• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରାଷ୍ଟ୍ରପତି

ବାଲୁକାକଳା ମାଧ୍ୟମରେ ନୂତନ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା

July 22, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଜୁଲାଇ ୨୨(ଓଡ଼ିଶା ଡ଼ଟ୍ କମ୍) ଭାରତର ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଥିବା ବେଳେ ନବନିର୍ବାଚିତ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ।

ଏହି ଅବସରରେ ସୁଦର୍ଶନ ରବିବାର ପୁରୀ ବେଳାଭୂମିରେ ପ୍ରଣବ ଏବଂ ରାଷ୍ଟ୍ରପତିଭବନର ଏକ ପାଞ୍ଚ ଫୁଟ ଉଚ୍ଚତା ବିଶିଷ୍ଟ କଳାକୃତି କରିଛନ୍ତି । ବେଳାଭୂମିରେ ବହୁଲୋକ ଏହି କଳାକୃତିକୁ ଦେଖିବା ସହ ନୂଆ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହି କଳାକୃତି କରିବା ପାଇଁ ତାଙ୍କୁ ଚାରି ଘଣ୍ଟା ସମୟ ଲାଗିଥିବା ବେଳେ ଏଥିରେ ପ୍ରାୟ ତିନି ଟନ୍ ବାଲି ବ୍ୟବହାର କରିଥିବା ସେ କହିଛନ୍ତି ।

ବାଲୁକା କଳା ମାଧ୍ୟମରେ ମୁଁ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛି ବୋଲି ସୁଦର୍ଶନ କହିଛନ୍ତି ।

ପ୍ରଣବ ଆସନ୍ତା ୨୫ ତାରିଖରେ ଦେଶର ୧୩ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ବାଲୁକାକଳା, ରାଷ୍ଟ୍ରପତି

ରାଷ୍ଟ୍ରପତି ଭବନ ଅଳିଆଗଦା ନୁହେଁ: ପ୍ରଣବ

July 11, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୧୧(ଓଡ଼ିଶା ଡ଼ଟ୍ କମ୍) ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ୟୁପିଏ ପ୍ରାର୍ଥୀ ପ୍ରଣବ ମୁଖାର୍ଜୀ ବୁଧବାର ଓଡ଼ିଶା ଗସ୍ତରେ ଆସିଥିବା ବେଳେ “ରାଷ୍ଟ୍ରପତି ଭବନ ଏକ ଅଳିଆଗଦା ନୁହଁ” ବୋଲି ଅନ୍ୟତମ ପ୍ରାର୍ଥୀ ପି.ଏ ସାଙ୍ଗମାଙ୍କ ମନ୍ତବ୍ୟ ଉପରେ ଗଣମାଧ୍ୟମକୁ କହିଛନ୍ତି ।

ଅର୍ଥମନ୍ତ୍ରୀ ଭାବେ ବିଫଳ ହୋଇଥିବା ପ୍ରଣବଙ୍କୁ କଂଗ୍ରେସ ରାଷ୍ଟ୍ରପତି ଭବନକୁ ଫିଙ୍ଗିଦେଉଛି ବୋଲି ମଙ୍ଗଳବାର ସାମଙ୍ଗା ମନ୍ତବ୍ୟ ଦେଇଥିଲେ । ଭବିଷ୍ୟତ ନିଶ୍ଚୟ ଏହାର ବିଚାର କରିବ ବୋଲି ପ୍ରଣବ କହିଛନ୍ତି ।

ରାଷ୍ଟ୍ରପତି ଭବନ ଏକ ଅଳିଆଗଦା ନୁହେଁ ଏବଂ ଏପ୍ରକାରର ଶବ୍ଦ ବ୍ୟବହାର କରାଯିବା ଉଚିତ୍ ନୁହେଁ” ବୋଲି ସେ କହିଛନ୍ତି । ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ଅର୍ଥମନ୍ତ୍ରୀ ଥିବା ବେଳେ ତିନୋଟି ରାଜ୍ୟକୁ ସ୍ୱତନ୍ତ୍ର ପ୍ୟାକେଜ ଦିଆଯାଇଥିବା ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି ।

କେଉଁ ରାଜ୍ୟକୁ କେତେ ସ୍ୱତନ୍ତ୍ର ପ୍ୟାକେଜ ଦିଆଯାଇଛି ତାହା ସମସ୍ତଙ୍କୁ ଜଣାଅଛି । ଏହି ତଥ୍ୟ କେହି ଲୁଚାଇ ଦେଇନାହାଁନ୍ତି । କିନ୍ତୁ ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ପ୍ୟାକେଜ ଦିଆଯାଇଛି ଅଭିଯୋଗ ସମୀଚିନ ନୁହେଁ ବୋଲି ସେ କହିଛନ୍ତି ।

ଦୀର୍ଘ ୩୯ ବର୍ଷର ରାଜନୈତିକ ଜୀବନ ପରେ ସେ ରାଷ୍ଟ୍ରପତି ପଦବୀ ପାଇଁ ପ୍ରତି୍ୱନ୍ଦ୍ୱିତା କରୁଛନ୍ତି । ପ୍ରତି୍ୱନ୍ଦ୍ୱିତା କରିବା ପୂର୍ବରୁ ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ବିଭିନ୍ନ ସରକାରୀ ପଦବୀରୁ ମଧ୍ୟ ଅନ୍ତର ହୋଇଛି, ସେ କହିଛନ୍ତି ।

ବର୍ତମାନ ମୁଁ ଜଣେ ସାଧାରଣ ମଣିଷ । ସବୁ କିଛି କହିବାର ଅଧିକାର ମୋର ରହିଛି । ୟୁପିଏର ଅଂଶୀଦାର ଦଳ ସମେତ ଅନ୍ୟ ଦଳ ଗୁଡ଼ିକ ମତେ ସମର୍ଥନ କରୁଛନ୍ତି ଏବଂ ତୃଣମୂଳ କଂଗ୍ରେସ ସମର୍ଥନ କରିବା ନେଇ ବିଚାର କରୁଛି । ନିର୍ବାଚନର ଦୁଇ ତିନିଦିନ ପୂର୍ବରୁ ତୃଣମୂଳ କଂଗ୍ରେସ ନିଷ୍ପତି ନେବ ବୋଲି ସେ କହିଛନ୍ତି ।

ପ୍ରଣବ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଂଚିବା ପରେ ଦଳର ବରିଷ୍ଠ ନେତାମାନେ ତାଙ୍କୁ ସ୍ୱଗତ କରିଥିଲେ ।

ବିମାନବନ୍ଦରରୁ ପ୍ରଣବ କଂଗ୍ରେସ ଭବନକୁ ଯାଇଥିଲେ । ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ଆଦିବାସୀ ଯୁବକ ଯୁବତୀମାନେ ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ । କଂଗ୍ରେସ ଭବନ ଠାରେ ସେ ଦଳର ବିଧାୟକ ଓ ସାଂସଦ ମାନଙ୍କ ସହ ଆଲୋଚନା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପ୍ରଣବ, ରାଷ୍ଟ୍ରପତି

୧୫ରେ ରାଷ୍ଟ୍ରପତି ପ୍ରାର୍ଥୀ ସାଙ୍ଗମା’ଙ୍କ ଓଡ଼ିଶା ଗସ୍ତ

July 6, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୬(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ୧୫ ତାରିଖରେ ରାଷ୍ଟ୍ରପତି ପ୍ରାର୍ଥୀ ତଥା ପୂର୍ବତନ ଲୋକସଭା ବାଚସ୍ପତି ପି.ଏ ସାଙ୍ଗମା’ ଓଡ଼ିଶା ଗସ୍ତରେ ଆସୁଛନ୍ତି ।

ତାଙ୍କୁ ସ୍ୱାଗତ କରିବା ପାଇଁ ଶାସକ ବିଜୁ ଜନତା ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଉଛି । ସେ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବା ପରେ ବିଜେଡି ବିଧାୟକ ଓ ସାଂସଦଙ୍କ ସହିତ କଥାବାର୍ତା କରିବାର ଯୋଜନା ରହିଛି ।

ଏହିିଦିନ ଦଳର ସମସ୍ତ ବିଧାୟକ ଓ ସାଂସଦ ମାନଙ୍କୁ ନବୀନ ନିବାସକୁ ଡକାଯାଇଛି । ସାଙ୍ଗମା’ଙ୍କ ପୁଅ କୋନରାଡଙ୍କୁ ଯେଭଳି ସ୍ୱାଗତ କରାଯାଇଥିଲା ତା’ଠାରୁ ଅଧିକ ଆଡମ୍ବରରେ ସ୍ୱାଗତ ପାଇଁ ଯୋଜନା ଚାଲିଛି ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ସାଙ୍ଗମା’ଙ୍କ ନାମ ମୁଖ୍ୟମନ୍ତ୍ରୀ ପ୍ରଥମେ ଘୋଷଣା କରିଥିଲେ । ପରେ ବିଜେପି ସମେତ ଅନ୍ୟଦଳମାନେ ତାଙ୍କୁ ସମର୍ଥନ ଜଣାଇଛନ୍ତି । ସେହିପରି ୟୁପିଏର ରାଷ୍ଟ୍ରପତି ପ୍ରାର୍ଥୀ ପ୍ରଣବ ମୁଖାର୍ଜୀ ମଧ୍ୟ ୧୧ରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପି.ଏ ସାଙ୍ଗମା, ରାଷ୍ଟ୍ରପତି

୧୧ରେ ରାଷ୍ଟ୍ରପତି ପ୍ରାର୍ଥୀ ପ୍ରଣବଙ୍କ ଓଡ଼ିଶା ଗସ୍ତ

July 1, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୧(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ୧୧ ତାରିଖରେ ୟୁପିଏର ରାଷ୍ଟ୍ରପତି ପ୍ରାର୍ଥୀ ପ୍ରଣବ ମୁଖାର୍ଜୀ ପ୍ରଚାର ପାଇଁ ଓଡ଼ିଶା ଗସ୍ତରେ ଆସୁଥିବା ରାଜ୍ୟ କଂଗ୍ରେସ ପକ୍ଷରୁ ରବିବାର କୁହାଯାଇଛି ।

ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ରଣବ ନିଜ ସପକ୍ଷରେ ସମର୍ଥନ ପାଇଁ କଂଗ୍ରେସ ବିଧାୟକ ଏବଂ ସାଂସଦଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

୧୪୭ ସଦସ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସର ୨୭ ଜଣ ବିଧାୟକ ଥିବା ବେଳେ ଦୁଇ ଜଣ ସ୍ୱାଧୀନ ବିଧାୟକଙ୍କ ମଧ୍ୟ ସମର୍ଥନ ରହିଥିବା କୁହାଯାଇଛି । ଦଳର ଲୋକସଭାରେ ଛଅ ଜଣ ଏବଂ ରାଜ୍ୟସଭାରେ ଜଣେ ସାଂସଦ ଅଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: eûÁâ_Zò, ୟୁପିଏ, ରାଷ୍ଟ୍ରପତି

ନାମ ସଂଶୋଧନ ଖୁସିରେ ଶନିବାର ସରକାରୀ ଛୁଟି

November 4, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାର ନାମ ସଂଶୋଧନ ସଂକ୍ରାନ୍ତୀୟ ବିଲ୍ ଶୁକ୍ରବାର ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ଅନୁମୋଦନ ଲାଭ କରିବା ପରେ ଏହି ଖୁସିରେ ଶନିବାର ସରକାରୀ ଛୁଟି ଘୋଷଣା କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଛୁଟି ଘୋଷଣା କରିଥିବା ବେଳେ ସମସ୍ତ ସ୍କୁଲ, କଲେଜ, ବ୍ୟାଙ୍କ ଏବଂ
ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଓଡ଼ିଶା ଖବର, ରାଷ୍ଟ୍ରପତି

ଚାରି ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ଦିଲ୍ଲୀ ଯାତ୍ରା

August 8, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୬(ଓଡ଼ିଶା ଡ଼ଟ୍ କମ୍) ଅଗଷ୍ଟକ୍ରାନ୍ତି ଦିବସ ଉପଲକ୍ଷେ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ଆମନ୍ତ୍ରଣ କ୍ରମେ ଆସନ୍ତା ୮ ତାରିଖରେ ରାଷ୍ଟ୍ରପତି ଭବନରେ ସମ୍ବର୍ଦ୍ଧିତ ହେବା ପାଇଁ ଶନିବାର ଚାରି ଜଣ ସ୍ୱାଧୀନତା ସଂଗ୍ରାମୀ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ସଂସ୍କୃତି, ପର୍ଯ୍ୟଟନ ଓ ସମବାୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଭୁବନେଶ୍ୱର ରେଳ ଷ୍ଟେସନରେ ସେମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ।

ଏହି ସ୍ୱାଧିନତା ସଂଗ୍ରାମୀମାନେ ହେଲେ ଭଦ୍ରକ ଜିଲ୍ଲାର ବ୍ରଜକିଶୋର ରାଉତ, ନୟାଗଡ଼ ଜିଲ୍ଲାର କୃପାସିନ୍ଧୁ ବରାଡ଼, ପୁରୀ ଜିଲ୍ଲାର ବାମନଚରଣ ସ୍ୱାଇଁ ଓ ଜଗତସିଂହପୁର ଜିଲ୍ଲାର ଗନ୍ଧର୍ବ ଆଚାର୍ଯ୍ୟ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ନୂଆଦିଲ୍ଲୀ, ମୁଖ୍ୟ ଖବର, ରାଷ୍ଟ୍ରପତି, ସ୍ୱାଧୀନତା ସଂଗ୍ରାମୀ

ଇଚ୍ଛାମୃତ୍ୟୁ ପାଇଁ ମହିଳାଙ୍କ ରାଷ୍ଟ୍ରପତିଙ୍କୁ ପତ୍ର

September 24, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ନରେଶ ପଟ୍ଟନାୟକ

କେନ୍ଦୁଝର, ସେପ୍ଟେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) ଦାରିଦ୍ର୍ୟର ତାଡ଼ନା ସହିନପାରି କେନ୍ଦୁଝର ଜିଲ୍ଲାର ଜଣେ ମହିଳା ଇଚ୍ଛା ମୃତ୍ୟୁ ପାଇଁ ଭାରତର ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ନିକଟକୁ ପତ୍ର ଲେଖିଛନ୍ତି ।

ତିନୋଟି ମାନସିକ ରୋଗଗ୍ରସ୍ତ ପିଲାଙ୍କୁ ଦୁଇ ଓଳି ଖାଇବାକୁ ଦେଇ ଚଳିବା ଭାରି କଷ୍ଟ ହୋଇପଡ଼ିଛି ଦୁଇ ବର୍ଷ ତଳେ ସ୍ୱାମୀଙ୍କୁ ହରାଇଥିବା ଅର୍ଶଳା ଗ୍ରାମର ତନଭୀର କୌଶରଙ୍କ ପକ୍ଷରେ ।

ମୋ ପାଖରେ ଟଙ୍କାଟିଏ ବି ନାହିଁ ଓ ମୁଁ ଛୁଆ ମାନଙ୍କ କଷ୍ଟ ଦେଖିପାରିବି ନାହିଁ ତେଣୁ ମରି ଯିବାକୁ ଚାହୁଁଛି, ଆତ୍ମହତ୍ୟା କରିବା ପାଇଁ ମୋତେ ଅନୁମତି ଦିଅନ୍ତୁ ବୋଲି ସେ ରାଷ୍ଟ୍ରପତିଙ୍କୁ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ।

ଗତ ବୁଧବାର ସେ ଏହି ପତ୍ର ଡ଼ାକ ମାଧ୍ୟମରେ ପଠାଇଥିବା କହିଛନ୍ତି ।ସଂପୃକ୍ତ ମହିଳା ଜଣକ ଦିନ ମଜୁରୀଆ ଭାବେ କାମ କରନ୍ତି । ତାଙ୍କର ଦୁଇ ଝିଅ ଓ ପୁଅ ଅଛନ୍ତି ।

ଏମାନଙ୍କ ମଧ୍ୟରୁ ଜଣେ ପୋଲିଓ ରୋଗରେ ଆକ୍ରାନ୍ତ । ଯେତେବେଳେ ସେ କାମ କରିବାକୁ ବାହାରକୁ ଯାଆନ୍ତି ପିଲା ମାନଙ୍କୁ ଉଡ଼ି ସାହାଯ୍ୟରେ ଖଟରେ ବାନ୍ଧି ଦିଅନ୍ତ ବୋଲି ସେ କହିଛନ୍ତି । ତନଭୀରଙ୍କ ନିଜ ଘର ନଥିବା ବେଳେ ସଂପର୍କୀୟଙ୍କ ଏକ ଅର୍ଦ୍ଧ ନିର୍ମିତ ଘରେ ପିଲା ମାନଙ୍କ ସହ ସେ ରହୁଛନ୍ତି ।

କାମ କରି ଯାହା ରୋଜଗାର କରନ୍ତି ସେସବୁ ପିଲା ମାନଙ୍କ ଚିକିତ୍ସାରେ ଖର୍ଚ୍ଚ କରିଦିଅନ୍ତି, ସେ କହିଛନ୍ତି । ସେ ଦାରିଦ୍ର୍ୟ ସୀମାରେଖା ତଳେ ଥିବାରୁ ସରକାରୀ ଭାବେ ତାଙ୍କୁ ବିପିଏଲ୍ କାର୍ଡ଼ ମିଳିଛି । ଏହି କାର୍ଡ଼ ଜରିଆରେ ତାଙ୍କୁ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ମିଳିବା କଥା କିନ୍ତୁ ଏଥିରୁ ସେ ବଞ୍ଚିତ ହୋଇଛନ୍ତି ।

ଏହାଦ୍ୱାରା ଏପର୍ଯ୍ୟନ୍ତ କୌଣସି ସୁବିଧା ପାଇନଥିବା ସେ ଅଭିଯୋଗ କରିଛନ୍ତି ।ସ୍ଥାନୀୟ ବିଡ଼ିଓ ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ଘଟଣା ସଂପର୍କରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ଭାଗବତ ପ୍ରସାଦ ମାଝୀ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଇଚ୍ଛାମୃତ୍ୟୁ, ଦାରିଦ୍ର୍ୟ, ମୁଖ୍ୟ ଖବର, ରାଷ୍ଟ୍ରପତି, ସମାଜ, ସ୍ୱାସ୍ଥ୍ୟ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ