• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରାୟଗଡ଼ା

ଭଲ କାମ କରିବାରୁ ୩୪୭ ଏସପିଓ ହେଲେ କନେଷ୍ଟବଳ

April 23, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର, ଏପ୍ରିଲ ୨୩ (ଓଡିଶା ଡଟ କମ ) ନକ୍ସଲ ଉପଦ୍ରୁତ ଅଞ୍ଚଳରେ ସନ୍ତୋଷଜନକ କାର୍ଯ୍ୟ କରିଆସିଥିବାରୁ ରାଜ୍ୟସରକାର ବୁଧବାର ୩୪୭ ଜଣ ସ୍ପେଶିଆଲ ପୁଲିସ ଅଫିସରଙ୍କୁ କନେଷ୍ଟବଲ ଭାବେ ନିଯୁକ୍ତ କରିଛନ୍ତି ।

ରାଜ୍ୟର ନଅ ଟି ଜିଲା ସୁନ୍ଦରଗଡ, ରାୟଗଡା, ଦେବଗଡ, ଗଞ୍ଜାମ, ଯାଜପୁର, କେନ୍ଦୁଝର, କୋରାପୁଟ, ନୂଆପଡା ଓ ରାଉରକେଲାରେ କାମ କରୁଥିବା ଏହି ସ୍ପେଶିଆଲ ପୁଲିସ ଅଫିସରଙ୍କ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

ତିନିବର୍ଷ ଧରି ଏହି ଯୁବକମାନେ କ୍ରମାଗତ ସ୍ପେଶିଆଲ ପୁଲିସ ଅଫିସରଭାବେ କାର୍ଯ୍ୟକରି ସ୍ଥାନୀୟ ପୁଲିସ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛନ୍ତି।

ଜିଲୱାରୀ କନେଷ୍ଟବଲ ନିଯୁକ୍ତି ପାଇଥିବା ଏହି ଏସପିଓ ମାନଙ୍କ ସଂଖ୍ୟା ହେଉଛି ସୁନ୍ଦରଗଡରୁ ୨ ଜଣ, ରାୟଗଡାରୁ ୧୯୬, ଦେବଗଡରୁ ୩୫, ଗଞ୍ଜାମରୁ ୧୨, ଯାଜପୁରରୁ ୨୦ , କେନ୍ଦୁଝରରୁ ୮ , କୋରାପୁଟରୁ ୬୭ ନୂଆପଡାରୁ ୧ ଓ ରାଉରକେଲାରୁ ଛଅ ଜଣ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: କନେଷ୍ଟବଳ, କେନ୍ଦୁଝର, ଗଞ୍ଜାମ, ଦେବଗଡ, ନକ୍ସଲ ଉପଦ୍ରୁତ, ଯାଜପୁର, ରାୟଗଡ଼ା, ସୁନ୍ଦରଗଡ଼

ରାୟଗଡା, ହୁମ୍ମାଠାରେ କୃଷି ଭିତ୍ତିକ ଖଦୀ ପ୍ରକ୍ରିୟାକରଣ ପାର୍କ

September 11, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍)- ରାଜ୍ୟରେ କୃଷି ଭିତ୍ତିକ ଖଦୀ ପ୍ରକ୍ରିୟାକରଣ ପାର୍କ ରାୟଗଡା ଓ ହୁମ୍ମାଠାରେ କରାଯାଉଛି । ସେହିପରି ପାରାଦ୍ବୀପଠାରେ କାଠ ଭିତ୍ତିକ ଏକ ଶିଳ୍ପ ପୁଞ୍ଜ କରାଯିବାକୁ ନିଷ୍ପତ୍ତି ହୋଇଛି ।

ଆବଶ୍ୟକ ଜମି ଅଧିଗ୍ରହଣ ପରେ ଏହି କାମ ତ୍ୱରାନ୍ନୀତ କରାଯିବ, ସଚିବାଳୟଠାରେ ଏମ୍.ଏସ୍.ଏମ୍.ଇ ବିଭାଗର ସମୀକ୍ଷା ବୈଠକ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଏମ୍.ଏସ୍.ଏମ୍.ଇ ବିଭାଗ ମନ୍ତ୍ରୀ ଡାଃ ଦାମୋଦର ରାଉତ କହିଛନ୍ତି ।

ଖଦୀର ପ୍ରସାର ପାଇଁ ରାଜ୍ୟ ଖଦୀ ବୋର୍ଡକୁ ପୁନରୁଦ୍ଧାର କରାଯିବ ବୋଲି ପ୍ରକାଶ କରି ମନ୍ତ୍ରୀ ଡାଃ ରାଉତ କହିଛନ୍ତି ଯେ ଖଦୀ ବୋର୍ଡର ୪୦ ସୋସାଇଟିରୁ ଅଧିକାଁଶ ଅଚଳ ହୋଇଛି । ଅଚଳ ସୋସାଇଟିକୁ ସଚଳ କରିବା ସହ ଅଧିକ ୧୦୦ ସୋସାଇଟି ଖୋଲିବାର ନିଷ୍ପତ୍ତି ନିଆଯାଇଛି ।

ସେହିପରି ଜାତୀୟ କ୍ଷୁଦ୍ରଶିଳ୍ପ ନିଗମ ଓ ରାଜ୍ୟ କ୍ଷ୍ଯୁଦ୍ରଶିଳ୍ପ ନିଗମ ମଧ୍ୟରେ ସମନ୍ୱୟ ରଖି କ୍ଷୁଦ୍ର ତଥା ମଧ୍ୟମ ଉଦ୍ୟୋଗକୁ କଞ୍ଚାମାଲ ଯୋଗାଇ ଦେବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି ।

କ୍ଲଷ୍ଟର ଭିତ୍ତିରେ ଉଡନ୍ତା ପାଉଁଶର ବ୍ୟବହାର କରି ଇଟା ନିର୍ମାଣ ଓ ତାର ଉପେଯାଗକୁ ପ୍ରୋତ୍ସାହିତ କରାଯିବ । ଉକ୍ତ ବୈଠକରେ ଏମ୍.ଏସ୍.ଏମ୍.ଇ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ କିଶୋର ସୁନ୍ଦରାୟ , ସ୍ୱତନ୍ତ୍ର ସଚିବ ପଞ୍ଚାନନ ଦାଶ ଓ ଅନ୍ୟ ପାଧିକାରୀମାନେ ଉପସ୍ଥିତ ଥିଲେ ।

ଓଡିଶା ଡଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ରାୟଗଡ଼ା, ହୁମ୍ମା

ଭବାନୀପାଟଣା-ରାୟଗଡ଼ା-ଭୁବନେଶ୍ୱର ଲିଙ୍କ ଏକ୍ସପ୍ରେସ ଚଳାଚଳ

August 11, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭବାନୀପାଟନା, ଅଗଷ୍ଟ ୧୧(ଓଡ଼ିଶା ଡ଼ଟ୍ କମ୍) ଦୀର୍ଘ ବର୍ଷର ପ୍ରଚେଷ୍ଟା ପରେ ଭବାନୀପାଟଣା-ରାୟଗଡ଼ା-ଭୁବନେଶ୍ୱର ଲିଙ୍କ ଏକ୍ସପ୍ରେସ ଶନିବାର ଚଳାଚଳ ଆରମ୍ଭ ହୋଇଛି ।

ଫଳରେ ଲୋକଙ୍କ ବହୁଦିନର ସ୍ୱପ୍ନ ପୂରଣ ହୋଇଛି । କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ତଥା ସାଂସଦ ଭକ୍ତଚରଣ ଦାସ ନବ ନିର୍ମିତ ଭବାନୀପାଟଣା ରେଳ ଷ୍ଟେସନକୁ ଉ୍ଘାଟନ କରିବା ସହ ଲିଙ୍କ ଏକ୍ସପ୍ରେସ୍କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ଏବଂ ରାୟପୁରକୁ ୨ଟି ଟ୍ରେନ ଯାତାୟତ କରିବ ।

ଦୀର୍ଘଦିନର ଆଶା ପୂରଣ ପାଇଁ ସାଂସଦ କଳାହାଣ୍ଡି ବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ନର୍ଲାଠାରେ ରେଳଡବା କାରଖାନା ପାଇଁ ଜମି ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଥିଲେ । ଖୁବ ଶୀଘ୍ର ଜୁନାଗଡ ପର୍ଯ୍ୟନ୍ତ ନୂତନ ରେଳପଥ ସଂପ୍ରସାରଣ ସହ ଏହି ରେଳପଥ ପାଇଁ ୨୦୦ କୋଟି ଟଙ୍କାର ବଜେଟ ହୋଇଥିବାରୁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି ।

୧୯୯୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପି.ଭି ନରସିଂହ ରାଓ, ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଏବଂ ତତ୍କାଳୀନ କଳାହାଣ୍ଡି ସାଂସଦ ସୁବାଶ ଚନ୍ଦ୍ର ନାୟକ ଲାଞ୍ଜିଗଡ ରୋଡ-ଜୁନାଗଡ ନୂତନ ରେଳପଥ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଭବାନୀପାଟନା, ଭୁବନେଶ୍ୱର, ରାୟଗଡ଼ା

ସରପଞ୍ଚଙ୍କ ସ୍ୱାମୀଙ୍କୁ ମାଓବାଦୀଙ୍କ ହତ୍ୟା

May 23, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାୟଗଡ଼ା, ମଇ ୨୩(ଓଡ଼ିଶା ଡ଼ଟ୍ କମ୍) ରାୟଗଡ଼ା ଜିଲ୍ଲାରେ ମାଓବାଦୀମାନେ ଜଣେ ସରପଞ୍ଚଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ବୁଧବାର ପୋଲିସ କହିଛି ।

ପ୍ରାୟ ୨୦ରୁ ଉଦ୍ଧ୍ୱର୍ ମହିଳା ଓ ପୁରୁଷ ମାଓବାଦୀ ଭୋର ସମୟରେ ସରପଂଚ ଲାକେରୀ ଜଗାରଙ୍ଗାଙ୍କ ହନୁମନ୍ତପୁର ସ୍ଥିତ ଘରକୁ ଯାଇଥିଲେ । ସେଠାରୁ ସେମାନେ ଲାକେରୀଙ୍କ ସ୍ୱାମୀ ବେଜଗାରଙ୍ଗାଙ୍ଗୁ ସାଙ୍ଗରେ ଯିବାକୁ କହିଥିଲେ ଏବଂ ଗାଁ ନିକଟରେ ହତ୍ୟା କରିଥିଲେ ବୋଲି ପୋଲିସ କହିଛି ।

ହତ୍ୟାକାଣ୍ଡ ଘଟିଥିବା ସ୍ଥାନରେ ସେମାନେ ବିଭିନ୍ନ ମାଓ ପୋଷ୍ଟର ଲଗାଇଥିବା ବେଳେ ଏହାର କାରଣ
ଜଣାପଡ଼ିନଥିବା ଜଣେ ଅଧିକାରୀ କହିଛନ୍ତି । ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ କୁମ୍ବିଙ୍ଗ ଅପରେଶନ ଜାରି ରହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମାଓବାଦୀ, ରାୟଗଡ଼ା

ରାୟଗଡ଼ା: ଦୁର୍ଦ୍ଧାନ୍ତ ମାଓବାଦୀ ନରେନ୍ଦ୍ର ଗିରଫ

May 11, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାୟଗଡା, ମଇ ୧୧(ଓଡ଼ିଶା ଡ଼ଟ୍ କମ୍) ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଅଞ୍ଚଳର ବେଲୁଣ୍ଡି ଗ୍ରାମରୁ ଶୁକ୍ରବାର ପୋଲିସ ଦୁର୍ଦ୍ଧାନ୍ତ ମାଓବାଦୀ ନରେନ୍ଦ୍ର ସାମ୍ବୁଟିକାକୁ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ନରେନ୍ଦ୍ର ଓରଫ୍ ରାଜୁ ବେଲୁଣ୍ଡି ସ୍ଥିତ ଘରେ ଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଓ ଏସଓଜି ଯବାନମାନେ ଅତର୍କିତ ଚଢ଼ଉ କରି ତାକୁ ଗିରଫ କରିଥିଲେ ।

ନରେନ୍ଦ୍ର ଠାରୁଦୁଇଟି ରାଇଫଲ ଓ କିଛି ମାଓ ବ୍ୟାନର ଜବତ କରିଥିବା ବେଳେ ସେ ମାଓ କମାଣ୍ଡର ଆଜାର ଅଙ୍ଗୀରକ୍ଷୀ ଭାବେ ଦୀର୍ଘ ବର୍ଷ ଧରି କାମ କରୁଥିଲା ବୋଲି ପୋଲିସ କହିଛି ।

ଡାଙ୍ଗସୋରଡା ଫାଣ୍ଡି ବିସ୍ଫୋରଣ, ମଭାଟି ପୋଡାଜଳା ଓ ଅନ୍ୟାନ୍ୟ ଘଟଣାରେ ସଂପୃକ୍ତ ଥିବା ସେ ଜେରା ବେଳେ ପୋଲିସକୁ କହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମାଓବାଦୀ, ରାୟଗଡ଼ା

କାଶିପୁର: ମିଳିମିଳାରେ ୪ ମୃତ, ୮୪ ଆକ୍ରାନ୍ତ

April 30, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୩୦(ଓଡ଼ିଶା ଡ଼ଟ୍ କମ୍) ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକରେ ଦେଖା ଦେଇଥିବା ମିଳିମିଳାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୪ ଜଣ ଆକ୍ରାନ୍ତ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର କୁହାଯାଇଛି ।

ରବିବାର ଠାରୁ ଆଉ କୌଣସି ପିଲା ଏହି ରୋଗରେ ଆକ୍ରାନ୍ତ ହୋଇନାହାଁନ୍ତି ବୋଲି ବିଭାଗୀୟ କମିଶନର ତଥା ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ।

ସିଲାପାସ୍ ଏବଂ ରାଇଲିଘାଟିରେ କେତେକ ପିଲା ମିଳିମିଳାରେ ଆକ୍ରାନ୍ତ ହୋଇଥିବା ଖବର ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ସେହି ଅଂଚଳକୁ ଗସ୍ତ କରିଥିଲେ । ବର୍ତମାନ ସୁଦ୍ଧା ୫ ଟି ଗ୍ରାମର ପିଲାମାନେ ଆକ୍ରାନ୍ତ ହୋଇଛନ୍ତି, ସେ କହିଛନ୍ତି ।

ପ୍ରତିକାର ପାଇଁ ସଂପୃକ୍ତ ଗ୍ରାମ ଗୁଡ଼ିକରେ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ପାଶ୍ୱର୍ବର୍ତି ସାତଟି ଗ୍ରାମରେ ପିଲାଙ୍କୁ ଟିକା କରଣ କରାଯାଉଥିବା ବେଳେ ସେଠାରେ ୫ଟି ଡାକ୍ତରୀ ଦଳ ନିୟୋଜିତ ହୋଇଛନ୍ତି ।

ବିଶେଷ ଭାବେ ଆକ୍ରାନ୍ତ ହୋଇଥିବା ସିଲାପାସ୍ ଗ୍ରାମରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇଛି । ରାଇଲଘାଟି ଗ୍ରାମର ଆକ୍ରାନ୍ତଙ୍କୁ ମଧ୍ୟ ସେଠାକୁ ଅଣା ଯାଇ ଚିକିତ୍ସା ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି ।

ସଂପୃକ୍ତ ଅଂଚଳକୁ ବିଭାଗୀୟ ଉପ ନିର୍ଦ୍ଦେଶକଙ୍କୁୁ ପଠା ଯାଇଥିଲା ଏବଂ ସେ ସେଠାରେ ପରିସ୍ଥିତି ସଂପର୍କରେ ଅନୁଧ୍ୟାନ କରି ଫେରିଛନ୍ତି । ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ଆଜି ସେଠାକୁ ପଠା ଯାଇଛି ।

ଗତ କାଲିଠାରୁ ଆଉ କୌଣସି ପିଲା ଆକ୍ରାନ୍ତ ହୋଇ ନଥିବାରୁ କ୍ରମଶଃ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କାଶିପୁର, ରାୟଗଡ଼ା

ରାୟଗଡ଼ାକୁ ବିଦେଶୀ ପର୍ଯ୍ୟଟକଙ୍କ ଗସ୍ତ ଉପରେ କଟକଣା

March 31, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାୟଗଡ଼ା, ମାର୍ଚ୍ଚ ୩୧(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀଙ୍କ ଦ୍ୱାରା ପର୍ଯ୍ୟଟକଙ୍କ ଅପହରଣକୁ ଦୃଷ୍ଟିରେ ରଖି ବିଦେଶୀ ପର୍ଯ୍ୟଟକମାନେ ରାୟଗଡ଼ା ଜିଲ୍ଲାକୁ ନଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର କଟକଣା ଜାରି କରାଯାଇଛି ।

ଏସଂପର୍କରେ ଜିଲ୍ଲାପାଳ ଏକ ବିଜ୍ଞପ୍ତି ଜାରି କରିଥିବା ବେଳେ ଟୁର୍ ଅପରେଟରମାନେ ବିଦେଶୀ ପର୍ଯ୍ୟଟକଙ୍କୁ ଜିଲ୍ଲାକୁ ନଆଣିବାକୁ ବିଜ୍ଞପ୍ତି ଜରିଆରେ କୁହାଯାଇଛି ।

ପରବର୍ତୀ ନିର୍ଦ୍ଦେଶନାମା ଜାରି ହେବା ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାରେ ମାଓବାଦୀଙ୍କ ଉପସ୍ଥିତି ରହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପର୍ଯ୍ୟଟକ, ମାଓବାଦୀ, ରାୟଗଡ଼ା

ରାୟଗଡ଼ା: ପୋଲିସ ଗୁଳିରେ ମାଓବାଦୀ ମୃତ

January 21, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାୟଗଡ଼ା, ଜାନୁୟାରୀ ୨୧(ଓଡ଼ିଶା ଡ଼ଟ୍ କମ୍) ରାୟଗଡ଼ା ଜିଲ୍ଲାରେ ପୋଲିସ ଗୁଳିରେ ଶନିବାର ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ଜଣେ ଅଧିକାରୀ କହିଛନ୍ତି ।

ଚନ୍ଦ୍ରପୁର ଥାନା ମୁଖିଗୁଡ଼ା ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିବା ଖବର ପାଇଁ ଡ଼ିଭିଏଫ୍ ବାହିନୀ କୁମ୍ବିଂ ଅପରେଶନରେ ଯାଇଥିଲେ ।

ସୁରକ୍ଷା ବାହିନୀ ଆସୁଥିବା ଖବର ପାଇ ମାଓବାଦୀମାନେ ସେଠାରୁ ଖସି ପଳାଉଥିବା ବେଳେ ଗୁଳିମାଡ଼ରେ ବାଶଧାରା ଡ଼ିଭିଜନର ସୁବାସ ଓରଫ୍ ସତୀଶ ପ୍ରାଣ ହରାଇଥିବା ସେ କହିଛନ୍ତି ।

ଘଟଣାସ୍ଥଳରୁ ଏକେ-୪୭, ଦେଶୀ ବନ୍ଧୁକ, ଗୁଳି, ଏସ୍ଏଲ୍ଆର୍ ବନ୍ଧୁକ ଜବତ କରିଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଏକେ-୪୭, କୁମ୍ବିଂ ଅପରେଶନ, ପୋଲିସ, ମାଓବାଦୀ, ରାୟଗଡ଼ା

ରାୟଗଡ଼ା: ୨୫୦ କ୍ୱିନ୍ଟାଲ ପିଡ଼ିଏସ୍ ଚାଉଳ ଜବତ

January 5, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାୟଗଡ଼ା, ଜାନୁୟାରୀ ୬(ଓଡ଼ିଶା ଡ଼ଟ୍ କମ୍) ରାୟଗଡ଼ା ସହରରେ ଥିବା ଏକ ଧାନ କଳରୁ ସାଧାରଣ ବଂଟନ ବ୍ୟବସ୍ଥା(ପିଡ଼ିଏସ୍) ପାଇଁ ଥିବା ୨୫୦ କ୍ୱିନ୍ଟାଲ ଚାଉଳ ଜବତ କରିଥିବା ପୋଲିସ ଶୁକ୍ରବାର କହିଛି ।

ପୋଲିସର ଏକ ସ୍ୱତନ୍ତ୍ର ଦଳ ଗୁରୁବାର ଭେଙ୍କଟଲକ୍ଷ୍ମୀ ଧାନକଳ ଉପରେ ଚଢାଉ କରି ଏହି ଚାଉଳ ଜବତ କରିବା ସହ ଷ୍ଟୋର ରୁମ୍ରେ ବେଆଇନ ଭାବେ ଗଚ୍ଛିତ ଥିବା ୯୦୦ ବସ୍ତା ଧାନ ଓ ଟ୍ରକ୍ରେ ଥିବା ୧୫୦ ବସ୍ତା ଧାନ ଜବତ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଚଢାଉ ସମୟରେ ଧାନକଳର ମାଲିକ ଭି.ନାରାୟଣ ମୂର୍ତି ପୋଲିସକୁ ୮୦ ହଜାର ଟଙ୍କା ଲାଂଚ ଯାଚିଥିଲେ । ପରେ ଉକ୍ତ ଲାଂଚ ଟଙ୍କା ମଧ୍ୟ ପୋଲିସ ଜବତ କରିଥିଲା ।

ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅନୁଯାୟୀ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିବା ଅଧିକାରୀ ଜଣକ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଧାନ କଳ, ରାୟଗଡ଼ା

୮ ମଟର ସାଇକେଲ ସହ ୧୦ ଜୁଆଡ଼ି ଗିରଫ

December 22, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାୟଗଡ଼ା, ଡ଼ିସେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ରାୟଗଡ଼ା ଜିଲ୍ଲାରେ କୁକୁଡ଼ା ଲଢେଇ କରି ଜୁଆ ଖେଳୁଥିବା ଦଶ ଜଣଙ୍କୁ ଗିରଫ କରିଥିବା ପୋଲିସ କହିଛି ।

ଏସ୍ପିଙ୍କ ନିଦେ୍ର୍ଧଶକ୍ରମେ ପୋଲିସର ଏକ ସ୍ୱତନ୍ତ୍ର ଦଳ ଗତ ବୁଧବାର ଗୁଣୁପୁର ଥାନା ଅନ୍ତର୍ଗତ ପାଣ୍ଡୁରିଝୋଲି ଗ୍ରାମରେ ଚଢାଉ କରିଥିଲା ।

ଚଢାଉ ସମୟରେ ଆଠଟି ମଟର ସାଇକେଲ, ୨୦ଟି କୁକୁଡ଼ା, ଅଠଟି ମୋବାଇଲ, ୪୦୧୮ ଟଙ୍କା ଜବତ କରିବାସହ ସେଠାରେ ଥିବା ଦଶ ଜଣଙ୍କୁ ଗିରଫ କରିଥିଲା ।

ଏହି ଗ୍ରାମ ଆନ୍ଧ୍ରପ୍ରଦେଶ ସୀମା ନିକଟରେ ଥିବାରୁ ସେଠାରୁ ଲୋକମାନେ ଆସି କୁକୁଡ଼ା ଲଢେଇ କରି ଲୋକଙ୍କୁ ଶୋଷଣ କରୁଥିବା ଜଣେ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅପରାଧ, ଜୁଆଡ଼ି, ରାୟଗଡ଼ା

  • Go to page 1
  • Go to page 2
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ