• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରାଜ୍ୟ ସରକାର

ଶ୍ରମିକଙ୍କ ମଜୁରୀ ବଢାଇଲେ ରାଜ୍ୟ ସରକାର

October 10, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୧୦(ଓଡ଼ିଶା ଡଟ୍ କମ୍)-ରାଜ୍ୟ ସରକାର କଳକାରଖାନା ଶ୍ରମିକମାନଙ୍କ ନୂଆ ମଜୁରୀ ଘୋଷଣା କରିଛନ୍ତି ।

ଅତିକୁଶଳୀ ଶ୍ରମିକଙ୍କ ମଜୁରୀ -୨୦୫ ଟଙ୍କା ବୃଦ୍ଧି କରା ଯାଇଛି ସେହିପରି କୁଶଳୀ ଶ୍ରମିକଙ୍କ ମଜୁରୀ-୧୯୦ ଟଙ୍କା,ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ-୧୭୦ଟଙ୍କା ଓ ଅଣକୁଶଳୀ ଶ୍ରମିକଙ୍କ ମଜୁରୀ -୧୫୦ଟଙ୍କାକୁ ବୃଦ୍ଧି କରାଯାଇଛି । ଗେଜେଟେରେ ବି ଜ୍ଞପ୍ତି ପ୍ରକାଶପରେ ଲାଗୁ ହେବ ବର୍ଦ୍ଧିତ ମଜୁରୀ । ପୂର୍ବରୁ ସରକାର ୧୨୫ ଟଙ୍କା ସର୍ବନିମ୍ନ ମଜୁରୀ ଘୋଷଣା କରିଥିଲେ ।

ରାଜ୍ୟ ସରକାରଙ୍କ ଏହି ଘୋଷଣାକୁ ସିଆଇଟିୟୁ ବିରୋଧ କରିଛି । ଶ୍ରମିକଙ୍କ ମାସିକ ସର୍ବନିମ୍ନ ମଜୁରୀ ୧୦ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ସିଆଇଟିୟୁ ଦାବି କରିଛି । ସରକାର ଦାବି ନମାନିଲେ ଆଗାମୀ ଦିନରେ ସିଆଇଟିୟୁ ବ୍ୟାପକ ଆନ୍ଦୋଳନ କରିବ ବୋଲି ଦଳର ରାଜ୍ୟ ସାଧାରଣ ସଂପାଦକ ବିଷ୍ଣୁ ମହାନ୍ତି କହିଛନ୍ତି ।

ସେ କହିଛନ୍ତି ସର୍ବନିମ୍ନ ମଜୁରୀ ଆଇନ ୧୯୪୮ ଅନୁସାରେ ଜଣେ ଶ୍ରମିକ ଓ ତାର ପରିବାର ବର୍ଗର ଖର୍ଚ୍ଚକୁ ଦୃଷ୍ଟିରେ ରଖି ସର୍ବନିମ୍ନ ମଜୁରୀ ୧୦ ହଜାର ଟଙ୍କା ହେବା ଉଚିତ୍ ।

ଓଡ଼ିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ, ଓଡିଶା ଖବର Tagged With: ରାଜ୍ୟ ସରକାର, ଶ୍ରମିକ ମଜୁରୀ, ସିଆଇଟିୟୁ

ମହିଳା କନଷ୍ଟେବଲଙ୍କ ସୁରକ୍ଷା ଲାଗି ମହିଳା କମିଶନଙ୍କ ପ୍ରସ୍ତାବ

October 7, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୭(ଓଡ଼ିଶା ଡ଼ଟ୍ କମ୍)-ଗତମାସ ୬ ତାରିଖରେ ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗ ଲୋୟର ପିଏମଜିରେ କଂଗ୍ରେସର ପରିବର୍ତନ ସମାବେଶ ହିଂସାରେ ମହିଳା କନଷ୍ଟେବଳ ପ୍ରମିଳା ପାଢୀଙ୍କ ଉପରେ ଆକ୍ରମଣ ଘଟଣାର ତଦନ୍ତକରି ଜାତୀୟ ମହିଳା କମିଶନ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଛନ୍ତି ।

ଏ ଘଟଣାକୁ କମିଶନ ନିନ୍ଦା କରିବା ସହ ନିଜ ପକ୍ଷରୁ ତଦନ୍ତ କରିଥିଲେ । କମିଶନଙ୍କ ନିର୍ଦେଶକ୍ରମେ ଦୁଇଜଣିଆ ସଦସ୍ୟ ଟିମ ଓଡ଼ିଶା ଆସି ଏହି ଘଟଣାର ତଦନ୍ତ ସେପ୍ଟେମ୍ବର ୨୦ ତାରିଖରୁ ଆରମ୍ଭ କରିଥିଲା ।

ଏନସିଡବ୍ଲୁ୍ୟ ସଦସ୍ୟ ଚାରୁୱାଲି ଖାନ୍ନା ଓ ମହିଳା ସ୍ୱେଚ୍ଛାସେବୀ ମାନସୀ ପ୍ରଧାନଙ୍କ ଟିମ ତଦନ୍ତ କରି କମିଶନଙ୍କୁ ରିପୋର୍ଟ ଦେଇଥିଲେ । ଏହି ରିପୋର୍ଟକୁ ଏନସିଡବ୍ଲୁ୍ୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରି ଆଗାମୀ ଦିନରେ ମହିଳା କନଷ୍ଟେବଲଙ୍କ ସୁରକ୍ଷା ଲାଗି ୭ଟି ପ୍ରସ୍ତାବ ଦେଇଛନ୍ତି ।

ଏହି ସୁପାରିସ ହେଉଛି ମହିଳା କନଷ୍ଟେବଲଙ୍କୁ ଏଭଳି ପରିସ୍ଥିତିର ମୁକାବିଲା କରିବା ଲାଗି ବୃତିଗତ ତାଲିମ ପ୍ରଦାନ ଏବଂ ଚିକିତ୍ସା ଲାଗି ଡାକ୍ତରୀ ସହାୟତା ବୃଦ୍ଧି ।

କନଷ୍ଟେବଳ ସ୍ତରରେ ମହିଳାଙ୍କ ନୈତିକ ସ୍ଥିତିକୁ ମଜବୁତ କରିବା ଲାଗି ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ଜରୁରୀ । ଭିଏଚଏଲ ଭଳି ଅତ୍ୟାଧୁନିକ ଯୋଗାଯୋଗ ଯନ୍ତ୍ରପାତି ସେମାନଙ୍କୁ ଦିଆଯିବାକୁ କମିଶନ ପରାମର୍ଶ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ମହିଳା କନଷ୍ଟେବଲ, ରାଜ୍ୟ ସରକାର

ଯାତ୍ରୀବାହୀ ବସ ଭଡା ୩ ରୁ ୮ପଇସା ବୃଦ୍ଧି ସୁପାରିସ

October 7, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,ଅକ୍ଟୋବର ୭(ଓଡ଼ିଶା ଡ଼ଟ୍ କମ୍)- ରାଜ୍ୟରେ ଯାତ୍ରୀବାହୀ ବସ ଭଡା ଅତି କମରେ ୩ ପଇସାରୁ ୮ପଇସା ବୃଦ୍ଧି କରିବାକୁ ବୈଷୟିକ କମିଟି ରାଜ୍ୟ ସରକାରଙ୍କୁ ସୁପାରିସ କରିଛି ।

ଘରୋଇ ବସ ମାଲିକ ମହାସଂଘ, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ସଂସ୍ଥାର ଅଧିକାରୀଙ୍କ ସହ ପରିବହନ କମିଶନର ତଥା ବୈଷୟିକ କମିଟିର ଅଧ୍ୟକ୍ଷ ସୁରେନ୍ଦ୍ରକୁମାରଙ୍କ ଶନିବାର ଆଲୋଚନା ହୋଇଥିଲା ।

କମିଶନରଙ୍କ କାର୍ଯ୍ୟାଳୟରେ ବସମାଲିକ ମହାସଂଘର କର୍ମକର୍ତା, ଓ ଏସଆରଟିସିର ଜେନେରାଲ ମ୍ୟାନେଜର, ଡେପୁଟି ଜେନେରାଲ ମ୍ୟାନେଜର, ବୈଷୟିକଯନ୍ତ୍ରୀଙ୍କ ସମେତ ବୈଷୟିକ କମିଟିର ଉପସଚିବ, ଯୁଗ୍ମ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

ଆଲୋଚନା ସମୟରେ ଡିଜେଲ ମୂଲ୍ୟ ବୃଦ୍ଧି ସହ ଟାୟାର, ମୋବିଲ ଓ ଅନ୍ୟ ଆନୁଷଙ୍ଗିକ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିଥିବା ମହାସଂଘର କର୍ମକର୍ତାମାନେ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଘରୋଇ ଯାତ୍ରୀବାହୀ ବସ ଭଡା ବୃଦ୍ଧି କରାନଗଲେ ଘରୋଇ ବସ ମାଲିକ ସଂଘ ୧୪ରୁ ଚକାବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ବସ ଭଡା ବୃଦ୍ଧି, ରାଜ୍ୟ ସରକାର

ଖଣି ଲିଜ ନବୀକରଣ ପାଇଁ ରାଜ୍ୟ ସରକାର ନୂଆ ପ୍ରସ୍ତାବ

October 5, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟେବର ୫ (ଓଡ଼ିଶା ଡ଼ଟ୍ କମ୍) – ଏଣକି ଖଣି ଲିଜକୁ ନିର୍ଦ୍ଧିଷ୍ଟ ଭାବେ ବା ମୁହଁଦେଖା କାହାକୁ ପ୍ରଦାନ କରାଯିବ ନାହିଁ । ଏ କ୍ଷେତ୍ରରେ ସମସ୍ତଙ୍କୁ ସାମିଲ କରାଯିବ ଓ ସମବଣ୍ଟନ ବ୍ୟବସ୍ଥା କରାଯିବ ।

ଲିଜ ପ୍ରଦାନ ସମୟରେ ସମ୍ପୃକ୍ତ ଶିଳ୍ପର ଅବସ୍ଥିତି ଯାଞ୍ଚ ହେବ । ଆବଶ୍ୟକତାଠାରୁ ଅଧିକ ଖଣି କାହାକୁ ପ୍ରଦାନ କରାଯିବ ନାହିଁ । ଖଣିଜ ପଦାର୍ଥର ମହଜୁଦ ପରିମାଣ ମଧ୍ୟ ବିଚାରକୁ ନିଆଯିବ ।

ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ଦଦ୍ୱାରାପ୍ରସ୍ତୁତ ଏହି ନିୟମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କଲାପରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏହି ନିୟମ ରାଜ୍ୟର ଖଣି କାରବାର ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇବ ବୋଲି ବିଚାର କରାଯାଉଛି ।

ଖଣି ଲିଜ ନବୀକରଣ ପାଇଁ ରାଜ୍ୟ ସରକାର ନୂଆ ପ୍ରସ୍ତାବ ଅନୁଯାୟୀ ଦ୍ୱିତୀୟ ବା ପରବର୍ତୀ ଖଣି ଲିଜ ନବୀକରଣକୁ କୌଣସି ଖଣି ଲିଜଧାରୀ ନିଜର ଅଧିକାର ବୋଲି ମନେକରିବେ ନାହିଁ ।

ଲୁହାପଥର, ମାଙ୍ଗାନିଜ, କ୍ରୋମାଇଟ, ବକ୍ସାଇଟ ଖଣିଗୁଡ଼ିକ ଲିଜ ପ୍ରଦାନ କ୍ଷେତ୍ରରେ ଆଇନର ସଂଶୋଧନକରି ସରକାର ପ୍ରଣୟନ କରିଥିବା ଏହି ନୂଆ ଆଇନ ୧୯୯୬ ମସିହାରେ ପ୍ରଦତ ସୁପ୍ରିମ କୋର୍ଟ ରାୟ ଆଧାରରେ ପ୍ରସ୍ତୁତ କରାଯାଇଛି ।

ତେବେ ଏହି ନବୀକରଣ ନିୟମ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ କମ୍ପାନୀ ଅଥବା ନିଗମ କ୍ଷେତ୍ରରେ ପ୍ରଯୁଜ୍ୟ ହେବନାହିଁ ।

ଏ ସମ୍ପର୍କରେ ବିଭାଗୀୟ ସଚିବ ରାଜେଶ ବର୍ମା ପ୍ରଦାନ କରିଥିବା ସୂଚନାନୁଯାୟୀ, ଲିଜଧାରୀ ଉତୋଳିତ ଖଣିଜ ପଦାର୍ଥକୁ ରାଜ୍ୟରେ ଉପଯୋଗ କରୁଛନ୍ତିି କି ନାହିଁ ତାହା ମଧ୍ୟ ଲକ୍ଷ୍ୟ କରାଯିବ ।

ପୁନଶ୍ଚ ଲିଜଧାରୀ ନବୀକରଣ ସମୟରେ ଜଙ୍ଗଲ ଓ ପରିବେଶ ଆଇନ, ଜଳ ଓ ବାୟୁ ନୀତି ଇତ୍ୟାଦି ପରିପୂରଣ କରୁଛନ୍ତି କି ନାହିଁ ତାହା ବିଚାରକୁ ନିଆଯିବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ରାଜ୍ୟ ସରକାର, ସୁପ୍ରିମକୋର୍ଟ

ନୂଅାଁଖାଇ ପାଇଁ ନୂୂଅାଁ ଧାନ ହେବ ସମସ୍ୟା

September 23, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ସେପ୍ଟେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) -ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଖାଇ ତିହାର ପାଇଁ ବ୍ୟବହୃତ ନୂତନ ଧାନ ଆବଶ୍ୟକ ଅନୁସାରେ କମ୍ ପଡ଼ୁଥିବା ଯୋଗୁଁ ସଂସ୍କୃତିପ୍ରେମୀ ମହଲରେ ଉଦ୍ଦବେଗ ପ୍ରକାଶ ପାଇଛି ।

ପୂର୍ବରୁ ୨୦ କିସମର ସହଳ ଅମଳକ୍ଷମ ଧାନ ଚାଷ ହେଉଥିବା ବେଳେ ଏବେ ତାହା କମି କମି ମାତ୍ର ୩ କିସମକୁ କମିଛି ଆସିଛି । ଏଇ ନୂଆଖାଇରେ ୫୦ ଟି ଧାନ ମଞ୍ଜିଥିବା ଗୋଟିଏ କେଣ୍ଡା ଧାନର ମୂଲ୍ୟ ୫ ଟଙ୍କା ରୁ ଆରମ୍ଭ କରି ୧୦ ଟଙ୍କା ପର୍ଯ୍ୟନ୍ତ ରହିଥିଲା ।

ଗତ କିଛି ବର୍ଷ ହେଲା ଗାଁ ମାନଙ୍କରେ ଦେବୀ ପୂଜକ ମାନେ ସୀମାନ୍ତ ଛତିଶଗଡ଼ ଅଞ୍ଚଳରୁ ଧାନ ସଂଗ୍ରହ କରି ପୂଜାପାଇଁ ବଣ୍ଟନ କରିଛନ୍ତି ।

ପୂର୍ବରୁ ଟିକିରା ଜମିରେ ସହଳ ଅମଳକ୍ଷମ ପାରମ୍ପରିକ ଧାନ ମଧ୍ୟରେ ଷାଠିଆ, ସରିଆ, କଇଲିକିଆ, ଗଙ୍ଗେଇ, ଜୟପୁରିଆ, ସେଂଘେଇ, ଝୂଲି, ଜୁଇକଲମ, ବୋଡ଼ାଙ୍କି, ହରିଶଙ୍କର, ଡ଼େମ୍କପର, ତୁଲସିବାସ, ଅାଁଏଖ୍ଭୁଜନ୍, ତୁଲସିଜପ୍ ଆଦି କିସମର ଧାନ ଉତ୍ପାଦନ ହେଉଥିଲା । ଏବେ ଅତ୍ୟଧୁନିକ ଚାଷ ପାଇଁ ଜଳସେଚନ ବ୍ୟବସ୍ଥା ପାଇଁ ହାଇବ୍ରିଡ଼୍ ଧାନଚାଷ ପାରମ୍ପରିକ ଧାନ ଚାଷକୁ ନିରୁତ୍ସାହିତ କରୁଛି ।

ଫଳତଃ ପୂର୍ବଭଳି ମହମହ ବାସ୍ନାଯୁକ୍ତ ଚାଉଳ ରନ୍ଧାଯାଇ ଦେବେୀଙ୍କୁ ଖିରୀ ଓ ପ୍ରସାଦ ଭୋଗ ଲଗାଯାଇ ପାରୁ ନଥିବା ବେଳେ କେବଳ ବିଧିରକ୍ଷା ନିମିତ୍ତଦୁଇ-ଚାରିଟି ନୂଅାଁ ଧାନକୁ ଭୋଗରେ ମିଶାଇ ଦିଆଯାଉଛି ।

ରାଜ୍ୟ ସରକାର କୃଷି ଭିତ୍ତିକ ଏହି ପର୍ବର ପରମ୍ପରାକୁ ଦୃଷ୍ଟିଦେଇ ସରକାରୀ ସ୍ତରରେ ବିନା ରାସାୟନିକ ସାର ଓ କୀଟନାସକ ବ୍ୟବହାର କରି ସହଳ ଅମଳକ୍ଷମ ଧାନ ବ୍ୟପକ ଭାବରେ ଅମଳ କରାଇ ପରମ୍ପରାକୁ ଉତ୍ସାହିତ କରାଯିବାକୁ ଦାବୀହେଉଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଅର୍ଥ-ବ୍ୟବସାୟ Tagged With: ନୂଅାଁଖାଇ, ରାଜ୍ୟ ସରକାର

ପିପିଲି ପୀଡିତାଙ୍କ ପରିବାରକୁ ସୁରକ୍ଷା ଦିଆଯାଉ: କମିଶନ

September 21, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୧(ଓଡ଼ିଶା ଡ଼ଟ୍ କମ୍)-ବହୁ ଚର୍ଚ୍ଚିତ ପିପିଲି ଗଣବଳତ୍କାର ଘଟଣାରେ ଜାତୀୟ ମହିଳା କମିଶନ ସଦସ୍ୟା ଉଦ୍ଦବେଗ ପ୍ରକାଶ କରିବା ସହିତ ପୀଡିତାଙ୍କ ପରିବାରକୁ ସାକ୍ଷାତ କରି ଘଟଣା ସଂର୍ପକରେ ଅବଗତ ହୋଇଥିଲେ ।

ଏହାପରେ ସେ ଆଜି ଭୁବନେଶ୍ୱରରେ ଡିଜିିପି କ୍ୟାମ୍ପରେ ଡିଜିପି ପ୍ରକାଶ ମିଶ୍ରଙ୍କୁ ସାକ୍ଷାତକରି ପୀଡିତାଙ୍କ ପରିବାର ଲୋକଙ୍କ ସ୍ଥିତି ସଂର୍ପକରେ ଜଣାଇଥିଲେ ।

ପୀଡିତାଙ୍କ ବାପାଙ୍କୁ ଧମକ ଚମକ ମିଳୁଥିବା ହେତୁ ସେ ଗାଁକୁ ଯାଇପାରୁନଥିବା ସଦସ୍ୟା ଡିଜିପିଙ୍କୁ ଜଣାଇଛନ୍ତି । ପୀଡିତାଙ୍କ ପରିବାରକୁ ସୁରକ୍ଷା ଦିଆଯାଉ ବୋଲି ଜାତୀୟ ମହିଳା କମିଶନ ସଦସ୍ୟା ଚାରୁୱାଲି ଖାନ୍ନା ପ୍ରକାଶ କରିଛନ୍ତି ।

ଏହି ଘଟଣା ସଂର୍ପକରେ ରାଜ୍ୟ ସରକାର କେନ୍ଦ୍ର ମହିଳା କମିଶନକୁ ସୂଚନା ଦେଇ ନାହାଁନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପିପିଲି ପୀଡିତା, ରାଜ୍ୟ ସରକାର

ନିମ୍ନ ସୁକ୍ତେଲ୍ ନିର୍ମାଣ ଦାବିରେ ଅନଶନ ଜାରି

September 10, 2012 by admin

ବଲାଙ୍ଗୀର, ସେପ୍ଟେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍)- ଦାରିଦ୍ର୍ୟ, ଅନାହାର, ଦାଦନ, ଚାଷୀ ଆତ୍ମହତ୍ୟା ଓ ମରୁଡ଼ି ପ୍ରବଣ ଜିଲ୍ଲା ଭାବେ ପରିଚିତ ବଲାଙ୍ଗୀର ସ୍ୱାଧୀନତାର ୬୫ ବର୍ଷ ପରେ ମଧ୍ୟ ଜଳସେଚନ ସୁବିଧାରୁ ବଞ୍ଚିତ ରହିଛି ।

ଏଇ ଅବସ୍ଥାରେ ଜିଲାବାସୀଙ୍କ ପାଇଁ ଲୋୟର ସୁକ୍ତେଲ୍ ପ୍ରକଳ୍ପ ନିର୍ମାଣର ଆବଶ୍ୟକତା ଥିବାବେଳେ ଏହା ମରିଚିକା ପାଲଟିଗଲାଣି । ଏହି ପ୍ରକଳ୍ପ ଦାବୀରେ ଜିଲ୍ଲାବାସୀ ଦୀର୍ଘ୧୩ଦିନ ତଳୁ ଅନସନରେ ବସିଛନ୍ତି ।

ଅନଶନକାରୀଙ୍କ ମଧ୍ୟରୁ ୨୫ରୁଉର୍ଦ୍ଧ୍ଵ ଗୁରୁତର ଅସୁସ୍ଥ ହୋଇ ବିଭିନ୍ନ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ରାଜ୍ୟ ସରକାର ଆସନ୍ତା ୨୭ ତାରିଖରୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ପଦକ୍ଷେପ ନେଉଥିବା ଜଣାପଡ଼ିଛି । ହେଲେ ଆନ୍ଦୋଳନକାରୀ ମାନେ ଏସଂପର୍କରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିବାକୁ ଜିଦ ଧରିଛନ୍ତି ।

କିନ୍ତୁ ଏଥିପ୍ରତି ସରକାରଙ୍କର ଆନ୍ତରିକତା ଥିବା ଭଳି ମନେ ହେଉନାହିଁ । ପ୍ରକାଶଥାଉକି, ବଲାଙ୍ଗୀରର ଲୋକସଭା ସଦସ୍ୟ ଥିଲାବେଳେ ଶରତଚନ୍ଦ୍ର ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ୧୯୯୪-୯୫ ମସିହାରେ ଅଷ୍ଟମ ପଞ୍ଚବାର୍ଷିକ ଯୋଜନାରେ ଏହି ପ୍ରକଳ୍ପ ପାଇଁ ଆର୍ଥିକ ମଞ୍ଜୁର କରାଯାଇଥିଲା । ମରୁଡ଼ିପ୍ରବଣ ବଲାଙ୍ଗୀର ଜିଲ୍ଲାରେ ଖରାଦିନେ ବାସିନ୍ଦାମାନଙ୍କୁ ପିଇବା ପାଣି ମଧ୍ୟ ମିଳି ନଥାଏ ।

ଜଳସେଚନ ପାଇଁ ଚାଷୀମାନେ ପାଣି ପାଉନଥିବାରୁ ଏହି ଜିଲ୍ଲାର ଚାଷ କ୍ଷତିଗ୍ରସ୍ତ ହେବା ସଙ୍ଗେସଙ୍ଗେ ପ୍ରତିବର୍ଷ ୧ଲକ୍ଷରୁ ଉର୍ଦ୍ଧ୍ଵ କୃଷି ଶ୍ରମିକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲିଯାଉଛନ୍ତି ।

ଏହି ଜିଲ୍ଲାରେ ଜଳସେଚିତ ଜମିର ପରିମାଣ ମାତ୍ର ୪ ଭାଗ ହୋଇଥିବା ବେଳେ ଏହି ପ୍ରକଳ୍ପ ନିର୍ମାଣରେ ବିଳମ୍ବ ଘଟୁଥିବାରୁ କେନ୍ଦ୍ର ସରକାର ୨୦୧୩ ମସିହା ସୁଦ୍ଧା ଏହାର କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ତତ୍କାଳିନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ମଧ୍ୟ ବଲାଙ୍ଗୀର, କଳାହାଣ୍ଡି ପ୍ରଭୃତି ପଶ୍ଚିମାଞ୍ଚଳ ଜିଲ୍ଲା ମାନଙ୍କରେ ଏହି ଅବସ୍ଥା ଦେଖି ଏଠାରେ ଜଳସେଚନ ସୁବିଧା କରିବାକୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଶରତ ଚନ୍ଦ୍ର ପଟ୍ଟନାୟକଙ୍କୁ ସେ ସମୟରେ ଚିଠି ଲେଖିଥିଲେ ।

ତତ୍କାଳୀନ କେନ୍ଦ୍ର ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷଙ୍କୁ ଶରତ ପଟ୍ଟନାୟକ ନିଜେ ବାରମ୍ବାର ଭେଟି ନିମ୍ନ ସୁକ୍ତେଲ୍ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରାଇଥିଲେ । ଏବେ ମଞ୍ଜୁର ଅର୍ଥ ୧୨ ଶହ କୋଟି ଟଙ୍କା ପଡ଼ି ରହିଥିଲେ ହେଁ ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରୁ ନାହିଁ ।

ଏହି ପ୍ରକଳ୍ପ ତୁରନ୍ତ ନିର୍ମାଣ କରିବାକୁ ପୂର୍ବତନ ଲୋକସଭା ସଦସ୍ୟ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଦାବୀକରିଛନ୍ତି । ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁ ନଥିବାରୁ ସମଗ୍ର ଜିଲ୍ଲାରେ ବନ୍ଦ୍ ପାଳନ କରାଯିବା ସହିତ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଗତ ବିଧାନସଭା ଅଧିବେଶନ ସମୟରେ ଜିଲ୍ଲାର ବିଧାୟକମାନେ ଧାରଣା ଦେଇ ଏ ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟ ସରକାର ଖୋଲାଖୋଲି ଭାବେ ଆନ୍ଦୋଳନକାରୀ ମାନଙ୍କ ସହିତ ଆଲୋଚନା ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ବିଧାନସଭା, ରାଜ୍ୟ ସରକାର, ସୁକ୍ତେଲ୍ ପ୍ରକଳ୍ପ

ବନ୍ଦ ଡାକରାକୁ ଭୁବନେଶ୍ୱର ଅଟୋଚାଳକ ସଂଘର ସମର୍ଥନ

September 9, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୯(ଓଡ଼ିଶା ଡ଼ଟ୍ କମ୍)- ୧୦ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ସରକାରଙ୍କର ଚିନ୍ତାକୁ ଦ୍ବୁଗୁଣିତ ବଢାଇ ଦେଇଛି । ଏହି ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ସମ୍ଭାବନା ରହିଛି । କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରାକୁ ଭୁବନେଶ୍ୱର ଅଟୋଚାଳକ ସଂଘ, ଭୁବନେଶ୍ୱର ଓ କଟକ ବାର ଆସୋସିଏସନ ସମର୍ଥନ ଜଣାଇଛନ୍ତି ।

ବନ୍ଦ ବେଳେ ସିଟି ବସ ସେବା ବନ୍ଦ ରହିବ ବୋଲି ଜଣେ ଅଧିକାରୀ ଓଡିଶା ଡଟ୍ କମ୍ କୁ କହିଛନ୍ତି । ବନ୍ଦବେଳେ କୌଣସି ଅତ୍ୟାବଶ୍ୟକ ସେବା ବନ୍ଦ ହେବ ନାହିଁ । ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟ ୧୦ ତାରିଖକୁ ଛୁଟି ଘୋଷଣା କରିଛନ୍ତି ।

କଂଗ୍ରେସ ସମାବେଶକୁ ପ୍ରତିହିତ କରିବାପାଇଁ ସରକାର ଯେଭଳି ପୁଲିସ ବଳପ୍ରୟୋଗ କଲେ ତାହାର ପ୍ରତି ଯବାବ କଂଗ୍ରେସ ଦେବାପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ପ୍ରତ୍ୟେକ ଜିଲା କମିଟିକୁ ଓଡ଼ିଶା ବନ୍ଦ ଡାକରା ସଫଳ କରିବାକୁ ଦଳ ନିର୍ଦ୍ଦେଶ ଦେଇଛି ।

ଏଥିପାଇଁ ସବୁଜିଲ୍ଲା ଓ ବ୍ଲକ ଗୁଡିକରେ ବ୍ୟାପକ ପ୍ରସ୍ତୁତି ସରିଛି ।

କଂଗ୍ରେସ କର୍ମୀଙ୍କ ଉପରେ ହୋଇଥିବା ପୁଲିସର ଆକ୍ରମଣକୁ ଓଡ଼ିଆ ଏକତା ମଞ୍ଚ ନିନ୍ଦା କରିବା ସହ ଯେଉଁ ପୁଲିସମାନେ ମାଡ ଖାଇଛନ୍ତି ତାହା ପୁଲିସର ଭୁଲ ପାଇଁ ହୋଇଛି ବୋଲି ଦର୍ଶାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଅଟୋଚାଳକ ସଂଘ, ଓଡ଼ିଶା ବନ୍ଦ ଡାକରା, କଂଗ୍ରେସ, ରାଜ୍ୟ ସରକାର

କଂଗ୍ରେସ ଏଫ୍ଆଇର ରଖିଲାନି ପୋଲିସ

September 9, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍)- ଆଜି କଂଗ୍ରେସ ଭବନରେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଘରୋଇ ବିଭାଗର ଅଧିନରେ ଥିବା ଥାନା ଗୁଡିକ ପକ୍ଷପାତି କରୁଛନ୍ତି ପ୍ରକାଶ କରିଛନ୍ତି ।

୬ ତାରିଖ ସମାବେଶକୁ ନେଇ ଉପୁଜିଛି ବିବାଦ । ବିଜେଡି ଓ କଂଗ୍ରେସ ଉଭୟ ଦଳ ଆରୋପ ଓ ପ୍ରତ୍ୟାରୋପରେ ବ୍ୟସ୍ତ ଅଛନ୍ତି ।

ବିଜେଡି କଂଗ୍ରେସ ବିରୋଧରେ ଦେଇଥିବା ଏଫେଆଇଆରକୁ କ୍ୟାପିଟାଲ ଥାନା ଗ୍ରହଣ କରିଥିବା ବେଳେ କଂଗ୍ରେସ ତରଫରୁ ଆଣିଥିବା ଅଭିଯୋଗକୁ ଏଫ୍ଆଇଆର ଭାବେ କ୍ୟାପିଟାଲ ଥାନା ଆଇଆଇସି ଗ୍ରହଣ କରିବାକୁ ଅନିଛା ପ୍ରକାଶ କରିବା ଅଗଣତାନ୍ତ୍ରିକ ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଥାନା ଏବେ କାହାର ବ୍ୟକ୍ତିଗତ ସମ୍ପତି ହୋଇ ଯାଇଛି ।

ଆମର ଅଭିଯୋଗକୁ ଗ୍ରହଣ କରାଯାଇ ନାହିଁ । ଏହା କେତେଦୂର ଯୁକ୍ତିଯୁକ୍ତ ଓଡିଶାର ଜନସାଧାରଣ ବିଚାର କରନ୍ତୁ ବୋଲି ମିଶ୍ର ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଆଯ୍ୟକୁମାର ଜ୍ଞାନେନ୍ଦ୍ର ଉପସ୍ଥିତ ଥିଲେ । କଂଗ୍ରସ ପକ୍ଷରୁ କୁହାଯାଇଛି ଯେ ମହିଳା କନେଷ୍ଟବଳକୁ ଆମ କର୍ମୀ ମାରିନାହିାଁନ୍ତି ବିଜେଡି ଲୋକମାନେ ହିଁ ମାରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଏଫ୍ଆଇର, କଂଗ୍ରେସ, ଗଣତାନ୍ତ୍ରିକ, ବିଜେଡ଼ି, ମହିଳା କନେଷ୍ଟବଳ, ରାଜ୍ୟ ସରକାର, ସାମ୍ବାଦିକ ସମ୍ମିଳନୀ

ଅଙ୍ଗନବାଡି କେନ୍ଦ୍ର କାନ୍ଥ ଭୁଷୁଡିବା ମାମଲାର ଶୁଣାଣି

August 23, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,ଅଗଷ୍ଟ ୨୩ (ଓଡ଼ିଶା ଡ଼ଟ୍ କମ୍)-ବହୁ ଚର୍ଚ୍ଚିତ ଅଙ୍ଗନବାଡି କେନ୍ଦ୍ରର କାନ୍ଥ ଭୁଷୁଡି ୭ ଶିଶୁଙ୍କ ମୃତ୍ୟୁ ମାମଲାରେ ନିଲମ୍ବିତ ପ୍ରଧାନ ଶିକ୍ଷୟତୀଙ୍କ ବିରୋଧରେ କାହିଁକି ଫୌଜଦାରୀ ମାମଲା ରୁଜୁ ନହେଲା ସେ ସଂପର୍କରେ କାରଣ ଦର୍ଶାଇବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।

ନୟାଗଡ ଜିଲ୍ଲାର ରଣପୁର ବ୍ଲକ୍ ଅନ୍ତଗତ ସୁଆଁସିଆ ସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନବାଡି କେନ୍ଦ୍ରର କାନ୍ଥ ଭୁଷୁଡି ୭ ଜଣ ଶିଶୁଙ୍କ ପ୍ରାଣହାନି ଘଟିବା ସର୍ମ୍ପକରେ ଆଗତ ଏକାଧିକ ଜନସ୍ୱାର୍ଥ ସମ୍ବଳିତ ମାମଲାର ଏକତ୍ର ଶୁଣାଣି ଅନୁଷ୍ଠିତ ହୋଇଥିଲାା

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭି.ଗୋପାଳ ଗୌଡ ଓ ବିଚାରପତି ବିଶ୍ୱନାଥ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଏହି ଘଟଣାର ଅନ୍ୟତମ ଆବେନକାରୀ ମାନବିକ ଅଧିକାର ସଂଗଠନ କ୍ଲାପ୍ ପକ୍ଷରୁ ଯୁକ୍ତି କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଅଙ୍ଗନବାଡି କେନ୍ଦ୍ର, ନୟାଗଡ ଜିଲ୍ଲା, ରାଜ୍ୟ ସରକାର, ହାଇକୋର୍ଟ

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Page 5
  • Page 6
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ