• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରାଷ୍ଟ୍ରୀୟ ସ୍ୱୟଂସେବକ

ପ୍ରାଥମିକ ଶିକ୍ଷା ମାତୃଭାଷାରେ ଦିଆ ଯାଉ -ଆରଏସ୍ଏସ୍

March 21, 2015 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର,୧୯ ମାର୍ଚ (ଓଡିଶା ଡଟ କମ ) ପ୍ରାଥମିକ ଶିକ୍ଷା ମାତୃଭାଷାରେ ଦିଆଯିବା ଉଚିତ୍ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭା (ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସମିତି) ପ୍ରସ୍ତାବ ଗ୍ରହଣ କରିଛି ।

rastriya କୌଣସି ବିଦେଶୀ ଭାଷାକୁ ଗୋଟିଏ ବିଷୟ ଭାବରେ ପଢାଯାଇପାରେ । ଏସମ୍ଭନ୍ଧରେ ଆମେ ପ୍ରସ୍ତାବ ରଖୁଛୁ ଯେ, ଓଡିଶାରେ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ଓଡିଆରେ / ମାତୃଭାଷାରେ ଦିଆଯିବା ଉଚିତ୍ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ପୂର୍ବ ଓଡିଶାର ପ୍ରାନ୍ତ ସଂଘଚାଳକ ସମୀର କୁମାର ମହାନ୍ତି ଦାବି କରିଛନ୍ତି ।

ମହାନ୍ତି କହିଛନ୍ତି ଯେ,ମିଳିତ ଜାତିସଂଘ ଜୁନ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରିଛନ୍ତି । ତେଣୁ ସଂଘ ନିଷ୍ପତ୍ତି ନେଇଛି ଯେ ଆସନ୍ତା ଜୁନ ମାସରେ ଏହି ଅବସରରେ ପ୍ରତ୍ୟେକ ଶାଖାରେ ଜୁନ୍ ୧୫ରୁ ୨୧ ତାରିଖ ପDSCN0451ର୍ଯନ୍ତ ସାତ ଦିନ ଯାଏଁ ଯୋଗାଭ୍ୟାସ କରାଯିବ ଓ ଯୋଗ ସମ୍ଭନ୍ଧରେ ବାଖ୍ୟାନ କରାଯିବ । ସରକାର ତଥା ସାମାଜିକ ସଂଗଠନ ଦ୍ୱାରା ଆୟୋଜିତ ହେଉଥିବା ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ସଂଘ ସଂପୂର୍ଣ୍ଣରୂପେ ସହଯୋଗ କରିବ ।

ଦେଶରେ ସମସ୍ତ ଗ୍ରାମ ମାନଙ୍କରେ ଥିବା ମନ୍ଦିର, ଜଳାଶୟ ଏବଂ ଶ୍ମଶାନ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିବା ଦରକାର । ଏହା ସାମାଜିକ ସମରସତାରେ ସାହାଯ୍ୟ କରିବ । ଏହି ପୂଣ୍ୟ କାର୍ଯ୍ୟରେ ସଂଘ ସମ୍ପୂର୍ଣ୍ଣ ସହଯୋଗ କରିବ । ସଂଘ କାର୍ଯ୍ୟକୁ ଆହୁରି ବ୍ୟାପକ କରାଯିବ ।

ଏବେ ଇଂଟରନେଟ୍ ମାଧ୍ୟମରେ ଜଏନ୍ ଆରଏସ୍ଏସ୍ କାର୍ଯ୍ୟକ୍ରମରେ ସମଗ୍ର ଦେଶରେ ପ୍ରତିଦିନ ହାରାହାରି ୩,୦୦୦ ବ୍ୟକ୍ତି ସଂଘରେ ଯୋଗଦାନ କରୁଛନ୍ତି । ଓଡିଶାରେ ଏହି ସଂଖ୍ୟା ହେଲା ୧୦ ।

ମହାନ୍ତି କହିଛନ୍ତି ଯେ, ପ୍ରତିନିଧି ସଭା ବୈଠକରେ ସଂଘ ତରଫରୁ ଦେଶରେ ଚାଲୁଥିବା ବିଭିନ୍ନ ସେବାକାର୍ଯ୍ୟର ବିବରଣୀ ଦିଆଯାଇ ଥିଲା । ସେଗୁଡିକ ହେଲା ୮୧,୨୭୮ ଶିକ୍ଷାକେନ୍ଦ୍ର (ଓଡିଶାରେ ୧୭୯), ୨୨,୭୪୧ ସ୍ୱାସ୍ଥ୍ୟକେନ୍ଦ୍ର (ଓଡିଶାରେ ୨୬୮), ୨୬,୩୮୮ ସାମାଜିକ ସଂସ୍କାର କେନ୍ଦ୍ର (ଓଡିଶାରେ ୩୧୮), ଏବଂ ୨୧,୯୮୧ ସ୍ୱାବଲମ୍ବନ କେନ୍ଦ୍ର (ଓଡିଶାରେ ୨୪୯) । ଏହିଭଳି ଭାବେ ଦେଶରେ ମୋଟ ୧,୫୨,୩୮୮ ସେବାକେନ୍ଦ୍ର ଓ ଓଡିଶାରେ ୧,୦୧୪ଟି ସେବାକେନ୍ଦ୍ର ଚାଲୁଅଛି ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭା (ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସମିତି)ର ବୈଠକ ନାଗପୁର ଠାରେ ମାର୍ଚ୍ଚ ୧୩,୧୪ ଓ ୧୫ ତାରିଖ ତିନି ଦିନ ଧରି ଚାଲିଥିଲା । ଏହାକୁ ସରସଂଘଚାଳକ ଶ୍ରୀଯୁକ୍ତ ମୋହନରାଓ ଭାଗବତ୍ ଉଦ୍ଘାଟନ କରିଥିଲେ ।

ପ୍ରଥମେ ସମାଜରେ ବିଭିନ୍ନ ସ୍ତରରେ କାର୍ଯ୍ୟକରିଥିବା ଦିବଙ୍ଗତ ନେତୃସ୍ଥାନୀୟ ବ୍ୟକ୍ତି ତଥା ପ୍ରାକୃତିକ ବିପର୍ଯ୍ୟୟ ଏବଂ ଆତଙ୍କବାଦୀମାନଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ସାଧାରଣ ଜନତା ଓ ସୁରକ୍ଷା କର୍ମଚାରୀମାନଙ୍କ ପରଲୋକଗତ ଆତ୍ମାପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ତାପରେ ସରକାର୍ଯ୍ୟବାହ ଶ୍ରୀଯୁକ୍ତ ସୁରେଶ ଭାୟାଜୀ ଯୋଶୀ ସଂଘର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ବିଶେଷ ଖବର, ମୁଖ୍ୟ ଖବର, ଶିକ୍ଷା Tagged With: ମାତୃଭାଷା, ମିଳିତ ଜାତିସଂଘ, ଯୋଗାଭ୍ୟାସ, ରାଷ୍ଟ୍ରୀୟ ସ୍ୱୟଂସେବକ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ