• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରାଷ୍ଟ୍ରୀୟ ସୁରକ୍ଷା ମଞ୍ଚ

ଓଡିଶାରେ ପାକିସ୍ଥାନକୁ ଖେଳାଇ ଦିଆଯିବ ନାହିଁ -ରାଷ୍ଟ୍ରୀୟ ସୁରକ୍ଷା ମଞ୍ଚ

January 21, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ,୨୧(ଓଡିଶା ଡଟ୍ କମ୍)-ମଙ୍ଗଳବାର ଦିନ ଓଡିଶା ଗସ୍ତରେ ଆସିବାକୁ ଥିବା ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡର ସଦସ୍ୟମାନଙ୍କ ଆଗରେ ବ୍ୟାପକ ଧାରଣା ପ୍ରଦର୍ଶନ କରାଯିବାସହ ତାଙ୍କର କଟକ ଗସ୍ତକୁ ବାଧାଦେବ ରାଷ୍ଟ୍ରୀୟ ସୁରକ୍ଷା ମଞ୍ଚ।

P1010002

ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ସଂଯୋଜକ ମହେଶ ମିଶ୍ର ଏ ବିଷୟ ପ୍ରକାଶ କରିବା ସହିତ କହିଛନ୍ତି ଯେ, ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ ତଥା ଭାରତ ସରକାର ଅହେତୁକ ଅନୁକଂପା ପ୍ରଦର୍ଶନ ପୂର୍ବକ ପାକିସ୍ଥାନ ମହିଳା କ୍ରିକେଟ୍ ଟିମ୍ କୁ ଭାରତରେ ଖେଳିବାର ସୁଯୋଗ ଦିଅନ୍ତି ତେବେ ରାଷ୍ଟ୍ରୀୟ ସୁରକ୍ଷା ମଞ୍ଚ ର ସମସ୍ତ ସଦସ୍ୟ ତଥା ଜନସାଧାରଣଙ୍କ ଦଦ୍ୱାରାବ୍ୟାପକ ଆନ୍ଦୋଳନ କରାଯିବ ।

ଶ୍ରୀ ମିଶ୍ର କହିଛନ୍ତି ଯେ,ଗତ କିଛିଦିନ ତଳେ ପାକିସ୍ତାନ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ କରି ଏବଂ ଯୁଦ୍ଧ ବିରତି ରାଜିନାମାକୁ ଉଲ୍ଲଘଂନ କରି ଦଦୁଇ ଭାରତୀୟ ସୈନିକଙ୍କୁ ବର୍ବୋରଚିତ ହତ୍ୟା କରିବା ଏବଂ ଅତ୍ୟନ୍ତ ନୃଶଂସଭାବରେ ତାଙ୍କ ମୁଣ୍ଡ କାଟିନେଇ ପଳାଇଯିବା ଘଟଣା ଯେତିକି ହୃଦୟ ବିଦାରକ ସେତିକି ନିନ୍ଦନୀୟ ।

ପାକିସ୍ଥାନ ଦଦ୍ୱାରାଏହା ଏକମାତ୍ର ଘଟଣା ନୁହେଁ । ଗତକିଛି ବର୍ଷ ଧରି ଭାରତରେ ଆତଙ୍କବାଦ ଜରିଆରେ ବିଶୃଙ୍ଖଳା ସୃଷ୍ଟି କରିବା ଏବଂ ଧନଜୀବନ ହାନିକରି ଏ ଦେଶକୁ ଦୁର୍ବଳ କରିବା ପାଇଁ ପାକିସ୍ଥାନ ସଦା ତତ୍ପର ରହିଆସିଛି ।

ଆନ୍ତର୍ଜାତିକ ଚାପ ଏବଂ ନିଜର କୁକର୍ମକୁ ଲୁଚାଇବା ପାଇଁ ପାକିସ୍ଥାନ ତରଫରୁ କେବଳ ଲୋକ ଦେଖାଣିଆ ଭାବରେ କେତେବେଳେ ଶାନ୍ତିବାର୍ତା  କେତେବେଳେ ବନ୍ଧୁତ୍ୱର ସ୍ୱର ଶୁଣା ଯାଉଅଛି ।

କିନ୍ତୁ ଥରକୁ ଥର ଏହିଭଳି ଛଳନା ପଛରେ ଯେ ଅନ୍ୟ ଏକ ଅଭିସନ୍ଧି ମୂଳକ ଉଦ୍ଦେଶ୍ୟ ରହିଛି ଏକଥା ୧୯୪୭ ମସିହା ଠାରୁ ଆଜି ପର୍ଯ୍ୟନ୍ତ ହେଉଥିବା ଏକାଧିକ ଆକ୍ରମଣରୁ ସ୍ପଷ୍ଟ ବାରି ହେଉଅଛି ।

ଏହି ପରିପ୍ରେକ୍ଷୀରେ ଗତ କିଛିଦିନ ତଳେ ଘଟିଥିବା ଘଟଣାର ଦୁଃଖ ଏବଂ ଗ୍ଲାନି ଏ ଦେଶର ଦେଶବାସୀଙ୍କ ମନରୁ ଲିଭିନଥିବା ବେଳେ ପାକିସ୍ଥାନର ମହିଳା କ୍ରିକେଟ୍ ଟିମ୍ କୁ ଭାରତ ମାଟିରେ ସ୍ୱାଗତ କରି ଏ ଦେଶରେ ବିଶ୍ୱକପ୍ ଖେଳିବାର ସୁଯୋଗ ଦେବା ଆଦୌ ସମୀଚୀନ ନୁହେଁ ବୋଲି ଆମର ଦୃଢ ବିଶ୍ୱାସ ।

ଏଭଳି ଏକ ପଦକ୍ଷେପ କେବଳ କଟା ଘା’ରେ ଚୂନ ଦେଲାଭଳି ଏବଂ ଏହାଦଦ୍ୱାରାଦଦୁଇ ଦେଶର ସଂପର୍କରେ କୌଣସି ଉନ୍ନତି ହେବା ପରିବର୍ତେ ଏହା ଆମ ଦେଶର ସାଧାରଣ ମନୋବଳକୁ ନିଶ୍ଚିତଭାବେ ଦୁର୍ବଳ କରିବ ।

ତେଣୁ କଟକର ବାରବାଟୀ ଠାରେ ପ୍ରସ୍ଥାବିତ ମହିଳା ବିଶ୍ୱକପ୍ ମ୍ୟାଚ୍ ରୁ ପାକିସ୍ଥାନ ଟିମ୍ କୁ ବାଦ ଦିଆଯାଇ ଅବଶିଷ୍ଟ ମ୍ୟାଚ୍ ଖେଳାଯାଉ ଏବଂ ପାକିସ୍ଥାନ ଟିମ୍ ର ଭାରତ ଆଗମନକୁ ବାତିଲ କରାଯାଉ ବୋଲି ଶ୍ରୀ ମିଶ୍ର ଦାବୀ କରିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ସଦସ୍ୟ ରଣଜିତ ସିଂ ଉପସ୍ଥିତ ଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଭାରତୀୟ କ୍ରିକେଟ୍, ରାଷ୍ଟ୍ରୀୟ ସୁରକ୍ଷା ମଞ୍ଚ, ସାମ୍ବାଦିକ ସମ୍ମିଳନୀ

ରାଷ୍ଟ୍ରୀୟ ସୁରକ୍ଷା ମଞ୍ଚ ତରଫରୁ ଆଲୋଚନା ଚକ୍ର

September 5, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର ,ସେପ୍ଟେମ୍ବର ୫ (ଓଡ଼ିଶା ଡ଼ଟ୍ କମ୍)- ବଙ୍ଗଳାଦେଶୀ ଅନୁପ୍ରବେଶ କାରଣରୁ ଆସାମରେ ସୃଷ୍ଟି ହୋଇଥିବା ସମସ୍ୟାବଳୀ ଉପରେ ଏକ ଆଲୋଚନା ଚକ୍ର ରାଷ୍ଟ୍ରୀୟ ସୁରକ୍ଷା ମଞ୍ଚ ତରଫରୁ ସ୍ଥାନୀୟ ୟୁନିଟ-୪ ସ୍ଥିତ ଇନ୍ଷ୍ଟିଚୁଟ୍ ଅଫ ଇଂଜିନିୟରସ୍ ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି ।

ମହେଶ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଆସାମର ବିଶିଷ୍ଟସମାଜସେବୀ ପ୍ରତିଭା ବ୍ରହ୍ମା ମୁଖ୍ୟ ଅତିଥି ଓ ଭାରତୀୟ ମଜୁର ସଂଘର ଅଖିଳ ଭାରତୀୟ ସଂଗଠନ ସଂପାକ କୃଷ୍ଣ ଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗେଇଥିଲେ ।

ଦେଶର ବିଭିନ୍ନ ସ୍ଥାନରେ ବାଂଲାଦେଶୀ ମୁସଲମାନମାନଙ୍କର ଅନୁପ୍ରବେଶ ନିର୍ବିଘ୍ନରେ ବଢ଼ିଚାଲିଛି । ସେଥିପାଇଁ ଦେଶର ସୀମା ଆଦୌ ସୁରକ୍ଷିତ ନୁହେଁ । ଧର୍ମନିରପେକ୍ଷତାର ଦ୍ଵାହିଦେଇ ଏହି ବାଂଲାଶେୀ ମୁସଲମାନ ଅନୁପ୍ରବେଶକାରୀମାନେ ଆଜି ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, ଓଡ଼ିଶା ପ୍ରଭୃତି ରାଜ୍ୟରେ ସ୍ଥାୟୀ ବସବାସ କରି ନିଜର ଆଧିପତ୍ୟ ଜାହିର କରିବାରେ ଲାଗିଛନ୍ତି ।

ଆମ ଶେରେ ସେମାନଙ୍କୁ ପଡ଼ି କାର୍ଡ଼, ଡ୍ରାଇଭିଂ ଲାଇସେନ୍ସ, ଭୋଟର ପରିଚୟ ପତ୍ର ଆଦି ସମସ୍ତ ସୁବିଧାସୁଯୋଗ ଯୋଗାଇ ଦିଆଯାଉଛି । ଏପରିକି ସେମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସୁବିଧାସୁଯୋଗ ଦିଆଯାଉଛି ।

ଯେ କେହି ଏହି ଅନୁପ୍ରବେଶକାରୀଙ୍କ ବିରୋଧରେ ସ୍ୱର ଉତୋଳନ କରୁଛି ସେମାନଙ୍କୁ ସଂଖ୍ୟାଲଘୁ ବିଦ୍ଵେଷୀ ବୋଲି ଆଖ୍ୟା ଦିଆଯାଉଛି । ସେହି ବ୍ୟକ୍ତିମାନେ ମାନବିକ ଅଧିକାର କମିଶନକୁ ଯାଇ ସେମାନଙ୍କର ସୁରକ୍ଷା ଦାବି କରୁଛନ୍ତି ।

ଯେ ଏବେଠାରୁ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ପରବର୍ତ୍ତୀ ସମୟରେ ରାଷ୍ଟ୍ରର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବ ବୋଲି ବକ୍ତାମାନେ ଆଲୋଚନା ଚକ୍ରରେ ମତବ୍ୟକ୍ତ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଆସାମ, ମାନବିକ ଅଧିକାର କମିଶନ, ରାଷ୍ଟ୍ରୀୟ ସୁରକ୍ଷା ମଞ୍ଚ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ