• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରାଜ୍ୟ ପ୍ରଶାସନିକ ସେବା

ପ୍ରତିବର୍ଷ ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷା କରିବାକୁ ନିଷ୍ପତ୍ତି

May 30, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୩୦ (ଓଡିଶା ଡଟ କମ) ପ୍ରତି ବର୍ଷ ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷା କରିବାକୁ ସରକାର ଶନିବାର ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ସାମ୍ବାଦିକ ମାନଙ୍କୁ କହିଛନ୍ତି । ଠିକ ସେହିପରି ଉତ୍ତର ଭୁଲ ହେଲେ ଏଥର ନେଗେଟିଭ ମାର୍କିଙ୍ଗ ବ୍ୟବସ୍ଥା ଚାଲୁହେବା ବୋଲି ସେ କହିଛନ୍ତି।

ଏ ସଂକ୍ରାନ୍ତୀୟ ଏକ ମାମଲା ର ବିଚାର କରି ହାଇକୋର୍ଟ ଚଳିତ ବର୍ଷ ଜାନୁଆରୀରେ ସରକାରଙ୍କୁ ପ୍ରତିବର୍ଷ ଏହି ପରୀକ୍ଷା କରିବା ପାଇଁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିକଟ ଅତୀତରେ ଅନୁଷ୍ଠିତ ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷା ବିବାଦୀୟ ହୋଇପଡିଥିଲା ।

୨୦୦୬ ରୁ ୨୦୧୦ ପର୍ଯ୍ୟନ୍ତ ଖାଲି ହୋଇଥିବା ରାଜ୍ୟ ପ୍ରଶାସନିକ ସେବା ଅଧିକାରୀ ପଦବୀ ପାଇଁ ଅକ୍ଟୋବର ୨୦୧୧ ରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷା ୨୦୧୧ ପାଇଁ ପ୍ରିଲିମିନାରି ପରୀକ୍ଷା ଜାନୁୟାରୀ ୨୦୧୪ ରେ ଓ ମେନ ପରୀକ୍ଷା ସେପ୍ଟେମ୍ବର ୨୦୧୪ରେ ଅନୁଷ୍ଠିତ ହୋଇଥିଲା ।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି Tagged With: ପରୀକ୍ଷା, ରାଜ୍ୟ ପ୍ରଶାସନିକ ସେବା

ରାଜ୍ୟ ପ୍ରଶାସନିକ ସେବା ସ୍ତରରେ ବ୍ୟାପକ ଅଦଳ ବଦଳ

May 8, 2015 by News Bureau Leave a Comment

ଭୁବନେଶ୍ଵର,ମଇ ୮ (ଓଡିଶା ଡଟ୍ କମ୍), ରାଜ୍ୟସରକାର ଗୁରୁବାର ରାଜ୍ୟ ପ୍ରଶାସନିକ ସେବା ଅଧିକାରୀ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଥିବା କେନ୍ଦ୍ରପଡାର ପୂର୍ବତନ ଜିଲ୍ଲାପାଳ ପ୍ରମୋଦ କୁମାର ଦାସଙ୍କୁ ସରକାର ଜଳସଂପଦ ବିଭାଗର ଅତିରିକ୍ତ ଶାସନସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଦାୟିତ୍ଵ ଶ୍ରମ ବିଭାଗର ଅତିରିକ୍ତ ଶାସନ ସଚିବ ବିଶ୍ଵନାଥ ପ୍ରଧାନଙ୍କୁ ଦିଆଯାଇଛି ।

ସେହିପରି ଗଣେଶ୍ଵର ଜେନାଙ୍କୁ ଅତିରିକ୍ତ ନିର୍ଦ୍ଦେଶକ ଇଷ୍ଟେଟ ଭାବେ ନିଯୁକ୍ତି ମିଳିଛି । ଇଷ୍ଟେଟର ଅତିରିକ୍ତ ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର କରଙ୍କୁ ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ବଦଳି କରାଯାଇ ଥିବା ବେଳେ ଓବିସି ନିର୍ଦ୍ଦେଶକ ଉମାକାନ୍ତ ସ୍ଵାଇଁଙ୍କୁ ଏମସିସିଆଇ ପ୍ରକଳ୍ପର ସ୍ଵତନ୍ତ୍ର ଭୂ-ଅର୍ଜନ ଅଧିକାରୀ ପଦବିରେ ନିଯୁକ୍ତି ଦିଆଯାଇଛି ।

ରାଜସ୍ୱ ବିଭାଗର ଉପ ଶାସନ ସଚିବ ଚିତ୍ରସେନ ରାଉତ ଛତ୍ରପୁରରେ ଟିସ୍କୋ ପ୍ରକଳ୍ପ ପାଇଁ ସ୍ଵତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି । ବୟନିକାର ପରିଚାଳନା ନିର୍ଦ୍ଦେଶକ ଭାବେ ସଂସ୍କୃତି ବିଭାଗର ଯୁଗ୍ମ ଶାସନ ସଚିବ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ଓ ସଂସ୍କୃତି ବିଭାଗର ଯୁଗ୍ମ ଶାସନ ସଚିବ ଭାବେ ପଶ୍ଚିମ ଓଡିଶା ବିକାଶ ପରିଷଦର ଉନ୍ନୟନ ଅଧିକାରୀ ମାନସ ରଞ୍ଜନ ଦେବତାଙ୍କୁ ନିଯୁକ୍ତି ମିଳିଛି। ଗୃହ ବିଭାଗର ଯୁଗ୍ମ ଶାସନ ସଚିବ ସୁଧାକର ବର୍ଗୀଙ୍କୁ ଶ୍ରମ ବିଭାଗକୁ ବଦଳି କରାଯାଇଛି।

ବୋଲଗଡ ତହସିଲିଦାର ବିଜୟଲକ୍ଷ୍ମୀ ପାଟ୍ଟଶାଣୀଙ୍କୁ ଓଡିଶା ରାଜ୍ୟ ପଣ୍ୟାଗାର ନିଗମର ସଚିବ ଭାବେ, ନିୟୋଜନ ଉପନିର୍ଦ୍ଦେଶକ ଅନିଲ କୁମାର ପଟ୍ଟନାୟକ ରାଜସ୍ୱ ବିଭାଗର ଉପ ଶାସନ ସଚିବ ଭାବେ , ଏମସିଆଇ ପ୍ରକଳ୍ପର ଭୂ-ଅର୍ଜନ ଅଧିକାରୀ ଧରଣୀଧର ନନ୍ଦଙ୍କୁ ଖୋର୍ଦ୍ଦା ଉପ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ସେଠାରେ ଥିବା ସତ୍ୟରଞ୍ଜନ ସାହୁଙ୍କୁ ପଞ୍ଚାୟତିରାଜ ବିଭାଗର ଉପ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଓ ହରିଶ୍ଚନ୍ଦ୍ର ସହାୟତା ପାଇଁ ଓଏସଡ଼ି ର ଦାୟିତ୍ଵ ସ୍ୱାସ୍ଥ୍ୟ ବିଭାଗରେ ଉପ ସଚିବ ଥିବା ଶିବ ନାରାୟଣ ସାହୁଙ୍କୁ ପ୍ରଦାନ କରାଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗର ଉପ ଶାସନ ସଚିବ ଦୁର୍ଗେଶ ନନ୍ଦିନୀ ସାହୁଙ୍କୁ ସ୍ୱାସ୍ଥ୍ୟ ବିଭାଗକୁ ବଦଳି କରାଯାଇଛି।

ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ଶାସନ ସଚିବ ବିରେନ୍ଦ୍ର କରକରା ନବରଙ୍ଗପୁର ଉପ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିବା ବେଳେ ସେଠାରେ ଥିବା ପରୀକ୍ଷିତ ସେଠୀଙ୍କୁ ଗଜପତି ଜିଲ୍ଲା ପିଏଆଇଟିଡ଼ିଏ ଭାବେ ନିଯୁକ୍ତି ମିଳିଛି।

ବାଲେଶ୍ଵର ଉପ ଜିଲ୍ଲାପାଳ ଇନ୍ଦ୍ରମଣି ନାୟକ ଯାଜପୁର ସହକାରୀ ପ୍ରୋଜେକ୍ଟ ନିର୍ଦ୍ଦେଶକ ଡ଼ିଆରଡ଼ିଏ, ଭଦ୍ରକ ଉପ ଜିଲ୍ଲାପାଳ ରାମଚନ୍ଦ୍ର ପାଲଟା ବାଲେଶ୍ଵର ଉପ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି । ଅନୁଗୁଳ ବିସ୍ଥାପନ ଦାୟିତ୍ଵରେ ଥିବା ପ୍ରକଳ୍ପ ନିର୍ଦ୍ଦେଶକ ଭୀନସେଣ୍ଟ ପୁନମ କାନ୍ତଏକ୍କା ବରଗଡ ଉପ ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି ଓ ସେଠି ଥିବା ବିଜୟ କୁମାର ଖଣ୍ଡାୟତଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

ଯାଜପୁରରେ ଏପିଡ଼ି ଥିବା ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କୁ କେନ୍ଦୁଝର ଉପ ଜିଲ୍ଲାପାଳ, ଭଞ୍ଜନଗର ଉପ ଜିଲ୍ଲାପାଳ ଅଜୟ କୁମାର ଜେନାଙ୍କୁ ଭଦ୍ରକ ଉପ ଜିଲ୍ଲାପାଳ, ବାଙ୍କି ଉପ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଭଞ୍ଜନଗର ଉପ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି।

କେନ୍ଦୁଝର ଆରଟିଓ ପ୍ରଭାତ କୁମାର ମହାପାତ୍ରଙ୍କୁ ଉଦ୍ଦଳା ଉପ ଜିଲ୍ଲାପାଳ, ଖୋର୍ଦ୍ଦା ଡ଼ିଆରଡ଼ିଓ ଏପିଡ଼ି ମନୋରଞ୍ଜନ ମଲ୍ଲିକଙ୍କୁ ବାଙ୍କି ଉପ ଜିଲ୍ଲାପାଳ ଭାବେ ଓ କେନ୍ଦ୍ରାଞ୍ଚଳ ଆରଡ଼ିସିଙ୍କୁ କାର୍ଯ୍ୟଳୟରେ ଅନୁଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ଅଶୋକ କୁମାର ପୁରୋହିତଙ୍କୁ ରାଜସ୍ୱ ପର୍ଷଦକୁ ବଦଳି କରାଯାଇଛି।

ଦେଓ ଜଳସେଚନ ପ୍ରକଳ୍ପରେ ସ୍ଵତନ୍ତ୍ର ଭୂ-ଅର୍ଜନ ଅଧିକାରୀ ରାଜେନ୍ଦ୍ର କୁମାର ନାୟକଙ୍କୁ ଅନୁଗୁଳରେ ବିସ୍ଥାନ ପ୍ରକଳ୍ପର ନିର୍ଦ୍ଦେଶକ ଭାର ପ୍ରଦାନ କରାଯାଇଛି।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ରାଜନୀତି Tagged With: ବଦଳି, ରାଜ୍ୟ ପ୍ରଶାସନିକ ସେବା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ