• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରାଜ୍ୟ ସରକାର

ମାମଲା ପରିଚାଳନାରେ ଅବ୍ୟବସ୍ଥା, ସୁପ୍ରିମକୋର୍ଟଙ୍କ ଭର୍ସନା

July 31, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୧(ଓଡ଼ିଶା ଡ଼ଟ୍ କମ୍) ମାମଲା ପରିଚାଳନାରେ ଅବ୍ୟବସ୍ଥା ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିବା ସହ ରାଜ୍ୟ ଆଇନ ସଚିବଙ୍କ ଆନ୍ତରିକତା ପ୍ରତି ସନ୍ଦେହ ପ୍ରକାଶ କରି ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ସେ ଜଣେ ଯୋଗ୍ୟ ବ୍ୟକ୍ତି ନୁହନ୍ତି ବୋଲି କହିଛନ୍ତି ।

ଭବିଷ୍ୟତରେ କୋର୍ଟ ମାମଲା ପରିଚାଳନାରେ ଯେପରି କୌଣସି ଅବ୍ୟବସ୍ଥା ଦେଖାନଯିବ, ସେଥିପ୍ରତି ଆବଶ୍ୟକ ଧ୍ୟାନ ଦେବାକୁ କୋର୍ଟ ରାଜ୍ୟ ଆଇନ ସଚିବଙ୍କୁ କହିଛନ୍ତି ।

ମାମଲା ବାବଦକୁ ବରିଷ୍ଠ ଓକିଲଙ୍କ ଫି’ ଆଇନ ସଚିବଙ୍କ ଦରମାରୁ କାହିଁକି ଦିଆନଯିବ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ମଙ୍ଗଳବାର ମେସ୍କୋ ଷ୍ଟିଲ୍ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ବିଚାରପତି ଟି.ଏସ୍. ଠାକୁର ଓ ବିଚାରପତି ଜ୍ଞାନସୁଧା ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ରାଜ୍ୟ ଆଇନ ସଚିବ ବ୍ୟକ୍ତିଗତ ଭାବେ ହାଜର ହୋଇ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରିଥିଲେ ।

ମାମଲାର ଶୁଣାଣି ଆରମ୍ଭ ହେବା ମାତ୍ରେ ସୁପ୍ରିମକୋର୍ଟର ମାମଲା ଗୁଡ଼ିକରେ କାହିଁକି ରାଜ୍ୟ ସରକାରଙ୍କ ଓକିଲ ଅନୁପସ୍ଥିତ ରହୁଛନ୍ତି ବୋଲି ଅଦାଲତ କ୍ଷୁବ୍ଧ ହେବା ସହ ଏହାର କାରଣ ଜାଣିବାକୁ ଚାହିଁଥିଲେ ।

ସୁପ୍ରିମକୋର୍ଟରେ କିଭଳି ମାମଲା ପରିଚାଳନା କରିବାକୁ ପଡ଼େ ସେନେଇ ରାଜ୍ୟ ଆଇନ ସଚିବ ଅନଭିଜ୍ଞ । ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଏଭଳି ଅବ୍ୟବସ୍ଥା ଜାରି ରହିଥିବା ବେଳେ ତଳକୋର୍ଟର ସ୍ଥିତି ନେଇ କୋର୍ଟ ଆଶଙ୍କା ପ୍ରକାଶ କରିଛନ୍ତି । ଆବଶ୍ୟକ ପଡ଼ିଲେ ଆଇନ ସଚିବଙ୍କୁ ଦାୟିତ୍ୱରୁ ହଟାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି ଖଣ୍ଡପୀଠ ଦର୍ଶାଇଛନ୍ତି ।

ପୂର୍ବରୁ କାର୍ଯ୍ୟରତ ଷ୍ଟାଣ୍ଡିଂ କାଉନ୍ସେଲ୍ ଫାଇଲ୍ ଫେରାଇ ନଥିବାରୁ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି ବୋଲି ରାଜ୍ୟ ଆଇନ ସଚିବଙ୍କ ପକ୍ଷରୁ ବରିଷ୍ଠ ଓକିଲ ପି.ପି. ରାଓ ପକ୍ଷ ରଖିଥିବା ବେଳେ ରାଜ୍ୟ ସରକାରଙ୍କ ଓକିଲ ସିଧାସଳଖ ପୂର୍ବତନ ଷ୍ଟାଣ୍ଡିଂ କାଉନ୍ସେଲ୍ଙ୍କ ଠାରୁ ଫାଇଲ୍ ସଂଗ୍ରହ କରିପାରିଥାନ୍ତେ ବୋଲି ଖଣ୍ଡପୀଠ କହିଥିଲେ ।

ଏଭଳି ବ୍ୟବସ୍ଥା ଜାରି ରହିଲେ ମାମଲାର ପରବର୍ତୀ ଓକିଲ ନିଯୁକ୍ତିରେଦୁଇବର୍ଷ ପର୍ଯ୍ୟନ୍ତ ସମୟ ଲାଗିପାରେ, ତେଣୁ ଅଦାଲତର ସମୟ ନଷ୍ଟନକରି କିପରି ମାମଲାର ଶୁଣାଣି ଠିକ୍ ସମୟରେ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ଆଇନ ସଚିବଙ୍କୁ କୋର୍ଟ ତାଗିଦ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ରାଜ୍ୟ ସରକାର, ସୁପ୍ରିମକୋର୍ଟ

ମୁଖ୍ୟସ୍ରୋତକୁ ଫେରିବା ପାଇଁ ମାଓବାଦୀଙ୍କୁ ନିବେଦନ

May 21, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୧(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀମାନେ ହିଂସାର ପଥ ପରିହାର କରି ସମାଜର ମୁଖ୍ୟ ସ୍ରୋତକୁ ଫେରିଆସିବା ପାଇଁ ରାଜ୍ୟ ସରକାର ନିବେଦନ କରିଛନ୍ତି ।

ସରକାର ମାଓ ମଧ୍ୟସ୍ଥି ମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରୁଛନ୍ତି । କିନ୍ତୁ ମାଓବାଦୀମାନେ ସେମାନଙ୍କ ସର୍ତ ଅନୁଯାୟୀ କାମ କରୁନାହାନ୍ତି ।

ମାଲକାନଗିରି ଜିଲ୍ଲାରେ ଗତ ୧୯ତାରିଖରେ ଜଣକୁ ହତ୍ୟା କରିଥିବା ବେଳେ ୧୬ ତାରିଖରେ ବନ୍ଦ ପାଳନ କରି ଜନସାଧାରଣଙ୍କ ସ୍ୱଭାବିକ ଯାତାୟାତରେ ପ୍ରତିବନ୍ଧକ ସୃଷ୍ଟି କରିଛନ୍ତି ।

ତେଣୁ ସେମାନେ ହିଂସାର ପଥ ପରିହାର କରି ସମାଜର ମୁଖ୍ୟ ସ୍ରୋତକୁ ଫେରିଆସନ୍ତୁ । ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କ ପାଇଁ ସରକାର ଆକର୍ଷଣୀୟ ଥଇଥାନ ଯୋଜନା କରିଛନ୍ତି । ସେମାନେ ଏହାର ସୁଯୋଗ ନିଅନ୍ତୁ ବୋଲି ସୋମବାର ଗୃହ ସଚିବ ଉପେନ୍ଦ୍ରନାଥ ବେହେରା କହିଛନ୍ତି ।

ଇଟାଲୀୟ ନାଗରିକ ଓ ଲକ୍ଷ୍ମୀପୁର ବିଧାୟକଙ୍କ ମୁକ୍ତି ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରାଯାଇଛି । ତେବେ ମାଓବାଦୀମାନେ ଦେଇଥିବା ସର୍ତରୁ ଓହରିଯାଇ ହିଂସାକାଣ୍ଡ ଘଟାଉଛନ୍ତି ବୋଲି ସେ କହିଛନ୍ତି ।

ସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ ସାଂଗଠନିକ ସମ୍ପାଦକ ସବ୍ୟସାଚୀ ପଣ୍ଡା ଗତକାଲି ଗଣମାଧ୍ୟମକୁ ଦେଇଥିବା ଅଡିଓ ଟେପ୍ ପଣ୍ଡା ଯାହା ଅଭିଯୋଗ କରିଛନ୍ତି ତାହା ତଥ୍ୟଭିତ୍ତିକ ନୁହେଁ ବୋଲି ସେ କହିଛନ୍ତି ।

ଇଟାଲୀୟ ନାଗରିକ ଅପହରଣ ଘଟଣାରେ ୪ଜଣ ବନ୍ଦୀଙ୍କୁ ଓ ଲକ୍ଷ୍ମୀପୁର ବିଧାୟକ ଅପହଣ ଘଟଣାରେ ୨୩ଜଣ ବନ୍ଦୀଙ୍କୁ ଛାଡ଼ିବା ପାଇଁ ପଦେକ୍ଷପ ନିଆଯାଉଛି । ୨୩ ଜଣଙ୍କ ମଧ୍ୟରେ ବିଜୟ ତାଡ଼ିଙ୍ଗି ଅଛନ୍ତି । ବିଜୟ ତାଡ଼ିଙ୍ଗିଙ୍କ ମୁକ୍ତି ପାଇଁ ମାଓନେତା ସବ୍ୟସାଚୀ ପଣ୍ଡା ମାଓମଧ୍ୟସ୍ଥିି ଦଣ୍ଡପାଣିଙ୍କ ମାଧ୍ୟମରେ ଅନୁରୋଧ କରିଥିଲେ ।

ତେଣୁ ଇଟାଲୀୟ ନାଗରିକ ଅପହରଣ ଘଟଣାରେ ୫ଜଣ ବନ୍ଦୀଙ୍କୁ ମୁକ୍ତିପାଇଁ ପଦେକ୍ଷପ ନିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ପଣ୍ଡାଙ୍କ ସ୍ତ୍ରୀ ଶୁଭଶ୍ରୀ ଦାସଙ୍କୁ ଖଲାସ କରାଯାଇଛି, ସେ କହିଛନ୍ତି ।

ପଣ୍ଡାଙ୍କ ଅଭିଯୋଗ ଅନୁଯାୟୀ ଶୁଭଶ୍ରୀଙ୍କ ବିରୁଦ୍ଧରେ କୌଣସି ନୂଆ ମାମଲା ରୁଜୁ କରାଯାଇ ନାହିଁ । ୨୦୦୮ ରେ ନୟାଗଡ଼ ଥାନାରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା ବୋଲି ସେ କହିଛନ୍ତି ।

ରାଜ୍ୟ ସରକାର ମାଓବାଦୀଙ୍କ ଦାବି ପୂରଣ ପାଇଁ ସେମାନଙ୍କ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ କିନ୍ତୁ ତାହା ପୂରଣ କରିବାକୁ ପଦେକ୍ଷପ ନେଉନାହାନ୍ତି ।

ସରକାର ଯୁଦ୍ଧବିରତି ଘୋଷଣା କରିଥିଲେ । କିନ୍ତୁ ପୋଲିସ କୁମ୍ବିଂ ଅପରେସନ ଜାରି ରଖିଛି ବୋଲି ଦର୍ଶାଇ ମାଓ ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତି ଓ ବିଡି ଶର୍ମା ଏକ ମିଳିତ ପତ୍ର ରାଜ୍ୟ ସରକାରଙ୍କୁ ପଠାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମାଓବାଦୀ, ରାଜ୍ୟ ସରକାର

ମରୁଡ଼ି ଅଂଚଳରେ ଖରାଛୁଟିରେ ମଧ୍ୟାହ୍ନ ଭୋଜନ ପାଇଁ ନିର୍ଦ୍ଦେଶ

April 20, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୨୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସରକାରଙ୍କ ଦ୍ୱାରାଘୋଷଣା କରାଯାଇଥିବା ମରୁଡ଼ି ପ୍ରପୀଡ଼ିତ ଅଂଚଳର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଖରା ଛୁଟିରେ ମଧ୍ୟାହ୍ନ ଭୋଜନ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଏହା ରନ୍ଧା ଖାଦ୍ୟ ଭାବରେ ଯୋଗାଇ ଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ମୁଖ୍ୟମନ୍ତ୍ରୀ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୦ ଓ ୨୦୧୧ ବର୍ଷରେ ମରୁଡ଼ି ଘୋଷଣା କରାଯାଇଥିବା ଅଂଚଳର ପ୍ରାଥମିକ, ଉଚ୍ଚ ପ୍ରାଥମିକ ତଥା ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପ ବ୍ୟିାଳୟର ଛାତ୍ରଛାତ୍ରୀମାନେ ଏହି ସୁବିଧା ପାଇବେ ।

ଚଳିତ ବର୍ଷ ସ୍କୁଲ ଗୁଡ଼ିକ ଖରାଛୁଟି ପାଇଁ ମଇ ୪ରୁ ଜୁନ୍ ୧୬ ପର୍ଯ୍ୟନ୍ତ ବନ୍ଦ ରହିବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଖରା ଛୁଟି, ମଧ୍ୟାହ୍ନ ଭୋଜନ, ରାଜ୍ୟ ସରକାର

ମାଓବାଦୀଙ୍କ ଆତ୍ମସମର୍ପଣ ପ୍ୟାକେଜ ବୃଦ୍ଧି

February 29, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧(ଓଡ଼ିଶା ଡ଼ଟ୍ କମ୍) ବିଭିନ୍ନ ସମୟରେ ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କ ଥଇଥାନ ପାଇଁ ରାଜ୍ୟ ସରକାର ଅର୍ଥରାଶି ବୃଦ୍ଧି କରିଛନ୍ତି ।

ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏଣିକି ସେମାନଙ୍କୁ ଜମି ବଦଳରେ ଅର୍ଥରାଶି ଦେବାକୁ ନିଷ୍ପତି ନିଆଯାଇଛି । ପୂର୍ବରୁ ସେମାନଙ୍କୁ ଚାରି ଡ଼ିସିମିଲ ଜମି ଦିଆଯାଉଥିଲା ।

ହାର୍ଡ଼କୋର ମାଓବାଦୀଙ୍କୁ ଅଢେଇ ଲକ୍ଷ ଟଙ୍କା ପ୍ରଦାନ କରାଯିବ ଓ ସେମାନଙ୍କୁ ତୁରନ୍ତ ଏକ ଲକ୍ଷ ଟଙ୍କା ଦିଆଯିବା ସହ ବଳକା ଟଙ୍କା ବ୍ୟାଙ୍କରେ ଜମା କରାଯିବ ।

ସେହିପରି ସାଧାରଣ ମାଓବାଦୀ ମାନଙ୍କୁ ଏକ ଲକ୍ଷ ଟଙ୍କା ଦିଆଯିବାକୁ ଥିବା ବେଳେ ଆତ୍ମସମର୍ପଣ ପରେ ତୁରନ୍ତ ଦଶ ହଜାର ଟଙ୍କା ଦେବାକୁ ନିଷ୍ପତି ନିଆଯାଇଛି ।

ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ଅଧିକ ୨୫ ହଜାର ଟଙ୍କା ଦିଆଯିବ ଏବଂ ବାହା ହୋଇନଥିବା ମାଓବାଦୀଙ୍କୁ ବାହା ହେବା ପାଇଁ ୨୫ ହଜାର ଟଙ୍କା ଦିଆଯିବ ।

ସେହିପରି ସେମାନଙ୍କ ଉଚ୍ଚ ଶିକ୍ଷା ପାଇଁ ତିନି ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମାଓବାଦୀ, ରାଜ୍ୟ ସରକାର

ରାଜ୍ୟରେ ଆଉ ୭୦ଟି ନୂତନ ଥାନା

February 27, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆିଲ୍ଲୀ, ଫେବୃୟାରୀ ୨୭(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାର ବିଭିନ୍ନ ମାଓବାଦୀ ପ୍ରବଣ ଅଞ୍ଚଳରେ ୭୦ଟି ନୂତନ ଥାନା ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି ।

ପ୍ରତ୍ୟେକ ଥାନା ପାଇଁ ଦୁଇ କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ଏହି ଯୋଜନା ପାଇଁ କେନ୍ଦ୍ର ସରକାର ୮୦ ପ୍ରତିଶତ ଓ ରାଜ୍ୟ ସରକାର ୨୦ ପ୍ରତିଶତ ଅର୍ଥ ବହନ କରିବେ । ସମସ୍ତ ଥାନାରେ ଯେପରି ୪୦ ଜଣ ଲେଖାଏଁ କର୍ମୀଙ୍କୁ ମୁତୟନ କରାଯିବ ସେଥିପ୍ରତି ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି କୁହାଯାଇଛି ।

ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରେ ମଧ୍ୟ ନୂତନ ଥାନା ପ୍ରତିଷ୍ଠା ପାଇଁ ନିଷ୍ପତି ନିଆଯାଇଛି । ଏହି ସମସ୍ତ ଥାନା ପାଇଁ କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ୧୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଥାନା, ମାଓବାଦୀ, ରାଜ୍ୟ ସରକାର

ଇଡ଼୍କୋ ଅଧ୍ୟକ୍ଷ ପ୍ରିୟବ୍ରତ ପଟ୍ଟନାୟକଙ୍କ ବଦଳି

December 16, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସରକାର ଶୁକ୍ରବାର ଇଡ଼୍କୋ ଅଧ୍ୟକ୍ଷ ତଥା
ପରିଚାଳନା ନିର୍ଦ୍ଦେଶକ ପ୍ରିୟବ୍ରତ ପଟ୍ଟନାୟକଙ୍କ ବଦଳି କରିଛନ୍ତି ।

୧୯୭୬ ବ୍ୟାଚ୍ର ଆଇଏଏସ୍ ପଟ୍ଟନାୟକଙ୍କୁ ପେନ୍ସନ୍ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ବଦଳି କରାଯାଇଛି ।

ସେହିପରି ୧୯୮୯ ବ୍ୟାଚ୍ର ଆଇଏଏସ୍ ଅଫିସର ପ୍ରଦୀପ ଜେନାଙ୍କୁ ଇଡ଼୍କୋ ଅଧ୍ୟକ୍ଷ ଭାବେ ଅତିରିକ୍ତ
ଦାୟିତ୍ୱ ଦିଆଯାଇଛି । ଜେନା ବର୍ତମାନ ପଂଚାୟତିରାଜ ବିଭାଗର କମିଶନର ତଥା ଶାସନ ସଚିବ
ଭାବେ କାର୍ଯ୍ୟ କରୁଛନ୍ତି ।

ଗତ ବୁଧବାର ପୋସ୍କୋ ପ୍ରସ୍ତାବିତ ଅଂଚଳରେ ହୋଇଥିବା ହିଂସାକାଣ୍ଡ ଏବଂ ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ବିରୋଧୀ ଦଳ ଗୁଡ଼ିକ ଇଡ଼୍କୋ କର୍ତୃପକ୍ଷଙ୍କୁ ଦାୟୀ କରିବା ପରେ ସରକାର ପଟ୍ଟନାୟକଙ୍କୁ ଏହି ପରୁ ହଟାଇ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଇଡ଼୍କୋ, ରାଜ୍ୟ ସରକାର

ଘରୋଇ ଷ୍ଟୋରେଜ ଏଜେନ୍ସି ବ୍ୟବସ୍ଥା ଉଠାଇବାକୁ ନିଷ୍ପତ୍ତି

July 27, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜୁଲାଇ ୨୫(ଓଡ଼ିଶା ଡ଼ଟ୍ କମ୍) ୱାଧା କମିଶନ ସୁପାରିଶ ଅନୁଯାୟୀ ରାଜ୍ୟ ସରକାର ଘରୋଇ ଷ୍ଟୋରେଜ ଏଜେନ୍ସି ବ୍ୟବସ୍ଥା ଉଠାଇ ବୋକୁ ନିଷ୍ପତ୍ତି ନେଇଛନ୍ତି ।

ନୂତନ ନିଷ୍ପତ୍ତି ଅନୁଯାୟୀ ବର୍ତ୍ତମାନର ଚାଉଳ ସଂଗ୍ରହ କେନ୍ଦ୍ର ଗୁଡ଼ିକୁ ବିଭାଗୀୟ ଷ୍ଟୋରେଜ ସେଣ୍ଟରରେ ପରିଣତ କରାଯିବ । ଏହି ଷ୍ଟୋରେଜ ସେଣ୍ଟରରୁ ସୁଲଭ ମୂଲ୍ୟରେ ଦୋକାନକୁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ପଠାଯିବ ।

ଏହି ବ୍ୟବସ୍ଥାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା, ଖାଉଟି ମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇବା ତଥା ଆବଶ୍ୟକ ଅନୁଯାୟୀ ଗେ।ଦାମ ଘରର ବ୍ୟବସ୍ଥା କରିବାକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବିଭାଗୀୟ ଷ୍ଟୋରେଜ ସେଣ୍ଟରରୁ ଯେପରି ପ୍ରତ୍ୟେକ ସୁଲଭ ମୂଲ୍ୟ ଦୋକାନକୁ ଖାଦ୍ୟ ସାମଗ୍ରୀ ପରିବହନ ବ୍ୟବସ୍ଥା ସୁଚାରୁ ରୂପେ କାର୍ଯ୍ୟକାରୀ ହେବ ତାହା ନିଶ୍ଚିତ କରିବାକୁ ସେ ପରାମର୍ଶ ନେଇଛନ୍ତି ।

ଓଡ଼ିଶା ଡ଼ଟ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଚାଉଳ, ମୁଖ୍ୟ ଖବର, ରାଜ୍ୟ ସରକାର, ୱାଧା କମିଶନ

ପୋସ୍କୋ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ୧୮ରୁ

May 8, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୭(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ପ୍ରସ୍ତାବିତ ପୋସ୍କୋର ଇସ୍ପାତ ପ୍ରକଳ୍ପ ପାଇଁ ଆସନ୍ତା ୧୮ ତାରିଖରୁ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଶନିବାର ରାଜ୍ୟ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ।

ଅଧିଗ୍ରହଣ ସମୟରେ ଢିଙ୍କିଆ ଗ୍ରାମର ବେସରକାରୀ ଜମିକୁ ଏଥିରେ ସାମିଲ କରାଯିବ ନାହିଁ ବୋଲି ଇଡ୍କୋ ପରିଚାଳନା ନିର୍ଦ୍ଦେଶକ ତଥା ପୋସ୍କୋ ପାଇଁ ସରକାରଙ୍କ ନୋଡାଲଅଫିସର ପ୍ରିୟବ୍ରତ ପଟ୍ଟନାୟକ ସାମ୍ବାଦିକଙ୍କୁ କହିଛନ୍ତି ।

ବୁଝାମଣାପତ୍ରର ନବୀକରଣ ଓ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣର କୌଣସି ସମ୍ପର୍କ ନାହିଁ,ତେଣୁ ବୁଝାମଣାପତ୍ର ନବୀକରଣ ହୋଇନଥିଲେ ମଧ୍ୟ ଅଧିଗ୍ରହଣ କାର୍ଯ୍ୟ ହୋଇପାରିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ଓଇଡ୍କୋ ପକ୍ଷରୁ ପ୍ରଥମେ ପାନବରଜମି ଅଧିଗ୍ରହଣ କରାଯିବ,ସେ କହିଛନ୍ତି ।

ଏହାପରେ ଚିଙ୍ଗୁଡି ଚାଷ ହେଉଥିବା ଜମି ଅଧିଗ୍ରହଣ ହେବ ଏବଂ ବିସ୍ଥାପନ ଓ ଥଇଥାନ ନୀତିରେ କ୍ଷତିଗ୍ରସ୍ତ ଲୋକଙ୍କୁ ଧାର୍ଯ୍ୟ ଅନୁଯାୟୀ କ୍ଷତିପୂରଣ ଦିଆଯିବ ।

କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଗତ ସୋମବାର ପୋସ୍କୋ ପ୍ରକଳ୍ପକୁ ଚୁଡ଼ାନ୍ତ ଜଙ୍ଗଲ ଅନୁମତି ଦେବା ସହ ୧୨୫୩ଏକର ଜଙ୍ଗଲ ଜମି ଡ଼ାଇଭର୍ସନ ପାଇଁ ଅନୁମତି ପ୍ରଦାନ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଇସ୍ପାତ ପ୍ରକଳ୍ପ, ଜଗତସିଂହପୁର, ଜମି, ପୋସ୍କୋ, ମୁଖ୍ୟ ଖବର, ରାଜ୍ୟ ସରକାର

 ଏମ୍ଜିଏନ୍ଆର୍ଇଜିଏ କାର୍ଯ୍ୟକାରିତା ପାଇଁ ପ୍ୟାନେଲ

April 20, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

ଭୁବନେଶ୍ୱର, ଅପ୍ରେଲ ୧୪(ଓଡ଼ିଶା ଡ଼ଟ୍ କମ୍) ଏମ୍ଜିଏନ୍ଆରଇଜିଏରେ ହୋଇଥିବା ଦୁର୍ନୀତି ଅଭିଯୋଗର ସିବିଆଇ ତନ୍ତ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବା ପରେ ଏହି ଯୋଜନାର ତଦାରଖ ପାଇଁ ଗୁରୁବାର ରାଜ୍ୟ ସରକାର ଏକ ପ୍ୟାନେଲ ଗଠନ କରିଛନ୍ତି ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ପ୍ୟାନେଲରେ ପଞ୍ଚାୟତିରାଜ ବିଭାଗ ସଚିବ କାର୍ଯ୍ୟନିର୍ବାହୀ କମିଟି ଅଧ୍ୟକ୍ଷ ଅଛନ୍ତି ।

କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ଏମ୍ଜିଏନ୍ଆରଇଜିଏ ଯୋଜନାରେ କାର୍ଯ୍ୟ ହେଉଛି କି ନାହିଁ ତଥା ଏଥିରେ ହୋଇଥିବା ଅନିୟମିତତା ଅଭିଯୋଗ ଉପରେ ପ୍ୟାନେଲ ତନ୍ତ କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ରାଜ୍ୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିୟନ୍ତ୍ରିତ କର୍ମ ନିଯୁକ୍ତି ଯୋଜନା (ଏମ୍ଜିଏନ୍ଆରଇଜିଏ)ରେ ହୋଇଥିବା ଦୁର୍ନୀତି ଅଭିଯୋଗ ଉପରେ ସିବିଆଇ ତଦନ୍ତ କରିବାକୁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କେନ୍ଦ୍ର ସରକାର, ଦୁର୍ନୀତି, ମୁଖ୍ୟ ଖବର, ରାଜ୍ୟ ସରକାର

ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀଙ୍କ ବିଜୟ ସମାବେଶ

November 30, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ନଭେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ଓ ସରକାରଙ୍କ ବିରୋଧରେ ହାଇକୋର୍ଟ ଦେଇଥିବା ରାୟ ପରିପ୍ରେକ୍ଷୀରେ ମଙ୍ଗଳବାର ପୁରୀ ଠାରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରେଧୀମାନେ ବିଜୟ ସମାବେଶର ଆୟୋଜନ କରିଛନ୍ତି ।

ଶତାଧିକ ଯୁବକ ସିଂହଦ୍ଵାର ନିକଟରୁ ଏକ ମଟର ସାଇକେଲ ଶୋଭାଯାତ୍ରାରେ ବାହାରି ପୁରୀ କୋଣାର୍କ ରାସ୍ତାର ବେଲଳ ଠାରେ ପହଞ୍ଚିଥିଲେ । ଆୟୋଜିତ ଏହି ସମାବେଶରେ ବିଜେପି ଓ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଯୋଗ ଦେଇଛନ୍ତି ।

ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ନାମରେ ସରକାର ଏକ ଘରୋଇ କମ୍ପାନୀ ପାଇଁ ଜମି ଅଧିଗ୍ରହଣ କରିବା ଦ୍ଵାରା ସରକାରଙ୍କ ଏହାପଛରେ ଥିବା ମନ୍ଦ ଉଦେ୍ଧଶ୍ୟ ପାରେ ପଡ଼ିଯାଇଛି ବୋଲି ସମାବେଶରେ ଯୋଗେଇଥିବା ନେତାମାନେ କହିଛନ୍ତି ।

ପୂର୍ବରୁ ଲୋକପାଳ ବେଦାନ୍ତ ଓ ସରକାରଙ୍କୁ ଭର୍ସନା କରିଥିବା ବେଳେ ବର୍ତ୍ତମାନ ହାଇକୋର୍ଟଙ୍କ ରାୟ ପରେ ସରକାର ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସଘାତ କରିଥିବା ପ୍ରମାଣିତ ହୋଇଛି । ତେଣୁ ସରକାରଙ୍କୁ ବରଖାସ୍ତ କରାଯାଉ ବୋଲି ସେମାନେ ଦାବୀ କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବେଦାନ୍ତ ବିଶ୍ୱବିଦ୍ୟାଳୟ, ମୁଖ୍ୟ ଖବର, ରାଜ୍ୟ ସରକାର

  • « Go to Previous Page
  • Page 1
  • Interim pages omitted …
  • Page 3
  • Page 4
  • Page 5
  • Page 6
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ