• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରାୟଗଡ଼ା ଜିଲ୍ଲା

ଆଦିବାସୀଙ୍କ ଫଟୋ ଉଠାଇବା ନେଇ ମାମଲା

March 3, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୩(ଓଡ଼ିଶା ଡ଼ଟ୍ କମ୍) ରାୟଗଡ଼ା ଜିଲ୍ଲାରେ କେତେକ ବିଦେଶୀ ପର୍ଯ୍ୟଟକ ଆଦିମ ଅଧିବାସୀଙ୍କ ଫଟୋ ଉଠାଇଥିବା ଘଟଣା ପରେ ଶନିବାର ଦୁଇ ଜଣ ଟୁର ଅପରେଟରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିବା ପୋଲିସ କହିଛି ।

ଜିଲ୍ଲାର ଚଟିକୋଣା ଠାରେ ବିଦେଶୀମାନେ ଆଦିବାସୀଙ୍କ ଫଟୋ ଉଠାଉଥିବା ଦୃଶ୍ୟ ଏକ ସ୍ଥାନୀୟ ଟିଭି ଚ୍ୟାନେଲରେ ପ୍ରସାରିତ ହେବା ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ମାଲକାନଗିରି ଜିଲ୍ଲାରେ ଟୁର ଅପରେଟରଙ୍କ ଦ୍ୱାରାବଣ୍ଡା ଆଦିବାସୀଙ୍କ ଫଟୋ ବ୍ୟବହାର କରାଯାଇ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଉଥିବା ଖବର ପ୍ରକାଶ ପାଇବା ପରେ ସରକାର ଆଦିମ ଅଧିବାସୀଙ୍କ ଫଟୋ ଉଠାଇବା ଉପରେ କଟକଣା ଜାରି କରିଥିଲେ ।

ଦୁଇ ଜଣ ଟୁର ଅପରେଟରଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ଏବଂ ପରବର୍ତୀ ତଦନ୍ତ ଜାରି ରହିଛି ବୋଲି ଜିଲ୍ଲା ପୋଲିସ ମୁଖ୍ୟ ଅନୂପ କ୍ରୀଷ୍ଣା ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।

ଗତ ସପ୍ତାହରେ ଏନେଇ ସରକାର ଆଦିମ ଅଧିବାସୀ ଅଂଚଳକୁ ବିଦେଶୀ ପର୍ଯ୍ୟଟକ ଏବଂ ଗବେଷକଙ୍କ ପରିଦର୍ଶନ ଉପରେ ନଜର ରଖିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଅଧିବାସୀଙ୍କ ଫଟୋ, ରାୟଗଡ଼ା ଜିଲ୍ଲା

ବିଷାକ୍ତ ସଲପ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି

December 19, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାୟଗଡ଼ା, ଡ଼ିସେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ରାୟଗଡ଼ା ଜିଲ୍ଲାରେ ବିଷାକ୍ତ ସଲପ ପିଇ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରବିବାର ରାତିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁଣୁପୁର ଡ଼ାକ୍ତରଖାନାରେ ଜଣେ ଏବଂ ବ୍ରହ୍ମପୁର ଡ଼ାକ୍ତରଖାନାରେ ଅନ୍ୟଦୁଇଜଣଙ୍କ ମୃତ୍ୟୁ ହୋଇଛି ।

ପାଂଚଜଣ ଅସୁସ୍ଥ ବ୍ୟକ୍ତିଙ୍କୁ ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତି କରାଯାଇଛି ।

କୋଲନରା ବ୍ଲକ ଅନ୍ତର୍ଗତ ବଡ଼ଖିଲାପର ଗ୍ରାମରେ ଏହି ଲୋକମାନେ ଶନିବାର ରାତିରେ ଭୋଜି କରିଥିବା ବେଳେ ଏଥିରେ ସଲପ ପିଇଥିଲେ ।

ଖାଇସାରିବା ପରେ ଲୋକମାନେ ସେଠାରେ ଥିବା ଖଳାରେ ଶୋଇପଡ଼ିଥିଲେ ଏବଂ ରାତିରେ ସମସ୍ତଙ୍କୁ ଝାଡ଼ାବାନ୍ତି ହୋଇଥିଲା । ରବିବାର ସକାଳେ ଗାଁ ଲୋକମାନେ ଏମାନଙ୍କୁ ଦେଖି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ।

ଅବକାରୀ ବିଭାଗ ଅଧିକାରୀ ଓ ପୋଲିସ ଘଟଣାସ୍ଥଳରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଆଜି ଜିଲ୍ଲାପାଳ ମଧ୍ୟ ସଂପୃକ୍ତ ଅଂଚଳକୁ ଗସ୍ତ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ରାୟଗଡ଼ା ଜିଲ୍ଲା

ବିଷାକ୍ତ ସଲପ ପିଇ ୧ମୃତ, ୫ ଅସୁସ୍ଥ

December 18, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାୟଗଡ଼ା, ଡ଼ିସେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ରାୟଗଡ଼ା ଜିଲ୍ଲାରେ ବିଷାକ୍ତ ସଲପ ପିଇ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ପାଂଚ ଜଣ ଅସୁସ୍ଥ ହୋଇଛନ୍ତି ।

କୋଲନରା ବ୍ଲକ ଅନ୍ତର୍ଗତ ବଡ଼ଖିଲାପର ଗ୍ରାମରେ ଏହି ଲୋକମାନେ ଶନିବାର ରାତିରେ ଭୋଜି କରିଥିବା ବେଳେ ଏଥିରେ ସଲପ ପିଇଥିଲେ । ଖାଇସାରିବା ପରେ ଲୋକମାନେ ସେଠାରେ ଥିବା ଖଳାରେ ଶୋଇପଡ଼ିଥିଲେ ଏବଂ ରାତିରେ ସମସ୍ତଙ୍କୁ ଝାଡ଼ାବାନ୍ତି ହୋଇଥିଲା ।

ରବିବାର ସକାଳେ ଗାଁ ଲୋକମାନେ ଏମାନଙ୍କୁ ଦେଖି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଡ଼ାକ୍ତରଖାନା ଆସୁଥିବା ବେଳେ ରାସ୍ତାରେ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଅସୁସ୍ଥ ଅନ୍ୟ ପାଂଚ ଜଣଙ୍କୁ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ଏହି ଘଟଣା ପରେ ପୋଲିସ ଓ ବରିଷ୍ଠ ଅଧିକାରୀମାନେ ଡ଼ାକ୍ତରଖାନାରେ ତଦନ୍ତ ଆରମ୍ଭ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ବିଷାକ୍ତ ସଲପ, ରାୟଗଡ଼ା ଜିଲ୍ଲା

ରାୟଗଡ଼ା: ପୋଲିସ-ମାଓବାଦୀ ଗୁଳିବିନିମୟ

November 4, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାୟଗଡ଼ା, ନଭେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ରାୟଗଡ଼ା ଜିଲ୍ଲାର ଏକ ସ୍ଥାନରେ ଶୁକ୍ରବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ପୋଲିସ କହିଛି ।

ସିଆର୍ପିଏଫ୍ ଓ ଏସ୍ଓଜି ଯବାନ କୁମ୍ବିଂ ଅପରେଶନରେ ଯାଇଥିବା ବେଳେ ମୁନିଗୁଡ଼ା ଅନ୍ତର୍ଗତ ପାଣିଗଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା ।

ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ଗୁଳିବିନିମୟ ହୋଇଥିବା ବେଳେ କେହି ମୃତାହତ ହୋଇନଥିବା ଜିଲ୍ଲା
ପୋଲିସ ମୁଖ୍ୟ ଅନୁପକ୍ରିଷ୍ଣା ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।

ଓଡ଼ଇଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କୁମ୍ବିଂ ଅପରେଶନ, ପୋଲିସ, ମାଓବାଦୀ, ରାୟଗଡ଼ା ଜିଲ୍ଲା

ଛଅ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

November 21, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ଭୁବନେଶ୍ୱର ୨୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ଦୁଇଟି ଜିଲ୍ଲାରେ ଛଅ ଜଣ ମାଓବାଦୀ ଶନିବାର ଆତ୍ମସମର୍ପଣ କରିଥିବା ପୋଲିସ କହିଛି ।

ବିଭିନ୍ନ ଅପରାଧରେ ସଂପୃକ୍ତ ପାଞ୍ଚ ଜଣ ମାଓବାଦୀ ରାୟଗଡ଼ା ଜିଲ୍ଲାରେ ଆତ୍ମସମର୍ପଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଳମ୍ର କମାଣ୍ଡର ।

ସେହିପରି ଯାଜପୁର ଜିଲ୍ଲାରେ ମାଓବାଦୀ ନେତା ସୁଶୀଲ ଗ୍ୟାଙ୍ଗର ସଦସ୍ୟ ପୀତାମ୍ବର ଟୁଡ଼ୁ ଜିଲ୍ଲା ପୋଲିସ ମୁଖ୍ୟଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ତା ବିରୁଦ୍ଧରେ ତିନୋଟି ହତ୍ୟା ମାମଲା ସହ ନଅଟି ମାମଲା ରହିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଆତ୍ମସମର୍ପଣ, ଭୁବନେଶ୍ୱର, ମାଓବାଦୀ, ମୁଖ୍ୟ ଖବର, ରାୟଗଡ଼ା ଜିଲ୍ଲା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ