• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରିଲିଫ ପାଣ୍ଠି

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ସହାୟତା ରାଶି ବୃଦ୍ଧି

April 16, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଏପ୍ରିଲ ୧୬ (ଓଡିଶା ଡଟ କମ) ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିଆଯାଉଥିବା ସହାୟତା ପରିମାଣରେ ବୃଦ୍ଧି ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଛସ୍ତରୀୟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Naveenଏହି ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ କାରଣରୁ ରାଜ୍ୟ ଚିକିତ୍ସା ପାଣ୍ଠିରୁ ସହାୟତା ପାଉନଥିବା ବ୍ୟକ୍ତିମାନେ ଏଣିକି ସେମାନଙ୍କ ଚିକିତ୍ସା ଖର୍ଚର ଚାଳିଶ ପ୍ରତିଶତ ଅଥବା ସର୍ବାଧିକ ୭୫୦୦୦ ଟଙ୍କା ସହାୟତା ଏହି ପାଣ୍ଠିରୁ ପାଇପାରିବେ ।

ହୃଦରୋଗ, କ୍ୟାନସର, ଏବଂ କିଡନି ଚିକିତ୍ସା କ୍ଷେତ୍ରରେ ଏହି ସହାୟତା ରାଶି ସର୍ବାଧିକ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିପାରିବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇଁ ଆବେଦନ କରୁଥିବା ଗ୍ରାମାଞ୍ଚଳର ହିତାଧିକାରୀ ମାନଙ୍କ ବାର୍ଷିକ ଆୟର ସୀମା ୪୦,୦୦୦ ଟଙ୍କାରୁ ୫୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଜରୁରୀ କ୍ଷେତ୍ରରେ ଜିଲ୍ଲାପାଳ ମାନେ ହିତାଧିକାରୀ ମାନଙ୍କୁ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଦେଇପାରିବେ । ପୂର୍ବରୁ ଏହା ୨୦,୦୦୦ ଟଙ୍କାରେ ସୀମିତ ଥିଲା ।

ବିଭିନ୍ନ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତି, ଗରିବ ଲୋକଙ୍କୁ ରେଫେରାଲ ହାସପାତାଲରେ ପହଞ୍ଚାଇବ।, ଗମ୍ଭୀର ରୋଗରେ ପୀଡିତ ବ୍ୟକ୍ତି ମାନଙ୍କୁ ଔଷଧ ଖର୍ଚ, ଭିନ୍ନକ୍ଷମ, ଅନାଥ, ଗରିବ ଓ ନିସହାୟ ବିଧବା ମହିଳାଙ୍କ ଥଇଥାନ ଆଦି ନିମନ୍ତେ ଜିଲ୍ଲାପାଳ ସହାୟତା ଦେଇପାରିବେ ।

ସେହିପରି ଜରୁରୀ କ୍ଷେତ୍ରରେ ଉପଜିଲ୍ଲାପାଳ ମାନେ ହିତାଧିକାରୀଙ୍କୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଦେଇପାରିବେ । ପୂର୍ବରୁ ଏହା ପାଞ୍ଚ ହଜାରରେ ସୀମିତ ଥିଲା ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଉପଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ରିଲିଫ ପାଣ୍ଠି

ସାଇକେଲ ବଣ୍ଟନରେ ନିୟମ ଉଲ୍ଲଘନ: ବିରୋଧୀ ଦଳ

December 22, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୨(ଓଡିଶା ଡଟ୍ କମ୍)-ଓଡିଶା ଖଣି ନିଗମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଇଥିବା ୯୫ କୋଟି ଟଙ୍କାକୁ ସରକାର ମାଗଣା ସାଇକେଲ ବଣ୍ଟନ କାର୍ଯ୍ୟକ୍ରମରେ ବିନିଯୋଗ କରିଥିବା ନେଇ ବିରୋଧୀ ଦଳ ତରଫରୁ ଏହାର ପ୍ରତିବାଦ କରାଯିବା ସହ ସମାଲୋଚନା କରାଯାଇଛି । ଏହା ଉପରେ ସେମାନେ ସରକାରଙ୍କ ଠାରୁ ଜବାବ ଚାହିଁଛନ୍ତି ।

ଶୁକ୍ରବାର ଦିନ ବିଧାନସଭାର ପ୍ରଶ୍ନୋତର କାଳରେ ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ ସ୍ପଷ୍ଟୀକରଣ ଚାହିଁଥିଲେ ଯେ,ଚିକିତ୍ସା ପାଇଁ ଗରିବ ରୋଗୀ ସହାୟତା ପାଉନାହାନ୍ତି ଅଥଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସାଇକେଲ ପାଇଁ ୯୫ କୋଟି ଟଙ୍କା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସାଇକେଲ ବାବଦରେ କିଭଳି ଅର୍ଥ ଦିଆଗଲା ବୋଲି ସେ ପ୍ରଶ୍ନ ରଖିଥିଲେ ।

ଏହାର ଉତର ରଖି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ରାଉତ କହିଥିଲେ, କେବଳ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସାଇକେଲ ନୁହେଁ; ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଯେକୌଣସି ପ୍ରକାର ରିଲିଫ ଦିଆଯାଇପାରିବ । ଏହା ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରି ନଥିଲା ।

ଅପରାହ୍ଣ ଅଧିବେଶନରେ କଂଗ୍ରେସ ଓ ବିଜେପି ପୁନର୍ବାର ଏହି ପ୍ରସଙ୍ଗ ଉଠାଇ ସରକାରଙ୍କ ଠାରୁ ଉତର ଦାବି କରିଥିଲେ । ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଅର୍ଥରୁ ସାଇକେଲ କିଣା ଯାଇଥିବା ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରି ସରକାରଙ୍କୁ ସମାଲୋଚନା କରିଥିଲେ ।

ସେ କହିଥିଲେ, ସରକାର ଯଦି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ପାଇଁ ଥିବା ଗାଇଡ ଲାଇନରେ ସଂଶୋଧନ ଆଣିଛନ୍ତି, ତେବେ ଗୃହକୁ ଅବଗତ କରାନ୍ତୁ ।
ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରସାଦ ହରିଚନ୍ଦନ କହିଥିଲେ, ଓଡିଶା ଖଣିି ନିଗମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଯେଉଁ ଅର୍ଥ ଦେଇଥିଲେ ତାର ସିଧାସଳଖ ଦୁରୂପଯୋଗ କରାଯାଇଛି ।

ବିରୋଧୀ ଦଳ ନେତା ଶ୍ରୀ ସିଂହ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଅର୍ଥ ପ୍ରଦାନ ପାଇଁ ଥିବା ନିୟମାବଳୀକୁ ଉଲ୍ଲଘଂନ କରାଯାଇ ଏଭଳି ସାଇକେଲ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଅର୍ଥ ଉପଯୁକ୍ତ ଲୋକଙ୍କୁ ମିଳିବା ଦରକାର । ସ୍ୱାସ୍ଥ୍ୟମନ୍ତ୍ରୀ ରଖିଥିବା ମନ୍ତବ୍ୟ ଦୁର୍ଭାଗ୍ୟଜନକ । ଆମେ ଏହା ଉପରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିବୁ କି ବୋଲି ସେ ପ୍ରଶ୍ନ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଂଗ୍ରେସ, ବିଜେପି, ମୁଖ୍ୟମନ୍ତ୍ରୀ, ରିଲିଫ ପାଣ୍ଠି, ସାଇକେଲ ବଣ୍ଟନ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ