• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରାମାନୁଜ ଦାସ

ଏମାର ମଠ ନୂଆ ଟ୍ରଷ୍ଟବୋର୍ଡ ଗଠନ ପାଇଁ ନିର୍ଦ୍ଦେଶ

August 8, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଅଗଷ୍ଟ ୬(ଓଡ଼ିଶା ଡ଼ଟ୍ କମ୍) ପୁରୀ ସ୍ଥିତ ଏମାର ମଠର ନୂଆ ଟ୍ରଷ୍ଟ ବୋର୍ଡ଼ ଗଠନ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ନିଲମ୍ବନ  ଆଦେଶ  ବିରୋଧରେ ପୂର୍ବତନ ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କ ପକ୍ଷରୁ କରାଯାଇଥିବା ମାମଲାର ବିଚାର କରି ଶୁକ୍ରବାର ବିଚାରପତି ଏମ୍ଏମ୍ ଦାସ ନିଲମ୍ବନ ଆଦେଶ କୁ ରଦ୍ଦ କରିବା ସହ ଦେବୋତ୍ତର ବିଭାଗ ଦ୍ୱାରା ଗଠିତ ଟ୍ରଷ୍ଟ ବୋର୍ଡକୁ ରଦ୍ଦ କରି ଦେଇଛନ୍ତି ।

ସହରର ବିଶିଷ୍ଟ ନାଗରିକ ଓ ସରକାରୀ ଅଧିକାରୀଙ୍କୁ ନେଇ ମଠର ସୁରିଚାଳନା ପାଇଁ ଏକ ଟ୍ରଷ୍ଟ ବୋର୍ଡ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମହନ୍ତ ଠାକୁରଙ୍କ ସେବା ପୂଜା କରିପାରିବେ କିନ୍ତୁ ମଠ ପରିଚାଳନାରେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି ।

ଏହି ମଠରୁ ରୁପାଇଟା ଚୋରି ଘଟଣାରେ ମହନ୍ତଙ୍କ ସଂପୃକ୍ତି ଅଭିଯୋଗ ପରେ ଦେବୋତ୍ତର ବିଭାଗ ମହନ୍ତଙ୍କୁ ନିଲମ୍ବନ କରିବା ସହ ଏହାର ସୁରିଚାଳନା ପାଇଁ ଏକ ଟ୍ରଷ୍ଟବୋର୍ଡ ଗଠନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ମଠରୁ ରୁପାଇଟା ଚୋରି ଘଟଣାରେ ମହନ୍ତଙ୍କ ସଂପୃକ୍ତି ଅଭିଯୋଗ ପରେ ଦେବୋତ୍ତର ବିଭାଗ ମହନ୍ତଙ୍କୁ ନିଲମ୍ବନ କରିବା ସହ ଏହାର ସୁରିଚାଳନା ପାଇଁ ଏକ ଟ୍ରଷ୍ଟବୋର୍ଡ ଗଠନ କରିଥିଲେ । “

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଏମାର ମଠ, ପୁରୀ, ମୁଖ୍ୟ ଖବର, ରାମାନୁଜ ଦାସ

ମହନ୍ତଙ୍କ ସମେତ ନଅ ଜଣଙ୍କୁ ସର୍ତ୍ତମୂଳକ ଜାମିନ

April 23, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଅପ୍ରେଲ ୨୨(ଓଡ଼ିଶା ଡ଼ଟ୍ କମ୍) ପୁରୀ ସ୍ଥିତ ଏମାର ମଠ ରୂପା ଇଟା ଚୋରୀ ଓ ବିକ୍ରୀ କରିବା ଅଭିଯୋଗ ଗିରଫ ହୋଇଥିବା ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କ ସମେତ ଅନ୍ୟ ଆଠ ଜଣଙ୍କୁ ଶୁକ୍ରବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ।

ହାଇକୋର୍ଟ ବିଚାରପତି ସି.ଆର୍ ଦାସ ମଠ ମହନ୍ତ, ତାଙ୍କର ଜଣେ ଶିଷ୍ୟ ଓ ପୁରୀର ଦୁଇ ଜଣ ଗହଣା ଦୋକାନୀଙ୍କୁ ୩୦ ହଜାର ଟଙ୍କା ଓ ଜଣେ ଲେଖାଏଁ ଜାମିନଦାରଙ୍କ ବଦଳରେ ଜାମିନ ଦେଇଛନ୍ତି ।

ସେହିପରି ଏହି ମାମଲାରେ ଢେଙ୍କାନାଳ ପୋଲିସ ଦ୍ୱାରା ଗିରଫ ହୋଇଥିବା ଦୁଇ ମିସ୍ତ୍ରୀ ଓ ଅନ୍ୟ ମାନଙ୍କୁ ଅଲଗା ଅଲଗା ସର୍ତ୍ତରେ ଜାମିନ ପ୍ରଦାନ କରିଛନ୍ତି ।

ପୁରୀ ଅତିରିକ୍ତ ଜିଲ୍ଲା ଜଜ୍ ଚଳିତ ମାସ ୨ ତାରିଖରେ ମହନ୍ତ ଓ ତାଙ୍କର ଶିଷ୍ୟଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ ।

ଫେବୃଆରୀ୨୬ ତାରିଖରେ ଏମାର ମଠର ଏକ ବନ୍ଦ କୋଠରୀରୁ ତିନୋଟି କାଠବାକ୍ସରୁ ଗୋଟିକ ୩୦ ରୁ୪୦ କେଜି ଓଜନର ପ୍ରାୟ୫୨୨ଟି ଇଟା ଜବତ ହେବାପରେ ପୋଲିସ ମଠ ମହନ୍ତଙ୍କ ଚାଲିଚଳନ ଉପରେ ତୀକ୍ଷ୍ନଦୃଷ୍ଟି ରଖିଥିଲା ଓ ମହନ୍ତଙ୍କ ସହ ଅନ୍ୟ ଛଅ ଜଣଙ୍କୁ ଗିରଫ କରିଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପୁରୀ, ମୁଖ୍ୟ ଖବର, ରାମାନୁଜ ଦାସ, ରୂପା ଇଟା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ