• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରାଜ୍ୟସଭା

ନବୀନ ପଞ୍ଚମ ଥରପାଇଁ ସଭାପତି ହେବା ନିଶ୍ଚିତ

January 25, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୫,(ଓଡିଶା ଡଟ୍ କମ୍)-ସଭାପତି ପଦପାଇଁ ବିଜେଡି ନିର୍ବାଚନ କମିଶନର ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକମାତ୍ର ପାର୍ଥୀରୂପେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେଣୁ ଶ୍ରୀ ପଟ୍ଟନାୟକ ପୁଣିଥରେ ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି । କେବଳ ୨୮ ତାରିଖରେ ଔପଚାରିକ ଘୋଷଣା କରାଯିବ ।

19-1-2013=3naveen

ନବୀନଙ୍କ ପାର୍ଥୀପତ୍ର ଦାଖଲକଲେ ମନ୍ତ୍ରୀ କଳ୍ପତରୁ ଦାସ । ସେ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ ନିକଟରେ ପାର୍ଥୀପତ୍ର ଦାଖଲ କଲେ । ନବୀନଙ୍କ ପାର୍ଥୀପତ୍ରରେ ୧୦ ଜଣ ସମର୍ଥକ ରହିଛନ୍ତି ।

ଆସନ୍ତା ୨୮ ତାରିଖରେ ସଭାପତି ଓ ରାଜ୍ୟ କାର୍ଯ୍ୟକାରିଣୀ ନିର୍ବାଚନ ଅନୁଷ୍ଠିତ ହେବ । ଏହାପରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ବିଜେଡି ନିର୍ବାଚନ ଅଧିକାରୀ ପ୍ରଭାତ ତ୍ରିପାଠୀ ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ,ଜିଲା ସଭାପତି ନିର୍ବାଚନ ପରେ ବିଜେଡି ରାଜ୍ୟ ପରିଷଦ ନିର୍ବାଚନ ଶେଷ ହୋଇଛି । ପରିଷଦକୁ ୩୩୧ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି ।

ପରିଷଦକୁ ୧୪୭ଟି ବିଧାନସଭା ଆସନରୁ ୧୪୭ଜଣ ସଦସ୍ୟ ମନୋନୀତ ହୋଇଥିବାବେଳେ ୧୦୩ ବିଧାୟକ, ୩୨ ସାଙ୍ଗଠନିକ ଜିଲା ସଭାପତି, ୧୪ଜଣ ଲୋକସଭା ସଭ୍ୟ, ୬ଜଣ ରାଜ୍ୟସଭା ସଭ୍ୟ ଏବଂ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିବା ୨୫ଜଣ ଓ ସାଂସଦ ନିର୍ବାଚନରେ ପରାଜିତ ୪ଜଣ ନେତାଙ୍କୁ ମନୋନୀତ କରାଯାଇଛି ।

ଗତ ୮ତାରିଖରେ ବିଜେଡିର ନୂଆ ଜିଲା ସଭାପତିଙ୍କ ନାମ ଘୋଷଣା କରାଯାଇଥିଲା । ତେବେ ଅର୍ଦ୍ଧାଧିକ ଜିଲାରେ ଏକାଧିକ ପ୍ରାର୍ଥୀ ରହିଥିବାରୁ ନିର୍ବାଚନ ମତୈକ ଭିତିରେ କରିବା ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା । ତେବେ ଏଥିରେ ନବୀନନିବାସର ହସ୍ତକ୍ଷେପ ଯୋଗୁ ନିର୍ବାଚନ ସହଜ ହୋଇଥିଲା ।

ନୂଆ ପରିଷଦରେ ଗତ ଥର ବାଦ ପଡ଼ିଥିବା ବହୁ ପୁରୁଖା ଓ ଅଭିଜ୍ଞ ନେତାଙ୍କୁ ଏଥର ସାମିଲ କରାଯାଇଛି । ବିଶେଷ କରି ଖୋର୍ଦ୍ଧା ଜିଲା ସଭାପତି ପଦରୁ ଅବ୍ୟାହତି ଦିଆଯାଇଥିବା ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦ୍ଦେବଙ୍କ ସମେତ କଟକରୁ ଧର୍ମାନନ୍ଦ ବେହେରାଙ୍କୁ ପରିଷଦରେ ରଖାଯାଇଛି ।

ସେହିପରି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ୍ମିନୀଶେଖର ଦେଓଙ୍କ ସମେତ ମାନସ ମାଡ଼କାନି, ରାମକୃଷ୍ଣ ଦାସମହାପାତ୍ର, ମୁନ୍ନା ଖାଁ, ନଗେନ୍ଦ୍ର ପ୍ରଧାନ ପ୍ରମୁଖଙ୍କୁ ପରିଷଦକୁ ମନୋନୀତ କରାଯାଇଛି ।

ଏହି ନିର୍ବାଚନ ମତୈକ ଭିତିରେ ହୋଇଥିବା ନିର୍ବାଚନ ଅଧିକାରୀ କହୁଥିଲେ ହେଁ ଏଥିନେଇ ଦଳୀୟ ମହଲରେ ଅସନ୍ତୋଷ ଭରି ରହିଛି । ନୂଆ ପରିଷଦରେ ଜିଲାସ୍ତରରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ଯୁବ ନେତା, ମହିଳା, ସଂଖ୍ୟାଲଘୁ, ଯାଦବ ସମ୍ପ୍ରଦାୟ ସମେତ ବିଭିନ୍ନ ବର୍ଗର ଅନୁଭବୀ ନେତାଙ୍କୁ ନିଆଯାଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି ।

୨୮ରେ ମଧ୍ୟ ରାଜ୍ୟର କାର୍ଯ୍ୟନିର୍ବାହୀ କମିଟି, ଉପସଭାପତି ଏବଂ ଅନ୍ୟାନ୍ୟ ଛାମୁଆ ସଙ୍ଗଠନର ମୋଟ ୮୧ଜଣିଆ କାର୍ଯ୍ୟକର୍ତାଙ୍କ ନାମ ଘୋଷଣା କରାଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଖୋର୍ଦ୍ଧା, ନିର୍ବାଚନ, ପଶ୍ଚିମ ଓଡ଼ିଶା, ବିଜେଡ଼ି, ବିଧାନସଭା, ମୁଖ୍ୟମନ୍ତ୍ରୀ, ରାଜ୍ୟସଭା, ଲୋକସଭା

ନିଜର ସ୍ଥିତି ଜାଣିବାକୁ ସୁପ୍ରିମକୋର୍ଟ ଗଲେ ପ୍ୟାରୀମୋହନ

December 10, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୦(ଓଡିଶା ଡଟ୍ କମ୍)- ବିଜେଡିରୁ ବହିଷ୍କାର ହେବାପରେ ରାଜ୍ୟ ସଭାରେ ତାଙ୍କର ସ୍ଥିତି କଣ ଜାଣିବା ପାଇଁ ସୋମବାର ସୁପ୍ରୀମ କୋର୍ଟର ଆଶ୍ରୟ ନେଇଛନ୍ତି ସାଂସଦ ପ୍ୟାରୀମୋହନ ମହାପାତ୍ର ।

ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ,୧୬ ନଭେମ୍ବର ୨୦୧୨ରେ ବିଜେଡି କାର୍ଯ୍ୟକାରିଣୀ ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା । ହେଲେ ସେହି ବହିଷ୍କାର ଚିଠି ଏ ପର୍ଯ୍ୟନ୍ତ ପାଇନାହାଁନ୍ତି ।

ରାଜ୍ୟସଭାର ସଦସ୍ୟ ହୋଇଥିବାରୁ ଦଳରୁ ବହିଷ୍କୃତ ଖବର ତୁରନ୍ତ ରାଜ୍ୟସଭା ସେକ୍ରେଟେରୀଏଟ୍କୁ ଜଣାଇ ଦିଆଯିବା କଥା । ଯାହା ବର୍ତମାନ ସୁଦ୍ଧା ହୋଇନାହିଁ । ଏଭଳି ପରିସ୍ଥିତିରେ ରାଜ୍ୟ ସଭାରେ ତାଙ୍କର ସ୍ଥିତି କଣ ଜାଣିବା ପାଇଁ ସେ ନିବେଦନ କରିଛନ୍ତି ।

ଗତ ଶୁକ୍ରବାର ଦିନ ପ୍ୟାରୀମୋହନ ସୁପ୍ରୀମକୋର୍ଟ ଯିବେ ବୋଲି ଗଣମାଧ୍ୟମକୁ ଜଣାଇଥିଲେ । ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା ମଧ୍ୟ ସ୍ପଷ୍ଟ କରିଥିଲେ ।

ଗତ ମେ ୨୯ ତାରିଖ ରାତିରେ ତଥାକଥିତ ମିଡ୍ନାଇଟ ଅପରେସନ ପରେ ତାଙ୍କୁ ଦଳରୁ ପ୍ରଥମେ ନିଲମ୍ବନ ଓ ପରେ ନଭେମ୍ବର ୧୬ ତାରିଖରେ ବହିଷ୍କାର କରାଯାଇଥିଲା । ଏହାପରେ ପ୍ୟାରୀ ଓଡିଶା ଜନମୋର୍ଚ୍ଚା ଗଠନ କରି ସଭ୍ୟ ସଂଗ୍ରହ କରିବାରେ ଲାଗିପଡିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଓଡିଶା ଜନମୋର୍ଚ୍ଚା, ଗଣମାଧ୍ୟମ, ପ୍ୟାରୀମୋହନ, ବିଜେଡ଼ି, ରାଜ୍ୟସଭା, ସାମ୍ବାଦିକ ସମ୍ମିଳନୀ, ସୁପ୍ରିମକୋର୍ଟ

ରାଜ୍ୟସଭା ସଂସଦୀୟ ଦଳ ନେତା ପଦରୁ ପ୍ୟାରୀଙ୍କ ଇସ୍ତଫା

August 4, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୪(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଶନିବାର ପ୍ୟାରୀମୋହନ ମହାପାତ୍ର ଇସ୍ତଫା ଦେଇଛନ୍ତି ।

ସେ ତାଙ୍କର ଇସ୍ତଫାପତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ପଠାଇ ଦେଇଥିବା ପ୍ୟାରୀ ଗଣମାଧ୍ୟମକୁ କହିଛନ୍ତି । ଭୁବନେଶ୍ୱରେ ପହଞ୍ଚିବା ପରେ ଇସ୍ତଫା ଦେଇଥିବା ସଂପର୍କରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇ ଦେଇଥିବା କହିଛନ୍ତି ।

ସରକାର ଏବଂ ଦଳ ମଧ୍ୟରେ ଯୋଗାଯୋଗ କ୍ଷେତ୍ରରେ ବ୍ୟାଘାତ ହୋଇଥିବା ତଥା ଦଳର ସଭାପତିଙ୍କ ସହ ମତ ବିନିମୟ ହୋଇନପାରିବାରୁ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ବିମାନବନ୍ଦର ଠାରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ରାଜ୍ୟସଭା, ସଂସଦୀୟ ଦଳ

ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର

March 19, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୯(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟସଭା ନିର୍ବାଚନ ପାଇଁ ମୋଟ୍ ସାତ ଜଣ ପ୍ରାର୍ଥୀ ସୋମବାର ବିଧାନସଭାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଦିଲୀପ ତିର୍କୀ ଏବଂ ରବି ମହାପାତ୍ର ବିଜେଡ଼ି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେଡ଼ି ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ସମାଜସେବୀ ଏ.ଭି.ସ୍ୱାମୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ସ୍ୱାମୀଙ୍କୁ ଏନ୍ସିପିର ଚାରି ଜଣ ଏବଂ ବିଜେଡ଼ିର ଛଅ ଜଣ ବିଧାୟକ ସମର୍ଥନ କରିଛନ୍ତି । ସେହିପରି କୌଣସି ଦଳର ବିଧାୟକଙ୍କ ସମର୍ଥନ ନଥାଇ ଚାରିଜଣ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ତେବେ ବିଜେପି ଏହି ନିର୍ବାଚନରୁ ବିରତ ରହିବା ପାଇଁ କହିଥିବା ବେଳେ ଆବଶ୍ୟକ ସଂଖ୍ୟା ନଥିବାରୁ ପ୍ରାର୍ଥୀ ଦିଆଯାଇ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

ଆସନ୍ତା ୩୦ ତାରିଖରେ ରାଜ୍ୟର ତିନୋଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନିର୍ବାଚନ, ବିଧାନସଭା, ରାଜ୍ୟସଭା

ରାଜ୍ୟସଭା: ଏ.ଭି.ସ୍ୱାମୀଙ୍କ ପ୍ରାର୍ଥୀତ୍ୱକୁ ବିଜେଡ଼ିର ସମର୍ଥନ

March 17, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୮(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟସଭାର ତୃତୀୟ ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ସମାଜସେବୀ ଏ.ଭି.ସ୍ୱାମୀ ଉଚିତ୍ ବ୍ୟକ୍ତି ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ।

ନୂଆପଡ଼ା ଜିଲ୍ଲାର ସ୍ୱାମୀ ଭୂଦାନ ଆନ୍ଦୋଳନରେ ଓଡ଼ିଶା, ମଧ୍ୟପ୍ରଶେ ଓ ମହାରାଷ୍ଟ୍ରରେ ଦୀର୍ଘଦିନ ଧରି କାର୍ଯ୍ୟ କରିଛନ୍ତି । ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସେ ଘନିଷ୍ଠ ସହଯୋଗୀ ଥିଲେ ।

ବର୍ତମାନ ସେ ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ଅଛନ୍ତି । ତାଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଦେବାକୁ ଦଳର କେନ୍ଦ୍ରୀୟ ନେତା ସ୍ପଷ୍ଟ କରିଥିବା ଏନ୍ସିପି ବିଧାୟକ ଅମର ଶତପଥୀ କହିଛନ୍ତି ।

ତେବେ ନିର୍ବାଚନରେ ତୃତୀୟ ପ୍ରାର୍ଥୀଙ୍କୁ ସମର୍ଥନ ନେଇ କେନ୍ଦ୍ରୀୟ ନେତା ସ୍ପଷ୍ଟ କରି ନାହାନ୍ତି ବୋଲି ବିଜେପି ରାଜ୍ୟ ସଭାପତି ଜୁଏଲ ଓରାମ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଆବଶ୍ୟକ ସମର୍ଥନ ନଥିବାରୁ ଦଳ ତୃତୀୟ ପ୍ରାର୍ଥୀ ଦେବ ନାହିଁ ବୋଲି ନବୀନ ପୂର୍ବରୁ ଗଣମାଧ୍ୟମକୁ କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର, ରାଜନୀତି Tagged With: ଏ.ଭି.ସ୍ୱାମୀ, ମୁଖ୍ୟମନ୍ତ୍ରୀ, ରାଜ୍ୟସଭା

ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି

March 12, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୨(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାର ଖାଲି ପଡ଼ୁଥିବା ତିନୋଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ନିମନ୍ତେ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।

ସଂପୃକ୍ତ ଆସନ ଗୁଡ଼ିକୁ ପୂରଣ କରିବା ପାଇଁ ବିଧାନସଭା ସଚିବ (ନିର୍ବାଚନ ଅଧିକାରୀ) ଏହି ବିଜ୍ଞପ୍ତି ଜାରି କରିଛନ୍ତି ।

ରାଜ୍ୟରେ ମାର୍ଚ୍ଚ ୧୯ରେ ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ରଖା ଯାଇଥିବା ବେଳେ ୨୦ରେ ଯାଞ୍ଚ ଓ ୨୨ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ ୩୦ରେ ନିର୍ବାଚନ ଅନୁଷ୍ଠିତ ହେବ ।

ବିଜେଡ଼ି ରାଜ୍ୟସଭା ସଦସ୍ୟ କିଶୋର ମହାନ୍ତି, କଂଗେସର ସୁଶୀଳା ତିରିଆ ଏବଂ ବିଜେପିର ରୁଦ୍ର ପାଣିଙ୍କ କାର୍ଯ୍ୟକାଳ ଅପ୍ରେଲ ୨ରେ ଶେଷ ହେଉଥିବାରୁ ଏହି ଆସନ ଗୁଡ଼ିକରେ ନିର୍ବାଚନ ହେବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର, ରାଜନୀତି Tagged With: ନିର୍ବାଚନ, ରାଜ୍ୟସଭା

ମାର୍ଚ୍ଚ ୩୦ରେ ତିନୋଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ

March 3, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୪(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ୩୦ରେ ଓଡ଼ିଶାର ତିନୋଟି ଆସନ ସମେତ ୧୫ଟି ରାଜ୍ୟର ୫୮ଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ନିମନ୍ତେ ଘୋଷଣା କରାଯାଇଛି ।

ନିର୍ବାଚନ କମିଶନ ପକ୍ଷରୁ ଶନିବାର ଏହି ଘୋଷଣା କରାଯାଇଥିବା ବେଳେ ଆସନ୍ତା ୧୨ରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ନିର୍ବାଚନ ପାଇଁ ୧୯ରେ ନାମାଙ୍କନ ପତ୍ର ଦାଖଲ ଏବଂ ୨୨ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ ।

ବିଜେଡ଼ି ରାଜ୍ୟସଭା ସଦସ୍ୟ କିଶୋର ମହାନ୍ତି, କଂଗ୍ରେସର ସୁଶୀଳା ତିରିଆ ଏବଂ ବିଜେପିର ରୁଦ୍ର ପାଣିଙ୍କ କାର୍ଯ୍ୟକାଳ ଅପ୍ରେଲ ୨ରେ ଶେଷ ହେଉଥିବାରୁ ଏହି ଆସନ ଗୁଡ଼ିକରେ ନିର୍ବାଚନ ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନିର୍ବାଚନ, ବିଜ୍ଞପ୍ତି ପ୍ରକାଶ, ରାଜ୍ୟସଭା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ