ଧନ ଗ୍ୟାସ୍ର ଆକାଶଛୁଆଁ ଦରବୃଦ୍ଧି ସାଧାରଣ ଜନତା ଓ ଗୃହିିଣୀଙ୍କର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେବ ।

ଏହା ଦ୍ୱାରାସାଧାରଣ ଜନତା, ଖଟିଖିଆ, ଗରୀବ ତଥା ନିମ୍ନମଧ୍ୟବିତ ପରିବାର ବର୍ଗ ବିଶେଷଭାବରେ ପ୍ରଭାବିତ ହେବେ ଓ ଏହା ବୋଝ ଉପରେ ନଳିତା ବିଡା ସଦୃଶ ।

କେନ୍ଦ୍ର ସରକାର ନିଜକୁ ଆମ୍ ଆଦମୀର ସରକାର କହି ଡିଣ୍ଡିମ ପିଟୁଥିବାବେଳେ ଏହା କେଉଁପରି ଭାବରେ ସେହି ସାଧାରଣ ଜନତାର ହିତରେ ସହାୟକ ହେବ, ତାହା ଆଜି ସାଧାରଣ ଜନତାର ପ୍ରଶ୍ନ ।

ରାଜ୍ୟ ବିଜୁ ମହିଳା ଜନତା ଦଳ କେନ୍ଦ୍ର କଂଗ୍ରେସ ସରକାରଂକର ଏତାଦୃଶ ଜନବିରୋଧି, ଅଗଣତାନ୍ତ୍ରୀକ, ସ୍ୱେଚ୍ଛାଚାର ଓ ଅହେତୁକ ଦରବୃଦ୍ଧି ନିଷ୍ପତିକୁ ଦୃଢ ନିନ୍ଦା କରିଛି ।

କେନ୍ଦ୍ର ଉପା ସରକାରଂକର ଏଭଳି ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଓଡିଶାର ରାଜ୍ୟପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ଦିଆଯାଇଛି ।

ଯଦି କେନ୍ଦ୍ର ସରକାର ଏଭଳି ଜନବିରୋଧି ନିଷ୍ପତିରୁ ବିରତ ନ ରୁହନ୍ତି, ତେବେ ଆଗାମୀ ଦିନରେ ବିଜୁ ମହିଳା ଜନତା ଦଳ ରାଜରାସ୍ତାକୁ ଓହ୍ଲାଇ ଜିଲ୍ଲା ସଦର ମହକୁମା, ବ୍ଲକ୍ ସଦର ମହକୁମାରେ ଆନ୍ଦୋଳନ ଜାରି ରହିବ ବୋଲି ମଲ୍ଲିକ ଘୋଷଣା କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଅଗଣତାନ୍ତ୍ରୀକ, କେନ୍ଦ୍ର ସରକାର, ବିଜୁ ମହିଳା ଜନତା ଦଳ, ରନ୍ଧନ ଗ୍ୟାସ୍, ରାଜଭବନ

ଗଣବଳାତ୍କାର: ସିବିଆଇ ତଦନ୍ତ ଦାବିରେ ଧାରଣା

February 18, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣବଳାତ୍କାର ଏବଂ ଚନ୍ଦନପୁର ନାବାଳିକା ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ଶନିବାର ଓଡ଼ିଶା ଗଣ ସମାଜ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଛି ।

ଏହି ଧାରଣାରେ ବିଭିନ୍ନ ଅଣ ବିଜେଡ଼ି ରାଜନୈତିକ ଦଳର ନେତା, ମହିଳା ସଂଗଠନ, ସିଭିଲ
ସୋସାଇଟି, ଯୁବକ ତଥା ଛାତ୍ର ସଂଗଠନର କର୍ମକର୍ତାମାନେ ଯୋଗ ଦେଇଥିଲେ ।

ଉଭୟ ଘଟଣାର ସିବିଆଇ ତଦନ୍ତ ସହ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ବହିସ୍କାର ଏବଂ କେନ୍ଦ୍ରାଂଚଳ
ଡ଼ିଆଇଜିଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି ।

ଗଣ ସମାଜର ପ୍ରଶାନ୍ତ ପଟ୍ଟନାୟକ, ରବି ଦାସ, କଂଗ୍ରେସର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବିଜେପିର
ଅଶୋକ ସାହୁ, ସିପିଆଇର ଦିବାକର ନାୟକ, ସିପିଆଇଏମ୍ର ସୁରେଶ ପାଣିଗ୍ରାହୀ ଓ ଅନ୍ୟମାନେ ରାଜଭବନରେ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ପିପିଲି ଗଣବଳାତ୍କାର, ରାଜଭବନ

ମୁଖ୍ୟ ସୂଚନା କମିଶନର ଭାବେ ତରୁଣକାନ୍ତିଙ୍କ ଶପଥ ଗ୍ରହଣ

November 21, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ର ରାଜ୍ୟର ନୂତନ ମୁଖ୍ୟ ସୂଚନା କମିଶନର ଭାବେ ଶନିବାର ଶପଥ ଗ୍ରହଣ କରିଛନ୍ତି ।

ରାଜଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହି ପଦବୀରେ ଥିବା ଧିରେନ୍ଦ୍ର ନାଥ ପାଢୀଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଥିବାରୁ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଅନେକ ଲୋକ ଏହି ଆଇନ ସଂପର୍କରେ ଜାଣିନଥିବାରୁ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପ୍ରଥମ ଲକ୍ଷ ବୋଲି ଶପଥ ଗ୍ରହଣ ପରେ ମିଶ୍ର ସାମ୍ବାଦିକ ମାନଙ୍କୁ କହିଛନ୍ତି ।

ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୂଚନା କମିଶନର ଜଗାନନ୍ଦ ଓ ପ୍ରମୋଦ ପଟ୍ଟନାୟକଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଗତ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ତିନି ଜଣିଆ କମିଟିରେ ମିଶ୍ରଙ୍କୁ ମୁଖ୍ୟ ସୂଚନା କମିଶନର ଭାବେ ମନୋନୀତ କରାଯାଇଥିଲା ।

ସେ ୧୯୭୫ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ, ରାଜସ୍ୱ, ଯୋଜନା ସମନ୍ୱୟ, ଅବକାରୀ, ଶକ୍ତି, ବାଣିଜ୍ୟ ଓ ପରିବହନ, ମହିଳା ଓ ଶିଶୁ ବିକାଶ, ସ୍କୁଲ ଓ ଗଣ ଶିକ୍ଷା ଏବଂ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ଭାବେ କାର୍ଯ୍ୟ କରିଛନ୍ତି ।

ସେ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରି ଗତ ଅଗଷ୍ଟ ମାସ ୩୧ରେ ଅବସର ଗ୍ରହଣ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ରାଜଭବନ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ