• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରାଜ୍ୟ ସରକାର

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ନିର୍ବାଚନୀ ଚାଲ-ବିରୋଧୀ

January 27, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୬(ଓଡିଶା ଡଟ୍ କମ୍ )-ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବ ପରିବାରକୁ ୧ ଟଙ୍କାରେ ଚାଉଳ ଯୋଗାଇ ଦେବାକୁ ଘୋଷଣା କରିବାପରେ ବିରୋଧୀ ସମାଲୋଚନା କରିଛନ୍ତି ।

କଂଗ୍ରେସ କହିଛି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସଂପୂର୍ଣ୍ଣ ନିର୍ବାଚନୀ ଚାଲ । ଖାଦ୍ୟ ସୁରକ୍ଷା ବିଲ୍ ଗୃହୀତ ହେବାପରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ସାଧାରଣ ବଣ୍ଟନ ସାମଗ୍ରୀକ ଭାବରେ ଅନେକ ରିହାତି ଦେଉଛନ୍ତି । ଏଥିରେ ରାଜ୍ୟର କିଛି ବାହାଦୁରି ନାହିଁ । କେବଳ ଘୋଷଣା କରି ଭୋଟ ରାଜନୀତି କରୁଛନ୍ତି ମୁଖ୍ୟମନ୍ତ୍ରୀ ।

ପିସିସି ସଭାପତି ଶ୍ରୀ ନିରଂଜନ ପଟ୍ଟନାୟକ କହିଛନ୍ତି ୨୦୦୯ ନିର୍ବାଚନରୁ ଏହି ଯୋଜନା କଂଗ୍ରେସ ଇସ୍ତାହାରରେ ରହିଥିଲା । ୨୦୧୪ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଏହାକୁ ଆପଣେଇଛନ୍ତି । ନବୀନ ବାବୁ ଏହା କହିବାର ଉଦ୍ଦେଶ୍ୟ ହେଲା ସେ ନିର୍ବାଚନ ପାଇଁ ଭୟଭିତ ହୋଇ ଯାଇଛନ୍ତି ।

ଏହାଛଡା ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ ହେବାପରେ କେନ୍ଦ୍ର ସରକାର ଗରୀବ ପରିବାରକୁ ଚାଉଳ କିଲୋ ପିଛା ୩ଟଙ୍କାରେ ଦେବାକୁ ଯୋଜନା କରିଥିଲେ । ଏବେ ରାଜ୍ୟ ସରକାର କିଲୋପିଛା ଏକ ଟଙ୍କା ଦେଲେ ସେଥିରେ କିଛି ବାହାଦୁରି ନାହିଁ ।

ବିଜେପି ମଧ୍ୟ କଂଗ୍ରେସ ସ୍ୱରରେ ସ୍ୱର ମିଳାଇଛି । ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି ରାଜ୍ୟର ୪୪ ଲକ୍ଷ ଗରିବ ପରିବାର ଭୋଟ ହାତେଇବା ପାଇଁ ସାଧାରଣତନ୍ତ୍ର ଦିବସରେ ଏପରି ଅସାଧରଣ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଭିନ୍ନ ରାଜନୈତିକ ବିଶେଷଜ୍ଞଙ୍କ ମତହେଲା ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ସାଧାରଣ ଜନତାଙ୍କ ଉନ୍ନତି ହେବ ନାହିଁ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଆଗାମୀ ଦିନରେ ମଧ୍ୟ ମାଗଣାରେ ଚାଉଳ ମିଳି ପାରିବ ।

ସାଧାରଣ ବଣ୍ଟନ ନିୟମରେ ବିପିଏଲ ପରିବାରକୁ ପ୍ରତିକିଲୋ ଚାଉଳ ପିଛା କେନ୍ଦ୍ର ସରକାର ଦେଉଛନ୍ତି ୧୬ ଟଙ୍କା ରିହାତି । ରାଜ୍ୟ ସରକାର କେନ୍ଦ୍ର ସରକାର ଠାରୁ ଚାଉଳ କିଣୁଛନ୍ତି କିଲୋ ପିଛା ୬ ଟଙ୍କା ଦରରେ । ସେଥିରେ ୫ଟଙ୍କା ରିହାତି ଦେଇ କିଲୋ ପିଛା ଏକଟଙ୍କା ଦରରେ ଚାଉଳ ଯୋଗାଇ ଦେବାକୁ ସ୍ଥିର କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ୧ ଟଙ୍କାରେ ଚାଉଳ, କଂଗ୍ରେସ, ନିର୍ବାଚନ, ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର, ସାଧାରଣତନ୍ତ୍ର ଦିବସ

ସହକାରୀ ମତ୍ସ୍ୟ ଅଧିକାରୀ ଚାକିରିରୁ ବହିଷ୍କୃତ

January 16, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୧୬(ଓଡିଶା ଡଟ୍ କମ୍)- ପୂର୍ବତନ ସହକାରୀ ମତ୍ସ୍ୟ ଅଧିକାରୀ ଦ୍ୟୁତୀକୃଷ୍ଣ ପଣ୍ଡାଙ୍କୁ ରାଜ୍ୟ ସରକାର ଚାକିରିରୁ ବହିଷ୍କୃତ କରିଛନ୍ତି । ଏ ସଂକ୍ରାନ୍ତରେ ମଙ୍ଗଳବାର ରାଜ୍ୟ ସରକାର ଭିଜିଲାନ୍ସ ବିଭାଗକୁ ଅବଗତ କରିଥିବା ଜଣାପଡିଛି ।

ପୁରୀଜିଲା ଅନ୍ତର୍ଗତ ଖିରିସାହି ଗ୍ରାମର ମତ୍ସ୍ୟଜୀବୀ କାଳୁ ବେହେରା ଏକ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦେବା ସକାଶେ ପୂର୍ବତନ ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀ ପଣ୍ଡା ୧୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ଶ୍ରୀ ବେହେରାଙ୍କଠାରୁ ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ । ପରେ ଶ୍ରୀ ପଣ୍ଡାଙ୍କ ବିରୋଧରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଅଭିଯୋଗ ଫର୍ଦ ଦାଖଲ କରିଥିଲେ । ଉକ୍ତ ମାମଲାର ବିଚାର କରି ୨୦୧୨ ନଭେମ୍ବର ୨୪ତାରିଖ ଭିଜିଲାନ୍ସ କୋର୍ଟ ଶ୍ରୀ ପଣ୍ଡାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଚାକିରିରୁ ବହିଷ୍କୃତ, ଭିଜିଲାନ୍ସ ବିଭାଗ, ରାଜ୍ୟ ସରକାର, ଲାଞ୍ଚ

ବରମୁଣ୍ଡା ବସଷ୍ଟାଣ୍ଡ ଜମି ଲିଜ୍ ଚୁକ୍ତି ହାଇକୋର୍ଟରେ ରଦ୍ଧ

December 20, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୦(ଓଡିଶା ଡଟ୍ କମ୍)-ଭୁବନେଶ୍ୱର ବସଷ୍ଟାଣ୍ଡ ଘରୋଇ କରଣ ସଂପର୍କରେ ଓଏସ୍ଆରଟିସି ଓ ଏଆରଏସ୍ଏସ୍ ମଧ୍ୟରେ ହୋଇଥିବା ଚୁକ୍ତିକୁ ଓଡିଶା ହାଇକୋର୍ଟ ଗୁରୁବାର ରଦ୍ଧ କରିଦେଇଛନ୍ତି । ଫଳରେ ରାଜ୍ୟ ସରକାରଙ୍କୁ ଶକ୍ତ ଧକ୍କା ଲାଗିଛି ।

ମୁଖ୍ୟ ବିଚାରପତି ଭି.ଗୋପାଳ ଗୌଡା ଓ ବିଚାରପତି ସଂଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତ ରୁଜୁ ହୋଇଥିବା ଦୁଇଟି ପୃଥକ ପୃଥକ ମାମଲାର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି ।

ଆଜି ମାନ୍ୟବର ଖଣ୍ଡପୀଠ ତାଙ୍କ ରାୟରେ ରାଜ୍ୟ ସରକାର ସମ୍ବିଧାନର ୨୯୯ଧାରା ଉଲଙ୍ଘନକରି ଲିଜ୍ ପ୍ରଦାନ କରିଥିବାରୁ ଏହି ଦୁଇଟି ଚୁକ୍ତିକୁ ବାତିଲ କରିଦେଇଛନ୍ତି । ସେହିପରି ଜମି ହସ୍ତାନ୍ତର ଆଇନ୍ ୧୦୫ ଓ ୧୦୭କୁ ରଜ୍ୟ ସରକାର ଉଲଙ୍ଘନ କରିଛନ୍ତି ବୋଲି ଖଣ୍ଡପୀଠ ରାୟରେ ସ୍ପଷ୍ଟ କରିଦେଇଛନ୍ତି ।

ସରକାରଙ୍କର ଏହା ଅଧିକାରଭୁକ୍ତ ହୋଇନଥିବା ବେଳେ ବେଆଇନ ଭାବେ ଘରୋଇ କଂପାନୀ ସହ ଲିଜ୍ ସଂକ୍ରାନ୍ତିୟ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ମାନ୍ୟବର ଅଦାଲତ ପୂର୍ବରୁ ଚଳିତ ବର୍ଷ ଗତ ମାର୍ଚ୍ଚ ୩୦ ତାରିଖରେ ଏହି ମାମଲା ଉପରେ ସ୍ଥିତାବସ୍ଥା ଜାରି କରିଥିଲେ ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ଏଆରଏସ୍ଏସ୍ ନାମକ ଏହି ଘରୋଇ କମ୍ପାନୀକୁ ଭୁବନେଶ୍ୱର ବସଷ୍ଟାଣ୍ଡର ଜମିକୁ ୯୩ ବର୍ଷ ପାଇଁ ଲିଜ୍ ସୂତ୍ରରେ ପ୍ରଦାନ କରିଥିଲେ । ଏହାକୁ ବେଆଇନ ବୋଲି ଦର୍ଶାଇ ବିଜେପି ନେତା ସମୀର ମହାନ୍ତି ହୋଇକାର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ, ଓଡିଶା ଖବର Tagged With: ବରମୁଣ୍ଡା ବସଷ୍ଟାଣ୍ଡ, ବିଜେପି, ରାଜ୍ୟ ସରକାର, ସମ୍ବିଧାନ, ହାଇକୋର୍ଟ

ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ

December 18, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୮(ଓଡିଶା ଡଟ୍ କମ୍)- ବିଜେଡିର ରେଳ ଅବହେଳା ଓ କଂଗ୍ରେସର ଚାଷୀଙ୍କୁ ଅବହେଳା ପ୍ରସଙ୍ଗ ନେଇ ମଙ୍ଗଳବାର ଦିନ ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ । ପରିସ୍ଥିତି ଉତେଜନା ପୂର୍ଣ୍ଣହେବାରୁ ବାଚସ୍ପତି ଦିନକ ପାଇଁ ଗୃହକୁ ମୁତତବୀ ରଖିଥିଲେ ।

ଶୂନ୍ୟକାଳରେ କେନ୍ଦ୍ର ସରକାର ଓଡିଶାର ରେଳ ବଜେଟରୁ ୬୦ କୋଟି ଟଙ୍କା କାଟି ଦେଇଥିବା ପ୍ରସଙ୍ଗ ନେଇ ବିଜେଡି ବିଧାୟକମାନେ ପ୍ରତିବାଦ ଆରମ୍ଭ କରିବାମାତ୍ରେ ଚାଷୀଙ୍କୁ ନବୀନ ନିବାସଠାରେ ପୋଲିସ ମାଡଦେବା ଘଟଣାକୁ ନେଇ ବିରୋଧୀ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଥିଲେ ।

ବିଜେଡି ବିଧାୟକ ପ୍ରଦୀପ ମହାରଥୀ କେନ୍ଦ୍ରୟ ଅବହେଳା ନେଇ କଂଗ୍ରେସକୁ ସମାଲୋଚନା କରିବାକ୍ଷଣି କଂଗ୍ରେସର ସମସ୍ତ ବିଧାୟକ ଗୃହର ମଧ୍ୟଭାଗକୁ ଚାଲିଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ।

ନବୀନ ପଟ୍ଟନାୟକ ହାଏ ହାଏ,ଚାଷୀ ହତ୍ୟାକାରୀ ହାଏ ହାଏ,ଚାଷୀଙ୍କୁ ମାଡ ଚଳିବ ନାହିଁ ଆଦି ସ୍ଲୋଗାନ ଦେଇଥିଲେ ଏବଂ ବାଚସ୍ପତିଙ୍କ ଟେବୁଲ ବାଡେଇବା ସହିତ ହଟଗୋଳ କରିଥିଲେ ।

ସେହିପରି ଶାସକ ବିଜେଡି ବିଧାୟକମାନେ ରେଳବାଇରେ ଓଡିଶାକୁ କେନ୍ଦ୍ର ସରକାରଙ୍କ କ୍ରମାଗତ ଅବହେଳାକୁ ନେଇ ସ୍ଲୋଗାନ ଦେଇ ଠିଆ ହୋଇ ପ୍ରତିବାଦ କରିଥିଲେ । ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ବିରୋଧରେ ସ୍ଲୋଗାନ ସହିତ ଶାସକ ସଭ୍ୟ ହୋ-ହାଲ୍ଲା କରିବାରୁ ଗୃହରେ ଉତେଜନାପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥିଲା ।

ବିଜେଡି ବିଧାୟକ ପ୍ରଦୀପ ମହାରଥୀ ହାତରେ ଧରିଥିବା କାଗଜପତ୍ର ଗୃହ ମଧ୍ୟକୁ ଫୋପାଡି ଦେଇଥିଲେ । ଏହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ପରବର୍ତୀ ସମୟରେ ବିଜେଡିର ଅନ୍ୟ ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲିଆସିଥିଲେ । ଫଳରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ ।

ଗୃହର ପରିସ୍ଥିତି ଅଧିକ ଉତେଜନା ପୂର୍ଣ୍ଣ ହେଉଥିବାରୁ ବାଚସ୍ପତି ପ୍ରଦୀପ କୁମାର ଅମାତ ୧୧.୩୪ରୁ ୧୨.୩୦ ଓ ୧୨.୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶେଷରେ ପୁରା ଦିନକ ପାଇଁ ଗୃହକୁ ମଲତବୀ ଘୋଷଣା କରିଥିଲେ ।

ଗୃହମୁଲତବୀ ହେବାପରେ ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ତଳକୁ ଯାଇ କେନ୍ଦ୍ରୀୟ ଅବହେଳା ବିରୋଧରେ ଧାରଣାରେ ବସିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: କଂଗ୍ରେସ, ନବୀନ ନିବାସ, ବାଚସ୍ପତି, ବିଜେଡ଼ି, ବିଧାନସଭା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ରାଜ୍ୟ ସରକାର

ବିଧାନସଭା ନିର୍ବାଚନରେ ମଇଦାନକୁ ଓହ୍ଲାଇବ ଜନମୋର୍ଚ୍ଚା-ପ୍ୟାରୀ

November 30, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୩୦(ଓଡିଶା ଡଟ୍ କମ୍)-ଆସନ୍ତା ୨୦୧୪ ବିଧାନସଭା ନିର୍ବାଚନରେ ମଇଦାନକୁ ଓହ୍ଲାଇବ ଜନମୋର୍ଚ୍ଚା । ଏକଥା ଆଜି ସ୍ପଷ୍ଟ କରିଛନ୍ତି ମୋର୍ଚାର ଅଧ୍ୟକ୍ଷ ପ୍ୟାରୀମୋହନ ମହାପାତ୍ର ।

ପ୍ୟାରୀ କହିଛନ୍ତି ଦୁଇ ମାସରେ ୨୦ ବର୍ଷର ଯୁବକ ପାଲଟିଛି ଜନମୋର୍ଚ୍ଚା । ଏହି ସ୍ରୋତରେ ବର୍ତମାନ ଏତେ ଲୋକ ମିଶିଲେଣି ଯାହାକି କର୍ମୀଙ୍କ ସଂଖ୍ୟା ୨ ଲକ୍ଷରୁ ଉର୍ଦ୍ଧ । ଏହାପରେ ପ୍ରତିମାସରେ ତିନିଚାରି ଲକ୍ଷ ଲେଖାଏଁ ବୃଦ୍ଧି ପାଇବ । ଆସନ୍ତା ଏପ୍ରୀଲ ମାସସୁଦ୍ଧା ମୋର୍ଚ୍ଚାର କର୍ମୀ ସଂଖ୍ୟା ୨୦ରୁ ୨୫ ଲକ୍ଷ ଟପିଯିବ ।

ବିଜେଡିର ଯେଉଁ ପିରାମିଡ ଅଛି ତା ଉପରେ ବସିଥିବା ସଭାପତି ତାଙ୍କ କ୍ଷମତା ହରାଇ ବସିଛନ୍ତି । ସେ ପିରାମିଡର ଯଦି ତଳୁ ଖସିଗଲା ସେ ପିରାମିଡ ତ ଭୁସୁଡିବ । ଆଉ ଭୁସୁଡି ପଡିବ ନବୀନଙ୍କ ପିରାମିଡ । ଯଦି ବିଜେଡି ବାଟକୁ ନଆସେ ତେବେ ଅସଲ ବିଜେଡି ପାଲଟିବ ଜନମୋର୍ଚ୍ଚା ।

ନିର୍ବାଚନରେ ମୋର୍ଚ୍ଚା ପକ୍ଷରୁ ପ୍ରାର୍ଥି ଦିଆଯିବ। ସେମାନେ ହେବେ ପ୍ରକୃତ ବିଜେଡି ପ୍ରାର୍ଥି । ଯଦି ସେ ନିର୍ବାଚନ କମିଶନରଙ୍କ ନିକଟରେ ନିଜର ସ୍ଥିତି ବଜାୟ ରଖନ୍ତି ତାହେଲେ ଜନମୋର୍ଚ୍ଚା ରାଜନୈତିକ ଦଳ ହୋଇ ନିର୍ବାଚନରେ ପ୍ରତିଦୋନ୍ଦିତା କରିବ ।

ସେ ତାତ୍ସଲ୍ୟ କରିକହିଛନ୍ତି ଯେ, ମୋର୍ଚ୍ଚା କିମ୍ବା ତାଙ୍କୁ ରୋକିବାପାଇଁ ନବୀନଙ୍କ ନିକଟରେ ବୁଦ୍ଧି ନାହିଁ । କୌଣସି ଜାଗାରେ ଘେରି ପାରିବେ ନାହିଁ । ମୋର୍ଚ୍ଚା ପକ୍ଷରୁ ଜାରି ରହିଛି କର୍ମୀ ସଂଗ୍ରହ ଅଭିଯାନ । ରାଜ୍ୟସ୍ତରୀୟ ଯୁବ ସଂଗଠନ ମଧ୍ୟ ଗଠନ କରାଯାଇଛି ।

ପ୍ୟାରୀ ଆହୁରି ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ, ତାଙ୍କୁ ବିଜେଡିରୁ ବହିଷ୍କାର କରିବାକୁ ନିସ୍ପତି ନେବାପରେ ରାଜ୍ୟ ସରକାର ତାଙ୍କ ସହ ସଂପର୍କ ରଖିଥିବା ବ୍ୟକ୍ତି ବିଶେଷଙ୍କର ଫୋନ ଟ୍ୟାପିଂ କରିଛନ୍ତି ।

ସେ କହିଛନ୍ତି ୨୦୦୮ ଡିସେମ୍ବର ପର୍ଯ୍ୟନ୍ତ ଫୋନ ଟ୍ୟାପିଂ ସଂଖ୍ୟା କମ୍ ଥିବାବେଳେ ତା ପରଠାରୁ ଏହି ପରିମାଣ ଅଧିକ ହୋଇଛି । ବିଶେଷକରି ତାଙ୍କୁ ବିଜେଡିରୁ ବାହାର କରିବାକୁ ନିସ୍ପତି ନିଆଯିବାପରେ ୪ ହଜାରରୁ ଅଧିକ ଫୋନ ଟ୍ୟାପିଂ କରାଯାଇଛିା ଏ ସମୟରେ ନିର୍ଦିଷ୍ଟ ଭାବେ କେତେକଣ ଫୋନ ଟ୍ୟାପିଂ ହୋଇଛି ତାର ତାଲିକା ଦେବାକୁ ଦାବି କରିଛନ୍ତି ପ୍ୟାରୀ ମୋହନ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଜନମୋର୍ଚ୍ଚା, ନିର୍ବାଚନ, ପ୍ୟାରୀମୋହନ ମହାପାତ୍ର, ବିଧାନସଭା, ରାଜ୍ୟ ସରକାର

ଖଣି ଦୁର୍ନୀତି: ଦିଗ୍ବିଜୟଙ୍କ ଟାର୍ଗେଟରେ ନବୀନ

November 25, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨୫(ଓଡିଶା ଡଟ୍ କମ୍)- ଓଡିଶା ଗସ୍ତରେ ଆସିଥିବା ସାଧାରଣ ସଂପାଦକ ଦିଗ୍ବିଜୟ ସିଂ ରାଜ୍ୟ ସରକାରଙ୍କ ଖଣି ଦୁର୍ନୀତି ନେଇ ତୀବ୍ର ସମାଲୋଚନା କରିଥିବା ବେଳେ ଏଫ୍ଡିଆଇ ପ୍ରସଙ୍ଗରେ ବିଜେଡିର ସମର୍ଥନ ପାଇଁ ଅନୁରୋଧ କରିଛନ୍ତି ।

ଏକ୍ସ୍ସେସ୍ ମାଇନିଂ ନେଇ ଓଡିଶା ସରକାର ୭୦ ହଜାର କୋଟି ଟଙ୍କାର ଜୋରିମାନା ପାଇଁ ନୋଟିସ୍ ଦେଇଥିବା ବେଳେ ପୂର୍ବରୁ ମୁଖ୍ୟମନ୍ତ୍ରୀ କଣ କରୁଥିଲେ । ରାଜ୍ୟରେ ଦୀର୍ଘ ୧୨ବର୍ଷ ଧରି ବିଜେଡି ସରକାର ଚାଲିଥିବା ବେଳେ ଖୋଲାଖୋଲି ଭାବରେ କୋଇଲା ଦୁର୍ନୀତି ହୋଇଥିଲା । ସେତେବେଳେତ ତାଙ୍କରି ମନ୍ତ୍ରୀମାନେ ଥିଲେ । କାହିଁକି ସେମାନେ ପଦକ୍ଷେପ ନେଉ ନଥିଲେ ବୋଲି ସିଂ ପ୍ରଶ୍ନ କରିଛନ୍ତି ।

ସେହିଭଳି ସାହା କମିଶନ ବିନା ଲିଜ୍ ରେ ହୋଇଥିବା ମାଇନିଂ ଉପରେ ତଦନ୍ତ କରିବାକୁ ସେ କମିଶନଙ୍କୁ ଅନୁରୋଧ କରିବେ ବୋଲି ସେ କହିଛନ୍ତି ।

ରାଜ୍ୟ ସରକାର କୃଷି ଉପରେ ଗୁରୁତ୍ୱ ଦେଉନାହାଁନ୍ତି । କେନ୍ଦ୍ର ସରକାର ଖୁଚୁରା ବ୍ୟବସାୟ କ୍ଷେତ୍ରରେ ୫୧% ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ଅଗ୍ରାଧିକାର ଦେଇଥିବାରୁ ଏହା ଦେଶପାଇଁ ଭଲ । କୋଇଲା ବ୍ଲକ ଆବଣ୍ଟନରେ କୌଣସି ଦୁର୍ନୀତି ହୋଇନାହିଁ ବୋଲି ସିଂ ପ୍ରକାଶ କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: କୃଷି, ଖଣି ଦୁର୍ନୀତି, ବିଜେଡ଼ି, ରାଜ୍ୟ ସରକାର, ସାହା କମିଶନ

ବିଆରିଏଲ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଗ୍ରୀନବେଞ୍ଚର ଆଦେଶ

November 22, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨୨ (ଓଡିଶା ଡଟ୍ କମ୍)- ଜଳକ୍ଲିଷ୍ଟ ରାଜ୍ୟବାସୀଙ୍କ ଆବଶ୍ୟକତା ଏବଂ ଜଳସେଚନ ପ୍ରତି ଆଖିବୁଜିଦେଇ ରାଜ୍ୟର ବିଭିନ୍ନ ନଦୀଜଳକୁ ଶିଳ୍ପାନୁଷ୍ଠାନ, ବିଦ୍ୟୁତ ପ୍ରକଳ୍ପ; ଏପରିକି ଲୁହାପଥର ପରିବହନ ପାଇଁ ଆବଣ୍ଟନ କରି ଚାଲିଥିବା ରାଜ୍ୟ ସରକାରଙ୍କ କଂପାନୀ ପ୍ରୀତି ଉପରେ ଜାତୀୟ ଗ୍ରୀନବେଞ୍ଚ ପ୍ରଥମ ଅଙ୍କୁଶ ଲଗାଇଛନ୍ତି ।

ଗତ ୨୧ ତାରିଖ ଦିନ ଗ୍ରୀନବେଞ୍ଚଙ୍କ କାର୍ଯ୍ୟକାରୀ ଅଧ୍ୟକ୍ଷ ମାନ୍ୟବର ଜଷ୍ଟିସ ଏ. ଏସ. ନାଇଡୁ ଏବଂ ବିଶେଷଜ୍ଞ ସଭ୍ୟ ଡଃ. ପି.ସି.ମିଶ୍ର – ମୁରଲୀ ଶର୍ମାଙ୍କ ଆବେଦନକୁ ବିଚାର ପାଇଁ ଗ୍ରହଣ କରି ବ୍ରାହ୍ମଣୀ ରିଭର ପେଲେଟ ଲିମିଟେଡ ବିଆରପିଏଲକୁ ପାଣି ଦେବାଉପରେ ନିଷେଧାଦେଶ ଜାରି କରିବା ସହ ପରିବେଶ ମଞ୍ଜୁରୀ ପୂର୍ବରୁ ପୂର୍ବୋକ୍ତ କଂପାନୀର ନିର୍ମାଣ କାର୍ଯ୍ୟକୁ ମଧ୍ୟ ବନ୍ଦ କରିବାକୁ ଆଦେଶ ଦେଇଛନ୍ତି ।

ପ୍ରକାଶଥାଉକି, ବର୍ଷର ତିରୋଟ ୬ମାସ ସମୟରେ ବୈତରଣୀର ଜଳପ୍ରବାହ ଅତ୍ୟନ୍ତ କ୍ଷୀଣହେଉଥିବା କାରଣରୁ ଏହା ଉପରେ ନିର୍ଭରଶୀଳ ଓଡ଼ିଶାର ପାଞ୍ଚଟି ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାର ଲକ୍ଷ ଲକ୍ଷ ଜନସାଧାରଣ ଜଳକ୍ଲେଶ ଜନିତ ସମସ୍ୟା ଭୋଗୁଛନ୍ତି ।

ବିଶେଷକରି ଏହି ନଦୀ ଉପରେ ନିର୍ମାଣାଧୀନ କାନପୁର ଜଳସେଚନ ଯୋଜନା ଏବଂ ଆନନ୍ଦପୁର ବ୍ୟାରେଜ ଦ୍ୱାରାରାଜ୍ୟର ଏକ ବିସ୍ତୃତ ଅଞ୍ଚଳ ଜଳସେଚନର ସୁଯୋଗ ପାଇବାକୁ ଥିବା କାରଣରୁ ବୈତରଣୀରେ ଯଥେଷ୍ଟ ଜଳପ୍ରବାହର ଆବଶ୍ୟକତା ରହିଛି ।

କିନ୍ତୁ ରାଜ୍ୟ ସରକାର ବିଆରପିଏଲ, ଏସାରଷ୍ଟିଲ, ଜିନ୍ଦଲ ଷ୍ଟିଲ ସମେତ ବହୁକଂପାନୀକୁ ବୈତରଣୀ ଜଳ ଆବଣ୍ଟନ କରିଛନ୍ତି । ବିଆରପିଏଲ ଏବଂ ଏସାର ଷ୍ଟିଲ ବୈତରଣୀ ପାଣି ସାହାଯ୍ୟରେ ଲୌହ ପ୍ରକ୍ରିୟାକରଣ ସହ ସ୍ଲରୀ ପାଇପଯୋଗେ ଲୁହାପଥର ପରିବହନ ପାଇଁ ବୈତରଣୀ ପାଣିର ଉପଯୋଗ କରିବାକୁ ଯାଉଥିବାରୁ ଏହା ବୈତରଣୀ ଅବବାହିକାର ଲକ୍ଷ ଲକ୍ଷ ଲୋକଙ୍କୁ ଚିନ୍ତିତ କରିଛି ।

ଏହା ଫଳରେ ତିରୋଟ ସମୟରେ ନଦୀ ପ୍ରାୟ ଜଳଶୂନ୍ୟ ହୋଇଯିବ ଏବଂ ଏହା ଉପରେ ନିର୍ଭର କରୁଥିବା ଲୋକେ ପାନୀୟଜଳ, ଦୈନନ୍ଦିନ ବ୍ୟବହାର ତଥା ଜଳସେଚନ ପାଇଁ ଯଥେଷ୍ଟ ପାଣି ପାଇପାରିବେ ନାହିଁ ବୋଲି ଆଶଙ୍କା ଦେଖା ଦେଇଛି ।

ଓଡ଼ିଶାର ଗଙ୍ଗାନାମରେ ଅଭିହିତ ବୈତରଣୀର ଅସ୍ତିତ୍ୱ ପ୍ରତି ବିପଦଦେଖି ରାଜ୍ୟର ସାଧୁସନ୍ଥମାନେ ମଧ୍ୟ ଚିନ୍ତିତ ହୋଇଛନ୍ତି । ଏହି ଜନ ଅସନ୍ତୋଷକୁ ଆଖି ଆଗରେ ରଖି ବୈତରଣୀ ବଞ୍ଚାଅ ଆନ୍ଦୋଳନ ଏବଂ ବୈତରଣୀ ସୁରକ୍ଷା ମଞ୍ଚ ପକ୍ଷରୁ ଗତ ୩ ବର୍ଷ ଧରି ଆନେ୍ଦାଳନ ଚାଲି ଆସିଛି ।

ବୈତରଣୀ ବଞ୍ଚାଅ ଆନ୍ଦୋଳନର ଆବାହକ ମୁରଲୀ ଶର୍ମା, ବୈତରଣୀ ସୁରକ୍ଷା ମଞ୍ଚର ସଂଯୋଜକ ସର୍ବେଶ୍ୱର ମିଶ୍ରଙ୍କ ମିଳିତ ଉଦ୍ୟମରେ ରାଜ୍ୟର ପ୍ରମୁଖ ସନ୍ଥ ସ୍ୱାମୀ ବିଶ୍ୱମ୍ଭର ଦାସ, ସ୍ୱାମୀ ରାମକୃଷ୍ଣ ଦାସ, ପର୍ଶୁରାମ ଦାସ, ମହନ୍ତ ଭକ୍ତିଚକୋର ଗୋସ୍ୱାମୀ, ସ୍ୱାମୀ ସନ୍ତୋଷ ଚୈତନ୍ୟ ମହାରାଜ, ଓଡ଼ିଶା ସାଧୁସମାଜର ସଂଯୋଜକ ଶରତ ଜୟସିଂ ପ୍ରମୁଖଙ୍କୁ ନେଇ ଏହି ପୁଣ୍ୟତୋୟା ନଦୀର ଉଦଗମ ସ୍ଥଳ ଗୋନାସିକା ଠାରୁ ଏକ ଯାତ୍ରା ଆରମ୍ଭ ହୋଇଥିଲା ।

ବହୁସଂଖ୍ୟକ ଆଦିବାସୀଙ୍କ ସମେତ ହଜାର ହଜାର ଜନସାଧାରଣ ବିଭିନ୍ନ ସ୍ଥାନରେ ଏହି ଯାତ୍ରାରେ ସାମିଲ ହେବା ସହ ବୈତରଣୀ ପାଣିକୁ ଉପରୋକ୍ତ କଂପାନୀମାନଙ୍କୁ ଛାଡ଼ି ନ ଦେବା ପାଇଁ ଶପଥ ନେଇଥିଲେ ।

କିନ୍ତୁ ରାଜ୍ୟସରକାରଙ୍କ ଅହେତୁକ ଅନୁକଂପା ପାଇଥିବା ଏହି କଂପାନୀମାନେ ପରିବେଶ ମଞ୍ଜୁରୀ ବିନା ସେମାନଙ୍କର ନିର୍ମାଣକାର୍ଯ୍ୟ ଆଗେଇ ନେଲେ, ପରବର୍ତୀ କାଳରେ ବିଜେପି ଏହି ଆନ୍ଦୋଳନରେ ସାମିଲ ହୋଇଥିଲା ।

ଜିଲ୍ଲାର ମୁଖ୍ୟାଳୟଠାରେ ର୍ୟାଲି କରାଯିବା ସହ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ସଭାପତି ରାଜନାଥ ସିଂହ ବଡ଼ବିଲଠାରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି ନିଜେ ଜଣେ ‘କିଷାନକା ବେଟା’ ହୋଇଥିବାରୁ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।

ବିଭିନ୍ନ ପ୍ରକାର ଆନ୍ଦୋଳନ, ପ୍ରତିବାଦ ଓ ନିବେଦନ ସତ୍ୱେ କଂପାନୀମାନେ ସେମାନଙ୍କ ବେଆଇନ ନିର୍ମାଣ କାର୍ଯ୍ୟ ବନ୍ଦ ନ କରିବାରୁ ଆଇନର ବିଭିନ୍ନ ଧାରା ଉପଧାରାର ଉଦ୍ଧୃତି ସହ ଶର୍ମା କେନ୍ଦୁଝରର ପୂର୍ବତନ ଜିଲ୍ଲାପାଳ ଡ଼ି.ଭି. ସ୍ୱାମୀଙ୍କ ଆଗରେ ସମସ୍ତ ତଥ୍ୟ ଉପସ୍ଥାପନ କଲାପରେ ସେ କଂପାନୀମାନଙ୍କୁ ନିର୍ମାଣ କାର୍ଯ୍ୟ ବନ୍ଦ କରିବାର ନିର୍ଦ୍ଦେଶ ଦେଇଥିଲେ ।

କିନ୍ତୁ ସ୍ୱାମୀଙ୍କ ବଦଳି ପରେ ଏହି କଂପାନୀମାନେ ପୁଣିଥରେ ବେଆଇନ ନିର୍ମାଣକାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କଲେ । ଶେଷରେ ଶର୍ମା ରାଜ୍ୟର ଜଣେ ପ୍ରବୀଣ ଆଡ଼ଭୋକେଟ ଶ୍ରୀ ବିଭୁ୍ରସାଦ ତ୍ରିପାଠୀଙ୍କ ମାଧ୍ୟମରେ ଜାତୀୟ ଗ୍ରୀନବେଞ୍ଚରେ ଏହି କଂପାନୀମାନଙ୍କୁ ବୈତରଣୀ ପାଣି ନଦେବା ପାଇଁ ଆବେଦନ କରିଥିଲେ ।

ଗ୍ରୀନ ବେଞ୍ଚର ଅଧ୍ୟକ୍ଷ ଜଷ୍ଟିସ ଏ.ଏସ. ନାଇଡୁ ଏବଂ ବିଶେଷଜ୍ଞ ସଭ୍ୟ ଡଃ. ପି.ସି. ମିଶ୍ର, ତ୍ରିପାଠୀଙ୍କ ବଳିଷ୍ଠ ଯୁକ୍ତି ଶୁଣିବା ପରେ ଏହି ମୋକଦ୍ଧମାକୁ ବିଚାରପାଇଁ ଗ୍ରହଣ କରି ଉପରୋକ୍ତ ନିଦେ୍ର୍ଧଶ ଦେବା ସହ ପ୍ରତିପକ୍ଷଙ୍କୁ ନୋଟିସ ଜାରିକରି ଏସାରଷ୍ଟିଲ ଓ ଜିନ୍ଦଲ ବିରୁଦ୍ଧରେ ପୃଥକ ଆବେଦନ କରିବା ପାଇଁ ଆବେଦନକାରୀଙ୍କୁ ପରାମର୍ଶ ଦେଇଛନ୍ତି ।

ପରବର୍ତୀ ତାରିଖ ଆଗାମୀ ଡିସେମ୍ବର ୨୦କୁ ଧାର୍ଯ୍ୟ କରାଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ, ଓଡିଶା ଖବର Tagged With: ଗ୍ରୀନବେଞ୍ଚ, ବିଆରିଏଲ, ରାଜ୍ୟ ସରକାର

ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ : ପାସ୍ ହାର ୩୧.୩୫ ପ୍ରତିଶତ

November 19, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସଂବାଦଦାତା

କଟକ,ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍)- ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରାପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏହି ପରୀକ୍ଷାରେ ପାସ୍ ହାର ରହିଛି ୩୧.୩୫ ପ୍ରତିଶତ । ଏକ୍ସ ରେଗୁଲାର ପାସ୍ ହାର ୩୫.୪୩ ପ୍ରତିଶତ ରହିଛି । ଢେଙ୍କାନାଳରେ ପାସ୍ ହାର ସର୍ବାଧିକ ୫୩.୯୬ ପ୍ରତିଶତ । ନୂଆପଡା ଜିଲ୍ଲାରେ ସର୍ବନିମ୍ନ ପାସ୍ ହାର ୮.୯୪ ପ୍ରିତିଶତ ରହିଛି ।

ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ରବିନାରାୟଣ ନନ୍ଦ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିଥିଲେ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଆସନ୍ତା ବର୍ଷ ଫେବୃୟାରୀ ୨୦ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଏଥିପାଇଁ ରାଜ୍ୟ ସରକାର ଓ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ମୋଟ ୧୯୧୯୯ ଜଣ ପରୀକ୍ଷାର୍ଥି ପାସ କରିଛନ୍ତି । ପ୍ରଥମ ଶ୍ରେଣୀରେ ୨୦୩ ଜଣ ପାସ୍ କରିଥିବା ବେଳେ, ଦ୍ୱୀତିୟ ଶ୍ରେଣୀରେ ୧୧୦୮ ଜଣ , ତୃତୀୟ ଶ୍ରେଣୀରେ ୧୫,୦୧୦ପାସ୍ କରିଛନ୍ତି । ସେହିପରି କଂପାର୍ଟମେ।ଲରେ ୨୮୧୪ ଜଣ ପାସ୍ କରିଛନ୍ତି ।

ସେଥି ମଧ୍ୟରୁ ପୁଅ ୧୦,୧୨୫ ଜଣ ଏବଂ ଝିଅ ୯୦୭୪ ଜଣ ପାସ୍ କରିଛନ୍ତି । ବୋର୍ଡର ମୁଖ୍ୟ କାର୍ଯ୍ୟାଳୟ ସମେତ ୫ଟି ଜୋନ୍ରେ ସକାଳ ୯ଟାରେ ପରୀକ୍ଷା ଫଳ ପ୍ରକାଶ କରାଯାଇଛି । ପୂର୍ବଭଳି ପୁସ୍ତିକା ଆକାରରେ ଫଳ ପ୍ରକାଶ ପାଇଛି ।

ଏଥିସହିତ ଇଣ୍ଟେନେଟ ମଧ୍ୟ ଫଳ ଉପଲବ୍ଧ ହୋଇଛି । ତେବେ ରେଗୁଲାର ପରୀକ୍ଷାପରି ଏଥର କେବଳ ଇଣ୍ଟରନେଟରେ ଫଳ ପ୍ରକାଶ କରାନଯାଇ ପୁସ୍ତିକା ପ୍ରକାଶ ପାଇଛି ।

ଚଳିତ ବର୍ଷ ୫୪ହଜାର ୩୮୭ ଜଣ ରେଗୁଲାର ଏବଂ ୧୨ ହଜାର ୧୫୮ଜଣ ଏକ୍ସ ରେଗୁଲାର ମୋଟ୍ ୬୬ ହଜାର ୫୪୫ ଜଣ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ରାଜ୍ୟର ୨୭୭ଟି କେନ୍ଦ୍ରରେ ରେଗୁଲାର ଏବଂ ୮୯ଟି କେନ୍ଦ୍ରରେ ଏକ୍ସରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ବିଭିନ୍ନ କେନ୍ଦ୍ରକୁ ପ୍ରଶ୍ନପତ୍ର ବିତରଣ କରିବା ଲାଗି ୧୦୯ଟି ନୋଡାଲ୍ ସେଂଟରରେ ପ୍ରଶ୍ନପତ୍ର ରଖାଯାଇଥିଲା ବେଳେ ଏହି ପ୍ରଶ୍ନପତ୍ରକୁ ସୁରକ୍ଷିତ ରଖିବା ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସର ସହାୟତା ବୋର୍ଡ ପକ୍ଷରୁ ଲୋଡ଼ାଯାଇଥିଲା । ସେହିପରି ୩୮୪ଟି ଓଡ଼ିଆ ବିଷୟ ହଜିଥିବା ପ୍ରଶ୍ନପତ୍ର ମିଳିବା ପରେ ସେଗୁଡିକୁ ବୋର୍ଡ କାର୍ଯ୍ୟାଳୟରେ ଦେଖାଯାଇଥିଲା ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ମାଟ୍ରିକ୍ ସପ୍ଲିମେଣ୍ଟାରୀ, ରାଜ୍ୟ ସରକାର

୧୦ ଦିନ ପାଇଁ ଗ୍ରାମାଞ୍ଚଳ ପରିଦର୍ଶନରେ ଯିବେ ସିଡିଏମ୍ଓ

November 15, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର ,ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍)-ଜିଲ୍ଲା ମୁଖ୍ୟକାର୍ଯ୍ୟାଳୟ ନରହି ଏଣିକି ୧୦ ଦିନ ପାଇଁ ଗ୍ରାମାଞ୍ଚଳ ପରିଦର୍ଶନରେ ଯିବେ ସିଡିଏମ୍ଓ ଓ ସିଏମ୍ଓ । ଏଥିସହିତ ସିଏଲ୍ସି ଓ ପିଏଲ୍ସିରେ ରହି ସ୍ୱାସ୍ଥ୍ୟ ଅବସ୍ଥା ତଦାରଖ କରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି ।

ଭୁବନେଶ୍ୱରର ପାନ୍ଥନିବାସରେ ଆଜି ଆୟୋଜିତ ସିଡିଏମ୍ଓ,ସିଏମ୍ଓ ଙ୍କ ସମ୍ମିଳନୀରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନିଦେ୍ର୍ଧଶ ଦିଆଯାଇଛି । ଏହାର ଖିଲାପ କରାଗଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।

ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ଏହି ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ କାର୍ଯକ୍ରମ ସଂପର୍କରେ ସମୀକ୍ଷା କରାଯିବା ଯୋଜନା ରହିଛି ।

ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ସିଡିଏମ୍ଓ ତାଙ୍କ ଜିଲ୍ଲାରେ ସର୍ବନିମ୍ନ ୧୦ ଦିନ ଗସ୍ତ କରନ୍ତୁ । ଆମ ତରଫରୁ ଏହି ନିଦେ୍ର୍ଧଶ ଦିଆଯାଇଛି । ପ୍ରତି ଜିଲ୍ଲା ଦାୟୀତ୍ୱରେ ଥିବା ନୋଡାଲ ଅଫସରମାନେ ଏହାକୁ ମନିଟର କରିବେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ନୋଡାଲ ଅଫସର, ରାଜ୍ୟ ସରକାର, ସିଏମ୍ଓ, ସିଡିଏମ୍ଓ

ମହିଳା କମିଶନଙ୍କ ରିପୋର୍ଟକୁ ଓମସାର ପ୍ରତିବାଦ

November 10, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ନଭେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍)-ପୁରୀ ଜିଲ୍ଲା କଣାସ ସିଏଚସିର ଆୟୁଷ ଡାକ୍ତର ମାଧବୀଲତା ପ୍ରଧାନଙ୍କ ମୃତ୍ୟୁ ଘଟଣାରେ ମହିଳା କମିଶନର ଅଧ୍ୟକ୍ଷା ଶୁକ୍ରବାର ଦିନ ଯେଉଁ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ ତାହାର ପ୍ରତିବାଦ କରିଛି ଓମସା ପୁରୀ ଶାଖା ।

ଶନିବାର ଦିନ ଓମସାର ପୁରୀ ଶାଖା ତରଫରୁ ପୁରୀ ଠାରେ ଏକ ବୈଠକ ବସିଥିଲା । ମହିଳା କମିଶନଙ୍କ ରିପୋର୍ଟରେ ମାଧବୀଙ୍କର ପୁରୀ ସିଡିଏମଓ ବେଆଇନ ଭାବେ ରେବଣା ନୁଆଗାଁ ସିଏଚସିରୁ କଣାସକୁ ବଦଳି କରିଥିଲେ । ଏହାକୁ ନେଇ ସେ ମାନସିକ ଚାପରେ ଥିଲେ । ତେଣୁ ପୁରୀ ସିଡିଏମଓ ଏଥିପାଇଁ ଦାୟୀ ।

ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯିବା ଲାଗି ମହିଳା କମିଶନ ତାଙ୍କ ରିପୋର୍ଟରେ ସରକାରଙ୍କୁ ସୁପାରିଶ କରିଥିବାରୁ ଅଥିରେ ଅସନ୍ତୋଷ ପ୍ରକାଶ କରାଯାଇ ବୈଠକ ଡକାଯାଇଥିଲା ।

ଏହି ବୈଠକପରେ ଓମସା କମକର୍ତା ରାମଚନ୍ଦ୍ର ରାଉତ କହିଛନ୍ତି ଯେ ଏ ସଂପର୍କରେ ଓଡିଶା ହାଇକୋର୍ଟରେ ବିଚରାଧିନ ରହିଛି ଏବଂ କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍ତ କରୁଛି । ତେବେ ତଦନ୍ତ ପ୍ରକ୍ରୀୟା ଚାଲୁ ରହିଥିବା ବେଳେ ହଠାତ କେଉଁ ଆଧାରରେ ମହଳା କମିଶନ ପୁରୀ ସିଡିଏମଓ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିଶ କଲେ ବୋଲି ଓମ୍ସା ପ୍ରଶ୍ନ ଉଠାଇଛି ।

ମହିଳା କମିଶନଙ୍କର ଏହି ରିପୋର୍ଟକୁ ନେଇ ବିବାଦ ମୁଣ୍ଡ ଟେକିଛି । ମାଧବୀଙ୍କ ମୃତ୍ୟୁର ରହସ୍ୟକୁ ଉନ୍ମୋଚନ କରିବା ଲାଗି ସରକାର ତୀବ୍ର ବିରୋଧର ସମ୍ମୁଖୀନ ହେବାରୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିଲେ ।

କ୍ରାଇମବ୍ରାଞ୍ଚ ପୁଲିସ ଏହି ରହସ୍ୟମୟ ଘଟଣାର ଅନୁଧ୍ୟାନ କରିବାକୁ ଯାଇ ମୃତଦେହ ଖୋଜିବାରେ କୂଳ କିନାରା ପାଉ ନ ଥିବାବେଳେ ମହିଳା କମିଶନଙ୍କ ରିପୋର୍ଟ ପୁଣି ଘଟଣାକୁ ଅଧିକ ସରଗରମ କରିପକାଇଛି ।

ବିଧାୟକ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କ୍ଲିନ ଚିଟ ଦେବା ଲାଗି ଏହି ଏକତରଫା ରିପୋର୍ଟ ପ୍ରସ୍ତୁତ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ମହିଳା କଂଗ୍ରେସର ସଭାନେତ୍ରୀ ବିଜୟଲକ୍ଷ୍ମୀ ସାହୁ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଓମସା, ମହିଳା କମିଶନ, ମାଧବୀଲତା ମୃତ୍ୟୁ, ରାଜ୍ୟ ସରକାର, ସିଡିଏମଓ

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Interim pages omitted …
  • Page 6
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ