• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରାଜ୍ୟ

କେନ୍ଦୁଝର ଖଣି ଅଂଚଳରେ ଶାହା କମିଶନ

December 9, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର, ଡ଼ିସେମ୍ବର ୯(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ହୋଇଥିବା ଖଣି ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଆସିଥିବା ଏମ୍.ବି.ଶାହା କମିଶନ ଶୁକ୍ରବାର କେନ୍ଦୁଝରରେ ଖଣି ଅଂଚଳ ପରିଦର୍ଶନ କରିଛନ୍ତି ।

ଶାହାଙ୍କ ନେତୃତ୍ୱରେ ଆସିଥିବା ଏହି ୮ ଜଣିଆ ପ୍ରତିନିଧି ଦଳ ପ୍ରଥମେ ଇନ୍ଦ୍ରାଣୀ ପଟ୍ଟନାୟକ ଖଣି ଅଂଚଳରେ ଅନୁଧ୍ୟାନ କରିବା ପରେ ପିଏମ୍ପିଏଲ୍ ଖଣି ଅଂଚଳ ବୁଲି ଦେଖିଛନ୍ତି ।

ପରେ ଏହି ଦଳ ରୁଙ୍ଗ୍ଟା ଖଣି ପରିଦର୍ଶନ କରି ମାମଲା ରାୟ ଖଣି ଅଂଚଳକୁ ଯାଇ ଅନୁଧ୍ୟାନ କରିଥିଲେ । ପ୍ରତିନିଧି ଦଳ ସହ କେନ୍ଦୁଝର ଏସ୍ପି ଆଶିଷ କୁମାର ସିଂ,ଜିଲ୍ଲାପାଳ,ବନଖଣ୍ଡ ଅଧିକାରୀ ଓ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀ ମାନେ ସାମିିଲ ହୋଇଛନ୍ତି ।

୯ ଓ ୧୦ ତାରିଖଦୁଇଦିନ ଧରି କମିଶନ କେନ୍ଦୁଝର ଜିଲ୍ଲା ଯୋଡ଼ା, ବଡ଼ବିଲ ଏବଂ ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଖଣି ଅଂଚଳ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଖଣି ଦୁର୍ନୀତି, ରାଜ୍ୟ

ବନ୍ୟା କ୍ଷୟକ୍ଷତି ସହାୟତା ରାଶି ଦେବା ପାଇଁ ଅର୍ଥମନ୍ତ୍ରୀଙ୍କୁ ପତ୍ର

December 2, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡ଼ିସେମ୍ବର ୨(ଓଡ଼ିଶା ଡ଼ଟ୍ କମ୍)ଚଳିତ ବର୍ଷ ବନ୍ୟାରେ ରାଜ୍ୟର ମୋଟ ୩୦ଟି ଜିଲ୍ଲା ମଧ୍ୟରୁ ୨୧ଟି ଜିଲ୍ଲା ରେ ବନ୍ୟା ବିତ୍ପାତ ଦେଖା ଦେଇଥିଲା । ଏ ନେଇ ୩୨୬୫.୩୮କୋଟି ଟଙ୍କା ସହାୟତା ରାଶି ଦେବା ପାଇଁ ରାଜ୍ୟ ସରକାର ଦୁଇ ଥର କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି ।

ଏହା ପରେ କେନ୍ଦ୍ର ସରକାର ଏକ କେନ୍ଦ୍ରୀୟ ପ୍ରତିନିଧି ଦଳଙ୍କୁ ବନ୍ୟା କ୍ଷୟକ୍ଷତି ଆକଳନ କରିବା ପାଇଁ
ଓଡ଼ିଶାକୁ ପଠାଇଥିଲେ । ଉକ୍ତ ଦଳ ଯଦିଓ ଗତ ସେପ୍ଟେମ୍ବର ୩୦ତାରିଖରେ ପ୍ରଭାବିତ ଅଞ୍ଚଳଗୁଡ଼ିକୁ
ବୁଲି ଦେଖିଥିଲେ । ହେଲେ ଅନ୍ୟ ଏକ ଉଚ୍ଚ ସ୍ତରୀୟ କମିଟି ପୁର୍ନବାର ଏହାକୁ ତର୍ଜମା କରିବା କଥା ।

ତେଣୁ ଉକ୍ତ କମିଟି ଯଥାଶିଘ୍ର ଉଚିତ୍ ପଦକ୍ଷେପ ଗ୍ରହଣ କରି ଏହି ସହାୟତା ରାଶି ପ୍ରଦାନ କରିବା
ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏକ ପତ୍ର ମାଧ୍ୟମରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ପ୍ରଣବ
ମୁଖାର୍ଜୀଙ୍କୁ ଜଣାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବନ୍ୟା ବିତ୍ପାତ, ରାଜ୍ୟ

୧୪ରୁ ସପ୍ତାହବ୍ୟାପୀ ପିକକ୍ ଶିଶୁମେଳା

November 11, 2011 by ଓଡିଶା ଡଟ କମ

ଭୁବନେଶ୍ୱର, ନଭେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲ କଲ୍ଚରାଲ ସେଂଟର(ପିକକ୍) ପକ୍ଷରୁ ଚଳିତ ବର୍ଷ ୨୨ ତମ ଶିଶୁମେଳା ଆୟୋଜିତ ହେବ ।

ଏକାମ୍ର ହାଟରେ ଆସନ୍ତା ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମେଳାରେ ପ୍ରତ୍ୟେକଦିନ ସଂଧ୍ୟାରେ ଶିଶୁ ମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

୨୦ ତାରିଖ ସଂଧ୍ୟା ୫.୩୦ରେ ମେଳାର ଉ୍ୟାପନ ଉତ୍ସବ ସହ ପିକକ୍ ବାର୍ଷିକ ପୁରସ୍କାର ବିତରଣ ଓ
ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯିବ ।

୧୪ ବର୍ଷରୁ କମ୍ ପିଲାମାନଙ୍କ ସାହାସିକତା ପାଇଁ “”ବାଜି ରାଉତ ସମ୍ମାନ” ସମାଜସେବା ପାଇଁ “”ପ୍ରାଣନାଥ ପଟ୍ଟନାୟକ ସ୍ମାରକୀ ସମ୍ମାନ” ଏବଂ ବିଭିନ୍ନ କ୍ଷେତ୍ରରେ ପାରର୍ଶିତା ପାଇଁ “” ଡ଼ଃ ପିସି ଦାସ୍ ଶିଶୁ ପ୍ରତିଭା ସମ୍ମାନ ପାଇଁ ନଭେମ୍ବର ୧୫ ମଧ୍ୟରେ ମନୋନୟନ ପତ୍ର ପଠାଇବାକୁ ଅନୁରୋଧ କରାଯାଇଛି ।

ଏହାସହିତ ଭୁବନେଶ୍ୱର ସର୍କଲରେ ବୃତ୍ତି ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଦୁଇ ଜଣ ଛାତ୍ରଛାତ୍ରୀଙ୍କୁ “”କେତକୀ ପଟ୍ଟନାୟକ ସ୍ମାରକୀ ସମ୍ମାନ” ପ୍ରଦାନ କରାଯିବ ।

ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ କିମ୍ବା ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ ଇଚ୍ଛୁକ ଛାତ୍ରଛାତ୍ରୀମାନେ ଅଧିକ ଜାଣିବା ପାଇଁ ପିକକ୍ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପିକକ୍, ରାଜ୍ୟ

ଆଇଏପିରେ ରାଜ୍ୟର ଆଉ ୩ ଜିଲ୍ଲା ସାମିଲ

October 22, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୨୨(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ଆଉ ତିନୋଟି ଜିଲ୍ଲାକୁ ସମନ୍ୱିତ ଆକ୍ସନ ପ୍ଲାନ(ଆଇଏପି)ରେ ସାମିଲ କରିବା ପାଇଁ ଅନୁମୋଦନ କରାଯାଇଛି ।

ଯାଜପୁର, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାକୁ ଏଥିରେ ସାମିଲ କରାଯାଇଥିବା ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ ଗୃହମନ୍ତ୍ରୀ ପି.ଚିାମ୍ବରମ୍ଙ୍କୁ ସାକ୍ଷାତ କରିବା ଅବସରରେ ଚିଦାମ୍ବରମ୍ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ବର୍ତ୍ତମାନ ରାଜ୍ୟର ୧୮ଟି ଜିଲ୍ଲା ଏଥିରେ ସାମିଲ ହୋଇଛି । ତେବେ
ଢେଙ୍କାନାଳ ଓ ବରଗଡ଼ ଜିଲ୍ଲାକୁ ମଧ୍ୟ ଏଥିରେ ସାମିଲ କରିବାକୁ ନବୀନ ଦାବି କରିଛନ୍ତି ।

ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ ଗୃହମନ୍ତ୍ରୀ ପି.ଚିାମ୍ବରମ୍ଙ୍କୁ ସାକ୍ଷାତ କରୁଛନ୍ତି ।
ସୁରକ୍ଷା ସମ୍ପର୍କିତ ଖର୍ଚ୍ଚ ଯୋଜନାରେ ଆଉ ଚାରୋଟି ଜିଲ୍ଲାକୁ ସାମିଲ କରାରଯାଇଛି ବୋଲି ଚିାମ୍ବରମ୍ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି । ଏହି ଜିଲ୍ଲାଗୁଡ଼ିକ ହେଲା ବରଗଡ଼, ବଲାଙ୍ଗିର, କଳାହାଣ୍ଡି ଓ ନୂଆପଡ଼ା ।

ସାକ୍ଷାତ ସମୟରେ ନବୀନ ରାଜ୍ୟରେ ହୋଇଥିବା ବନ୍ୟା ସଂପର୍କରେ ତାଙ୍କର ଦୃଷ୍ଟି ଆକର୍ଷଣ କରିବା ସହଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଶୀଘ୍ର ଏକ ହଜାର କୋଟି ଟଙ୍କା ମଞ୍ଜୁର କରିବାକୁ ମୁଖ୍ୟମନ୍ତ୍ରୀ ଦ।ବି କରିଛନ୍ତି ।

ମାଓବାଦୀ ସମସ୍ୟା ସଂପର୍କରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ବେଳେ ଆସନ୍ତା ଡ଼ିସେମ୍ବର
ସୁଦ୍ଧା ରାଜ୍ୟକୁ ଅତିରିକ୍ତ ଦୁଇ ବାଟାଲିଅନ ସିଆର୍ପିଏଫ୍ ଏବଂ ମାଓବାଦୀ ଉପ୍ରୁତ ଅଞ୍ଚଳ ପାଇଁଦୁଇଟି ହେଲିକ୍ୟାପ୍ଟର ମୁତୟନ ପାଇଁ ନବୀନ ଦ।ବି କରିଛନ୍ତି ।

ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ସିପି ଯୋଶୀଙ୍କୁ ସାକ୍ଷାତ କରି
ବନ୍ୟାରେ ନଷ୍ଟ ହୋଇଥିବା ରାସ୍ତାର ମରାମତି ପାଇଁ ୫୦ କୋଟି ଟଙ୍କା ଦେବାକୁ ଦାବି କରିଛନ୍ତି ।

ଗତ ଗୁରୁବାର ସେ କୃଷିମନ୍ତ୍ରୀ ଶରତ ପୱାର ଓ ଗ୍ରାମ୍ୟଉନ୍ନୟନ ମନ୍ତ୍ରୀ ଜୟରାମ ରମେଶଙ୍କୁ ସାକ୍ଷାତ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଆଇଏପି, ରାଜ୍ୟ

ବନ୍ୟା: ସ୍ୱାଧୀନ କମିଟି ଦ୍ୱାରାତଦନ୍ତ ପାଇଁ ମତ

October 16, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୧୪(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେଦୁଇଟି ପର୍ଯ୍ୟାୟରେ ହୋଇଥିବା ବନ୍ୟାର ପ୍ରକୃତ କାରଣ ଖୋଜି ବାହାର କରିବା ପାଇଁ ଏକ ସ୍ୱାଧୀନ ବିଶେଷଜ୍ଞ କମିଟି ଦ୍ୱାରାତଦନ୍ତ ହେବା ଆବଶ୍ୟକ ବୋଲି ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଶୁକ୍ରବାର କହିଛନ୍ତି ।

ବନ୍ୟାର କାରଣ ଜଣାପଡ଼ିଲେ ଏହା ଭବିଷ୍ୟତ ପାଇଁ ସତର୍କ ରହିବାରେ ସହାୟକ ହେବ ବୋଲି ସେ କହିଛନ୍ତି ।  ଏହାସହ ଇନ୍ଦିରା ଆବାସ ଅନୁଦାନ ପରିମାଣ ୩୫ ହଜାର ଟଙ୍କାରୁ ୪୦ ହଜାର ଟଙ୍କାକୁ ବୃଦ୍ଧି କରାଯିବା  ଆବଶ୍ୟକ ବୋଲି ସେ କହିଛନ୍ତି ।

ହୀରାକୁର ଜଳ ପରିଚାଳନାରେ ତ୍ରୁଟି ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବିରୋଧି ଦଳ  ଗୁଡ଼ିକ ପକ୍ଷରୁ ଅଭିଯୋଗ କରାଯାଇ ଏ ସଂପର୍କରେ ତଦନ୍ତ କରାଇବାକୁ ରାଜ୍ୟପାଳଙ୍କୁ ଅନୁରୋଧ  କରାଯାଇଥିଲା ।

ରାଜ୍ୟପାଳ ଏହି ଅଭିଯୋଗ ଉପରେ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ମାଗିଥିଲେ ଏବଂ ସିଡବ୍ଳୁସିର  ଜଣେ ସଭ୍ୟଙ୍କ ନେତୃତ୍ୱରେ ଏକ କମିଟି ଗଠନ କରି ଏହା ଉପରେ ତଦନ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ ।

ତେବେ ହୀରାକୁ ଜଳଭଣ୍ଡାରର ଜଳ ପରିଚାଳନାରେ କୌଣସି ତ୍ରୁଟି ହୋଇନାହିଁ ଏବଂ ଛତିଶଗଡରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ଜଳସଂପଦ ବିଭାଗ ପକ୍ଷରୁ ବୁଧବାର  ରାଜ୍ୟପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବନ୍ୟା, ରାଜ୍ୟ, ରାଜ୍ୟପାଳ

ରାଜ୍ୟରେ ୨୯ଜଣ ଡ଼େଙ୍ଗୁରେ ଆକ୍ରାନ୍ତ: ସ୍ୱାସ୍ଥ୍ୟ ବିଭାଗ

August 8, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୬(ଓଡ଼ିଶା ଡ଼ଟ୍ କମ୍) ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୪୧ ଜଣଙ୍କର ରକ୍ତ ନମୂନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୨୯ ଜଣ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର କୁହାଯାଇଛି ।

ଏହା ମଧ୍ୟରୁ ଅନୁଗୁଳ ଜିଲ୍ଲାର ୩୪ ମଧ୍ୟରୁ ୨୪ ଜଣ ଏବଂ ମୟୁରଭଞ୍ଜ ଜିଲ୍ଲାର ଜଣେ ଏବଂ ସୁନ୍ଦରଗଡ ଜିଲ୍ଲାର ୬ ଜଣଙ୍କ ମଧ୍ୟରୁ ୪ ଜଣ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ସୁନ୍ଦରଗଡ ଜିଲ୍ଲାର ଏହି ୬ ଜଣଙ୍କର ଗତମାସରେ ରକ୍ତ ନମୂନା ପରୀକ୍ଷା ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଡେଙ୍ଗୁରେ କେହି ମୃତ୍ୟୁବରଣ କରିଥିବା ଜଣାପଡି ନାହିଁ ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଉପେନ୍ଦ୍ର କୁମାର ସାହୁ ଏବଂ ଉପନିର୍ଦ୍ଦେଶକ( ମ୍ୟାଲେରିଆ ) ଡାଃ ମନ ମୋହନ ପ୍ରଧାନଙ୍କୁ ପରିସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ ଶନିବାର ଅନୁଗୁଳ ପଠାଯାଇଛି ।

ରାଜ୍ୟରେ ପ୍ରଥମେ ୨୦୦୬ରେ ଡେଙ୍ଗୁ ଚିହ୍ନଟ ହୋଇଥିଲା । ସେତେବେଳେ ଆକ୍ରନ୍ତ ହୋଇଥିବା ସନ୍ଦେହରେ ୧୦୪ ଜଣଙ୍କର ରକ୍ତ ନମୂନା ପରୀକ୍ଷା କରାଯାଇ ଜଣେ ଆକ୍ରାନ୍ତ ଥିବା ଜଣାପଡିଥିଲା ।

ସେହିପରି ୨୦୦୭ରେ ୩୯୯ ଜଣଙ୍କର , ୨୦୦୮ରେ ୨୩୮ ଜଣଙ୍କର ଏବଂ ୨୦୦୯ରେ ୪୧ ଜଣଙ୍କର ଏବଂ ୨୦୧୦ରେ ୧୬୧ ଜଣଙ୍କର ରକ୍ତ ନମୂନା ପରୀକ୍ଷା କରାଯାଇ ୨୯ ଜଣ ଆକ୍ରାନ୍ତ ଥିବା ଜଣା ପଡିଥିବା ବିଭାଗ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଡେଙ୍ଗୁ, ମୁଖ୍ୟ ଖବର, ରାଜ୍ୟ

ଓଡ଼ିଶାରେ ସହର ବୃଦ୍ଧି, ଗାଁ ହ୍ରାସ: ଜନଗଣନା ରିପୋର୍ଟ

August 2, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୨(ଓଡ଼ିଶା ଡ଼ଟ୍ କମ୍) ଗତ ଦଶ ବର୍ଷ ମଧ୍ୟରେ ରାଜ୍ୟରେ ସହର ସଂଖ୍ୟା ବୃଦ୍ଧି ପାଇଥିବା ବେଳେ  ଗାଁ ସଂଖ୍ୟା ହ୍ରାସ ପାଇଛି ବୋଲି ଭୁବନେଶ୍ୱର ସ୍ଥିତ ଜନଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ପ୍ରକାଶ ପାଇଛି ।

ସେହିପରି ପୁରୁଷ-ମହିଳାଙ୍କ ଅନୁପାତ ବୃଦ୍ଧି ପାଇଛି ଏବଂ ପୁରୁଷ ସାକ୍ଷରତା ହାର ତୁଳନାରେ ମହିଳାଙ୍କ ସାକ୍ଷରତା ହାରରେ ଅଭିବୃଦ୍ଧି ଘଟିଛି ।

ସାମଗ୍ରିକ ଭାବେ ଲିଙ୍ଗ ଅନୁପାତ ବୃଦ୍ଧି ପାଇଥିଲେ ମଧ୍ୟ ଶିଶୁ ଲିଙ୍ଗ ଅନୁପାତ ଚିନ୍ତାଜନକ ଭାବେ ହ୍ରାସ ପାଇଛି । ସୋମବାର ରାଜ୍ୟ ଜନଗଣନା ନିର୍ଦ୍ଦେଶକ ବାଳକୃଷ୍ଣ ସେଠୀ ଓ ରାଜସ୍ୱ ସଚିବଙ୍କ ଉପସ୍ଥିତିରେ ଉନ୍ନୟନ କମିଶନର ଏହି ରିପୋର୍ଟ ଉନ୍ମୋଚନ କରିଛନ୍ତି ।

ଓଡ଼ିଶାରେ ଗତ ଦଶ ବର୍ଷ ମଧ୍ୟରେ ସହର ସଂଖ୍ୟା ବୃଦ୍ଧି ପାଇଛି । ୨୦୦୧ରେ ୧୩୮ଟି ସହର ଥିବା ବେଳେ ୨୦୧୧ରେ ଏହି ସଂଖ୍ୟା ୨୨୩ରେ ପଂହଂଚିଛି। ଫଳରେ ସହର ସଂଖ୍ୟା ୮୫ ବୃଦ୍ଧି ପାଇଛି ।

ବୈଧାନିକ ସହର ସଂଖ୍ୟା ପୂର୍ବଭଳି ୧୦୭ ଥିବା ବେଳେ ଜନଗଣନା ସହର ସଂଖ୍ୟା ୩୧ରୁ ୧୧୬କୁ ବୃଦ୍ଧି ପାଇଛି । ସେହିପରି ୨୦୦୧ରେ ୫୧ ହଜାର ୩୪୯ଟି ଗାଁ ଥିବା ବେଳେ ୨୦୧୧ରେ ଏହା ୫୧ ହଜାର ୩୧୩କୁ କମିଛି । ଫଳରେ ଗାଁ ସଂଖ୍ୟା ୩୬ କମିଛି ।

୨୦୧୧ରେ ମୋଟ୍ ଜନସଂଖ୍ୟା ୪ କୋଟି ୧୯ ଲକ୍ଷ ୪୭ ହଜାର ୩୫୮ ହୋଇଥିବା ବେଳେ ଏହା ୨୦୦୧ ତୁଳନାରେ ୫୧ ଲକ୍ଷ ୪୨ ହଜାର ୬୯୮ ବୃଦ୍ଧି ପାଇଥିବା ରିପୋର୍ଟରେ କୁହାଯାଇଛି ।

ଏମାନଙ୍କ ମଧ୍ୟରୁ ତିନି କୋଟି ୪୯ ଲକ୍ଷ ୫୧ ହଜାର ୨୩୪ ଗଣ ଗ୍ରାମାଞ୍ଚଳରେ ରହୁଥିବା ବେଳେ ୬୯ ଲକ୍ଷ ୯୬ ହଜାର ୧୨୪ ଜଣ ସହରାଞ୍ଚଳରେ ବସବାସ କରୁଛନ୍ତି ।

ମୋଟ୍ ଲୋକଙ୍କ ମଧ୍ୟରୁ ୮୩.୩୨ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ରହୁଥିବା ବେଳେ ୧୬.୬୮ ପ୍ରତିଶତ ସହରରେ ରହୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ମୁଖ୍ୟ ଖବର, ରାଜ୍ୟ

ସଚିବ, ଜିଲ୍ଲାପାଳ ସ୍ତରରେ ବ୍ୟାପକ ଅଦଳବଦଳ

April 29, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅପ୍ରେଲ ୨୯(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସରକାର ଶୁକ୍ରବାର ବିଭିନ୍ନ ବିଭାଗର ସଚିବ ଓ ଜିଲ୍ଲାପାଳ ସ୍ତରରେ ବ୍ୟାପକ ଅଦଳବଦଳ କରିଛନ୍ତି ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ୧୯୭୮ ବ୍ୟାଚ୍ର ପି.ଆର୍.ଶାହାଙ୍କୁ ଅବକାରୀ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପତି କରାଯାଇଥିବା ବେଳେ ୧୯୮୧ ବ୍ୟାଚ୍ର ରଙ୍ଗଲାଲ ଜାମୁଡ଼ାଙ୍କୁ କୃଷି ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି ।

ସେହିପରି ୧୯୮୫ ବ୍ୟାଚ୍ର ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ, ୧୯୮୯ ବ୍ୟାଚ୍ର ପ୍ରୀପ କୁମାର ଜେନାଙ୍କୁ ପଞ୍ଚାୟତିରାଜ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ସଚିବ, ୧୯୮୯ ବ୍ୟାଚ୍ର ସିଟିଏମ୍ ସୁଗୁଣାଙ୍କୁ ଶ୍ରମ ଓ ନିୟୋଜନ ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି ।

୧୯୯୧ ବ୍ୟାଚ୍ର ସତ୍ୟବ୍ରତ ସାହୁଙ୍କୁ ଓମ୍ଫେଡ଼୍ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ତଥା ମତ୍ସ୍ୟ ପଶୁସଂପ ବିଭାଗର ସଚିବ, ୧୯୯୪ ବ୍ୟାଚ୍ର ଜି.ମାଥିଭାଥନ୍ଙ୍କୁ ଶକ୍ତି ବିଭାଗ ସଚିବ, ୧୯୮୯ ବ୍ୟାଚ୍ର ଆଇଏଫ୍ଏସ୍ ଅଫିସର ସଂଜୀବ ଚଢାଙ୍କୁ ଉ୍ୟାନ ବିଭାଗ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।

ମାଲକାନଗିରି ଜିଲ୍ଲାପାଳ ଆର୍.ଭୀନିଲ କ୍କ୍ରିଷ୍ଣାବଳମ ଅନୁସୂଚିତ ଜାତି ଜନଜାତି ବିଭାଗ ନିର୍ଦ୍ଦେଶକ, ବଲୱନ୍ତ ସିଂ ମାଲକାନଗିରି ଜିଲ୍ଲାପାଳ, ରବୀନ୍ଦ୍ର ପ୍ରସାଦ ସିଂ ଗଜପତି ଜିଲ୍ଲାପାଳ ।

ରାଜେଶ ପ୍ରଭାକର ପାଟିଲ କନ୍ଧମାଳ ଜିଲ୍ଲାପାଳ, ଶିବ ପ୍ରସାଦ ମିଶ୍ର ଅନୁଗୁଳ ଜିଲ୍ଲାପାଳ, ଅରବିନ୍ଦ ଅଗ୍ରୱାଲ ସମ୍ବଲପୁର ଜିଲ୍ଲାପାଳ ଓ ଯାଦବ ସଚିନ ରାମଚନ୍ଦ୍ରଙ୍କୁ କୋରାପୁଟ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି ।

କନ୍ଧମାଳ ଜିଲ୍ଲାପାଳ କିଷନ କୁମାର ଗଞ୍ଜାମ ଜିଲ୍ଲାପାଳ, ବେଯାନୀ ଚକ୍ରବର୍ତ୍ତୀଙ୍କୁ ଜଳସଂପଦ ବିଭାଗ ଅତିରିକ୍ତ ସଚିବ, ଡ଼ି.ଭି. ସ୍ୱାମୀ କେନ୍ଦୁଝର ଜିଲ୍ଲାପାଳ ଓ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ବଦଳି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜିଲ୍ଲାପାଳ, ପ୍ରଶାସନ, ମୁଖ୍ୟ ଖବର, ରାଜ୍ୟ

ନରେଗା: ମୁଖ୍ୟମନ୍ତ୍ରୀ ଓ ଅନ୍ୟ ତିନି ମନ୍ତ୍ରୀଙ୍କ ଇସ୍ତଫା ଦାବି

April 20, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧୯(ଓଡ଼ିଶା ଡ଼ଟ୍ କମ୍) ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ମିଶନ(ଏମ୍ଜିଏନ୍ଆର୍ଇଜିଏ) ରେ ରାଜ୍ୟରେ ହୋଇଥିବା ଦୁର୍ନୀତିର ସିବିଆଇ ତଦନ୍ତକୁ ପ୍ରଭାବମୁକ୍ତ କରିବା ପାଇଁ ମଙ୍ଗଳବାର ରାଜ୍ୟ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ତିନି ଜଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି ।

ଦୁର୍ନୀତି ଅଭିଯୋଗର ସିବିଆଇ ତଦନ୍ତ ଘୋଷଣା ସ୍ୱାଗତଯୋଗ୍ୟ ତେଣୁ ଏହାର ସଠିକ୍ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବର୍ତ୍ତମାନର ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବରୁ ବିଭାଗ ଦାୟିତ୍ୱରେ ଥିବା ରଘୁନାଥ ମହାନ୍ତି ଓ ସଞ୍ଜୀବ ସାହୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଏକ ସାମ୍ବାଦିକ ସମିଳନୀରେ କୁହାଯାଇଛି ।

ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର କୌଣସି ଦପ୍ତର ନଥିବାରୁ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କ ଉପରେ ନିର୍ଭରଶୀଳ ।

ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ ମନିଟରିଂ କମିଟିର ମୁଖ୍ୟ ଥିବା ବେଳେ ଏହି ଯୋଜନାର କାର୍ଯ୍ୟକାରୀ କରିବା ପାଇଁ ସେ ଯେତିକି ତତ୍ପରତା ପ୍ରକାଶ କରିବା କଥା କରିନାହାନ୍ତି ବୋଲି ଉପସ୍ଥିତ ନେତାମାନେ କହିଛନ୍ତି ।

ଏହି ଦୁର୍ନୀତିର ପର୍ଦ୍ଦାଫାଶ ପାଇଁ ସିବିଆଇ ତଦନ୍ତ ଘୋଷଣା କରାଯାଇଛି ତେଣୁ ଆଠଟି ଜିଲ୍ଲା ପରିବର୍ତ୍ତେ ସମସ୍ତ ୩୦ଟି ଜିଲ୍ଲାକୁ ଏହାର ପରିସରଭୁକ୍ତ କରିବା ନିମନ୍ତେ ସେମାନେ ଦାବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ମହାତ୍ମା ଗାନ୍ଧୀ, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ, ରାଜ୍ୟ

ନଅ ବର୍ଷ ମଧ୍ୟରେ ୨୫୭୫ ଚାଷୀଙ୍କ ଆତ୍ମହତ୍ୟା

February 16, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଫେବୃୟାରୀ ୧୫(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ୨୦୦୦ରୁ ୨୦୦୮ ଶେଷ ପର୍ଯ୍ୟନ୍ତ ମୋଟ୍ ନଅ ବର୍ଷରେ ୨୫୭୫ ଜଣ ଚାଷୀ ଆତ୍ମହତ୍ୟା କରିଥିବା କୃଷିମନ୍ତ୍ରୀ ମଙ୍ଗଳବାର ବିଧାନସଭାରେ କହିଛନ୍ତି ।

ଉକ୍ତ ନଅ ବର୍ଷ ମଧ୍ୟରେ ଏହି ଚାଷୀମାନେ ଆତ୍ମହତ୍ୟା କରିଥିବା ରାଜ୍ୟ ଅପରାଧ ଅଭିଲେଖା ସଂସ୍ଥା ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି ।

ବିଶେଷ କରି ୨୦୦୦ରେ ୧୯୯ ଜଣ, ୨୦୦୧ରେ ୨୫୬ ଜଣ, ୨୦୦୨ରେ ୩୪୫ ଜଣ, ୨୦୦୩ରେ ୩୬୫ ଜଣ,
୨୦୦୪ରେ ୩୭୮ ଜଣ, ୨୦୦୫ରେ ୨୫୪ ଜଣ, ୨୦୦୬ରେ ୨୮୩ ଜଣ, ୨୦୦୭ରେ ୨୩୫ ଜଣ ଏବଂ ୨୦୦୮ରେ ୨୬୦ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି ।

୨୦୧୦-୧୧ ଫେବୃୟାରୀ ଦଶ ସୁଦ୍ଧା ୬୪ ଜଣ ଚାଷୀ ଆତ୍ମହତ୍ୟା କରିଥିବା ବିଭିନ୍ନ ସମ୍ବାଦ ପତ୍ରରେ ପ୍ରକାଶ ପାଇଛି, ତେବେ ଅଦ୍ୟବାଧି କୌଣସି ଚାଷୀ ଆତ୍ମହତ୍ୟା ଅଭିଯୋଗ କୃଷି ଜନିତ କାରଣରୁ ହୋଇଥିବା ପ୍ରମାଣିତ ହୋଇ ନାହିଁ ।

ସେହିପରି ୨୦୦୮-୦୯ରେ ୩୪୪ କୋଟି ୫୮ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ ୨୦୦୯-୧୦ରେ ୪୨୨
କୋଟି ୧୪ ଲକ୍ଷ ଟଙ୍କା ଓ ୨୦୧୦-୧୧ରେ ୭୪୭ କୋଟି ୭୨ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଥିବା ସେ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଆତ୍ମହତ୍ୟା, ଚାଷୀ ଆତ୍ମହତ୍ୟା, ମୁଖ୍ୟ ଖବର, ରାଜ୍ୟ

  • « Go to Previous Page
  • Go to page 1
  • Go to page 2

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ